spot_img
Home Blog Page 1414

ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲ୍ଲାକୁ ଗିରଫ କରିଛି କାନାଡା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀକୁ କାନାଡା ପୋଲିସ ଗିରଫ କରିଛି । ଭାରତର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ସାମିଲ ଥିଲା ଅର୍ଶ ଡାଲ୍ଲା। ସୂଚନା ଅନୁଯାୟୀ, କନାଡାରେ ୨୭ କିମ୍ୱା ୨୮ ନଭେମ୍ୱରରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ସ୍ଥାନୀୟ ପୋଲିସ ଗିରଫ କରିଛି । ଏଥିରେ ଅର୍ଶ ଡାଲ୍ଲା ସାମିଲ ଥିଲେ ।

ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ସୂଚନା ଅନୁୟାୟୀ, ଗ୍ୟାଙ୍ଗଷ୍ଟର ଅର୍ଶ ଡାଲ୍ଲା ଭାରତର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବାବେଳେ ସେ ଫେରାର ଥିଲା । ଫେରାର ପରେ କାନାଡାରେ ସେ ତାର ପତ୍ନୀ ସହ ରହୁଥିଲା । ନିକଟରେ ଗୁଳିକାଣ୍ଡ ଘଟଣାରେ ହାଲଟନ ରିଜନାଲ ପୋଲିସ ସର୍ଭିସ ଯାଞ୍ଚ କରୁଥିଲା। ଏହି ଘଟଣାରେ ପୋଲିସ ଅର୍ଶ ଡାଲ୍ଲାଙ୍କୁ ଗିରଫ କରି ପଚରାଉଚରା କରୁଛି ।

ଅପରପକ୍ଷରେ ରବିବାର ସକାଳେ ପଞ୍ଜାବ ଫରିଦକୋଟରେ ମଧ୍ୟ ତାଙ୍କର ଦୁଇ ଜଣ ସାଥିଙ୍କୁ ଗିରଫ କରାଯାଇଥିଲା। ଏହି ଦୁଇ ସୁଟର ମଧ୍ୟ ଗ୍ୟାଙ୍ଗଷ୍ଟର ଅର୍ଶ ଡାଲ୍ଲାଙ୍କ ନିର୍ଦ୍ଦେଶରେ ଗ୍ୱାଲିଅରରେ ଜସୱନ୍ତ ସିଂ ଗିଲଙ୍କୁ ହତ୍ୟା କରିଥିଲେ। ପଞ୍ଜାବ ପୋଲିସର ଡିଜିପି ଏହି ସୂଚନା ଦେଇଛନ୍ତି।

ଧର୍ମଶାଳା ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ଯାଜପୁର: ଯାଜପୁର ଧର୍ମଶାଳାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଶାନ୍ତିବଜାରରୁ ପଦଯାତ୍ରା ବାହାରି ଧର୍ମଶାଳା ମେଳଣ ପଡିଆରେ ପହଞ୍ଚି ଥିଲା। ଏହି ପଦଯାତ୍ରାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ବିଧାୟକ ପ୍ରତାପ ଦେବ, ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଯୋଗ ଦେଇଥିଲେ।

ଏହି ପଦଯାତ୍ରାରେ ପୂର୍ବ ସରକାରରେ ହୋଇଥିବା ବିକାଶକୁ ନେଇ ଲୋକଙ୍କୁ ଅବଗତ କରାଯାଇଛି। ବିଜେଡିକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦିଆଯାଇଛି। ବର୍ତ୍ତମାନର ସରକାର କେବଳ ରଙ୍ଗବଦଳା କାର୍ଯ୍ୟ କରୁଛନ୍ତି। ବିଜେପି ସରକାର ଦେଇଥିବା ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛନ୍ତି। ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ବିଜେଡି ନେତା।

ଅଜୟ ଦେବଗନଙ୍କ ’ସିଙ୍ଘମ ଏଗେନ୍’ର ବକ୍ସ ଅଫିସରେ ରେକର୍ଡ! ଜାଣନ୍ତୁ ୧୦ ଦିନରେ କଲାଣି କେତେ ରୋଜଗାର

ନନ୍ଦିଘୋଷ ବ୍ୟୁରୋ: ଦିଓ୍ବାଲୀ ଅବସରରେ ବଲିଉଡର ଦୁଇ ଫିଲ୍ମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ସିଙ୍ଘମ ଏଗେନ୍ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଭୁଲ୍ ଭୁଲେୟା ୩ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ତେବେ ଏହି ଦୁଇ ଫିଲ୍ମ ବ୍ସ ଅଫିସରେ ଭଲ ରୋଜଗାର କରୁଥିବାବେଳେ ମଲ୍ଟିଷ୍ଟାର ଖଚିତ ସିଙ୍ଘମ ଏଗେନ୍ ଏବେ ରେକର୍ଡ ଅଭିମୁଖେ । ୧୦ ଦିନରେ ଏହି ଫିଲ୍ମ  ୧୯୩.୪୭ କୋଟି ଟଙ୍କା ଆଦାୟ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି । ୨୦୦ କୋଟି ଅଭିମୁଖେ ଯାଉଥିବା ଏହି ଫିଲ୍ମଟି ଆଗାମୀ ଦିନରେ ଆହୁରି ଅଧିକ ରୋଜଗାର କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ସିଙ୍ଘମ ଏଗେନର ବଜେଟ ୩୫୦ କୋଟି ଟଙ୍କା ହୋଇଥିବାବେଳେ ବିଶ୍ବବ୍ୟାପି କଲେକ୍ସନ ଶେଷ ଖବର ସୁଦ୍ଧା ୨୯୫ କୋଟି ଟଙ୍କା ଆଦାୟ କରିସାରିଛି । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବିଗ ବଜେଟରେ ନିର୍ମାଣ ହୋଇଥିବାବେଳେ ଦିପାବଳୀ ସମୟରେ ରିଲିଜ ହୋଇଥିଲା । ମାତ୍ର ଭୁଲ ଭୁଲେୟା ୩ ରିଲିଜ ହେବା ପରେ ଏହା ଉପରେ ପ୍ରଭାବ ପକାଇଛି ବୋଲି ସିନେ ସମୀକ୍ଷକମାନେ ମତ ଦେଇଛନ୍ତି । ତେବେ ଭୁଲ ଭୁଲେୟ ୩ ମଧ୍ୟ ଏବେ ଭଲ ରୋଜଗାର କରୁଛି । ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କ ମହଲରେ ବେଶ ଆଦୃତ ହୋଇଛି ।

 

ବିଜେପି ସରକାର ଉପରେ ବର୍ଷିଲେ ମହିଳା କମିଶନ ସଦସ୍ୟା

ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଭାଙ୍ଗିବା ନେଇ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଲେ ମହିଳା କମିଶନ ସଦସ୍ୟା ସ୍ୱର୍ଣ୍ଣଲତା ସାମଲ। ସେ କହିଛନ୍ତି, ସାମ୍ବିଧାନିକ ବିଧି ବ୍ୟବସ୍ଥା ଓ ମହିଳା କମିଶନ ଆକ୍ଟ ଅନୁଯାୟୀ ଯାହା ହେବା କଥା ନୁହେଁ ତାହା କରାଯାଇଛି। ଏକ କ୍ବାସି ଜୁଡିସିଆଲ ଓ ସ୍ବୟଂଶାସିତ କର୍ତ୍ତୃପକ୍ଷ ହିସାବରେ ସ୍ୱାଧୀନ ଭାବେ କାର୍ଯ୍ୟ କରିବାର କ୍ଷମତା ମହିଳା କମିଶନଙ୍କର ରହିଛି। ହାଇକୋର୍ଟ ମଧ୍ୟ ମାତୃ ମୃତ୍ୟୁହାରକୁ ନେଇ କମିଶନଙ୍କୁ ୨୮ ଟି କେସ୍ ଦେଇଥିଲେ ଓ ସେଥିରୁ ବହୁ କେସର ସଠିକ ନିଷ୍ପତ୍ତି ନେଇଥିବାରୁ ହାଇକୋର୍ଟ ପ୍ରଶଂସା କରିଥିଲେ। ଏହି ସରକାର ସମୟରେ ଏଭଳି କଥା ହେଉଛି ଯାହା କି ବିଡମ୍ବନା ବୋଲି କହିଛନ୍ତି ସଦସ୍ୟା।

ପୂର୍ବରୁ ଲୋପମୁଦ୍ରା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା ଥିବାବେଳେ ସେତେବେଳେ ବିଜୁ ପଟ୍ଟନାୟକ ମଧ୍ୟ ଏହାକୁ ଭାଙ୍ଗି ନ ଥିଲେ। ତେଣୁ ଏବେ ଯଦି ଏଭଳି ନିଷ୍ପତ୍ତି ନେବାର ଥିଲା ଓ ନିଜ ଲୋକଙ୍କୁ ଏସବୁ ପଦବୀରେ ନିଯୁକ୍ତି ଦେବାର ଥିଲା ତାହେଲେ ସିଧା କହିପାରି ଥାନ୍ତେ। କମିଶନକୁ ଅଯଥା ବଦନାମ କରି ଏପଟସେପେଟ କରିବାର ମାନେ କଣ ବୋଲି ଉଠାଇଲେ ପ୍ରଶ୍ନ। ନ୍ୟାୟଗତ ବିଧିବ୍ୟବସ୍ଥା ମଧ୍ୟରେ ନ ଯାଇ ଏଭଳି କରାଯାଇଛି। ଜାତୀୟ ମହିଳା କମିଶନ ମଧ୍ୟ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଭାରତରେ ବିଭିନ୍ନ ରାଜ୍ୟରେ ସରକାର ବଦଳିଥିଲେ ମଧ୍ୟ ମହିଳା କମିଶନ ଭାଙ୍ଗିବା ଅନ୍ୟ କେଉଁ ରାଜ୍ୟରେ ହୋଇନାହିଁ ବୋଲି ସେ କହିଛନ୍ତି। ଜଣେ ମହିଳା ଭାବେ ଉପମୁଖ୍ୟମନ୍ତ୍ରୀ ଏ କଥା କେମିତି ଅନୁଭବ କଲେ ନାହିଁ ବୋଲି ଉଠିଛି ପ୍ରଶ୍ନ କରିଥିଲେ। କୌଣସି ଦଳ ଏଭଳି କରିବା କଥା ନୁହେଁ। ଅଧ୍ୟକ୍ଷାଙ୍କର ଆଉ ଏକ ବର୍ଷ ସମୟସୀମା ଥିଲା ଓ ସଦସ୍ୟ ମାନଙ୍କର ଦେଢ଼ ବର୍ଷ ଥିଲା। ବିଜେପି ସରକାରର ଏତେ ଆକ୍ରୋଶ କାହିଁକି ବୋଲି ପ୍ରଶ୍ନ କହିଛନ୍ତି ସଦସ୍ୟା। ମହିଳା କମିଶନଙ୍କୁ ବିଜେପି ସରକାର ଏକ ରାଜନୈତିକ କ୍ଷେତ୍ର କରିଦେଲେ ବୋଲି ସେ ଅଭିଯୋଗ କରିଛନ୍ତି।

କିଏ ମଦରେ ଟଙ୍କା ଉଡ଼ାଉ ଥିଲେ ତ ଆଉ କିଏ ସିଗାରେଟରେ… ଜାଣନ୍ତୁ ବଲିଉଡ କଲାକାରଙ୍କ ଖରାପ ଅଭ୍ୟାସ ସମ୍ପର୍କରେ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ କଲାକାରମାନେ ପ୍ରାୟତଃ ନିଜର ଲାଇଫ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଗଣମାଧ୍ୟମରେ ହେଡଲାଇନ ପାଲଟୁଥିବା କଳାକାରଙ୍କ ବହୁ ଖରାପ ଅଭ୍ୟାସ ମଧ୍ୟ ବିଭିନ୍ନ ସମୟରେ ପ୍ରକାଶ ପାଇଥାଏ । ଏମିତି କିଛି କଳାକାର ଅଛନ୍ତି ଯେଉଁମାନଙ୍କ ଖରାପ ଅଭ୍ୟାସ ତାଙ୍କ କ୍ୟାରିୟର ଉପରେ ବହୁ ପ୍ରଭାବ ମଧ୍ୟ ପକାଇଛି । ତେବେ ଆସନ୍ତୁ ଏମିତି କିଛି କଳାକାରଙ୍କ ଖରାପ ଅଭ୍ୟାସ ସମ୍ପର୍କରେ ଜାଣିବା ।

ଫରଦୀନ ଖାନ: ୯୦ ଦଶକରେ ବେଶ ଜଣାଶୁଣା ତଥା ଚକୋଲେଟ୍ ହିରୋ ଭାବେ ଜଣାଶୁଣା ଫରଦୀନ ଖାନଙ୍କ ଖରାପ ଅଭ୍ୟାସ ତାଙ୍କୁ ପରଦାରୁ ମଧ୍ୟ ହଜାଇ ଦେଇଥିଲା । ମଦ ପିଇବା ଭଳି ଖରାପ ଅଭ୍ୟାସ ତାଙ୍କ କ୍ୟାରିୟର ଉପରେ ବଡ଼ ପ୍ରଭାବ ପକାଇଛି । ଡ୍ରଗ୍ସ ମାମଲାରେ ମଧ୍ୟ ତାଙ୍କ ନାମ ଉଠିଥିଲା । ଏହି ନିଶା ନେବା କାରଣରୁ ଏମିତି ଏକ ସମୟ ଥିଲା ତାଙ୍କୁ କାମ ମଧ୍ୟ ମିଳିନଥିଲା । ଯଦିଓ ଏବେ ସେ ପୁଣିଥରେ ନିଜର କ୍ୟାରିୟର ଗଢ଼ିଛନ୍ତି ତଥାପି ସେ ଚର୍ଚ୍ଚାରେ ରହିଥିଲେ ।

ସଞ୍ଜୟ ଦତ୍ତ : ବଲିଉଡର ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତଙ୍କୁ କିଏ ବା ନଜାଣେ । ତେବେ ଏହି ବର୍ଷିୟାନ ଅଭିନେତା ମଦ୍ୟପାନ ଏବଂ ସିଗାରେଟ ପ୍ରତି ଦୁର୍ବଳତା ରଖିଥିଲେ । ଯାହାକି ସେ ଅନେକ ସମୟରେ ଇଣ୍ଟରଭିୟ୍ୟୁ ସମୟରେ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ସ୍ତ୍ରୀ ମାନ୍ୟତାଙ୍କ କଥାରେ ନିଶାରୁ ଦୂରେଇ ରହିବା ସହ ନିଜର କ୍ୟାରିୟର ପ୍ରତି ଧ୍ୟାନ ମଧ୍ୟ ଦେଇଛନ୍ତି ।

ଶାହାରୁଖ ଖାନ : ବଲିଉଡ ବାଦଶାହା ଭାବେ ପରିଚିତ ଶାହାରୁଖ ଖାନ ମଧ୍ୟ ଏକଦା ସିଗାରେଟ ଅଧିକ ପରିମାଣର ଟାଣୁଥିଲେ । ମାତ୍ର ସେ ଏହି ଅଭ୍ୟାସକୁ ଛାଡ଼ି ଦେଇଥିବା ନିଜର ଜନ୍ମଦିନ ଅବସରରେ ଫ୍ୟାନ୍ସକୁ ଜଣାଇଛନ୍ତି ।

କରିନା କପୁର: ନଖ କାମୁଡ଼ିବା ଅଭ୍ୟାସ ଏକ ଖରାପ ଅଭ୍ୟାସ । ଯାହାକି କରିନା ସବୁବେଳେ କରିଥାନ୍ତି ବୋଲି ନିଜେ ମଧ୍ୟ କହିଛନ୍ତି । ମାତ୍ର ଏବେ ସେ ସେହି ଅଭ୍ୟାସ ଛାଡ଼ି ଦେଇଥିବା କହିଛନ୍ତି ।

ଅମୀର ଖାନ୍ : ମିଷ୍ଟର ପରଫେକ୍ଟ ଅମୀର ଖାନଙ୍କ ପ୍ରଥମ ପତ୍ନୀ କିରଣ ଏକ ସାକ୍ଷାତକାର ସମୟରେ କହିଥିଲେ କି, ଅମୀର ପ୍ରତ୍ୟେକ ଦିନ ଗାଧୋଇ ନଥାନ୍ତି ।

ଜନ ଆବ୍ରାହମ : ଜନ ଆବ୍ରାହମଙ୍କ ଏକ ଖରାପ ଅଭ୍ୟାସ ଥିଲା କି, ସେ ସବୁବେଳେ ଗୋଡ଼ ହଲାନ୍ତି । ବସିବାବେଳେ ଗୋଡ଼ ହଲାଇବା ଏକ ଅଭ୍ୟାସ ହୋଇଥିଲା । ଏବେ ସେ ଏହି ଅଭ୍ୟାସକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି ।

ମଦ ନିଶାରେ ଡମ୍ପର ଚଢ଼ାଇ ଦୁଇଜଣଙ୍କୁ ହତ୍ଯା

କେନ୍ଦୁଝର: ମଦ ନିଶାରେ ଡମ୍ପର ଚଢ଼ାଇ ଦୁଇଜଣଙ୍କୁ ହତ୍ଯା। ମୃତକ ଘଷିପୁରା ଥାନା ନଦୁଆଁ ଗାଁର ପାଣୁ ପୃଷ୍ଟି ଓ ସଞ୍ଜୁଲତା ପଲେଇ। ଘଟଣା ଘଟାଇବାପରେ ଡମ୍ପର ଛାଡି ଅଭିଯୁକ୍ତ ଡ୍ରାଇଭର ଭଞ୍ଜ ପୃଷ୍ଟି ଫେରାର ହୋଇଯିବାକୁ କରିଥିଲା ଉଦ୍ଯମ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଡ୍ରାଇଭର ଭଞ୍ଜ ପୃଷ୍ଠି ରାଗରେ ଅନ୍ଯ ଜଣଙ୍କୁ ଡମ୍ପର ଚଢାଇବାକୁ ଉଦ୍ଯମ କରିଥିଲା । ସେହି ସମୟରେ ଡମ୍ପର ସାମ୍ନାକୁ ଆସିଯାଇଥିଲେ  ପାଣୁ ପୃଷ୍ଟି ଓ ସଞ୍ଜୁଲତା ପଲେଇ। ଡମ୍ପର ଡ୍ରାଇଭର ଭଞ୍ଜ ପୃଷ୍ଟିକୁ ଗାଁ ଲୋକ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଉଭୟ ମୃତକ ଭଞ୍ଜ ପୃଷ୍ଟିର ସମ୍ପର୍କୀୟ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ।

ଜାମ୍ମୁ କାଶ୍ମୀରରେ ୨୪ ଘଣ୍ଟାରେ ୩ଟି ଏନକାଉଣ୍ଟର

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର। କିଛି ଆତଙ୍କବାଦୀ ଲୁଚିଥିବାର ଖବର ପରେ କିସ୍ତୱାଡ଼ ଅଞ୍ଚଳରେ ଅପରେସନ ଚଳାଇଛନ୍ତି ସୁରକ୍ଷାକର୍ମୀ। ଏହି ଆତଙ୍କବାଦୀମାନେ କିଛି ଦିନ ତଳେ ଭିଲେଜ୍ ଡିଫେନ୍ସ ଗାର୍ଡର ଦୁଇ ଜଣଙ୍କୁ ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ସେହି ଆତଙ୍କବାଦୀଙ୍କୁ ଧରିବାକୁ ଚାଲିଛି ଅପରେସନ। ସେହିପରି ଶ୍ରୀନଗର ହରୱନ ଅଞ୍ଚଳରେ ବି ଚାଲିଛି ଏନକାଉଣ୍ଟର। ଏହି ଅଞ୍ଚଳରେ ବି କିଛି ଆତଙ୍କବାଦୀ ଲୁଚିଥିବାର ସନ୍ଦେହ କରଯାଉଛି। ସୁରକ୍ଷାକର୍ମୀଙ୍କ ଦୁଇଟି ଯାକ ଅପରେସନରେ ୩ ଜଣ ଯବାନ ଆହତ ହୋଇଥିବାର ସୂଚନା ମିଳିଛି। ଉଭୟ ପକ୍ଷ ମଧ୍ୟରେ ଚାଲିଛି ଗୁଳି ବିନିମୟ । ଏବେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବାରୁ ସେମାନଙ୍କୁ କାବୁ କରିବା ସୁରକ୍ଷାକର୍ମୀଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜ ହୋଇଛି। ଏ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବର ଆସି ନାହିଁ।

ଶନିବାର ଏନକାଉଣ୍ଟରରେ ଗୋଟିଏ ଆତଙ୍କବାଦୀ ନିହତ ହୋଇଥିଲା। ଆଉ ଦୁଇ ତିନି ଆତଙ୍କବାଦୀ ସେଠାରେ ଲୁଚିଥିବାର ସନ୍ଦେହ କରାଯାଉଛି। ସେମାନଙ୍କୁ ଧରିବାକୁ ଅପରେସନ ଚଳାଇଛନ୍ତି ସୁରକ୍ଷାକର୍ମୀ। ଏହା ଆଗରୁ ବାରମୁଲା ଅଞ୍ଚଳରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। କିଛି ଦିନ ହେଲାଣି ଜାମ୍ମୁ କାଶ୍ମୀରରେ ବଢ଼ିଛି ଆତଙ୍କବାଦୀ କାର୍ଯ୍ୟକଳାପ। ତେଣୁ କାଠୁଆ ଜିଲ୍ଲାକୁ ଯାଇ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ଆର୍ମି ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ।

ଅନାସ୍ଥା ପ୍ରସ୍ତାବ ଭୋଟ ପୂର୍ବରୁ ବିଷ ପିଇ ସରପଞ୍ଚଙ୍କ ଆତ୍ମହତ୍ୟା ଉଦ୍ୟମ

ବରଗଡ଼: ଅନାସ୍ଥା ଭୋଟ୍ ପୂର୍ବରୁ ବିଷ ପିଇ ସରପଞ୍ଚଙ୍କ ଆତ୍ମହତ୍ଯା ଉଦ୍ଯମ। ବରଗଡ଼ ଜିଲ୍ଲା ତାଲପାଲି ସରପଞ୍ଚ ଉର୍ମିଳା ସେଠ ବିଷ ପିଇ ଆତ୍ମହତ୍ଯା ଉଦ୍ଯମ କରିଥିବା ଜଣାପଡିଛି।ଅନାସ୍ଥା ପ୍ରସ୍ତାବ ପାଇଁ ତାଳପାଲି ସରପଞ୍ଚ ଉର୍ମିଳା ସେଠ୍ ବିଷ ପିଇଥିବା ଅଭିଯୋଗ ଆଣିଲେ ତାଙ୍କ ପୁଅ। ଗୁରୁତର ଅବସ୍ଥାରେ ଉର୍ମିଳା ସେଠଙ୍କୁ ପଦ୍ମପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି।

ସୂଚନା ଅନୁଯାୟୀ: ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମପଞ୍ଚାୟତରେ ସରପଞ୍ଚ ଭାବେ ଦାୟିତ୍ଵ ତୁଲାଉଥିବା ବେଳେ ଏଭଳି ଚରମ ନିଷ୍ପତ୍ତି ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତା ୧୨ ତାରିଖରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ହେବ।

ରିମାଣ୍ଡରେ ଆସିବେ ଲଭ୍ ଜିହାଦର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସମୀର ମନସୁର

ଭୁବନେଶ୍ୱର: ରିମାଣ୍ଡରେ ଆସିବେ ଲଭ୍ ଜିହାଦର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସମୀର ମନସୁର । କାଶ୍ମୀରରେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିବା ସମୀର ଏକାଧିକ ଯୁବତୀଙ୍କ ସହ ସମ୍ପର୍କରେ ଥିବା ସନ୍ଦେହ କରୁଛି କମିଶନରେଟ ପୋଲିସ। ଜବତ ହୋଇଥିବା ଡିଜିଟାଲ ଡିଭାଇସ ବା ମୋବାଇଲରୁ ଏକାଧିକ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସମ୍ପର୍କରେ ତଥ୍ୟ ପାଇଛି କମିଶନରେଟ ପୋଲିସ। ଜଗତସିଂହପୁରର ପୀଡିତାଙ୍କ ବ୍ୟତୀତ ଯଦି ଓଡ଼ିଶାର ଅନ୍ୟ କୌଣସି ଯୁବତୀ ବା ମହିଳା ଏଭଳି ଠକେଇ ବା ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି, ତେବେ ତୁରନ୍ତ ଥାନାରେ ଯୋଗାଯୋଗ କରିବାକୁ ପୋଲିସ କମିଶନର କହିଛନ୍ତି। ତାଙ୍କର ନାଁ ଓ ଠିକଣା ସମ୍ପୂର୍ଣ୍ଣ ରୂପେ ଗୋପନ ରଖାଯିବ।

ସେପଟେ କିଛି ଭିଡିଓ ସୋସିଆଲ ସାଇଟରେ ଅପଲୋଡ ହୋଇଥିବାରୁ ସେଗୁଡିକୁ ଡିଲିଟ କରିବାକୁ ଚିଠି ଲେଖିବ କମିଶନରେଟ ପୋଲିସ। ଆବଶ୍ୟକ ସ୍ଥଳେ ସମୀରଙ୍କ ପୈତୃକ ଘର ବିହାରର ପୂର୍ବ ଚମ୍ପାରନ ଜିଲ୍ଲା ଓ କାଶ୍ମୀରକୁ ଯାଇପାରେ କମିଶନରେଟ ପୋଲିସର ସ୍ପେଶାଲ ଟିମ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଦେବଦତ୍ତ ସିଂ।

ଏୟାରପୋର୍ଟରେ ଫଟୋ ଉଠାକୁ ନେଇ ଏମିତି କହିଲେ ବିରାଟ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଶନିବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ । ପରିବାର ସହ ବିରାଟ ରହିଥିଲେ । ଏହି ସମୟରେ କ୍ୟାମେରାମ୍ୟାନ ଫଟୋ ଉଠାଉଥିବାବେଳେ ସେମାନଙ୍କୁ ମନା କରିଥିଲେ ବିରାଟ । ପରିବାରର ପ୍ରାଇଭେସି ପାଇଁ ସେ ଏଭଳି କହିଥିବା କହିଛନ୍ତି । ତେବେ ବିରାଟ ପରିବାର ସହ କେଉଁଆଡ଼େ ଯାଉଥିଲେ ତାହା ସ୍ପଷ୍ଠ ହୋଇନାହିଁ । ଟିମ ଇଣ୍ଡିଆ ବର୍ଡର ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଏଣୁ ରବିବାର ମୁମ୍ବାଇରେ ବାକି ଖେଳାଳିମାନେ ଏକାଠି ହେବା ପରେ ବାହାରିବେ । ମାତ୍ର କୋହଲି ପରିବାର ସହ ଆଗୁଆ ଯାଇଛନ୍ତି ନାଁ ଛୁଟି କାଟିବାକୁ କୁଆଡ଼େ ଯାଇଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି କି, ବିରାଟ ଏବେ ପରିବାର ପ୍ରଥମେ ଲଣ୍ଡନ ଯାଇଛନ୍ତି ଏବଂ ସେଠାରେ ସେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ । ମାତ୍ର ଏକଥାରେ କେତେ ସତତ୍ୟା ରହିଛି ତାହା ସ୍ପଷ୍ଠ ହୋଇନାହିଁ ।

କହି ରଖୁଛୁ କି, ନଭେମ୍ବର ୨୨ରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବାକୁ ଯାଉଛି । ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ତେବେ ଏହି ସିରିଜ ପୂର୍ବରୁ ଯଦି ବିରାଟ ବାକି ମ୍ୟାଚର ରେକର୍ଡ ଉପରେ ନଜର ପକାଇବା ତାହେଲେ ବେଶ ଖରାପ ରହିଛି । ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବିରାଟ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ।