spot_img
Home Blog Page 1359

ଅବ୍ୟବସ୍ଥା ଘେରରେ ନିମାପଡ଼ା ବାମନାଳ ପଞ୍ଚାୟତ ହରିଜନ ସାହି ଅଙ୍ଗନବାଡି କେନ୍ଦ୍ର

ନିମାପଡ଼ା : ଭଙ୍ଗା ଦଦରା ଘରେ ଚାଲିଛି କୋମଳମତି ଶିଶୁଙ୍କ ପାଠପଢା । ଦେଖନ୍ତୁ ଏ ଦୃଶ୍ଯ କିପରି ଛାତରୁ ପ୍ଲାଷ୍ଟର ଖସି ରଡ ଦେଖାଗଲାଣି । କାନ୍ଥରୁ ଖସିପଡିଲାଣି ପ୍ଲାଷ୍ଟର । କେତେବେଳେ ଯେ କିଛି ଅଘଟଣ ଘଟିବ ତାହା କେହି କହିପାରିବେ ନାହିଁ । ଏ କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ଯ ନୁହେଁ । ଏ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବାମନାଳ ପଞ୍ଚାୟତ ହରିଜନ ସାହିରେ ଥିବା ଅଙ୍ଗନବାଡି କେନ୍ଦ୍ରର । ଏଠି ନାହିଁ ନାହିଁରେ ଚାଲିଛି ଶିକ୍ଷାଦାନ । ଏଠାରେ ପାଠପଢୁଛନ୍ତି ୨୨ରୁ ଅଧିକ କୋମଳମତି ଶିଶୁ । ସୂଚନା ମୁତାବକ ଏହି ଗାଁରେ ଦୀର୍ଘଦିନ ହେବ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ଗାଁର କୋଠ ଘରେ ଚାଲିଆସୁଛି ଅଙ୍ଗନବାଡି କେନ୍ଦ୍ର । ଅଙ୍ଗନବାଡି କେନ୍ଦ୍ରର ଅବସ୍ଥା ଶୋଚନୀୟ ଥିବାରୁ ବର୍ଷା କି ହାଲୁକା ପବନ ହେଲେ ପିଲାଙ୍କ ସୁରକ୍ଷା ପାଇଁ ଅଙ୍ଗନବାଡି କେନ୍ଦ୍ର ଛୁଟି କରିବାକୁ ପଡୁଛି । ଭୟଭୀତ ଅବସ୍ଥାରେ ଅଙ୍ଗନବାଡି ଦିଦି ପିଲାମାନଙ୍କୁ ପାଠ ପଢାଉଛନ୍ତି ।

ଏହି ଅଙ୍ଗନବାଡି କେନ୍ଦ୍ରରେ ସ୍ଥାନ ଅଭାବ ଯୋଗୁଁ ଶିଶୁମାନଙ୍କ ପାଇଁ ରୋଷେଇ କରିବାରେ ଉପୁଜୁଛି ସମସ୍ଯା । ସମସ୍ଯା ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ପୂର୍ବ ସରକାର ସମୟରେ ନୂତନ ଗୃହ ପାଇଁ ଅନୁଦାନ ରାଶି ଦିଆ ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ନୂତନ ଗୃହଟିଏ  ନିର୍ମାଣ ହୋଇପାରିନାହିଁ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ଏବଂ ଅଭିଭାବକ ମାନେ। ତେବେ କେବେ ସମ୍ପୂର୍ଣ୍ଣ ହେବ ବାମନାଳର ନୂତନ ଅଙ୍ଗନବାଡି କେନ୍ଦ୍ର ? କେବେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ପିଲାଏ ପାଠ ପଢ଼ିବେ ?  ଏହାରି ଭିତରେ ଯଦି କିଛି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ସ୍ଥାନୀୟ ଜନ ସାଧାରଣ ପ୍ରଶ୍ନ କରିଛନ୍ତି। ସେପେଟ ଖୁବ୍ ଶୀଘ୍ର ନୂତନ ଶ୍ରେଣୀଗୃହ ନିର୍ମାଣ କରିବାକୁ ଦାବି କରିଛନ୍ତି ଅଙ୍ଗନବାଡି ଦିଦି ।

ବୋଇତବନ୍ଦାଣ ପାଇଁ ଡଙ୍ଗା ତିଆରିରେ ଲାଗିପଡିଛନ୍ତି କାରିଗର

ଜଗତସିଂହପୁର  : ଆସୁଛି କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁ ଧର୍ମ ଅନୁସାରେ ପୂର୍ଣ୍ଣିମା ଦିନ ଭସାଯାଏ ଡଙ୍ଗା । ଓଡ଼ିଆ ମାନଙ୍କ ଏହି ପର୍ବ କାହିଁ କେଉଁ କାଳରୁ ଚାଲି ଆସୁଛି । ବୋଇତବନ୍ଦାଣ ପାଇଁ ଡଙ୍ଗା ତିଆରିରେ ଲାଗିପଡିଛନ୍ତି ଜଗତସିଂହପୁର ବ୍ଲକ ପିତେଇପୁର ମାଳିସାହିର କାରିଗରମାନେ । ଡଙ୍ଗା ତିଆରିରେ ଲାଗିପଡିଛନ୍ତି ଉଭୟ ମହିଳା ଓ ପୁରୁଷ । ସୋଲ ଓ ରଙ୍ଗବେରଙ୍ଗର କାଗଜରେ ତିଆରି କରିଛନ୍ତି ହଜାର ହଜାର ଡଙ୍ଗା । ଏଥିସହିତ ସୋଲରେ ଫୁଲ ମଧ୍ଯ ପ୍ରସ୍ତୁତ କରୁଛନ୍ତି । କିଛି ଜଣ ତୁଳସୀ ପତ୍ର ଓ କୁସୁମ ହାର ମଧ୍ଯ ଗୁନ୍ଥୁଛନ୍ତି । ଏଠାରେ ଡଙ୍ଗା ପ୍ରସ୍ତତ କରାଯାଇ ଜଗତସିଂହପୁର ଜିଲ୍ଲା ସମେତ ଜିଲ୍ଲା ବାହାରକୁ ଡଙ୍ଗା ବିକ୍ରି ପାଇଁ ପଠାଯାଇଥାଏ । ଚଳିତ ଥର ଡଙ୍ଗା ବ୍ଯବସାୟ କରି ଭଲ ଦୁଇ ପଇସା ରୋଜଗାର କରିବାକୁ ଆଶା ରଖିଛନ୍ତି କାରିଗର ।

ସେପଟେ ବର୍ତ୍ତମାନ ବଜାରରେ ନାନା ପ୍ରକାର ଡଙ୍ଗା ସାଙ୍ଗକୁ ଜରି ଫୁଲ, ଫୁଲ ହାର ମିଳୁଛି । ଯାହା ଫଳରେ କାରିଗରମାନେ ପ୍ରସ୍ତୁତ କରୁଥିବା କାଗଜ ଡଙ୍ଗାର ବିକ୍ରି ଚାହିଦା ନଥିବାରୁ ଚିନ୍ତାରେ କାରିଗର ।

ଟି- ସେତୁ ତଳୁ ବେଧଡ଼କ ଚାଲିଛି ବାଲି ଚୋରା ଚାଲାଣ

ବାଙ୍କୀ : ମହାନଦୀ ଉପରେ ନିର୍ମାଣଧୀନ ଦୀର୍ଘତମ ସେତୁ ତଳ ବାଲି ଉପରେ ମାଫିଆଙ୍କ ନାଲି ଆଖି । ହାଇ ଲେବଲ ଟି- ସେତୁ ତଳୁ ବେଧଡକ ଚାଲିଛି ବାଲି ଚୋରା ଚାଲାଣ । ଶହ ଶହ ଟ୍ରିପ ବାଲି ଉଠାଣ କରି ଚଢା ଦରରେ ବାହାର ରାଜ୍ଯକୁ ବିକୁଛନ୍ତି ମାଫିଆ । ବାଲି ବିକ୍ରି ମାଲାମାଲ ଦଲାଲ । ପ୍ରଶ୍ନ ଉଠୁଛୁ- ଏତେ ମାତ୍ରାରେ ବାଲି ଚାଲାଣ ହେଉଥିବା ବେଳେ ପୋଲିସ ଜାଣି ପାରୁନାହିଁ କେମିତି ? ନା ପୋଲିସ ଓ ବାଲିମାଫିଆଙ୍କ ସଲାସୁତରାରେ ଚାଲିଛି କି ବାଲି ଚାଲାଣ ? ରାଜ୍ଯରେ ଗମନାଗମନ ସୁବିଧା ନିମନ୍ତେ ମହାନଦୀରେ କଟକ ବାଙ୍କୀ ବ୍ଲକର ବୈଦେଶ୍ୱର ଠାରୁ ବଡମ୍ବା ବ୍ଲକର ଗୋପୀନାଥପୁରକୁ ସଂଯୋଗ କରୁଥିବା ଦୀର୍ଘତମ ଟି- ସେତୁ ନିର୍ମାଣ ହୋଇଥିଲା । ୧୩୧ କୋଟି ଟଙ୍କାରେ ନିର୍ମାଣ ହୋଇଛି ଏହି ଟି- ସେତୁ । ୨୦୨୧ ମସିହା ଡିସେମ୍ବର ମାସ ୨୦ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁ ଲୋକାର୍ପିତ କରିଥିଲେ । ସେହି ଦିନଠାରୁ ଲୋକେ ଖୁବ୍ କମ୍ ସମୟରେ କଟକ ଓ ଭୁବନେଶ୍ବରକୁ ଯାଇ ପାରୁଛନ୍ତି । କିନ୍ତୁ ଏବେ ବୈଦେଶ୍ୱର ପଟୁ ଦୀର୍ଘତମ ସେତୁ ତଳୁ ବାଲିମାଫିଆ ମାନେ ଦିନ ଦ୍ଵିପ୍ରହରରେ ଅସ୍ଥାୟୀ ରାସ୍ତା ନିର୍ମାଣ କରି ବାଲି ଚୋରା ଚାଲାଣ କରୁଥିବା ଦୃଶ୍ଯ ଦେଖିବାକୁ ମିଳିଛି । ଖୁଣ୍ଟ ତଳୁ ବାଲି ଉଠାଣ କରିବା ଦ୍ୱାରା ସେତୁର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମହାନଦୀରୁ ଏବେ ରଜୀବ, ସାଁପୁର ଗ୍ରାମ ଠାରେ ଚୋରାରେ ଉଠୁଛି ବାଲି । ବାଙ୍କୀ ତହସିଲ ଅଧିନରେ ଅନୁଆରୀ, ବୈଦେଶ୍ୱର, କୋଟଦ୍ୱାର, ଓସ୍ତିଆ, ତେନ୍ତୁଳିଆ, ବାଲି ଘାଟ ଲିଜ ସୁତ୍ରରେ ନିଲାମ ହୋଇଛି । ହେଲେ ଓସ୍ତିଆ ବାଲି ଘାଟ ଓସ୍ତିଆରେ ନ ହୋଇ ସୁବର୍ଣ୍ଣପୁରରେ କରାଯାଇ ବେଧଡକ ବାଲି ଉଠାଣ ହେଉଛି। ବାରାମ୍ବାର ଚଢ଼ାଉ ସତ୍ତ୍ଵେ ନିୟମକୁ ମାନୁ ନାହିଁ ଲିଜ ଧାରୀ।  ଲିଜ ବାତିଲ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ ପାଇବା ତତ୍ପର ହୋଇ ଉଠିଛନ୍ତି କଟକ ଜିଲ୍ଲାପାଳ । ବାଲି ଉଠାଣ ହେଉଥିବା ଅଞ୍ଚଳରେ ୧୬୩ ଧାରା ଲାଗୁ କରିବା ସହିତ ଅମାନ୍ୟ କରୁଥିବା ବାଲି ମାଫିଆଙ୍କୁ ଗିରଫ କରିବାକୁ  ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାଜସ୍ବ ବିଭାଗ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କେତେ ମାନୁଛନ୍ତି ବାଲି ମାଫିଆ ତାହା ଉପରେ ସମସ୍ତଙ୍କ ନଜର ।

ଟାକୁଆ ଟ୍ରାଜେଡି : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି ଓ କଂଗ୍ରେସ

ଭୁବନେଶ୍ବର : ଦାରିଙ୍ଗବାଡ଼ି ଆମ୍ବ ଟାକୁଆ ଜାଉ ଖାଇ ମୃତ୍ଯୁ ଘଟଣା । ଗ୍ରାଉଣ୍ଡର ସତ୍ଯ ବଖାଣିଲା ବିଜେଡି । ଗ୍ରାଉଣ୍ଡକୁ ଯାଇ ଦଳ ଲୋକଙ୍କୁ ପଚାରି ବୁଝିଥିଲା ବୋଲି କହିଛନ୍ତି ବିଜେଡି ନେତା ବିକ୍ରମ ପଣ୍ଡା । ଜଣ ଜଣ କରି ମାଣ୍ଡିପଙ୍କାର ଲୋକଙ୍କୁ ଦଳ ଚାଉଳ ପାଇଥିବା ନେଇ ପଚାରିଥିଲା । ସେମାନେ କେହି ବି ଚାଉଳ ପାଇ ନଥିବା କହିଥିଲେ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିକ୍ରମ । ଚାଉଳ ନ ମିଳିବାରୁ ସେମାନେ ଆମ୍ବ ଟାକୁଆ ଖାଇଲେ । ସରକାର ଯେଉଁପରି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି, ଏଥିରୁ ତାଙ୍କ ଉଦ୍ଦେଶ୍ୟ ସଫା ଜଣା ପଡୁଛି ।  ଚାଉଳ ବଣ୍ଟନ ଠିକ ଭାବେ ହୋଇଥିଲେ, ଦୁଇଟି ଜୀବନ ଯାଇ ନଥାନ୍ତା ବୋଲି ବିକ୍ରମ କହିଛନ୍ତି । ସେପଟେ ଏହି ଘଟଣାରେ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା l କାହିଁକି ଏଯାଏଁ ଘଟଣା ସ୍ଥଳକୁ ଯାଇନାହାନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, ଭାରତର ରାଷ୍ଟ୍ରପତି ବି ଓଡ଼ିଶାର ଜଣେ ଆଦିବାସୀ ସଂପ୍ରଦାୟର l ଓଡ଼ିଶାରେ ଆଦିବାସୀମାନେ ଖାଦ୍ୟ ନପାଇ ଆମ୍ବ ଟାକୁଆ ଖାଇବା ମୃତ୍ୟୁ ବରଣ କରିବା ଓଡ଼ିଶାକୁ ଦେଶରେ ନିନ୍ଦିତ ଓ ଲଜ୍ଜିତ କରିଛି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀକାନ୍ତ  l

ଅନଲାଇନ ବିବାହ କାର୍ଡ ପାଉଥିଲେ ସାବଧାନ ! ଖାଲି ହୋଇଯାଇପାରେ ବ୍ୟାଙ୍କ୍ ଆକାଉଣ୍ଟ

ଭୁବନେଶ୍ବର : ଅନଲାଇନ ବିବାହ କାର୍ଡ ପାଉଥିଲେ ହୋଇଯାଆନ୍ତୁ ସାବଧାନ। ହଠାତ ଆପଣଙ୍କ ଆକାଉଣ୍ଟରୁ ଖାଲି ହୋଇଯାଇପାରେ ଟଙ୍କା। ସାଇବର ଠକଙ୍କ ପାଖକୁ ଚାଲି ଯାଇପାରେ ଆପଣଙ୍କ ବ୍ୟକ୍ତିଗତ ଭିଡିଓ ଓ ଫଟୋ । ଏନେଇ  ସତର୍କ କରାଇଛି ସାଇବର ପୋଲିସ। APK ଫାଇଲ ମାଧ୍ୟମରେ ସମସ୍ତ ଆକ୍ସସେସ ନେଇଯାଉଛନ୍ତି ସ୍କାମର। ହିମାଚଳପ୍ରଦେଶରେ ଅନେକ ସାଇବର ଠକେଇର ଶିକାର ହେବା ପରେ ଲୋକଙ୍କୁ ସତର୍କ କରାଇଛନ୍ତି ହିମାଚଳ ସରକାର। ଏହି ଖବର ଜଣାପଡିବା ପରେ ଏବେ କମିଶନରେଟ ପୋଲିସ ପକ୍ଷରୁ ଲୋକଙ୍କୁ ଏ ନେଇ ସତର୍କ କରଯାଇଛି । ସାଧାରଣ ଲୋକଙ୍କ ପାଖୁ ଆସୁଥିବା APK ଫାଇଲକୁ ସଚେତନତାର ସହ ବ୍ୟବହାର କରନ୍ତୁ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର । ଏପରିକି ଯଦି ଆପଣ ଠକେଇର ଶିକାର ହେଉଛନ୍ତି, ତେବେ ତୁରନ୍ତ ସାଇବର ଥାନାରେ ଯୋଗାଯୋଗ କରିବାକୁ କହିଛନ୍ତି ଡିସିପି ପିନାକ ମିଶ୍ର ।

ଉପନିର୍ବାଚନ ବେଳେ ଟିଏମସି ନେତାଙ୍କୁ ଗୁଳିମାଡ

କୋଲକାତା : ପଶ୍ଚିମବଙ୍ଗରେ ଉପନିର୍ବାଚନ ବେଳେ ଟିଏମସି ନେତାଙ୍କୁ ଗୁଳିମାଡ। ଉତ୍ତର ୨୪ ପରଗଣା ନୈହାଟି ଅଞ୍ଚଳରେ ଘଟିଛି ଘଟଣା। ଭାଟପଡ଼ା ୧୨ ନମ୍ୱର ୱାର୍ଡର TMC ଦଳ ନେତା ଅଶୋକ ସାୱ ଚା ଦୋକାନ ଚା ପିଉ ଥିବା ବେଳେ ଗୁଳିମାଡ଼। କିଛି ଦୁବୃର୍ତ୍ତ ବାଇକରେ ଆସି ଗୁଳିଚାଳନା ଓ ବୋମା ବିସ୍ଫୋରଣ କରି ଫେରାର୍ ହୋଇଯାଇଛନ୍ତି। ଘଟଣାସ୍ଥଳରେ TMC ଦଳ ନେତା ଅଶୋକ ସାୱଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ TMC କର୍ମୀ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୃର୍ବୁତ୍ତଙ୍କୁ ଧରିବାକୁ ଚାଲିଛି ଖୋଳତାଡ଼।

ଡେରାବିଶ ବ୍ଲକ ଜଅଁରା ବାରିମୂଳ ପଞ୍ଚାୟତ ଏମବିକେ ପୋଷ୍ଟରେ ଜାଲିଆତି !

ପାଟକୁରା : ଡେରାବିଶରେ ବଢ଼ି ଚାଲିଛି  ସରକାରୀ ଚାକିରି ପାଇଥିବା ଜାଲ ସାର୍ଟିଫିକେଟଧାରୀଙ୍କ ସଂଖ୍ଯା।  ଡେରାବିଶ ବ୍ଲକ ଜଅଁରା ବାରିମୂଳ ପଞ୍ଚାୟତର ଏମବିକେ ପୋଷ୍ଟ ପାଇଥିବା ମହିଳା ସ୍ୱୟଂପ୍ରଭା ମିଶ୍ରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ।  ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ଓ ବେଲେଶ୍ବର ମହାଦେବ ସଂସ୍କୃତ ମହାବିଦ୍ୟାଳୟର ନାଁକୁ ବ୍ୟବହାର କରି ନକଲି ଶିକ୍ଷାଗତ ପ୍ରମାଣ ପତ୍ର ଜରିଆରେ ଚାକିରି ପାଇଥିବା ନେଇ ହୋଇଛି ଅଭିଯୋଗ। ଜଅଁରା ବାରିମୂଳ ପଞ୍ଚାୟତର ଏମବିକେ ଲାଗି ସ୍ବୟଂପ୍ରଭା ଦେଢ ବର୍ଷ ତଳେ ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇ ଥିବା ଆରଟିଆଇ ତଥ୍ଯରୁ ଜଣାପଡିଛି। ବେଲେଶ୍ୱର ମହାଦେବ ସଂସ୍କୃତ ମହାବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ସେ ସେହି କଲେଜ ରେ ପଢ଼ି ନଥିଲେ। ଅଭିଯୋଗ ଆସିବା ପରେ ଏମବିକେ ପୋଷ୍ଟରୁ ସ୍ବୟଂପ୍ରଭା ଇସ୍ତଫା ଦେଇଛନ୍ତି। ତେବେ ସ୍ବୟଂପ୍ରଭା ଏମବିକରୁ ଇସ୍ତଫା ଦେଇନାହାନ୍ତି ବୋଲି କହିଛନ୍ତି ଡେରାବିଶ ବିଡ଼ିଓ ନମିତା ବାରିକ। ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ୱରରେ ଠକ ଦେଉଛନ୍ତି ଚାକିରି, ପୋଷ୍ଟିଂ ଦେବାକୁ କହି ଲୁଟିଲେ ଲକ୍ଷଲକ୍ଷ ଟଙ୍କା

0

ଭୁବନେଶ୍ବର: ଭୁବନେଶ୍ୱରରେ ଠକ ଦେଉଛନ୍ତି ଚାକିରି  । ଲ୍ୟାବ ଟେକନିସିଆନଙ୍କୁ ଚୁନା ଲଗାଇଛି ଜଣେ ଅଭ୍ୟାସଗତ ଠକ  । ଟ୍ୱିନସିଟିରେ ଥିବା ବିଭିନ୍ନ ଡାକ୍ତରଖାନାରେ କଣ୍ଟ୍ରାକଚୁଆଲ ପୋଷ୍ଟିଂ ଦେବାକୁ କହି ଲୁଟି ନେଇଛି ଲକ୍ଷ ଲକ୍ଷ ଟଙ୍କା । ଚକାଚକ୍ ଅଫିସ ଆଉ ରିସେପସନିଷ୍ଟ ରଖି ଲୋକଙ୍କ ଆଖିରେ ଅଙ୍ଗୁଠି ଗେଞ୍ଜି ଚଳାଇଥିଲା ରାକେଟ  ।

ପୋଲିସ ଚାକିରି ଦେବ କହି ଏକ ଠକେଇ ଘଟଣାରେ ଠକ ଧୂରନ୍ଧର ଜଣକ ମେ ମାସ ୨୦୨୩ ମସିହାରେ ମଞ୍ଚେଶ୍ୱର ପୋଲିସ ଦ୍ୱାରା ଗିରଫ ହୋଇଥିଲା । ଅଭିଯୁକ୍ତ ଦେବବ୍ରତ ପଲ୍ଲେଇ ଜେଲରୁ ମୁକୁଳିବା ପରେ, ପୁଣି ଲୋକଙ୍କୁ ଚୁନା ଲଗାଇଥିବା ଭଳି ଖବର ଏବେ ସାମ୍ନାକୁ ଆସିଛି  ।

ଥାନାରେ ମାମଲା ରୁଜୁ ପରେ ପ୍ରେସମିଟ୍‌ କରି ବର୍ଷିଲେ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ବର: ପ୍ରେସମିଟ୍‌ କରି ଓଲିଉଡ ଇଣ୍ଡଷ୍ଟ୍ରି ଉପରେ ବର୍ଷିଲେ ଅଭିନେତା ମନୋଜ ମିଶ୍ର । ସିନେମା କାହାର ବ୍ଯକ୍ତିଗତ ସମ୍ପତ୍ତି ନୁହେଁ ଆମ ସମସ୍ତଙ୍କର ବୋଲି କହିଛନ୍ତି ମନୋଜ  । ‘ପ୍ରଯୋଜକଙ୍କ କ୍ଷତି ହେଲେ ସମସ୍ତଙ୍କର କ୍ଷତି ହେବ । ଯିଏ ଓଡ଼ିଆ ସିନେମାର ଶତ୍ରୁ ସେ ମୋର ଶତ୍ରୁ’  । ‘ରାଣ୍ଡି ପୁଅ ଅନନ୍ତା’ ଫିଲ୍ମର ନାମକରଣ ପାଇଁ ତାତିଛନ୍ତି ଅଭିନେତା  । କିଛି ନିର୍ଦ୍ଦେଶକ ଭଲ ଫିଲ୍ମ ନିର୍ମାଣ କରିବାରେ ଧ୍ୟାନ ନ ଦେଇ ଓଲଟା ପ୍ରଯୋଜକଙ୍କୁ ଲୁଟୁଥିବା ସେ ଅଭିଯୋଗ କରିଛନ୍ତି  ।

ରାଜ୍ୟରେ ଯେକୌଣସି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି, ଅଭିନେତା ମନୋଜ ସମ୍ପୃକ୍ତ ସିନେମା, ସିନେ ନିର୍ଦ୍ଦେଶକ, କଳାକାର ଓ ଟେକ୍ନିସିଆନ୍‌ଙ୍କ ବିରୋଧରେ ଲଗାତାର ଭାବେ ସୋସିଆଲ୍‌ ମିଡ଼ିଆରେ ବିବାଦୀୟ ମନ୍ତ୍ରବ୍ୟ ରଖୁଛନ୍ତି। ସେ ଓଡ଼ିଆ କଳାକାର ଓ ନିର୍ଦ୍ଦେଶକଙ୍କ ସମ୍ମାନହାନୀ ହେବା ଭଳି ବକ୍ତବ୍ୟ ରଖି ତାହାକୁ ସୋସିଆଲ୍‌ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମ ଫେସବୁକ୍‌, ଇନଷ୍ଟାଗ୍ରାମ୍‌, ଏକ୍ସ ଏବଂ କେତେକ ହ୍ୱାର୍ଟସଆପ୍‌ ଗ୍ରୁଫ୍‌ରେ ପ୍ରଚାର କରାଉଛନ୍ତି।

ଓଲିଉଡ୍‌ରେ କାର୍ଯ୍ୟ କରୁଥିବା କୌଣସି ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶନା ଜଣାନାହିଁ, କୌଣସି କଳାକାରଙ୍କୁ ଅଭିନୟ ଜଣାନାହିଁ ଏବଂ କୌଣସି ଟେକ୍ନିସିଆନ୍‌ଙ୍କୁ କଳାକୌଶଳ ଜଣାନାହିଁ ବୋଲି କହି ସମସ୍ତଙ୍କ ଚରିତ୍ର ସଂହାର କରୁଛନ୍ତି। ଏହାର ପ୍ରତିବାଦ କରି କଟକ ସାଇବର ଥାନାରେ ଓଡ଼ିଶା ଟିଭି ଓ ଫିଲ୍ମ ନିର୍ଦ୍ଦେଶକ ସଂଘ ପକ୍ଷରୁ ଏତଲା ଦିଆଯାଇଛି। ସଂଘର ସଭାପତି ତଥା ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସହିତ ୩୦ରୁ ଅଧିକ ସଂଘର କର୍ମକର୍ତ୍ତା ଥାନାରେ ପହଞ୍ଚି ମନୋଜଙ୍କ ବିରୋଧରେ ଏତଲା ଦେଇଥିଲେ। ସାଇବର ଥାନା ପୁଲିସ ଭାରତୀୟ ନ୍ୟାୟ ସଂହିତା ଅନ୍ତର୍ଗତ ଆଇଟି ଆକ୍ଟ ଲଗାଇ ତଦନ୍ତ ଜାରି ରଖିଥିବା କହିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଦୀର୍ଘ ଦେଢ଼ ବର୍ଷ ହେବ ଅଭିନେତା  ରିଲିଜ୍‌ ହେଉଥିବା ପ୍ରତ୍ୟେକ ଓଡ଼ିଆ ଫିଲ୍ମ ଉପରେ ତାଙ୍କ ମନ୍ତ୍ରବ୍ୟ ରଖି ଥାଆନ୍ତି। ସେ ତାଙ୍କ ନିଜସ୍ୱ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ହେଉ କିମ୍ବା କୌଣସି ସୋସଆଲ୍‌ ମିଡ଼ିଆ ପ୍ଲାର୍ଟଫର୍ମରେ ରିଭ୍ୟୁ କରୁଥିବା ସିନେମା ସମ୍ପର୍କରେ ମତ ଦିଅନ୍ତି। କିନ୍ତୁ ସେ ସବୁ ସୀମା ସରହଦ ଟପି ସିନେ କଳାକାର, ନିର୍ଦ୍ଦେଶକ ଓ ଟେକ୍ନିସିଆନ୍‌ଙ୍କ ବ୍ୟକ୍ତିଗତସ୍ତରକୁ ଯାଇ ଆକ୍ଷେପ କରନ୍ତି। ଏହି ଭିଡ଼ିଓ ପରବର୍ତ୍ତି ସମୟରେ ଭାଇରାଲ୍‌ ହୁଏ। ଯହାକି ଓଲିଉଡର ସମ୍ମାନହାନୀ କରୁଥିବା ସଂଘ ଅଭିଯୋଗ କରିଛି।

ନିର୍ବାଚନ ରାଲିରେ ମିଥୁନ ଚକ୍ରବର୍ତ୍ତୀଙ୍କ ପକେଟମାର୍‌, ମଞ୍ଚରୁ ଫେରାଇବାକୁ କଲେ ଅପିଲ୍‌

ରାଞ୍ଚି: ଝାଡଖଣ୍ଡ ନିର୍ବାଚନ ପ୍ରଚାର ବେଳେ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପକେଟ୍‌ମାର୍‌  । ନିରସା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅପର୍ଣ୍ଣା ସେନଗୁପ୍ତାଙ୍କ ଲାଗି ପ୍ରଚାର ପାଇଁ ପହଞ୍ଚିଥିଲେ ମିଥୁନ ଦାଦା । ଏହି ସମୟରେ କେହି ତାଙ୍କ ଠୁ ଲୁଟି ନେଇଛି  । ମିଥୁନଙ୍କୁ ଦେଖିବାକୁ ପାଖାପାଖି ଏକ ହଜାରରୁ ଊର୍ଦ୍ଧ୍ବ ଲୋକେ ଏକତ୍ରିତ ହୋଇଥିଲେ  । ଭିଡ ନିୟନ୍ତ୍ରଣ କରିବା ପାଇଁ ନା ଏଠାରେ କୌଣସି ବ୍ୟବସ୍ଥା କରାଯାଇଥିଲା ନା ସୁରକ୍ଷା ଦିଆଯାଇଥିଲା  ।

ମିଥୁନଙ୍କ ସହ ସେଲଫି ନେବା ପାଇଁ ଭିଡ ଭିତରେ ଠେଲାପେଲା ହୋଇଥିଲା  । ଏହି ସମୟରେ ଲୁଟେରା ମିଥୁନଙ୍କ ପକେଟ୍‌ମାର୍‌ କରିଛନ୍ତି  । ଘଟଣା ବିଷୟରେ ମିଥୁନ ଯେତେବେଳେ ଜାଣିଲେ ସେ ସଙ୍ଗେସଙ୍ଗେ ଅନ୍ୟ ବିଜେପି ନେତାଙ୍କୁ ଜଣାଇଥିଲେ  । ମଞ୍ଚ ଉପରୁ ବିଜେପି ନେତା ପକେଟମାର୍‌ଙ୍କୁ ମିଥୁନ ଦାଦାଙ୍କ ପର୍ସ ଫେରାଇବା ପାଇଁ ନିବେଦନ କରିଥିଲେ  । କିନ୍ତୁ ତାଙ୍କୁ ଆଉ ପର୍ସ ମିଳିନଥିଲା   । ଏହି କାରଣରୁ ମିଥୁନ କାର୍ଯ୍ୟକ୍ରମ ଶୀଘ୍ର ଶେଷ କରି ଚାଲିଯାଇଥିଲେ  ।

ଏଥିମଧ୍ୟରେ ଅଭିନେତା ଓ ଭାଜପା ନେତା ମିଥୁନଙ୍କ ସୁରକ୍ଷା ବଢାଇ ଦିଆଯାଇଛି  । CISF ମିଥୁନ ଦାଦାଙ୍କ ସୁରକ୍ଷା ବଢାଇଛନ୍ତି  । ନିକଟରେ ମିଥୁନଙ୍କୁ ସୋସିଆଲ ମିଡିଆରେ ଧମକ ମିଳିଛି  । ଏହାପରେ ମିଥୁନଙ୍କୁ ୱାଇ ପ୍ଲସ କାଟାଗୋରୀ ସୁରକ୍ଷା ମିଳିଛି  ।