spot_img
Home Blog Page 141

ବନ୍ଦ ହେଲା ସ୍କୁଲ, ଗଛମୂଳେ ଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତ ଗଢ଼ା

ନନ୍ଦିଘୋଷ ବ୍ୟୁରୋ: ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର । କମ୍ ଉପସ୍ଥାନ ଯୋଗୁଁ ବନ୍ଦ ହୋଇଗଲା ସ୍କୁଲ। ଫଳରେ କିଏ ଗାଈ ଚରାଇବାକୁ ଯାଉଛି ତ ଆଉ କିଏ ବାପାମା ସଙ୍ଗେ ଡଙ୍ଗରକାମ କରିବାକୁ ଯାଉଛି। କିଛି ପିଲା ସ୍କୁଲ ବାହାରେ ବସି ପାଠ ପଢ଼ୁଛନ୍ତି । ରାୟଗଡା ସଦର ବ୍ଲକ ସିରିକା ଡୃଗୁମ୍ ପ୍ରାଥମିକ ବିଦ୍ୟାଳୟରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।  ଶିକ୍ଷା ବ୍ୟବସ୍ଥାର ଧଜିଆ ଉଡିଥିବାବେଳେ କୋମଳମତି ପିଲାଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ ?

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। କମ ଉପସ୍ଥାନ ଦର୍ଶାଇ ବନ୍ଦ କରିଦେଲେ ସ୍କୁଲ। ଏବେ ସ୍କୁଲ ବାହାରେ ଗଛମୂଳେ ଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତଗଢ଼ା। କିଏ ପାଠ ଛାଡ଼ି ଗାଈ ଚରାଇବାକୁ ଯାଉଛି ତ ଆଉ କିଏ ବାପା ମା ସହିତ ଡଙ୍ଗର କାମ କରିବାକୁ ଯାଉଛି । ଆଉ କିଛି ପିଲା ଖରା ବର୍ଷା ଶୀତକୁ ଖାତିର ନ କରି ସ୍କୁଲ ବାହାରେ ବହିବସ୍ତାନୀ ଧରି ପଢ଼ୁଛନ୍ତି। ଏ ଦୃଶ୍ୟ ରାୟଗଡା ସଦର ବ୍ଲକ ସିରିକା ଡୃଗୁମ୍ ପ୍ରାଥମିକ ବିଦ୍ୟାଳୟର । ଗାଁରେ ଥିବା ସ୍କୁଲ ବନ୍ଦ ହୋଇଯିବା ପରେ ଦୁର୍ଗମ ଅଞ୍ଚଳରେ  ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କମ୍ ଉପସ୍ଥାନ ଯୋଗୁଁ ଗତ ୪ ମାସ ହେବ ସ୍କୁଲରେ ଝୁଲୁଛି ତାଲା । ଫଳରେ ଗାଁର କିଛି ପଢୁଆ ଯୁବକ ଯୁବତୀ ପାଳି କରି ପିଲାଙ୍କୁ ଏଭଳି ପଢ଼ାଉଛନ୍ତି । ତେବେ ସ୍କୁଲରେ ପ୍ରାୟ ୨୫ରୁ ଅଧିକ ଛାତ୍ରଛାତ୍ରୀ ଥିଲେ ସୁଦ୍ଧା କାହିଁକି ସ୍କୁଲ ବନ୍ଦ କରିଦିଆଯାଇଛି ତାକୁ ନେଇ ଉଠିଛି ନାନା ପ୍ରଶ୍ନ?

ଗତ ତିନି ବର୍ଷ ତଳେ ମଧ୍ୟ କମ୍ ଉପସ୍ଥାନ ଥିବା ଦର୍ଶାଇ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା। ବାଦବିବାଦ ପରେ ପୁନର୍ବାର ସ୍କୁଲ ଆରମ୍ଭ ହୋଇଥିଲା। ତେବେ ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ଏପରି ସ୍ଥିତି ଦେଖାଦେଇଛି । ଗତ ୨୦୧୮ରେ କମ୍ ଉପସ୍ଥାନ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ବିଦ୍ୟାଳୟକୁ ବନ୍ଦ କରି ପଡୋଶୀ ବିଦ୍ୟାଳୟରେ ମିଶ୍ରଣ କରି ଦିଆଯାଇଥିଲା । ଫଳରେ ଦୁର୍ଗମ ଅଞ୍ଚଳର ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠ ଛାଡିଥିଲେ । ଚଳିତ ବର୍ଷ ଜିଲ୍ଲାର ୧୨ଟି ସ୍କୁଲକୁ କମ୍ ଉପସ୍ଥାନ ଥିବା ଦର୍ଶାଇ ବନ୍ଦ କରାଯାଇଛି  । ତେବେ ଯେଉଁ ସ୍କୁଲ ଗୁଡିକ ଖୋଲିବା ଯୋଗ୍ୟ ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ ରାଜ୍ୟସ୍ତରୀୟ କମିଟି ଆବଶ୍ୟକ ପଦକ୍ଷେପ ନେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

 

ଶାନ୍ତି ଫେରାଇ ଆଣିବା ପାଇଁ ମାଲକାନଗିରି ପୋଲିସର କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ: ଶାନ୍ତି ଫେରାଇ ଆଣିବା ପାଇଁ ମାଲକାନଗିରି ପୋଲିସର କାର୍ଯ୍ୟାନୁଷ୍ଠାନ। ଏମଭି ୨୬ ଗ୍ରାମରେ ଶାନ୍ତି ଫେରାଇବା ମାଲକାନଗିରି ପୋଲିସ ନେଇଛି ଅନେକ ପଦକ୍ଷେପ। ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରି  ଅଭିଯୁକ୍ତ ସୁକରଞ୍ଜନ ମଣ୍ଡଳଙ୍କୁ ୩ ଦିନ ପୂର୍ବେ ଗିରଫ କରି କୋର୍ଟ ଚାଲାଣ କରିଛି। ଅପରାଧରେ ବ୍ୟବହୃତ ଅସ୍ତ୍ରକୁ ପୋଲିସ ଜବତ କରିଛି। ମୃତ ଶରୀରର ମୁଣ୍ଡ ପୋଲିସ ଉପସ୍ଥିତିରେ ଜବତ କରି ସମ୍ମାନର ସହିତ ପୋତା ଦିଆଯାଇଛି। ବିଏସଏଫ, ସିଆରପିଏଫ, ସିଏପିଏଫ ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ଫ୍ଲାଗ ମାର୍ଚ୍ଚ କରାଯାଉଛି। ଏହା ସହ ପୋଲିସ ଷ୍ଟେସନ ସ୍ତରରେ ଶାନ୍ତି ବୈଠକ କରାଯାଉଛି। ନ୍ୟାୟ ପ୍ରଦାନ କରିବା ପାଇଁ ତଦନ୍ତ ଗୁରୁତର ସହିତ ଚାଲିଛି। ଗୁଜବରେ ବିଶ୍ବାସ ନକରି ପୋଲିସ ଉପରେ ଭରସା ରଖିବା ଲାଗି ପରାମର୍ଶ ଦିଆଯାଇଛି।  ଜରୁରୀକାଳୀନ ହେଲ୍ପଲାଇନ୍ ୧୧୨ କୁ ଡାଏଲ୍ କରିବାକୁ ଏସପି ବିନୋଦ ପାଟିଲ ଏଚ ସୂଚନା ଦେଇଛନ୍ତି।

ମାଲକାନଗିରି ମାଥିଲି ଅଞ୍ଚଳରେ ଚାଞ୍ଚଲ୍ୟ, ନଳକୂଅରେ କିଏ ଏବଂ କାହିଁକି ମିଶାଇଲା ବିଷ ?

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ମାଥିଲି ଅଞ୍ଚଳରେ ଚାଞ୍ଚଲ୍ୟ। ସିନ୍ଧାବେଡ଼ା ୟୁପି ସ୍କୁଲର ନଳକୂପରେ ବିଷ ମିଶା ଯାଇଥିବାର ଅଭିଯୋଗ। ନଳକୂପ ପାଣିରୁ ଅସ୍ଵାଭାବିକ ଗନ୍ଧ ଓ ଫେଣ ବାହାରିବା ପରେ ସେହି ପାଣି ବ୍ୟବହାର କରିବାକୁ ପିଲାଙ୍କୁ ମନା କରାଯାଇଥିଲା। ସେହି ପାଣିକୁ କୌଣସି କାମରେ ବ୍ଯବହାର କରାଗଲାନି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କିଏ କାହିଁକି ବିଷ ମିଶାଇଲା, ପୂରା ତଦନ୍ତ ପରେ ଆକ୍ସନ ହେବ ବୋଲି କହିଛି ପୋଲିସ।

ମେସିଙ୍କ କୋଲକାତା ଇଭେଣ୍ଟରେ ହଙ୍ଗାମା ଘଟଣା, ମୁଖ୍ୟ ଆୟୋଜକଙ୍କୁ ଏୟାରପୋର୍ଟରୁ ଗିରଫ କଲା ପୋଲିସ

ମେସିଙ୍କ କୋଲକାତା ଇଭେଣ୍ଟରେ ହଙ୍ଗାମା ଘଟଣା, ମୁଖ୍ୟ ଆୟୋଜକଙ୍କୁ ଏୟାରପୋର୍ଟରୁ ଗିରଫ କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: କୋଲକାତାର ସାଲ୍ଟଲେକ ଷ୍ଟାଡିୟମରେ ଫୁଟବାଲ ଷ୍ଟାର ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମ ସମୟରେ ହଙ୍ଗାମା ଓ ଅବ୍ୟବସ୍ଥାକୁ ନେଇ ଆକ୍ସନ ମୋଡରେ ପୋଲିସ । କାର୍ଯ୍ୟକ୍ରମ ମୁଖ୍ୟ ଆୟୋଜକ ସତାଦ୍ରୁ ଦତ୍ତାଙ୍କୁ ଏୟାରପୋର୍ଟରୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଦର୍ଶକଙ୍କୁ ସେମାନଙ୍କ ଟିକେଟ ଟଙ୍କା ଫେରାଯିବା ଉଚିତ ବୋଲି ଡିଜିପି କହିଛନ୍ତି ।

କ’ଣ ଥିଲା ପ୍ଲାନ ?

ଡିଜିପିଙ୍କ ଅନୁସାରେ, ମେସି ଆସିବେ, ହାତ ହଲାଇ ଦର୍ଶକଙ୍କୁ ଅଭିବାଦନ କରିବେ । ଏହାପରେ କିଛି ଲୋକଙ୍କୁ ଭେଟି ଚାଲିଯିବେ । ଏବେ ସରକାର ଅବ୍ୟବସ୍ଥାର ତଦନ୍ତ କରିବାକୁ ଏକ କମିଟି ବନାଇ ସାରିଛନ୍ତି । ଏହି କମିଟି ଅଘଟଣର ସବୁ ଦିଗକୁ ତର୍ଜମା କରିବ । ଆୟୋଜକଙ୍କ ତରଫରୁ କିଛି ମିସ-ମ୍ୟାନେଜମେଣ୍ଟ କରାଯାଇଛି କି ନାହିଁ ତାହାର ବି ତଦନ୍ତ ହେବ ।

ଟିକେଟ ଟଙ୍କା ଫେରି ପାଇବେ ଦର୍ଶକ !

ଡିଜିପି ଆଗକୁ କହିଛନ୍ତି, ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଆମେ ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟାନୁଷ୍ଠାନ ନେଉଛି ଯା, ଯେମିତି ବିନା ଦଣ୍ଡରେ ଶେଷ ନହେବ । ଆୟୋଜକ ସେହି ଲୋକଙ୍କୁ ଲିଖିତ ଭାବେ ଜଣାଉଛନ୍ତି, ଯେଉଁମାନେ ଦର୍ଶକଙ୍କୁ ଟିକେଟ ଟଙ୍କା ଫେରସ୍ତ କରାଯିବାକୁ ନେଇ ଚିନ୍ତାରେ ଅଛନ୍ତି । ଏଡିଜି ଲ’ ଆଣ୍ଡ ଅର୍ଡର ଜାଭେଦ ଶମିମ କହିଛନ୍ତି, ଏବେ ସ୍ଥିତି ନର୍ମାଲ ଅଛି । ଏତଲା ହେବା ସହ ମୁଖ୍ୟ ଆୟୋଜକଙ୍କୁ ଗିରଫ କରାଯାଇଛି । ପ୍ରଶଂସକଙ୍କୁ ସେମାନଙ୍କ ଟିକେଟ ଟଙ୍କା ଫେରସ୍ତ କରାଯିବ ବୋଲି ଆ୍ରୋଜକ କହିଛନ୍ତି । ଏହା କେମିତି ହେବ ଆମେ ତାହା ନିଶ୍ଚିତ କରିବୁ । ଏହାସହ ସେ କହିଛନ୍ତି, ଶୀଘ୍ର ମୁଖ୍ୟ ଆୟୋଜକଙ୍କୁ ପଚରାଉଚରା କରାଯିବ । ଏଥିରୁ କ’ଣ ବାହାରିବ ? ସତାଦ୍ରୁ ଏକା ନା ତାଙ୍କ ସହ ଆଉ କିଏ ଅଛନ୍ତି ? ଆଉ କାହା ନାଁ ପଦାକୁ ଆସିବ ? ପଚରାଉଚରା ପରେ ଜଣାପଡ଼ିବ ।

କାହିଁକି ପ୍ରତିବର୍ଷ ଭାରତୀୟ ନାଗରିକତା ତ୍ୟାଗ କରୁଛନ୍ତି ଲୋକେ ?, ୫ ବର୍ଷର ହିସାବ ଶୁଣିଲେ ଉଡ଼ିଯିବ ହୋସ୍..

ନନ୍ଦିଘୋଷ ବ୍ୟୁରୋ: ବିଦେଶରେ ରହିବାକୁ ବହୁତ ଭଲ ପାଉଛନ୍ତି ଭାରତୀୟ । ତେବେ ଏହା ଆମେ କହୁନୁ । ବରଂ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି । ପ୍ରତିବର୍ଷ ବହୁ ଭାରତୀୟ ବିଦେଶର ନାଗରିକତା ଗ୍ରହଣ କରୁଛନ୍ତି । ଏହାସହ ଭାରତୀୟ ନାଗରିକତା ମଧ୍ୟ ହରାଉଛନ୍ତି । ପ୍ରତିବର୍ଷ ୨ ଲକ୍ଷରୁ ଅଧିକ ଲୋକ ଭାରତୀୟ ନାଗରିକତା ତ୍ୟାଗ କରୁଥିବାବେଳେ ୫ ବର୍ଷରେ ୯ ଲକ୍ଷରୁ ଅଧିକ ଲୋକ ଭାରତୀୟ ନାଗରିକତା ତ୍ୟାଗ କରିଛନ୍ତି । ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀବର୍ଦ୍ଧନ ସିଂ ସଂସଦରେ ଏଭଳି କହିଛନ୍ତି । ତେବେ ବିଦେଶରେ ଉତ୍ତର ପରିବେଶ ସାଙ୍ଗକୁ ଶିକ୍ଷା ଏବଂ ନିଯୁକ୍ତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଉଥିବା କୁହାଯାଉଛି ।

ଐତିହାସିକ ତଥ୍ୟକୁ ଦେଖିଲେ, ୨୦୧୧ ମସିହାରେ ୧୨୨,୮୧୯ ଜଣ ଲୋକ ଦେଶ ଛାଡିଥିଲେ। ୨୦୧୨ ମସିହାରେ ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇ ୧୨୦,୯୨୩ ରେ ପହଞ୍ଚିଥିଲା। ୨୦୧୩ ମସିହାରେ ଏହି ସଂଖ୍ୟା ୧୩୧,୪୦୫ କୁ ବୃଦ୍ଧି ପାଇଥିଲା। ୨୦୧୪ ମସିହାରେ ଏଥିରେ ସାମାନ୍ୟ ହ୍ରାସ ପାଇ ୧୨୯,୩୨୮ ରେ ପହଞ୍ଚିଥିଲା। ୨୦୧୫ ମସିହାରେ, ଦେଶ ଛାଡିଥିବା ଲୋକଙ୍କ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇଥିଲା, ୧୩୧,୪୮୯ ଜଣ ଦେଶ ଛାଡିଥିଲେ।

ବିଦେଶରେ ରହୁଥିବା ଭାରତୀୟଙ୍କ ଅଭିଯୋଗ

ଏହା ସହିତ, ତିନି ବର୍ଷ ମଧ୍ୟରେ ବିଦେଶୀ ନାଗରିକଙ୍କ ସହ ଜଡିତ 9.45 ଲକ୍ଷ ଅଭିଯୋଗ ପଞ୍ଜିକୃତ ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ଅଧିକାଂଶ ଭାରତୀୟ ବିଦେଶୀ ନାଗରିକତା କାର୍ଡ ଧାରକଙ୍କ ସହିତ ଜଡିତ। ଉଲ୍ଲେଖଯୋଗ୍ୟ, 2024-25 ମଧ୍ୟରେ ବିଦେଶରେ ରହୁଥିବା ଭାରତୀୟଙ୍କଠାରୁ ପ୍ରାପ୍ତ ଅଭିଯୋଗ ସଂଖ୍ୟା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ, ଏମଓଏସ କହିଛନ୍ତି ଯେ ଏମଇଏକୁ 16,127 ଅଭିଯୋଗ ମିଳିଛି। ଏହି ଅଭିଯୋଗଗୁଡ଼ିକ ସରକାରଙ୍କ ଅନଲାଇନ୍ ଅଭିଯୋଗ ପ୍ଲାଟଫର୍ମ ମାଧ୍ୟମରେ ପଞ୍ଜିକୃତ ହୋଇଥିଲା, ଯେଉଁଥିରେ 11,195 ମାମଲା ଏବଂ CPGRAMS ମାଧ୍ୟମରେ 4,932 ମାମଲା ଅନ୍ତର୍ଭୁକ୍ତ ଥିଲା।

ସର୍ବାଧିକ ସମସ୍ୟାପୂର୍ଣ୍ଣ ମାମଲା ରିପୋର୍ଟ କରୁଥିବା ଦେଶ ତାଲିକାରେ ସାଉଦି ଆରବ ସର୍ବାଧିକ 3,049 ଅଭିଯୋଗ ସହିତ ଶୀର୍ଷରେ ଅଛି, ଏହା ପରେ UAE (1,587), ମାଲେସିଆ (662), ଆମେରିକା (620), ଓମାନ (613), କୁୱେତ (549), କାନାଡା (345), ଅଷ୍ଟ୍ରେଲିଆ (318), ୟୁକେ (299) ଏବଂ କାତାର (289) ରହିଛି।

 

ଆଇପିଏଲ ୨୦୨୬ ନିଲାମୀ : ଜାଣନ୍ତୁ କେଉଁ ଖେଳାଳିଙ୍କ ଉପରେ ରହିଛି CSKର ନଜର ?

0

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୬ ବେଶ ରୋମାଞ୍ଚକର ହେବାକୁ ଯାଉଛି । ସମସ୍ତ ଦଳ ନିଜ ଦଳକୁ ମଜବୁତ କରିବା ଲାଗି ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିବେ । ଆସନ୍ତା ୧୬ ତାରିଖରେ ଆବୁଧାବୀରେ ହେବାକୁ ଯାଉଛି ନିଲାମୀ । ତେବେ ଚଳିତ ନିଲାମୀରେ କୋଲକାତା, ଚେନ୍ନାଇ ଏବଂ ପଞ୍ଜାବ ଉପରେ ସମସ୍ତଙ୍କ ନଜର ରହିବ । କାରଣ ଏହି ଦଳମାନଙ୍କ ପାଖରେ ଅଧିକ ଅର୍ଥ ରହିଛି । ତେବେ ଚେନ୍ନାଇର ଅଧିକ ପ୍ରଶଂସକ ରହିଥିବାବେଳେ ଫ୍ୟାନ୍ସମାନେ ସବୁବେଳେ ଭଲ ଖେଳାଳି ଦଳରେ ସାମିଲ ହୁଅନ୍ତୁ ବୋଲି ଚାହାଁନ୍ତି ।

ତେବେ ଆମେ ଯଦି ସିଏସକେ କଥା କହିବା ତାହେଲେ ଦଳ ୨୮ ଜଣ ଖେଳାଳିଙ୍କ ମଧ୍ୟରୁ ୧୨ ଜଣ ଖେଳାଳିଙ୍କୁ ରିଲିଜ କରିଛି । ମାତ୍ର ମିନିନିଲାମୀରେ ଏଥରକ ୯ଜଣ ଖେଳାଳିଙ୍କ ବିଡ୍ କରିପାରେ । ଦଳରେ ୪ ଜଣ ବିଦେଶୀ ଖେଳାଳିଙ୍କୁ ଆଣିବା ପାଇଁ ପ୍ରୟାସ କରିବ ସିଏସକେ । ସିଏସକେ ସାମ୍ କରାନ, ଡେଭନ କନଓ୍ବେ, ରଚିନ୍ ରବିନ୍ଦ୍ର ଏବଂ ପଥିରାନାଙ୍କ ଭଳି ଖେଳାଳିଙ୍କୁ ରିଲିଜ କରି ଦେଇଛି । ଏବେ ଦଳକୁ ସୁଦୃଢ଼ କରିବା ପାଇଁ ଭଲ ଖେଳାଳିଙ୍କୁ ଆଣିବାକୁ ପଡ଼ିବ ।

ତେବେ ସିଏସକେ ଦଳରେ ଜଣେ ଓପନର ବ୍ୟାଟ୍ସମ୍ୟାନ ସାଙ୍ଗକୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରଖିବାକୁ ପ୍ରୟାସ କରିବ । ଏହାସହ ପଥିରାନାଙ୍କୁ ରିଲିଜ୍ କରିଥିବାବେଳେ ଡେଥ୍ ଓଭର ପାଇଁ ଦଣେ ଦକ୍ଷ ବୋଲରଙ୍କୁ ଦଳରେ ଆଣିବାକୁ ପ୍ରୟାସ କରାଯିବ ।

କ୍ଷମା ମାଗିଲେ ମମତା, ମେସିଙ୍କୁ କହିଲେ…

ନନ୍ଦିଘୋଷ ବ୍ୟୁରୋ: ମେସିଙ୍କ କ୍ରେଜ୍ । କୋଲକାତାରେ ହଙ୍ଗାମା ପ୍ରସଙ୍ଗ : କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି କି, ଭୁଲ୍ ପରିଚାଳନା ପାଇଁ ଏଭଳି ସ୍ଥିତି ହୋଇଛି । ଯାହା ପାଇଁ ମୁଁ ଗଭୀର ଦୁଃଖିତ । ମୁଁ ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ମେସି ଏବଂ କ୍ରୀଡ଼ାପ୍ରେମୀଙ୍କୁ କ୍ଷମା ମାଗୁଛି । ଏହାସହ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅଶିମ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଉଚ୍ଚ ସ୍ତରୀୟ କମିଟି ଏହି ଘଟଣାର ତଦନ୍ତ କରିବ ।

ସେପଟେ କୋଲକାତାରେ ଘଟିଥିବା ଏଭଳି ଅଘଟକୁ ନେଇ ବିରୋଧୀ ବିଜେପି କଡ଼ା ଭାଷାରେ ସମାଲୋଚନା କରିବା ସହ ଟିଏମସି ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହି ରଖୁଛୁ କି, ଅନ୍ତର୍ଜାତୀୟ ଫୁଟବଲର୍ ଲିଓନେଲ ମେସିଙ୍କ ଗସ୍ତ ବେଳେ କୋଲକାତାରେ ହଙ୍ଗାମା। ସଲ୍ଟ ଲେକ ସିଟିରେ ବଡ଼ ଧରଣର ହଙ୍ଗାମା ହୋଇଛି। ଟେଣ୍ଟ ଭାଙ୍ଗିଲେ, ଚେୟାର ଫିଙ୍ଗା ଫୋପଡ଼ା କଲେ ଦର୍ଶକ। ବୋତଲ ବି ଫିଙ୍ଗିଲେ।  ଅଭିଯୋଗ ଅନୁସାରେ ଅଧିକ ଦାମ ଦେଇ ଟିକଟ କିଣିଥିଲେ ଦର୍ଶକମାନେ। ହେଲେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଲା। ତା ସହିତ ମେସିଙ୍କୁ ପାଖରୁ ଦେଖି ପାରିଲେ ନାହିଁ। ସେଲଫି ନେଇ ପାରିଲେ ନାହିଁ। ଏହାକୁ ନେଇ ତାତିଲେ ଦର୍ଶକ। ଚେୟାର ଫିଙ୍ଗା ଫୋପଡ଼ା କହିବା ସରିବା ସହିତ  ପଡ଼ିଆ ଭିତରକୁ ପଶି ସେଲିବ୍ରେସନ ଟେଣ୍ଟ ମଧ୍ୟ ଭାଙ୍ଗି ଦେଇଛନ୍ତି ସେମାନେ। କଡ଼ା ସୁରକ୍ଷା ଭିତରେ ମେସି ମାତ୍ର ୧୦ ମିନିଟ ଷ୍ଟାଡିୟମରେ ରହି ସେଠାରୁ ପଳାଇଛନ୍ତି।

ପୋଲିସ SI ପରୀକ୍ଷା ସ୍କାମ: ଆଉ ଜଣଙ୍କୁ ଗିରଫ କଲା ସିବିଆଇ

ପୋଲିସ ଏସଆଇ ପରୀକ୍ଷା ସ୍କାମ । ଆନ୍ତଃ ରାଜ୍ୟ ଲିଙ୍କ ନେଇ ଆଉ ଜଣଙ୍କୁ ଗିରଫ କଲା ସିବିଆଇ । ବାହାର ରାଜ୍ୟରୁ ନୀତୁ ଆରୋରାଙ୍କୁ ଗିରଫ କରିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ସିବିଆଇ । ସେପଟେ ୨ ଦିନିଆ ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତ ମୁନା ମହାନ୍ତି, ଟି. ଅଭିମନ୍ୟୁ ଦୋରା , ଶ୍ରୀକାନ୍ତ ମହାରଣା ଓ ପ୍ରିୟଦର୍ଶିନୀ ସାମଲଙ୍କୁ କୋର୍ଟରେ ହାଜର କରିଛି ସିବିଆଇ । ପୂର୍ବରୁ ବିହାରରୁ ନୀତୀଶକୁ ଗିରଫ କରାଯାଇଥିଲା । ରିମାଣ୍ଡ ଅବଧି ସମୟରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ପଦାକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୫ ଲକ୍ଷ ଟଙ୍କା ବିନିମୟରେ କିଭଳି ମିଳୁଥିଲା ଚାକିରୀ ? ପାୱାର କରିଡରରେ କିଏ ଦେଉଥିଲା ବ୍ୟାକ୍ ସପୋର୍ଟ ? କାହା ଛତ୍ରଛାୟାରେ ରହି କ୍ରାଇମ ସିଣ୍ଡିକେଟ ଚଳାଉଥିଲେ ଅଭିଯୁକ୍ତ ? ସେ ନେଇ ସିବିଆଇକୁ ମିଳିଛି ନେକ ତଥ୍ୟ।

ବିଧାୟକଙ୍କ ଦରମା ବୃଦ୍ଧି ସଂଶୋଧନ ବିଲକୁ ଖାରଜ କରାଯାଉ ବୋଲି ଯୁବ କଂଗ୍ରେସର ଦାବି

ମନଇଛା ବିଧାୟକଙ୍କ ଦରମା ବୃଦ୍ଧିକୁ ସାରା ରାଜ୍ୟରୁ ପ୍ରତିବାଦ ଆରମ୍ଭ ହୋଇଗଲାଣି । ତୁରନ୍ତ ବିଧାୟକଙ୍କ ଦରମା ବୃଦ୍ଧି ସଂଶୋଧନ ବିଲକୁ ଖାରଜ କରାଯାଉ ବୋଲି ଯୁବ କଂଗ୍ରେସ ଦାବି କରିଛି । ଖୁବ ଶୀଘ୍ର ଏନେଇ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦେବ ଯୁବ କଂଗ୍ରେସ । ଦେଶରେ କାହିଁକି ଓଡ଼ିଶାର ବିଧାୟକଙ୍କ ଦରମା ସର୍ବାଧିକ ହେବ ? ବିଧାୟକ ଫୋନ ବିଲ ୧୫ ହଜାର କାହିଁକି କରାଯାଇଛି ? ଯେତେବେଳେ କି ମାସକୁ ଏକ ହଜାର ଟଙ୍କାରେ ମାଗଣାରେ ଏକ ମାସ କଥା ହୋଇହେବ ସେଠି ଏତେ ଟଙ୍କା ଭତ୍ତା ଆକାରରେ ଦେବା କି ଆବଶ୍ୟକ ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ ।

୭ମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ: ବିଦ୍ୟାଳୟ ପରିସରରେ ଉତ୍ତେଜନା

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ। ବିଦ୍ୟାଳୟ ପରିସରରେ ଉତ୍ତେଜନା ପରେ ଥାନାରେ ମାମଲା। ବାଲେଶ୍ଵର ଜିଲ୍ଲା ଟାଉନଥାନା ଅଞ୍ଚଳର ଏକ ସ୍କୁଲରୁ ୭ମ ଶ୍ରେଣୀର ଛାତ୍ରୀଙ୍କୁ ‍ଗଣିତ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟର ଛାତକୁ ଏକୁଟିଆ ଡ଼ାକି ପ୍ରାଇଭେଟ୍ ଅଙ୍ଗକୁ ଟଚ୍ କରିବା ନେଇ ଘରେ ମାଆଙ୍କୁ ଜଣାଇଥିଲେ ଛାତ୍ରୀ । ଏନେଇ ଆଜି ଛାତ୍ରୀର ପରିବାର ବିଦ୍ୟାଳୟକୁ ଆସି ପଚାରିବାରୁ ଉତ୍ତେଜନା ଦେଖାଦେଇଥିଲା । ବିଦ୍ୟାଳୟ ପରିସରରେ ଟାଉନ ଥାନା ପୋଲିସ ପହଁଚି ବୁଝାସୁଝା କରିଥିଲା । ଏନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି।