ନନ୍ଦିଘୋଷ ବ୍ୟୁରୋ: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ଗୋଟିଏ କମ୍ପାନୀ ସଶସ୍ତ୍ର ପୋଲିସ । ତିଆରି ହେବ ୧୩୧ ଜଣିଆ ଏକ ଡେଡିକେଟେଡ ଆର୍ମଡ ପୋଲିସ ରିଜର୍ଭ କମ୍ପାନୀ । ଏଥିପାଇଁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ । ତିଆରି ହେବାକୁ ଥିବା ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ଜଣ ସବ୍ ଇନସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ଼୍ରାଇଭର ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର ରହିବେ । ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ । ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ ପୋଲିସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।
ମୁଖ୍ୟତଃ ମହିଳା ମାନଙ୍କୁ ପ୍ରଭାବିତ କରୁଛି ଏହି ଭାଇରସ, ଆାକ୍ରାନ୍ତଙ୍କ ସଂଖ୍ୟା ୪୦୦ ଛୁଇଁଲା
ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ଡ଼ରାଇଲାଣି ଆଉ ଏକ ନୂଆ ଭାଇରସ । ବ୍ୟାପୁଥିବା ଏହି ଭାଇରସଟି ମୁଖ୍ୟତଃ ଉଗାଣ୍ଡର ବୁଣ୍ଡିବୁଗୁ ଜିଲ୍ଲାରେ ଅଧିକ ମାତ୍ରାରେ ବ୍ୟାପି ଚାଲିଛି । ଏହି ରହସ୍ୟମୟ ରୋଗ ମୁଖ୍ୟତଃ ମହିଳା ଓ ଝିଅ ମାନଙ୍କୁ ବେଶୀ ପ୍ରଭାବିତ କରୁଛି । ଜୀବାଣୁର ନାମ ହେଉଛି ଡ଼ିଙ୍ଗା ଡ଼ିଙ୍ଗା ଭାଇରସ । ରିପୋର୍ଟ ଅନୁଯାୟୀ, ଉଗାଣ୍ଡର ବୁଣ୍ଡିବୁଗୁ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ଅଜବ ଜୀବାଣୁ ଦେଖାଦେଇଛି । ଏହି ରୋଗର ଅନେକ ପ୍ରକାର ଲକ୍ଷଣ ଦେଖାଦେଉଛି । ଯେପରିକି ପୀଡ଼ିତ ଲୋକମାନେ ଜ୍ବର, ମୁଣ୍ଡବ୍ୟଥା, ଅତ୍ୟଧିକ ଦୁର୍ବଳତା ଅନୁଭବ କରିବା ସହ ଅଚେତ ମଧ୍ୟ ହୋଇଯାଉଛନ୍ତି । ପୀଡ଼ିତଙ୍କ ଠିଆ ହେବା ଚାଲିବା ପ୍ରାୟ ଅସମ୍ଭବ ହୋଇଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ରୋଗ ଆାଫ୍ରୀକିୟ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବତ୍ତର୍ମାନ ପର୍ଯ୍ୟନ୍ତ ୪୦୦ ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହାଇସାରିଛନ୍ତି ମାତ୍ର କାହାର ମୃତ୍ୟୁ ହୋଇନାହିଁ । ରେଗ କୁ ରୋକିବା ପାଇଁ ଆବଶ୍ୟକୀୟ ଓୗଷଧ ଏବଂ ଟୀକା ମଧ୍ୟ ପ୍ରଦାନ କରାଯାଉଛି । ସାଇଣ୍ଟିଫିକ ଟିମ ସେଠାରେ ପହଞ୍ଚି ଅଧିକ ଗବେଷଣା ଜାରି ରଖିଛନ୍ତି ।
ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଖଣ୍ଡପଡା ବ୍ଲକ ପରିସରରେ ଧାରଣା
ନନ୍ଦିଘୋଷ ବ୍ୟୁରୋ: ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ ଖଣ୍ଡପଡା ବ୍ଲକ ପରିସରରେ ଧାରଣା । ଖଣ୍ଡପଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଓ ସୁପର ଭାଇଜରଙ୍କ ବିରୋଧରେ ବ୍ଲକ ପରିସରରେ ଧାରଣା ଦିଆଯିବା ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଖଣ୍ଡପଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କେ କେଟେଶ୍ୱରି ଓ ସୁପରଭାଇଜର ଲକ୍ଷ୍ମୀ ବସନ୍ତରାୟଙ୍କ କାର୍ଯ୍ୟକଳାପକୁ ନେଇ ବ୍ଲକ୍ ଅଙ୍ଗନୱାଡି କର୍ମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଉଭୟ ଅଧିକାରିଣୀଙ୍କ ବିରୋଧରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଖଣ୍ଡପଡା ବ୍ଲକ କାର୍ଯ୍ୟଳୟ ପରିସରରେ ଧାରଣା ଦିଆଯାଇଥିଲା । ଧାରଣାସ୍ଥଳରେ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ଉପସଭାପତି ନିରଞ୍ଜନ ଦାସ, ନୟାଗଡ ଜିଲ୍ଲା ମହିଳା ସଭାନେତ୍ରି କନକଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଦିଆଯାଇଛି । ୧୫ ଦିନ ମଧ୍ୟରେ ସିଡିପିଓ ଓ ସୁପର ଭାଇଜରଙ୍କ ବିରୁଦ୍ଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାନଯାଏ । ତେବେ ଆନ୍ଦୋଳନକୁ ତିବ୍ରତର କରାଯିବା ସହ ଉଚ୍ଚ ନ୍ୟାୟାଳୟରେ ମାମଲା କରାଯିବ ବୋଲି ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି କହିଛନ୍ତି।

