spot_img
Home Blog Page 1351

ସରିଗଲା ଲୋକସଭା ଓ ରାଜ୍ୟସଭା ଅଧିବେଶନ

ନୂଆଦିଲ୍ଲୀ: ଆରୋପ, ପ୍ରତ୍ୟାରୋପ, ନାରାବାଜି, ବିକ୍ଷୋଭ ମଧ୍ୟରେ ସରିଗଲା ଲୋକସଭା ଓ ରାଜ୍ୟସଭା ଅଧିବେଶନ । ନଭେମ୍ବର ୨୫ରୁ ଆରମ୍ଭ ହୋଇଥିବା ଅଧିବେଶନରେ ଲୋକସଭାରେ ମୋଟ ୨୦ଟି ସେସନ ବସିଥିବାବେଳେ ରାଜ୍ୟସଭାରେ ମୋଟ ୧୯ଟି ସେସନ ବସିଥିଲା । ୨୬ ଦିନିଆ ଅଧିବେଶନରେ ଲୋକସଭା ଧାର୍ଯ୍ୟ ସମୟ ତୁଳନାରେ ୫୨ପ୍ରତିଶତ କାର୍ଯ୍ୟକ୍ଷମ ହୋଇଥିଲା ।

ସେହିପରି ରାଜ୍ୟସଭାରେ କାର୍ଯ୍ୟକ୍ଷମ ପରିମାଣ ଥିଲା ୩୯ ପ୍ରତିଶତ । ପ୍ରଥମ ସପ୍ତାହରେ ଧାର୍ଯ୍ୟ ସମୟ ସୀମାର ମାତ୍ର ୧୦ ପ୍ରତିଶତ ସମୟ ସୁରୁଖୁରୁରେ ଚାଲିଥିଲା । ଏହି ଅଧିବେଶନ କାଳରେ ଭାରତୀୟ ବାୟୁଯାନ ବିଧେୟକ ସମେତ ୨ଟି ବିଲ୍ ଗୃହୀତ ହୋଇଥିଲା । ବିମାନ ଆଇନ ୧୯୩୪କୁ ହଟାଇ ଏହି ବିଲ୍ ପାସ୍ ହୋଇଥିଲା । ସେହିପରି ଆପ୍ରୋପ୍ରିଏସନ ବିଲ୍ ବି ସଂସଦର ଉଭୟ ଗୃହରେ ପାସ୍ ହୋଇଥିଲା। ଶୀତକାଳୀନ ଅଧିବେଶନରେ ଓ୍ବାନ ନେସନ ଓ୍ବାନ ଇଲେକ୍ସନ ବିଲ୍, କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଲ୍, ମର୍ଚ୍ଚାଣ୍ଟ ସିପିଙ୍ଗ୍ ବିଲ୍, ଉପକୂଳ ଜାହାଜ ଚଳାଚଳ ବିଲ୍ ଆଦି ୫ଟି ବିଲ୍ ଲୋକସଭାରେ ଆଗତ ହୋଇଥିଲା । ପୂର୍ବ ଅଧିବେଶନରେ ଆଗତ ହୋଇଥିବା ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ, ରେଳବାଇ ସଂଶୋଧନ ବିଲ୍, ବିପର୍ଯ୍ୟୟ ପରିଚାଳନା ବିଲ ଲୋକସଭାରେ ଗୃହୀତ ହୋଇଥିଲା । ଏହି ଅଧିବେଶନରେ ୩୩ଟି ବିଲ୍ ଆଗତ ନ ହୋଇ ପଡିରହିଥିଲା । ରାଜ୍ଯସଭାରେ ୧୯ଦିନ ମଧ୍ୟରୁ ୧୫ଦିନ କାର୍ଯ୍ୟକ୍ଷମ ହୋଇ ନଥିଲା ପ୍ରଶ୍ନକାଳ । ଶୀତ ଅଧିବେଶନର ବିଶେଷତ୍ୱ ଏହା ଥିଲା ଯେ ଏଥିରେ ଆଗତ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ଏକ ଦେଶ ଏକ ନିର୍ବାଚନ ବିଲ୍ ।

ପୁଣି ଅଶାନ୍ତ ହେଲା MKCG କ୍ୟାମ୍ପସ

ବ୍ରହ୍ମପୁର: ପୁଣି ଅଶାନ୍ତ ହେଲା MKCG କ୍ୟାମ୍ପସ। ଶିଶୁ ବିଭାଗର ପିଜି ଛାତ୍ରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ। ଅନ୍ୟ ବିଭାଗର ପିଜି ଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କୁ ନିୟମିତ ରାଗିଂ ହେଉଥିବା ବି ଅଭିଯୋଗ ହୋଇଛି। ଶିଶୁରୋଗ ବିଭାଗ ମୁଖ୍ୟ ହସ୍ତକ୍ଷପ ପରେ ବି ହେଉନି ସମାଧାନ। କ୍ୟାମ୍ପସରେ ଲାଗି ରହିଛି ଅଶାନ୍ତ ବାତାବରଣ।

ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶର ଦେବାସ ସହରର ନୟାପୁର ଅଞ୍ଚଳରେ ଅଗ୍ନିକାଣ୍ଡ । ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛିନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିସମ ବାହିନୀର ୩ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ସୂଚନା ଅନୁଯାୟୀ, ନୟାପୁର ଅଞ୍ଚଳରେ ଦିନେଶ ତାଙ୍କ ପରିବାରକୁ ନେଇ ରହୁଥିଲେ । କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଦେଖୁ ଦେଖୁ ଚାରିଆଡେ ବ୍ୟାପି ଯାଇଥିଲା । ଦିନେଶ ଓ ତାଙ୍କ ପତ୍ନି ଏବଂ ତାଙ୍କ ୨ଜଣ ପିଲା ଘରୁ ବାହାରିବାରେ ବିଫଳ ହୋଇଥିଲେ । ଫଳରେ ୪ ଜଣ ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ପୋଲିସ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛି।

ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଭୂକମ୍ପରେ ଘରଦ୍ବାର ଥରିଥିବା ସୂଚନା ମିଳିଛି। ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ ଲୋକେ। ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ସୂଚନା ଅନୁଯାୟୀ, ଆଜି ଭୋର ୩ଟା ୫୯ ସମୟରେ ନେପାଳରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜୁଲ୍ମା ଜିଲ୍ଲାର ୧୦ କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ନ୍ୟାସନାଲ ସେଣ୍ଟର ଫର ସେସିମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବର ପାଇଁ ଆଜି ସବୁଠାରୁ ଛୋଟଦିନ !

ଭୁବନେଶ୍ବର: ଭୁବନେଶ୍ବର ପାଇଁ ଆଜି ସବୁଠାରୁ ଛୋଟଦିନ ହେବ । ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ ୨୪ ସେକେଣ୍ଡ ହେବ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ । ଭୁବନେଶ୍ବରରେ ଡିସେମ୍ବର ୧୫ରୁ ଡିସେମ୍ବର ୨୭ ପ୍ରାୟ ୧୨ ଦିନ ଧରି ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ ହୁଏ । ଆଜି ସୁନ୍ଦରଗଡ଼ ଓ ମାଲକାନଗିରିରେ ଦିନର ଲମ୍ବା ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୧ ମିନିଟ ହେବ ।

ସେହିଭଳି ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ । ଜୁନ ୨୧ ବା ୨୨ ତାରିଖରେ ସବୁଠାରୁ ବଡ଼ ଦିନ ହୋଇଥାଏ । ମେରୁ ନିକଟବର୍ତ୍ତୀ ସ୍ଥାନ ଗୁଡିକରେ ବର୍ଷ ସାରା ଦିନର ଦୌର୍ଘ୍ୟରେ ବଡ଼ ପ୍ରାର୍ଥକ୍ୟ ଅନୁଭୂତ ହୁଏ । ସେଠାରେ ଶୀତଋତୁରେ ଦିନ ଗୁଡିକ ଅତ୍ୟନ୍ତ ଛୋଟ ହୁଏ।

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଅବପାତରେ ପରିଣତ ସ୍ପଷ୍ଟ ଲଘୁଚାପ । ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ଗତିକରୁଛି ଅବପାତ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ରପ୍ରଦେଶ ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ରହିଛି । ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଉପକୂଳ ଓଡିଶାରେ ମେଘୁଆ ପାଗ ସହ କିଛି ସ୍ଥାନରେ ହାଲୁକା ବର୍ଷା ଲାଗିରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ, ଯାଜପୁର, କେଉଁଝର, ମୟୁରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଅନୁଗୋଳ ଜିଲ୍ଲାରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଆଉ କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେଉଛି ।

ମଝି ଚିଲିକାରେ ଫସିଲା ଡଙ୍ଗା, ପର୍ଯ୍ୟଟକ ସହ ଡ଼ଙ୍ଗାକୁ ଚିଲିକା ମଝିରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ଚିଲିକା: ଚିଲିକା ମଝିରେ ଫସିଲା ଡ଼ଙ୍ଗା। ୧୪ ଜଣ ପର୍ଯ୍ୟଟକ ସହ ଡ଼ଙ୍ଗାକୁ ଚିଲିକା ମଝିରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ପର୍ଯ୍ୟଟକ ମାନେ ଉଦ୍ଧାର ପାଇଁ ୧୧୨ ର ସହାୟତା ଲୋଡିଥିଲେ । ବାଲୁଗାଁ ଅଗ୍ନିଶମ ବାହିନୀ ଚିଲିକା ମଝିରେ ପହଞ୍ଚି ଫସିଥିବା ଡ଼ଙ୍ଗା ସହ ପର୍ଯ୍ୟଟକଙ୍କୁ ନିରାପଦରେ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ପର୍ଯ୍ୟଟନ ଋତ୍ୟୁ ଚାଲିଛି । ଆଜି ଭୁବନେଶ୍ୱରରୁ ୧୨ରୁ ୧୪ଜଣ ପର୍ଯ୍ୟଟକ ସାତପଡ଼ା ଡଲଫିନ ଦେଖିବାକୁ ଯାଇଥିଲେ । ୪ଟା ପରେ କୋହଲା ପାଗ ଏବଂ ଅନ୍ଧାର ଯୋଗୁ ଚିଲିକା ମଝିରେ ଡ଼ଙ୍ଗା ଫସି ଯାଇଥିଲା । ପର୍ଯ୍ୟଟକ ମାନେ ଉଦ୍ଧାର କରିବାକୁ ସହାୟତା ଲୋଡିଥିଲେ। ନନ୍ଦିଘୋଷ ଟିଭ ହାତରେ ଲାଗିଛି ଚିଲିକା ମଝିରେ ଉଦ୍ଧାର କରିବାର ଭିଡିଓ କିଳ୍ପିଂ। ବାଲୁଗାଁ ଅଗ୍ନିଶମ ବାହିନୀ ସେମାନଙ୍କୁ ଚିଲିକା ମଝିରୁ ନିରାପଦରେ ଏସ୍କର୍ଟ କରି କୂଳକୁ ଆଣିଛନ୍ତି।

କୋରାପୁଟ ଜିଲ୍ଲାରେ ପ୍ରହସନ ପାଲଟିଛି ଧାନମଣ୍ଡି, ମନ୍ତ୍ରୀଙ୍କ ଉଦଘାଟନର ୧୦ ଦିନ ହେଲା ଚାଷୀ ବିକ୍ରି କରିବାରେ ଅସମର୍ଥ

ନନ୍ଦିଘୋଷ ଟିଭି ବ୍ୟୁରୋ: ପ୍ରହସନ ପାଲଟିଛି କୋରାପୁଟ ଜିଲ୍ଲାରେ ଧାନ ମଣ୍ଡି । ଜିଲ୍ଲାରେ ଗତ ୧୧ ତାରିଖରେ ମଣ୍ଡି ଖୋଲି ଉଦଘାଟନ କରାଯାଇଥିଲା । ହେଲେ ଏହାରି ଭିତରେ ୧୦ ଦିନ ବିତିଯାଇଥିଲେ ସୁଦ୍ଧା ଆରମ୍ଭ ହୋଇପାରୁନି ଧାନ କିଣା । ଯୋଗାଣ ମନ୍ତ୍ରୀ କୋରାପୁଟ ଜିଲ୍ଲା ଗ୍ରସ୍ତ କରି ବିଭିନ୍ନ ମଣ୍ଡି ବୁଲି ଦେଖିବା ପରେ ମଣ୍ଡିରେ ଧାନ ବିକ୍ରି କରି ନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।

କୋରାପୁଟ ଜିଲ୍ଲାରେ ପ୍ରହସନ ପାଲଟିଛି ଧାନମଣ୍ଡି । ୧୦ ଦିନ ପରେ ବି ହୋଇପାରୁନି ଧାନକିଣା । ଧୁଆଁବାଣ ପାଲଟିଛି ଯୋଗାଣ ମନ୍ତ୍ରୀଙ୍କ ପ୍ରତିଶ୍ରୁତି । ଚାଷୀଙ୍କ ମହଲରେ ତେଜୁଛି ଅସନ୍ତୋଷ । କୋରାପୁଟ ଜିଲ୍ଲାରେ ଡିଏଲପିସି ବୈଠକରେ ଗତ ୧୧ ତାରିଖରେ ଧାନ ମଣ୍ଡି ଆରମ୍ଭ ହେବ ବୋଲି ନିଷ୍ପତି ହୋଇଥିଲା । ଆଉ ଗତ ୧୧ ତାରିଖରେ ମଣ୍ଡିର ଶୁଭାରମ୍ଭ ବି କରାଗଲା । କିନ୍ତୁ ଦୀର୍ଘ ୧୦ ଦିନ ବିତି ଯାଇଥିଲେ ସୁଦ୍ଧା ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି ଚାଷୀ । ଧାନ ବିକ୍ରି ପାଇଁ ଟୋକେନ ବାହାରିକି ଏକ ସପ୍ତାହ ହେଲାଣି । ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲା ଯାଇନଥିବାରୁ ଧାନ ବିକ୍ରି କରିପାରୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଲୟ ଘେରାଉ କରିଥିଲେ । ଏହାସତ୍ତ୍ବେବି କୌଣସି ସୁଫଳ ମିଳି ନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଧାନକିଣା ନେଇ ଯୋଗାଣ ବିଭାଗ ପକ୍ଷରୁ ମଧ୍ଯ ସ୍ପଷ୍ଟ ଉତ୍ତର ମିଳିପାରୁ ନାହିଁ । ଖୁବଶୀଘ୍ର ଧାନକିଣା ଆରମ୍ଭ ହେବ ବୋଲି କହି କଥାକୁ ଟାଳି ଦେଉଛନ୍ତି । ସେପଟେ  ଗତ ୧୭ ତାରିଖରେ ଯୋଗାଣ ମନ୍ତ୍ରୀଙ୍କ କୋରାପୁଟ ଗ୍ରସ୍ତ ସମୟରେ ବିଭିନ୍ନ ମଣ୍ଡି ବୁଲି ସ୍ଥିତି ପରଖିଥିଲେ । ମନ୍ତ୍ରୀ ଶୁଭାରମ୍ଭ କରିଥିବା ମଣ୍ଡିରୁ ମାତ୍ର ୪ ଜଣ ଚାଷୀଙ୍କ ୩୫୫ କ୍ବିଣ୍ଟାଲ ଧାନ କିଣା ଯାଇଥିଲା । ଏହାପରେ ସବୁ ଠପ୍ । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଧୂଆଁବାଣ ପାଲଟିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଚଳିତବର୍ଷ ଜିଲ୍ଲାରେ ଧାନଚାଷ ଭଲ ହୋଇଥିବାରୁ ଦୁଇପଇସା ପାଇବା ଆଶା ରଖିଥିଲେ ଚାଷୀ । ହେଲେ ଲଘୁଚାପ ଜନିତ ଅଦିନିଆ ବର୍ଷା ଆରମ୍ଭ ହୋଇଯାଇଥିବାରୁ କିପରି ଫସଲକୁ ସୁରକ୍ଷା ଦେବେ ସେନେଇ ଚିନ୍ତାରେ ସମସ୍ତେ । ଯଦି ଧାନକିଣା ବିଳମ୍ବ ହୁଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

୪ ଜିଲ୍ଲାକୁ ୟେଲୋ ଆଲର୍ଟ, ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ:  ଲଘୁଚାପ ପ୍ରଭାବରେ ଲାଗିରହିଛି ବର୍ଷା । କୋହଲା ପାଗ ସାଙ୍ଗକୁ ସାରା ରାଜ୍ଯରେ ଲାଗିରହିଛି ଝିପିଝିପି ବର୍ଷା । ଫଳରେ ଜନଜୀବନ ଅସ୍ତବ୍ଯସ୍ତ ହୋଇପଡିଛି । ଧାନ ଅମଳ ସମୟରେ ଅଦିନିଆ ବର୍ଷାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି । ଭଦ୍ରକରେ ଅନେକ ସ୍ଥାନରେ କ୍ଷେତରେ ପାଣି ଜମିବାରୁ ଧାନ ଭିଜିବା ଆରମ୍ଭ କରିଦେଇଛି । ଆସିକାରେ ବର୍ଷା ଜାରି ରହିଥିବା ବେଳେ ହେକ୍ଟର ହେକ୍ଟର ବିଲରେ କଟା ହୋଇ ପଡିଥିବା ଧାନ ଏବେ ନଷ୍ଟ ହେବାକୁ ବସିଲାଣି । ସେହିପରି ଜଗତସିଂହପୁର ଜିଲ୍ଲାରେ ନିଜର କଷ୍ଟ ଉପାର୍ଜିତ ଧାନକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି ଚାଷୀ । ଧାନ କଞ୍ଚା ଥିଲେ ମଧ୍ଯ କାଟି ନେଇ ଖଳାକୁ ନେଇଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପୋଲସରା ଓ ରାଜନଗରରେ ମଧ୍ୟ ଚାଷୀ ମାନେ ଧାନକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର

ବୌଦ୍ଧ : ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର । ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ବୌଦ୍ଧ ଭିଜିଲାନ୍ସ ଟିମ । ବାଉଁସୁଣି ଥାନା ବୌଦ୍ୟନାଥପୁର ଗଜାନନ ତନ୍ତ ସମବାୟ ସମିତିର ୧୩ ଲକ୍ଷ ୩୧ ହାଜର ଟଙ୍କା ସୁପାରିସ୍ ନିମନ୍ତେ ସଂପାଦକ ପଞ୍ଚାନନ ମେହେରଙ୍କ ଠାରୁ ନେଉଥିଲେ ୧୦ହଜାର ଟଙ୍କା ଲାଞ୍ଚ । ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର ହେଲେ କୃଷ୍ଣଚନ୍ଦ୍ର ସାହୁ ଓ ଆଦିତ କୁମାର ଦାସ । ଦୁଇ ଜଣ ରହୁଥିବା ବୌଦ୍ଧ ସ୍ଥିତ ଭଡା ଘରେ ଜଗାନନ୍ଦ ବିହାର ଓ ରଥସାଇ ଭଡାଘରେ ଚଢ଼ାଉ ଜାରିରହିଛି ଭିଜିଲାନ୍ସ ଟିମ ।