spot_img
Home Blog Page 1377

କାମାକ୍ଷାନଗରରେ ନିର୍ମାଣ ହେଉଛି ଦେଶର ପ୍ରଥମ ସିନ୍ଥେଟିକ୍ ରାସ୍ତା

କାମାକ୍ଷାନଗର : କାମାକ୍ଷାନଗରରେ ନିର୍ମାଣ ହେଉଛି ଦେଶର ପ୍ରଥମ ସିନ୍ଥେଟିକ୍ ରାସ୍ତା  । କାମାକ୍ଷାନଗର ସହରର ଇଲେକ୍ଟ୍ରିଅଫିସ ଛକଠାରୁ ଗୁଣ୍ଡିଚାନାଳୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଉଛି  । ପ୍ରଥମ କରି ସିନ୍ଥେଠିକ ଉପରେ ପିଚୁ ପକାଇ ଜର୍ମାନ ଟେକନୋଲୋଜିରେ ରାସ୍ତା ନିର୍ମାଣ ହେଉଛି  । ପୂର୍ବ ନବୀନ ସରକାର ସମୟରେ ଏହି ରାସ୍ତା ପାଇଁ ହୋଇଥିଲା ଭିତ୍ତିପ୍ରସ୍ତର ସ୍ଥାପନ  । ପୂର୍ବତନ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ଫେବ୍ରୁଆରୀ ୨୫ ତାରିଖରେ ଏହି ନୂତନ ଟେକନୋଲୋଜି ରାସ୍ତା ପାଇଁ ଭିତ୍ତିପ୍ରସ୍ତର ହୋଇଥିଲା  ।

ସାରା ଦେଶରେ ପ୍ରଥମ କରି ନୂତନ ଜ୍ଞାନକୌଶଳରେ ନିର୍ମାଣ ହେଉଛି ଏହି ରାସ୍ତା । ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ଏହି ରାସ୍ତାରେ ପ୍ରଥମକରି ସିନ୍ଥେଠିକ ବିଛାଯାଇ ତାହା ଉପରେ ପିଚୁ ପକାଇ ରାସ୍ତା ନିର୍ମାଣ କରାଯାଉଛି  । ରାସ୍ତାର ସ୍ଥାୟୀତ୍ୱ ବୃଦ୍ଧି ପାଇବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ହୋଇପାରିବ  । ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ସିଗନାଏନେଟେକ କନଷ୍ଟ୍ରକସନ ସହଯୋଗରେ ୭୦୦ ମିଟରର ଏହି ସିନ୍ଥେଠିକ ରାସ୍ତା ନିର୍ମାଣ କରାଯାଉଛି  । ପ୍ରଥମ କରି ଭାରତରେ କାମାକ୍ଷାନଗରରେ ଏହି ରାସ୍ତା ନିର୍ମାଣ ହେଉଥିବା ବେଳେ ରାସ୍ତାର ସ୍ଥାୟୀତ୍ବ ଓ ଗୁଣବତ୍ତା ନିଶ୍ଚୟ ଉଚ୍ଚମାନର ହେବା ନେଇ ଆଶା କରିଛନ୍ତି ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ କନଷ୍ଟ୍ରକସନ ଇଞ୍ଜିନିଅର  ।

ଜୟ ନାରାୟଣଙ୍କୁ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂଙ୍କ ଟାର୍ଗେଟ

ଭୁବନେଶ୍ୱର : ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂଙ୍କ ଟାର୍ଗେଟ। କରିଛନ୍ତି କଡା ସମାଲୋଚନା। ସେ କହିଛନ୍ତି- ଜୟନାରାୟଣଙ୍କ କଥାକୁ ତାଙ୍କ ଦଳରେ କିଏ ଶୁଣୁନାହାଁନ୍ତି  । ଦଳ ତାଙ୍କୁ କୌଣସି ଦାୟିତ୍ୱ ଦେଉନାହିଁ  । ସେ ଫୁଟବଲ ଖେଳରେ ହୁଇସିଲ୍ ରେଫରି ଥିଲେ  । ତେଣୁ ସେ ବାରମ୍ୱାର ହୁଇସିଲ୍ କଥା କହୁଛନ୍ତି  । ଭାଷାର ସଂଯମତା ରହିବା ଆବଶ୍ୟକ  । ରାଜନୈତିକ ବ୍ୟକ୍ତିମାନେ ଆଜି ଯେପରି ଭାଷାରେ କହୁଛନ୍ତି ତାହା ଯୁବପିଢ଼ିକୁ ରାଜନୈତିକ ବ୍ୟକ୍ତିଙ୍କ ପ୍ରତି ଖରାପ ଭାବନା ସୃଷ୍ଟି କରୁଛି  । ବିଜେଡି ସବୁବେଳେ ସମଦୂରତା ବଜାୟ ରଖିଛି ଓ ରଖିବ  । ଆଗକୁ ଦଳର ନେତା ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଭୂପିନ୍ଦର।

ସାଂସଦ ପ୍ରଥମ ଉଦବୋଧନରେ କେନ୍ଦ୍ରକୁ ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ଟାର୍ଗେଟ

ନୂଆଦିଲ୍ଲୀ : ହାଥରସରୁ ନେଇ ସମ୍ଭଲ, ଦେଶରେ ନ୍ୟିାୟିକ ବ୍ୟବସ୍ଥା ଧ୍ବସ୍ତ । ୧୦ ବର୍ଷ ହେଲା ସମ୍ବିଧାନକୁ ଭାଙ୍ଗିବାକୁ ବଦଳାଇବାକୁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର । ଶାସକ ଦଳର ଚାଲକୁ କିନ୍ତୁ ଜାଣିଗଲେ ଦେଶବାସୀ । ଭୋଟରେ ଦେଲେ କଡ଼ା ଜବାବ । ମିଳିଲାନି ସଂଖ୍ୟା ଗରିଷ୍ଠତା । କାରଣ ଲୋକେ ସମ୍ବିଧାନ ବଦଳା ନୀତିକୁ ସହଜରେ ଗ୍ରହଣ କରିପାରିଲେନି । ତେଣୁ ଭୋଟରେ ଜବାବ ଦେଲେ ବୋଲି କହି କେନ୍ଦ୍ରକୁ ଏମିତି ଟାର୍ଗେଟ କରିଛନ୍ତି ନବନିର୍ବାଚିତ ୱାୟନାଡ଼ ସାଂସଦ ତଥା ରାଜୀବ ତନୟା ପ୍ରିୟଙ୍କା ଗାନ୍ଧୀ ।

ସଂସଦରେ ପ୍ରଥମ ଉଦବୋଧନରେ ଖୁବ ଶାଣିତ ଢଙ୍ଗରେ କେନ୍ଦ୍ର ସରକାରଙ୍କୁ ଧୂଲେଇ କରିଛନ୍ତି ପ୍ରିୟଙ୍କା । ସମ୍ବିଧାନ ଦିବସରେ ସ୍ବତନ୍ତ୍ର ଆଲୋଚନାରେ ଅଂଶଗ୍ରହଣ କରି ଆରମ୍ଭରୁ ହିଁ କେନ୍ଦ୍ର ସରକାରଙ୍କୁ ଘେରିଥିଲେ ପ୍ରିୟଙ୍କା । କହିଥିଲେ, ଆମ ସମ୍ବିଧାନ ଆମ ସୁରକ୍ଷା କବଚ । ନ୍ୟାୟ ଓ ଏକତାର କବଚ ହେଉଛି ସମ୍ବିଧାନ । ଆମକୁ ସାମାଜିକ, ଆର୍ଥିକ ଓ ରାଜନୈତିକ ପ୍ରତିଶୃତି ଦେଇଛି । ଦେଶବାସୀଙ୍କ ସୁରକ୍ଷା କବଚ ସାଜି ଆଜି ପର୍ଯ୍ୟନ୍ତ ରକ୍ଷା କରି ଆସିଛି ଆମ ସମ୍ବିଧାନ ବୋଲି କହିବା ସହିତ ଏହାକୁ ବଦଳାଇବା ଯୋଜନାକୁ ଲୋକେ ହିଁ ଧୂଳିସାତ କରିଦେଇଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ।

ଆମର ସ୍ୱାଧୀନତା ସଂଗ୍ରାମ ଅହିଂସା ଉପରେ ଆଧାରିତ ଏକ ନିଆରା ସଂଗ୍ରାମ ଥିଲା । ଏହି ସଂଗ୍ରାମ ଏକ ଗଣତାନ୍ତ୍ରିକ ଲଢ଼େଇଥିଲା । ଆମ ଦେଶରେ କଥାବାର୍ତ୍ତା ଏବଂ ଆଲୋଚନାର ପରମ୍ପରା ରହିଆସିଛି। ଏହା ଏକ ଗୌରବମୟ ପରମ୍ପରା । ଏହି ପରମ୍ପରା ଦାର୍ଶନିକ ଗ୍ରନ୍ଥ ଏବଂ ବେଦରେ ମଧ୍ୟ ଦୃଶ୍ୟମାନ ହୁଏ | ଇସଲାମ, ସୁଫି, ଜୈନ ଧର୍ମ ଏବଂ ବୈଦ୍ଧ ଧର୍ମରେ ମଧ୍ୟ ଏହାର ସଂସ୍କୃତି ରହିଆସିଛି। ଆମର ସ୍ୱାଧୀନତା ସଂଗ୍ରାମ ଏହି ପରମ୍ପରାରୁ ବାହାରିଥିଲା ବୋଲି କହିଥିଲେ ପ୍ରିୟଙ୍କା ।

ପୁଷ୍ଫା-୨ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ

ହାଇଦ୍ରାବାଦ :  ଗିରଫ ହେଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ହାଇଦ୍ରାବାଦର ସାନ୍ଧ୍ୟା ଥିଏଟର ମାମଲାରେ ସାଉଥ ସୁପରଷ୍ଟାର ତଥା ‘ପୁଷ୍ପା ୨’ ଅଭିନେତା ଅଲୁ ଅର୍ଜୁନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ତାଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ଡିସେମ୍ବର ୪ ତାରିଖରେ ଫିଲ୍ମର ସ୍କ୍ରିନିଂ ସମୟରେ ଥିଏଟରରେ ଦଳାଚକଟା ବେଳେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହାତ ହୋଇଥିଲେ ​​ । ଏହି ଘଟଣାରେ ପୋଲିସ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ ହୋଇଥିଲା  ।

ଫିଲ୍ମ ‘ପୁଷ୍ପା-୨’ ଏବଂ ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଏତେ ତାଙ୍କୁ ଦେଖିବା ପାଇଁ  ଫ୍ୟାନ୍ସ ମଧ୍ୟରେ ସବୁବେଳେ କ୍ରେଜ୍ ଥାଏ । ତେବେ ଏହି ଫିଲ୍ମ ରିଲିଜ୍ ପାଇଁ ସନ୍ଧ୍ୟାରେ ଥିଏଟର ପାଖରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ଅଲ୍ଲୁ ଅର୍ଜୁନଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଏହି ବିରାଟ ଜନସମାଗମରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଯେଉଁଥିରେ ଏଭଳି ଦୁଃଖଦ ଘଟଣା ଘଟିଥିଲା । ଏହି ଅଘଟଣ ପରେ ଅଲ୍ଲୁ ଅର୍ଜୁନ ମୃତଙ୍କ ପରିବାରକୁ କ୍ଷମା ମାଗିବା ସହ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ  ସହାୟତା ଘୋଷଣା କରିଥିଲେ ।

ନା ଅଫିସ୍‌ ନା ଘର…କୁଆଡେ ଗଲେ ଅତୁଲ ସୁବାଷଙ୍କ ପତ୍ନୀ ନିକିତା ସିଙ୍ଘାନିଆ ?

ଜୌନପୁର: ସଫ୍ଟୱେୟାର ଇଞ୍ଜିନିଅର ଅତୁଲ ସୁବାଷଙ୍କ ମୃତ୍ୟୁ ପରେ ସସପେନ୍ସ ଜାରି ରହିଛି  । ଅତୁଲଙ୍କ ପରିବାର ନ୍ୟାୟ ଦାବି କରୁଛନ୍ତି  । ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ପାଇଁ ବେଙ୍ଗାଲୁରୁ ପୋଲିସ ଜୌନପୁରରେ ଡେରା ପକାଇଛନ୍ତି  । ପତ୍ନୀ ନିକିତା ସିଙ୍ଘାନିଆ, ଶାଶୂ, ଶାଳକ ଓ ଦାଦାଙ୍କୁ ଖୋଜୁଛି ପେଲିସ  । ଅତୁଲଙ୍କ ପତ୍ନୀ ନିକିତା ଏବେ କେଉଁଠି କାହା ପାଖରେ କୌଣସି ଖବର ନାହିଁ  । ପୋଲିସ ପହଞ୍ଚିବା ପୂର୍ବରୁ ଅତୁଲଙ୍କ ମା ଓ ଭାଇ ମୋଟର ସାଇକେଲରେ ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି  ।

ଏବେ ପ୍ରଶ୍ନ ଉଠୁଛି ଯେ ଅତୁଲଙ୍କ ପତ୍ନୀ ନିକିତା ଏବେ କେଉଁଠି ? କେଉଁଠି ଲୁଚିଛନ୍ତି ନିକିତା  । ସେ ଏପର୍ଯ୍ୟନ୍ତ କାହିଁକି ନିଜ ପକ୍ଷ ରଖୁନାହାନ୍ତି ? ସୋମବାର ଠାରୁ ନିକିତା ଅଫିସ ଆସୁ ନାହାନ୍ତି  । ଅତୁଲଙ୍କ ମୃତ୍ୟୁ ପରେ ନିକିତାଙ୍କ ଅଫିସ ତାଙ୍କ ଟ୍ବିଟର ହ୍ୟାଣ୍ଡେଲ ଲକ୍‌ କରିଦେଇଛି  । ନିକିତା ଦିଲ୍ଲୀରେ ରୁହନ୍ତି  । ସେ ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଚାକିରି କରନ୍ତି  । ଯେବେଠାରୁ ଏହି ଘଟଣା ଘଟିଛି ସେ ଆଉ ଅପିସ ଯାଉନାହାନ୍ତି  । ତାଙ୍କ ସହକର୍ମୀ ବି ନିକିତାଙ୍କ ସମ୍ପର୍କରେ କିଛି କହି ପାରୁ ନାହାନ୍ତି  । ଏକ ବିଶେଷ ସୁତ୍ର କହୁଛି ନିକିତା ଏବେ ବି ଦିଲ୍ଲୀରେ ଅଛନ୍ତି  ।

କିଛିଦିନ ପୂର୍ବରୁ ସପ୍ଟୱେୟାର ଇଞ୍ଜିନିୟର ଏକ ଭିଡିଓ ସୁଟ୍‌ କରି ଆତ୍ମହତ୍ୟା କରିଦେଇଥିଲେ  ।   ଆତ୍ମହତ୍ୟା କରିବା ପୂର୍ବରୁ କିଭଳି ଭାବେ ତାଙ୍କୁ ନିର୍ଯାତନା ଦିଆାଇଛି ଓକିଲ ଏବଂ ତାଙ୍କ ସ୍ତ୍ରୀ କିଭଳି ମିଛ କେସରେ ଫସାଇଛନ୍ତି ଏହାକୁ ଭିଡିଓ ମାଧ୍ୟମରେ କହିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାଙ୍ଗାଲୋରରେ କାମ କରୁଥିବା ଜୌନପୁରର ଇଞ୍ଜିନିୟର ଅତୁଲ ସୁବାଷଙ୍କ ଆତ୍ମହତ୍ୟା ଗଣମାଧ୍ୟମରେ ହେଡ ଲାଇନ ପାଲଟିଛି । ସେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓରେ କହିଛନ୍ତି କି, କୋର୍ଟରେ କିଭଳି ଭାବେ ସେ ଶୋଷଣର ଶିକାର ହୋଇଛନ୍ତି ।

ସେ ଭିଡିଓରେ କହିଛନ୍ତି କି, ଜୌନପୁର ଫ୍ୟାମିଲ୍ କୋର୍ଟର ଜଜ ରିତା କିଭଳି ଭାବେ ୫୦ ଟଙ୍କା ମଧ୍ୟ ଲାଞ୍ଚ ନିଅନ୍ତି । ମ୍ୟାଡାମଙ୍କ ପାଖରେ ବସିଥିବା ପେସକାର ମାଧବ ପ୍ରତି କଥାରେ ଲାଞ୍ଚ ମାଗିଥାନ୍ତି । ସେ ବୟସ୍କ ହୁଅନ୍ତୁ କି ଗରୀବ କାହାକୁ ମଧ୍ୟ ଏମାନେ ଛାଡ଼ନ୍ତି ନାହିଁ । ସମସ୍ତଙ୍କୁ ଲାଞ୍ଚ ମାଗିଥାନ୍ତି । ମୋତେ ମଧ୍ୟ ମ୍ୟାଡାମ ନିଜେ ୫ ଲକ୍ଷ ଟଙ୍କା ମାଗିଛନ୍ତି । ସ୍ତ୍ରୀ ମୋ ନାଁରେ ମିଛ ଯୌତୁକ ନିର୍ଯାତନା ମାମଲା ଲଗାଇଥିବାବେଳେ ଜଜ ଧମକ ଦେଇଥିଲେ କି, ୩ କୋଟି ଟଙ୍କାର ଭରଣ ପୋଷଣ ଦେବାକୁ । ଏହାର ସେଟେଲମେଣ୍ଟ ଏବଂ ପରିମାଣ କମ କରିବା ପାଇଁ ଲାଞ୍ଚ ମାଗିଥିଲେ । ଆଉ ମୁଁ ଯେତେବେଳେ ଆତ୍ମହତ୍ୟା କରିବି ବୋଲି କହିଥିଲି ସେ ଏହାର ମଜାକ ଉଡ଼ାଇଥିଲେ । ଆଉ ହସିଥିଲେ । ଏଭଳି ଭାବେ ସ୍ତ୍ରୀ ଏବଂ ଶଶ୍ବର ଘର ଲୋକେ ମଧ୍ୟ ବାରମ୍ବାର ହଇରାଣ କରୁଥିବା ଭିଡିଓରେ ଜଣାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା : ସ୍ୱାମୀ ସମେତ ୩ ଜଣ ଅଟକ

ବଣାଇ: ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା। ଗତକାଲି ବିଳମ୍ବିତ ରାତିରେ ଶବ ବ୍ୟବଚ୍ଛେଦ ପରେ ଝିର୍ଡାପାଲି ଗ୍ରାମରେ ପହଞ୍ଚିଥିଲା ମୃତା ସାମ୍ୟମୟୀଙ୍କ ଶବ। ମୃତା ମହିଳାଙ୍କ ସ୍ଵାମୀ ଦେବେନ, ଶାଶୂ ଓ ମାଉସୀ ଶାଶୂଙ୍କୁ ଗତକାଲି ଠାରୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଆଜି ସତ୍କାର ପୂର୍ବରୁ ସ୍ଵାମୀ ଦେବେନଙ୍କ ସମ୍ପର୍କୀୟ ଶବ ଅଟକ ରଖି ଦାବି କରିଛନ୍ତି ଯେ, ଦେବେନ ନ ଆସିଲେ ଶବ ସତ୍କାର ହେବ ନାହିଁ  । ତାଙ୍କ ନାଁରେ ଥିବା ଅଭିଯୋଗ ହଟିଲେ ହିଁ ଶବ ସତ୍କାର ହେବ  । ମହିଳାଙ୍କ ପରିବାର କହୁଛନ୍ତି ଏଠାରେ ନକଲେ ବାପଘର ଛେଣ୍ଡିପଦା ନେଇ ସତ୍କାର କରିବେ  । ଟଣାଓଟରା ମଧ୍ୟରେ ଘଟଣାକୁ ଅନୁଧ୍ୟାନ କରୁଛି ଟିକାୟତପାଲି ପୋଲିସ  ।

ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଉଡ଼ାଇଦେବାକୁ ଧମକ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଉଡ଼ାଇଦେବାକୁ ଧମକ। ଇ-ମେଲରେ ଧମକ ଆସିବା ପରେ ହଇଚଇ  ସୃଷ୍ଟି ହୋଇଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନିକଟକୁ ଆସିଛି ଏହି ମେଲ୍। ରୁଷୀୟ ଭାଷାରେ ଧମକ ଆସିବା ପରେ ଚାଲିଛି ଏହାର ଛାନବିନ। ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଭାରତୀୟ ନ୍ୟାୟ ସଂହିତାର ଧାରା ଅନୁସାରେ ମାମଲା ରୁଜୁ ହୋଇଛି। ମୁମ୍ବାଇର ଜଣେ ପୋଲିସ ଅଧିକାରୀ ଆରବିଆଇର ଅଫିସିଆଲ ୱେବସାଇଟକୁ ଏହି ଧମକ ଆସିଛି ବୋଲି କହିଛନ୍ତି । ମାତା ରମାବାଈ ମାର୍ଗ ପୋଲିସ ଷ୍ଟେସନରେ ମାମଲା ଏହି ଘଟଣା ନେଇ ମାମଲା ରୁଜୁ ହୋଇଛି ।

କଣ୍ଟାବାଞ୍ଜି କୁକୁଡାହାଡ଼ ରେଳ ଲାଇନରୁ ଦୁଇ ମହିଳାଙ୍କ ମୃତଦେହ ଠାବ

କଣ୍ଟାବାଞ୍ଜି :  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପାଖ କୁକୁଡାହାଡ଼ ରେଳ ଲାଇନରୁ ଦୁଇ ମହିଳାଙ୍କ ମୃତଦେହ ଠାବ। ଗୋଟିଏ ମହିଳାଙ୍କ ମୃତଦେହ ରେଳ ଲାଇନ ବାହାରେ ପଡ଼ିଥିବା ବେଳ ଅନ୍ୟ ମୃତଦେହଟି ଅଧ କିଲୋମିଟର ଦୂର ରେଳ ଲାଇନରେ ପଡିଛି । ଦୁଇ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । କୌଣସି ଟ୍ରେନ ଦୁଇ ମହିଳାଙ୍କୁ ଧକ୍କା ଦେବା ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି ନା କିଏ ହତ୍ୟା କରି ଫିଙ୍ଗି ଦେଇଛି ତାହା ଜିଆରପି ପୋଲିସ ତଦନ୍ତ କରୁଛି । ଅନ୍ୟପଟେ ମୃତ ଦୁଇ ମହିଳା ସ୍ଥାନୀୟ ଅଞ୍ଚଳର ନୁହେଁ ବୋଲି ଯାହା ଜଣାପଡିଛି ।

ଦିଲ୍ଲୀର ବିଭିନ୍ନ ସ୍କୁଲକୁ ପୁଣି ବୋମା ଧମକ

ନୂଆଦିଲ୍ଲୀ : ଦିଲ୍ଲୀର ବିଭିନ୍ନ ସ୍କୁଲକୁ ପୁଣି ବୋମା ଧମକ। ବୋମା ଧମକ ନେଇ ଇ-ମେଲରେ ଆସିଛି ସୂଚନା। ଚଳିତ ସପ୍ତାହରେ ଦ୍ବିତୀୟ ଥର ଲାଗି ଧମକ ଦିଆଯାଇଛି। କୈଳାସର ଦିଲ୍ଲୀ ପବ୍ଲିକ ସ୍କୁଲ, ସଲୱାନ ସ୍କୁଲ, ମଡର୍ଣ୍ଣ ସ୍କୁଲ ଓ କ୍ଯାମ୍ବ୍ରିଜ ସ୍କୁଲକୁ ଧମକ ଆସିଥିବା ସୂଚନା ମିଳିଛି। ଧମକ ମିଳିବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି। ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ଘରକୁ ଫେରାଇଦିଆଯାଇଛି। ଡାର୍କ ୱେବ ଗ୍ରୁପ ପକ୍ଷରୁ ବୋମା ଧମକ ଦିଆଯାଇଥିବା ସୂଚନା ମିଳିଛି। କିଛି ଦିନ ଧରି ଦିଲ୍ଲୀର ବହୁ ସ୍କୁଲକୁ ବାରମ୍ବାର ବୋମା ଧମକ ସଂକ୍ରାନ୍ତ ମେଲ୍ ଆସିବାରେ ଲାଗିଛି।

ନୂଆଦିଲ୍ଲୀ ବିଧାନସଭାରେ ଏଥର କଡ଼ା ଟକ୍କର : ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ନୂଆଦିଲ୍ଲୀ ଆସନରେ ଏଥର ହେବ ହାଇଭୋଲଟେଜ୍ ଟକ୍କର। ଆପର ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଲଢିବେ କଂଗ୍ରେସର ସନ୍ଦୀପ ଦୀକ୍ଷିତ। ଗୁରୁବାର ରାତିରେ ସନ୍ଦୀପଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ସିଇସି ବୈଠକ ପରେ କଂଗ୍ରେସର ପ୍ରଥମ ତାଲିକା ପ୍ରକାଶ ପାଇଥିଲା।

ସନ୍ଦୀପ ଦୀକ୍ଷିତଙ୍କୁ ନୂଆଦିଲ୍ଲୀ ଆସନରୁ ଲଢ଼ାଇବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଏହି ଆସନରୁ ଆପ୍ ତରଫରୁ ଲଢୁଛନ୍ତି କେଜରିୱାଲ। ତେଣୁ ଏଠାରେ କଡ଼ା ଟକ୍କର ଦେଖିବାକୁ ମିଳିବ। ସନ୍ଦୀପ ଆଗରୁ ସାଂସଦ ହୋଇଥିଲେ ଦିଲ୍ଲୀରୁ । ସେ ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ। କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟ ତାଲିକାରେ ୨୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦିଲ୍ଲୀ ପିସିସି ସଭାପତି ବଦଲି ଆସନରୁ ଦେବେନ୍ଦର ଯାଦବ ଲଢିବେ । ସେପଟେ ଆମ୍ ଆଦମୀ ପାର୍ଟି ଆଗରୁ ୨ଟି ପର୍ଯ୍ୟାୟରେ ୩୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।