spot_img
Home Blog Page 1330

ମେଟ୍ରୋ ପ୍ରକଳ୍ପ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର : ରାଜଧାନୀରେ ମେଟ୍ରୋ ପ୍ରକଳ୍ପ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ। କାମ ନେଇଥିବା ଠିକା କମ୍ପାନୀର ଇତିହାସ ନେଇ ଜାରି କଲା ଚିଠା। ଯେଉଁ ରାଜ୍ୟରେ କମ୍ପାନୀ କାମ କରିଛି ସବୁ ଭୁଶୁଡିଛି। କମ୍ପାନୀ ନାମରେ ମାଳମାଳ ମାମଲା ହୋଇଛି। ଭୁବନେଶ୍ୱର ମେଟ୍ରୋ କାମ ରଞ୍ଜିତ ବିଲ୍ଡକନ୍ ନାମକ ଏକ ସଂସ୍ଥାକୁ ଦିଆଯାଇଛି। ଯାହା ଏକ ବ୍ଲାକ ଲିଷ୍ଟେଡ୍ କମ୍ପାନୀ। ଏହି କମ୍ପାନୀ ନାଁ ରେ ଗୁଜୁରାଟ, ମଧ୍ୟପ୍ରଦେଶ ଓ ଚେନ୍ନାଇ ଭଳି ରାଜ୍ୟରେ କେସ ଚାଲିଛି। ଏହି କମ୍ପାନୀ ଯେଉଁଠି କାମ କରିଛି ସେଠି ପୋଲ ଭୁଶୁଡ଼ିଛି ନହେଲେ ଅର୍ଥ ଆତ୍ମସାତ କରିଛି।  ସେଭଳି ଏକ କଳା ତାଲିକାଭୁକ୍ତ କମ୍ପାନୀକୁ ଓଡ଼ିଶା ସରକାର ମେଟ୍ରୋ କାମ ଦେଇ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ତେଣୁ ତୁରନ୍ତ ରଞ୍ଜିତ ବିଲ୍ଡକନ ଟେଣ୍ଡର ବାତିଲ କରାଯାଉ। ନୂଆ ଟେଣ୍ଡର କରନ୍ତୁ। ଯେଉଁ କମ୍ପାନୀ ନାଁରେ କେସ ନାହିଁ ସେଭଳି କମ୍ପାନୀକୁ ଟେଣ୍ଡର କରି କାମ ଦିଆଯାଉ। ନହେଲେ କଂଗ୍ରେସ ଏହାକୁ ବିରୋଧ କରିବ । କାମ କରିବାକୁ ଦିଆଯିବନି। ରଞ୍ଜିତ ବିଲ୍ଡକନ୍ ଏକ ଗୁଜରାଟ କମ୍ପାନୀ। ଏହି କମ୍ପାନୀ ବିଜେପିକୁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ଇଲେକ୍ଟ୍ରୋରାଲ ବଣ୍ଡ ଦେଇଛି। ସେଥିପାଇଁ ବିଜେପି ନେତାଙ୍କ ପ୍ରରୋଚନାରେ ରାଜ୍ୟ ସରକାର କଳାତାଲିକା ଭୁକ୍ତ କମ୍ପାନୀକୁ କାମ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚେତାବନୀ ଦେଇଛି କଂଗ୍ରେସ।

WWE ରିଙ୍ଗରେ ଯାହାଙ୍କୁ ଟ୍ରମ୍ପ୍ ଲଣ୍ଡା କରିଥିଲେ,ତାଙ୍କ ପତ୍ନୀଙ୍କୁ କଲେ ଶିକ୍ଷାମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ନିଷ୍ପତ୍ତି ନେଉଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଦେଉଛି । ଟ୍ରମ୍ପ ମଙ୍ଗଳବାର ଦିନ WWEର ପୂର୍ବତନ ସିଇଓ ଲିଣ୍ଡା ମ୍ୟାକମୋହନଙ୍କୁ ଶିକ୍ଷାମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି । କଥା ହେଉଛି, ଲିଣ୍ଡା ମ୍ୟାକମୋହନଙ୍କ ସ୍ବାମୀଙ୍କୁ  WWE ରିଙ୍ଗରେ ସମସ୍ତଙ୍କ ସାମ୍ନାରେ ଟ୍ରମ୍ପ ଲଣ୍ଡା କରିଥିଲେ । ଯାହାର ଫଟୋ ଆଉ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏକ ବିବୃତ୍ତି ଟ୍ରମ୍ପ କହିଛନ୍ତି,ଆମେ ରାଜ୍ୟକୁ ଭଲ ଶିକ୍ଷା ଦେବୁ, ଆଉ ଏହି ପ୍ରୟାସର ନେତୃତ୍ବ ଲିଣ୍ଡା ନେବେ । ତାଙ୍କୁ ସରକାରରେ ପ୍ରାୟ ୪୦୦୦ ପଦବୀ ପୂରଣ କରିବାର ଦାୟିତ୍ବ ଦିଆଯାଇଛି । ଶିକ୍ଷା କ୍ଷେତ୍ରରେ ମ୍ୟାକମୋହନଙ୍କ  ଅଭିଜ୍ଞତା ବିଷୟରେ ଟ୍ରମ୍ପ କହିଛନ୍ତି କନେକ୍ଟିକଟ୍ ବୋର୍ଡ ଅଫ ଏଜୁକେସନରେ ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ଓ ଘରୋଇ କ୍ୟାଥୋଲିକ ସ୍କୁଲ ସିକ୍ରେଡ ହାର୍ଟ ୟୁନିଭରସିଟିର ଟ୍ରଷ୍ଟି ବୋର୍ଡରେ ତାଙ୍କର ୧୬ ବର୍ଷର କାର୍ଯ୍ୟକାଳ ବିଷୟରେ ଉଲ୍ଲେଖ କରିଛନ୍ତି ।

ଟ୍ରମ୍ପ ଲିଣ୍ଡାଙ୍କ ପରିବାରକୁ ବହୁତ ନିକଟରୁ ଜାଣିଛନ୍ତି । ୧୯୮୦ ଦଶକରେ ଲିଣ୍ଡାଙ୍କ ପତି ବିସ ମ୍ୟାକମୋହନ WWE ରେସଲମାନିଆ ୪  ଏବଂ ୫କୁ ପ୍ରୟୋଜିତ କରିଥିଲେ । ଏହି ମେଗା ଇଭେଣ୍ଟଗୁଡିକ ଆଟଲାଣ୍ଟିକ୍ ସିଟିର ଟ୍ରମ୍ପ ପ୍ଲାଜାରେ ଆୟୋଜିତ ହୋଇଥିଲା  । ଏହା ପରେ, ୨୦୦୭ ରେ ରେସଲେମାନିଆ ୨୩ ସମୟରେ ଏକ ନାଟକୀୟ ଘଟଣା ଘଟିଥିଲା,  ​​ଯାହାକୁ କେହି ଆଶା କରିନଥିବେ  । ୧ ଏପ୍ରିଲ ୨୦୦୭ ରେ ଟ୍ରମ୍ପ ଭିନ୍ସ ମ୍ୟାକମୋହନଙ୍କୁ ଲଣ୍ଡା କରିଥିଲ । ଝଗଡା ସେତେବେଳେ ଆରମ୍ଭ ଯେତେବେଳେ ଶୋମ୍ୟାନ୍ ଡୋନାଲ୍ଡ ଟ୍ରମ୍ପ ଜନତାଙ୍କ ମଧ୍ୟରେ ଟଙ୍କା ପିଙ୍ଗିଥିଲେ ।  ଯେଉଁଠାରେ ଉଭୟ ବିଲିୟନେୟାର ସେମାନଙ୍କ ତରଫରୁ ଲଢିବା ପାଇଁ WWE ରେସଲର ଚୟନ କରିଥିଲେ | ବବି ଲଶଲିଙ୍କ ଉପରେ ଟ୍ରମ୍ପ ଭରଷା କରିଥିବାବେଳେ ମ୍ୟାକମାହନ୍ ଉମାଗାଙ୍କୁ ସମର୍ଥନ କରିଥିଲେ । ସର୍ବସାଧାରଣରେ ହାରିଯାଇଥିବା ବ୍ୟକ୍ତିଙ୍କୁ ଲଣ୍ଡା କରାଯାଇଥିଲା ।

ବନ୍ଧା ହେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ

ସୁବର୍ଣ୍ଣପୁର : ବନ୍ଧା ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ ତାଙ୍କୁ ଗିରଫ କରିଛି। ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୁରେଶ ପାଣିଗ୍ରାହୀଙ୍କ ସୋନପୁର ଭଡା ଘର, ଅଫିସରେ ରେଡ୍ ହୋଇଥିଲା। ବଲାଙ୍ଗୀର ତୁଳସୀ ନଗର ଘର, ସୋନପୁରରେ ଥିବା ଅଫିସ, ବରଗଡ ବିଜେପୁରରେ ଥିବା ଘର, ଭୁବନେଶ୍ବର ପଟିଆସ୍ଥିତ ଭଡ଼ାଘର, ସୋନପୁରସ୍ଥିତ ଭଡ଼ାଘର, ବଲାଙ୍ଗିର ତୁଳସୀ ନଗରସ୍ଥିତ ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ରୟାଲ ଲାଗୁନରେ ଥିବା ଭଡ଼ାଘରେ ରେଡ୍ କରିଥିଲା ଭିଜିଲାନସ ।  ତାଙ୍କର ୨ଟି ବିଲଡିଂ, ୪ ଏକରର ଏକ ଫାର୍ମ ହାଉସ୍‌, ସେଥିରେ ରହିଛି ୫୦୦ ଶାଗୁଆନ ଗଛ, ୧୯ଟି ପ୍ଲଟ । ଏଥି ମଧ୍ୟରୁ ବରଗଡ଼ରେ ୧୧ଟି, ୩ଟି ଭୁବନେଶ୍ଵରରେ, ୪ଟି ସମ୍ବଲପୁରରେ ଅଛି। ଏହା ସହିତ ୧ କୋଟି ୭୨ ଲକ୍ଷ ଟଙ୍କାର ଜମା, ଦେଢ଼ ଲକ୍ଷ ନଗଦ ମିଳିଥିଲା। ଏହା ପରେ ଭିଜିଲାନସ ତାଙ୍କୁ ଗିରଫ କରିଛି । ଆଜି କୋର୍ଟରେ ହାଜର କରାଯିବ।

ହଷ୍ଟେଲ ସୁରକ୍ଷାକୁ ନେଇ ମୁହଁ ଖୋଲିଲେ ଛାତ୍ରୀ, ଗେଟରେ ପକାଇଲେ ତାଲା

ଆଠଗଡ : କଲେଜ ହଷ୍ଟେଲରେ ସୁରକ୍ଷାକୁ ନେଇ ମୁହଁ ଖୋଲିଲେ ଛାତ୍ରୀ। ଗେଟରେ ତାଲା ପକାଇ ବିକ୍ଷୋଭ କରିବା ସହ ଅଧ୍ୟକ୍ଷଙ୍କ ବିରୋଧରେ ନାରାବାଜି କରିଛନ୍ତି । ଆଠଗଡ ସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହା ବିଦ୍ୟାଳୟର ଛାତ୍ରୀ ନିବାସରେ ଛାତ୍ରୀମାନେ ରାତ୍ରୀ ଜଗୁଆଳୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏବଂ ତାଙ୍କୁ ଦାୟିତ୍ଵରୁ ହଟାଇବା ପାଇଁ ଲିଖିତ ଅଭିଯୋଗ କରିଥିଲେ । ମାତ୍ର କଲେଜ ଅଧ୍ଯକ୍ଷ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି କଲେଜର ମୁଖ୍ଯ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଛାତ୍ରୀ । ହଷ୍ଟେଲରେ ୫୨ ଜଣ ଛାତ୍ରୀ ରହିଥିବାରୁ ଦାୟିତ୍ବ ରେ ଦୁଇଜଣ ରାତ୍ର ଜଗୁଆଳୀ ରହିଛନ୍ତି । ଯାହା ଫଳରେ ଛାତ୍ରୀମାନଙ୍କ ଠାରୁ ଅଧିକ ଆର୍ଥିକ ଟିକସ ଆଦାୟ ହେଉଛି ।  ଅନ୍ୟପଟେ ରାତ୍ର ଜଗୁଆଳ ଜଣଙ୍କ ବିଭିନ୍ନ ସମୟରେ ମଦ୍ୟପାନ କରୁଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ । ଏପରିକି ଜଗୁଆଳଙ୍କ ପୁଅ ଅବାଧରେ ହଷ୍ଟେଲ ମଧ୍ୟରେ ଚଳପ୍ରଚଳ କରୁଥିବାରୁ ଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବା ସହ ରାତ୍ର ଜଗୁଆଳଙ୍କୁ ହଟାଯିବ ବୋଲି କଲେଜର ଅଧ୍ୟକ୍ଷ କହିଛନ୍ତି।

କୁକୁରକୁ ନ୍ୟାୟ ଦେବା ପାଇଁ  ୪ ବର୍ଷ କୋର୍ଟରେ ଲଢିଲେ ମହିଳା ଓକିଲ

ନୂଆଦିଲ୍ଲୀ : ପଶୁ ମାଡ଼ ଖାଇ ମଧ୍ୟ ବିଶ୍ୱସ୍ତ ହୋଇଥାଏ, କିନ୍ତୁ ମଣିଷ ପ୍ରେମ ପାଇବା ପରେ ମଧ୍ୟ ଧୋକା ଦେଇଥାଏ । ଏହି କଥାର ଯଥାର୍ଥ ଏକ ସତ୍ୟଘଟଣାରୁ ଦେଖିବାକୁ ମିଳିଛି । ନିକଟରେ ଦିଲ୍ଲୀର ରିଦମ୍ ଶୀଲ ଶ୍ରୀବାସ୍ତବ  ନାମକ ଜଣେ ଓକିଲ ଦୀର୍ଘ ୪ ବର୍ଷ ଧରି କୋର୍ଟରେ ଲଢି କୋକୋ ନାମକ ଏକ କୁକୁରକୁ ନ୍ୟାୟ ଦେଇଛନ୍ତି । ରିଦମ୍ ଏହି କେଶ୍ ବିଷୟରେ କହିଛନ୍ତି ଯେ, ୨୦୨୦ ଫେବୃୟାରୀରେ ପାହାଡ଼ଗଞ୍ଜର ଜଣେ ବାସିନ୍ଦା ଏକ ମାମଲା ଦାୟର କରିଥିଲେ । ତାଙ୍କ ଅଭିଯୋଗ ଥିଲା କି ସେ ଜଣେ ୭୦ ବର୍ଷୀୟ ଷ୍ଟ୍ରିଟ୍ ଫୁଡ ବିକ୍ରେତା  ତାଙ୍କ କୁକୁର ଉପରେ ଏସିଡ୍ ପକାଇଛନ୍ତି, ଯାହା କୁକୁରଟିର ଆଖି, ମୁହଁ ତଥା ଶରୀରର ଅନ୍ୟ ଅଂଶ ଗୁଡିକୁ ନଷ୍ଟ କରିଦେଇଛି । ଏହା ଛଡା ସେ କୁକୁରକୁ ମାଡ଼ ମାରିବା ଏବଂ ତଡିବା ପାଇଁ ଅନେକ ଥର  ଚେଷ୍ଟା କରିଛନ୍ତି ।

ଆଡଭୋକେଟ୍ ରିଦମଙ୍କ ମତରେ ଏହା ପ୍ରଥମ ମାମଲା ଯେଉଁଥିରେ ପଶୁମାନଙ୍କ ପ୍ରତି ନିର୍ଦ୍ଦୟତା ପାଇଁ ଦଣ୍ଡ ଦିଆଯାଇଛି । ସେ ଆହୁରି କହିଛନ୍ତି ଯେ, ସେ ଦୀର୍ଘ ୪ ବର୍ଷ ଧରି କୌଣସି ଟଙ୍କା ନନେଇ ଏହି ମାମଲା ପାଇଁ କୋର୍ଟରେ ଲଢିଛନ୍ତି ଏବଂ ଏହି ମାମଲାରେ କୌଣସି ପ୍ରକାର ହେଳା ନକରି କୁକୁରକୁ ନ୍ୟାୟ ଦେବାକୁ ସେ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ସେ ନିଷ୍ପତ୍ତି ନେଇଥିଲେ । ପରିଶେଷରେ କୁକୁର କୋକୋକୁ ମିଳିଲା ନ୍ୟାୟ । ଦୋଷୀକୁ ଏକ ବର୍ଷ ଜେଲଦଣ୍ଡ ସହ ୧୦ହଜାର ୫୦୦ଟଙ୍କା ଜୋରିମାନାର ଶୁଣାଇଲେ କୋର୍ଟ । ସୂଚନା ଅନୁଯାୟୀ, ଏହା ପ୍ରଥମ ମାମଲା ଯେଉଁଥିରେ ପଶୁଙ୍କ ଉପରେ କ୍ରୁରତା ପାଇଁ କେହି ଦଣ୍ଡ ପାଇଛନ୍ତି । ଏହି ମାମଲାରେ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ୧୮୬୦ର ଧାରା ୪୨୯ ଏବଂ ୧୯୬୦ର ପଶୁ କ୍ରୁରତା ଅଧିନିୟମର ଧାରା ୧୧(୧) ଅନୁଯାୟୀ  ଏହି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ରିଦମଙ୍କ କହିଛନ୍ତି ଯେ, କୋକୋ ସହ ସେ ଏବେ ବି ଦେଖା ହେବା ପାଇଁ ଯାଆନ୍ତି ଏବଂ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । କିନ୍ତୁ ସେ ଏବେ କୌଣସି ବି ମଣିଷଙ୍କ ପାଖକୁ ଆସିବାକୁ ସେ ଭୟ କରୁଛି, ଯେପରି ମଣିଷଙ୍କ ଉପରେ ତାର ଆଉ ଭରସା  ନାହିଁ ।  ପ୍ରଥମେ ସେ ଭଲ ଭାବେ ଶୁଘିଂ ଚିହ୍ନିବା ପରେ ହିଁ ତାଙ୍କ ପାଖକୁ ଯାଉଛି ।

ନେଟୱର୍କ ପାଇଁ ଫିରିଙ୍ଗିଆ ଠାରୁ ଗୋଛlପଡ଼l ମୁଖ୍ୟ ରାସ୍ତା ଅବରୋଧ

ଫୁଲବାଣୀ : କନ୍ଧମାଳ ଫିରିଙ୍ଗିଆ ବ୍ଲକ କାଶିନିପଦର ଅଞ୍ଚଳରେ ନେଟୱର୍କ ନାହିଁ । ସବୁ ସରକାରୀ ଓ ଅନଲାଇନ କାମ ଠପ୍ । ଡିଜିଟାଲ ସେବା ବିପର୍ଯ୍ୟସ୍ତ। ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ହେଡକ୍ୱାଟର୍ସରେ ଜିଓ ନେଟୱର୍କ ରହିଥିବା ବେଳେ କାଶିନିପଦରରେ ନାହିଁ । ଏଥିପାଇଁ ପଞ୍ଚାୟତ ବାସୀ ବହୁ  ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଏବଂ ଜନପ୍ରତିନିଧି ଧ୍ୟାନ ଦେଉନଥିବାର ଅଭିଯୋଗ ହୋଇଛି । ତେଣୁ ଲୋକେ ତାତିଛନ୍ତି। ଆଜି ସେମାନେ ରାସ୍ତାରୋକ କରିଛନ୍ତି। ପଞ୍ଚାୟତ କାମ, ବ୍ୟାଙ୍କ କାମ, ବିଭିନ୍ନ ଅନଲାଇନ କାମ ହୋଇପାରିନି । ଲୋକେ ବହୁ ସମସ୍ୟା  ଭୋଗୁଛନ୍ତି । ସେପଟେ ଵିକାସିନି ପଦର ଗ୍ରାମରେ ଥିବା BSNL ନେଟୱର୍କ ର ବିଦ୍ୟୁତ୍ ବିଲ୍ ପଇଠ କରାଯାଇନଥିବାରୁ ଅଚଳାବସ୍ଥା । ଆଜି ଉତ୍ତ୍ଯକ୍ତ ଲୋକେ ଫିରିଙ୍ଗିଆ ଠାରୁ ଗୋଛlପଡ଼l କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି  ।  ଯାହାଫଳରେ ଯାତାୟାତ ଠପ ହୋଇ ପଡ଼ିଛି ।

ଆମେରିକାରୁ ଆସିଲା ଆଦାନୀ ଲାଞ୍ଚ କାରବାର ଖବର, ସେୟାର ବଜାରରେ ହଇଚଇ

ନନ୍ଦିଘୋଷ ବ୍ୟରୋ : ଗୁରୁବାର ପୁଣି ଥରେ ସେୟାର ବଜାରରେ ପତନ ଦେଖିବାକୁ ମିଳିଛି  । ସେନସେକ୍ସ- ନିଫ୍ଟି ପୁଣି ଥରେ ତଳକୁ ଖସିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ଇଣ୍ଡେକ୍ସ ସେନସେକ୍ସ ଲାଲ ଖୋଲିଥିଲା । କିଛି ମିନଟ ମଧ୍ୟରେ ୪୦ ପଏଣ୍ଟ ହ୍ରାସ ହୋଇ ୭୭,୧୧୦ ସ୍ତରରେ ପହଞ୍ଚିଲା । ଏହା ସହିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଲିଫ୍ଟି ମଧ୍ୟ ୧୨୪ ପଏଣ୍ଟ ହ୍ରାସ ହୋଇ ୨୩,୩୮୩ ସ୍ତରକୁ ଖସି ଆସିଛି  । ବଜାରରେ କାରବାର ବୃଦ୍ଧି ସହିତ ଏହି ହ୍ରାସ ଦୃତ ଗତିରେ ବଢିବାରେ ଲାଗିଛି । ସେନସେକ୍ସ ୬୦୦ ପଏଣ୍ଟକୁ ହ୍ରାସ ପାଇଛି । ଏହି ସମୟରେ ଭାରତୀୟ ବିଲିୟନେୟାର ଗୌତମ ଆଦାନୀଙ୍କ ସେୟାରରେ ଏକ ବଡ ହ୍ରାସ ଘଟିଛି ।  ଆମେରିକାର ଏକ ଖବର ପରେ ଆାଦାନୀଙ୍କ ସେୟାରରେ ଏହି ହ୍ରାସ ଘଟିଛି । ଯେଉଁଥିରେ ଆଦାନୀଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆସିଛି ।

ଗୁରୁବାର ସେୟାର ବଜାରରେ ଏକ ବଡ ପତନ ଦେଖିବାକୁ ମିଳିଛି  । ବିଏସଇ ସେନସେକ୍ସ ୭୭,୧୧୦ ସ୍ତରରେ ୪୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇ କାରବାର କରୁଥିବା ବେଳେ ୨୩.୩୩୦ ସ୍ତରକୁ ଖସି ଆସିଛି । ମଙ୍ଗଳବାର ଦିନ ଷ୍ଟକ ମାର୍କେଟ ସବୁଜ ହୋଇଥିଲା । ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହୋଇଥିଲା । କିନ୍ତୁ ଶେଷ କାରବାର ସମୟରେ ଏହି ପ୍ରରମ୍ଭିକ ବୃଦ୍ଧିରେ ହଠାତ୍ ପତନ ଘଟିଥିଲା । ୨୩୯.୩୮ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ ୭୭୫୭୮.୩୮ ସ୍ତରରେ ବନ୍ଦ ହୋଇଥିଲା । ସେନସେକ୍ସ ଉଚ୍ଚ ସ୍ତରରୁ ୮୫୦ ପଏଣ୍ଟ ତଳକୁ ଖସିଥିଲା । ନିଫ୍ଟି ୨୩,୫୧୮.୫୦ ସ୍ତରରେ ରହିଲା । ସକଳରେ ୯.୪୦ ମିନଟରେ ଏହାର ପତନ ଆହୁରି ହୋଇଥିଲା । ବିଏସଇ ସେନସେକ୍ସ ୬୪୧.୬୧ କିମ୍ବା ୦.୮୩ ପ୍ରତିଶତ ହ୍ରାସ ସହିତ ୭୬୯୩୫.୭୭ ସ୍ତରରେ କାରବାର କରୁଥିବାର ଦେଖାଗଲା । ଗୁରୁବାର ଷ୍ଟକ ମାର୍ଗେଟ ସହିତ ହୋଇଥିବା ବିଶୃଙ୍ଖଳାରେ ଭାରତୀୟ ବିଲିୟନେୟାର ଗୌତମ ଆଦାନୀଙ୍କ ସେୟାରରେ ଅଧିକ ହ୍ରାସ ପାଇଛି । କିଛି ଷ୍ଟକ ୨୦ ପ୍ରତିଶତ ସ୍ତରକୁ ଖସି ଆସିଛି ।

ଗୌତମ ଆାଦୀଙ୍କ ସେୟାରରେ ହ୍ରାସ ହୋଇଥିବା କଥା ଆମେରିକାରୁ ଆସିଥିବା ଏକ ଖବରରୁ ଜଣାପଡିଛି ।  ଯେଉଁଥିରେ ଆଦାନୀ କମ୍ପାନୀ ବିରୁଦ୍ଧରେ ଚୁକ୍ତିନାମା ପାଇବା ପାଇଁ ମିଛ କହିବା ଓ ଲାଞ୍ଚ ଦେବା ଭଳି ଗୁରୁତର ଅଭିଯୋଗ ଆସିଛି । ଖବର ଅନୁଯାୟୀ, ଗୌତମ ଆଦାନୀ ୨୬୫ ନିୟୁତ ଡଲାର( ପ୍ରାୟ ୨୨୩୬ କୋଟି ଟଙ୍କା) ଲାଞ୍ଚ ଦେଇଥିବା ଓ ତାଙ୍କ କମ୍ପାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ପାଇଁ ଆମେରିକାରେ ସୌର ଶକ୍ତି ପ୍ରକଳ୍ପ ପାଇଁ ଚୁକ୍ତିନାମା ପାଇବାକୁ ଲୁଚାଇଥିବା ଅଭିଯୋଗ ହୋଇଥିଲା ।

ବର୍ତ୍ତମାନ ଆଦାନୀ ଗ୍ରୀନର ବିବୃତ୍ତି ମଧ୍ୟ ଏହି ପ୍ରସଙ୍ଗରେ ଆସିଛି । ଏଥିରେ କୁହାଯାଇଛି ଯେ, ଆମେରିକାର ନ୍ୟାୟ ବିଭାଗ ଏବଂ ଏସଇସି ଆମ ବୋର୍ଡ ସଦସ୍ୟ ଗୌତମ ଆଦାନୀ ଓ ସାଗର ଆଦାନୀଙ୍କ ବିରୋଧରେ ନ୍ୟୁୟର୍କ ପୂର୍ବ ଜିଳ୍ଲାରେ ଆମେରିକା ଡିଷ୍ଟ୍ରିଟ୍ କୋର୍ଟରେ ଅଭିଯୋଗ କରିଛନ୍ତି । ସଦସ୍ୟ ଭିଟେନ ଜେନ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆମର ସହାୟକ କମ୍ପାନୀଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସ୍ତାବିତ ୟୁଏସଡି ନାମିତ ବର୍ଡ ଅଫର ସହିତ ଅଗ୍ରଗତି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ଲୁମବର୍ଗ ଅନୁଯାୟୀ ଆମେରିକାର ଅଭିଯୋଗ ପରେ କମ୍ପାନୀଗୁଡିକ ୬୦୦ ମିଲିୟନ ଡଲାରର ବଣ୍ଡ ବାତିଲ କରିଛନ୍ତି । ଷ୍ଟକ ବଜାର ହ୍ରାସ ଫଳରେ ଖାଲି ଆଶନୀ ଗ୍ରୁପ ନୂହେଁ, ବହୁ ବଡ ବଡ କମ୍ପାନୀଙ୍କ ସେୟାର ମଧ୍ୟ ହ୍ରାସ ହୋଇଛି ।

ଉତ୍ପନ୍ନା ଏକାଦଶୀ ସଂଧ୍ୟାରେ ଏମିତି କଲେ ଋଣରୁ ହୋଇଯିବେ ମୁକ୍ତ

ନନ୍ଦିଘୋଷ ବ୍ୟୁରୋ : ଉତ୍ପନ୍ନା ଏକାଦଶୀ ହିନ୍ଦୁ ଧର୍ମରେ ଗୋଟିଏ ଏକାଦଶୀ । ମାର୍ଗଶୀର ମାସ କୃଷ୍ଣପକ୍ଷ ଏକାଦଶୀକୁ ଉତ୍ପନ୍ନା ଏକାଦଶୀ ଭାବେ ପାଳନ କରାଯାଏ  । ଏହି ଏକାଦଶୀର ମହତ୍ତ୍ବ ରହିଛି କାରଣ ଭଗବାନ ବିଷ୍ଣୁଙ୍କ ଉପାସନା ଏହି ଏକାଦଶୀର ଉତ୍ପତ୍ତି ସହିତ ଜଡିତ । ଶାସ୍ତ୍ରରେ ଏହାକୁ ପ୍ରଥମ ଏକାଦଶୀ ଭାବରେ ଗଣାଯାଏ  । ଚଳିତ ବର୍ଷ ୨୬ ନଭେମ୍ବର ମାସରେ ଉତ୍ପନ୍ନ ଏକାଦଶୀର ବ୍ରତ ପାଳନ କରାଯିବ । ଏହି ଏକାଦଶୀ ଦିନ ବିଶେଷ ପଦକ୍ଷଷପ ଗ୍ରହଣ କରିବା ଆର୍ଥିକ କ୍ଷେତ୍ରରେ ଲାଗ ଦାୟକ ଅଟେ । ଜ୍ୟାତିଷଙ୍କ କହିବାନୁଯାୟୀ, ଏହି ଦିନ କିଛି ନିଆରା ଉପୟ କଲେ ଅର୍ଥିକ ସ୍ଥିତି ଭଲ ରହିବ । ଚଳିତ ବର୍ଷ ଉତ୍ପନ୍ନ ଏକାଦଶୀ ୨୬ ନଭେମ୍ବର ରାତି ୧ ଘଣ୍ଟା ୧ ମିନଟ ଠାରୁ ୨୭ ନଭେମ୍ବର ରାତି ୩ ଘଣ୍ଟା  ୪୭ ମିନଟ ପର୍ଯ୍ୟାନ୍ତ ହେବ । ତେଣୁ ୨୬ ନଭେମ୍ବର ଦିନ ହିଁ ଉତ୍ପନ୍ନା ଏକାଦଶୀ ବ୍ରତ ପାଳନ କରାଯିବ ।

ଆର୍ଥିକ ସଙ୍କଟ ବା ଋଣରୁ ମୁକ୍ତି

ଉତ୍ପନ୍ନା ଏକାଦଶୀ ଦିନ ସଂଧ୍ୟା ସମୟରେ ପୂଜା ସ୍ଥାନରେ ଲାଲ ରଙ୍ଗର ଆସନ ଉପରେ ବସି ଏକ ମାଳା ଧରି ଓଁ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଜପ କରନ୍ତୁ । ଭଗବାନ ବିଷ୍ଣୁଙ୍କୁ ପ୍ରସାଦ ଭାବରେ ହାଲଓ୍ବା ଅର୍ପଣ କରିବା ସହ ଦୀପ ଜାଳନ୍ତୁ ।

ରୋଗରୁ ମୁକ୍ତି ହେବାର ଉପାୟ

ଏହି ଦିନ ସଂଧ୍ୟାରେ ପିପଳୀ ଗଛରେ କଞ୍ଚା କ୍ଷୀର ସହିତ ଜଳ ମିଶାଇ ଡାଳନ୍ତୁ । ଏମିତି କ୍ରମାଗତ ଭାବରେ ୨୧ ଦିନ କରନ୍ତୁ । ପିପଳୀ ଗଛ ମୂଳରୁ ଓଦା ମାଟି ନେଇ କପାଳ ଓ ନାଭିରେ ଲଗାନ୍ତୁ । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଉପାସନା କରିବା ପାଇଁ ଶୁଭ ଦିନ ।

ଶିଘ୍ର ବିବାହ କରିବା ପାଇଁ ଉପାୟ

ଉତ୍ପନ୍ନା ଏକାଦଶୀ ଦିନ ଲାଲ କିମ୍ବା ହଳଦିଆ ରଭ୍ଗର ପୋଷାକ ଧାରଣ କରନ୍ତୁ । ଶାଳଗ୍ରାମକୁ ସ୍ନାନ କରିବା ପରେ ଚନ୍ଦନ ଲଗାଇ ହଳଦିଆ ଆସନରେ ବସାନ୍ତୁ । ତୁଳସୀ ଅର୍ପଣ କରନ୍ତୁ । ଆଉ ତୁମ ବିବାହ ଶିଘ୍ର ହୋଇଯାଉ ବୋଲି ପ୍ରାର୍ଥନା କରନ୍ତୁ ।

ଏକାଦଶୀ ଦିନ ବିଷ୍ଣୁଙ୍କ ଏହି ମନ୍ତ୍ର ଜପ କରନ୍ତୁ

  • ଓଁ ନାରାୟଣାୟ ବିଦ୍ମହେ, ବାସୁଦେବାୟ ଧୀମହି, ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍
  • ଓଁ ବିଷ୍ଣବେ ନମଃ
  • ଓଁ ନମୋ ଭଗବତେ ବସୁଦେବାୟ ନମଃ
  • ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବ

ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କୁ ନିର୍ମମ ହତ୍ୟା

ଆସିକା : ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡା ହାଇସ୍କୁଲ ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ହତ୍ୟା। ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି। ଗତକାଲି ସନ୍ଧ୍ୟାରେ ବାଇକରେ ଅନନ୍ତ ସହ ୨ ଜଣ ଯାଉଥିବା ସମୟରେ ଏକ ବୋଲେରୋ ତାଙ୍କ ପିଛା କରିଥିଲା। ହଠାତ ଅନନ୍ତଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କୁ ଘୋଷlରି ଘୋଷାରି ନେଇ ସଙ୍ଘବଦ୍ଧ ଭାବେ ତାଙ୍କ ମୁଣ୍ଡ ଓ ଦେହକୁ ଶକ୍ତ ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ  ଅନନ୍ତର ମୃତ୍ୟୁ ଘଟିଛି । ଅନ୍ୟ ୨ ଜଣ ଏସବୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଅନନ୍ତ ସହ ଥିବା ୨ ଜଣଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ଖୋଳତାଡ଼ କରୁଛି ପୋଲିସ। ଅନନ୍ତ ନାଁରେ ଗଂଜାମ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୨୫ଟି ଅପରାଧିକ ମାମଲା ରହିଛି।

ବାଙ୍କୀ ଟି ସେତୁ ଉପରେ ପୋଲିସ ଗୋରୁ ମାଫିଆ ମୁହାଁମୁହିଁ

ବାଙ୍କୀ : ଗୋ ଚାଲାଣ ବେଳେ ବାଙ୍କୀ ଟି ସେତୁ ଉପରେ ପୋଲିସ ଗୋରୁ ମାଫିଆ ମୁହାଁମୁହିଁ।  ପରେ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବେଗୁନିଆରୁ ତିଗିରିଆକୁ ଗୋରୁ ଚାଲାଣ ହେଉଥିଲା। ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଅଟକାଇଥିଲା ବୈଦେଶ୍ଵର ପୋଲିସ। ଗାଡ଼ି ଅଟକାଇବାରୁ ପୋଲିସ ଉପରକୁ ଅତର୍କିତ ବୋମାମାଡ଼ କରି ଗୋରୁ ମାଫିଆ ଖସି ପଳାଇବାକୁ ଚେଷ୍ଟା କରୁଥିଲେ। ଫଳରେ  ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଗୋରୁ ଗାଡ଼ି ସହ ୨୬ଟି ଗୋରୁ ଉଦ୍ଧାର କରାଯାଇଛି। କିଛି ଅଫୁଟା ବୋମା ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।