spot_img
Home Blog Page 1341

ଜଣେ ଭାରତୀୟଙ୍କ ସମେତ ୧୦୦ ଜଣଙ୍କୁ ଫାଶୀ ଦେଲା ସାଉଦି ଆରବ

ନନ୍ଦିଘୋଷ ବ୍ୟୁରୋ: ଫାଶୀ ଏକ ଦଣ୍ଡ ଯାହା କେବଳ ଗୁରୁତର ଅପରାଧ କରିଥିବା ବ୍ୟକ୍ତିଙ୍କୁ ଦିଆଯାଇଥାଏ । ଯେତେବେଳେ କି ଅନେକ ଦେଶରେ ଫାଶୀ ଲଗାଇବାକୁ ବାରଣ ମଧ୍ୟ କରାଯାଇଛି । କିନ୍ତୁ ନିକଟରେ ଏମିତି ଏକ ରିପୋର୍ଟ ପ୍ରକାଶ ପାଇଛି ଯାହା ବିଶ୍ବରେ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ସାଉଦି ଆରବ ୧୦୦ରୁ ଅଧିକ ବିଦେଶୀ ନାଗରିକଙ୍କୁ ଫାଶୀ ଦେଇଛି । ତେବେ ନିକଟରେ ନିଶା ଦ୍ରବ୍ୟ ଚୋରା ଚାଲାଣ ଅଭିଯୋଗରେ ଜଣେ ୟେମେନୀ ନାଗରିକଙ୍କୁ ସାଉଦି ଆରବ ଫାଶୀ ଦେଇଥିଲା । ଯାହା ବର୍ତ୍ତମାନ ସାଉଦି ଆରବରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ବିଦେଶୀଙ୍କ ସଂଖ୍ୟା  ୧୦୧ରେ ପହଞ୍ଚିଛି। ୨୦୨୩ ଏବଂ ୨୦୨୪ରେ ୩୪ଜଣ ବିଦେଶୀ ନାଗରିକଙ୍କୁ ଫାଶୀ ଦିଆଯାଇଥିବା ବେଳେ ୨୦୨୪ରେ ଏହା ୧୦୦ ଅତିକ୍ରମ କରିଛି ।

ସମସ୍ତ ରେକର୍ଡ ଭାଙ୍ଗିଲା, ସର୍ବାଧିକ ସ୍ତରରେ ପହଞ୍ଚିଲା ଫାଶୀ

ବର୍ଲିନ୍ ସ୍ଥିତ ୟୁରୋପୀୟ-ସାଉଦି ସଂଗଠନ ଫର ହ୍ୟୁମାନ୍ ରାଇଟ୍ସ (ESOHR) ର ଆଇନ ନିର୍ଦ୍ଦେଶକ ତାହା ଅଲ-ହାଜି କହିଛନ୍ତି ଯେ ସାଉଦି ଆରବ ଚଳିତବର୍ଷ ବିଦେଶୀ ନାଗରିକଙ୍କୁ ଫାଶୀଦଣ୍ଡ ଦେବାରେ ରେକର୍ଡ ସୃଷ୍ଟି କରିଛି । ଏହା ପୂର୍ବରୁ ୩୦ବର୍ଷ ମଧ୍ୟରେ କେବେ ବି ସାଉଦି ଆରବ ଗୋଟିଏ ବର୍ଷରେ ୧୦୦ରୁ ଅଧିକ ଲୋକଙ୍କୁ ଫାଶୀ ଦେଇ ନାହିଁ। ଏଥି ସହିତ ସାଉଦି ଆରବର ବିଦେଶୀ ନାଗରିକଙ୍କୁ ଫାଶୀ ଦେବା ପରେ ମାନବ ଅଧିକାର ଗୋଷ୍ଠୀ ସାଉଦି ଆରବକୁ ସମାଲୋଚନା କରିଛି। ଗୋଷ୍ଠୀ କହିଛି, ସାଉଦି ଆରବ ନିଜର ପାଓ୍ବାର ବ୍ୟବହାର କରି ଲୋକଙ୍କୁ ଅଧିକ ନିର୍ଯାତନା ଦେଉଛି।

କେଉଁ ଦେଶର ନାଗରିକଙ୍କୁ ଫାଶୀ ଦିଆଯାଇଛି ?

ଏମନେଷ୍ଟି ଇଣ୍ଟରନ୍ୟାସନାଲ୍ର ଏକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ୨୦୨୩ମସିହାରେ ସାଉଦି ଆରବ ଚୀନ୍ ଏବଂ ଇରାନ ପରେ ତୃତୀୟ ବୃହତ୍ତମ ଦେଶ ଭାବେ ସର୍ବାଧିକ କଏଦୀଙ୍କୁ ଫାଶୀ ଦେଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ସାଉଦି ଆରବ ୩୦ବର୍ଷ ମଧ୍ୟରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେଇଛି । ୧୯୯୫ମସିହାରେ, ସାଉଦି ୧୯୨ ଜଣଙ୍କୁ ଫାଶୀ ଦେଇଥିଲା  ।

ଏଥି ସହିତ, ଚଳିତବର୍ଷ ପର୍ଯ୍ୟନ୍ତ, ସାଉଦି ଆରବ ୨୭୪ ଜଣଙ୍କୁ ଫାଶୀ ଦେଇଛି। ରିପୋର୍ଟ ଅନୁଯାୟୀ, ସାଉଦି ଆରବରେ ପାକିସ୍ତାନରୁ ୨୧ଜଣ, ୟେମେନରୁ ୨୦ଜଣ, ସିରିଆରୁ ୧୪ଜଣ, ନାଇଜେରିଆରୁ ୧୦ଜଣ, ଇଜିପ୍ଟରୁ ୯ଜଣ, ଜୋର୍ଡାନରୁ ୮ଜଣ ଏବଂ ଇଥିଓପିଆରୁ ୭ ଜଣ ଏବଂ ଭାରତ, ସୁଦାନ, ଆଫଗାନିସ୍ତାନ, ଶ୍ରୀଲଙ୍କା, ଇରିଟ୍ରିଆ ଏବଂ ଫିଲିପାଇନ୍ସ ର ଜଣ ଜଣ ନାଗରିକଙ୍କୁ ଫାଶୀଦଣ୍ଡ ଦେଇଛି ।

ଭୁଲ ମାଗିଲେ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ବର: ଭୁଲ ମାଗିଲେ ଅଭନେତା ମନୋଜ ମିଶ୍ର । ଫକିରମୋହନ ସେନାପତିଙ୍କ ଲେଖା ଉପରେ ଦେଇଥିବା ଟିପ୍ପଣୀକୁ ନେଇ ଓଡିଶାବାସୀଙ୍କୁ ଭୁଲ ମାଗିଛନ୍ତି ।  ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତା ମନୋଜ ମିଶ୍ର । ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ସେ କ୍ଷମା ମାଗିଛନ୍ତି । ଅଭିନେତା ମନୋଜ ମିଶ୍ର ସୋସିଆଲ ମିଡିଆରେ କେଇ ମିନିଟର ଏକ ଭିଡିଓ ଜାରି କରି କହିଛନ୍ତି ବ୍ୟାସକବି ଫକିର ମୋହନ ସେନାପତି ଆମ ସାହିତ୍ୟର ଭଗବାନ ।

ଫକିରମୋହନ ସେନାପତିଙ୍କ ଲେଖାକୁ ପ୍ରଶ୍ନ କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ । ମୋର ଓଡ଼ିଆ ସାହିତ୍ୟ ପ୍ରତି ସେତିକି ଜ୍ଞାନ ନାହିଁ । ମୋର କମେଣ୍ଟସକୁ ନେଇ କିଛି ଲୋକ ମୋତେ ସାହିତ୍ୟ ଭିତରୁ ଟାଣି ଆଣିଲେ । ଦୟାକରି ମୋତେ ବିବାଦ ଭିତରକୁ ଟାଣନ୍ତୁ ନାହିଁ । ବର୍ତ୍ତମାନର ସିନେମା ଟାଇଟେଲକୁ ନେଇ ମୋର ସମସ୍ୟା ଥିଲା । ଆଜିକା ଦିନରେ ଆମେ ନାରୀର ସୁରକ୍ଷା ବିଷୟରେ କଥା ହେଉଛେ । ସିନେମାର ଟାଇଟେଲରେ ବ୍ୟବହାର କରାଯାଉଥିବା ଶବ୍ଦକୁ ନେଇ ମୋ ମନରେ ପ୍ରଶ୍ନ ଉଠିଛି ।

ବୈକୁଣ୍ଠଧାମ ଆଶ୍ରମରେ ନୂଆ ଘର ଠାବ, ବିଦେଶୀ ଭକ୍ତ ରହୁଥିବା ସୂଚନା

ଭୁବନେଶ୍ବର:ଖୋଲୁଛି କୁନି ସାରଥୀଙ୍କ ଗୁମର । ବିଦେଶୀ ଭକ୍ତଙ୍କ ପାଇଁ ହେଉଥିଲା ସ୍ବତନ୍ତ୍ର ବ୍ୟବସ୍ଥା । ଅଞ୍ଚଳବାସୀଙ୍କୁ ଆଶ୍ରମରେ ପ୍ରବେଶ ପାଇଁ କଟକଣା ଥିବା ବେଳେ ବିଦେଶୀ ଭକ୍ତଙ୍କ ପାଇଁ ଖୋଲା ରହୁଥିଲା ଆଶ୍ରମ ।  ଭୁବନେଶ୍ଵର ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ କୁନି ଜଗନ୍ନାଥଙ୍କ ପାଦରେ ତୁଳସୀ ରଖିବା ଘଟଣାରେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବୈକୁଣ୍ଠ ଧାମ ଆଶ୍ରମର ଆଉ ଏକ ଘର ଠାବ ହୋଇଛି। ଏହି ଘରେ ବିଦେଶୀ ଭକ୍ତ ରହୁଥିବା ଖବର ମିଳିଛି।

ଆଖପାଖ ଅଂଚଳରେ ରହୁଥିବା ଲୋକଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ମନା ଥିଲା। କିନ୍ତୁ ବାହାରୁ ଆସୁଥିବା ବିଦେଶୀ ଭକ୍ତଙ୍କ ରହିବା ପାଇଁ ଏହି ଘରେ କରାଯାଇଥିଲା ସ୍ଵତନ୍ତ୍ର ବ୍ୟବସ୍ଥା। ନାବାଳକକୁ ଜଗନ୍ନାଥ କହି କଲକୀ ଅବତାର ରୂପ ଦେଇ ନିରୀହ ଲୋକଙ୍କ ଭାବନା ସହିତ ଖେଳା ଯାଉଥିଲା ଖେଳ। ସେପଟେ ଆତ୍ମଘୋଷିତ ଭଗବାନ କୁଆଡେ ଗାୟବ ହୋଇଯାଇଥିବା ଜଣାପଡ଼ିଛି।

ପୁଣି ବିଗିଡ଼ିଲା ମଣିପୁର; ୭ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ପୁଣି ମଣିପୁର ଅଶାନ୍ତ। ଆଜି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେପଟେ ରାଜ୍ଯକୁ ଫେରିଛି ରାଜନୈତିକ ଅସ୍ଥିରତା। ବିଜେପି ସରକାର ଉପରୁ ସମର୍ଥନ ପ୍ରତ୍ଯାହାର କରିଛି ଏନପିପି। ୬୦ ସଦସ୍ଯ ବିଶିଷ୍ଟ ବିଧାନସଭାରେ ଏନଡିଏର ସଂଖ୍ଯା ରହିଛି ୫୩। ବିଜେପିର ୩୭ ସଦସ୍ଯ ଥିବାବେଳେ ଏନପିପିର ୭ ସଦସ୍ଯ ରହିଛନ୍ତି। ଏନପିଏଫର ୫ ସଦସ୍ଯ ରହିଛନ୍ତି। ହିଂସା ଏତେ ତୀବ୍ର ହୋଇଛି ଯେ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଘର ଉପରେ ମଧ୍ୟ ଆକ୍ରମଣ ଉଦ୍ୟମ ହୋଇଛି। ଉତ୍ୟକ୍ତ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲେ।

ସେମାନଙ୍କୁ ଘଉଡ଼ାଇବାକୁ ପୋଲିସକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା। ଜିରିବମ୍ ଜିଲ୍ଲାରେ ୬ ଜଣଙ୍କୁ ମୃତଦେହ ମିଳିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ହିଂସା ପରେ ପୂର୍ବ ଇମ୍ଫାଲ ଓ ପଶ୍ଚିମ ଇମ୍ଫାଲରେ କର୍ଫ୍ୟୁ ଜାରି କରାଯାଇଛି। ସ୍ଥିତି ବିଗୁଡୁଥିବାରୁ ୭ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଉତ୍ତର-ପୂର୍ବ ରାଜ୍ୟରେ ଜାରି ରହିଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୋବାଲ, କାକଚିଙ୍ଗ, କାଙ୍ଗପୋକପି ଏବଂ ଚୁରାଚାନ୍ଦପୁର ଜିଲ୍ଲାରେ ଦୁଇ ଦିନ ପାଇଁ ଇଣ୍ଟରନେଟ ବନ୍ଦ କରିଦିଆଯାଇଛି।

ହିନ୍ଦୁଙ୍କ ବିରୋଧରେ ହିଂସାର ଭୟାବହତାକୁ ଅସ୍ୱୀକାର କଲେ ମହମ୍ମଦ ୟୁନୁସ

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ଅସ୍ବୀକାର କଲେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ସେ ଏଭଳି ମତ ରଖିଛନ୍ତି । ଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ବଡ ବୟାନ ଦେଇଛନ୍ତି । ଧାର୍ମିକ ସଂଖ୍ୟାଲଘୁଙ୍କ ବିଷୟରେ ଆଲୋଚନା ହେଉଥିବା ଆକ୍ରମଣର ଚର୍ଚ୍ଚା ଅନାବଶ୍ୟକ ଭୟ ଖେଳାଉଥିବା ସେ ଉଲ୍ଲେଖ କରିଛନ୍ତି ।

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ୧୦୦ଦିନ ପୂର୍ତ୍ତି ଅବସରରେ ଦେଶର ଲୋକଙ୍କୁ  ଟେଲିଭିଜନ ମାଧ୍ୟମରେ ସମ୍ବୋଧିତ କରିଥିଲେ । ମହମ୍ମଦ ୟୁନୁସ କହିଛନ୍ତି ଯେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ସହ ଜଡିତ ପ୍ରତ୍ୟେକ ଘଟଣାର ତଦନ୍ତ କରାଯାଉଛି। ଆମେ ସମସ୍ତ ସମ୍ଭାବ୍ୟ ପ୍ରୟାସ କରୁଛୁ ଯାହାଦ୍ବାରା କେବଳ ହିନ୍ଦୁ ନୁହଁନ୍ତି ଦେଶର ପ୍ରତ୍ୟେକ ନାଗରିକ ଯେମିତି ଏହି ହିଂସାର ଶିକାର ନହେବେ । ଏନେଇ ଆମେ ପ୍ରୟାସ ଜାରି ରଖିବୁ | ସେ କହିଛନ୍ତି ଯେ ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ଦେଶ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। କିନ୍ତୁ ଧାର୍ମିକ ସଂଖ୍ୟାଲଘୁମାନଙ୍କ ବିଷୟରେ ଅନାବଶ୍ୟକ ଭୟ ବ୍ୟାପିବାରେ ଲାଗିଛି  । ମହମ୍ମଦ ୟୁନୁସ କହିଛନ୍ତି ଯେ କେତେକ କ୍ଷେତ୍ରରେ ହିଂସା କରାଯାଇଛି। ଯେଉଁ ଯେଉଁ ସ୍ଥାନରେ ହିଂସା ଘଟିଛି, ସେଗୁଡ଼ିକ ମୁଖ୍ୟତଃ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ |  ବାସ୍ତବରେ ଏହା ଦେଶକୁ ଅସ୍ଥିର କରିବା ପାଇଁ ଏକ ଷଡ଼ଯନ୍ତ୍ର, ଯାହାକୁ ଏକ ଧାର୍ମିକ ରଙ୍ଗ ଦିଆଯାଉଛି  ।କିନ୍ତୁ ସରକାର ଏଭଳି ପରିସ୍ଥିତିର ମୁକାବିଲା କରିବେ।

ଏହାସହିତ ମହମ୍ମଦ ୟୁନୁସ କହିଛନ୍ତି ଯେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭାରତରୁ ପ୍ରତ୍ୟାର୍ପଣ କରିବାକୁ ଦାବି କରିବେ।  ଚଳିତ ବର୍ଷ ଅଗଷ୍ଟରେ ଆୱାମୀ ଲିଗ୍ ସରକାରଙ୍କ ପତନ ପରେ ଶେଖ ହସିନା ଭାରତ ପଳାଇଥିଲେ ଏବଂ ବର୍ତ୍ତମାନ ସେଠାରେ ରହୁଛନ୍ତି। ମହମ୍ମଦ ୟୁନୁସ କହିଛନ୍ତି ଯେ ଜୁଲାଇ-ଅଗଷ୍ଟ ବିପ୍ଳବ ସମୟରେ ଘଟିଥିବା ପ୍ରତ୍ୟେକ ହତ୍ୟା ପାଇଁ ଆମେ ନ୍ୟାୟ ମାଗିବୁ।  ଯେଉଁମାନେ ଦାୟୀ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବୁ । ଏବଂ ଏଥିପାଇଁ ଉତ୍ତରଦାୟୀ ଥିବା ହସିନାଙ୍କୁ ଭାରତରୁ ଫେରିବା ପାଇଁ ଦାବି କରିବୁ। ମହମ୍ମଦ ୟୁନୁସଙ୍କ ନିକଟରେ ଦେଇଥିବା ମନ୍ତବ୍ୟରେ ମାନବିକତା ବିରୁଦ୍ଧରେ ହୋଇଥିବା ଅପରାଧ ପାଇଁ ଭାରତରୁ  ବହିଷ୍କୃତ ପ୍ରଧାନମନ୍ତ୍ରୀ ତଥା ଅନ୍ୟ ‘ପଳାତକ’ ମାନଙ୍କୁ ଫେରାଇ ଆଣିବାରେ ଇଣ୍ଟରପୋଲର ସହାୟତା ଲୋଡିବେ।

 

 

ବିଦ୍ୟୁତ ନେଲା ୩ ହାତୀର ଜୀବନ !

ସମ୍ବଲପୁର: ବିଦ୍ୟୁତ ଆଘାତରେ ୩ ହାତୀଙ୍କ ମୃତ୍ୟୁ ଅଭିଯୋଗ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ଘୋଷରାମାଲ ପଂଚାୟତରୁ ହାତୀଙ୍କ ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ମୃତ ହାତୀଙ୍କ ମଧ୍ୟରୁ ୨ଟି ବଡ଼ ହାତୀ ଥିବା ବେଳେ ଗୋଟିଏ ଛୁଆ ହାତୀ ରହିଛି । ତେବେ ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ଆଘାତ ଯୋଗୁଁ ହାତୀ ଗୁଡିକର ମୃତ୍ୟୁ ହୋଇଥିବା ଅନୁମାନ କରିଛି ବନ ବିଭାଗ । ତେବେ କେଉଁ କାରଣରୁ ଏତେ ବଡ଼ ଅଘଟଣ ଘଟିଲା ସେନେଇ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ।

ବାରହା ଶିକାର ପାଇଁ ବିଛାଇଥିବା ତାର ଲାଗି ୩ ହାତୀଙ୍କ ମୃତ୍ୟୁ ହୋଇଛି । ଏଥିରେ ପାଟ୍ରୋଲିଂ କରୁଥିବା ହାତୀ ସ୍କ୍ୱାଡ ବନ କର୍ମଚାରୀଙ୍କ ତ୍ରୁଟି ରହିଛି । ପୋଲିସକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବାକୁ ନିର୍ଦ୍ଦେଶ ଦିଆଯାଇଛି । RCCFଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ବିଭାଗୀୟ କର୍ମଚାରୀଙ୍କ ତ୍ରୁଟି ଥିବା ଜଣାପଡ଼ିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯିବ ବୋଲି ପିସିସିଏଫ କହିଛନ୍ତି ।

ଶ୍ରୀଲଙ୍କାରେ କ୍ଷମତା ପରିବର୍ତ୍ତନ: ଆଜି ଗଠନ ହେବ ନୂଆ ସରକାର

ନନ୍ଦିଘୋଷ ବ୍ୟୁରୋ: ଆଜି ଶ୍ରୀଲଙ୍କାରେ ଗଠନ ହେବ ସରକାର। ଜାତୀୟ ନିର୍ବାଚନରେ ନ୍ଯାସନାଲ ପିପୁଲସ ପାୱାର ବା ପିପିପି ମେଣ୍ଟ କ୍ଷମତାକୁ ଆସିବା ପରେ ନୂଆ ସରକାରଙ୍କୁ ନିଯୁକ୍ତି ଦେବେ ରାଷ୍ଟ୍ରପତି ଅନୁରା କୁମାର ଦିଶାନାଏକେ। ଗତ ୧୫ ତାରିଖରେ ହୋଇଥିବା ନିର୍ବାଚନରେ ଏନପିପି ଦୁଇ ତୃତୀୟାଂଶ ଆସନ ଦଖଲ କରିଥିଲା। ନୂଆ ସରକାରରେ ପ୍ରାୟ ୨୫ ଜଣ ମନ୍ତ୍ରୀ ରହିପାରନ୍ତି। ସମ୍ବିଧାନ ଅନୁସାରେ କ୍ଯାବିନେଟ ମନ୍ତ୍ରୀଙ୍କ ସଂଖ୍ଯା ସର୍ବାଧିକ ୩୦ ରହିବ।ତୀବ୍ର ଆର୍ଥିକ ସଙ୍କଟ କାଳରେ ଏହି ଋଣଗ୍ରସ୍ତ ଦେଶରେ ସାଧାରଣ ନିର୍ବାଚନ ହୋଇଥିଲା। ୨୨୫ ଆସନ ବିଶିଷ୍ଟ ସଂସଦ ଲାଗି ହୋଇଥିଲା ଭୋଟ।

ନିର୍ବାଚନରେ ଦିଶାନାଏକେଙ୍କ ଏନପିପି ପ୍ରାର୍ଥୀ ୧୫୯ ଆସନରେ ବିଜୟୀ ହୋଇଥିବାବେଳେ ଏସଜେବିକୁ ୪୦ ଆସନ ମିଳିଛି। ନିର୍ବାଚନରେ ୧୭ ନିୟୁତରୁ ଅଧିକ ଭୋଟର ୮ ହଜାର ୮୦୦ ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଣ୍ଣୟ କରିଥିଲେ। ଦିଶାନାଏକେ ବିଗତ ୨୫ ବର୍ଷ ଧରି ସାଂସଦ ଥିଲେ ଏବଂ କୃଷିମନ୍ତ୍ରୀ ଥିଲେ। ତେବେ ଦେଶରେ ଅର୍ଥନୈତିକ ସ୍ଥିତି ସମୟରେ ସେ ରାଜନୀତିରୁ କିଛିଦିନ ଲାଗି ଦୂରେଇ ରହିଥିଲେ।

କାର୍ତ୍ତିକ ସରିବା ପରେ ବି ରାଜ୍ୟରେ ନାହିଁ ହାଡଭଙ୍ଗା ଶୀତ

ଭୁବନେଶ୍ବର: କାର୍ତ୍ତିକ ସରିବା ପରେ ବି ରାଜ୍ୟରେ ନାହିଁ ହାଡଭଙ୍ଗା ଶୀତ। କିଛି ପ୍ୟାଚରେ କମୁଛି ତାପମାତ୍ରା । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାକୁ ଛାଡିଦେଲେ ଅନ୍ୟ ଜିଲ୍ଲାରେ ନାହିଁ ଜାଡ । ଉପକୂଳ ଓ ଉତ୍ତର ଓଡିଶାରେ ଏବେ ବି ହୋଇନି ସ୍ବାଭାବିକ ତାପମାତ୍ରା । ଆସନ୍ତା ୩ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ କମିବା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି ।

ଫୁଲବାଣୀରେ ସର୍ବନିମ୍ନ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଉପକୂଳ ଓଡିଶାରେ ଏବେ ବି ବାୟୁମଣ୍ଡଳରେ ଆର୍ଦ୍ରତା ରହୁଛି । ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ନବଢିବା ଯାଏଁ ଜାଡ ଅନୁଭବ ହେବନାହିଁ ।

ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୦ରେ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଆଜି ସରିବ ପ୍ରଚାର। ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ଯର ୩୮ ଆସନ ଲାଗି ହେବ ଭୋଟ। ଗତ ୧୩ ତାରିଖରେ ୪୩ ଆସନରେ ହୋଇଥିଲା ଭୋଟ। ନିର୍ବାଚନରେ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ, ପତ୍ନୀ କଳ୍ପନା ସୋରେନ, ଭାଇ ବସନ୍ତ ସୋରେନ, ପୂର୍ବତନ ମୁଖ୍ଯମନ୍ତ୍ରୀ ବାବୁଲାଲ ମାରାଣ୍ଡି ପ୍ରମୁଖଙ୍କ ଭାଗ୍ଯ ନିର୍ଦ୍ଧାରଣ ହେବ। ବରହେଟରେ ହେମନ୍ତ ସୋରେନ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଗମାଲିଆଲ ହେମ୍ବ୍ରମ। ସାନ୍ତାଳ ପରଗଣା ଅଞ୍ଚଳରେ ଆସୁଛି ବରହେଟ।

୨୦୧୯ରେ ବରହେଟ ଓ ମକାରୁ ଜିତିଥିଲେ ହେମନ୍ତ। ଦୁଇଟି ଯାକ ଆସନରୁ ସେ ବିଜୟୀ ହୋଇଥିଲେ। ତେବେ ଦୁମକାକୁ ଛାଡି ବରହେଟକୁ ରଖିଥିଲେ ହେମନ୍ତ। ଗାଣ୍ଡେୟରୁ ଲଢୁଛନ୍ତି ପତ୍ନୀ କଳ୍ପନା ସୋରେନ। ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ମୁନିୟା ଦେବୀ। ଦୁମକାରେ ଲଢୁଛନ୍ତି ହେମନ୍ତ ସୋରେନଙ୍କ ଭାଇ ବସନ୍ତ ସୋରେନ। ତାଙ୍କୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ବିଜେପିର ସୁନିଲ ସୋରେନ। ଜମତାରାରୁ ବିଜେପିରୁ ଲଢୁଛନ୍ତି ହେମନ୍ତଙ୍କ ଭାଉଜ ତଥା ଶିବୁ ସୋରେନଙ୍କ ବୋହୂ ସୀତା ସୋରେନ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ଇରଫାନ ଅନସାରୀ। ସେହିପରି ଧନବାରରେ ପ୍ରାର୍ଥୀ ଅଛନ୍ତି ବିଜେପି ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ବାବୁଲାଲ ମାରାଣ୍ଡି। ତାଙ୍କୁ ଟକ୍କର ଦେଉଛନ୍ତି ଜେଏମଏମର ନିଜାମୁଦ୍ଦିନ ଅନସାରୀ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଆଜି ସରିବ ପ୍ରଚାର, ମୈଦାନରେ ହେଭିଓ୍ବେଟ୍

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଆଜି ସରିବ ପ୍ରଚାର। ୨୮୮ ଆସନ ଲାଗି ମୋଟ ପ୍ରାର୍ଥୀ ୪ ହଜାର ୧୩୬ ମଇଦାନରେ ଅଛନ୍ତି।ମହାନଗରୀ ମୁମ୍ବାଇର ୩୬ ଆସନ ଲାଗି ପ୍ରାର୍ଥୀ ସଂଖ୍ଯା ୪୨୦। ମହାରାଷ୍ଟ୍ର ବିଧାନସଭାରେ ମହାୟୁତିର ସଦସ୍ଯ ସଂଖ୍ଯା ରହିଛି ୨୦୨। ବିଜେପିର ୧୦୨, ଏନସିପିର ୪୦, ଶିବସେନାର ୩୮, ବିଭିଏର ୩ ଓ ଏମଏନଏସର ଜଣେ ବିଧାୟକ ଅଛନ୍ତି। ସେହିପରି ମହାବିକାଶ ଅଘାଡିର ସଦସ୍ଯ ସଂଖ୍ଯା ରହିଛି ୬୯। କଂଗ୍ରେସର ୩୭, ଶିବସେନା ୟୁବିଟିର ୧୬, ଏନସିପି ଏସପିର ୧୨, ଏସପିର ୨ ଓ ସିପିଏମର ଜଣେ ବିଧାୟକ ରହିଛନ୍ତି। ରାଜ୍ଯର ମୋଟ ଭୋଟର ୯ କୋଟି ୬୩ ଲକ୍ଷ ଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ଯା ୪ କୋଟି ୯୭ ଲକ୍ଷ। ମହିଳା ଭୋଟରଙ୍କ ସଖ୍ଯା ୪ କୋଟି ୬୬ ଲକ୍ଷ। ଯୁବ ଭୋଟରଙ୍କ ସଂଖ୍ଯା ୧ କୋଟି ୮୫ ଲକ୍ଷ।

ମୋଟ ପୋଲିଂ ଷ୍ଟେସନ ସଂଖ୍ଯା, ୧ ଲକ୍ଷ ୧୮୬। ମାଝି ଲଡକୀ ବହିନ ଯୋଜନା ପରେ ମହାୟୁତି ପ୍ରତି ମହିଳା ଭୋଟ ବଢିବା ସମ୍ଭାବନା ରହିଥିବାବେଳେ ପ୍ରତି ବିଧାନସଭା ମଣ୍ଡଳୀରେ ୮୦ ହଜାର ଲେଖାଏଁ ମହିଳା ଉପକୃତ ହେଉଛନ୍ତି। ସେପଟେ ଏମଭିଏ ପ୍ରତି ମୁସଲିମ ଭୋଟରଙ୍କ ରହିଛି ଅଧିକ ସମର୍ଥନ। ନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନେଇ ମହାୟୁତି ଓ ଏମଭିଏରେ ଚିନ୍ତା ବଢିଛି। ସମସ୍ତ ଆସନରେ ବିଦ୍ରୋହୀଙ୍କ ସଂଖ୍ଯା ଅଧିକ ଥିବା ଜଣାଯାଇଛି। ମହାରାଷ୍ଟ୍ରରେ ପ୍ରବାସୀ ଲୋକଙ୍କ ସଂଖ୍ଯା ମୋଟ ଜନସଂଖ୍ଯାର ୮ ପ୍ରତିଶତ ହୋଇଥିବାବେଳେ କେବଳ ମୁମ୍ବାଇରେ ପ୍ରବାସୀ ଲୋକଙ୍କ ସଂଖ୍ଯା ୪୩ ପ୍ରତିଶତ। ନିର୍ବାଚନରେ ଉଭୟ ମହାୟୁତି ଓ ଏମଭିଏ ଖେଳିଛନ୍ତି ମରାଠୀ ଅସ୍ମିତା କାର୍ଡ। ବହୁ ବୃହତ ଶିଳ୍ପ ସଂସ୍ଥା ମହାରାଷ୍ଟ୍ରରୁ ଗୁଜରାଟ ଚାଲିଯାଉଥିବାରୁ ଏହାକୁ ନେଇ ବଢିଛି ରାଜନୀତି। । ମଇଦାନରେ ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ, ଦୁଇ ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାର। କିଏ ଜିତିବେ କିଏ ହାରିବେ ତାହାକୁ ନେଇ ଜାରି ରହିଛି ସସପେନ୍ସ।