spot_img
Home Blog Page 1371

ଝିଅଙ୍କୁ ପ୍ରେମଜାଲରେ ଫଶାଇଥିବା ନକଲି IRS ଅଧିକାରୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: ମିଠା ମିଠା କଥା କହୁଥିଲେ, ଝିଅଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ବଡ଼ ଅଧିକାରୀ କହି ସ୍ବପ୍ନ ଦେଖାଇ ଝିଅଙ୍କ ସହ ରଖୁଥିଲେ ଖରାପ ସମ୍ପର୍କ । ଏପରିକି ସେମାନଙ୍କ ଅଶ୍ଲୀଳ ଫଟୋ ଏବଂ ଭିଡିଓ ରଖି ପରେ ବ୍ଲାକମେଲ କରୁଥିଲେ । ଆଉ ଯୁବତୀଙ୍କଠାରୁ ଟଙ୍କା ମାଗୁଥିଲେ । ଏପରି ଏକ ଖବର ରାଜସ୍ଥାନରୁ ସାମ୍ନାକୁ ଆସିଛି । ବିହାରରେ ନକଲି ଆଇପିଏସ ଅଧିକାରୀ ଧରାପଡ଼ିଥିବାବେଳେ ଏବେ ଜଣେ IRS ଅଧିକାରୀ ସାମ୍ନାକୁ ଆସିଛନ୍ତି । ଯିଏକି ଝିଅଙ୍କୁ ମିଛ ପ୍ରଲୋଭୋନ ଦେଖାଉଥିବା ଅଭିଯୋଗ ହୋଇଛି । ପୋଲିସ ତାଙ୍କୁ ଗିରଫ କରିଛି । ଜୟପୁରର ନ୍ୟାସନାଲ ନାର୍କୋଟିକ୍ସ ବ୍ୟୁରୋରେ କାମ କରୁଥିବା କହିଥିବା ଜଣାପଡ଼ିଛି । ଏହି ଘଟଣା ଥାନାରେ ପହଞ୍ଚିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସ ଖବର ପାଇବା ପରେ ଜଣେ ପିଡ଼ିତାଙ୍କ ମାଧ୍ୟମରେ ଅଭିଯୁକ୍ତକୁ ହୋଟେଲକୁ ଡକାଇଥିଲା ଏବଂ ଗିରଫ କରିବାରେ ସଫଳ ହୋଇଛି । ସେ ୨୦୨୦ ବ୍ୟାଚରେ IRS ବୋଲି ନିଜକୁ ପରିଚୟ ଦେଇଥିଲା । ଯେଉଁଠାରେ କି, ଏବେ ଜେନେରାଲ ନିର୍ଦ୍ଦେଶକ ଅଛନ୍ତି ଘନଶ୍ୟାମ ସୋନି । କିନ୍ତୁ ସେ ନିଜକୁ ନିର୍ଦ୍ଦେଶକ ବୋଲି ପରିଚୟ ଦେଇ ଝିଅଙ୍କୁ ପ୍ରେମ ଜାଲରେ ଫସାଉଥିବା ଅଭିଯୋଗ ହୋଇଛି ।

ଗିରଫ ଅଭିଯୁକ୍ତର ନାମ ହେଉଛି ସରଭେଶ କୁମାଓ୍ବତ । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ସୂତ୍ରକୁ ଯଦି ବିଶ୍ବାସ କରାଯାଏ ତାହେଲେ ଅଭିଯୁକ୍ତ ଜଣକ ୨୫ ଜଣ ଝିଅକୁ ଏପରି ଫସାଇଛି । ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଠକି ନେଇଛି । ଏନେଇ ଥାନାରେ ମଧ୍ୟ ମାମଲା ହୋଇଛି । ସରଭେଶର ମୋବାଇଲ ଯାଞ୍ଚ କରିବା ପରେ ଜଣା ପଡ଼ିଛି କି, ସେ ଏଭଳି ଅନେକ ଝିଅଙ୍କ ସହ ଅଶ୍ଲିଳ ଚାଟ୍ ଏବଂ ପ୍ରେମ ଜାଲରେ ଫସାଉଥିଲା । ଏବଂ ପରେ ସେମାନଙ୍କୁ ବ୍ଲାକମେଲ କରି ଲକ୍ଷାଧିକ ଟଙ୍କାର ଚୂନ ଲଗାଇଛି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବାବେଳେ ଆଗକୁ ଆଉ କେତେଜଣ ଅଭିଯୋଗ କରୁଛନ୍ତି ତାହା ଉପରେ ରହିଛି ପୋଲିସର ନଜର ।

 

ରାଜଧାନୀରେ ଦୁର୍ଘଟଣା: କାରକୁ ଧକ୍କା ଦେଲା ପରିବା ବୋଝେଇ ଟ୍ରକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ନୟାପଲ୍ଲୀରେ ଭୟଙ୍କର ଦୁର୍ଘଟଣା । ପଛରୁ ଦ୍ରୁତ ଗତିରେ ଏକ ପରିବା ବୋଝେଇ ଟ୍ରକ ଆସି ଦୁଇଟି କାରକୁ ଦେଲା ଧକ୍କା । ଫଳରେ ତିନି ଜଣ ଆହତ ହୋଇଛନ୍ତି ।

ଦୁର୍ଘଟଣା ନୟାପଲ୍ଲୀ ଓଭର ବ୍ରିଜ୍ ଉପରେ ଘଟିଛି । ଓଭର ବ୍ରିଜ୍ ଉପରେ କାରଟି ଯାଉଥିବା ବେଳେ ପଛପଟୁ ପରିବା ବୋଝେଇ ଟ୍ରକଟି ଦ୍ରୁତ ଗତିରେ ଆସି ଗୋଟିଏ ପରେ ଗୋଟିଏ ଦୁଇଟି କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଛି । ତେବେ ଦୁର୍ଘଟଣା ସମୟରେ ଟ୍ରକରୁ ପିଆଜ, ରସୁଣ, ଅଦା, ଟମାଟୋ ସହ ଅନ୍ୟ ପରିବା ଛିଟିକି ରାସ୍ତା ଉପରେ ପଡ଼ି ରହିଛି । ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

‘ପତି-ପତ୍ନୀ ଗୋଟିଏ ବେଡ଼ରେ ଶୁଅନ୍ତି କିନ୍ତୁ ପ୍ରେମ ମୋବାଇଲକୁ କରନ୍ତି’

ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରା । ରେବାର ଏକ ଇଞ୍ଜିନିୟରିଂ କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଦେଇଥିବା ଏକ ବିବୃତ୍ତି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଜନାର୍ଦ୍ଦନ ବେଶ ଚର୍ଚ୍ଚାରେ ରହିଛନ୍ତି । ସେ କହିଛନ୍ତି କି, ସ୍ବାମୀ ସ୍ତ୍ରୀ ଗୋଟିଏ ବେଡରେ ଶୁଅନ୍ତି ସତ ମାତ୍ର ଜଣେ ଉତ୍ତରକୁ ମୁହଁ କଲେ ଅନ୍ୟ ଜଣେ ଦକ୍ଷିଣକୁ ମୁହଁ କରନ୍ତି । ଆଉ ସେମାନେ ନିଜ ନିଜର ମୋବାଇଲରେ ବ୍ୟସ୍ତ ରୁହନ୍ତି । ମୋବାଇଲ ଏବେ ସ୍ବାମୀ ସ୍ତ୍ରୀ ପ୍ରେମ କରୁଛନ୍ତି । ଏହାସହ ସେ କହିଛନ୍ତି କି, ୬୦ ବର୍ଷ ପରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଏମିତି ହେବ କି, ଛୁଆ ସବୁ ଅନଲାଇନରେ ଜନ୍ମ ହେବେ । ତେବେ ଛୁଆମାନେ ଷ୍ଟିଲ୍ ହୁଅନ୍ତୁ ବା ମାଂସ ହାଡର । ସାଂସଦଙ୍କ ଏଭଳି ବିବୃତ୍ତି ଶୁଣି ଉପସ୍ଥିତ ଛାତ୍ରଛାତ୍ରୀମାନେ ହସିଥିଲେ । ଆଉ ଏହି ସମୟର ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

କାର୍ଯ୍ୟକ୍ରମରେ ସାଂସଦ କହିଥିଲେ କି, ମୁଁ ଦେଉଥିବା ବିବୃତ୍ତିକୁ ଆପଣ ବିଚାର କରିବେ । ମଣିଷ ଦ୍ବାରା ତିଆରି ହୋଇଥିବା ଯନ୍ତ୍ର ମୋବାଇଲ । କିନ୍ତୁ ସ୍ବାମୀ ସ୍ତ୍ରୀ ଗୋଟିଏ ବେଡରେ ଶୋଇ ମଧ୍ୟ ପରସ୍ପରକୁ ନଦେଖି ବିପରୀତ ଦିଗକୁ ମୁହଁ କରି ଶୋଇଥାନ୍ତି । ଆଉ ଏବେ ଅନଲାଇନରେ ବିବାହ ଏବଂ ଛୁଆ ମଧ୍ୟ ହେବେ । ତେବେ ଏହାସହ ଛାତ୍ରଛାତ୍ରୀଙ୍କୁ ବୁଝାଇ କହୁଥିଲେ କି, ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସମାଜରେ ବହୁ ଗୁରୁତ୍ବୂପର୍ଣ୍ଣ ଭୂମିକା ରହିଛି । ସେପଟେ ଏହା ପୂର୍ବରୁ ମଧ୍ୟ ସାଂସଦ ଦେଇଥିବା ଏକ ବିବୃତ୍ତି ପାଇଁ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ । ସେ କହିଥିଲେ କି, IAS ଅଧିକାରୀଙ୍କୁ ଜୀବନ୍ତ ସମାଧି ଦିଆଯାଉ । ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ କରାଯାଇଥିଲା । ଆଉ ଏବେ ପୁଣି ଏଭଳି ଏକ ବିବୃତ୍ତି ଦେବା ପରେ ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

୫୦ ଟଙ୍କା ପାଇଁ ଟାଙ୍ଗିଆ ଓ ଲୁହା ରଡରେ ମହିଳା ଏବଂ ତାଙ୍କ ପୁଅଙ୍କୁ ଆକ୍ରମଣ

ଅନୁଗୋଳ: ମାତ୍ର ୫୦ ଟଙ୍କା ପାଇଁ ମାଆ ଓ ପୁଅକୁ ଆକ୍ରମଣ । ମହିଳାଙ୍କ ଦିଅର ଓ ପୁତୁରା ମାଆ, ପୁଅଙ୍କୁ ଆକ୍ରମଣ ଟାଙ୍ଗିଆ ଓ ଲୁହା ରଡରେ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୋଗ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜରପଡା ଥାନା କୁଶିକିଳା ଗାଁରେ ।ଗୁରୁତର ହେଲେ ଲବଙ୍ଗ ସାହୁ ଏବଂ ତାଙ୍କ ପୁଅ ଲିକୁ ।

ଅଭିଯୋଗ ଅନୁସାରେ, ଲବଙ୍ଗ ଓ ତାଙ୍କ ଦିଅରଙ୍କ ପରିବାର ଗୋଟିଏ ଘରେ ରହୁଛନ୍ତି । ଲବଙ୍ଗଙ୍କ ପରିବାର ଲୋକେ ଘରେ ନଥିବା ବେଳେ ଲିକୁଙ୍କ ପକେଟରୁ ୫୦ ଟଙ୍କା ଚୋରି ହୋଇଥିଲା । ଟଙ୍କା ଚୋରି ପଛରେ ଦିଅରଙ୍କ ପରିବାର ଲୋକଙ୍କ ହାତ ଥିବା ଲବଙ୍ଗ ସନ୍ଦେହ କରିଥିଲେ । ଏହାକୁ ନେଇ ଘର ଭିତରେ କିଏ ଟଙ୍କା ଚୋରି କରିଛି କହି ଦିଅରଙ୍କୁ ଗାଳିଗୁଲଜ କରିଥିଲେ ।

ଯାହାକୁ ନେଇ ଦିଅର ଓ ତାଙ୍କ ପୁଅଙ୍କ ସହ ଲବଙ୍ଗଙ୍କର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦିଅର ଓ ତାଙ୍କ ପୁଅ ଲବଙ୍ଗଙ୍କୁ ଟାଙ୍ଗିଆ ଓ ଲୁହା ରଡରେ ଆକ୍ରମଣ କରିଥିଲେ । ଏହାଦେଖି ଲିକୁ ମାଆକୁ ବଞ୍ଚାଇବାକୁ ସେଠାରେ ପହଞ୍ଚି ଥିବା ବେଳେ ତାକୁ ମଧ୍ୟ ଆକ୍ରମଣ କରିଥିଲେ ।

ଉଭୟ ମାଆ, ପୁଅଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବିଜେପିକୁ ବିଜେଡିର ପ୍ରଶ୍ନ: ତରବରିଆ ଭାବେ ବେଦାନ୍ତଙ୍କୁ ସ୍ଥାନ ମଞ୍ଜୁରୀ ପଛରେ ରହସ୍ୟ କ’ଣ ?

ଭୁବନେଶ୍ବର: ଲଖନପୁର ଫ୍ଲାଏ ଆଶ ବିବାଦ ପ୍ରସଙ୍ଗରେ ରାଜ୍ୟର ବିଜେପି ସରକାରଙ୍କୁ ଅଙ୍ଗୁଳି ଦେଖାଇଲା ବିଜେଡି । ଫ୍ଲାଏ ଆଶ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ମିଥ୍ୟା ତଥ୍ୟ ଦେଉଥିବା ଅଭିଯୋଗ କରିଛି ଦଳ ।

ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଜୁଲାଇ ୧୨ ତାରିଖରେ ବେଦାନ୍ତକୁ ସ୍ଥାନ ମଞ୍ଜୁରୀ କରିଛନ୍ତି ରାଜ୍ୟ ସରକାର । ତେବେ ତରବରିଆ ଭାବେ ମଞ୍ଜୁରୀ ପ୍ରଦାନ ପଛର କ’ଣ ରହସ୍ୟ ରହିଛି ବୋଲି ପ୍ରେସମିଟ୍ କରି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ବିଜେପି ସରକାର ମଞ୍ଜୁରୀ ଦେଇ ବିଜେଡି ଉପରେ ଦୋଷ ଲଦୁଛି ବୋଲି ସେ କହିଛନ୍ତି ।

ଆଗକୁ ସେ କହିଛନ୍ତି, ସତକୁ ସ୍ୱୀକାର କରିବାର ସତସାହସ ବିଜେପିର ନାହିଁ । ବିଜେଡି ଉପରେ ଦୋଷ ଲଦି ବିଜେପି ଖସି ଯିବାକୁ ଚାହୁଁଛି । ଆଶ ପଣ୍ଡ ନ କରିବାକୁ ଆନ୍ଦୋଳନ କରିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ । ଏବେ ଆସପଣ୍ଡକୁ ମଞ୍ଜୁରୀ ଦେଇଛନ୍ତି ବିଜେପି ସରକାର । ରାଜସ୍ୱ ମନ୍ତ୍ରୀଙ୍କର ଦୋମୁହାଁ ଚରିତ୍ର ଏବେ ସାମ୍ନାକୁ ଆସିଛି । ଏଥିରେ ରାଜସ୍ୱ ମନ୍ତ୍ରୀଙ୍କ ସ୍ୱାର୍ଥ ରହିଥିବା ଜଳ ଜଳ ହୋଇ ଦିଶୁଛି । ତେଣୁ ତରବରିଆ ଭାବେ ମଞ୍ଜୁରୀ ଦେଇଛନ୍ତି ସରକାର । ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ଦୁର୍ଗନ୍ଧ ଆସୁଛି ବୋଲି କହି ରାଜ୍ୟ ସରକାରଙ୍କୁ ଲେଖାଶ୍ରୀ ଟାର୍ଗେଟ କରିଛନ୍ତି ।

ବନ୍ଧୁକ ଦେଖାଇ ଯୁବତୀଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ

କଟକ: ବାରଙ୍ଗ ଅଞ୍ଚଳରେ ଯୁବତୀଙ୍କ ବେକରୁ ସୁନା ଚେନ୍ ଲୁଟ । ନରାଜ ବିଦ୍ୟାଧରପୁର ପାହାଡ ନିକଟରେ ବନ୍ଧୁକ ମୁନରେ ସୁନା ଚେନ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଜଣେ ଯୁବକ ଓ ଯୁବତୀ ଫେରୁଥିବା ବେଳେ, ୬ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅଟକାଇଥିଲେ । ପରେ ମାଡ଼ ମାରି ଟଙ୍କା ପଇସା ମାଗିଥିଲେ । ତେବେ ଟଙ୍କା ନପାଇବାରୁ ଯୁବତୀଙ୍କ ବେକରେ ଥିବା ଚେନକୁ ଛିଡାଇ ନେଇଥିଲେ ଦୁର୍ବୃତ୍ତ । ଉଭୟ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ୨ ଜଣଙ୍କୁ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ ।

ଦୁର୍ବୃତ୍ତଙ୍କ ଭିତରୁ ଜଣେ ବନ୍ଧୁକ କାଢି ୨ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଆତଙ୍କ ଖେଳାଇଥିଲେ । ଅଭିଯୋଗ ପାଇବା ପରେ ବାରଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇଦିନ ପୂର୍ବରୁ ସିଡିଏ ସେକ୍ଟର ୧୧ ଅଞ୍ଚଳରେ ମଧ୍ୟ ଆଇନଜୀବୀଙ୍କ ଠାରୁ ସମାନ ଢଙ୍ଗରେ ଲୁଟ ହୋଇଥିଲା ।

ପୁଅକୁ ଟ୍ୟୁସନରୁ ନେଇ ଫେରୁଥିବା ବେଳେ ବାପାଙ୍କୁ ଛୁରି ମାଡ଼

ବୌଦ୍ଧ: ବୌଦ୍ଧ ସୁଦସାହି ନିକଟରେ ଜଣେ ବ୍ୟକ୍ତିଙ୍କୁ ଛୁରା ମାଡ଼ । ଆହତ ଜଣଙ୍କ ହେଲେ ବଢିଗାଁର ସରୋଜ ପଟ୍ଟନାୟକ । ପୁଅକୁ ଟ୍ୟୁସନରୁ ନେଇ ଫେରୁଥିବା ସରୋଜଙ୍କୁ ଛୁରାମାଡ଼ ହୋଇଛି । ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।

ଅଭିଯୋଗ ଅନୁସାରେ, ବୌଦ୍ଧ ଆଦର୍ଶ ଥାନା ବଢିଗାଁର ସରୋଜ ପୁଅକୁ ଟ୍ୟୁସନରୁ ନେଇ ଫେରୁଥିବା ବେଳେ ପଛରୁ ସୁଦ ସାହିର ପ୍ରେମାନନ୍ଦ ପ୍ରଧାନ ଛୁରା ମାଡ଼ କରିଥିଲେ । ସରୋଜ ତଳେ ପଡିଯିବା ପରେ ସ୍ଥାନୀୟ ଲୋକେ ପାଟି ସେଠାରେ ପହଞ୍ଚି ଯାଇଥିଲେ । ଫଳରେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି ।

ଓମିନିକୁ ଧକ୍କା ଦେଲା ଡମ୍ଫର, ୫ ଗୁରୁତର

ଭଦ୍ରକ: ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ନିକଟରେ ସଡ଼କ ଦୁର୍ଘଟଣା । ଓମିନିକୁ ଡମ୍ଫର ଧକ୍କା ଦେବାରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ଧାମନଗରରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଓମିନିକୁ ପଛ ପଟୁ ଧକ୍କା ଦେଇଥିଲା ଡମ୍ଫର । ଫଳରେ ଓମିନିଟି ରାସ୍ତାର ପାର୍ଶ୍ଵକୁ ଓଲଟି ପଡ଼ିଥିଲା । ଗାଡିରେ ଥିବା ୫ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ଡମ୍ଫରକୁ ଜବତ କରିଛି ବସ୍ତା ପୋଲିସ ।

କମେଣ୍ଟ ମରାକୁ କେନ୍ଦ୍ର କରି ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ରାଉରକେଲା: ସ୍କୁଲର କିଛି ଛାତ୍ର ଅଶ୍ଳୀଳ କମେଣ୍ଟ ମରିବାକୁ ନେଇ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତ ଛାତ୍ରୀ ଜଣଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଛାତ୍ରୀ ଜଣଙ୍କ ଗତ ୭ ତାରିଖରେ ଆତ୍ମହତ୍ୟା କରିଛନ୍ତି ।

ଅଭିଯୋଗ ଅନୁସାରେ, ଛାତ୍ରୀ ଜଣଙ୍କ ପଢୁଥିବା ହାଇସ୍କୁଲର କିଛି ଛାତ୍ର ଝିଅମାନଙ୍କୁ ଅଶ୍ଳୀଳ କମେଣ୍ଟ ମାରୁଥିଲେ । ଏହାକୁ ନେଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକେ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । କମେଣ୍ଟ ମାରିଥିବା ଛାତ୍ରଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

ଋଣ ସୁଝିବା ପାଇଁ ଭଉଣୀ ଘରେ କଳାକନା ବୁଲାଇ ବନ୍ଧା ହେଲା ଭାଇ

ଭୁବନେଶ୍ବର: ଭଉଣୀ ବିଶ୍ବାସରେ ଭାଇ ଦେଇଥିଲା ବିଷ । ଭଉଣୀ ଘରେ ବୁଲାଇ ଥିଲା କଳାକନା । ଅଭିଯୁକ୍ତଙ୍କୁ ରାଜଧାନୀ ଭୁବନେଶ୍ବରରୁ ଗିରଫ କରିଛି ପୋଲିସ୍ । ବ୍ରହ୍ମପୁର ଖୋଡାସିଂରୁ ଘଟିଛି ଏଭଳି ଘଟଣା ।

ସରଧାବାଲିରେ ରହୁଥିବା ଅଜିତ କୁମାର ପଣ୍ଡାଙ୍କ ବାସଭବନରୁ ଚୋରି କରିଥିଲା ନିଜ ଶଳା ସୌମ୍ୟ ରଞ୍ଜନ ପାଢୀ । ସୌମ୍ୟ ରଞ୍ଜନ ଭୁବନେଶ୍ବରରେ ଏକ ଋଣ ପ୍ରଦାନକାରୀ ସଂସ୍ଥାରେ ଚୋରି ଅଳଙ୍କାର ବନ୍ଧା ପକାଇ ଆଣିଥିବା ଟଙ୍କାରେ ନିଜ ବାକି ସୁଝିଥିଲେ । ତେବେ ଚୋରି ନେଇ ଅଭିଯୋଗ ପରେ ବୌଦନାଥପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସୌମ୍ୟ ଭୁବନେଶ୍ବରରେ ଚୋରି ସୁନାରୁ କିଛି ବନ୍ଧା ପକାଇ ଦେଢ ଲକ୍ଷ ଟଙ୍କା ଆଣିଥିବା ପୋଲିସ ସୂଚନା ପାଇଥିଲା । ପରେ ଭୁବନେଶ୍ବରରେ ଚଢାଉ କରି ସୌମ୍ୟକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ ।

ମ୍ୟ ରଞ୍ଜନଠାରୁ ଦୁଇଟି ସୁନା ଚେନ୍, ହୀରା ଖଚିତ ମଙ୍ଗଳସୁତ୍ର, ଗୋଟିଏ ସୁନା ମୁଦି ଏବଂ ୭୬ ହଜାର ଟଙ୍କା ଜବତ କରିଛି ପୋଲିସ । ଅଜିତଙ୍କ ଘରେ ଶଳା ସୌମ୍ୟ ରଞ୍ଜନ ପାଢୀ ରହିବାକୁ ଆସିଥିବା ବେଳେ ଏଭଳି କାଣ୍ଡ ଭିଆଇଥିଲା । ସେ ନିଜ ଭଉଣୀର ଆଲମାରି ଭାଙ୍ଗି ଗୋଟିଏ ରାଣୀ ହାର, ଦୁଇଟି ସୁନା ଚେନ୍, ହୀରା ଖଚିତ ମଙ୍ଗଳସୁତ୍ର , ଗୋଟିଏ ସୁନା ମୁଦି ଏବଂ ଏକ ଲକ୍ଷ ଟଙ୍କା ଚୋରି କରିଥିଲା । ସେ ଋଣ ସୁଝିବା ପାଇଁ ଏହି ଚୋରି କରିଥିବା ଜଣାପଡିଛି ।