spot_img
Home Blog Page 1334

ବାଣ ଫୁଟାଇ, ବାଜା ବଜାଇ ପ୍ରିୟ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ସାନଖେମୁଣ୍ଡି: ଗୁରୁ-ଛାତ୍ର ପରମ୍ପରାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ଗାଁରେ । ରାଧାକୃଷ୍ଣ ବିଦ୍ୟାପୀଠର ଶିକ୍ଷକ ପ୍ରସନ୍ନ କୁମାର ତ୍ରିପାଠୀଙ୍କୁ ନିଆରା ପରମ୍ପରାରେ ବିଦାୟୀ ସମ୍ବର୍ଦ୍ଧନା ଜଣାଇଛନ୍ତି ଛାତ୍ରଛାତ୍ରୀ । ସାମିଲ ହୋଇଛନ୍ତି ପୂର୍ବତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ । ବାଣ ଫୁଟାଇ, ବାଜା ସାଙ୍ଗକୁ ଡିଜେ ବଜାଇ ପଟୁଆରରେ ଦେଇଛନ୍ତି ବିଦାୟ ସମ୍ଵର୍ଦ୍ଧନା । ପୂର୍ବତନ ଛାତ୍ରଛାତ୍ରୀ ସାରଙ୍କୁ ସ୍କୁଟି ସହ ସୁନା ମୁଦି ଏଲଇଡି ଟିଭି ଭଳି ଉପହାର ଦେଇଛନ୍ତି ।

ଦୀର୍ଘ ୩୮ ବର୍ଷ ଶିକ୍ଷକତା ଭିତରେ ସେ କେବଳ ଅନେକ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ବଡ କରିନାହାଁନ୍ତି । ସେ ଛାତ୍ରଛାତ୍ରୀଙ୍କୁ ନୈତିକତା ମାନବିକତା ଓ ମଣିଷ ପଣିଆ ଶିଖାଉଥିଲେ । ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରିୟ ପାତ୍ର ଥିଲେ ପ୍ରସନ୍ନ । ତେଣୁ ସାରଙ୍କ ଅବସରକାଳୀନ ସଭାରେ ଛାତ୍ରଛାତ୍ରୀଙ୍କ ସମେତ ପୂର୍ବତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଏକାଠି ହୋଇ ନିଆରା କାର୍ଯ୍ଯକ୍ରମ କରିଥିଲେ । ମଞ୍ଚ ଉପରେ ସମସ୍ତେ ସାରଙ୍କୁ ଉପହାର ଦେଇଥିଲେ । ସୁନା ମୁଦି, ସ୍କୁଟି, ଏଲଇଡି ଟିଭି, ଗ୍ରାଇଣ୍ଡର, ବ୍ୟାଗ ଭଳି ଅନେକ ଦୈନନ୍ଦିନ ସାମଗ୍ରୀ ସାମଗ୍ରୀ ସାରଙ୍କୁ ପ୍ରଦାନ କରାଯାଇଛି ।

ପ୍ରସନ୍ନ ସାରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପରେ ସାରଙ୍କୁ ନେଇ ଗାଁ ପରିକ୍ରମା କରାଇଥିଲେ ଛାତ୍ରଛାତ୍ରୀ । ସାହି ସାହିରେ ଶିକ୍ଷକଙ୍କ ଉପରେ ପୁଷ୍ପ ବର୍ଷା ସାଙ୍ଗକୁ ସାରଙ୍କ ବେକରେ ଟଙ୍କା ମାଳ ପକାଇଥିବା ଦୃଶ୍ଯ ଦେଖିବାକୁ ମିଳିଥିଲା । ପ୍ରସନ୍ନ ସାରଙ୍କ ଅବସରକାଳୀନ ନିଆରା ସମ୍ଵର୍ଦ୍ଧନା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଙ୍ଗକୁ ଗୁରୁ ଶିଷ୍ୟର ପରମ୍ପରାରେ ଉଦାହରଣ ପାଲଟିଛି ।

ଆରମ୍ଭରୁ ଅବ୍ୟବସ୍ଥା: ମଣ୍ଡି ଖୋଲିଲା, ଟୋକନ ଆସି ନଥିବାରୁ ଚିନ୍ତାରେ ଚାଷୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ ହୋଇଛି ଧାନକିଣା । ହେଲେ ଆରମ୍ଭରୁ ଦେଖିବାକୁ ମିଳିଛି ଅବ୍ଯବସ୍ଥା । ମଣ୍ଡି ଖୋଲି ବସିଛନ୍ତି କର୍ମଚାରୀ । ହେଲେ ଟୋକନ ଆସି ନଥିବାରୁ ମଣ୍ଡିକୁ ଆସୂନାହାନ୍ତି ଚାଷୀ । ଏହାସହ ଟୋକନ ମିଳିବାରେ ବିଳମ୍ବକୁ ନେଇ ବଢ଼ିଛି ଚାଷୀଙ୍କ ଚିନ୍ତା । ଅନ୍ଯପଟେ କିଛି ଚାଷୀ ଦଲାଲଙ୍କୁ ଧାନ ବିକ୍ରି ଅଭାବୀ ବିକ୍ରିର ଶିକାର ହୋଇଥିବା ହୋଇଛି ଅଭିଯୋଗ ।

ସାଧାରଣତଃ ନୂଆଁଖାଇ ପରେ ଜିଲ୍ଲାରେ ଅଧିକାଂଶ ଚାଷୀ ଧାନ ଅମଳ କରିଥାନ୍ତି । ଚାଷୀ ବର୍ଷକର ପରିଶ୍ରମ ଗଚ୍ଛିତ କରି କେବେ ମଣ୍ଡି ଖୋଲିବ ବୋଲି ଚାହିଁ ବସିଥିଲେ । ହେଲେ ଧାନ କିଣା ଆରମ୍ଭରୁ ଅବ୍ଯବସ୍ଥା ନେଇ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଲାଣି । ଅନ୍ୟପଟେ ମଣ୍ଡି ଖୋଲିବା ବିଳମ୍ବ ସହ ଟୋକନ ଟେନସନର ଫାଇଦା ନେବାକୁ ବସିଲେଣି ଅସାଧୁ ଧାନ ବ୍ୟବସାୟୀ ଓ ମିଲର୍ସ । ସମସ୍ତ ମଣ୍ଡିରେ ଯେପରି ସୁରୁଖୁରରେ ଧାନ କିଣାଯାଇ ପାରିବ ସେନେଇ ଜିଲ୍ଲାପାଳ ସୂଚନା ଦେଇଥିଲେ । କିନ୍ତୁ ଟୋକନ ଟେନସନ ଯୋଗୁଁ ଗୋଟିଏ ବି ମଣ୍ଡିରେ ଧାନ କିଣା ଯାଇପାରିନାହିଁ I ମଣ୍ଡିରୁ ଧାନ ଉଠାଇବାକୁ ମିଲର୍ସ ମଧ୍ଯ ଅରାଜି ଥିବା ଦେଖାଦେଇଛି । ଯାହାଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଖରିଫ ଚାଷ ପାଇଁ ବଲାଙ୍ଗୀର ଜିଲ୍ଲାରେ ୯୫ ହଜାର, ୮୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ୧୭୬ଟି ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ୩୪ ଲକ୍ଷ ୯ ହଜାର ୭୩ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ଯ ରଖିଛନ୍ତି ରାଜ୍ୟ ସରକାର । ଯେଉଁଥି ପାଇଁ ୧୫୮ ପ୍ଯାକ୍ସ ଓ ୧୮ଟି ଏସଏଚଜିକୁ ଧାନ ସଂଗ୍ରହ ପାଇଁ ଦାୟିତ୍ଵ ଦିଆଯାଇଛି । କ୍ବିଣ୍ଟାଲ ପ୍ରତି ଧାନର ସର୍ବନିମ୍ନ କ୍ରୟ ମୂଲ୍ୟ ୨୩୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୮ ଶହ ଟଙ୍କା ରାଜ୍ୟ ସରକାର ଚାଷୀଙ୍କୁ ପ୍ରଦାନ କରିବେ । ହେଲେ ବଲାଙ୍ଗୀର ଜିଲ୍ଲାରେ ଭିତ୍ତିଭୂମିର ଅଭାବ ସାଙ୍ଗକୁ ପ୍ଯାକ୍ସ ଓ ଏସଏଚଜି ମହିଳାଙ୍କ ନିକଟରେ ଅନେକ ଅବ୍ୟବସ୍ଥା ଦେଖାଦେଇଛି । ଚାଷୀଙ୍କୁ ଟୋକନ ମିଳି ନଥିବା ବେଳେ ଚାଷୀଙ୍କ ଧାନ ଅମଳ ହୋଇ ଖଳାରେ ପଡିଥିବାରୁ ଚାଷୀଙ୍କୁ ଚିନ୍ତା ଘାରିଛି ।

ସେହିପରି ଜିଲ୍ଲାର ୧୫୮ ପ୍ଯାକ୍ସରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ୧୮ଟି ଏସଏଚଜିରେ ସିସିଟିଭି କ୍ୟାମେରା ଲଗାଯାଇ ନାହିଁ । ୧୨୪ଟି ପ୍ଯାକ୍ସର ନିଜସ୍ଵ ଗୃହ ଥିବାବେଳେ ୩୪ଟି ପ୍ଯାକ୍ସ ଭଡାରେ ଚାଲିଛି । ଧାନ ଗଛିତ ରଖିବା ପାଇଁ ବିଭିନ୍ନ ପେସ୍କରେ ଗୋଦାମ୍ ନଥିବା ଅଭିଯୋଗ ହୋଇଛି ।

ମହାରାଷ୍ଟ୍ରରେ ଆରମ୍ଭ ହେଲା ଫଡନାବିସ ଶାସନ 3.0

ମୁମ୍ବାଇ: ସମସ୍ତ କଳ୍ପନା ଜଳ୍ପନା ଓ ଟଣାଓଟରାର ଅନ୍ତ । ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ୍ । ଏହାସହ ସେ ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ମୁମ୍ବାଇ ଆଜାଦ ମୈଦାନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ତାଙ୍କୁ ଶପଥ ପାଠ କରାଇଛନ୍ତି ।

ଏହାସହ ଶିବସେନା (ସିନ୍ଦେ) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଏନସିପି (ଅଜିତ) ମୁଖ୍ୟ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ ।

ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଇ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଫଡନବିସଙ୍କ ଶପଥ ଗ୍ରହଣ ଉତ୍ସବରେ ସାମି ହୋଇଥିଲେ ।

ସେହିପରି ଶପଥ ଗ୍ରହଣ ସମାରୋହରେ, କ୍ରିକେଟର ଭଗବାନ ସଚିନ, କିଙ୍ଗ ଖାନ ଶାହରୁଖ, ଭାଇଜାନ ସଲମାନ ଏବଂ ସଞ୍ଜୟ ଦତ୍ତ ଭଳି ସେଲିବ୍ରିଟ ସାମିଲ ହୋଇଥିଲେ । ସେହିଭଳି ଶିଳ୍ପ ଜଗତରୁ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ପୋଲିସର ଗୁଣ୍ଡାରାଜ ! ଗ୍ୟାରେଜରେ ପଶି ମିସ୍ତ୍ରୀ ଓ ହେଲପରକୁ ପିଟିଲେ

କେନ୍ଦୁରଝ: କେନ୍ଦୁଝର ଯଶିପୁର ଥାନା ଟଙ୍ଗାବିଲାରେ ପୋଲିସର ଗୁଣ୍ଡାରାଜ ଅଭିଯୋଗ । ଗୋଟିଏ ଗ୍ଯାରେଜରେ ପଶି ମାଲିକ କୁଆଡେ ଗଲେ ପଚାରିବା ସହ ମିସ୍ତ୍ରୀ ଓ ହେଲପରଙ୍କୁ ମାଡ଼ ମାରି କଲେ ଲହୁଲୁହାଣ । କଚାଡି ଭାଙ୍ଗି ଦେଲେ ମୋବାଇଲ ।

ସୂଚନାଯୋଗ୍ୟ, କେନ୍ଦୁଝର ଅଞ୍ଚଳରେ ଏକ ଟ୍ରକ ଚୋରି ଅଭିଯୋଗରେ କେନ୍ଦୁଝର ସଦର ଥାନା ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ଯଶୀପୁର ଥାନା ଟଙ୍ଗାବିଲାର ଶ୍ରୀରାମ ବଡି ବିଲଡର ଗ୍ୟାରେଜରେ ପଶିଥିଲେ । ଗ୍ୟାରେଜର ମିସ୍ତ୍ରୀ ଓ ହେଲ୍ପରମାନଙ୍କୁ ମାଲିକ କୁଆଡେ ଗଲା ବୋଲି ପଚାରିଥିଲେ । ମାଲିକ ନାହାନ୍ତି କହିବାରୁ କାଠ ଫାଳିଆ ଓ ପାଇପ ସାହାଯ୍ୟରେ ସେମାନଙ୍କୁ ପୋଲିସ ଟିମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଡ ମାରି ସାରିବା ପରେ ଅନ୍ୟ ଏକ ବଡି ବିଲଡର ଗ୍ୟାରେଜକୁ ଯାଇ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ l

ସେତିକିରେ ମନ ନବୁଝିବାରୁ ପରେ ପୁଣି ଥରେ ଶ୍ରୀରାମ ବଡି ବିଲଡର ଗ୍ୟାରେଜକୁ ଫେରିଥିଲେ । ସେତିକିବେଳେ ବଡ଼ି ବିଲଡର ଗ୍ୟାରେଜର କର୍ମଚାରୀ ଓ ଲୋକମାନେ ପୋଲିସକୁ ଅଟକାଇ ବିନା କାରଣରେ କାହିଁକି ମାଡ ମାରିଲ ବୋଲି ପ୍ରଶ୍ନ କରିଥିଲେ l ପୋଲିସ ସହ ଯୁକ୍ତିତର୍କ କରିବାରୁ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ପୋଲିସ ଗାଡ଼ିରେ ବିଅର ବୋତଲ ମଧ୍ୟ ଦେଖିବାକୁ ପାଇଥିଲେ ଲୋକେ l ସମ୍ପୃକ୍ତ ଘଟଣାକୁ ନେଇ ଗ୍ୟାରେଜ ମାଲିକଙ୍କ ଲିଖିତ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ଯଶୀପୁର ପୋଲିସ l

ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପାଇଁ କି ପଦକ୍ଷେପ ନେଇଛ: ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ସଂସଦରେ ଉଠିଲା ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପ୍ରସଙ୍ଗ । ବିଜେଡି ସାଂସଦ ମାନସ ମଙ୍ଗରାଜ ଏହି ପ୍ରସଙ୍ଗ ଉଠାଇବା ସହ ପଚାରିଛନ୍ତି, ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କି ପଦକ୍ଷେପ ନିଆଯାଇଛି ? ଏହାସହ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଅଧିକ ଗବେଷଣା ପାଇଁ କେନ୍ଦ୍ର ସରକାର କେଉଁ ପ୍ରକାର ସହଯୋଗ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମାନସ ।

ସାଂସଦ ମଙ୍ଗରାଜଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଏକ ଜାତୀୟ ଐତିହ୍ୟ । ଏହାର ସଂରକ୍ଷଣ ଦାୟିତ୍ବ ଏଏସଆଇକୁ ଦିଆଯାଇଛି । ଗତ ୨୦୨୨ ଏପ୍ରିଲରୁ ଏପର୍ଯ୍ୟନ୍ତ ପୂର୍ବାଞ୍ଚଳ ଜୋନାଲ ସାଂସ୍କୃତି କେନ୍ଦ୍ର ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହାସହ ଓଡିଶୀ ଓ ଗୋଟିପୁଅ ନୃତ୍ୟ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ଏହିସବୁ କାର୍ଯ୍ୟକ୍ରମରେ ୧୮୦ରୁ ଅଧିକ କଳାକାର ଉପକୃତ ହୋଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ୪୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଆଳୁ, ପିଆଜ ହାର ପିନ୍ଧି ସିପିଆଇର ରାସ୍ତାରୋକ

ଭୁବନେଶ୍ବର: ଦର ଦାମ ବୃଦ୍ଧି ନେଇ ଭୁବନେଶ୍ବର ରାଜରାସ୍ତାରେ ବିକ୍ଷୋଭ । ଆଳୁ ପିଆଜ ହାର ପିନ୍ଧି ପ୍ରତିବାଦ । ଏମିତି ଅଭିନବ ଢଙ୍ଗରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ରାଜ୍ୟ ସରକାର ଅପାରଗତା ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ରାଜ୍ୟରେ ଯେଉଁ ଭଳି ଭାବରେ ଦରଦାମ ବଢ଼ି ଚାଲିଛି, ସେଥିରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଳୁ ,ପିଆଜ, ଅଦା, ରସୁଣରୁ ଆରମ୍ଭ କରି ପନିପରିବା ସବୁର ଦର ଆକାଶଛୁଆଁ । ଦରଦାମ ନିୟନ୍ତ୍ରଣ କରିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ ମାରିଥିବା ସିପିଆଇ ପକ୍ଷରୁ ଅଭିଯୋଗ କରାଯାଇଛି ।

ଦଳ ପକ୍ଷରୁ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବା ସହ, ଯେଉଁ ଭଳି ଢଙ୍ଗରେ ସେ ପ୍ରତିକ୍ରିୟା ରଖୁଛନ୍ତି ତାହାକୁ ନିନ୍ଦା କରିଛି ଦଳ । ନୂଆ ସରକାର ହେବା ପରଠାରୁ ସବୁ କ୍ଷେତ୍ରରେ ଦର ବଢିଛି । ଏଭଳି ସ୍ଥିତି ପହଞ୍ଚିଛି ଯେ, ଆଳୁ ଓ ପିଆଜ କିଣି ଖାଇବା ଜଣେ ଗରିବ ପାଇଁ ବଡ଼ ସମସ୍ୟା ହୋଇଛି । ଆଗାମୀ ଦିନରେ ଯଦି ଏହାକୁ ନିୟନ୍ତ୍ରଣ କରା ନଯାଏ ତା’ହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବା ନେଇ ଚେତାବନୀ ଦେଇଛି ଦଳ ।

ଇତିହାସ ରଚିଲା ଇସ୍ରୋ: ପ୍ରୋବା-୩ ସାଟେଲାଇଟର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ । ଛୁଇଁଲା ଆଉ ଏକ ମାଇଲଖୁଣ୍ଟ । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳ ଉତକ୍ଷେପଣ ହେଲା ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ । ଅପରାହ୍ଣରେ ଉତକ୍ଷେପଣ ହେଲା ପ୍ରୋବା-୩ ସ୍ପେସକ୍ରାଫ୍ଟ ପିଏସଏଲଭି-ସି୫୯ ।

ପ୍ରୋବା-୩ ସାଟେଲାଇଟ ଏଲିପ୍ଟିକାଲ ଅରବିଟରେ ପ୍ରଦିକ୍ଷଣ କରିବ । ଭାରତର ପିଏସଏଲଭି ଦ୍ବାରା ପ୍ରେରିତ ଏହି ସାଟେଲାଇଟ ସୂର୍ଯ୍ୟର ବାହ୍ଯ ଆସ୍ତରଣ ସମ୍ପର୍କରେ ଗବେଷଣ କରିବ। କକ୍ଷ ପଥରେ ସାଟେଲାଇଟକୁ ଅବସ୍ଥାପିତ କରିବା ପରେ ଅଲଗା ହୋଇଯିବ ପିଏସଏଲଭି । ଆଦିତ୍ଯ ଏଲ-୧ ମିଶନ ପରି ଏହି ସାଟେଲାଇଟ ସୋଲାର କରୋନା ସମ୍ପର୍କରେ ଗବେଷଣା କରିବ । ପ୍ରୋବା ମିଶନରେ ଉପଗ୍ରହ ପ୍ରେରଣ କରାଯିବ ଏବଂ ଏଥିରେ ରହିବ କରୋନାଗ୍ରାଫ ଓ ଗୋଟିଏ ଅକ୍ଯୁଲେଟର ।

ରାସ୍ତାକୁ ଓହ୍ଲାଇରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳା

ରାୟଗଡ଼ା: ତିନୋଟି କିସ୍ତିରେ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିଲାଣି । ହେଲେ ଏପର୍ଯ୍ୟନ୍ତ ସୁଭଦ୍ରା ଯନ୍ତ୍ରଣା କମିବାର ନାଁ ନେଉନାହିଁ । ବହୁ ମହିଳା ଏହି ଯୋଜନାରୁ କଟିଛନ୍ତି । ସୁଭଦ୍ରା ଯୋଜନାରୁ ବଞ୍ଚିତ ରାୟଗଡ଼ ବ୍ଲକ ହାତିବାଡି ଗାଁର ମହିଳାମାନେ ପ୍ରତିବାଦରେ କରିଛନ୍ତି ରାସ୍ତାରୋକ୍ ।

ମହିଳାମାନେ ପାରଳାଖେମୁଣ୍ଡିରୁ ମୋହନା ଜାତୀୟ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାରମ୍ବାର ଅନଲାଇନରେ ନିଜର ଆବେଦନ ଓ ତଥ୍ୟ ଦାଖଲ ସତ୍ତ୍ୱେ ଆକାଉଣ୍ଟକୁ ସୁଭଦ୍ରା ସହାୟତା ଟଙ୍କା ଆସିନାହିଁ । ଶେଷରେ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱରକୁ ଯୋଗାଯୋଗ କରିଥିଲେ ଗାଁର ମ‌ହିଳା । ହେଲ୍ପ ଲାଇନରୁ ମହିଳାଙ୍କ ନାମରେ ୩ରୁ ୪ ଏକର ଜମି ରହିଥିବା କୁହାଯାଇଥିଲା । ତେଣୁ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବୋଲି କୁହାଯିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳାମାନେ । ଗାଁର ଅଧିକାଂଶ ମହିଳା ଏହି ଯୋଜନାରୁ ବଞ୍ଚିତ ହୋଇ ରାଜ ରାସ୍ତାକୁ ଓହ୍ଲାଇଥିଲେ । ଖବରପାଇ ରାୟଗଡ଼ ତହସିଲଦାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧରୁ ହଟିଥିଲା ମହିଳା ।

ହେମନ୍ତ ସୋରେନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ୧୧ ଜଣଙ୍କୁ ସ୍ଥାନ

ରାଞ୍ଚି: ଝାଡ଼ଖଣ୍ଡରେ ହେମନ୍ତ ସୋରେନ ତାଙ୍କ ମନ୍ତ୍ରିମଣ୍ଡଳର କରିଛନ୍ତି ସମ୍ପ୍ରସାରଣ । ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୧୧ ଜଣ ବିଧାୟକ । ଜେଏମଏମରୁ ୬ ଜଣ ବିଧାୟକଙ୍କୁ ସ୍ଥାନ ମିଳିଥିବା ବେଳେ କଂଗ୍ରେସରୁ ୪ ଓ ଆରଜେଡିର ଜଣେ ବିଧାୟକ ମନ୍ତ୍ରୀ ହୋଇଛନ୍ତି । ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ଯପାଳ ।

ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ ପୂର୍ବରୁ ଶପଥ ନେଇଥିଲେ । ନବଗଠିତ ମନ୍ତ୍ରିମଣ୍ଡଳରେ ଜେଏମଏମର ସୁଦିବ୍ଯା କୁମାର ସୋନୁ, ଚମରା ଲିଣ୍ଡା, ହଫିଜୁଲ ହାସଲ, ରାମଦାସ ସୋରେନ, ଦୀପକ ବିରୁୱା ଏବଂ ଯୋଗେନ୍ଦ୍ର ପ୍ରସାଦଙ୍କୁ ସ୍ଥାନ ମିଳିଛି । କଂଗ୍ରେସରୁ ରାଧାକ୍ରିଷ୍ଣ କିଶୋର, ଇରଫାନ ଅନସାରୀ, ଦୀପକ ପାଣ୍ଡେ ଏବଂ ଶିଳ୍ପା ନେହା ତିର୍କୀ ମନ୍ତ୍ରୀ ହୋଇଛନ୍ତି ।

ସେହିପରି ଆରଜେଡିର ସଞ୍ଜୟ ପ୍ରସାଦ ଯାଦବ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ଗତ ନିର୍ବାଚନରେ ଜେଏମଏମ ୪୩ ଆସନର ଲଢି ୩୪ ଆସନରେ ବିଜୟୀ ହୋଇଥିଲା ।

ଝିଅର ଗୁହାରୀ ଶୁଣିଲେନି ମାଓବାଦୀ; ଅପହରଣ ପରେ ବାପାଙ୍କୁ ହତ୍ଯା କରିଛନ୍ତି ମାଓବାଦୀ

ମାଲକାନଗିରି: ମାଓବାଦୀମାନେ ଶୁଣିଲେନି ଜଣେ ନାବାଳିକା ଝିଅର ଗୁହାରି। ଅପହରଣ ପରେ ଝିଅର ବାପାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲବାହିନୀ। ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଜାଙ୍ଗଲା ଥାନା ଭୈରବଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁକଲୁ ଫରସା ଓ କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଖରାମ ଅବଲମଙ୍କୁ ମାଓବାଦୀ ମାନେ ଗତ ଦୁଇ ତାରିଖ ଦିନ ବୀରଭୂମି ଜଙ୍ଗଲ ରାସ୍ତାରୁ ଅପହରଣ କରି ନେଇଥିଲେ। ଅପହରଣ ପରେ ଶୁକଲୁ ଫରସାଙ୍କ ନାବାଳିକା ଝିଅ ୟାମିନି ଫରସା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମାଓବାଦୀଙ୍କୁ ନିବେଦନ କରିଥିଲେ ଯେ ତାଙ୍କ ବାପା ନିର୍ଦ୍ଦୋଷ। ତାଙ୍କୁ ଛାଡି ଦିଅନ୍ତୁ । ହେଲେ ଏହି ବାର୍ତ୍ତା ନକ୍ସଲଙ୍କ ପାଖରେ ପହଞ୍ଚିଥିଲେ ମଧ୍ଯ ସେମାନେ ଦୁଇ ଅପହୃତଙ୍କୁ ମୁକ୍ତ କରିବା ପରିବର୍ତ୍ତେ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି।

ହତ୍ୟା ପରେ ମାଓବାଦୀମାନେ ଘଟଣା ସ୍ଥଳରେ ଦୁଇଟି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଦୁଇ ପୂର୍ବତନ ସରପଞ୍ଚ ବିଜେପି କର୍ମୀ ହୋଇଥିବାରୁ ଭୈରବଗଡ ମାଓ ସଂଗଠନ ଏହି ଦୁଇ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇଛି ବୋଲି ଲେଖା ରହିଛି ।.