spot_img
Home Blog Page 1352

ରାଜ୍ଯ ବିଜେପିର ବହୁରୂପୀ ଏଣ୍ଡୁଅ ଆଚରଣ: ଜାମିନ ଆବେଦନ ଖାରଜ ପରେ ବି ଜୟନାରାୟଣ ଗେହ୍ଲା ପୁଅ

ଭୁବନେଶ୍ବର: ସୁପ୍ରିମକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ମଧ୍ୟ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ରାଜ୍ୟ ସରକାର ଦେଉଛନ୍ତି ସୁରକ୍ଷା । ଯାହାକୁ ନେଇ ବିଜେଡି କକ୍ଷାକ୍ଷ କରିବା ସହ ବହୁରୂପୀ ଏଣ୍ଡୁଅ ଭଳି ରାଜ୍ୟ ବିଜେପିର ଆଚରଣ କହିଛି । ଦଳ ପକ୍ଷରୁ କୁହାଯାଇଛି କ୍ଷମତାର ଅହଂକାରରେ ସୁପ୍ରିମକୋର୍ଟଙ୍କ ରାୟକୁ ବି ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ଖୋଦ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ଅଛନ୍ତି, ହେଲେ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନୁହେଁ ନ୍ୟାୟରେ ଜୟନାରୟଣ ହୁଅନ୍ତୁ ବା ରାଜ୍ୟପାଳଙ୍କ ପୁଅ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ।

ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଟାଳଟୁଳ ନୀତିକୁ ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆଇନ ସମସ୍ତଙ୍କ ପାଇଁ ସମାନ କହୁଥିବା ରାଜ୍ୟ ସରକାର ଜୟନାରାୟଣଙ୍କ କ୍ଷେତ୍ରରେ କାହିଁକି ନୀରବ ? ମହିଳା ପୋଲିସ ଅଧିକାରୀଙ୍କୁ ମାଡ ମାରିବା ମାମଲାରେ ସୁପ୍ରିମକୋର୍ଟରେ ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ ହୋଇଛି । ତା’ସତ୍ତ୍ବେ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଏହାକୁ ନେଇ ବିଜେପି ସରକାରଙ୍କୁ ଘେରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରତାପ ଦେବ । ଜାମିନ ଖାରଜ ପରେ ଜୟ ନାରାୟଣ ମିଶ୍ରଙ୍କ ଉକ୍ତି ଗ୍ରହଣୀୟ ନୁହେଁ । କ୍ଷମତାର ଅଂହକାରରେ ସେ ଏଭଳି କହୁଛନ୍ତି । ସୁପ୍ରିମକୋର୍ଟ ନିୟମକୁ ପାଳନ କରୁନାହାନ୍ତି ଅର୍ଥ ବିଜେପି ବିଧାୟକମାନେ ଆଇନଠୁ ଊର୍ଦ୍ଧ୍ବରେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।  ଯଦି ଆଇନ ସମସ୍ତଙ୍କ ପାଇଁ ସମାନ ତେବେ ବିଜେପି ବିଧାୟକ ଓ ରାଜ୍ୟପାଳଙ୍କ ପୁଅ ପାଇଁ ଅଲଗା କାହିଁକି, ଏହାର ଜବାବ ନିଜେ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ଆଉ ଏହାସହ ଆଗାମୀ ଦିନରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସେ ଚେତାଇ ଦେଇଛନ୍ତି ।

ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିରବତା ଉପରେ କଂଗ୍ରେସ ଓ ବାମଦଳ ମଧ୍ୟ ବର୍ଷିଛନ୍ତି । ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ ଗୃହ ବିଭାଗ । ସୁପ୍ରିମକୋର୍ଟ ଜାମିନ ଖାରଜ କରିବା ପରେ ଆଇନର ପ୍ରାବଧାନ ଯାହା ଅଛି ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଆଇନକୁ ହାତକୁ ନେଉଥିବା ଦଳୀୟ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ପକ୍ଷପାତିତା କରାଯାଉଥିବାରୁ ଆଗାମୀ ଦିନରେ ସାରା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯିବାର ଆଶଙ୍କା ରହିଛି ବୋଲି ସେ ସତର୍କ କରାଇ ଦେଇଛନ୍ତି । ସେହିଭଳି ବିଜେପିର ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନ ପାଣିର ଗାର ବୋଲି ଅଭିଯୋଗ କରିଛନ୍ତି ସିପିଏମ ନେତ୍ରୀ ତାପସୀ ପ୍ରହରାଜ । ବିଜେପି ମାନସିକ ଭାବେ ମହିଳା ବିରୋଧୀ । ଯେତେବେଳେ ମହିଳା ପୋଲିସ ଅଧିକାରୀଙ୍କୁ ଜୟ ନାରାୟଣ ମାଡ଼ ମାରିଥିଲେ ସେତେବେଳେ ବିଜେପି ତାଙ୍କୁ ଦଳରୁ ସସପେଣ୍ଡ କରିପାରିଥାନ୍ତା । ଅନ୍ୟପକ୍ଷେ ବିରୋଧୀ ଦଳଙ୍କ ଅଭିଯୋଗର ଜବାବ ଦେଇଛି ବିଜେପି ।

ସାରଥୀଙ୍କୁ ସାର୍ଟିଫାଏଡ୍ କପି ଆବେଦନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ସନ୍ତୋଷ କୁମାର ରାଉଳ ଓରଫ ସାରଥୀଙ୍କ ଆୟକର ମାମଲା । ନଭେମ୍ବର ମାସ ୨୨ ତାରିଖ ସୁଦ୍ଧା ଆପ୍ରୋପିଏଟ ଅଥରିଟିଙ୍କ ନିକଟରେ ସାର୍ଟିଫାଏଡ୍ କପି ଆବେଦନ କରିବାକୁ ସାରଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଆୟକର ବିଭାଗ ପକ୍ଷରୁ ତାଙ୍କୁ ଜରିମାନା ଦେବାକୁ ଗତ ଏପ୍ରିଲ ୩୦ ତାରିଖ ଦିନ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ଚ୍ଯାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ  ହୋଇଥିଲେ । ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ ମୃଗଙ୍କା ଶେଖର ସାହୁ ମାମଲାର ଶୁଣାଣି କରୁଛନ୍ତି । ଆସନ୍ତା ଡିସେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।

ଝାଡ଼ଖଣ୍ଡ ନିର୍ବାଚନ: ରାହୁଲଙ୍କ ହେଲିକପ୍ଟରକୁ ମିଳିଲାନି ଅନୁମତି, ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି

ରାଞ୍ଚି: ବିଧାନସଭା ନିର୍ବାଚନ ପ୍ରଚାରକୁ ନେଇ ଉଠୁଛି ପଡୁଛି ଝାଡ଼ଖଣ୍ଡ । ପ୍ରଚାରରେ ପୂରା ଦମ ଲଗାଇ ଦେଇଛନ୍ତି ସବୁ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ଜୋରସୋରରେ ପ୍ରଚାର କରିଛନ୍ତି । ତେବେ ଏହି ପ୍ରଚାର ସମୟରେ ଦୁଇଟି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଓ ଦ୍ବିତୀୟଟି ରାହୁଲଙ୍କ ହେଲିକପ୍ଟରକୁ ଏୟାର ଟ୍ରାଫିକ କଣ୍ଟ୍ରୋଲ ଅନୁମତି ନମିଳିବା ।

ମିଳିଥିବା ସୂଚନା ଅନୁସାରେ, ରାହୁଲ ଆଜି ମହାଗମାରେ ନିର୍ବାଚନ ପ୍ରଚାର ସାରିବା ପରେ ସେ ବରମୋ ଅଭିମୁଖେ ଯିବାର ଥିଲା । ସେଠାରୁ ସେ ଅନ୍ଯ ଏକ ସ୍ଥାନକୁ ନିର୍ବାଚନ ପ୍ରଚାର କରିବା ଲାଗି ଯାଇଥାନ୍ତେ । ମାତ୍ର ସେଠାରୁ ତାଙ୍କ ହେଲିକପ୍ଟର ଲାଗି ଏଟିସି ଅନୁମତି ମିଳି ନଥିଲା । ସେପଟେ ଆଜି ବି ଜାମୁଇରେ ପ୍ରଧାନମନ୍ତ୍ରୀଙ୍କ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଥିଲା । ସେଠାରେ ସେ ଦେଓଘର ଯାଇଛନ୍ତି । ଏହି କାରଣରୁ ରାହୁଲଙ୍କ ହେଲିକପ୍ଟରକୁ ଅନୁମତି ମିଳି ନଥିବା ସୂଚନା ମିଳିଛି । ପ୍ରାୟ ୧ ଘଣ୍ଟା ପରେ ରାହୁଲଙ୍କ ହେଲିକପ୍ଟରକୁ ଅନୁମତି ମିଳିଛି ।

ସେପଟେ ନିର୍ବାଚନୀ ଉଦବୋଧନ ବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଜିଏସଟି, ପେଟ୍ରୋଲ ଆଦି ପ୍ରସଙ୍ଗରେ ସେ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନରେ ବି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିବାରୁ ତାଙ୍କର ଗସ୍ତ ବିଳମ୍ବ ହୋଇଛି ।

ଡଙ୍ଗା ଭସାଇବାକୁ ଯାଇ ୩ ବର୍ଷର ଶିଶୁପୁତ୍ର ମୃତ

ସାଲେପୁର: ସାଲେପୁର ବ୍ଲକ୍ କରମୁଆଁ ଗାଁରେ ଅଘଟଣ । ଗାଁ ନିକଟରେ ଥିବା ପୋଖରୀରେ ଡଙ୍ଗା ଭସାଇବାକୁ ଯାଇଁ ଜଣେ ତିନି ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ମୃତ ଶିଶୁପୁତ୍ର ହେଉଛି କରମୁଆଁ ଗାଁର ପ୍ରଦୀପ୍ତ ଭୋଇଙ୍କ ପୁଅ ନିତୀଶ ଭୋଇ ।

ପରିବାର ଲୋକ ବହୁ ଖୋଜା ଖୋଜି କଲା ପରେ ଗାଁ ନିକଟରେ ଥିବା ପୋଖରୀରୁ ତାକୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ।

ପୋଖରୀରେ ବୁଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ

ବସ୍ତା: ପାଣିରେ ବୁଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ । ଘଟଣା ଘଟିଛି ବସ୍ତା ଥାନା ପଣିଶାପଡ଼ା ଗାଁରେ । ପୋଖରୀରେ ବୁଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି । ଦୁଇ ମୃତକଙ୍କ ବୟସ ୫ ବର୍ଷ ଲେଖାଏଁ । ଉଭୟଙ୍କୁ ପୋଖରୀରୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ପଣିଶାପଡ଼ା ଗାଁର ଦିଲ୍ଲୀପ କୁମାର ଦାସ ଏବଂ ମାନସ ନନ୍ଦଙ୍କ ଦୁଇ ଝିଅ ଘର ପାଖ ବାଡ଼ିରେ ଖେଳୁଥିଲେ । ଏହି ସମୟରେ ପରିବାର ଲୋକଙ୍କ ଅଜାଣତରେ ପାଖରେ ଥିବା ପୋଖରୀକୁ ଚାଲିଯାଇ ବୁଡ଼ି ଯାଇଥିଲେ । ପିଲା ଦୁହିଁଙ୍କୁ ନଦେଖି ପରିବାର ଲୋକେ ଖୋଜାଖୋଜି କରିବା ବେଳେ ପୋଖରୀରେ ଭାସୁଥିବା ଦେଖିଥିଲେ । ଏହାପରେ ଉଭୟଙ୍କୁ ପୋଖରୀରୁ ଉଦ୍ଧାର କରିବା ପରେ ଜଣଙ୍କୁ ବସ୍ତା ଓ ଅନ୍ୟ ଜଣକୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ୨ ଶିଶୁକନ୍ୟାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଦେଶର ତିନି ଶ୍ରେଷ୍ଠ ଥାନା ମଧ୍ୟରେ ପାଟପୁର ଥାନା

ଭୁବନେଶ୍ବର: ଦେଶରେ ଶ୍ରେଷ୍ଠ ଥାନା ଭିତରେ ଓଡ଼ିଶାର ପାଟପୁର ଥାନା । ଶ୍ରେଷ୍ଠ ୩ଟି ଥାନା ମଧ୍ୟରେ ସ୍ଥାନ ପାଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା । ୨୦୨୪ ବର୍ଷ ପାଇଁ ପାଟପୁର ଥାନା ଏହି ସଫଳତା ହାସଲ କରିଛି । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ଡିଜିପି ୱାଇ.ବି. ଖୁରାନିଆଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଏଥିପାଇଁ ଆସନ୍ତା ନଭେମ୍ବର ୨୯ ତାରିଖରେ ପୁରସ୍କାର ଦିଆଯିବ ।

ସୂଚନାଯୋଗ୍ୟ, ଲୋକସେବା ଭବନରେ ନଭେମ୍ଵର ୨୯ରୁ ଡିସେମ୍ଵର ୧ ତାରିଖ ଯାଏଁ ହେବାକୁ ଥିବା ଡିଜିପି ଓ ଆଇଜି ସମ୍ମିଳନୀ ଅବସରରେ ନିଜେ ପୁରସ୍କାର ଦେବେ କେନ୍ଦ୍ର ଗୃହମନ୍ତ୍ରୀ । ତେଣୁ ଥାନା ଅଧିକାରୀ ନିଜେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିବାକୁ କୁହାଯାଇଛି ।

ନୂଆ ପରୀକ୍ଷା ଫର୍ମାଟ ଓ ଆସେସମେଣ୍ଟ ସିଷ୍ଟମ ଖବରକୁ CBSEର ଖଣ୍ଡନ

ନୂଆଦିଲ୍ଲୀ: ସିଲାବସ୍ ହ୍ରାସ କିମ୍ଵା ପରୀକ୍ଷା ପ୍ଯାଟର୍ଣ୍ଣରେ କୌଣସି ପ୍ରକାର ପରିବର୍ତ୍ତନକୁ ଖଣ୍ଡନ କରିଛି ସିବିଏସଇ । ଗତକାଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଦଶମ ଓ ଦ୍ଵାଦଶର ସିଲାବସରେ ୧୫ ପ୍ରତିଶତ ହ୍ରାସ କରାଯିବ । ଏହାସହ ପରୀକ୍ଷାର ପ୍ୟାଟର୍ଣ୍ଣରେ ମଧ୍ୟ ବଦଳିବ । ୪୦ ପ୍ରତିଶତ ଇଣ୍ଟରନାଲ ଆସେସମେଣ୍ଟ ଓ ୬୦ ପ୍ରତିଶତ ଶେଷ ବୋର୍ଡ ପରୀକ୍ଷାର ମାର୍କ ରହିବ ବୋଲି କୁହାଯାଇଥିଲା । ଏହାସହ ପରୀକ୍ଷାରେ ଡିଜିଟାଲ ଆସେସମେଣ୍ଟ ଓ ଓପନ ବୁକ ଫର୍ମାଟ ପରୀକ୍ଷାକୁ ସାମିଲ କରାଯିବ ବୋଲି ମଧ୍ୟ କୁହାଯାଇଥିଲା । ୨୦୨୫ରୁ ଏହା ଲାଗୁ ହେବ ବୋଲି କୁହାଯାଇଥିଲା ।

ଏହାକୁ ଖଣ୍ଡନ କରିଛି ସିବିଏସଇ । ଏକ ବିବୃତିରେ ସିବିଏସଇ ପକ୍ଷରୁ କୁହାଯାଇଛି, ଯଦି ଏପରି କୌଣସି ନିଷ୍ପତ୍ତି ହୁଏ, ତେବେ ସଂଗଠନର ୱେବସାଇଟରେ ତାହା ପ୍ରକାଶ ପାଇବ । ଆଗରୁ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ଠିକ୍ ନୁହେଁ ।

ସମୁଦ୍ରରେ ଫସିଲେ ବୋଇତ ବନ୍ଦାଣ ଦେଖିବାକୁ ଯାଇଥିବା ୮୦ ଯାତ୍ରୀ

ବାସୁଦେବପୁର: ବୋଇତ ବନ୍ଦାଣ ଦେଖିବାକୁ ଯାଇ ସମୁଦ୍ରରେ ଫସିଲେ ୮୦ ଯାତ୍ରୀ । ମଝି ସମୁଦ୍ରରେ ଯାତ୍ରୀମାନେ ଏକ ବୋଟରେ ଫସି ରହିଥିବା ଜଣାପଡିଛି । ଜୁଆର ଛାଡିଯିବାରୁ ଯାତ୍ରୀମାନେ ବୋଟଟି କୂଳକୁ ଫେରିପାରୁନି ।

ମିଳିଥିବା ସୂଚନା ଅନୁସାରେ, ବୋଇତ ବନ୍ଦାଣ ଦେଖିବାକୁ ଭଦ୍ରକ ଜିଲ୍ଲା ବାସୁଦେବପୁରର ଚୂଡ଼ାମଣି ଘାଟରୁ ୮୦ ଜଣ ଲୋକ ଏକ ବୋଟରେ ସମୁଦ୍ର ମଧ୍ୟକୁ ଯାଇଥିଲେ । ତେବେ ସେଠାରୁ ଫେରିବା ବେଳେ ଜୁଆର ଛାଡି ଯିବାରୁ ବୋଟଟି ସମୁଦ୍ର ଭିତରେ ଅଟକି ରହିଛି । ଆଉ ଏଥିରେ ଥିବା ସମସ୍ତ ଯାତ୍ରୀ ମଧ୍ୟ ବୋଟ ସହ ସମୁଦ୍ରରେ ଫସି ରହିଛନ୍ତି । ସନ୍ଧ୍ୟାରେ ପୁଣି ଜୁଆର ଆସିବା ପରେ ବୋଟଟି ଫସିଥିବା ଲୋକଙ୍କୁ ନେଇ କୂଳକୁ ଫେରିବ ବୋଲି ଜଣାପଡ଼ିଛି ।

ଓଡ଼ିଶାକୁ ପୁଞ୍ଜିନିବେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ବିଦେଶ ଯିବା ସ୍ବାଗତଯୋଗ୍ୟ: ବିଜେଡି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଦେଶ ଗସ୍ତରେ ଯିବେ । ଆଉ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାକୁ ପୁଞ୍ଜି ନିବେଶ ଆଣିବା । ଏଥିପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଯିବେ । ଏହାକୁ ନେଇ ବିଜେଡି ପ୍ରତିକ୍ରିୟା ଦେଇଛି । ବରିଷ୍ଠ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ମୁଖ୍ୟମନ୍ତ୍ରୀ ଯଦି ଓଡ଼ିଶାକୁ ପୁଞ୍ଜିନେବଶ ଆଣିବାକୁ ସିଙ୍ଗାପୁର ଯାଉଛନ୍ତି, ତା’ହେଲେ ସ୍ଵାଗତଯୋଗ୍ୟ ।

ଆଗକୁ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ଉଚିତ୍ । ଯେଉଁ ନିବେଶକାରୀ ଓଡ଼ିଶା ସହିତ ଚୁକ୍ତି କରିଛନ୍ତି ସେମାନଙ୍କ ପାଇଁ ଓଡ଼ିଶାରେ ପୁଞ୍ଜିନିବେଶର ଅନୁକୂଳ ବାତାବରଣ କରିବା ଦରକାର । ପୁଞ୍ଜିନିବେଶ ପାଇଁ ଓଡ଼ିଶା ଉତ୍ତମ ବାତାବରଣ ବୋଲି ରାଜ୍ୟ ସରକାର ଶିଳ୍ପପତିଙ୍କୁ ବିଶ୍ୱାସ ଦେବା ଉଚିତ ।

ପୂର୍ବ ସରକାରରେ ବହୁ ବଡ଼ ବଡ଼ ଅନୁଷ୍ଠାନ ସହିତ ଚୁକ୍ତି କରିଥିଲେ । ଏବେ ସେମାନେ ପଳାଇବାକୁ ବସିଲେଣି । ନିପନ୍ ଷ୍ଟିଲ, ଜେଏସଡ଼ବ୍ଲୁର ଯେହେତୁ ଏମଓୟୁ ହୋଇଛି । ସେମାନେ କେମିତି ଓଡ଼ିଶାରେ ପୁଞ୍ଜିନିବେଶ କରିବେ ସେ ପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ଉଚିତ ବୋଲି କହିଛନ୍ତି ପ୍ରତାପ ।

ପୁଣି ଗଜପତିରେ ବାଘ ଆତଙ୍କ!

ଗଜପତି: ଗଜପତି ଜିଲ୍ଲାରେ ମହାବଳ ବାଘ ଆତଙ୍କ। ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳରେ ଘୁରି ବୁଲୁଛି ମହାବଳ ବାଘ। ଗୁରୁବାର ପର୍ଯ୍ୟନ୍ତ ଘୋଡ଼ାହାଡ଼ ଡ୍ୟାମ, ବାଦପୁର, ଜାନଆମ୍ବ ଓ ପୁରୁଣାପାଣି ଅଞ୍ଚଳରେ ବାଘ ବୁଲୁଥିବା ନେଇ ବନ ବିଭାଗ ସୂଚନା ଦେଇଥିଲା। ଆଜି ଲଖୀରୀ ଅଭୟାରଣ୍ୟ ପାଦଦେଶରେ ଥିବା ଆକିଲି ଫାର୍ମରେ ବାଘ ପାଦଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ଚାନ୍ଦିପୁଟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ ଯାଞ୍ଚ କରିଛନ୍ତି।