spot_img
Home Blog Page 1356

ରାଜଧାନୀରେ ହଜାର ହଜାର ଆଶାକର୍ମୀଙ୍କ ଗର୍ଜନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ହଜାର ହଜାର ଆଶାକର୍ମୀଙ୍କ ଗଣ ବିକ୍ଷୋଭ । ସିଆଇଟିୟୁ ନେତୃତ୍ବରେ ୧୭ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଆଶାକର୍ମୀ କରିଛନ୍ତି ଗଣ ବିକ୍ଷୋଭ । ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ ଆଶାକର୍ମୀ । ଏହି ସମୟରେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ସମାଲୋଚନା କରିବା ସହ ଶ୍ରମିକ ସପକ୍ଷବାଦୀ ନୀତି ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ପରାମର୍ଶ ।

ଆଶାଦିଦିଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା, ମାସିକ ୨୬ ହଜାର ଟଙ୍କା ଦରମା, ଅବସର ଓ ମୃତ୍ୟୁକାଳୀନ ୧୦ ଲକ୍ଷ ଟଙ୍କା ସହାୟତା, ୧୦ ହଜାର ମାସିକ ପେନସନ, ଇପିଏଫ୍, ଇଏସଆଇ ସହ ସାମାଜିକ ସୁରକ୍ଷା ଦେବା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବଜେଟ ବ୍ୟୟ କରି ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ସରକାର ଦାବିଗୁଡିକୁ ତୁରନ୍ତ କାର୍ଯ୍ୟକାରୀ ନକଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି ।

ଚାକିରି କରାଇ ଦେବାକୁ କହି ୬୦ ଲକ୍ଷ ଠକେଇ ଅଭିଯୋଗ

ଆସିକା: ଚାକିରି କରାଇ ଦେବାକୁ କହି ଜଣେ ଆଶାୟୀଙ୍କ ପାଖରୁ ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଠକେଇର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗ୍ରାମର ସନ୍ତୋଷ କୁମାର ପାଢୀ । ଏନେଇ ସନ୍ତୋଷ ସନ୍ତୋଷ ଆସିକା ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ସେ ବିଭିନ୍ନ ପର୍ଯ୍ୟାୟରେ ୬୦ ଲକ୍ଷ ଟଙ୍କା ଆସିକା କାଳଷଣ୍ଢପୁର ଗ୍ରାମର ଉଦୟ ନାଥ ମୁନି ଏବଂ ଗୋପାଳପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦେଇଥିବା କହିଛନ୍ତି ।

ସଂପୃକ୍ତ ଦଲାଲମାନେ ସନ୍ତୋଷଙ୍କୁ ଫେକ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ଦେବା ସହ ବିଭିନ୍ନ ପ୍ରକାର ରେଲୱେର ମୋହର ଥାଇ ଲେଟର ଦେଉଥିଲେ । ଏପରିକି ତାଙ୍କୁ ଚାକିରିର ଟେନିଂ ପାଇଁ ତାମିଲନାଡୁର ଏକ ସ୍ଥାନକୁ ନେଇ ମିଥ୍ୟା ଟେନିଂ ମଧ୍ୟ କରାଇଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖରେ ଏହି ଦଳକୁ ବ୍ରହ୍ମପୁର ପୋଲିସ ଗିରଫ କରିବା ପରେ ଏହାର ରହସ୍ୟ ଜଣା ପଡିଥିଲା । ଆଉ ଏବେ ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କ ଲିଷ୍ଟ ବଢୁଛି ।

ମେଲବର୍ଣ୍ଣ ଏୟାରପୋର୍ଟରେ ମହିଳା ସାମ୍ବାଦିକାଙ୍କ ସହ ବିରାଟଙ୍କ ଯୁକ୍ତି, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ନନ୍ଦିଘୋଷ ବ୍ୟୁରୋ: ଗାବା ଟେଷ୍ଟ ଡ୍ର ହେବା ପରେ ଏବେ ଭାରତୀୟ ଦଳ ମେଲବର୍ଣ୍ଣରେ ପହଞ୍ଚିଛି । ଚତୁର୍ଥ ଟେଷ୍ଟରେ ବିଜୟ ଲକ୍ଷ୍ୟରେ ରହିଛି ଭାରତ । ତେବେ ମ୍ୟାଚ ପୂର୍ବରୁ ଏୟାରପୋର୍ଟର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିରାଟ ଜଣେ ମହିଳା ସାମ୍ବାଦିକାଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖୁବାକୁ ମିଳୁଛି । ତେବେ ଏହି ସାମ୍ବାଦିକ ଜଣକ ବିରାଟଙ୍କ ଛୁଆଙ୍କ ଫଟୋ ଏବଂ ଭିଡିଓ ଉଠାକୁ ନେଇ ବିରକ୍ତ ହୋଇଥିଲେ କୋହଲି । ସେ କହିଛନ୍ତି କି, ମୋର ପ୍ରାଇଭେସି ରହିଛି । ମୋ ବିନା ଅନୁମତିରେ ପିଲାଙ୍କ ଫଟୋ କାହିଁକି ଉଠାଇଲ । ସେପଟେ ଏହାକୁ ନେଇ ଏବେ ଅଷ୍ଟ୍ରେଲିୟ ଗଣମାଧ୍ୟମରେ ବିରାଟଙ୍କୁ ସମାଲୋଚନା କରାଯାଉଛି । ତେବେ ଏଭଳି ଘଟଣା କିଛି ନୂଆ ନୁହେଁ । କାରଣ ଅଷ୍ଟ୍ରେଲିଆ ଗସ୍ତରେ ଯେବେ ବିରାଟ ଯାଇଛନ୍ତି ଗଣମାଧ୍ୟମର ଏଭଳି କିଛି ବ୍ୟବହାର ପାଇଁ ବିରକ୍ତି ଭାବେ ପ୍ରକାଶ କରିଥାନ୍ତି ବିରାଟ ।

ସଂସଦ ପରିସରରେ ଠେଲାପେଲା ଓ ଧକ୍କାମରା ଘଟଣା : ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା

ନନ୍ଦିଘୋଷ ବ୍ୟୁରୋ: ସଂସଦ ପରିସରରେ ଧକ୍କା ମରା ଓ ଠେଲାପେଲା ଘଟଣା । ଦୁଇ ସାଂସଦ ଆହତ । ଓଡ଼ିଶାର ବିଜେପି ସାଂସଦ ଆହତ ହୋଇଥିବାବେଳେ ମୁକେଶ ରାଜପୁତ ମଧ୍ୟ ଆହତ ହୋଇଛନ୍ତି । ତେବେ ଏହି ଘଟଣାରେ ଆଇନଗତ ପଦକ୍ଷେପ ନେଇଛି ବିଜେପି । ରାହୁଲଙ୍କ ବିରୋଧରେ ସଂସଦ ମାର୍ଗ ଥାନାରେ ଅଭିଯୋଗ କରିଛି ବିଜେପି । ବିଜେପି ପକ୍ଷରୁ ଅନୁରାଗ ଠାକୁର ଏବଂ ବାଂଶୁରୀ ସ୍ବରାଜ ଅଭିଯୋଗ କରିଛନ୍ତି । ସେପଟେ କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ଼ଗେ ବାଚସ୍ପତିଙ୍କୁ ଏକ ଚିଠି ଲେଖିଛନ୍ତି । ଠେଲାପେଲା ଓ ଧକ୍କା ମାରିବା ଘଟଣାର ତଦନ୍ତ ହେଉ । ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଦରେ ମଧ୍ୟ ଆଘାତ ଲାଗିଥିବା ସେ କହିଛନ୍ତି ।

ଟିମ ଇଣ୍ଡିଆରେ ଅସମ୍ମାନ ପାଇଁ ଅବସର ନେଲେ କି ଅଶ୍ବିନୀ ? କାହିଁକି ଏମିତି କହିଲେ ତାଙ୍କ ବାପା

ନନ୍ଦିଘୋଷ ବ୍ୟୁରୋ: ନମ୍ବର ଓ୍ବାନ ଅଲରାଉଣ୍ଡ ରବିଚନ୍ଦ୍ରନ ଅଶ୍ବିନୀ ହଠାତ ଅବସର ଘୋଷଣା କରିଥିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ବର୍ଡର ଗାଭାସ୍କର ଟ୍ରଫିର ୨ଟି ମ୍ୟାଚ ବାକି ଥିବାବେଳେ କାହିଁକି ହଠାତ ଏଭଳି ନିଷ୍ପତ୍ତି ନେଲେ ଅଶ୍ବିନୀ । ଏହାକୁ ନେଇ ଚର୍ଚ୍ଚା ଆଳୋଚନା ଚାଲିଥିବାବେଳେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଶ୍ବିନୀଙ୍କ ପିତା । ସେ କହିଛନ୍ତି ଅସମ୍ମାନ ପାଇଁ ଏଭଳି ନିଷ୍ପତ୍ତି ନେଇ ପାରିଥାନ୍ତି ଅଶ୍ବିନୀ । ଅବସର ଘୋଷଣା କରିବା ତାର ବ୍ୟକ୍ତିଗତ ନିଷ୍ପତ୍ତି । ଦୀର୍ଘଦିନ ହେବ ସେ ଦଳରେ ଅସମ୍ମାନିତ ହେଉଥିବା ମନେ ହେଉଥିଲା । ୧୪- ୧୫ କ୍ୟାରିୟରରେ ଅଲରାଉଣ୍ଡ ଭାବେ ସୁବେବେଳେ ଏକ ନମ୍ବର ରହି ଆସୁଥିଲେ । ମାତ୍ର ତାଙ୍କ ଅବସର କଷ୍ଟ ଦେଉଛି । ମୁଁ ଚାହୁଁଥିଲି ସେ ଆଉ କିଛି ଦିନ ଖେଳ ଜାରି ରଖିଥାଉ । ଦମଦାର ପ୍ରଦର୍ଶନ କରୁଥିବା ଅଶ୍ବିନୀଙ୍କୁ କିନ୍ତୁ ବେଞ୍ଚରେ ବାରମ୍ବାର ବସାଇବା ତାଙ୍କ ଲାଗି ଅପମାନ ଭଳି । ଟେଷ୍ଟ ଚାମ୍ପିୟନସିପରେ ମଧ୍ୟ ଏଭଳି ଭାବେ ଅପମାନ କରାଯାଇଥିଲା । ପ୍ଲେଇଙ୍ଗ ୧୧ରେ ସ୍ଥାନ ନମିଳିବା ବହୁତ ଦୁଃଖଦାୟକ । ଦୀର୍ଘଦିନ ଧରି ଏଭଳି ଅପମାନ କରାଯାଉଛି । ଯେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥାଇପାରେ ବୋଲି କହିଛନ୍ତି ଅଶ୍ବିନୀଙ୍କ ବାପା ।

 

ମୋଦିଙ୍କ ‘ଆୟୁଷ୍ମାନ ଭାରତ’ କୁ ଟକ୍କର ଦେବ କେଜ୍ରିଓ୍ବାଲଙ୍କ ସଞ୍ଜିବନୀ ଯୋଜନା…

ନନ୍ଦିଘୋଷ ବ୍ୟୁରୋ: ଆଗକୁ ଦିଲ୍ଲୀରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ରାଜଧାନୀର ରାଜନୖତିକ ମାହୋଲ ସରଗରମ ହେବାରେ ଲାଗିଛି । ଚଳିତ ନିର୍ବାଚନରେ ମଧ୍ୟ ଦିଲ୍ଲୀକୁ କବଜା କରିବା ଲାଗି ଆମ୍ ଆାଦମୀ ପାର୍ଟି ତାର ଜୋରଦାର ପ୍ରୟାସ କରିବା ଆରମ୍ଭ କରିଦେଇଛି । ସେଥିପାଇଁ ରଖି ଆମ ଆଦମୀ ପାର୍ଟି ଖେଳିଛି ନୂଆ ଯୋଯନା କାର୍ଡ଼ । ଏବେ ଚର୍ଚ୍ଚାରେ ବିଜେପି ର ଅୟୁଷ୍ମାନ କାର୍ଡ଼ ଆଉ ଆପ୍ ର ସଞ୍ଜିବନୀ କାର୍ଡ଼ । ଆପ୍ ର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ସବୁବର୍ଗର ଲୋକଙ୍କୁ ଆକର୍ଷିତ କରିବା ଲାଗି ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି । କୁହାଗଲାଣି ଏଥର ବିଜେପି ଉପରେ ଭାରି ପଡ଼ିବ ଆାମ ଆାଦମୀ ପାର୍ଟି ।
‘ଆୟୁଷ୍ମାନ’ ଉପରେ ଭାରି ପଡ଼ିବ ‘ସଞ୍ଜିବନୀ’ ଯୋଜନା !

ବୁଧବାର ଆପ୍ ସରକାର ଦିଲ୍ଲୀରେ ‘ସଞ୍ଜୀବନୀ’ ଯୋଜନାର ଘୋଷଣା କରିଛି। ଏହି ଯୋଜନା କେନ୍ଦ୍ରର ଆୟୁଷ୍ମାନ ଯୋଜନାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଦିଲ୍ଲୀର ଆପ ସରକାର ଥିବାବେଳେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଏଠାରେ ଲାଗୁ ହୋଇନାହିଁ। ବିଜେପି ଅଭିଯୋଗ କରୁଛି ଯେ କେଜ୍ରିଓ୍ବାଲଙ୍କ ପାର୍ଟି ଦିଲ୍ଲୀରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଦେଉନାହିଁ। ତେଣୁ ବିଜେପିକୁ ଜବାବ ଦେବା ଲାଗି ଆପ୍ ସଞ୍ଜୀବନୀ ଯୋଜନା ଆଣିବାକୁ ଯାଉଛି। ଏହି ଯୋଜନା ବଡ଼ ଗେମ ଚେଞ୍ଜର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଏହା ପୂର୍ବରୁ ଗତ ୧୨ ତାରିଖରେ କେଜ୍ରିଓ୍ବାଲ ‘ଲାଡଲୀ ଭଉଣୀ ଯୋଜନାରେ’ ମହିଳାମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ। ପ୍ରତିମାସରେ ଦିଲ୍ଲୀର ମହିଳାମାନଙ୍କୁ ପ୍ରତିମାସରେ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏହା ପୂର୍ବରୁ ୧୦ ତାରିଖରେ କେଜ୍ରିଓ୍ବାଲ ଦିଲ୍ଲୀର ଅଟୋ ଚାଳକଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଥିଲେ।
ତେବେ ଆସନ୍ତୁ ଜାଣିବା ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ …

ପ୍ରଥମେ ସଞ୍ଜୀବନୀ ଯୋଜନା ବିଷୟରେ ଆଲୋଚନା କରିବା …
– ଅରବିନ୍ଦ କେଜ୍ରିୱାଲ ବୃଦ୍ଧମାନଙ୍କ ପାଇଁ ସଞ୍ଜୀବନୀ ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ ରାଜଧାନୀରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଚିକିତ୍ସା ମାଗଣା ହେବ।
– ୬୦ ବର୍ଷରୁ ଅଧିକ ସମସ୍ତ ନାଗରିକ ଦିଲ୍ଲୀରେ ମାଗଣା ଚିକିତ୍ସା ପାଇବେ। କେଜ୍ରିୱାଲଙ୍କ ଅନୁଯାୟୀ ଚିକିତ୍ସା ପାଇଁ ହୋଇଥିବା ସମସ୍ତ ଖର୍ଚ୍ଚ ସରକାର ବହନ କରିବେ
– କେଜ୍ରିୱାଲ କହିଛନ୍ତି ଯେ ଆଗାମୀ ଦିନରେ ଆପ୍ କମର୍ଚାରୀ ମାନଙ୍କ ଦ୍ବାରା ଘର ଘର ବୁଲି ପଞ୍ଜୀକରଣ ଆରମ୍ଭ ହେବ । ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହିତାଧିକାରୀଙ୍କ ଲାଗି ଆୟର କୋଣସି ସୀମା ରହିବ ନାହିଁ। ଅର୍ଥାତ ଆୟ ସମ୍ବନ୍ଧରେ କୌଣସି ସୀମା ରହିବ ନାହିଁ ।

ଏବେ ଆସନ୍ତୁ ନଜର ପକାଇବା ଆୟୁଷ୍ମାନ ଭାରତ ଯଥା ପ୍ରଧାନ ମନ୍ତ୍ରୀ ଜନ ଆାରେଗ୍ୟ ଯାଜନା ଉପରେ…
– ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ -ଜନ ଆରୋଗ୍ୟ ଯୋଜନା ଅଧୀନରେ ବୃଦ୍ଧଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ୭୦ ବର୍ଷରୁ ଅଧିକ ବୟସ ମାଗଣା ସ୍ୱାସ୍ଥ୍ୟ ବୀମା ପାଇବେ … ଏହି ଯୋଜନା ଅଧୀନରେ ଅନେକ ପ୍ରମୁଖ ରୋଗ ଅନ୍ତର୍ଭୁକ୍ତ, କର୍କଟ, ହୃଦ ରୋଗ ଏବଂ କିଡନୀ ସମ୍ବନ୍ଧୀୟ ରୋଗ ବ୍ୟତୀତ ଏଥିରେ କରୋନା, ମୋତିଆବିନ୍ଦୁ ମଧ୍ୟ ଅନ୍ତର୍ଭୁକ୍ତ ।
– ଆଧାର କାର୍ଡରେ ଲେଖାଯାଇଥିବା ଜନ୍ମ ତାରିଖ ଆଧାରରେ, ଯଦି ବୃଦ୍ଧ ୭୦ ବର୍ଷ ବୟସ ହାସଲ କରୁଛନ୍ତି, ତେବେ ସମସ୍ତେ ବର୍ତ୍ତମାନ ଏହି ଯୋଜନାର ଲାଭ ପାଇବେ, ପେନସନଭୋଗୀ ମାନେ ମଧ୍ୟ ଏହାର ଲାଭ ନେଇପାରିବେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସାରା ଦେଶରେ ପ୍ରାୟ ୩୦ ହଜାର ଡାକ୍ତରଖାନା ଅଛି, ସେଥିମଧ୍ୟରୁ ୧୩ ହଜାର ଘରୋଇ ଏବଂ ୧୭ ହଜାର ସରକାରୀ ଡାକ୍ତରଖାନା ଅଟେ। ଯଦି ଏହି ସମସ୍ତ ଡାକ୍ତରଖାନାରେ ରୋଗୀ ଭର୍ତ୍ତି ହୁଅନ୍ତି, ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ।

ଏବେ ଦେଖିବାକୁ ବାକିରହିଲା ଜନତାଙ୍କୁ ଅଧିକ ଆକୃଷ୍ଟ କିଏ କରି ପାରୁଛି ।

ପ୍ରତାପ ଏବଂ ମୁକେଶଙ୍କ ସହ କଥା ହେଲେ ମୋଦି

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ସଂସଦରେ ଘଟିଥିବା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସାଂସଦ ପ୍ରତାପ ଷଢ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ଏକ ସମୟରେ ଉଭୟ ସାଂସଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେନ ଯୋଗେ ପ୍ରଧାନମନ୍ତ୍ରୀ କଥା ହୋଇଥିବାବେଳେ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏଲଆଇ, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପରୀକ୍ଷାରେ ବିଳମ୍ବ ଅଭିଯୋଗ : ଆଶାୟୀଙ୍କ ଧାରଣା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଏଲ୍‌ଆଇ, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପ୍ରକ୍ରିୟା ବିଳମ୍ବକୁ ନେଇ ଆଶାୟୀଙ୍କ ଧାରଣା।  ଓଡ଼ିଶା ଅଧସ୍ତନ କର୍ମଚାରୀ ମନୋନୟନ ଆୟୋଗ OSSC ଦ୍ବାରା ପ୍ରାଣୀଧନ ନିରୀକ୍ଷକ, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦ ପାଇଁ ମିଳିତ ନିଯୁକ୍ତି ପରୀକ୍ଷାରେ ବିଳମ୍ବକୁ ନେଇ ଅସନ୍ତୋଷ ପରେ ଆଜି ଧାରଣାକୁ ଓହ୍ଲାଇଛନ୍ତି ଆଶାୟୀ।ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ତାରିଖ ଗଡ଼ୁଥିବାରୁ ଚିନ୍ତାରେ ପଡ଼ିଛନ୍ତି। ବାରମ୍ବାର ଏନେଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। 2023ରେ ନୋଟିଫିକେସନ ବାହାରିଥିଲା। ଏପ୍ରିଲ ୨୪ରୁ ମେ’ ୭ ତାରିଖ ଭିତରେ ଲିଖିତ ପରୀକ୍ଷା ଶେଷ ହୋଇଥିଲେ ବି ଏପର୍ଯ୍ୟନ୍ତ ଶାରୀରିକ ଦକ୍ଷତା ପରୀକ୍ଷା କରାଯାଉନି। ବାରମ୍ବାର ତାରିଖ ବଦଳାଯାଉଛି। ୨୦୨୪ ବର୍ଷ ଶେଷ ହେବାକୁ ଯାଉଥିବାବେଳେ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଉନି।

ବିରାଟଙ୍କ ୧୭ ବର୍ଷର କ୍ୟାରିୟରରେ କେବେ ଏମିତି ହୋଇନି, ଏବେ କଣ ଦେଉଛି ସୂଚନା

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ନିର୍ଭର ଯୋଗ୍ୟ ବ୍ୟାଟ୍ସମ୍ୟାନ ହେଉଛନ୍ତି ବିରାଟ କୋହଲି । ନିଜର ଦମଦାର ପ୍ରଦର୍ଶନ ପାଇଁ ସାରା ବିଶ୍ବରେ ପରିଚିତ ହୋଇଥିବାବେଳେ ତାଙ୍କ ବ୍ୟାଟିଂ ଶୈଳୀକୁ ସମସ୍ତେ ପସନ୍ଦ କରିଥାନ୍ତି । ଅନେକ ରେକର୍ଡର ଅଧିକାରୀ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଯାହାକୁ ନେଇ ଚର୍ଚ୍ଚା ହେଉଛି କି, ସେ ଅବସର ନେଇପାରନ୍ତି । ୨୦୦୮ ମସିହାରୁ ଆନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା କୋହଲିଙ୍କ ୧୭ ବର୍ଷର କ୍ୟାରିୟରରେ ୨୦୨୪ ବହୁତ ଖରାପ ରହିଛି । କ୍ରିକେଟର ତିନୋଟି ଯାକ ଫର୍ମାଟରେ ସେମିତି ଆଖି ଦୃଷ୍ଟିଆ ପ୍ରଦର୍ଶନ କରିନାହାନ୍ତି । ଯଦି ଟେଷ୍ଟ କଥା କହିବା ତାହେଲେ ବର୍ଷରେ ମାତ୍ର ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ରହିଛି । ସେପଟେ କିନ୍ତୁ ଦିନିକିଆରେ ଗୋଟିଏ ମଧ୍ୟ ଶତକ କିମ୍ବା ଅର୍ଦ୍ଧଶତକୀୟ ପାଳି ଖେଳି ନାହାନ୍ତି । ଯଦି ଟି-୨୦ କଥା କହିବା ତାହେଲେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ଚଳିତ ବର୍ଷ ଖରାପ ଫର୍ମ ଦେଇ ଗତି କରୁଥିବାବେଳେ ଆଗାମୀ ଦିନରେ ଅବସର ନେଇପାରନ୍ତି ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଛନ୍ତି । ୩୬ ବର୍ଷୀୟ କୋହଲିଙ୍କ ଟିମ ଇଣ୍ଡିଆ ପାଇଁ ଅନେକ ଅବଦାନ ରହିଥିବାବେଳେ ଭାରତକୁ ବହୁ ବିଜୟ ଦେଇଛନ୍ତି ।

ସାଂସଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ବିଦ୍ୟୁତ ଚୋରି ଅଭିଯୋଗରେ ମାମଲା ରୁଜୁ

ଲକ୍ଷ୍ନୌ: ସମ୍ଭଲ ହିଂସାର ଅନ୍ୟତମ ଅଭିଯୁକ୍ତ ସମାଜବାଦୀ ପାର୍ଟି ସାଂସଦ ଜିଆଉ ରେହମାନ ବର୍କ ପୁଣିଥରେ ସମସ୍ୟାରେ ପଡିବାକୁ ଯାଉଛନ୍ତି  । କାରଣ ତାଙ୍କ ନାମରେ ଏଥର ବିଜୁଳି ଚୋରି ଅଭିଯୋଗ ହୋଇଛି  । ସପା ସାଂସଦ ଚୋରି ବିଜୁଳିର ବ୍ୟବହାର କରୁଥିଲେ  । ତାଙ୍କ ଘର ମିଟର ଯାଞ୍ଚ ପରେ ପୋଲିସ ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରିଛି  ।

ତିନି ଦିନ ପୂର୍ବରୁ ଦୀପାସରାୟ ସ୍ଥିତ ସାଂସଦଙ୍କ ଘରୁ ପୁରୁଣା ମିଟର ହଟାଯାଇ ନୂଆ ସ୍ମାର୍ଟ ମିଟର ଲଗାଯାଇଥିଲା  । ଏହା ପରେ ଗୁରୁବାର ସକାଳେ ବିପୁଳ ସଂଖ୍ୟାରେ ପୋଲିସ ଫୋର୍ସ ସହ ବିଜୁଳି ବିଭାଗର ଟିମ୍‌ ତାଙ୍କ ଘରେ ପହଞ୍ଚି ସ୍ମାର୍ଟ ମିଟର ଯାଞ୍ଚ କରିଥିଲା  । ଏହି ସମୟରେ ବିଜୁଳି ବିଭାଗ ଜାଣିବାକୁ ପାଇଥିଲା ଯେ ସାଂସଦଙ୍କ ଘରେ ଦୁଇ କିଲୋୱାଟର ବିଦ୍ୟୁତ ସଂଯୋଗ ରହିଛି  । କିନ୍ତୁ ସେଠାରେ ୧୬ ହଜାର ୪୮୦ କିଲୋୱାଟର ଲୋଡ୍‌ ମିଳିଥିଲା  । ବିଜୁଳି ଚୋରିର ତରିକା ଦେଖି ତାଜୁବ ହୋଇଯାଇଥିଲା ବିଦ୍ୟୁତ ବିଭାଗ  । ମିଟରରୁ ବାଏପାସ କରି ବିଜୁଳି ଚୋରି କରାଯାଉଥିଲା  । ଚୋରି ଧରାପଡିବା ପରେ ବିଦ୍ୟୁତ ଅଧିନିୟମ ଧାରା ୧୩୫ ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି  ।

ସମ୍ଭଲ ଜିଲ୍ଲା ପ୍ରଶାସନ ଦୀପା ସରାୟ ସମେତ ଅନ୍ୟ ଅଞ୍ଚଳରେ ବିଜୁଳି ଚୋରି ବିରୋଧରେ ଅଭିଯାନ ଚଳାଇଛି  । ଏହି କ୍ରମରେ ସାଂସଦଙ୍କ ଘରେ ବି ଯାଞ୍ଚ ହୋଇଥିଲା । ଯାଞ୍ଚ ବେଳେ ତାଙ୍କ ଘରେ ଦୁଇଟି ନାଁରେ କନେକ୍ସନ ଥିବା ଜଣାପଡିଥିଲା  । ଗୋଟିଏ ମିଟର ତାଙ୍କ ନାଁରେ ଥିବାବେଳେ ଅନ୍ୟଟି ତାଙ୍କ ସ୍ବର୍ଗୀୟ ଜେଜେଙ୍କ ନାଁରେ ଥିଲା  । ଘରେ ସମସ୍ତ ବିଦ୍ୟୁତ ଉପକରଣ ଥାଇ ବି ଦୁଇଟି ଯାକ ମିଟରରେ ଜିରୋ ୟୁନିଟ୍‌ ରହିଥିଲା  ।