spot_img
Home Blog Page 1318

ଜାନୁଆରୀ ମାସରେ ସ୍ଵାଭାବିକ ଶୀତ ଅପେକ୍ଷା ଅଧିକ ରହିବ ପଶ୍ଚିମାଝଡ଼ର ପ୍ରଭାବ

ନନ୍ଦିଘୋଷ ବ୍ୟୁରୋ: ଜାନୁଆରୀରେ ଶୀତ କମ୍ ବର୍ଷା ଅଧିକ । ଦୀର୍ଘମିଆଦି ଆକଳନରେ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଜାନୁଆରୀ ମାସରେ ସ୍ଵାଭାବିକ ଶୀତ ଅପେକ୍ଷା ପଶ୍ଚିମାଝଡ଼ର ପ୍ରଭାବ ଅଧିକ ରହିବ। ଶୀତ କମ୍ ରହିବ, କୋହଲା ପାଗ ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି । ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ଅନୁଭବ ହେବ ପ୍ରବଳ ଶୀତ । ଗତ ତିନି ଦିନ ମଧ୍ୟରେ ୭ ଡିଗ୍ରୀରୁ ଅଧିକ ତାପମାତ୍ରା ହ୍ରାସ ପାଇଛି । ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବା ସହ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ।

କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଜାଡ଼ ଅନୁଭୂତ ହେବ। ୪ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବ। କନ୍ଧମାଳ ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ କେନ୍ଦୁଝର, ମୟୁରଭଞ୍ଜ,ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ନୟାଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ। ଜାନୁଆରୀରେ ଶୀତର ପ୍ରକୋପ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଗତ ୨ଦିନ ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇଥିବା ବେଳେ ପ୍ରବଳ ଶୀତ ଅନୁଭବ ହୋଇଛି।

ନୂଆବର୍ଷରୁ ଜନ୍ମ ନେବେ ଜେନେରେସନ ବୀଟା: ଜାଣନ୍ତୁ ଏହି ଜେନେରେସନର ନାମ ଓ ତା’ ପଛର କାହାଣୀ

ନୂଆଦିଲ୍ଲୀ: ଆପଣମାନେ ବର୍ତ୍ତମାନ ସୁଦ୍ଧା ଜେନେରେସନ ଅଲ୍ଫା ଓ ଜେନେରେସନ Z ବିଷୟରେ ଶୁଣିଥିବେ । କିନ୍ତୁ ନୂଆବର୍ଷରୁ ଆଉ ଏକ ନୂଆ ଜେନେରେସନ ଆମମାନଙ୍କ ପାଇଁ ଆସୁଛି, ଯାହାର ନାମ ‘Generation Beta’ ହେବ । ୨୦୨୫ ଜାନୁଆରୀ ୧ ଠାରୁ ଜନ୍ମଗ୍ରହଣ କରୁଥିବା ଶିଶୁମାନଙ୍କୁ ’ଜେନେରେସନ ବେଟା’ ନାମ ଦିଆଯାଇଛି । ପୂର୍ବରୁ ଆମେମାନେ Gen G ଓ Gen Alpha ମଧ୍ୟରେ ରହିଥିବା ସାମଞ୍ଜସ୍ୟକୁ ଶିଖୁଥିବା ବେଳେ ଏହା ମଧ୍ୟରେ ଏକ ନୂଆ ଜେନେରେସନ ଆସିଯାଇଛି ।

ସାଧାରଣ ଭାବେ ଯେ କୌଣସି ଜେନେରେସନର ନାମ ସେହି ସମୟର ଐତିହାସିକ, ସାଂସ୍କୃତିକ ଓ ଆର୍ଥିକ ଘଟଣାବଳୀର ଆଧାରରେ ସ୍ଥିର ହୋଇଥାଏ । କୌଣସି ଜେନେରେସନର ଆରମ୍ଭ ଓ ଶେଷ ସେହି ସମୟର ଯୁଦ୍ଧ, ଆର୍ଥିକ ବୃଦ୍ଧି ବା କୌଣସି ବଡ଼ ଟେକ୍ନୋଲୋଜିର ପରିବର୍ତ୍ତନ ଆଧାରରେ ରଖାଯାଇଥାଏ । ଏହି ଜେନେରେସନ ସାଧାରଣ ଭାବେ ୧୫-୨୦ ବର୍ଷର ଅବଧି ବିଶିଷ୍ଟ ହୋଇଥାଏ । ଆସନ୍ତୁ ଜାଣିବା ଜେନେରେସନର ନାମ ଓ ତା’ର ପଛର କାହାଣୀ ବିଷୟରେ ।

The Greatest Generation (GI ଜେନେରେସନ): 1901-1927

ଏହି ସମୟରେ ଜନ୍ମ ନେଉଥିବା ଜେନେରେସନକୁ The Greatest Generation ନାମରେ ଜଣାଯାଇଥାଏ । ଏହି ଜେନେରେସନର ଅଧିକାଂଶ ଲୋକ ଗ୍ରେଟ ଡିପ୍ରେସନ (ମହାମନ୍ଦୀ)ର ଦୁଃଖରେ ସମୟ ବିତାଉଥିଲେ । ଏହି ସମୟରେ ଜନ୍ମ ହେଉଥିବା ଅଧିକାଂଶ ଶିଶୁ ସୈନିକ ହୋଇଥିଲେ ଓ ଦ୍ବିତୀୟ ବିଶ୍ବଯୁଦ୍ଧରେ ଦେଶକୁ ରକ୍ଷା ପାଇଁ ସାମିଲ ହୋଇଥିଲେ । ଏହି ସମୟରେ ପରିବାରର ପାଳନ-ପୋଷଣ କରିବା ଏକ ଉପଲବ୍ଧି ଭାବେ ଗ୍ରହଣ କରାଯାଉଥିଲା । ଏହି ପୀଢ଼ିଙ୍କର ନିଜର କାମ ଉପରେ ଅତ୍ୟଧିକ ଫୋକସ ରହିଥିଲା, ଯାହାକି ସେମାନଙ୍କର ପରିଚୟ ସୃଷ୍ଟି କରିଥିଲା । ସେମାନେ ଯେଉଁ ଅନୁଭବ ହାସଲ କରିଥିଲେ, ତାହା ସେମାନେ ପରବର୍ତ୍ତୀ ପୀଢ଼ିଙ୍କୁ ମଧ୍ୟ ଉତ୍ତରାଧିକାର ସୂତ୍ରରେ ପ୍ରଦାନ କରିଥିଲେ ।

The Silent Generation: 1928-1945

ମହାମନ୍ଦୀ ଓ ଦ୍ବିତୀୟ ବିଶ୍ବଯୁଦ୍ଧର ଫଳାଫଳ କାରଣରୁ ଏହି ଜେନେରେସନକୁ The Silent Generation ନାମରେ ପରିଚିତ କରାଇଥିଲା । ଏହି ଜେନେରେସନର ଶିଶୁମାନେ ପରିଶ୍ରମୀ ଓ ଆତ୍ମନିର୍ଭରଶୀଳ ଥିଲେ ।

Baby Boomer Generation: 1946-1964

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଜନସଂଖ୍ୟାର ପ୍ରବଳ ବୃଦ୍ଧି କାରଣରୁ ଏହି ଜେନେରେସନର ନାମ ବେବି ବୁମର୍ସ ରଖାଯାଇଥିଲା । ବେବି ବୁମର୍ସ ଜେନେରେସନର ଲୋକମାନେ ନିଜର ଶିଶୁଙ୍କୁ ନୂଆ ତରିକାରେ ବଡ଼ କରିଥିଲେ । ସେମାନଙ୍କ ପାଇଁ ଟେକ୍ନୋଲୋଜି ନୂଆ ଥିଲା ।

ଜେନେରେସନ X: 1965-1980

ଜେନେରେସନ X ପାଇଁ ମଧ୍ୟ ଟେକ୍ନୋଲୋଜି ନୂଆ ଥିଲା । ଏହି ଯୁଗରେ ଇଣ୍ଟରନେଟ ଓ ଭିଡିଓ ଗେମର ଶୁଭାରମ୍ଭ ହୋଇଥିଲା । ଦ୍ରୁତ ଭାବେ ବଦଳୁଥିବା ଦୁନିଆରେ ଏହି ଜେନେରେସନର ଲୋକମାନେ ବଡ଼ ହୋଇଥିଲେ । ନିଜର ଶିଶୁଙ୍କୁ ସମସ୍ତ ପ୍ରକାରର ସୁବିଧା ଦେବାକୁ ଏହି ଜେନେରେସନର ଅଭିଭାବକମାନେ ପ୍ରୟାସ କରୁଥିଲେ ।

ମିଲୋନିୟଲ୍ସ ବା ଜେନେରେସନ Y: ୧୯୮୧-୧୯୯୬

ଜେନେରେସନ Yକୁ ମିଲୋନିୟଲ୍ସ ନାମରେ ଜଣାଯାଇଥାଏ । ଏହି ଜେନେରେସନର ଲୋକମାନେ ସବୁଠାରୁ ଅଧିକ ପରିବର୍ତ୍ତନ ଦେଖିଥିଲେ ଓ ଶିଖିଥିଲେ । ଏହି ଜେନେରେସନର ଲୋକମାନେ ଟେକ୍ନୋଲୋଜି ସହିତ ନିଜକୁ ଅପଡେଟ କରିଥିଲେ ।

ଜେନେରେସନ Z: ୧୯୯୭-୨୦୦୯

ଜନ୍ମ ଲାଭ ପରେ ପରେ ଏହି ଜେନେରେସନକୁ ତ୍ବରିତ ଭାବେ ଇଣ୍ଟରନେଟ ଓ ସୋସିଆଲ ମିଡ଼ିଆ ପରି ପ୍ଲାଟଫର୍ମକୁ ନିଆଯାଇଥିଲା । ଡିଜିଟାଲ ଯୁଗରେ ଲାଳିତ ପାଳିତ ହୋଇଥିବା ଏହି ଜେନେରେସନ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବିନା ବଞ୍ଚିବାର କଳ୍ପନା କରିନଥାନ୍ତି । ଡିଜିଟାଲ ଯୁଗରେ ସୋସିଆଲ ମିଡ଼ିଆରେ କିପରି ଅର୍ଥ ରୋଜଗାର ହୁଏ, ତାହା ଏହି ଜେନେରେସନଙ୍କୁ ଭଲ ଭାବେ ଜଣା ।

ଜେନେରେସନ ଅଲ୍ଫା: ୨୦୧୦-୨୦୨୪

ପ୍ରଥମ ପୀଢ଼ି ଭାବେ ଏମାନଙ୍କର ଜନ୍ମ ପୂବର୍ରୁ ହିଁ ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟ ପ୍ଲାଟଫର୍ମ ରହିଥିଲା । ଏମାନେ ସବୁଠାରୁ କମ୍ ବୟସର ନୂଆ ପୀଢ଼ି ଅଟନ୍ତି । ଏହି ଜେନେରେସନର ଶିଶୁଙ୍କ ପିତା-ମାତା ଇଣ୍ଟରନେଟ, ମୋବାଇଲ ଫୋନ ଓ ସୋସିଆଲ ମିଡ଼ିଆ ସହିତ ବଡ଼ ହୋଇଥିଲେ ।

ଜେନେରେସନ ବୀଟା: ୨୦୨୫-୨୦୩୯

୨୦୨୫ ଜାନୁଆରୀ ୧ ଠାରୁ ବୀଟାର ଯାତ୍ରା ଆରମ୍ଭ ହେବ । ବର୍ଷ ୨୦୨୫ରେ ଯେଉଁ ଶିଶୁମାନଙ୍କର ଜନ୍ମ ହେବ, ସେମାନଙ୍କୁ ‘ବୀଟା କୀଡସ’ କୁହାଯିବ । ଏହି ଶିଶୁମାନେ ଏପରି ଦୁନିଆରେ ବଡ଼ ହେବେ, ଯେଉଁଠାରେ ଟେକ୍ନୋଲୋଜି ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ପରିଗଣିତ ହେବ । ଜେନେରେସନ ବୀଟାର ଜୀବନରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ହସ୍ତକ୍ଷେପ ଅଧିକ ଦେଖିବାକୁ ମିଳିବ ।

ରାଜଧାନୀରେ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଅସମ୍ମାନ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଅସମ୍ମାନ ଅଭିଯୋଗ । ନୂଆ ବର୍ଷ ସ୍ୱାଗତ ଆଳରେ ବିଭିନ୍ନ ରାଜନୈତିକ ଦଳର ଵ୍ୟାନର ଓ ହୋଡିଂରେ ଲୁଚିଗଲା ଅଶୋକ ସ୍ତମ୍ଭ । ଦୀର୍ଘଦିନରୁ ରାଜଧାନୀର ସତ୍ୟନଗର ଓଭରବ୍ରିଜ ଓ ଲକ୍ଷ୍ମୀସାଗର ଗୋଳେଇ ଛକରେ ଥିବା ଜାତୀୟ ପତାକାର ଅଶୋକ ସ୍ତମ୍ଭ ଏଵେ ଵ୍ୟାନରରେ ଲୁଚି ଯାଇଛି । ଏହା ଅଶୋକ ସ୍ତମ୍ଭ ପ୍ରତି  ଘୋର ଅସମ୍ମାନ ବୋଲି କହିଛନ୍ତି ବିଶିଷ୍ଟ ଐତିହାସିକ ଅନିଲ ଧୀର । ଏନେଇ ଶ୍ରୀ ଧୀର ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବିଶେଷକରି ବିଜେପି ଦଳର ନେତା ଓ ଚିହ୍ନ ଥିବା ଅଭିନନ୍ଦନ ଵ୍ୟାନର ଅଶୋକ ସ୍ତମ୍ଭକୁ ଲୁଚାଇ ଦେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରଶାସନ କାଲି ସୁଦ୍ଧା ଵ୍ୟାନର ନହଟାଇଲେ ସେ ହାଇକୋର୍ଟ ଯିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ସମନ୍ଵିତ ପ୍ରଣାଳୀରେ ଚାଷ କରି ସ୍ଵାବଲମ୍ବୀ ପଙ୍କଜ

ନନ୍ଦିଘୋଷ ବ୍ୟୁରୋ: ସମନ୍ଵିତ ପ୍ରଣାଳୀରେ ଚାଷ କରି ସ୍ଵାବଲମ୍ବୀ । କୃଷି ଓ ଉଦ୍ୟାନ ବିଭାଗ ସହଯୋଗରେ ମାଛ ଓ ଛତୁ ଚାଷ କରି ସଫଳ ଉଦ୍ଯୋଗୀ ପାଲଟିଛନ୍ତି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗାଁର ପଙ୍କଜ ସାହୁ । ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ୧୦ ରୁ ୧୨ ଜଣଙ୍କୁ ରୋଜଗାର ମଧ୍ଯ ଦେଇଛନ୍ତି । ଅନ୍ଯ ପାଇଁ ପାଲଟିଛନ୍ତି ଉଦାହରଣ ।

ପିଲାଟି ଦିନରୁ ଚାଷ କାମରେ ବିମୁଖ । ଏଭଳି ଏକ ଚାଷୀ ହେଲେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗାଁର ପଙ୍କଜ ସାହୁ । ସେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ଯ ଚାକିରୀ ପଛରେ ନଗୋଡାଇ ନିଜସ୍ଵ ସମ୍ବଳରେ ସମନ୍ଵିତ କୃଷିକୁ ଆପଣାଇ ସୃଷ୍ଟି କରିଛନ୍ତି ସ୍ଵତନ୍ତ୍ର ପରିଚୟ । ନିଜର ପାଞ୍ଚ ଏକର ଜମିରେ ମାଛ ଚାଷ ଠୁ ଆରମ୍ଭ କରି ଛତୁ ଚାଷ, ଗେଣ୍ଡୁ ଫୁଲ, ଆମ୍ବ ସହିତ ବିଭିନ୍ନ ପନିପରିବା ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ଏବଂ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । କୃଷକ ରତ୍ନ, କୃଷି ଓଡିଶା ଭଳି ଅନେକ ପୁରସ୍କାର ପାଇବା ସହିତ ଜଣେ ସଫଳ ଚାଷୀ ଭାବେ ରାଜ୍ଯ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଛନ୍ତି ପଙ୍କଜ।

ପଙ୍କଜ ଚାଷ କାମ କରି ନିଜେ ସ୍ଵାବଲମ୍ବୀ ହେବା ସହିତ ୧୦ ରୁ ୧୨ ଜଣଙ୍କୁ କୃଷିକାର୍ଯ୍ୟରେ ନିୟୋଜିତ କରି ରୋଜଗାର ଦେଉଛନ୍ତି । ତାଙ୍କୁ ଚାଷ କାର୍ଯ୍ଯରେ ତାଙ୍କ ଧର୍ମପତ୍ନୀ ସହଯୋଗ କରୁଛନ୍ତି । ସରକାରଙ୍କ ପକ୍ଷରୁ କେବଳ ବିଜୁଳିର ବ୍ୟସ୍ତତା ହୋଇ ପାରିଲେ ଆହୁରି ଉନ୍ନତି ହୋଇପାରନ୍ତା ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । ଅନ୍ୟପଟେ  କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀ ପଙ୍କଜକୁ ଏକ ପ୍ଯାକିଙ୍ଗ ହାଉସ ସହିତ , ନେଟ ହାଉସ ସହ ବିଭିନ୍ନ ସମୟରେ ଚାରା  ଓ ଚାଷ ଉପକରଣ ଯୋଗାଇ ଦେଉଥିବା ନେଇ ଉଦ୍ୟାନକୃଷି ଅଧିକାରୀ କହିଛନ୍ତି ।

ନୂଆ ବର୍ଷରେ ଆମେରିକାରେ ଆତଙ୍କବାଦୀ ଆକ୍ରମଣ,ଭିଡ଼ ଉପରେ ଟ୍ରକ୍ ଚଢାଇ ୧୨ଙ୍କୁ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷରେ ସବୁଠି ଖୁସିର ମାହୋଲ ରହିଥିବାବେଳେ ଆମେରିକାର ନ୍ୟୁ ଓରିଲିନ୍ସରୁ ଆସିଛି ଏକ ହୃଦୟବିଦାରକ ଖବର । ଭିଡ଼ ଭିତରେ ଏକ ଟ୍ରକ ପଶିବା ସହ ଲୋକଙ୍କ ଉପରେ ଚଢ଼ାଇ ଦେଇଛି । ଯେଉଁଥିରେ ୧୨ ଜଣଙ୍କ ଜୀବନ ଚାଲିଯାଇଛି  ଏବଂ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ଏକ ସୂଚନା ଅନୁସାରେ ସହରର ଜଣାଶୁଣା ସ୍ଥାନ ବର୍ବନ ଷ୍ଟ୍ରିଟ ଅଞ୍ଚଳରେ ଏକ କାର ଦୁର୍ଘଟଣା ଦେବା କାରଣରୁ ଏଭଳି ହୋଇଛି । ସେପଟେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଏକ ଟ୍ରକ ଗହଳି ଅଞ୍ଚଳକୁ ଆସିଥିଲା ଏବଂ ଡ୍ରାଇଭର ଜଣକ ଆଖିବୁଜା ଗୁଳି ଚଳାଇଥିଲା । ଯାହା ଫଳରେ ଏଭଳି ଅଘଟଣ ଘଟିଛି ।

କାହିଁକି ଜୀବନ ହାରିଲେ ପୁନିତ ? ପୋଲିସ କହିଲା…

ନନ୍ଦିଘୋଷ ବ୍ୟୁରୋ:  ଦିଲ୍ଲୀର ମଡେଲ ଟାଉନ ଅଞ୍ଚଳରେ କଲ୍ୟାଣ ବିହାର ଅଞ୍ଚଳରେ ପୁନିତ ଖୁରାନା ଜୀବନ ହାରିଛନ୍ତି । ତେବେ ସେ କାହିଁକି ଜୀବନ ହାରିଲେ ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ପରିବାର ଲୋକେ ପତ୍ନୀଙ୍କ ଉପରେ ଦୋଷ ଦେଇଛନ୍ତି । ପୁନିତଙ୍କ ପରିବାର ଲୋକେ କହିଛନ୍ତି କି, ପତ୍ନୀଙ୍କ ପାଇଁ କିଛିଦିନ ହେବ ଟେନସନରେ ରହୁଥିଲେ । ସେପଟେ ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ପୁନିତଙ୍କ ଶେଷ ଫୋନକଲ ମଧ୍ୟ ପତ୍ନୀଙ୍କ ପାଖକୁ ଯାଇଛି । ଯେଉଁଥିରେ ସେ ବ୍ୟବସାୟ ସମ୍ପର୍କରେ କଥା ହୋଇଥିବା ଜଣାପଡ଼ିଛି ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ୨୦୧୬ ମସିହାରେ ପୁନିତଙ୍କ ବିବାହ ମନିକାଙ୍କ ସହ ହୋଇଥିଲା । ବିବାହର ପ୍ରଥମ ଦୁଇବର୍ଷ ବେଶ ହସ ଖୁସିରେ ଚାଲିଥିଲା । ବାପା ମାଙ୍କୁ ଛାଡ଼ି ପୁନିତ ପତ୍ନୀଙ୍କ ସହ ବାହାରେ ରହିଥିଲେ । ମାତ୍ର ଦୁଇ ବର୍ଷ ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯେଉଁ କାରଣରୁ ପୁନିତ ତାଙ୍କ ଘରେ ରହିଥିବାବେଳେ ମନିକା ତାଙ୍କ ବାପ ଘରକୁ ଯାଇଥିଲେ । ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ପାଇଁ ମଧ୍ୟ କୋର୍ଟରେ ଦାଖଲ କରାଯାଇଛି । ତେବେ ଏହି କାରଣରୁ ମନିକାଙ୍କ ପରିବାର ଲୋକେ ପୁନିତଙ୍କୁ ହଇରାଣ କରୁଥିବାବେଳେ ସେ ଜୀବନ ହାରିଛନ୍ତି ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପୁନିତ ଏକ ବେକରୀ ସପ ଚଳାଉଥିବାବେଳେ ୩୧ ତାରିଖରେ ଘରକୁ ଯାଇ ନିଜ ରୁମରେ ଶୋଇଥିଲେ । ଘର ଲୋକେ ଯେତେବେଳେ ପୁଅକୁ ଡାକିଥିଲେ ଉତ୍ତର ଦେଇ ନଥିଲେ, କିମ୍ବା ଫୋନ କରିଥିଲେ ସୁଦ୍ଧା ରିସିଭ କରିନଥିଲେ । କବାଟ ଭାଙ୍ଗି ଦେଖିବା ବେଳକୁ ସେ ଜୀବନ ହାରି ଦେଇଥିଲେ । ସେପଟେ ଏଘଣାର ତଦନ୍ତ ଆରମ୍ଭ କରିବ ପୋଲିସ । ବେକରୀ ସପକୁ ଉଭୟ ଛାଡ଼ପତ୍ର ପୂର୍ବରୁ ଚଳାଉଥିଲେ । ସେମାନଙ୍କ ନାଁରେ ଏହି ଦୋକାନଟି ରହିଥିବାବେଳେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା ।

ପୁନିତ ଏବଂ ମନୀକାଙ୍କ ପରିବାର ପୂର୍ବରୁ ପରିଚିତ ଥିଲେ । ବିବାହ ପୂର୍ବରୁ ପୁନିତଙ୍କ ବାପା ୧ କୋଟି ୬୫ ଲକ୍ଷ ଟଙ୍କା ମନୀକାଙ୍କ ବାପାଙ୍କୁ ଋଣ ଆକାରରେ ଦେଇଥିଲେ । ଆଉ ପରବର୍ତ୍ତୀ ସମୟରେ ସେହି ଟଙ୍କାରେ ପୁନିତ ଏବଂ ମନୀକା ଏକ କାଫେ ଖୋଲିଥିଲେ । ଯାହାକି ଅଧାଦିନରେ ବନ୍ଦ ହୋଇଯାଇଥିଲା । ସେପଟେ ଏବେ ପୁନିତଙ୍କ ପରିବାର ଲୋକେ ଯେଉଁ ଘରେ ରହୁଛନ୍ତି ତାହା ମନୀକାଙ୍କ ନାମରେ ରହିଛି । ଯାହାର ତଦନ୍ତ ମଧ୍ୟ ପୋଲିସ କରିବ ବୋଲି କୁହାଯାଉଛି ।

ଭାରସାମ୍ୟ ହରାଇ ନଦୀକୁ ଖସିଲା ଲଞ୍ଚ, କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ନୂଆ ବର୍ଷରେ ଅଘଟଣ । ଭାରସାମ୍ୟ ହରାଇ ନଦୀକୁ ଖସିଲା ଲଞ୍ଚ । କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଆରଡି ସ୍ଥିତ ଆଖଣ୍ଡଳମଣିପୀଠ ସାଳନ୍ଦୀନଦୀ ତିନିତର ଘାଟରେ । ଇଂରାଜୀ ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ପୀଠକୁ ଉଭୟେ ଜଳପଥ ଓ ସ୍ଥଳପଥ ଦେଇ ହଜାର ହଜାର ଭକ୍ତ ଆସିଥିଲେ । ହେଲେ ଜଳପଥରେ ଆବଶ୍ଯକତା ଅନୁଯାୟୀ ମଟରବୋଟ ନଥିବାରୁ ଗୋଟିଏ ବୋଟରେ ଅଧିକ ସଂଖ୍ଯକ ଯାତ୍ରୀଙ୍କ ସହ ୨ ଚକିଆ ଯାନ ପାର କରୁଥିଲେ ଘାଟିଆ । ମଟରବୋଟରେ ୩୫ରୁ ୪୦ ଜଣ ଯାତ୍ରୀଙ୍କ ସହ ୧୪ଟି ୨ ଚକିଆ ଯାନ ପାରି ହେଉଥିଲା । ମଟରବୋଟ ଚାଳକର ଖାମଖିଆଲି ଚାଳନା ଯୋଗୁ ମେଗା ପ୍ରକଳ୍ପ ବ୍ରିଜର ତିନି ନଂ ଖୁଣ୍ଟିକୁ ଧକ୍କା ଦେଇଥିଲା ବୋଟ  । ଫଳରେ ନଦୀକୁ ଖସିପଡିଥିଲେ ଯାତ୍ରୀ । ଗୁରୁତର ଭାବେ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଯାତ୍ରୀ । ଅସୁସ୍ଥ ଯାତ୍ରୀଙ୍କ ନାଁ ଉମାକାନ୍ତ ପତ୍ରୀ ।

ମା’ ଏବଂ ୪ ଭଉଣୀଙ୍କୁ ହୋଟେଲରେ କାହିଁକି ହତ୍ୟା କଲା ପୁଅ ?

ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷରେ ଲକ୍ଷ୍ନୌରୁ ଆସିଛି ଏକ ଲୋମହର୍ଷକ ଘଟଣା । ନିଜର ୪ ଭଉଣୀଙ୍କ ସହ ଜନ୍ମକଲା ମାକୁ ମାରିଦେଲା ପୁଅ । ଲକ୍ଷ୍ନୌରୁ ଏଭଳି ଏକ ଘଟଣା ସାମନାକୁ ଆସିଥିବାବେଳେ ଏହାକୁ ନେଇ ଖେଳି ଯାଇଛି ଚାଞ୍ଚଲ୍ୟ । ତେବେ ଅଭିଯୁକ୍ତକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ୨୪ ବର୍ଷିୟ ଅରଶଦ ଏଭଳି ଜଘନ୍ୟକାଣ୍ଡ ଭିଆଇଛି ।

ଗତ ୩୦ ତାରିଖରେ ଅରଶଦଙ୍କ ପରିବାର ଲୋକେ ନାକା ଅଞ୍ଚଳର ଏକ ହୋଟେଲରେ ରହିବାକୁ ଆସିଥିଲେ । ସମସ୍ତେ ୧୦୯ ନମ୍ବର ରୁମରେ ରହିଥିଲେ ।  ୩୧ ତାରିଖ ରାତିରେ ମା ଏବଂ ଭଉଣୀମାନଙ୍କ ଗଳା କାଟି ହତ୍ୟା କରିଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା । ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବାବେଳେ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି କି, ପାରିବାରିକ କଳହରୁ ଏଭଳି ଘଟିଛି ।

EKYC କରାଇବାକୁ ବାହାର ରାଜ୍ୟକୁ ଯିବେ ସରକାରୀ ଅଧିକାରୀ

ନନ୍ଦିଘୋଷ ବ୍ୟୁରୋ: EKYC କରାଇବାକୁ ବାହାର ରାଜ୍ୟକୁ ଯିବେ ସରକାରୀ ଅଧିକାରୀ । ନିକଟରେ ଗୋଆରେ କିଛି ଲୋକଙ୍କ ପାଖରେ ପହଞ୍ଚି ସରକାରୀ ଅଧିକାରୀ EKYC କରାଇଛନ୍ତି । ଅନ୍ୟ ରାଜ୍ୟରେ ଯଦି ଲୋକ ରହିଯାଇଛନ୍ତି ତେବେ ସେମାନଙ୍କ ନିକଟକୁ ଟିମ ଯିବ। ଏହାସହ ବୟସାଧିକ କାରଣରୁ ଯେଉଁମାନେ EKYC କରିନାହାନ୍ତି ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ EKYC କରାଉଛନ୍ତି । ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ EKYC ସରିଛି । ପ୍ରାୟ ୫୦ ଲକ୍ଷ ହିତାଧିକାରୀ EKYC  କରିନାହାନ୍ତି । ଜାନୁଆରୀ ୧୫ ତାରିଖ ସୁଦ୍ଧା EKYC  ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ନୂଆବର୍ଷରେ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର

ନନ୍ଦିଘୋଷ ବ୍ୟୁରୋ: ସାରା ବିଶ୍ବ ପାଳୁଛି ନୂଆବର୍ଷ । ସବୁଠି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳୁଥିବାବେଳେ ଚାଷୀଙ୍କୁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର । ପିଏମ୍‌ ଫସଲ ବୀମା ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏନେଇ କ୍ୟାବିନେଟରେ ନିଷ୍ପତ୍ତି ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଦେଇଛନ୍ତି । ବୀମା ରାଶି ୬୯ ହଜାର ୫୧୫ କୋଟି ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହ ଡିଏପି ସାର ଉପରେ ଅତିରିକ୍ତ ୩ହଜାର ୮୫୦କୋଟି ଟଙ୍କାର ସବସିଡ଼ିକୁ ମଂଜୁରୀ । ୫୦କେଜି ଡିଏପି ସାର ବ୍ୟାଗର ମୂଲ୍ୟ ୧୩୫୦ ଟଙ୍କା ରହିବ । ଚାଷୀ ପଞ୍ଜିକରଣ ଠାରୁ ଆରମ୍ଭ  କରି ସେମାନଙ୍କୁ  କ୍ଷତିପୂରଣ ଓ ବିଭିନ୍ନ ଯୋଜନାରେ ସହାୟତା ଯୋଜନା ସମ୍ପର୍କରେ ଡିଜିଟାଲ ପ୍ରକ୍ରିୟାରେ କରାଯିବା ନେଇ ନିଷ୍ପତି ନିଆଯାଇଛି।  କୃଷକମାନଙ୍କୁ ୫୦ କିଲୋଗ୍ରାମ ବ୍ୟାଗ୍ ପିଛା ୧୩୫୦ ଟଙ୍କା ମୂଲ୍ୟର DAP ପ୍ରଦାନ କରାଯିବ ।

ଏହାସହ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି କି, ୨୦୨୫ର ପ୍ରଥମ କ୍ୟାବିନେଟ୍ ବୈଠକରେ କୃଷକଙ୍କ ସମ୍ପର୍କରେ ଆଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କ ପାଇଁ ବେଶ ଲାଭଦାୟକ ହେବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆବଣ୍ଟନ ରାଶି ପରିମାଣ ବୃଦ୍ଧି ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର ବାଜିଛି ।  ୬୯ହଜାର ୫୧୫ କୋଟିକୁ ବଢିଲା ଆବଂଟନ ରାଶିର ପରିମାଣ ।