spot_img
Home Blog Page 1332

କଂଗ୍ରେସ ସାଂସଦଙ୍କ ଚେୟାର ତଳୁ ମିଳିଲା ବିଡ଼ା ବିଡ଼ା ଟଙ୍କା, ରାଜ୍ୟସଭାରେ ହଙ୍ଗାମା

ନୂଆଦିଲ୍ଲୀ: ଟଙ୍କା ବିଡ଼ାକୁ ନେଇ ରାଜ୍ୟସଭାରେ ନୂଆ ବିବାଦ । କଂଗ୍ରେସ ସାଂସଦଙ୍କ ଚେୟାର ତଳୁ ଟଙ୍କା ବିଡ଼ା ମିଳିବାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ଶୁକ୍ରବାର ଏହି ଘଟଣା ଦେଖିବାକୁ ମିଳିଛି । କଂଗ୍ରେସ ନେତା ଅଭିଷେକ ମନୁ ସିଂଭିଙ୍କ ଚେୟାର ତଳୁ ଏହି ଟଙ୍କା ମିଳିଥିବା ଜଣାପଡ଼ିଛି । ରାଜ୍ୟସଭାର ସଭାପତି ଜଗଦୀପ ଧନଖଡ ଏହାକୁ ଗମ୍ଭିର ଘଟଣା କହିଛନ୍ତି ।

ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ମୁଁ ଭାବୁଥିଲି ଏଲଓପି ଜଣେ ବରିଷ୍ଠ ନେତା । ସେ କହିବେ, ମାମଲାର ଯାଞ୍ଚ ହେବା ଦରକାର । ହେଲେ ସେ ଏମିତି କିଛି କହିଲେନି । ତେବେ ମୁଁ ଚାହୁଁଛି ଘଟାଣାର ତଦନ୍ତ ହେବା ସହ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବା ଆବଶ୍ୟକ । ଏହାପୂର୍ବରୁ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ, ସଭାପତି ଏହି ମାମଲାର ଯାଞ୍ଚ ହେବା ଆବଶ୍ୟକ ।

ଧନଖଡ କହିଛନ୍ତି, ଗତକାଲି ସଂସଦ ସରିବା ପରେ ସୁରକ୍ଷା କର୍ମୀ ମୋତେ ଏ ନେଇ ସୂଚନା ଦେଇଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଥିଲା, ସିଠ ନମ୍ବର ୨୨୨ରେ ଟଙ୍କା ମିଳିଛି । ଏହି ସିଟ୍ ତେଲେଙ୍ଗାନା ସାଂସଦ ଅଭିଷେକ ମନୁ ସିଂଭିଙ୍କୁ ପ୍ରଦାନ କରାଯାଇଛି । ନୀୟମ ଅନୁସାରେ ଏହି ଘଟଣାର ଯାଞ୍ଚ କରାଯାଉଛି ।

ପୋଲାଭରମ ପାଇଁ ବିଜେଡି ଲଢୁଥିଲା, ଆଗକୁ ବି ଲଢ଼େଇ ଜାରି ରଖିବ: ନବୀବ

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶା ବିଧାନସଭାରେ ହଙ୍ଗାମା । କଂଗ୍ରେସ ସଦସ୍ୟ ଏହି ପ୍ରସଙ୍ଗରେ ହଙ୍ଗାମା କରିଥିବା ବେଳେ ନବୀନ ପଟ୍ଟନାୟକ ବି ପ୍ରତିକ୍ରିୟା ରଖିଛନ୍ତି ।

ପୋଲାଭରମକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି ଆଗରୁ ଲଢ଼େି କରୁଥିଲା । ଆଉ ଆଗକୁ ବି ଏହି ଲଢ଼େଇ ଜାରି ରହିବ ।

ସୂଚନାଯୋଗ୍ୟ, ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ପୋଲାଭରମ୍ ପ୍ରସଙ୍ଗ ଉଠାଇବା ସହ ମୁଲତବୀ ପ୍ରସ୍ତାବ ଆଣିଥିଲା । ଏହାକୁ ବାଚସ୍ପତି ଗ୍ରହଣ ନକରିବାରୁ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ଫଳରେ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ ।

ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ମହାମହିମ ରାଷ୍ଟ୍ରପତି, ସ୍ବାଗତ ପାଇଁ ଜନ୍ମମାଟିରେ ବ୍ୟାପକ ପ୍ରସ୍ତୁତି

ବାରିପଦା: ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆଜିଠାରୁ ଯାଉଛନ୍ତି ମହାମହମିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ନିଜ ଜନ୍ମମାଟିକୁ ବି ଯିବେ ରାଷ୍ଟ୍ରପତି । ଆଜି ଓ ଆସନ୍ତାକାଲି ଦୁଇ ଦିନରେ ସେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

ଆଜି ପୂର୍ବାହ୍ନ ୧୧ ଟା ୧୫ରେ ସେ କଲେଇକୁଣ୍ଡା ଏୟାରଷ୍ଟ୍ରିପରୁ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ଅସ୍ଥାୟୀ ହ୍ୟାଲିପେଡରେ ଅବତରଣ କରିବେ । ତାଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହୋଇଛି ଜନ୍ମମାଟି ।

ରାଇରଙ୍ଗପୁର ଓ ବାଙ୍ଗିରିପୋଷିଠାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । ୧୧ଟା ୩୫ ମିନିଟ୍ ସମୟରେ ମହାମହିମ କୁସୁମୀ ବ୍ଲକ ଅନ୍ତର୍ଗତ ନିଜର ଜନ୍ମସ୍ଥାନ ଉପରବେଡା ଗ୍ରାମରେ ପହଞ୍ଚିବେ । ସେଠାରୁ କମଳା ବିମଳା ହାଇସ୍କୁଲ ପରିସରରେ ସ୍ଥାନୀୟ ଯୁବକମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏହାପରେ ୧୨ ଟା ୨୫ ମିନିଟରେ ନିଜ ପୈତୃକ ଘରକୁ ଯାଇ ଆତ୍ମୀୟ ସ୍ଵଜନଙ୍କୁ ଭେଟିବେ ।

ପରେ ରାଇରଙ୍ଗପୁର ହସ୍ପିଟାଲ ଯାଇ ସେଠାରେ ଏକ ଆମ୍ବୁଲାନ୍ସ ହସ୍ତାନ୍ତରର ଲୋକାର୍ପଣ କରିବେ ମହାମହିମ । ପରେ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହ ସନ୍ଧ୍ୟାରେ ରାଇରଙ୍ଗପୁର ସହରରେ ଥିବା ପୁଣ୍ୟେଶ୍ୱର ମନ୍ଦିର ଆଳତିରେ ଯୋଗ ଦେବେ । ରାଇରଙ୍ଗପୁରରେ ରାତ୍ରୀ ଯାପନ କରିବେ ରାଷ୍ଟ୍ରପତି ।

ଆସନ୍ତାକାଲି ସକାଳ ୧୦ଟା ୪୫ ମିନିଟରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଏକ ସାଧାରଣ ସଭାରେ ସେ ଯୋଗ ଦେବେ ଓ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିରେ ରହିଛି ୩ଟି ରେଳ ପ୍ରକଳ୍ପ । ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଢାମରା-ଚାକୁଳିଆ ଏବଂ ବାଦାମ ପାହାଡ଼-କେଉଁଝରଗଡ ନୂତନ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ରାଇରଙ୍ଗପୁରରେ ଏକ ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର, ଏୟାର ଷ୍ଟ୍ରିପ ଓ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାର ପରିବର୍ଦ୍ଧିତ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମସ୍ତ ଶିଳାନ୍ୟାସ କାର୍ଯ୍ୟକ୍ରମ ମହାମହିମ ରାଷ୍ଟ୍ରପତି ଭର୍ଚୁଆଲ ମୋଡରେ କରିବେ ।

ସେହିପରି ମୟୂରଭଞ୍ଜ ଗସ୍ତରେ ଯିବା ପୂର୍ବରୁ ଭୁବନେଶ୍ଵର ଏଜିଛକ ସ୍ଥିତ ଡାକ୍ତର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ମହାମହିମ ରାଷ୍ଟ୍ରପତି । ଏହା ପରେ କଡା ସୁରକ୍ଷା ବଳୟରେ ସେ ବିମାନବନ୍ଦର ଯାଇଥିଲେ । ସେଠାରୁ ସେ ନିଜ ଜନ୍ମମାଟି ଗସ୍ତରେ ବାହାରିଛନ୍ତି । ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ରଘୁବର ଦାସ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଶିକ୍ଷା ଓ ସାଂସ୍କୃତି ମନ୍ତ୍ରୀ ମଧ୍ୟ ଆମ୍ଵେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ବିଧାନସଭାରେ ପୋଲାଭରମ ତାତି; ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିଧାନସଭାରେ ପୋଲାଭରମ ତାତି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଉଠାଇଲା ପୋଲାଭରମ୍ ପ୍ରସଙ୍ଗ । ଆଣିଥିଲା ମୁଲତବୀ ନୋଟିସ୍ । ଏହାକୁ ବାଚସ୍ପତି ଗ୍ରହଣ ନକରିବାରୁ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ଫଳରେ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ ।

କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯାଇଥିବା ବେଳେ ବାଚସ୍ପତି ଏହାକୁ ଗଅହଣ ନକରି ପ୍ରଶ୍ନୋତ୍ତର ଚାଲୁ ରଖିଥିଲେ । ଏହାର ପ୍ରତିବାଦରେ ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ । ରାଜ୍ୟର ସ୍ଵାର୍ଥ କଥା କହି ବାଚସ୍ପତିଙ୍କ ପୋଡିୟମ ତଳେ ହଟ୍ଟଗୋଳ କରିଥିଲେ ।

ହିନ୍ଦୀରେ ‘ପୁଷ୍ପା-୨’କୁ ବଡ଼ ଓପନିଂ: ଶାହରୁଖଙ୍କୁ ପଛରେ ପକାଇଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାରା ଦେଶରେ ଏବେ ଅଲ୍ଲୁ ଅର୍ଜୁନ ଷ୍ଟାରର ‘ପୁଷ୍ପା-୨’ର କ୍ରେଜ୍ । ପିଲାଠୁ ବୟସ୍କ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଝୁକେଗା ନେହିଁ ସାଲା । ଏହି ଷ୍ଟାଲିରେ ନ ଝୁକି ପ୍ରଥମ ଦିନରୁ ମାଡ଼ି ଚାଲିଛି ପୁଷ୍ପା-୨ । ଆଉ ବଡ଼ କଥା ହେଲା, ହିନ୍ଦୀ ଭାଷାଭାଷି ଅଞ୍ଚଳରେ ଧମାକାଦାର ଓପନିଂ କରିଛି ଏହି ଫିଲ୍ମ । ଖାଲି ଧମାକାଦାର ଓପନିଂ କରିନାହିଁ, ପ୍ରଥମ ଦିନ କଲେକ୍ସନରେ ବଲିଉଡ଼ର ବଡ଼ କଲେକ୍ସନ ଏପରିକି ଶାହରୁଖଙ୍କ ଯବାନକୁ ବି ପଛରେ ପକାଇ ଦେଇଛି ।

ପୁଷ୍ପା-୨ର ଧମାକା

ଫିଲ୍ମକୁ ହିନ୍ଦୀରେ ଯେମିତି ଆଡଭାନ୍ସ ବୁକିଂ ମିଳିଥିଲା, ଲାଗୁଥିଲା ଏହା ବଲିଉଡ଼ର ଟପ୍ ଓପନିଂ ରେକର୍ଡକୁ ଭାଙ୍ଗି ଦେଇପାରେ । ଆଉ ଏହା ସତ ମଧ୍ୟ ହୋଇଛି । ଅଲ୍ଲୁଙ୍କୁ ହିନ୍ଦୀ ଭାଷାଭାଷି ଅଞ୍ଚଳର ଦର୍ଶକ ଯେଉଁ ଭଲ ପାଇବା ଦେଇଛନ୍ତି, ତାହା ଏହି ଫିଲ୍ମକୁ ଐତିହାସିକ ବନାଇ ଦେଇଛି ।

ଗତକାଲି ଗୁରୁବାର ଏହା ରିଲିଜ ହୋଇଥିବା ବେଳେ ବିହାର, ଗୁଜରାଟ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ପରି ହିନ୍ଦୀ ଭାଷାଭାଷି ରାଜ୍ୟରେ ଏମିତି ସଫଳତା ମିଳିଛି, ଯାହା ବଲିଉଡ଼ ଫିଲ୍ମକୁ ବି ମିଳିନି । ଟ୍ରେଡ ରିପୋର୍ଟ ଅନୁସାରେ ଅନୁମାନ କରାଯାଉଛି, ପୁଷ୍ପା-୨ର ହିନ୍ଦୀ ଭର୍ସନକୁ ପ୍ରଥମ ଦିନରେ ୬୬ରୁ ୬୮ କୋଟି ଟଙ୍କାର କଲେକ୍ସନ ମିଳିଛି । ଫାଇନାଲ ରିପୋର୍ଟ ଆସିବା ପରେ ଏହା ୭୦ କୋଟି ବି ଛୁଇଁପାରେ ।

ହିନ୍ଦୀରେ ଅଲ୍ଲୁ ଅର୍ଜୁନଙ୍କ ରେକର୍ଡ

ହିନ୍ଦୀରେ ଏବେ ସୁଦ୍ଧା ଓପନିଂ କଲେକ୍ସନ ରେକର୍ଡ କିଙ୍ଗ ଖାନ ଶାହରୁଖଙ୍କ ନାଁରେ ରହିଥିଲା । ଗତବର୍ଷ ରିଲିଜ ହୋଇଥିବା ଶାହରୁଖ ଷ୍ଟାରର ‘ଯବାନ’ ପ୍ରଥମ ଦିନରେ ୬୫.୫ କୋଟି ଟଙ୍କା କଲେକ୍ସନ କରିଥିଲା । ହେଲେ ପୁଷ୍ପା-୨ର ରୋଜଗାରକୁ ଦେଖିଲେ ଅନୁମାନ କରାଯାଉଛି ଅଲ୍ଲୁ ଅର୍ଜୁନ ଶାହରୁଖଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୭ରେ ଆସିଥିବା ପ୍ରଭାସ ଷ୍ଟାରର ‘ବାହୁବଳି-୨’ ୪୧ କୋଟି ଟଙ୍କାର ଓପନିଂ କଲେକ୍ସନ କରିଥିଲା । ସେହିପରି ୨୦୨୨ରେ ‘କେଜିଏଫ-୨’ର ହିନ୍ଦୀ କଲେକ୍ସନ ୫୪ କୋଟି ହୋଇଥିଲା ।

ସଂସଦରେ ଆଜି ଦେଖିବାକୁ ମିଳିପାରେ ଆଦାନୀ ତାତି

ନୂଆଦିଲ୍ଲୀ: ସଂସଦରେ ଥମୁନି ଆଦାନୀ ଲାଞ୍ଚ କାରବାର ତାତି । ଏହି ପ୍ରସଙ୍ଗକୁ ନେଇ ଆଜି ପୁଣି ସରଗରମ ହୋଇପାରେ ଉଭୟ ଗୃହ । ଆଦାନୀ ଲାଞ୍ଚ କାରବାର, ଉତ୍ତରପ୍ରଦେଶ ସମ୍ଭଲ ହିଂସା ପ୍ରସଙ୍ଗରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ।

ଶିଳ୍ପପତି ଆଦାନୀଙ୍କୁ ଗିରଫ ଦାବିରେ ଅଡି ବସିଛି ବିରୋଧୀ କଂଗ୍ରେସ । ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଅନ୍ୟ ସାଂସଦ ଜୋରଦାର ହଟ୍ଟଗୋଳ କରିଥିଲେ । ଗୃହରେ ହଙ୍ଗାମା କରିବା ସହ ସମ୍ଭଲ ଓ ଆଦାନୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ଆସୁଛନ୍ତି । ତେବେ ସରକାର ଏ ଦୁଇ ପ୍ରସଙ୍ଗରେ ଆଲୋଚନା କରିବାକୁ ଅମଙ୍ଗ । ଲଗାତାର ନବମ ଦିନ ପାଇଁ ସଂସଦରେ ଅଚଳାବସ୍ଥା ଦେଖାଦେଇଥିଲା ।

କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳର ସାଂସଦ ସଂସଦ ଭବନ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ଆଦାନୀ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ଚାହୁଁ ନଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ବିଧାନସଭା ଅଧିବେଶନ: ବିଭିନ୍ନ ପ୍ରସଙ୍ଗ ନେଇ ଆଜି ବି ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ବର: ଚାଲିଛି ଓଡ଼ିଶା ବିଧାନସଭା । ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ବିଜେପିକୁ ଘେରି ଆସିଛନ୍ତି । ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହରେ ତାତି ଦେଖିବାକୁ ମିଳିପାରେ ।

ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, କ୍ରୀଡା ଓ ଯୁବକଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରଶ୍ନକାଳ ରହିଛି l ଶୂନ୍ୟକାଳରେ ପୋଲାଭରମ, ଓଡ଼ିଆ ଅସ୍ମିତା, ଆଦିବାସୀ ରାଜ୍ୟରେ ଅସୁରକ୍ଷିତ ସହ ଦରଦାମ୍ ପ୍ରସଙ୍ଗକୁ ଉଠାଇପାରନ୍ତି ବିରୋଧୀ ।

ସେହିପରି ଶାସକ ଦଳ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପାରନ୍ତି । ଆଜି ବିରୋଧୀଙ୍କ ପକ୍ଷରୁ ମୂଲତବୀ ପ୍ରସ୍ତାବ ଦିଆଯିବ । ଯାହାକୁ ନେଇ ଗୃହରେ ଶାସକ ଓ ବିରୋଧୀ ମୁଁହାମୁହିଁ ହୋଇପାରନ୍ତି l

ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ବିଲରେ ଫିଙ୍ଗି ଦେଲେ

ଲଇକେରା: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା । ହତ୍ୟା ପରେ କ୍ଷେତରେ ଫିଙ୍ଗି ଦେଲେ ଦୁର୍ବୃତ୍ତ । ଘଟଣା ଘଟିଛି ଲଇକେରା ଥାନା କୁଲେମୁରା ସାଲେଟିକ୍ରା ଗାଁରେ । ମୃତକ ହେଉଛନ୍ତି ସେହି ଗାଁର ରଜତ ରାଜହଂସ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ହତ୍ୟା ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ରଜତଙ୍କ ଶରୀରରେ ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି ।

ସୂଚନାଯୋଗ୍ୟ, ରଜତ ଗତକାଲି ସକାଳୁ ଛକକୁ ଯାଇଥିଲେ । ସେଠାରେ ଜ‌ଣେ ବ୍ୟକ୍ତିଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା । ପରେ ଉକ୍ତ ବ୍ୟକ୍ତିଙ୍କ ପୁଅ ଓ କିଛି ସାଙ୍ଗ ଆସି ରଜତଙ୍କୁ ଏକ ଫର୍ମ ହାଉସକୁ ଟେକି ନେଇ ମାରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

ବାପା ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣା; ବୋହୂ ପରେ ପୁଅ ମୃତ

ବାଙ୍କୀ: କଟକ ଜିଲ୍ଲା ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ବାପା ପୁଅବୋହୂଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ବୋହୂଙ୍କ ମୃତ୍ୟୁ ଘଟିଥିଲା ।

ସୂଚନାଯୋଗ୍ୟ, ଟଙ୍କା ନଦେବାରୁ ଗତ ଶନିବାର ଦୀନବନ୍ଧୁଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ତାଙ୍କ ବାପା ଗୋବର୍ଦ୍ଧନ ରାଉତ । ସ୍ଵାମୀଙ୍କୁ ବଞ୍ଚାଇବାକୁ ଯାଇ ବୋହୂ ସସ୍ମିତା ମଧ୍ୟ ପୋଡ଼ି ହୋଇଯାଇଥିଲେ ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଘଟଣାର ପରଦିନ ଅର୍ଥାତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କ ମୃତ୍ୟୁ ଘଟିଥିଲା । ଆଉ ଜୀବନ ସହ ସଂଗ୍ରାମ କରୁଥିବା ଦୀନବନ୍ଧୁ ଗତରାତିରେ ଆଖି ବୁଜିଛନ୍ତି ।

ପୁଣି ଫେରିଲା ଜାଡ଼, ଆଜିଠୁ ବଢ଼ିବ ଶୀତ

ଭୁବନେଶ୍ବର: କିଛି ଦିନର ବିରତି ପରେ ଆଜିଠୁ ପୁଣି ଶୀତ ଅନୁଭବ ହେବ । ଉପାନ୍ତରୁ ଉପକୂଳ ସବୁଠି ୨ରୁ ୪ ଡିଗ୍ରୀ ପାରଦ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ବୋଲି ଆକଳନ କରାଯାଇଛି ।

ବାତ୍ୟା ଫେଙ୍ଗଲ ପ୍ରଭାବରେ ରାଜ୍ୟର ଉପକୂଳ ଏବ ଦକ୍ଷିଣ ଓଡିଶାର କୋହଲା ପାଗ ସହ ହାଲୁକା ବର୍ଷା ଲାଗି ରହିଥିଲା । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗର ପ୍ରଭାବ ନ ଥିବା ବେଳେ ଆଜି ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ମଧ୍ୟ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି । ୭ ତାରିଖରୁ ୯ ତାରିଖ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା କମିବ ।