ଭୁବନେଶ୍ବର : ଭୁବନେଶ୍ବରରେ ସ୍ତ୍ରୀକୁ ଆନେସ୍ଥେସିଆ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା । ଫରେନସିକ ଲ୍ୟାବକୁ ଗଲା ମୃତ ଶୁଭଶ୍ରୀ ନାୟକଙ୍କ ଅର୍ଗାନ । କିଡନି, ହାର୍ଟ, ରକ୍ତ, ଲିଭର ଲ୍ୟାବକୁ ପଠାଯାଇଛି । ରସୁଲଗଡ ରାଜ୍ୟ ଫରେନସିକ ଲ୍ୟାବରେ ଏହାର ପରୀକ୍ଷା କରାଯିବ । ରିପୋର୍ଟ ଆସିବା ପରେ ମୃତ୍ଯୁର ପୂରା ଗୁମର ପଦାକୁ ଆସିବ ବୋଲି ପୋଲିସ ଆଶା କରୁଛି । ହତ୍ଯା ମାମଲାର ପ୍ରାଥମିକ ରିପୋର୍ଟ ଆସିସାରିଥିବାବେଳେ ଫାଇନାଲ ଭିସେରା ରିପୋର୍ଟ ଆସିଲେ ଏହାର ଆନାଲିସସ୍ କରାଯିବ । ଓଭରଡୋଜ ଆନେସ୍ଥେସିଆ ସହ କିଛି କେମିକାଲ ମିଶିଥିବା ସନ୍ଦେହ କରାଯାଉଛି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅଭିଯୁକ୍ତ ସ୍ବାମୀ ପ୍ରଦ୍ୟୁମ୍ନ କୁମାରକୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ଭରତପୁର ପୋଲିସ । ରିମାଣ୍ଡ ଅନୁମତି ମିଳିବା ପରେ ସିନ୍ ରିକ୍ରିଏସନ କରାଯିବ । ପୂର୍ବରୁ ରାଜ୍ୟ ଫରେନସିକ ଲ୍ୟାବକୁ ବ୍ୟବହୃତ ସିରିଞ୍ଜ ଓ ଆନାସ୍ଥେସିଆ ମେଡିସିନି ପଠାସରିଛି । ଅଭିଯୁକ୍ତର ମୋବାଇଲକୁ ବି ଫରେନସିକ ଲ୍ୟାବକୁ ପଠାଯାଇଛି । ଗତ ୨୮ ତାରିଖ ଅପରାହ୍ନରେ ଇଞ୍ଜେକ୍ସନ ଦେଇ ପତ୍ନୀ ଶୁଭଶ୍ରୀଙ୍କୁ ହତ୍ୟାକରିଥିଲା ସ୍ୱାମୀ ପ୍ରଦ୍ୟୁମ୍ନ । ହତ୍ୟାରେ ପ୍ରଦ୍ୟୁମ୍ନ ଙ୍କୁ ସହଯୋଗ କରିଥିଲେ ଦୁଇ ପ୍ରେମିକା । ହତ୍ୟା ପରେ ଆତ୍ମହତ୍ୟାର ରୁପ ଦେବାକୁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
‘ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଗିରଫ କରାଯାଉ’
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଖାଇ ୨ ମହିଳାଙ୍କ ମୃତ୍ୟୁ ଘଟଣା। ଶନିବାର ଉକ୍ତ ଗାଁକୁ ଗସ୍ତ କରି ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଆମ୍ବ ଟାକୁଆ ଖାଇ ମୃତ୍ୟୁ ସାଧାରଣ ଘଟଣା ନୁହେଁ। ଏହା ସରକାରଙ୍କ ଦ୍ୱାରା ରଚିତ ବିପର୍ଯ୍ୟୟ। ଘଟଣାରେ ମୁଖ୍ୟମନ୍ତ୍ରୀ, ଯୋଗାଣମନ୍ତ୍ରୀ, ଜିଲ୍ଲାପାଳଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଗିରଫ କରିବା ଦରକାର ବୋଲି ଶ୍ରୀକାନ୍ତ ଜେନା କହିଛନ୍ତି।
ମନ୍ତ୍ରୀଙ୍କ ଆମ୍ଵ ଟାକୁଆ ଖାଇବା କଥାକୁ ସମାଲୋଚନା କରିଛନ୍ତି ଶ୍ରୀକାନ୍ତ ଜେନା । ଆହୁରି ମଧ୍ୟ କହିଛନ୍ତି, ଆମେ ଦେଖିଲୁ ଦେଢ଼ ମାସ ବିଳମ୍ବରେ ଶନିବାରେ ଅକ୍ଟୋବର ମାସର ଚାଉଳ ବଣ୍ଟାଯାଉଥିଲା । ଚାଉଳ ମିଳିବାରେ ବିଳମ୍ଵ ହେବାରୁ ଲୋକଙ୍କ ପାଖରେ ଖାଦ୍ୟାଭାବ ଦେଖାଦେଇଥିଲା । ବାଧ୍ୟହୋଇ ସେମାନେ ଆମ୍ବ ଟାକୁଆ ଖାଇଥିବା କହିଛନ୍ତି ଶ୍ରୀକାନ୍ତ ଜେନା । ଯୋଗାଣମନ୍ତ୍ରୀ ସେଠାକୁ ଯାଇ ଦେଖନ୍ତୁ ବଣ୍ଟନ ବ୍ୟବସ୍ଥା କିପରି ଚାଲିଛି । ୩୫ କିଲୋ ଚାଉଳ ଦେଉନାହାନ୍ତି । ତା ବଦଳରେ ପାଞ୍ଚ କିଲୋ ଚାଉଳ ବି ଠିକ୍ ସମୟରେ ଦିଆଯାଉନାହିଁ । ଉକ୍ତ ଅଞ୍ଚଳରେ ବିକାଶ ବହୁ ଦୂରରେ। ଏ ଯାଏଁ ମୁଖ୍ୟମନ୍ତ୍ରୀ କି ଜିଲ୍ଲାପାଳଙ୍କ ପାଖରେ ସମୟ ନାହିଁ ସେହି ଗାଁକୁ ଯିବାକୁ । ସଂରକ୍ଷିତ ଅଞ୍ଚଳ ବିକାଶ ଦାୟିତ୍ୱ ରାଜ୍ୟପାଳଙ୍କର। ହେଲେ ନିର୍ବାଚନ ପାଇଁ ଝାଡ଼ଖଣ୍ଡ ଯାଇଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା।
ସେପଟେ ଆମ୍ଵଟାକୁଆ ଖାଇ ମହିଳାଙ୍କ ମୃତ୍ୟୁ ଘଟଣାରେ ସମାନ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଏହା ଗଣତନ୍ତ୍ର ପାଇଁ କ୍ଷତିକାରକ। କେବେ ଭାଷଣ ମାରି ସରକାରକୁ ଆସିଲେ, ହେଲେ ଲୋକ ଆମ୍ବ ଟାକୁଆ ଖାଉଛନ୍ତି ବୋଲି ସମାଲୋଚନା କରିଛନ୍ତି ତାରା ବାହିନୀପତି।
ମହାମଦୀ ପ୍ରସଙ୍ଗ: ବିଜେଡିର ଦାବି, ସାର୍ବଜନୀନ ହେଉ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର: ମହାମଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ଏ ସମ୍ପର୍କରେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ। କେନ୍ଦ୍ର ସହଯୋଗ ନମିଳିବାରୁ ବଞ୍ଚିତ ହେଉଛି ଓଡ଼ିଶା। ରାଜ୍ୟ ପ୍ରତି ଅନ୍ୟାୟ କରିଚାଲିଛି ଛତିଶଗଡ଼। ଓଡ଼ିଶା ସ୍ବାର୍ଥ ପାଇଁ ବିଜେଡି ଲଢ଼େଇ କରିଆସୁଛି। ହେଲେ ମହାନଦୀ ସମସ୍ୟାର ସମାଧାନ କରିବାକୁ ଚାହୁଁନି ଛତିଶଗଡ଼। ଏବେ ଉଭୟ କେନ୍ଦ୍ର, ଛତିଶଗଡ଼ ଓ ରାଜ୍ୟରେ ବିଜେପି ସରକାର ଅଛନ୍ତି। ତେଣୁ ମହାନଦୀ ପ୍ରସଙ୍ଗରେ ଯେଉଁ ଦୁଇ ଥର ଆଲୋଚନା ହୋଇଛି ବୋଲି କହୁଛନ୍ତି ମୁଖ୍ୟମନ୍ତ୍ରୀ, ତାହାକୁ ସାର୍ବଜନୀନ କରାଯାଉ ବୋଲି ଦାବି କରିଛନ୍ତି ପ୍ରଶାନ୍ତ ମୁଦୁଲି।
ସେପଟେ ମହାନଦୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସବିଧାୟକ ତାରା ବାହିନୀପତି । ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାର ଅଛି । ଯଦି ଟ୍ରିପଲ ଇଞ୍ଜିନ ସରକାରରେ ମହାନଦୀ ପ୍ରସଙ୍ଗ ସମାଧାନ ହେବନି, ତାହାଲେ ସେ ବିଫଳ । ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ଏହି ପ୍ରସଙ୍ଗରେ ଦୁଇଥର କଥା ହୋଇଛନ୍ତି, ତାହା ସ୍ପଷ୍ଟ କରନ୍ତୁ କଣ ଆଲୋଚନା ହୋଇଛି ? ଲୋକ ଜାଣିବା ଦରକାର ବୋଲି କହିଛନ୍ତି ତାରା ବାହିନୀପତି ।
ନିଜ ମାଟିରେ ପ୍ରଥମ ଥର ହ୍ଵାଇଟ୍ ୱାସ ହେଲା ଭାରତ
ମୁମ୍ବାଇ: ଭାରତୀୟ କ୍ରିକେଟ ଇତିହାସରେ ସବୁଠୁ ବଡ଼ ଲଜ୍ଜା। ପ୍ରଥମ ଥର ପାଇଁ ନିଜ ମାଟିରେ ୩-୦ ରେ ଟେଷ୍ଟ ସିିରିଜ ହ୍ଵାଇଟ୍ ୱାସ ହୋଇଛି ଟିମ୍ ଇଣ୍ଡିଆ। ଭାରତ ଟେଷ୍ଟ ମ୍ୟାଚ ୧୯୩୩-୩୪ରେ ଟେଷ୍ଟ ମ୍ୟାଚ ଖେଳିବା ଦିନରୁ କେବେ ବି ଏପରି ହୋଇନଥିଲା। ନ୍ୟୁଜିଲାଣ୍ଡ ବି ପ୍ରଥମ ଥର ପାଇଁ ଭାରତକୁ ଭାରତ ମାଟିରେ ୩-୦ରେ ଟେଷ୍ଟ ସିରିଜରେ ପରାସ୍ତ କରିଛି।
ମୁମ୍ବାଇର ୱାନଖେଡ ଷ୍ଟାଡିୟମରେ ତୃତୀୟ ଟେଷ୍ଟରେ ହାରିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ୨୫ ରନରେ ଜିତିଛି।
ଭାରତ ଦ୍ଵିତୀୟ ଇନିଂସରେ ୧୨୧ ରନ୍ ରେ ଅଲଆଉଟ୍ ହୋଇଛି । ଟିମ୍ ଇଣ୍ଡିଆ ଟାର୍ଗେଟରେ ଥିଲା ୧୪୭ ରନ୍ । କେବଳ ପନ୍ତ ଭଲ ସ୍କୋର କରିଥିବା ବେଳେ ୮ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତ ନିଜ ମାଟିରେ ପ୍ରଥମ ଥର ହ୍ଵାଇଟ୍ ୱାସ ହୋଇଛି।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୫ ରନ୍ କରିଥିଲା । ଏବଂ ଦ୍ଵିତୀୟ ଇନିଂସ ୧୭୪ ରନ୍ କରିଛି । ଭାରତ ପ୍ରଥମ ଇନିଂସ ୨୬୩ ରନ୍ କରିଥିବା ବେଳେ ଦ୍ଵିତୀୟ ଇନିଂସ ୧୨୧ ରନ୍ କରିଛି । ଆଗରୁ ବେଙ୍ଗଲୁରୁ ଓ ପୁଣେ ଟେଷ୍ଟ ହାରିଥିଲା ଭାରତ । ନ୍ୟୁଜିଲାଣ୍ଡ ୩-୦ରେ ସିରିଜ ଜିତିଲା । ଭାରତ ଟେଷ୍ଟ ଚାମ୍ପିୟନ ଫାଇନାଲ ଖେଳିବା ଆଶା କ୍ଷୀଣ ।
ଆମ୍ୱଟାକୁଆ ଟ୍ରାଜେଡି ଘଟଣା: ‘ରାଜ୍ୟ ସରକାରଙ୍କ ଅବହେଳାରୁ ଲୋକଙ୍କ ମୃତ୍ୟୁ ହୋଇଥିବା କହିଲେ ମୁନା ଖାଁ
କନ୍ଧମାଳ: ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ଟାକୁଆ ଟ୍ରାଜେଡି ଘଟଣା। ଆମ୍ବ ଟାକୁଆ ଖାଇ ମୃତ୍ଯୁ ପ୍ରସଙ୍ଗରେ ବିଜେଡି ସାଂସଦ ମୁନା ଖାଁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ୨୪ ବର୍ଷ ତଳେ ଶୁଣିବାକୁ ପାଉଥିଲୁ ଲୋକ ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଖାଉଥିଲେ ଓ ଜୀବନ ଯାଉଥିଲା। ହେଲେ ନବୀନ ସରକାର ସମୟରେ ଏହା ହେଉ ନଥିଲା। ଲୋକେ ଠିକ ଭାବେ ଚାଉଳ ପାଉଥିଲେ, ନବୀନ ପଟ୍ଟନାୟକ କୌଣସି ଅଭାବ ରଖି ନଥିଲେ ବୋଲି କହିଛନ୍ତି ମୁନା ଖାଁ।
ଆହୁରୀ ମଧ୍ୟ କହିଛନ୍ତି, ୨୪ ବର୍ଷ ପରେ ଏବେ ଅନାହାରରେ ମୃତ୍ୟୁ ହେଉଥିବା ଶୁଣିବାକୁ ମିଳୁଛି। ଚାଉଳ ଦେବାରେ ଅବହେଳା କରିଛନ୍ତି ରାଜ୍ୟ ସରକାର। ଯେଉଁଥି ପାଇଁ ଆମ୍ବ ଟାକୁଆ ଖାଇକି ଲୋକଙ୍କ ଜୀବନ ଗଲା ବୋଲି କହିଛନ୍ତି ସାଂସଦ ମୁନା ଖାଁ।
ଦିଲ୍ଲୀରେ ବାୟୁପ୍ରଦୂଷଣର ଭାଙ୍ଗିଲା ରେକର୍ଡ, ୫୦୦ ଟପିଲା ଏକ୍ୟୁଆଇ
ନୂଆଦିଲ୍ଲୀ: ଘାତକ ସାଜୁଛି ଦିଲ୍ଲୀ ବାୟୁ । ଦିଲ୍ଲୀରେ ବାୟୁପ୍ରଦୂଷଣର ଭାଙ୍ଗିଲା ରେକର୍ଡ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପାର କଲା ଦିଲ୍ଲୀ ପ୍ରଦୂଷଣ । ୫୦୦ ଟପିଗଲା ଦିଲ୍ଲୀରେ ଏକ୍ୟୁଆଇ। ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି । ବାୟୁ ଗୁଣବତ୍ତା ଖରାପ ହେବା ପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ଯ୍ୟ ମାନଦଣ୍ଡଠାରୁ ୬୫ ପ୍ରତିଶତ ଅଧିକ ରହିଛି ଦିଲ୍ଲୀର ପ୍ରଦୂଷଣ । ଏହି ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀର ପ୍ରାୟ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା, କାଶ ସମେତ ବିଭିନ୍ନ ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।
ହସ୍ପିଟାଲରେ ସାପ କାମୁଡା ଇଞ୍ଜେକସନ ଅଭାବରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ
ଖୋର୍ଦ୍ଧା: ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ। ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ପାରି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଅନୁସୂୟା ମହାରଣା। ମହିଳା ଜଣଙ୍କ ବାଡି ପଟେ କାମ କରିବା ସମୟରେ ବିଷଧର ସାପଟି ମହିଳାଙ୍କୁ କାମୁଡି ଥିଲା। ଏହାପରେ ସଙ୍ଗେ ସଙ୍ଗେ ପରିବାର ଲୋକେ ମହିଳାଙ୍କୁ ଟାଙ୍ଗୀ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋ। ହେଲେ ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା।
ହସ୍ପିଟାଲରେ ସାପ କାମୁଡା ଇଞ୍ଜେକସନ ଅଭାବ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ସୃଷ୍ଟି କରିଥିଲେ ଗ୍ରାମବାସୀ। ଖବର ପାଇ ଟାଙ୍ଗୀ ପୋଲିସ ମେଡିକାଲରେ ପହଁଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି।

