spot_img
Home Blog Page 138

କାଳୀପୂଜା ପାଇଁ ସଜେଇ ହୋଇଛି ଯାଜପୁର ସହର: ନାଲି ନେଳି ଆଲୋକମାଳାରେ ଝଲସୁଛି ରାସ୍ତାଘାଟ

ସୁଉଚ୍ଚ ତୋରଣ । ନାଲି ନେଳି ଆଲୋକମାଳାରେ ଝଲସୁଛି ରାସ୍ତାଘାଟ । କାଳୀପୂଜା ପାଇଁ ସଜେଇ ହୋଇଛି ଯାଜପୁର ସହର । ଯାଜପୁରରେ ଧୁମଧାମରେ ପାଳନ ହେଉଛି କାଳୀପୂଜା । ସୋମବାର ବିଳମ୍ବିତ ରାତ୍ରିରେ ମାଆଙ୍କ ପୂଜା ଆରମ୍ଭ ହୋଇଛି । ନିଶାର୍ଦ୍ଧରେ ପୂଜା ଆରମ୍ଭ ହୋଇ ଚଣ୍ଡିପାଠ ସାଙ୍ଗକୁ ସହସ୍ର ନାମ ଯଜ୍ଞ ଚାଲିଛି । ଚଳିତ ଥର ସହରରେ ୪୨ ଟି ପୂଜା ମଣ୍ଡପରେ ପୂଜା ପାଇଛନ୍ତି ମାଆ କାଳୀ ଓ ଲକ୍ଷ୍ମୀ ନାରାୟଣ । ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଯାଜପୁର ସହରର କିଆନାଳୀ ଛକ, ହରପାର୍ବତି ଛକ, ବଡବଜାର, ଗରିଆପୁର, ନାରାୟଣୀ ଛକ, ହାବେଳି ବଜାର, ଅମ୍ବିକାଇ, ମେଡିକାଲ ଆଦି ଛକରେ ବଡ ଧୁମଧାମରେ କାଳୀପୂଜା ପାଳନ ହେଉଛି । ପୂଜା ଦେଖିବାକୁ ଜିଲ୍ଲା ସମେତ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । ସନ୍ଧ୍ୟାରେ ପ୍ରତ୍ୟେକ ପୂଜା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ପୂଜା । ସଂଧ୍ୟା ସମୟରେ ଭିଡକୁ ଦୃଷ୍ଟିରେ ରଖି ସହରକୁ ଭାରି ଯାନ ଏବଂ ୪ ଚକିଆ ଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

ଚାଷୀଙ୍କୁ ଘାରିଛି ରୋଗ ପୋକ ଚିନ୍ତା: କାମ କରୁନି କୀଟନାଶକ, ମାଡ଼ି ଗଲେଣି ପୋକ

ଧାନ କେଣ୍ଡା ବାହାରିବା ସମୟରେ ଦାଉ ସାଧିଲାଣି ରୋଗ ପୋକ । କାମ କରୁନି କୀଟନାଶକ । ହେକ୍ଟର ହେକ୍ଟର ଜମିରେ ମାଡିଗଲାଣି ଗନ୍ଧିପୋକ, କାଣ୍ଡବିନ୍ଧା, ଲିପଫୋଲଡର ପୋକ । ବୌଦ୍ଧ ଜିଲ୍ଲା କଣ୍ଟାମାଳର ବିଭିନ୍ନ ଅଞ୍ଚଳରେ ଚାଷ ଜମିରେ ବିଭିନ୍ନ ପ୍ରକାର ରୋଗପୋକ ଲାଗି ଧାନ ଗଛ ସବୁ ଶୁଖିଗଲାଣି । ଧାର କରଜ କରି ହେକ୍ଟର ହେକ୍ଟର ଜମିରେ ସୁନାର ଫସଲ ଫଳାଇଥିବା ଚାଷୀ ଏବେ କିପରି ଋଣ ସୁଝିବେ ? ପରିବାର କିପରି ପ୍ରତିପୋଷଣ କରିବେ ? ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ ।

କଣ୍ଟାମାଳ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମିରେ ପୋକ ଲାଗି ଧାନ ଗଛ ନଷ୍ଟ ହୋଇଗଲାଣି । ଉଜୁଡା କ୍ଷେତକୁ ଦେଖି ଚାଷୀଙ୍କ ମନୋବଳ ଭାଙ୍ଗିଗଲାଣି । ହେଲେ ଚାଷୀଙ୍କ ପାଖରେ କୌଣସି କୃଷି ଅଧିକାରୀ ଏପର୍ଯ୍ୟନ୍ତ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଆମେ ଚାଷୀଙ୍କ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛୁ ବୋଲି କହିଛନ୍ତି ବ୍ଲକ କୃଷି ଅଧିକାରୀ । ସରକାର ଚାଷୀଙ୍କ ସମସ୍ୟାକୁ ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ନିର୍ମାଣ ଅବଧି ସରିଲା: ତଥାପି ସରୁନି ଗୁଣୁପୁର ବାଇପାସ୍ ରୋଡ କାମ

ନିର୍ମାଣ ଅବଧି ସରିଲା । ତଥାପି ସରୁନି ଗୁଣୁପୁର ବାଇପାସ୍ ରୋଡ କାମ । ଧୂଳିରେ ଆକ୍ତାମାକ୍ତ ସ୍ଥାନୀୟ ଲୋକେ । ରାୟଗଡା ଜିଲ୍ଲା ଗୁଣୁପୁରରେ ଟ୍ରାଫିକ ସମସ୍ୟାର ସୁଧାର ଲାଗି ୨୦୨୩ ମସିହାରେ ୪ ଥାକିଆ ବାଇପାସ ରୋଡ ପାଇଁ ଟେଣ୍ଡର ହୋଇଥିଲା । ଗୁଣୁପୁର ବାଇପାସ୍ ଛକ ଠାରୁ ବିକ୍ରମପୁର ଛକ ପର୍ଯ୍ୟନ୍ତ ୩. ୮ କିଲୋମିଟର ରାସ୍ତା ନିର୍ମାଣ ସହ ମାଷ୍ଟର ଡ୍ରେନ ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ୧୧ କୋଟି ୮୧ ଲକ୍ଷ ୯୬ ହଜାର ଟଙ୍କାର ଟେଣ୍ଡର ଚୂଡ଼ାନ୍ତ ହୋଇଥିଲା । ଆନ୍ଧ୍ରପ୍ରଦେଶର ଏକ ଠିକା ସଂସ୍ଥା ଟେଣ୍ଡର ଦାୟିତ୍ଵ ନେଇଥିଲା । ହେଲେ କାମ ଆରମ୍ଭର ତିନି ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା କାମ ଶେଷ ହୋଇପାରିନାହିଁ । ରାସ୍ତା କାମ ଅଧପନ୍ତରିଆ ଅବସ୍ଥାରେ ଥିବାରୁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି । ଏଯାଏଁ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଲୋକେ ଆହତ ହୋଇଥିବା ଅଭିଯୋଗ ହୋଇଛି ।

ବାଇପାସ ରାସ୍ତା ନିର୍ମାଣରେ ବାଧକ ସାଜିଛି ବିଦ୍ୟୁତ ଖୁଣ୍ଟ ଓ ପାଣି ପାଇପ ଲାଇନ । ପୂର୍ତ୍ତବିଭାଗ ସହ ବିଦ୍ୟୁତ ବିଭାଗ ଓ ଜନସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ମଧ୍ୟରେ ସମାନତା ରହୁନଥିବାରୁ ରାସ୍ତା କାମ ଶେଷ ହୋଇପାରୁ ନଥିବା ଜଣାପଡିଛି । ଏହାରି ଭିତରେ ବଳି ପଡୁଛନ୍ତି ସାଧାରଣ ଜନତା । ନିକଟରେ ନବ ନିଯୁକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ରାସ୍ତା କାମ ଶେଷ କରିବାକୁ ଉଭୟ ଠିକା ସଂସ୍ଥା ଓ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଠିକା ସଂସ୍ଥା ଶୀଘ୍ର କାମ ସାରିବା ଆଳରେ କେଉଁଠି ମାଟିରେ ମିଶିଥିବା ମେଟାଲ ବ୍ୟବହାର କରୁଛି ତ କେଉଁଠି ତରବରିଆ ଭାବେ ପିଚୁ ଢାଳିଦେଉଛି । ଫଳରେ ଗୋଡ ମାରିଦେଲେ ପିଚୁ ଫଡା ଫଡା ହୋଇ ଉଠିଯାଉଛି ।ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି ହୋଇଛି ।

ଭୁବନେଶ୍ବର ୟୁନିଟ ୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୪୦ରୁ ଅଧିକ ଦୋକାନ

ଭୁବନେଶ୍ବର ୟୁନିଟ ୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ। ଜଳିଗଲା ୪୦ରୁ ଅଧିକ ଦୋକାନ। ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି ୧୧ଟି ଦମକଳ ବାହିନୀ। ପୋଲିସ ସହ ସ୍ଥାନୀୟ ଦୋକାନୀ ବି ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରୁଛନ୍ତି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି।କେମିତି ଘଟିଲା ଅଗ୍ନିକାଣ୍ଡ, ତାର କାରଣ ଜଣାପଡ଼ିନାହିଁ।

ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ବିକ୍ରମ ପଣ୍ଡାଙ୍କର କୌଣସି ସମ୍ପୃକ୍ତି ନାହିଁ, ନୂଆପଡ଼ା ଉପନିର୍ବାଚନ ପାଇଁ ଚକ୍ରାନ୍ତ କରିଛି ବିଜେପି: ବିଜେଡି

ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି । ତେବେ ବିକ୍ରମଙ୍କୁ ଗିରଫ କରାଯିବା ଘଟଣାକୁ ଜୋରଦାର ବିରୋଧ କରିଛି ବିଜେଡି । ବିଜେଡି ପକ୍ଷରୁ ଏନେଇ ଏସପିଙ୍କ ଅଫିସ ଆଗରେ ପ୍ରତିବାଦ କରାଯାଇଥିଲା । ଏଥିସହିତ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ପ୍ରେସମିଟ କରି ବିଜେପି ସରକାରଙ୍କ ଏହି ମନମୁଖୀ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଥିଲା ।

ବିକ୍ରମକୁ ଜାଣିଶୁଣି ଫସାଇ ଦିଆଯାଇଛି । ବିକ୍ରମ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଥିବା କହିଛନ୍ତି ବିଜେଡି ନେତା ଚନ୍ଦ୍ରଶେଖର ସାହୁ । ବିଜେଡି ଏହା ବିରୋଧରେ ଆଇନଗତ ଲଢ଼େଇ କରିବ ବୋଲି କହିଛି । ବିକ୍ରମଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ନାହିଁ । ଏହି ପ୍ରସଙ୍ଗକୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି । ସାରା ରାଜ୍ୟରେ ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଅପରାଧକୁ ରୋକିବାରେ ସରକାର ବିଫଳ ହୋଇଛନ୍ତି । ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ହତ୍ୟାକାଣ୍ଡ ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପୂର୍ବତନ ବିଜେପି ଜିଲ୍ଲା ପରିଷଦ ସଦସ୍ୟ । ମନ୍ତ୍ରୀଙ୍କ ସୁରକ୍ଷା ଦେବାକୁ ଯାଇ ବିକ୍ରମଙ୍କୁ ବଳି ପକାଯାଇଛି । ବିକ୍ରମଙ୍କୁ ବଳି ପକାଇ ବିଜେଡିକୁ ବଦନାମ କରିବାକୁ ଚକ୍ରାନ୍ତ ରଚାଯାଇଛି । ଶ୍ରୀ ଜେନା ଖଣି ମନ୍ତ୍ରୀ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ବାଲି ଚୋରା ଚାଲାଣକୁ ନେଇ କ୍ରାଇମ୍ ବଢ଼ିବାରେ ଲାଗିଛି । ବିଜେପି ସରକାର କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲ୍ଲାରେ ବାଲି ଚୋରା ଚାଲାଣ ଆରମ୍ଭ ହୋଇଛି । ଜଣେ ମନ୍ତ୍ରୀଙ୍କ ପଦରୁ ବିଦା କଲେ ବିଜେପି ସରକାରର ଅସଲ ମୁଖା ଖୋଲିଯିବ । ତେଣୁ ତଦନ୍ତକୁ ବାଟବଣା କରିବାକୁ ବିଜେପି ସରକାର ବାଧ୍ୟ କରିଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ସେହିପରି ପୀତବାସ ପଣ୍ଡାଙ୍କୁ ମାରିବା ପାଇଁ ଯେତେବଡ଼ ପ୍ଲଟ ହୋଇନଥିଲା, ସତ୍ୟକୁ ଲୁଚାଇବା ପାଇଁ ତା’ଠାରୁ ବଡ଼ ପ୍ଲଟ ହୋଇଥିବା କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର । ପ୍ରକୃତ ଆସାମୀକୁ ବଞ୍ଚାଇବା ପାଇଁ ନୂଆ ଆସାମୀ ତିଆରି କରାଯାଇଛି । ବିକ୍ରମ ପଣ୍ଡାଙ୍କର ଏହି ଘଟଣା ସହ କ’ଣ ସମ୍ପୃକ୍ତି ରହିଛି ତାହା ଏସପି କହିପାରି ନଥିଲେ । ବିକ୍ରମଙ୍କ ଉପରେ ଯଦି କୌଣସି ସନ୍ଦେହ ଥିଲା ତେବେ ତାଙ୍କୁ ଡାକି ପୋଲିସ ପଚାରି ପାରିଥାନ୍ତା । ମାତ୍ର ରାତି ଅଧରେ ଜଣେ ପୂର୍ବତନ ବିଧାୟକଙ୍କୁ ବିନା ତଥ୍ୟରେ ଗିରଫ କରିବା ଠିକ୍ ନୁହେଁ ବୋଲି କହିଛନ୍ତି ଭୃଗୁ ।

ଆଇନଜୀବୀ ପିତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ମାସଲାରେ ବିକ୍ରମ ପଣ୍ଡା ଗିରଫ

ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ । ବିଜେଡି ପ୍ରତିନିଧିଙ୍କୁ ଏସପିଙ୍କ ସୂଚନା । ବିକ୍ରମ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଥିବା କହିଛନ୍ତି ବିଜେଡି ନେତା ଚନ୍ଦ୍ରଶେଖର ସାହୁ । ଆଇନଗତ ଲଢ଼େଇ ଲଢ଼ିବ ବୋଲି କହିଛି ବିଜେଡି । ନୂଆପଡ଼ା ନିର୍ବାଚନକୁ ଦୃଷ୍ଟିରେ ରଖି ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି । ବିକ୍ରମଙ୍କୁ ଫସାଇବାକୁ ଉଦ୍ୟମ । ବିକ୍ରମଙ୍କୁ ଗିରଫର ବଳିଷ୍ଠ ପ୍ରମାଣ ନାହିଁ । ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଚାପରେ ଏଭଳି କରିଥିଲେ ପରିଣାମ ଭୟାବହ ହେବ ।

ବିକ୍ରମଙ୍କ ଛବି ମଳିନ କରିବାକୁ ଯୋଜନା । ବାଟବଣା ହୋଇଛି ତଦନ୍ତ ପ୍ରକ୍ରିୟା । ହତ୍ୟା ଘଟଣାକୁ ବିତିଲାଣି ୧୭ ଦିନ । ଏଯାଏଁ ହତ୍ୟା ଘଟଣାର ଉନ୍ମୋଚନ ହୋଇପାରିନି । ବିଜେଡି ପକ୍ଷରୁ ଏସପି ଅଫିସ ଆଗରେ ପ୍ରତିବାଦ । ଗତକାଲି ରାତିରୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସ ଅଟକ ରଖିଥିଲା । ପୀତବାସ ପଣ୍ଡା ହତ୍ୟା ଘଟଣାରେ ବିକ୍ରମଙ୍କୁ ପଚରାଉଚରା କରିଛି ।

ଏହି ମାମଲାରେ ମୋଟ ୧୨ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଚିଂଟୁ ପ୍ରଧାନ, କର୍ପୋରେଟର ମଳୟ ବିଷୋୟୀ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ, ମଦନ ଦଳାଇ, ଛାତ୍ରନେତା ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର ସାହୁ, କାଳିଆ ଭୂୟାଁ, ବିପିନ ସ୍ୱାଇଁ, ସୀମାଞ୍ଚଳ ସ୍ୱାଇଁ, ସିସ ପାଶୱାନ ଓ କୁନ୍ଦନ ପାଶୱାନ ।

ବିହାରରୁ ଗୋଟିଏ ଟିମ ଆସିଥିଲା । ସେମାନଙ୍କୁ ନେଇ ଆସିଥିଲା ଉମା ବିଷୋୟୀ । ବିପିନ ସ୍ଵାାଇଁ ସୁଟର ମାନଙ୍କୁ ଡାକିଥିଲା । ପୁରୀରେ ଏକ ଭଡ଼ା ଘରେ ରହିଥିଲେ । ମଳୟ ବିଷୋୟୀ ନିର୍ଦ୍ଦେଶରେ ଏସବୁ କରିଥିଲେ । ୪ ଜଣ ମେଡିକାଲ କାମ ପାଇଁ ଆସିଥିଲେ କହିଥିଲେ । ରହିବା ଓ ଖାଇବା ବିଷୟ ବୁଝିଥିଲେ ଯୋଗେନ୍ଦ୍ର ରାଉତ । ହତ୍ୟା ଲାଗି ୧୦ ଲକ୍ଷର ହୋଇଥିଲା ଡିଲ୍ । ସେପ୍ଟେମ୍ବର ୧୪ରେ ପ୍ରଥମେ ମାରିବାକୁ ଥିଲା ଯୋଜନା । ମଳୟ ବିଷୋୟୀ ସାଙ୍ଗରେ ମଦନ ଦଳାଇର ସମ୍ପୃକ୍ତି । ତିରୁପତି ଭୂୟାଁ, ଚିଂଟୁ ପ୍ରଧାନ । ଯିଏ ଗୁଳି ମାରିବ ୫ ଲକ୍ଷ, ଗାଡି ଚଳାଇବା ବ୍ୟକ୍ତିଙ୍କୁ ୩ ଲକ୍ଷ । ଚିଂଟୁ ଗାଡ଼ି ଚଳାଉଥିଲା, ବସିଥିଲା ତିରୁପତି ଭୂୟାଁ । ଗୁଳିମାଡ଼ ପୂର୍ବରୁ ପୀତବାସଙ୍କୁ ନମସ୍କାର କରିଥିଲେ । ଗୁଳିମାଡ଼ ପରେ ଶୀତଳାପଲୀ ପଳାଇଥିଲେ । ପୁରୁଷୋତ୍ତମପୁର ପାଖରେ ଗାଡ଼ି ଛାଡ଼ି ପଳାଇଥିଲେ । ସେଠାରୁ ବସରେ ପୁରୀ ପଳାଇଥିଲେ । ମୋବାଇଲ ପାଖରେ ନରଖିବାକୁ ନିଷ୍ପତ୍ତି କରିଥିଲେ । ଚିଂଟୁ ପୁଣି ବେଙ୍ଗାଳୁରୁ ପଲାଇଥିଲା । ଜୟପୁରରେ ସୁନୀଲ ହୋତା ଆଶ୍ରୟ ଦେଇଥିଲେ ।

ବିକ୍ରମ ପଣ୍ଡାଙ୍କ ନିକଟତର ସୁନୀଲ ହୋତା ସବୁ ଜାଣି ଆଶ୍ରୟ ଦେଇଥିଲେ । ହତ୍ୟା ଲାଗି ମୋଟ ୫୦ ଲକ୍ଷର ହୋଇଥିଲା ଡିଲ । ପିଣ୍ଟୁ ଦାସର ସମ୍ପୂର୍ଣ୍ଣ ସମ୍ପୃକ୍ତି ଥିବା ରହିଛି ପ୍ରମାଣ । ପୂର୍ବରୁ ପିଣ୍ଟୁ ଦାସକୁ ହତ୍ୟା କରିବାକୁ ଯୋଜନା କରିଥିଲେ ପୀତବାସ ପଣ୍ଡା । ପ୍ରତିଶୋଧ ନେବାକୁ ଏହି କାଣ୍ଡ ଘଟାଇଥିଲେ । ପୀତବାସ ପଣ୍ଡା ଓ ବିକ୍ରମ ପଣ୍ଡାଙ୍କ ମଧ୍ୟରେ ଥିଲା ଶତ୍ରୁତା । ବାର କାଉନସିଲ ନିର୍ବାଚନକୁ ନେଇ ଥିଲା ଶତ୍ରୁତା ।

୫୦ରୁ ହ୍ରାସ ପାଇ ୧୫ ପ୍ରତିଶତକୁ ଖସିବ ଟାରିଫ ! ଭାରତକୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି ଟ୍ରମ୍ପ…..

ଗତ କିଛିଦିନ ଧରି ଭାରତ-ଆମେରିକା ମଧ୍ୟରେ ଟାରିଫକୁ ନେଇ ବିବାଦ ସୃଷ୍ଟି ହୋଇଛି । ତେବେ ଏହି ବିବାଦର ଏବେ ଅବସାନ ଘଟିବାକୁ ଯାଉଛି । ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଥିବା ଟାରିଫ ବିବାଦ ଖୁବଶୀଘ୍ର ସମାପ୍ତ ହେବାକୁ ଯାଉଛି । ଏଥିସହିତ ଦୁଇ ଦେଶ ମଧ୍ୟରେ ଡିଲ ମଧ୍ୟ ପୂରା ହୋଇଯିବ । ଏକ ରିପୋର୍ଟ ମୁତାବକ, ଭାରତ ଓ ସଂଯୁକ୍ତ ରାଜ୍ୟ ଆମେରିକା ଏକ ଦୀର୍ଘ ଅବଧିର ବାଣିଜ୍ୟ ବୁଝାମଣାକୁ ଅନ୍ତିମ ରୂପ ଦେବାକୁ ଯାଉଛନ୍ତି । ଏହାଦ୍ବାରା ଭାରତ ଉପରେ ଆମେରିକା ଦ୍ବାରା ଲାଗୁ ହୋଇଥିବା ୫୦ ପ୍ରତିଶତ ଟାରିଫକୁ ବହୁତ କମ୍ କରି ଦିଆଯିବ ।

ତେବେ ଏହି ଟାରିଫ୍ ୫୦ ପ୍ରତିଶତରୁ ହ୍ରାସ ପାଇ ୧୫-୧୬ ପ୍ରତିଶତ ପର୍ଯ୍ୟନ୍ତ ଆସିପାରେ । ଏଥିସହିତ ଏଗ୍ରିକଲଚର ଓ ଏନର୍ଜୀ ଉପରେ ଫୋକସ ରଖି ଟ୍ରେଡ ଡିଲ ହୋଇପାରେ । ରିପୋର୍ଟ ମୁତାବକ, ଏହି ବାଣିଜ୍ୟ ଚର୍ଚ୍ଚାରେ ଏକ ପ୍ରମୁଖ ବିଷୟ ଭାରତ ଦ୍ବାରା ଋଷରୁ ଅଶୋଧିତ ତୈଳ ଆଦାନୀ ମଧ୍ୟ ସାମିଲ ହେବ । ଭାରତ ଋଷରୁ କମ୍ ତୈଳ କ୍ରୟ କରିପାରେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ନେଇ ଡିଲ ଅନ୍ତି ପର୍ଯ୍ୟାୟରେ ପହଞ୍ଚି ସାରିଛି ଓ ଚଳିତ ମାସ ଶେଷ ଆଡ଼କୁ ହେବାକୁ ଥିବା ଏସିଆନ ଶିଖ ସମ୍ମିଳନୀ ପୂର୍ବରୁ ଏହି ବୁଝାମଣାକୁ ଅନ୍ତିମ ରୂପ ଦିଆଯାଇପାରେ । ତା’ପରେ ଐପଚାରିକ ଘୋଷଣା କରାଯାଇପାରେ । ମାତ୍ର ଏହାକୁ ନେଇ ଭାରତ ଓ ଆମେରିକା ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ ।

ନିକଟରେ ଟ୍ରମ୍ପ କହିଥିଲେ, ଋଷରୁ ତେଲ କ୍ରୟ କମ କରିବା ନେଇ ଭାରତ ସହମତି ପ୍ରକାଶ କରିଛି । ମାତ୍ର ଋଷ ତୈଳକୁ ନେଇ କୌଣସି ଆଲୋଚନା ହୋଇନଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିଲା । ତେବେ ଯଦି ଭାରତ ଓ ଆମେରିକା ମଧ୍ୟରେ ଏହି ବୁଝାମଣା ସଫର ରୂପ ନିଏ, ତେବେ ତାହା ଦ୍ବାରା କ’ଣ ଫାଇଦା ମିଳିବ ? ଭାରତ ରପ୍ତାନୀ କରୁଥିବା କପଡ଼ା, ଇଞ୍ଜିନିୟରିଂ ଜିନିଷପତ୍ର ଓ ମେଡିସିନ ଆଦି ଆମେରିକାରେ ଏକ ପ୍ରମୁଖ    ବଜାର ସୃଷ୍ଟି କରିପାର । ଚଳିତ ସପ୍ତାହରେ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି କଥା ହୋଇଥିଲେ । ବ୍ୟାପାର ଓ ଉର୍ଜା ସହଯୋଗ ଉପରେ ଆଲୋଚନା ହୋଇଥିବା ଟ୍ରମ୍ପ ସାମ୍ବାଦିକଙ୍କୁ କହିଥିଲେ । ଭାରତ ଋଷରୁ ତୈଳ କିଣିବା ସୀମିତ କରିବ ବୋଲି ମୋଦି ଆଶ୍ବାସନା ଦେଇଥିବା ଟ୍ରମ୍ପ କହିଥିଲେ । ଦୀପାବଳୀ ପାଇଁ ଶୁଭେଚ୍ଛା ଜଣାଇଥିବା ଟ୍ରମ୍ପଙ୍କୁ ମୋଦି ଏକ୍ସରେ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ବାଣିଜ୍ୟ ଚର୍ଚ୍ଚାକୁ ନେଇ ମୋଦି କୌଣସି ସୂଚନା ଶେୟାର କରିନଥିଲେ । ତେବେ ଏହି ଦୁଇ ନେତା ସମ୍ଭାବ୍ୟ ବୁଝାମଣା ପୂବର୍ରୁ ସମ୍ପର୍କକୁ ମଜବୁତ କରିବା ନେଇ କାମ କରୁଥିବା ସଙ୍କେତ ମିଳିଥିଲା ।

ତେଜସ୍ବୀଙ୍କ ବଡ଼ ଘୋଷଣା: ସରକାରୀ କର୍ମଚାରୀର ମାନ୍ୟତା ପାଇବେ ଜୀବିକା ଦିଦି, ମାସିକ ବେତନ ୩୦ ହଜାର

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ତେଜସ୍ବୀ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି । ଯଦି ରାଜ୍ୟରେ ତାଙ୍କର ଦଳ ସରକାର ଗଠନ କରେ, ତେବେ ରାଜ୍ୟର ସମସ୍ତ କମ୍ୟୁନିଟି ମୋବିଲାଇଜର ବା ଜୀବିକା ଦିଦିଙ୍କୁ ସ୍ଥାୟୀ ସରକାର ଚାକିରି ଦିଆଯିବ । ଏହି ଦିଦିମାନଙ୍କୁ ଅସ୍ଥାୟୀ ନୁହେଁ, ସରକାରୀ କମର୍ଚାରୀର ମାନ୍ୟତା ମିଳିବ । ଜୀବିବା ଦିଦିଙ୍କୁ ଅତିକମରେ ୩୦ ହଜାର ଟଙ୍କା ପ୍ରତି ମାସରେ ବେତନ ମିଳିବ । ଏହି ଘୋଷଣାକୁ ସେ ଯେ କୌଣସି ପ୍ରକାରେ ପୂରଣ କରିବେ ବୋଲି ତେଜସ୍ବୀ କହିଛନ୍ତି ।

ଆରଜେଡି ନେତା ତେଜସ୍ବୀ କହିଛନ୍ତି, ଜୀବିବିକା ଦିଦିଙ୍କ ସହିତ କ୍ରମାଗତ ଭାବେ ଶୋଷଣ ହେଉଛି । ମାତ୍ର ଏବେ ଏହି ଅନ୍ୟାୟକୁ ସମାପ୍ତ କରାଯିବ । ଦିଦିଙ୍କ କଥା ଶୁଣିବା ପରେ ଏହି ପ୍ରସଙ୍ଗ ଉପରେ ଅଧ୍ୟୟନ କରାଯାଇଥିଲା ଓ ତା’ପରେ ନିଷ୍ପତ୍ତି ନିଆଯାଇଥିଲା । ଜୀବିକା ଦିଦିମାନେ ଗାଁ-ଗାଁରେ ସମାଜକୁ ଯୋଡ଼ିବା ଓ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାରେ ବଡ଼ ଭୂମିକା ନିର୍ବାହ କରିଛନ୍ତି । ଏବେ ସେମାନଙ୍କ ଯୋଗଦାନର ସଠିକ୍ ସମ୍ମାନ ମିଳିବା ନେଇ ସମୟ ଆସିଯାଇଛି । ଜୀବିକା ଦିଦିଙ୍କ ଦ୍ବାରା ନିଆଯାଇଥିବା ସମସ୍ତ ଋଣର ସୁଧକୁ ଛାଡ଼ କରାଯିବ । ଏଥିସହିତ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ବିନା ସୁଧରେ ଋଣ ଦେବାର ବ୍ୟବସ୍ଥା କରାଯିବ । ଜୀବିକା ସମୂହର ଦିଦିଙ୍କୁ ଅନ୍ୟ ସରକାରୀ କାର୍ଯ୍ୟ ପାଇଁ ପ୍ରତି ମାସରେ ୨ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ଦିଆଯିବ ।

ରିଲ୍ସ ନିଶା ହେଲା କାଳ: ରିଲ୍ସ କରିବା ସମୟରେ ଟ୍ରେନ୍ ଧକ୍କାରେ ନାବାଳକର ମୃତ୍ୟୁ

ରିଲ୍ସ ନିଶା ହେଲା କାଳ। ରିଲ୍ସ କରିବା ସମୟରେ ଟ୍ରେନ୍ ଧକ୍କାରେ ନାବାଳକର ମୃତ୍ୟୁ। ଏ ହେଉଛି ରିଲ୍ସ କରିବା ସମୟର ଭିଜୁଆଲ। ଟ୍ରେନ ଲାଇନ ଉପରେ ଠିଆ ହୋଇ ରିଲ୍ସ କରିବା ସମୟରେ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ଟ୍ରେନ। ଟ୍ରେନ ଧକ୍କାରେ ନାବାଳକଙ୍କ ମୁଣ୍ଡରେ ମାଡ଼ ହେବା ସହ ତାଙ୍କର ମୃତ୍ୟୁ ହୋଇଥିଲା। ସାଙ୍ଗରେ ଥିବା ଅନ୍ୟ ଜଣେ ନାବାଳକ ସୁଟିଂ କରୁଥିଲେ। ପୁରୀ ଚନ୍ଦନପୁର ଥାନା ଅଧିନ ଜାନକାଦେଇପୁର ଷ୍ଟେସନରେ ଘଟିଛି ଏଭଳି ଅଘଟଣ । ମା ଦକ୍ଷୀଣକାଳୀଙ୍କୁ ଦର୍ଶନ କରି ଫେରୁଥିବା ସମୟରେ ଟ୍ରେନ ଲାଇନରେ ରିଲ୍ସ କରିବା ବେଳେ ଜୀବନ ଯାଇଛି। ମୃତ ନାବାଳକ ପୁରୀ ଵାସେଳି ସାହି ମଙ୍ଗଳାଘାଟର ବିଶ୍ବଜିତ ସାହୁ ବୋଲି ଜଣାପଡିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ତ୍ରୁଟି: ହେଲିପ୍ୟାଡରେ ଫସିଲା ରାଷ୍ଟ୍ରପତିଙ୍କ ଚପର୍

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ତ୍ରୁଟି । ହେଲିପ୍ୟାଡରେ ଫସିଲା ରାଷ୍ଟ୍ରପତିଙ୍କ ଚପର୍ । ପ୍ରମାଦମ ଷ୍ଟାଡିୟମର ହେଲିପ୍ୟାଡରେ ଫସିଲା ଚପର୍ । ଧସିଗଲା ହେଲିପ୍ୟାଡର ଏକ ଅଂଶ । ହେଲିକପ୍ଟରକୁ ଠେଲି ବାହାର କଲେ ପୋଲିସ ଓ ଅଗ୍ନିଶମବାହିନୀ । ୪ ଦିନିଆ କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ଆଜି ରାଷ୍ଟ୍ରପତିଙ୍କ ସାବରିମାଲା ଦର୍ଶନ କାର୍ଯ୍ୟକ୍ରମ ।