spot_img
Home Blog Page 1406

ହେମନ୍ତ ସୋରେନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ୧୧ ଜଣଙ୍କୁ ସ୍ଥାନ

ରାଞ୍ଚି: ଝାଡ଼ଖଣ୍ଡରେ ହେମନ୍ତ ସୋରେନ ତାଙ୍କ ମନ୍ତ୍ରିମଣ୍ଡଳର କରିଛନ୍ତି ସମ୍ପ୍ରସାରଣ । ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୧୧ ଜଣ ବିଧାୟକ । ଜେଏମଏମରୁ ୬ ଜଣ ବିଧାୟକଙ୍କୁ ସ୍ଥାନ ମିଳିଥିବା ବେଳେ କଂଗ୍ରେସରୁ ୪ ଓ ଆରଜେଡିର ଜଣେ ବିଧାୟକ ମନ୍ତ୍ରୀ ହୋଇଛନ୍ତି । ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ଯପାଳ ।

ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ ପୂର୍ବରୁ ଶପଥ ନେଇଥିଲେ । ନବଗଠିତ ମନ୍ତ୍ରିମଣ୍ଡଳରେ ଜେଏମଏମର ସୁଦିବ୍ଯା କୁମାର ସୋନୁ, ଚମରା ଲିଣ୍ଡା, ହଫିଜୁଲ ହାସଲ, ରାମଦାସ ସୋରେନ, ଦୀପକ ବିରୁୱା ଏବଂ ଯୋଗେନ୍ଦ୍ର ପ୍ରସାଦଙ୍କୁ ସ୍ଥାନ ମିଳିଛି । କଂଗ୍ରେସରୁ ରାଧାକ୍ରିଷ୍ଣ କିଶୋର, ଇରଫାନ ଅନସାରୀ, ଦୀପକ ପାଣ୍ଡେ ଏବଂ ଶିଳ୍ପା ନେହା ତିର୍କୀ ମନ୍ତ୍ରୀ ହୋଇଛନ୍ତି ।

ସେହିପରି ଆରଜେଡିର ସଞ୍ଜୟ ପ୍ରସାଦ ଯାଦବ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ଗତ ନିର୍ବାଚନରେ ଜେଏମଏମ ୪୩ ଆସନର ଲଢି ୩୪ ଆସନରେ ବିଜୟୀ ହୋଇଥିଲା ।

ଝିଅର ଗୁହାରୀ ଶୁଣିଲେନି ମାଓବାଦୀ; ଅପହରଣ ପରେ ବାପାଙ୍କୁ ହତ୍ଯା କରିଛନ୍ତି ମାଓବାଦୀ

ମାଲକାନଗିରି: ମାଓବାଦୀମାନେ ଶୁଣିଲେନି ଜଣେ ନାବାଳିକା ଝିଅର ଗୁହାରି। ଅପହରଣ ପରେ ଝିଅର ବାପାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲବାହିନୀ। ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଜାଙ୍ଗଲା ଥାନା ଭୈରବଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁକଲୁ ଫରସା ଓ କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଖରାମ ଅବଲମଙ୍କୁ ମାଓବାଦୀ ମାନେ ଗତ ଦୁଇ ତାରିଖ ଦିନ ବୀରଭୂମି ଜଙ୍ଗଲ ରାସ୍ତାରୁ ଅପହରଣ କରି ନେଇଥିଲେ। ଅପହରଣ ପରେ ଶୁକଲୁ ଫରସାଙ୍କ ନାବାଳିକା ଝିଅ ୟାମିନି ଫରସା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମାଓବାଦୀଙ୍କୁ ନିବେଦନ କରିଥିଲେ ଯେ ତାଙ୍କ ବାପା ନିର୍ଦ୍ଦୋଷ। ତାଙ୍କୁ ଛାଡି ଦିଅନ୍ତୁ । ହେଲେ ଏହି ବାର୍ତ୍ତା ନକ୍ସଲଙ୍କ ପାଖରେ ପହଞ୍ଚିଥିଲେ ମଧ୍ଯ ସେମାନେ ଦୁଇ ଅପହୃତଙ୍କୁ ମୁକ୍ତ କରିବା ପରିବର୍ତ୍ତେ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି।

ହତ୍ୟା ପରେ ମାଓବାଦୀମାନେ ଘଟଣା ସ୍ଥଳରେ ଦୁଇଟି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଦୁଇ ପୂର୍ବତନ ସରପଞ୍ଚ ବିଜେପି କର୍ମୀ ହୋଇଥିବାରୁ ଭୈରବଗଡ ମାଓ ସଂଗଠନ ଏହି ଦୁଇ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇଛି ବୋଲି ଲେଖା ରହିଛି ।.

‘ସିଦ୍ଦିକୀଙ୍କୁ ହତ୍ଯା ପୂର୍ବରୁ ବଲିଉଡ ଅଭିନେତା ସଲମାନ ଖାଁଙ୍କୁ କରାଯାଇଥାନ୍ତା ହତ୍ଯା’

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକୀଙ୍କୁ ହତ୍ଯା ପୂର୍ବରୁ ବଲିଉଡ ଅଭିନେତା ସଲମାନ ଖାଁଙ୍କୁ କରାଯାଇଥାନ୍ତା ହତ୍ଯା। ପ୍ରାୟ ୨ ମାସ ତଳର ଚାଞ୍ଚଲ୍ଯକର ହତ୍ଯାକାଣ୍ଡକୁ ନେଇ ଆସିବାରେ ଲାଗିଛି ଚାଞ୍ଚଲ୍ଯକର ତଥ୍ଯ। ବାବା ସିଦ୍ଦିକୀଙ୍କ ହତ୍ଯାକାରୀମାନେ ପ୍ରଥମେ ସଲମାନଙ୍କୁ ହତ୍ଯା କରିବା ପରେ ସିଦ୍ଦିକୀଙ୍କୁ ହତ୍ଯା କରିବା ଲାଗି ଯୋଜନା କରିଥିଲେ। ତେବେ ଏଥିରେ ସଫଳ ନ ହୋଇ ପ୍ରଥମେ ସିଦ୍ଦିକୀଙ୍କୁ ହତ୍ଯା କରିଥିଲେ। ବହୁଚର୍ଚ୍ଚିତ ସିଦ୍ଦିକୀ ହତ୍ଯା ଘଟଣାର ତଦନ୍ତ ପ୍ରକ୍ରିୟାବେଳେ ଏହା ସାମ୍ନାକୁ ଆସିଛି।

ଗତ ଅକ୍ଟୋବର ୧୨ ତାରିଖରେ ୬୬ ବର୍ଷ ବୟସ୍କ ସିଦ୍ଦିକୀଙ୍କୁ ବାନ୍ଦ୍ରାସ୍ଥିତ ପୁଅ ଜିସାନ ସିଦ୍ଦିକୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଗୁଳିକରି ହତ୍ଯା କରାଯାଇଥିଲା। ଜେରାବେଳେ ଅଭିଯୁକ୍ତ କହିଛି, ସେମାନେ ପ୍ରଥମେ ସଲମାନଙ୍କୁ ଗୁଳି କରିବା ଲାଗି ଯୋଜନା କରିଥିଲେ। ମାତ୍ର ସଲମାନଙ୍କ କଡ଼ା ସୁରକ୍ଷା ବ୍ଯବସ୍ଥା ଯୋଗୁ ସେମାନେ ଏଥିରେ ଅସଫଳ ହୋଇଥିଲେ। ଗତ ଏପ୍ରିଲ ୧୪ରେ ଦୁଇ ଜଣ ବାଇକ ଆରୋହୀ ସଲମାନଙ୍କ ବାନ୍ଦ୍ରାସ୍ଥିତ ବାସଭବନ ବାହାରେ ଗୁଳିମାଡ କରିଥିଲେ। ପରେ ଗୁଜରାଟରୁ ଦୁଇ ଅଭିଯୁକ୍ତ ଭିକି ଗୁପ୍ତା ଓ ସାଗର ପାଲଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ଲାଗି ନିଜକୁ ଦାୟୀ କରିଥିଲା ଲରେନ୍ସ ବିଷ୍ଣୋଇ ଗ୍ଯାଙ୍ଗ। ଗତ କିଛି ମାସ ମଧ୍ଯରେ ସଲମାନଙ୍କ ଉପରକୁ ବାରମ୍ବାର ହୋଇଛି ଆକ୍ରମଣ ଉଦ୍ଯମ।

ଦିଲ୍ଲୀ ଟ୍ରିପଲ ମର୍ଡର: ବାପା, ମା ଓ ଭଉଣୀଙ୍କୁ ହତ୍ଯା କରିଥିଲା ପୁଅ

ନୂଆଦିଲ୍ଲୀ: ଦିଲ୍ଲୀର ନବସରାଇରେ ଲୋମହର୍ଷକ ହତ୍ଯା ଘଟଣା । ଖୋଦ୍ ପୁଅ ହିଁ ଥିଲା ହତ୍ଯାକାରୀ । ବାପା, ମା ଓ ଭଉଣୀଙ୍କୁ ହତ୍ଯା କରି ମିଛ ନାଟକ ରଚିଥିଲା ପୁଅ। ହତ୍ଯାର କିଛି ସମୟ ପରେ ପୁଅକୁ ଗିରଫ କରିଛି ପୋଲିସ । ବଡ଼କଥା ହେଉଛି ମର୍ଣ୍ଣିଂଓ୍ବାକରୁ ଫେରି ହତ୍ଯା ସମ୍ପର୍କରେ ପୋଲିସ ଓ ମାମୁଁଙ୍କୁ ଅଭିଯୁକ୍ତ ସୂଚନା ଦେବା ସହ କେହି ଦୁର୍ବୃତ୍ତ ହତ୍ଯାକାଣ୍ଡ ଘଟାଇଛି ବୋଲି ଦର୍ଶାଇଥିଲା। ତେବେ ହତ୍ଯା ପଛର କାରଣ ଥିଲା ସମ୍ପତ୍ତି । ଭଉଣୀ ନାମରେ ସମସ୍ତ ସମ୍ପତ୍ତି କରିବାକୁ ବାପା ଚାହୁଁଥିବାରୁ ଏହାର ପ୍ରତିଶୋଧ ନେବାକୁ ଚାହିଁଥିଲା ଅଭିଯୁକ୍ତ । ସମସ୍ତେ ଶୋଇଥିବା ଅବସ୍ଥାରେ ସେମାନଙ୍କୁ ସେ ହତ୍ଯା କରିଥିଲା । ବାପା, ମାଆଙ୍କ ବିବାହ ବାର୍ଷିକୀ ଦିନ ହିଁ ସେ ଏହି ହତ୍ଯାକାଣ୍ଡ ଘଟାଇବା ଲାଗି ଯୋଜନା କରିଥିଲା। ଗତ ବୁଧବାର ରାଜେଶ କୁମାର, ପତ୍ନୀ କୋମଲ ଓ ୨୩ ବର୍ଷ ବୟସ୍କା ଝିଅ କବିତାଙ୍କୁ ହତ୍ଯା କରାଯାଇଥିଲା । ଅନ୍ଯ କେହି ନୁହେଁ, ହତ୍ଯା କରିଥିଲା ଖୋଦ ୨୩ ବର୍ଷର ପୁଅ ଅର୍ଜୁନ। ହତ୍ଯା ଘଟିଥିବା ଦିନ ଦମ୍ପତି ସେମାନଙ୍କ ୨୭ତମ ବିବାହ ବାର୍ଷିକୀ ପାଳନ କରିଥିଲେ । ଛୁରୀ ଭୁସିବା ସହ ସମସ୍ତଙ୍କ ଗଳାକାଟି ଦେଇଥିଲା ଅର୍ଜୁନ । ପରେ ସେ ବାହାରକୁ ଚାଲିଯାଇଥିଲା । ପ୍ରଥମେ ଅଭିଯୁକ୍ତ ପୋଲିସ ନିକଟରେ ବିଭିନ୍ନ ନାଟକବାଜି କରିଥିଲା । ତେବେ ପୋଲିସ ସିସିଟିଭି ଯାଞ୍ଚ କରିବା ପରେ ଜଣାଯାଇଥିଲା ଯେ ଘର ଭିତରକୁ କୌଣସି ବାହାର ବ୍ଯକ୍ତି ପ୍ରବେଶ କରିନାହାନ୍ତି । ଜେରା ସମୟରେ ଅର୍ଜୁନ ଅନେକ ବିଭ୍ରାନ୍ତିମୂଳକ ଯୁକ୍ତି କରିଥିବାରୁ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା। ପରେ ତାକୁ ଗିରଫ କରାଯାଇଥିଲା।

ଅର୍ଜୁନ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ କଳାର ଛାତ୍ର ଥିଲା । ସେ ବକ୍ସିଂରେ ପାରଙ୍ଗମ ଥିଲା । ଏହି ହତ୍ଯା ଲାଗି ସେ ଡିସେମ୍ବର ୪କୁ ବାଛିଥିଲା ।

 

କଲରାପତରିଆ ବାଘ ଆକ୍ରମଣରେ ଯୁବକ ମୃତ !

ନବରଙ୍ଗପୁର: କଲରାପତରିଆ ବାଘ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ନବରଙ୍ଗପୁର ଜିଲ୍ଲାର ଛତିଶଗଡ଼ ସୀମାନ୍ତ କାଁକେର ବନଖଣ୍ଡ ଅଧୀନ କୋଦାଗାଁ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକ ହେଲେ କୋଦାଗାଁ ବଜାର ସ୍ଥିତ ପାରା ଅଞ୍ଚଳର ଦ୍ଵାରକା ଦେଉରି । ଦ୍ଵାରକା ଗତ ସନ୍ଧ୍ୟାରେ ବଜାର କାମ ସାରି ଚାଲି ଚାଲି ନିଜ ଘରକୁ ଫେରୁଥିଲେ। ବାଟରେ ବିଶ୍ରାମ ନେବା ସମୟରେ ହଠାତ ତାଙ୍କୁ ଏକ କଲରାପତରିଆ ବାଘ ଆକ୍ରମଣ କରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା। କିଛି ଲୋକେ ରକ୍ତ ଛିଟା ଓ ଚପଲ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ରାସ୍ତାଠାରୁ ୨ଶହ ମିଟର ଦୂର ଜଙ୍ଗଲରେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଥିଲା। ବନ ବିଭାଗ ମୃତଦେହକୁ ଜବତ କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି। ଶବ ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ବାଙ୍କୀ ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ ଗିରଫ

ବାଙ୍କୀ: ବାଙ୍କୀ ବୈଦେଶ୍ୱର ଥାନା କଳାପଥର ଅଞ୍ଚଳରେ ସେକ୍ସ ରାକେଟ ଠାବ ଘଟଣା। ସେକ୍ସ ରାକେଟ କରୁଥିବା ମୁଖ୍ୟ ମାଷ୍ଟର ମାଇଣ୍ଡ ଗିରଫ। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈଦେଶ୍ୱର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ସୁକୁଣ୍ଡା ଅଞ୍ଚଳର ପ୍ରଶାନ୍ତ କୁମାର ଗୌଡ଼ । ପ୍ରଶାନ୍ତ ଗୌଡ଼ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଆନ୍ଦ୍ରା ଅଞ୍ଚଳରୁ ଯୁବତୀ ଆଣି ସେକ୍ସ ରାକେଟ ଚଳାଉଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତ ୨ ତାରିଖ ରାତିରେ କଳାପଥର ଅଞ୍ଚଳରେ ଥିବା ଏକ ଘରେ ସେକ୍ସ ରାକେଟ ଚାଲିଥିବା ନେଇ ପୋଲିସ ଖବର ପାଇଥିଲା । ଉକ୍ତ ଘର ଉପରେ ବୈଦେଶ୍ୱର ପୋଲିସ ଗ୍ରାହକ ବେଶରେ ଯାଇ ଚଢ଼ାଉ କରିଥିଲା। ଚଢ଼ାଉ କରି ଦୁଇଜଣ ଯୁବତୀଙ୍କୁ ଉଦ୍ଧାର ସହିତ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ତେବେ ସେକ୍ସ ରାକେଟ କରୁଥିବା ମୁଖ୍ୟ ଅଭିଯୁକ୍ତ ଧରିବା ପାଇଁ ବୈଦେଶ୍ୱର ପୋଲିସ ଜାଲ ବିଛାଇଥିବା ବେଳେ ଶେଷରେ ସେକ୍ସ ରାକେଟ କରୁଥିବା ମୁଖ୍ୟ ମାଷ୍ଟର ମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।

ଫାଇନାନ୍ସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ

କନ୍ଧମାଳ: ବିଳମ୍ବିତ ରାତିରେ ଫାଇନାନ୍ସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳରେ। ବିଳମ୍ବିତ ରାତିରେ ତିନି ଜଣ ଫାଇନାନ୍ସ କର୍ମଚାରୀ ଅଫିସରେ ଟଙ୍କା ଗଣୁଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ। ଫାଇନାନ୍ସ କର୍ମଚାରୀ ଏବଂ ଲୁଟେରାଙ୍କ ମଧ୍ୟ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ତେବେ ଏଥିରେ ଦୁଇ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ଲୁଟେରାକୁ କାବୁ କରିଛନ୍ତି ଫାଇନାନ୍ସ କର୍ମଚାରୀ।

ଖବରପାଇ ଟାଉନ୍ ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚି ଆହତଙ୍କୁ ଚିକିତ୍ସା କରାଇବା ସହ ଦୁର୍ବୃତ୍ତକୁ ଥାନାରେ ଅଟକ ରଖି ଛାନବିନ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଲୁଟ୍ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଚିକିତ୍ସାଧୀନ ଅବସ୍ଥାରେ ସମ୍ବଲପୁରରେ ବାଘୁଣୀର ମୃତ୍ୟୁ

ସମ୍ବଲପୁର: ଚିକିତ୍ସାଧୀନ ଅବସ୍ଥାରେ ସମ୍ବଲପୁରରେ ବାଘୁଣୀର ମୃତ୍ୟୁ। ମୃତ ବାଘୁଣୀର ବୟସ ୭ ବର୍ଷ ହେବ। ୟୁଟ୍ରସ୍ ସଂକ୍ରମଣ ହୋଇ ବାଘୁଣୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଦିନ ପୂର୍ବରୁ ସମ୍ବଲପୁର ଚିଡ଼ିଆଖାନାର ଏକ ଖୁଆଡ଼ରେ ମଣିଷଖିଆ ବାଘ ‘ରାଜା’ ସହ ରହୁଥିଲା ବାଘୁଣୀ । ସୂଚନା ଦେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫ୍ ଓ ଅଂଶୁପ୍ରଜ୍ଞା ଦାସ।

ଚାଷରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ ପାଇଁ ଆହ୍ଵାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ।  ଚାଷ କାମରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ଆହ୍ଵାନ ଦେଇଛନ୍ତି ରାଷ୍ଟ୍ରପତି। ଆହୁରି ମଧ୍ୟ କହିଛନ୍ତି, ଆମ ସଂସ୍କୃତି, ପରମ୍ପରା ଚାଷ ଉପରେ ଆଧାରିତ। ଚାଷୀ ଓ ଚାଷ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ଚାଷରେ ବିକାଶର ବହୁତ ସୁଯୋଗ ଅଛି। ତେବେ ବର୍ତ୍ତମାନ ଜଳବାୟୁ ସାରା ବିଶ୍ଵ ପାଇଁ ଏକ ବଡ଼ ଚ୍ଯାଲେଞ୍ଜ ସୃଷ୍ଟି କରିଛି। ଏହାର ସମାଧାନ କରାଯିବ ଜରୁରୀ। କୃଷି ଉତ୍ପାଦନରେ ଓୟୁଏଟି ପରି ଅନୁଷ୍ଠାନର ବଡ଼ ଅବଦାନ ଥିବା କହିଛନ୍ତି ରାଷ୍ଟ୍ରପତି। କୃଷି ଉତ୍ପାଦନ ବଜାୟ ରଖିବାକୁ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ହେବା ଜରୁରୀ। ଏଥିପାଇଁ ଏଆଇ, ରିମୋଟ ସେନସିଂର ବ୍ୟବହାର କରିବାକୁ ରାଷ୍ଟ୍ରପତି ଆହ୍ଵାନ ଦେଇଛନ୍ତି।

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ହେଉଛି ତୃତୀୟ ଦିନ। ଆଜି ଅପରାହ୍ନରେ ଭୁବନେଶ୍ଵରରେ ନବ ନିର୍ମାତ କୋର୍ଟ କଂପ୍ଲେକ୍ସର ଉଦଘାଟନ କରିବେ ରାଷ୍ଟ୍ରପତି।

 

ସଂସଦରେ ଥମୁନି ଆଦାନୀ ଝଡ; ସଂସଦ ଭବନ ବାହାରେ ବିରୋଧୀଙ୍କ ପ୍ରତିବାଦ

ନୂଆଦିଲ୍ଲୀ: ସଂସଦରେ ଥମୁନି ଆଦାନୀ ଝଡ। ଆଜି ପୁଣି ଆଦାନୀ ପ୍ରସଙ୍ଗକୁ ନେଇ ସାଂସଦରେ ନାରାବାଜି ହୋଇଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ସଂସଦ ଭବନ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି। ଆଦାନୀ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ଚାହୁଁ ନଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ସେପଟେ ବଏଲର୍ସ ଆକ୍ଟ ୧୯୨୩କୁ ହଟାଇ ଏକ ନୂଆ ଆଇନ ଲାଗି ଉଦ୍ଦିଷ୍ଟ ବିଲ୍ ରାଜ୍ଯସଭାରେ ଗୃହୀତ ହୋଇଛି। ଶହେ ବର୍ଷ ତଳର ବଏଲର୍ସ ଆକ୍ଟକୁ ହଟାଇବା ଲାଗି ଗୃହରେ ଉପସ୍ଥାପିତ ହୋଇଥିଲା ବଏଲର୍ସ ବିଲ୍- ୨୦୨୪ । ୭ଟି ଅପରାଧକୁ ଅପରାଧବିହୀନ ଭାବେ ପରିଗଣିତ କରିବା ତଥା ଇଜ୍ ଅଫ ଡୁଇଂ ବ୍ଯବସ୍ଥା ଏହି ବିଲରେ ରହିଛି। ଏକ ବଏଲର ଭିତରେ କାର୍ଯ୍ୟରତ ବ୍ଯକ୍ତିଙ୍କ ନିରାପତ୍ତାକୁ ଏହି ବିଲରେ ଗୁରୁତ୍ବ ଦିଆଯାଇଛି।