spot_img
Home Blog Page 1411

ଅସୁରକ୍ଷିତ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢ଼ୁଛନ୍ତି ପିଲା

ନନ୍ଦିଘୋଷ ବ୍ୟୁରୋ: ଅସୁରକ୍ଷିତ ଶ୍ରେଣୀ ଗୃହରେ ଚାଲିଛି ପାଠପଢା। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଶ୍ରେଣୀଗୃହ ଅଭାବରୁ ପ୍ରାୟ ସମୟ ବାରଣ୍ଡାରେ ହେଉଛି ପାଠପଢା। ଗୋବର୍ଲା ଯେଇଏଲସି ପ୍ରାଥମିକ ବିଦ୍ୟାଳୟର ଶୋଚନୀୟ ଅବସ୍ଥା। ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୨ ଜଣ ଶିକ୍ଷକ ଅଛନ୍ତି। ସ୍କୁଲ ମରାମତି ହେଉନଥିବାରୁ ଅସନ୍ତୋଷ ଅଭିଭାବକ।

ହେଉନି ସ୍କୁଲ ଗୃହର ମରାମତି। ବିପଦ ସଂକୁଳ ଅବସ୍ଥାରେ ଥିବା ଗୋଟିଏ ଗୃହରେ ୫ଟି ଶ୍ରେଣୀର ଛାତ୍ର ଛାତ୍ରୀଙ୍କର ଭବିଷ୍ୟତ ଗଢ଼ା ଚାଲିଛି। ଶିକ୍ଷାଦାନର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରୁ। ଗୋବର୍ଲା ଯେଇଏଲସି ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଶୋଚନୀୟ ଅବସ୍ଥାରେ ଥିବା ବେଳେ ଛାତରୁ ପାଣି ଗଳୁଛି। ସ୍କୁଲ ଛାତ ଉପରେ ଟିଣ ପକାଯାଇଥିଲା। ଗତ ମେ’ ମାସରେ କାଳବୈଶାଖୀ ପ୍ରଭାବରେ ୨ଟି ଶ୍ରେଣୀଗୃହର ଛପର ଉଡ଼ିଯାଇଛି। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି। ଶ୍ରେଣୀ ଗୃହ ନହେଲେ କେବେ କେବେ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ।

ସ୍କୁଲର ମରାମତି ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପ୍ରଶାସନ ତରଫରୁ  ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ତୁରନ୍ତ ଏହାର ସମାଧାନ ହେବ ବୋଲି କହିଛନ୍ତି ପାପଡାହାଣ୍ଡି ବିଡ଼ିଓ। ଜିଲ୍ଲା ଶିକ୍ଷା ବିଭାଗ ସହ ଜିଲ୍ଲାପାଳଙ୍କୁ ମଧ୍ୟ ଗୃହ ନିର୍ମାଣ ପାଇଁ ଅନୁରୋଧ କରାଯାଇଛି ।

 

ନଭେମ୍ବର ୨୬ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ: ନଭେମ୍ବର ୨୬ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ। ନଭେମ୍ବର ୨୬ ତାରିଖରେ ଉପସ୍ଥାପନ ହେବ । ପ୍ରଥମ ଅତିରିକ୍ତ ବଜେଟ୍। ଡିସେମ୍ବର ୫ ତାରିଖରେ ଆଗତ ହେବ ପ୍ରଥମ ଅତିରିକ୍ତ ବଜେଟ ଉପରେ ବ୍ୟୟ ମଞ୍ଜୁରୀ ବିଲ୍। ଶୀତକାଳୀନ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ୨୫ଟି ସରକାରୀ କାର୍ଯ୍ୟଦିବସ ଥିବା ବେଳେ, ୫ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମହାରାଷ୍ଟ୍ର ନିର୍ବାଚନ : ଏହିସବୁ ଆସନରେ ହେବ ଦାଦା-ପୁତୁରା ଲଢ଼େଇ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ନିର୍ବାଚନ ହେବାକୁ ଥିବାବେଳେ ପ୍ରାର୍ଥୀମାନେ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ଏବେ ଲଢ଼େଇକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଚଳିତ ନିର୍ବାଚନରେ ମହାରାଷ୍ଟର କିଛି ଆସନରେ ଦାଦା-ପୁତୁରା ଲଢ଼େଇ ଦେଖିବାକୁ ମିଳିବ । ମୁଖ୍ୟତଃ ବାରାମତୀ ଆସନରେ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ଅଜିତ ପାଓ୍ବାରଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ଯୋଗେନ୍ଦ୍ର ପାଓ୍ବାର । ମହାରାଷ୍ଟ୍ର ରାଜନୀତିରେ ବେଶ ଚର୍ଚ୍ଚିତ ଚେହେରା ଅଜିତ ପାଓ୍ବାରଙ୍କ ବିପକ୍ଷରେ ପୁତୁରା ଯୋଗେନ୍ଦ୍ର ଏଥରକ ଡେବ୍ୟୁ କରୁଛନ୍ତି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ପୁଣିଥରେ ବାରମତୀ ଆସନରୁ ନିର୍ବାଚନ ଲଢ଼ୁଥିବାବେଳେ ଡେବ୍ୟୁ କରୁଥିବା ଯୋଗେନ୍ଦ୍ର ମଧ୍ୟ କଡ଼ା ଟକ୍କର ଦେବେ ବୋଲି ଶରଦ ପାଓ୍ବାର ଆଶା ରଖିଛନ୍ତି ।

କହି ରଖୁଛୁ କି, ଶରଦ ପାଓ୍ବାର ପୁତୁରା ଅଜିତ୍ ପାଓ୍ବାରଙ୍କୁ ରାଜନୀତିକୁ ଆଣିଥିଲେ । ଦାଦାଙ୍କ ହାତଧରି ରାଜନୀତି ଶିଖିଥିବା ଅଜିତ୍ ପାଓ୍ବାର ଏବେ ଶରଦଙ୍କଠାରୁ ଅଲଗା ହୋଇଛନ୍ତି । ଶରଦ ପାଓ୍ବାର ନିଜର ରାଜନୈତିକ ଉତ୍ତରାଧିକାରୀଭାବେ ଝିଅ ସୁପ୍ରିୟା ସୁଲେଙ୍କୁ ବାଛିବା ପରେ ଏବେ ଅଜିତ ପାଓ୍ବାର ବିଜେପି ସହ ମିଶି ନିଜର ରଣନୀତି କରିଛନ୍ତି । ତେବେ ଅଜିତଙ୍କୁ ଚେକ୍ ଦେବା ପାଇଁ ଶରଦ ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ନବାଗତ ଚେହେରା ଭାବେ ଯୋଗେନ୍ଦ୍ରଙ୍କୁ ପାରମ୍ପରିକ ଆସନରେ ଛିଡ଼ା କରାଇଛନ୍ତି ।

ଛଗଲ ଭୂଜବଳଙ୍କ ଆଗରେ ନିର୍ବାଚନ ପ୍ରତିଦ୍ବନ୍ଦୀ ହୋଇଛନ୍ତି ସମୀର । ପୁତୁରା ସମୀର ଦାଦାଙ୍କୁ ହରାଇବା ପାଇଁ ନିର୍ବାଚନୀ ଯୋଜନା ପ୍ରସ୍ତୁତ କରିଛନ୍ତି । ନନ୍ଦଗାଁଓ ଆସନରେ ସମୀର ଏବଂ ଛଗନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି ।

ମହାରାଷ୍ଟ୍ରରେ ବେଶ ଜଣାଶୁଣା ଠାକରେ ପରିବାରରେ ମଧ୍ୟ ରାଜନୈତିକ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି । ମହିମ ଆସନରେ ରାଜ ଠାକରେଙ୍କ ପୁଅ ଅମିତ ଠାକରେ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ହେବାକୁ ଯାଉଛି ।

ମୁଣ୍ଡେ ପରିବାରରେ ମଧ୍ୟ ସମାନ ଲଢ଼େଇ ଦେଖିବାକୁ ମିଳୁଛି ।

ଆଣବିକ ଯୁଦ୍ଧର ରୂପ ନେବ କି ରୁଷିଆ-ୟୁକ୍ରେନ ଯୁଦ୍ଧ ?

ନନ୍ଦିଘୋଷ ବ୍ୟୁରୋ: ଆଣବିକ ଯୁଦ୍ଧର ରୂପ ନେବ କି ରୁଷିଆ-ୟୁକ୍ରେନ ଯୁଦ୍ଧ। ଏପରି ଆଶଙ୍କାର କାରଣ ହେଲା ରୁଷିଆର ଆଣବିକ ସେନା ଆଜିଠାରୁ ଯୁଦ୍ଧଭ୍ୟାସ ଆରମ୍ଭ କରିଛି। ରାଷ୍ଟ୍ରପତି ପୁତିନଙ୍କ ନିର୍ଦ୍ଦେଶକ୍ରମେ ଏହି ଆଣବିକ ଯୁଦ୍ଧଭ୍ୟାସ ଆରମ୍ଭ କରିଛି। ୧୫ ଦିନ ଭିତରେ ରୁଷିଆ ଏପରି ଦୁଇଟି ଯୁଦ୍ଧଭ୍ୟାସ କଲାଣି। ଯାହାକି ସାରା ବିଶ୍ଵ ସମୁଦାୟକୁ ଚିନ୍ତିତ କରିିଛି। କୁହାଯାଉଛି- ଦୂରଗାମୀ କୃଜ ମିସାଇଲ, ଯାହାକି ରୁଷିଆର ଆଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚି ପାରିବ, ସେପରି ମିସାଇଲ ବ୍ୟବହାର ପାଇଁ ୟୁକ୍ରେନକୁ ଅନୁମତି ଦେବେ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶ। ରୁଷିଆ ଖୋଲାଖୋଲି ଚେତାବନୀ ଦେଇଛି, ଯଦି ୟୁକ୍ରେନ ଏପରି ଦୁଃସାହସ କରେ, ତେବେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପଛାଇବେ ନାହିଁ ପୁତିନ। ଗତ ମାସରେ ନିଜ ଆଣବିକ ନୀତିରେ ପରିବର୍ତ୍ତନ କରିଛି ରୁଷିଆ। ଆଣବିକ ଅସ୍ତ୍ର ନ ଥିବା ଦେଶ ଉପରେ ମଧ୍ୟ ନ୍ୟୁକ୍ଲିୟର୍ ଯୁଦ୍ଧ କରିବ ରୁଷ। ଏହା ପରେ ଆଣବିକ ଯୁଦ୍ଧାଭ୍ୟାସ ଆଜିଠାରୁ ଆରମ୍ଭ ହେବା, ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି। ଆଗରୁ ଉତ୍ତର କୋରିଆ ମଧ୍ୟ ରୁଷକୁ ସାହାଯ୍ୟ ଭାବେ ୧୦ ହଜାରରୁ ଅଧିକ ସୈନ୍ୟ ପ୍ରେରଣ କରିଥିଲା। ଏହାକୁ ନାଟୋ ନିନ୍ଦା କରିଥିଲା। ରୁଷିଆ ପାଖରେ ବିଶ୍ଵର ସବୁଠାରୁ ଅଧିକ ଆଣବିକ ଅସ୍ତ୍ର ଅଛି। ଏହାର ମିସାଇଲ ଆମେରିକାରେ ବି ପହଞ୍ଚି  ପାରିବ। ଉଭୟ ରୁଷିଆ ଓ ଆମେରିକା ପାଖରେ ବିଶ୍ଵର ୯୦ ପ୍ରତିଶତ ଆଣବିକ ବୋମା ଅଛି।

ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଘଟଣା : ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଘଟଣାକୁ ନିନ୍ଦା କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ବିଧିବିଧାନକୁ ଉଲ୍ଲଂଘନ କରି ନିଜର ଖ୍ୟାତି ପାଇଁ ଇସ୍କନ ଏଭଳି କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।  ସେପଟେ ଅଦିନିଆ ରଥଯାତ୍ରାକୁ ନେଇ ଗତକାଲି ଇସ୍କନ କର୍ତ୍ତୃପକ୍ଷଙ୍କୁ ଗଜପତି ଦିବ୍ୟସିଂହ ଦେବ ଚିଠି ଲେଖିଛନ୍ତି । ନଭେମ୍ବର ୩ରେ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା ଆୟୋଜନ ନକରିବାକୁ ହଷ୍ଟନ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ଗଜପତି।  ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ । ସନାତନ ବୈଦିକ ଧର୍ମରେ ବୈଷ୍ଣବ ପ୍ରଥା ଅନୁସାରେ ଇସ୍କନ ମଧ୍ୟ ସେହିଦିନରେ ରଥଯାତ୍ରା ଆୟୋଜନ କରିବାକୁ ଆମେ ଆଶା ରଖୁଛୁ ବୋଲି ଜଣାଇଛନ୍ତି ଗତପତି ଦିବ୍ୟସିଂହ ଦେବ । ଅଦିନ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ କୁହାଯାଇଛି । ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଶଙ୍କରାଚାର୍ଯ୍ୟ ଓ ଗଜପତି ଇସ୍କନ ସଂସ୍ଥାକୁ ଚିଠି ଲେଖିବା ଘଟଣାକୁ ସ୍ୱାଗତ କରିଛି ପୂଜାପଣ୍ଡା ନିଯୋଗ l

ବାଣ ନୁହେଁ, ଦୀପ ଜାଳନ୍ତୁ : ଅରବିନ୍ଦ କେଜ୍ରିଓ୍ବାଲ

ନନ୍ଦିଘୋଷ ବ୍ୟୁରୋ : ରାତି ପାହିଲେ ଦୀପାବଳି । ଆଲୋକର ପର୍ବକୁ ପାଳନ କରିବା ପାଇଁ ସବୁଠି ଲାଗି ରହିଛି ଉତ୍ସାହ । ତେବେ ବାଣ ଫୁଟାଇ ଦୀପାବଳି ପାଳନ ନକରିବାକୁ ନିବେଦନ କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଅଧିକ ରହିଥିବାବେଳେ ସେ କହିଛନ୍ତି କି, ବାଣ ବଦଳରେ ଦୀପ ଜଳାଇ ଦୀପାବଳି ପାଳନ କରନ୍ତୁ । ହିନ୍ଦୁ-ମୁସଲିମ ସମସ୍ତଙ୍କ ପାଇଁ ନିଶ୍ବାସ ନେବା ଦରକାର । ଆମେ ବାଣ ଫୁଟାଇ ବାୟୂ ପ୍ରଦୂଷଣ କଲେ ଆମ ପରବର୍ତ୍ତୀ ପିଢ଼ି ଏହାର ଅସୁବିଧା ଭୋଗିବେ । ଏଣୁ ଆମକୁ ସଜାଗ ରହିବାକୁ ପଡ଼ିବ ।

ଏହାସହ କେଜ୍ରିଓ୍ବାଲ କହିଛନ୍ତି କି, ସଫେଇ କର୍ମଚାରୀଙ୍କ ପାଇଁ ମେୟର ଏବଂ  MCD ଭଲ କାମ କରିଛନ୍ତି । ୧୮ ବର୍ଷ ହେବ କୌଣସି କର୍ମଚାରୀଙ୍କ ଠିକ ସମୟରେ ଦରମା ମିଳୁନଥିଲା । କର୍ମାଚରୀ ମାନେ ଧାରଣା ଦେଉଥିଲେ । ଅନ୍ୟପଟେ ଆମ ସରକାର ଗତ ବର୍ଷଠୁ କର୍ମଚାରୀଙ୍କୁ ସଠିକ୍ ସମୟରେ ଦରମା ଦେଉଛି । ୭ ନଭେମ୍ବରକୁ ଦରମା ମିଳିବାକୁ ଥିବାବେଳେ କର୍ମଚାରୀଙ୍କ ଆକାଉଣ୍ଟକୁ ଦରମା ସହ ବୋନସ ଯିବ । ତେବେ ୨୩ କୋଟି ଟଙ୍କା କେବଳ ବୋନସ ଦିଆଯିବ । ଏହାସହ କେଜ୍ରିଓ୍ବାଲ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଆୟୂଷ୍ମାନ ଭାରତ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କେଜ୍ରିଓ୍ବାଲ । ସେ କହିଛନ୍ତି ଆୟୂଷ୍ମାନ ଭାରତ ଯୋଜନା ହେଉଛି ଏକ ଘୋଟାଲା । ସରକାର ଦିଲ୍ଲୀର ସ୍ବାସ୍ଥ୍ୟ ଯୋଜନାକୁ ଅନୁକରଣ କରିବା ଉଚିତ୍ ।

 

ICC ଟେଷ୍ଟ ରାଙ୍କିଂ, ଏକ ନମ୍ବରରୁ ଖସିଲେ ବୁମରା

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ନିର୍ଭରଯୋଗ୍ୟ ଘାତକ ବୋଲର ଜସପ୍ରିତ୍ ବୁମରାଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିଛି । ବୁଧବାର ପ୍ରକାଶ ପାଇଥିବା ଆଇସିସି ଟେଷ୍ଟ ରାଙ୍କିଂରେ ସେ ତଳକୁ ଖସିଛନ୍ତି । ଟେଷ୍ଟ ରାଙ୍କିଂର ବୋଲରଙ୍କ ମଧ୍ୟରେ ଏକ ନମ୍ବରରେ ରହିଥିବା ବୁମରା ଏବେ ୩ ନମ୍ବର ସ୍ଥାନକୁ ଖସିଛନ୍ତି । ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଯେଷ୍ଟ ସିରିଜ ଖେଳୁଥିବାବେଳେ ଖେଳାଳିମାନେ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରୁଛନ୍ତି । ଯେଉଁ କାରଣରୁ ଦଳ ପରାଜୟ ବରଣ କରିବା ସହ ଖେଳାଳିମାନେ ମଧ୍ୟ ବଡ଼ କ୍ଷତି ସହିଛନ୍ତି । ରାଙ୍କିଂରେ ବୋଲର ଏବଂ ବ୍ୟାଟ୍ସମ୍ୟାନମାନେ ଏବେ ବହୁ କ୍ଷତି ସହିଛନ୍ତି । ବୁମରା ଏକ ନମ୍ବରରୁ ତିନି ନମ୍ବରରେ ପହଞ୍ଚିଥିବାବେଳେ ଦକ୍ଷିଣଆଫ୍ରିକୀୟ ଖେଳାଳି କାଗିସୋ ରାବାଡ଼ା ଏବେ ଏକ ନମ୍ବର ବୋଲର ରହିଛନ୍ତି । ବାଂଲାଦେଶ ବିପକ୍ଷରେ ଏବେ ଦକ୍ଷିଣଆଫ୍ରିକା ଟେଷ୍ଟ ସିରିଜ ଖେଳୁଥିବାବେଳେ ଦଳକୁ ବିଜୟ କରିବାରେ ମୁଖ୍ୟ ଅସ୍ତ୍ର ସାଜିଛନ୍ତି ରାବାଡ଼ା । ସେ ଦ୍ବିତୀୟ ମ୍ୟାଚରେ ୯ ଓ୍ବିକେଟ ଅକ୍ତିଆର କରିବା ଭଲ ଭଲ ପଏଣ୍ଟ ପାଇଛନ୍ତି ।

ସେପଟେ ଯଦି ବ୍ୟାଟିଂ କଥା କହିବା ତାହେଲେ ଯୁବ ଓପନର ବ୍ୟାଟ୍ସମ୍ୟାନ ଯଶଶ୍ବୀ ଜୟସ୍ବାଲଙ୍କୁ ବେଶ ଭାଇଦା ହୋଇଛି । ଏବେ ୩ ନମ୍ବର ସ୍ଥାନରେ ରହିଛନ୍ତି । ବାକି ଖେଳାଳିଙ୍କ କଥା କହିବା ତାହେଲେ ପନ୍ଥ ୫ ନମ୍ବରରୁ ଯାଇ ୧୧ ନମ୍ବରରେ ପହଞ୍ଚିଥିବାବେଳେ ବିରାଟ କୋହଲି ଏବେ ୬ ନମ୍ବରରୁ ସିଧାସଳଖ ୧୪ ନମ୍ବରରେ ପହଞ୍ଚିଛନ୍ତି । ଆଉ ରୋହିତ ଶର୍ମା ୯ ନମ୍ବରରୁ ସିଧାସଳଖ ୨୪ ନମ୍ବରରେ ପହଞ୍ଚିଛନ୍ତି । ଶୁଭମନ ଗିଲ୍ ଏବେ ୧୯ ନମ୍ବରରୁ ୨୦ ନମ୍ବରରେ ପହଞ୍ଚିଛନ୍ତି ।

 

କନ୍ନଡ୍ ଷ୍ଟାର୍ ଦର୍ଶନଙ୍କୁ ମିଳିଲା ଜାମିନ୍

ନନ୍ଦିଘୋଷ ବ୍ୟୁରୋ: କନ୍ନଡ୍ ଷ୍ଟାର୍ ଦର୍ଶନଙ୍କୁ ମିଳିଲା ଜାମିନ। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ଦେଇଛନ୍ତି। ତାଙ୍କର ଗୋଡ଼ରେ ଏକ ଅପରେସନ କରାଯିବାର ଅଛି। ତେଣୁ ଦର୍ଶନଙ୍କୁ ସାମୟିକ ଭାବେ ୬ ସପ୍ତାହ ପାଇଁ ଜାମିନ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ନିଜର ଜଣେ ଫ୍ୟାନ ରେଣୁକାସ୍ଵାମୀଙ୍କୁ ହତ୍ୟା ଅଭିଯୋଗରେ ଦର୍ଶନଙ୍କୁ ଗତ ଜୁନ ମାସରେ ପୋଲିସ ଗିରଫ କରିଥିଲା। ଗର୍ଲଫ୍ରେଣ୍ଡ ପବିତ୍ରା ଗୌଡ଼ଙ୍କୁ ଅଶାଳୀନ ମେସେଜ ପଠାଇଥିଲେ ରେଣୁକାସ୍ଵାମୀ। ଜୁନ ୯ ତାରିଖରେ ବେଙ୍ଗଳରୁରୁର ଏକ ଡ୍ରେନରୁ ମିଳିଥିଲା ରେଣୁକାସ୍ଵାମୀଙ୍କର ଏକ ମୃତଦେହ। ତନାଘନା କରିବା ପରେ ଜଣାପଡ଼ିଥିଲା ରେଣୁକାଙ୍କୁ ପିଟି ପିଟି ହତ୍ୟା କରିଥିଲେ ଫିଲ୍ମ ଷ୍ଟାର ଦର୍ଶନ ଓ ତାଙ୍କ ସହଯୋଗୀ।

ପ୍ରଥମେ ରେଣୁକାସ୍ଵାମୀଙ୍କୁ ଅପହରଣ କରି ବେଙ୍ଗଳୁରୁ ଅଣାଯାଇଥିଲା ଏବଂ ଏକ ଫାର୍ମ ହାଉସରେ ବହୁତ ନିର୍ଯାତନା ଦେବା ପରେ ପିଟି ପିଟି ହତ୍ୟା କରାଯାଇଥିଲା। ଜୁନ ୧୧ରେ ଦର୍ଶନ ଓ ଅନ୍ୟ ୧୭ ଜଣଙ୍କୁ ଗିରଫ  କରିଥିଲା ପୋଲିସ । ସେହିଦିନଠାରୁ ସବୁ ଅଭିଯୁକ୍ତ ଜେଲରେ ଥିଲେ।

୨ ଯୁବତୀଙ୍କ ସହ ମିଶି ସ୍ତ୍ରୀକୁ ହତ୍ଯା କଲା ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ। ଆନାସ୍ଥେସିଆ ଇଂଜେକସନ୍ ଦେଇ ପତ୍ନୀକୁ ହତ୍ଯା। ପତ୍ନୀଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇ ହତ୍ୟା କରିଛି ସ୍ୱାମୀ। ଗତ ୨୮ ତାରିଖରେ ଘଟିଥିଲା ଏ ଘଟଣା। ଭରତପୁର ଥାନା ଅଞ୍ଚଳରେ ଘଟିଥିଲା ଏ ହତ୍ୟାକାଣ୍ଡ। ଦୁଇ ଜଣ ଯୁବତୀଙ୍କ ସହ ମିଶି ପତ୍ନୀକୁ ହତ୍ଯା କରିଛି ସ୍ଵାମୀ। ଅଭିଯୁକ୍ତ ସ୍ଵାମୀକୁ ଗିରଫ କଲା ଭରତପୁର ପୋଲିସ। ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ କୁମାର ଓ ତାଙ୍କର ଦୁଇ ସହଯୋଗୀ ରୋଜି ପାତ୍ର ଓ ଇଜିତା ଭୂୟାଁକୁ ଗିରଫ କରିଛି ପୋଲିସ। ମହିଳାଙ୍କ ମୃତ୍ଯୁ ପରେ ଆତ୍ମହତ୍ଯା କରିଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ସ୍ଵାମୀ ଓ ସମ୍ପର୍କୀୟ। ପୋଲିସ ସନ୍ଦେହ ପରେ ତଦନ୍ତ ଜୋରଦାର କରିଥିଲା। ପରେ ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ। ଅଭିଯୁକ୍ତ ଦୁଇ ଯୁବତୀ ନର୍ସ ଭାବେ କାମ କରନ୍ତି। ସ୍ତ୍ରୀକୁ ଛାଡି ଅଭିଯୁକ୍ତ ଦୁଇ ଯୁବତୀଙ୍କ ସହ ସ୍ବାମୀର ଥିଲା ପରକିୟା ପ୍ରୀତି ।

 

କୁଚିଣ୍ଡା ଗଣଦୁଷ୍କର୍ମ ମାମଲା : ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଇସ୍ତଫା ଦାବି କଲା ବିଜେଡି   

ଭୁବନେଶ୍ବର :  କୁଚିଣ୍ଡା ଗଣଦୁଷ୍କର୍ମ ମାମଲାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ଏହି ଘଟଣରେ ପୋଲିସ କି ପ୍ରଶାସନ ଧ୍ୟାନ ଦେଉ ନାହାନ୍ତି । ପୀଡିତାଙ୍କୁ ନ୍ୟାୟ ଦେଲେନି । ଏହାକୁ ଚାପିବାକୁ ପ୍ରଶାସନ ପୁରା ଲାଗି ପଡ଼ିଥିଲେ । ଘଟଣାର ସମ୍ବେଦନଶୀଳ ଦିଗକୁ ଦେଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ଫ୍ୟାକ୍ତ ଫାଇଣ୍ଡିଂ ଟିମ ଗଠନ କଲେ । ଆମେ ପୀଡିତାଙ୍କ ଗାଁକୁ ଯାଇ ପରିବାର ସହ ଆଲୋଚନା କଲୁ । ମାମଲା ଚାପିବାକୁ ହୀନ ରାଜନୀତି କରାଯାଉଥିଲା । ଏହା ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଇଙ୍ଗିତରେ ଚାପିବାକୁ ଚେଷ୍ଟା କରୁଥିବା ଆମେ ଜାଣିବାକୁ ପାଇଲୁ ।

୧୫ ଅକ୍ଟୋବରରେ ରବି ନାରାୟଣ ନାଏକଙ୍କ ନେତୃତ୍ୱରେ କରମା ପୂଜା ଆୟୋଜନ ହୋଇଥିଲା । ରବି ନାଏକ ନିଜେ ଉପସ୍ଥିତ ଥିଲେ । ଝିଅ ସମ୍ପର୍କୀୟ ଘରେ ରହି ପୂଜା ଦେଖୁଥିଲା । ଝିଅର ଜଣେ ସମ୍ପର୍କୀୟ କାହ୍ନା ଛତ୍ରିଆ ତାକୁ ଘରେ ଛଶଡିବାକୁ କହି ଡାକି ଗାଡିରେ ନେଲେ । ସେତେବେଳେ ଗାଡିରେ ଆହୁରି ୪ ଜଣ ପୁଅ ଉପସ୍ଥିତ ଥିଲେ । ସେ ଭିତରୁ ଗାଡି ଡ୍ରାଇଭର ହରିହର ପାଣି ହେଉଛନ୍ତି ରବି ନାଏକଙ୍କ ଅତ୍ୟନ୍ତ ଘନିଷ୍ଠ ।  କରମା ପୂଜା ହେଉଥିବା ଏକ କିଲୋମିଟର ଦୂର କ୍ଲବ ନେଇ ନିଶା ଦେଇ ଗଣଦୁଷ୍କର୍ମ କରାଗଲା । ଝିଅ ସମସ୍ତଙ୍କୁ ଜାଣିଛି । ଏହା ପରେ କାହ୍ନା ତାକୁ ଛାଡିବାକୁ ଗଲା । ଝିଅ ଯେଉଁଠି ଥିଲା ସେଠାକୁ ସୁଶୀଲ କର ନାମରେ ଜଣେ ଲୋକ ଆସିଥିଲେ । ବିଜେପି ନେତା ସୁଶୀଲ କର ଆସି ପୀଡିତାଙ୍କ ବାପାଙ୍କୁ ସେ ଏହି ଘଟଣା ସମ୍ପର୍କରେ ଜାଣିଥିବା କଥା କହିଥିଲେ । ହେଲେ ଝିଅ କିଏ ମୁଁ ଜାଣି ନଥିଲି  । ଯଦି ଜାଣିଥିଲେ ସେ ପୋଲିସ କି ମନ୍ତ୍ରୀଙ୍କୁ କାହିଁକି ଜଣେଇଲେ ନାହିଁ ? ଅନ୍ୟପଟେ ପୋଲିସକୁ ନ କହିବାକୁ ସୁଶୀଲ ବାରଣ କରିଥିଲେ ।

ପୋଲିସ ପାଖକୁ ପୀଡିତା ଗଲେ, ହେଲେ ପୋଲିସ ପାଖରେ ହରିହର ବସିଥିଲା । ଯାହାକୁ ଦେଖି ପୀଡିତା ଡରିଗଲା ଓ କିଛି କହିବନି ବୋଲି କହିଲା । କାରଣ ଦୁଷ୍କର୍ମ ସମୟରେ ପୀଡିତାଙ୍କ ତଣ୍ଟି ଚିପିଥିଲେ ହରିହର । ତାହା ପରେ ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ ନ କରି କରି ଅପହରଣ ମାମଲା କରିଥିଲା । ଡାକ୍ତର ମାଇନା ପାଇଁ ଗଲା ବେଳେ ପୋଲିସ କନଷ୍ଟେବଳ ବିଳାସିନୀ ପ୍ରଧାନ କିଛି ନ କହିବାକୁ କହିଲେ ।  ୧୫ ତାରିଖରେ ଘଟଣା ଘଟିଥିବା ବେଳେ ୧୮ ତାରିଖରେ ଡାକ୍ତରୀ ମାଇନା ହୋଇଛି । ଲଜ୍ଜାଜନକ କଥା, କିପରି ପୋଲିସ ଓ ମନ୍ତ୍ରୀ ମାମଲାକୁ ଚପାଇବାକୁ ଚେଷ୍ଟା କରୁଛନ୍ତି । ମନ୍ତ୍ରୀଙ୍କ ତତ୍ୱାବଧାନରେ କରମା ପୂଜା ହେଉଥିଲା, ସେଇଠି ପୋଲିସ ସୁରକ୍ଷା ତ ଥିବ ? ହେଲେ ଏତେ ବଡ ଘଟଣା ଘଟିଲା ମନ୍ତ୍ରୀ କି ପୋଲିସକୁ  କିପରି ଜଣାପଡିଲା ନାହିଁ ? ଏହି ସମସ୍ତ ରିପୋର୍ଟ ଆମେ ନବୀନ ପଟ୍ଟନାୟକଙ୍କୁ ଦେଇଛୁ ।

ଆମ ଟିମ ଯାଉଥିବା ଜାଣି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କଲା । ଯଦି ନବୀନ ପଟ୍ଟନାୟକ ଟିମ ଗଠନ କରି ନଥାନ୍ତେ, ତେବେ ଏହି ମାମଲା ଚପାଇ ଦେଇଥାନ୍ତେ । ଧନ୍ୟବାଦ ନବୀନ ପଟ୍ଟନାୟକଙ୍କୁ । ବିଜେଡି ପକ୍ଷରୁ ଦାବି ଯେ ମନ୍ତ୍ରୀ ଏହି ଘଟଣାରେ ଥିବାରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ହେଉ ଓ ପୋକ୍ସୋ ମାମଲାରେ ତଦନ୍ତ ହେଉ । ସୁଶୀଲ କରଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯାଉ । ମନ୍ତ୍ରୀ ମାନବିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ନ ହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ବିଜେଡି ଦାବି କରିଛି ।