spot_img
Home Blog Page 1429

ଢେଙ୍କାନାଳରେ ବଢିଚାଲିଛି ଖଣିମାଫିଆଙ୍କ ଦୌରାତ୍ମ୍ଯ

ନନ୍ଦିଘୋଷ ବ୍ୟୁରୋ: ଢେ଼ଙ୍କାନାଳ ସୀମାନ୍ତ ନିହଲ ପ୍ରସାଦ ମୌଜା ନିଶ୍ଚିନ୍ତ ସଂରକ୍ଷିତ ପାହାଡ଼ରୁ ଦିନ  ଦ୍ଵିପ୍ରହରରେ ଖଣିମାଫିଆ ମାନେ ଲୁଟି ନେଉଛନ୍ତି ମୁଗୁନି ପଥର । ଖାଲି ସେତିକି ନୁହେଁ ଦୀର୍ଘ ଦିନ ଧରି ୧୪୪ ଧାରା ଲାଗିଥିବା ଖଣିରୁ ମଧ୍ଯ ମୁଗୁନି ପଥର ଲୁଟି ନେଉଛନ୍ତି । ଏସବୁକୁ ଜାଣି ମଧ୍ୟ ସ୍ଥାନୀୟ ତହସିଲଦାର , ସ୍ଥାନୀୟ ପୋଲିସ ଓ ମାଇନିଂ ବିଭାଗ ସମ୍ପୂର୍ଣ ଚୁପ୍ ରହୁଥିବା ଅଭିଯୋଗ। ସେପଟେ ବେଆଇନ ଭାବେ ଖଣିରୁ କିଏ ମୁଗୁନି ପଥର ଉତ୍ତୋଳନ କରୁଛି ତାର ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ଓ ମାଇନିଙ୍ଗ ବିଭାଗ।

NGTଙ୍କ ଟିମ ଚଢାଉ ପରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି ଖଣି ମାଫିଆ। ଢେ଼ଙ୍କାନାଳ ସୀମାନ୍ତ ନିହଲ ପ୍ରସାଦ ମୌଜା ନିଶ୍ଚିନ୍ତ ସଂରକ୍ଷିତ ପାହାଡ଼ରୁ ଦିନ ଦିନ ଦ୍ଵିପ୍ରହରରେ ଖଣିମାଫିଆ ମାନେ ଲୁଟି ନେଉଛନ୍ତି ମୁଗୁନି ପଥର । ଖାଲି ସେତିକି ନୁହେଁ ଦୀର୍ଘ ଦିନ ଧରି ୧୪୪ ଧାରା ଲାଗିଥିବା ଖଣିରୁ ମଧ୍ଯ ମୁଗୁନି ପଥର ଲୁଟି ନେଉଛନ୍ତି ।  ଏସବୁକୁ ଜାଣି ମଧ୍ୟ ସ୍ଥାନୀୟ ତହସିଲଦାର , ସ୍ଥାନୀୟ ପୋଲିସ ଓ ମାଇନିଂ ବିଭାଗ ସମ୍ପୂର୍ଣ ଚୁପ୍ ରହୁଥିବା ଅଭିଯୋଗ । ଯାହାକୁ ନେଇ ତାଳଚେର ଅଞ୍ଚଳର ୟୁଥ ୟୁନାଇଟେଡ ନାମକ ଏକ ପରିବେଶ ସଂସ୍ଥା ପକ୍ଷରୁ NGTରେ ମାମଲା ଦାୟର ହୋଇଛି । PRMM କ୍ରଶର, ମା ଚଣ୍ଡୀ ଷ୍ଟୋନ କ୍ରସର, ଶ୍ରୀ ସାଇ ଷ୍ଟନ କ୍ରସର ଓ ଅନ୍ୟ ଏକ ସ୍ଥାନୀୟ କ୍ରସର୍ ଆଦି ବେଆଇନ ଖନନ କରି ୨୦ ହଜାର ଟନ ମୁଗୁନି ପଥର ବେଆଇନ ଭାବରେ ଉତ୍ତୋଳନ କରିଥିବା NGTଙ୍କ କୋର୍ଟରେ ଅଭିଯୋଗ ହୋଇଛି l ଯାହାକୁ ନେଇ ନିଶ୍ଚିନ୍ତ ପାହାଡ଼ରେ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା ଲାଗୁ ହୋଇଛି । ଏଥିସହ ଅଞ୍ଚଳରେ କିଛି ପୋଲିସ ମୁତୟନ ହୋଇଛନ୍ତି l

ସେପଟେ ଢ଼େଙ୍କାନାଳ ସୀମାନ୍ତବର୍ତ୍ତି ରାୟଗଡ଼ା ନିଶ୍ଚିନ୍ତ ସଂରକ୍ଷିତ ପାହାଡରେ ଖୋଲାଯାଇଥିବା ବେଆଇନ ଖଣି ସବୁ ବୁଲି ଦେଖିଛନ୍ତି ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀଙ୍କ ସମେତ ଅନ୍ଯ କର୍ମଚାରୀ । ତେବେ ପ୍ରଶ୍ନ ଉଠୁଛି – ୧୪୪ ଅର୍ଥାତ ୧୬୩ ଭାରତୀୟ ନ୍ଯାୟ ସଂହିତ ଧାରା ଲାଗିଥିବା ଖଣିରୁ କିଏ ଚୋରା ପଥର ଖନନ କରୁଛି ? ତାର ତଦନ୍ତ ଆରମ୍ଭ କରିଛି ମିଳିତ ଜିଲ୍ଲା ପ୍ରଶାସନ, ପ୍ରଦୂଷଣ ବିଭାଗ ଓ ମାଇନିଙ୍ଗ ବିଭାଗ। ସେଠାରେ ଥିବା କ୍ରସର ଗୁଡିକରେ ଅନୁମତି ପତ୍ର, ପ୍ରଦ୍ୟୁଷଣ ପ୍ରମାଣ ପତ୍ର ଆଦି ଯାଞ୍ଚ କରିଛନ୍ତି l ତେବେ କେତେ ପରିମାଣ ପଥର ଲୁଟ ହୋଇଛି ଏବଂ କ୍ରସର୍ ୟୁନିଟ ଗୁଡିକ କେତେଦୂର ସରକାରୀ ନିୟମ ପାଳନ କରୁଛନ୍ତି କି ନାହିଁ । ଖୁବଶୀଘ୍ର ତାହାର ରିପୋର୍ଟ ଦାଖଲ କରିବା ମାନ୍ୟବର NGT କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 

କନ୍ଧମାଳ ଏସପିଙ୍କ ନିକଟରେ କ୍ୟାର୍ଡର ମାଓବାଦୀଙ୍କ ଆତ୍ମସମର୍ପଣ

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଏସପିଙ୍କ ନିକଟରେ କ୍ୟାର୍ଡର ମାଓବାଦୀଙ୍କ ଆତ୍ମସମର୍ପଣ । ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ଉପସ୍ଥିତରେ  କେକେବିଏନ ମାଓ କ୍ୟାର୍ଡର ର ବିଜା ମାଡବି ଓରଫ ଟିକେସ ଆତ୍ମସମର୍ପଣ କରିଛନ୍ତି । ଗୋଟିଏ ପିସ୍ତଲ ସମେତ ୨ ଟି ଗୁଳି ସହ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଜରିଆରେ ୬ଟି ଜେଲୋଟିନ୍ ଷ୍ଟିକ୍, ଇଲେକ୍ଟିକ୍ ଡେଟୋନେଟର ୨ଟି ଷ୍ଟିଲ୍ ୱାଇର୍ , ରେଡିଓ, ସୋଲାର୍ ପ୍ଲେଟ ଓ ମାଓ ସାମଗ୍ରୀ ସମେତ ଖାଦ୍ୟ ସାମଗ୍ରୀ ଜବତ ହୋଇଥିବା କନ୍ଧମାଳ ଏସପି କହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଘର ଛତିଶଗଡ଼ ସୁକମା ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଳଗୁଡ଼ା ଗାଁରେ । ଟିକେସ ୨୦୧୮ ମସିହାରେ ମାଓ ସଂଗଠନରେ ଯୋଗଦେଇଥିଲେ । ସେ ୧୦ଟି ମାଓ ହିଂସା କାର୍ଯ୍ୟରେ ସାମିଲ୍ ଥିବା ମଧ୍ୟ ଜଣାପଡ଼ିଛି । ହିଂସାରୁ ଦୁରେଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଓ ମାଓ ସଙ୍ଗଠନର ଶିବିରରେ ଚାଲିଥିବା ଅତ୍ୟାଚାର ଓ ଅମାନୁଷିକ କାର୍ଯ୍ୟକଳାପକୁ ନାପସନ୍ଦ କରି ଟିକେସ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ପ୍ରେମିକାକୁ ହାଣି କରିଥିଲା ୫୦ ଖଣ୍ଡ, ଝାଡ଼ଖଣ୍ଡ ଖୁଣ୍ଟିରୁ ଗିରଫ ହେଲା ଅଭିଯୁକ୍ତ

ଝା଼ଡଖଣ୍ଡ ଖୁଣ୍ଟିରୁ ଗିରଫ ହୋଇଛି କିଲର ପ୍ରେମିକ। ପେସାରେ କଂସେଇ। ହେଲେ କାର୍ଯ୍ୟରେ ବି ସାଜିଲା କଂସେଇ। ପରକୀୟା ପ୍ରୀତି କାରଣରୁ ପ୍ରେମିକାକୁ ହତ୍ଯା କରି ୫୦ ଖଣ୍ଡ କଲା ପ୍ରେମିକ। ଗତ ନଭେମ୍ବର ୮ ତାରିଖରେ ହତ୍ଯାକାଣ୍ଡ ଘଟିଥିବାବେଳେ ଏବେ ପଦାକୁ ଆସିଛି। ହତ୍ଯା ପରେ ପ୍ରେମିକାକୁ ଖଣ୍ଡ ଖଣ୍ଡ କରି ଜଙ୍ଗଲିଆ ଅଞ୍ଚଳରେ ପୋତି ଦେଇଥିଲା ପ୍ରେମିକ। ଗତ ୨୪ ତାରିଖରେ କୁକୁର ଦେହାବଶେଷ ବାହାର କରିବା ପରେ ଘଟଣାର ହୋଇଛି ପର୍ଦ୍ଦାଫାସ୍। ଅଭିଯୁକ୍ତ ନରେଶ ଭେଙ୍ଗରା ହୋଇଥିବାବେଳେ ମହିଳାଙ୍କ ନାମ ଗାଙ୍ଗି କୁମାରୀ। ସେମାନେ ଝାଡଖଣ୍ଡର ଜୋରଦାଗ ଗ୍ରାମର କିନ୍ତୁ କାମ କରୁଥିଲେ ତାମିଲନାଡୁରେ। ସେମାନେ ଲିଭଇନରେ ରହୁଥିଲେ। କିନ୍ତୁ ନରେଶ ଅନ୍ଯ ଜଣେ ମହିଳାଙ୍କୁ ବିବାହ କରିବା ପରେ ସମ୍ପର୍କ ତିକ୍ତ ହୋଇଥିଲା। ଗାଁକୁ ଫେରିବା ପରେ ଉତ୍ତ୍ୟକ୍ତ ହୋଇ ପ୍ରେମିକ ଏହି ହତ୍ଯାକାଣ୍ଡ ଘଟାଇଥିଲା।

ବାଂଲାଦେଶରେ ଇସ୍କନକୁ ବଡ଼ ଆଶ୍ବସ୍ତି, ସଂଗଠନର କାର୍ଯ୍ୟକଳାପ ଉପରେ ଜାରି ହେବ ନାହିଁ ନିଷେଧାଦେଶ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ଇସ୍କନକୁ ବଡ଼ ଆଶ୍ବସ୍ତି। ଦେଶରେ ଇସ୍କନ କାର୍ଯ୍ୟକଳାପ ଉପରେ ନିଷେଧାଦେଶ ଜାରି ଲାଗି ଅଗ୍ରାହ୍ୟ କରିଛନ୍ତି ବାଂଲାଦେଶ ହାଇକୋର୍ଟ। ଏହାସହ ଦେଶରେ ଆଇନର ସୁରକ୍ଷା ଲାଗି ସତର୍କ ରହିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ହେଇଛନ୍ତି ହାଇକୋର୍ଟ। ଦେଶରେ ଇସକନକୁ ନେଇ ଚାଲିଥିବା ଅସ୍ଥିରତା ପ୍ରସଙ୍ଗରେ ସରକାର ଉପଯୁକ୍ତ ପଦକ୍ଷେପ ନେଇଛନ୍ତି ବୋଲି ଅଦାଲତଙ୍କୁ ଅବଗତ କରାଯିବା ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସଂଗଠନ ସମ୍ପର୍କରେ କେତେକ ରିପୋର୍ଟକୁ ଅଦାଲତରେ ଦାଖଲ କରିବା ସହ ଏହାକୁ ନିଷିଦ୍ଧ କରିବା ଲାଗି ଜଣେ ଆଇନଜୀବୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଇସ୍କନର କାର୍ଯ୍ୟକଳାପ ସମ୍ପର୍କରେ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସୂଚନା ଦେବା ଲାଗି ଆଟର୍ଣ୍ଣି  ଜେନେରାଲଙ୍କୁ କହିଛନ୍ତି କୋର୍ଟ।

ଜଷ୍ଟିସ ଫାରା ମେହବୁବ ଓ ଜଷ୍ଟିସ ଦେବାଶିଷ ରାୟ ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ବାଂଲାଦେଶରେ ଏକ ଉଗ୍ରବାଦୀ ସଂଗଠନ ଭାବେ କାର୍ଯ୍ୟ କରୁଛି ବୋଲି କେତେକ ଓକିଲ ବି ଅଭିଯୋଗ କରିଥିଲେ। ଇସ୍କନ ଗୁରୁ ଚିନ୍ମୟ କ୍ରିଷ୍ଣା ଦାସଙ୍କୁ ଗିରଫକୁ ବିରୋଧ କରିଛନ୍ତି ଇସ୍କନର ବାଂଲାଦେଶ ସାଧାରଣ ସମ୍ପାଦକ ଚାରୁ ଚନ୍ଦ୍ର ଦାସ ବ୍ରହ୍ମଚାରୀ। ସେପଟେ ଇସ୍କନର ଶିବଚର କେନ୍ଦ୍ରକୁ ଜୋରଜବରଦସ୍ତ ବନ୍ଦ କରିଛନ୍ତି ମୁସଲମାନ। ସେଠାରେ ଥିବା ଇସ୍କନ ଶ୍ରଦ୍ଧାଳୁଙ୍କୁ ଏକ ଯାନରେ ନେଇଯାଇଛି ସେନା। ଏନେଇ ସୂଚନା ଦେଇଛନ୍ତି ଇସ୍କନ କୋଲକାତାର ମୁଖପାତ୍ର ରାଧାରମଣ ଦାସ।

୨୪ ମାସରେ ଆସୁଛି ୨୦ଟି ବଡ଼ ବଜେଟର ଫିଲ୍ମ, ବକ୍ସ ଅଫିସରେ ହେବ ଟଙ୍କା ବର୍ଷା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୪ ମାସରେ ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି ୨୦ଟି ବଡ଼ ଫିଲ୍ମ । ବଡ଼ ବଡ଼ କଳାକାରଙ୍କ ଫିଲ୍ମ ଆସିବାକୁ ଥିବାବେଳେ ଏହା ବକ୍ସ ଅଫିସରେ ବେଶ ହିଟ୍ ହେବ ବୋଲି ଆଶା ରଖାଯାଇଛି । ବଡ଼ ବଜେଟର ଫିଲ୍ମ ଆସୁଥିବାରୁ ଏହା ମଧ୍ୟ ଭଲ ରୋଜଗାର କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି । ଆସନ୍ତା ୨ ବର୍ଷ ମଧ୍ୟ ସଲମାନ ଖାନ ଏବଂ ସନ୍ନି ଦେଓଲଙ୍କ ଫିଲ୍ମ ଆସିବ ।

ଜାନୁଆରୀ : ଗେମ ଚେଞ୍ଜର ଏବଂ ସ୍କାଏ ଫୋର୍ସ

  • ଫେବୃଆରୀ

ଭାଲେଣ୍ଟାଇନ୍ସ ଡେ – ଚାଭା |

  • ମାର୍ଚ୍ଚ

ହୋଲି – ସିକନ୍ଦର |

  • ଏପ୍ରିଲ୍

ମହାବୀର ଜୟନ୍ତୀ (10 ଏପ୍ରିଲ) – ଦ ରାଜା ସାହେବ ଗୁଡ଼୍ ଫ୍ରାଇଡେ- ସନ୍ନି ସଂସ୍କୃତର ତୁଳସୀ କୁମାରୀ |

  • ମେ

ମହାରାଷ୍ଟ୍ର ଡେ – ଦେ ଦେ ପ୍ୟାର୍ ଦେ ୨

  • ଜୁନ୍

ଇଦ୍ – ହାଉସଫୁଲ୍ ୫ ଏବଂ ଥଗ୍ ଲାଇଫ୍ (ସଂଘର୍ଷ)

  • ଅଗଷ୍ଟ

ଗଣତନ୍ତ୍ର ଦିବସ – ବାର୍ 2 ଏବଂ ଦିଲ୍ଲୀ ଫାଇଲ

  • ସେପ୍ଟେମ୍ବର

5 ସେପ୍ଟେମ୍ବର – ବାଗୀ |

  • ଅକ୍ଟୋବର

କାନ୍ତାରା ଚାପ୍ଟର ୧

  • ଡିସେମ୍ବର

ଖ୍ରୀଷ୍ଟମାସ – ଆଲଫା

୨୦୨୬ରେ ଏହି ୪ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଫାଇନାଲ

  • ଗଣତନ୍ତ୍ର ଦିବସ – ସୀମା ୨
  • ଇଦ୍ – ପ୍ରେମ ଏଣ୍ଡ ବାର୍
  • ଦିୱାଲୀ – ରାମାୟଣ ପ୍ରଥମ ଭାଗ
  • ଖ୍ରୀଷ୍ଟମାସ – ମହାଭାରତ

 

ରାଜ୍ଯରେ ଶିଶୁ ଓ ମହିଳା ଏବେ ସଂପୂର୍ଣ୍ଣ ଅସୁରକ୍ଷିତ : ଅରୁଣ ସାହୁ

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ ଶିଶୁ ଓ ମହିଳା ଏବେ ସଂପୂର୍ଣ୍ଣ ଅସୁରକ୍ଷିତ । ଆଜି ମୁଲତବୀ ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ଅରୁଣ ସାହୁ ଏପରି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଟାକ୍ଷ କରି ଅରୁଣ କହିଛନ୍ତି, ବିଜେପି ସରକାରକୁ ଛଅ ମାସ ପୂରିବାକୁ ଯାଉଛି । ଅର୍ଥାତ ୧୫୦ ଦିନରୁ ଅଧିକ ଦିନ ବିତିଲାଣି । ସେମାନେ ଶହେ ଦିନରେ ସବୁ କରିଦେବେ ବୋଲି କହିଥିଲେ । ଏହା ଭିତରେ ଭୁବନେଶ୍ୱରକୁ କ୍ରାଇମରେ ଏକ ନମ୍ବର ସିଟି କରିସାରିଲେଣି । ନାରୀ ଥାନାରେ ମାଡ଼ ଖାଇଲେ, ଶିଶୁ ବିକ୍ରି ହେଲା ।

ଏହି ପାଞ୍ଚ ମାସରେ ୧୨୫୬ ଦୁଷ୍କର୍ମ ହେଲାଣି । ମୟୂରଭଞ୍ଜ ପରି ଶାନ୍ତିପ୍ରିୟ ଜିଲ୍ଲାରେ ୫୨ ଦୁଷ୍କର୍ମ ହେଲାଣି । ବେଶ ହାଲୁକା ଭାବେ ସରକାର କାମ କରୁଛନ୍ତି । ସରକାର ସିରିୟସ ହେଉନାହାନ୍ତି । ଯାହା ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛି । ସରକାର ବି ଅପରାଧୀଙ୍କୁ ସାହାଯ୍ୟ କରୁଛନ୍ତି । ବାରମ୍ବାର ଥାନାକୁ ବିଜେପି ନେତା ଫୋନ କରି ପୋଲିସର ମନୋବଳ କମାଉଛନ୍ତି । ଆଉ କିଛି ଦିନରେ ସେମାନେ ଅତ୍ୟାଚାରରେ ରେକର୍ଡ କରି ଦେବେ । ବିଜେପିର ଅତି ତଳ ଶ୍ରେଣୀୟ କର୍ମୀ ପୋଲିସ ଜିଲ୍ଲାପାଳଙ୍କୁ ଧମକାଉଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ଯ ମୁଲତବୀ ଆଲୋଚନାରେ ଭାଗ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ । ସରକାର ଗଠନ ହେବାର ୬ ମାସ ଭିତରେ ସବୁ କ୍ଷେତ୍ରରେ ଅପରାଧ ବଢିଚାଲିଛି ।

ଶିଶୁ ମାନଙ୍କର ଦୁଷ୍କର୍ମ, ଗଣ ଦୁଷ୍କର୍ମ ବଢ଼ି ଚାଲିଛି। ଶପଥ ନେଲାବେଳେ କହୁଥିଲେ ନ୍ୟାୟ ବ୍ୟବସ୍ଥାକୁ ଠିକ କରିଦେବୁ। କିଛି ବରଦାସ୍ତ କରିବୁନି ବୋଲି କହିଥିଲେ । କିନ୍ତୁ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଥିବାବେଳେ ସରକାର ମାନିବା ପାଇଁ ନାରାଜ । ଶିଶୁ ବିକ୍ରି ହେଉଛି । ରାଜ୍ୟରେ ଅନାହାର, ଅପପୁଷ୍ଟିରେ ଆଦିବାସୀ ମରୁଛନ୍ତି । ଡବଲ ଇଞ୍ଜିନ ସରକାରର ସମ୍ବିଧାନ ପ୍ରତି ସମ୍ମାନ ନାହିଁ । କେନ୍ଦୁଝରେ ଦେଢ଼ ବର୍ଷର ଶିଶୁ କନ୍ୟା ଦୁଷ୍କର୍ମ ଶିକାର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ଦେଢ଼ ବର୍ଷ ଶିଶୁ ବି ଯୌନ ନିର୍ଯାତନାର ଶିକାର ହେଉଛି ।

୧୬ ନଭେମ୍ବର ୨୦୨୪ରେ ବଲାଙ୍ଗୀର ବଙ୍ଗମୁଣ୍ଡାରେ ଜଣେ ଝିଅକୁ ଦୁଷ୍କର୍ମ କରାଗଲା । ତାକୁ ବିଷ୍ଠା ବି ଖୁଆଇ ଦିଆଗଲା । ଗୋଟିଏ ଅଞ୍ଜନା ଘଟଣାରେ ସରକାର ବଦଳି ଗଲା । କିନ୍ତୁ ଏବେ କେତେ ଅଞ୍ଜନା ହେଉଛି ଯାହାକୁ ମାନିବାକୁ ପ୍ରସ୍ତୁତ ନାହାଁନ୍ତି ରାଜ୍ଯ ସରକାର ବୋଲି ସମାଲୋଚନା କରିଛନ୍ତି ରାମଚନ୍ଦ୍ର ।

କାହିଁକି ଏକାକି ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ ? ମନ୍ତ୍ରୀ ମଣ୍ଡଳରେ କାହାକୁ ମିଳିବ ସ୍ଥାନ ?

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ହେମନ୍ତ ସୋରେନ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ମନ୍ତ୍ରୀ ମଣ୍ଡଳର ଅନ୍ୟ କୌଣସି ସଦସ୍ୟ ଶପଥ ନେବେ ନାହିଁ । ଏପରିକି କେଉଁମାନେ ମନ୍ତ୍ରୀହେବେ ସେ ନେଇ ମଧ୍ୟ କୌଣସି ସ୍ପଷ୍ଠ ହୋଇନାହିଁ । ଏଭଳି ଏକ ସମୟରେ ଏବେ ଏକା ଶପଥ ନେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ୨୦୧୯ରେ କିନ୍ତୁ ହେମନ୍ତଙ୍କ ସହ ୩ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଏଥରକ କିନ୍ତୁ କେବଳ ଏକାକୀ ହେମନ୍ତ ଶପଥ ନେଉଛନ୍ତି । ଏହା ପଛରେ କଣ ରାଜନୈତିକ ଉଦ୍ଦେଶ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଝାଡ଼ଖଣ୍ଡରେ ଏବେ ୪ ଦଳ ମିଶି ସରକାର ଗଢ଼ିଛନ୍ତି । କ୍ୟାବିନେଟରେ ୧୨ଟି ସିଟ୍ ରହିଥିବାବେଳେ ଜେଏମଏମ କେବଳ ୭ଟି ରଖିବା ପାଇଁ ଚାହୁଁଛି । ସେପଟେ ପୂର୍ବଭଳି କଂଗ୍ରେସ ୪ଟି ଆସନ ନେବାକୁ ମଧ୍ୟ ଜିଦ୍ ଧରି ବସିଛି । ବାକି ଦଳମାନେ ନିଜର ଦାବି ରଖିଥିବାବେଳେ ଏହାକୁ ନେଇ ଭାଗ ବଣ୍ଟା ଛିଣ୍ଡିନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

କୁହାଯାଉଛି କି, ହେମନ୍ତ ସୋରେନ ୨୦୧୯ ଅପେକ୍ଷା ଚଳିତ ନିର୍ବାଚନରେ ଅଧିକ ଶକ୍ତିଶାଳି ହୋଇଛି । ଏଥର ସରକାର ଗଠନରେ କିଙ୍ଗ ମେକର ମଧ୍ୟ ସାଜିଛି । ତେବେ ହେମନ୍ତ ଚାହୁଁଛନ୍ତି ଏକାସାଙ୍ଗେ ସମସ୍ତ ମନ୍ତ୍ରୀ ଶପଥ ନିଅନ୍ତୁ । ମାତ୍ର ଏଯାବତ କୌଣସି ସ୍ପଷ୍ଠ ସୂଚନା ମିଳିପାରିନାହିଁ ।

ଭୀମସାରରୁ ନବଜାତ ଚୋରି ଶିଶୁ ରେଙ୍ଗାଲିରୁ ଉଦ୍ଧାର

ବୁର୍ଲା: ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣାରେ ଖୁସି ଖବର  । ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କଲା ପୋଲିସ । ରେଙ୍ଗାଲିରୁ ଉଦ୍ଧାର ହୋଇଛି ନବଜାତକ  । ଚୋରି କରିଥିବା ମହିଳା ଓ ତାଙ୍କ ସ୍ଵାମୀଙ୍କୁ ଅଟକ ରଖିଛି ପୋଲିସ  । ଶିଶୁକୁ ବୁର୍ଲା ହସ୍ପିଟାଲକୁ ଅଣାଯାଉଛି ।

ଗତ ନଭେମ୍ବର ୨୬ରେ ବୁର୍ଲା ଭୀମସାରରୁ  ୩ ଦିନର ନବଜାତ ଶିଶୁକୁ ଚୋରି କରି ନିଆଯାଇଥିବା ଅଭିଯୋଗ ହୋଇଛି । ଛତିଶଗଡରୁ ଆସି ଭୀମସାର ମହିଳା ଓ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ମହିଳା । ରବିବାର ଦିନ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା ।

ତେବେ ଭଉଣୀଙ୍କ ସହ ସମ୍ପର୍କ ବଢାଇ ଜଣେ ମହିଳା ତାଙ୍କ ନିକଟରୁ ବାରମ୍ବାର ଆସୁଥିଲେ । ସେହି ମହିଳା ହିଁ ତାଙ୍କ ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ଶିଶୁର ମାଆ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ଭୀମସାର ଅଧିକାରୀ ଓ ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ସେପଟେ ସିସିଟିଭିରେ ମହିଳାଙ୍କୁ ଚିହ୍ନଟ କରିଥିଲେ ଶିଶୁର ମାଆ ।

DGP ସମ୍ମିଳନୀକୁ ଆତଙ୍କବାଦୀ ଧମକ, ହାଇଆଲର୍ଟରେ ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର: DGP ସମ୍ମିଳନୀକୁ ଆତଙ୍କବାଦୀ ଧମକ । ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ପନ୍‌ନୁ  । ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଇଛି ଖାଲିସ୍ତାନୀ ଆତଙ୍କବାଦୀ  । ସମ୍ମିଳନୀ ପଣ୍ଡ କରିବାକୁ ଭିଡିଓ ବାର୍ତ୍ତାରେ ଧମକ ଦେଇଛି  । ଧମକ ମିଳିବା ପରେ  ହାଇ ଆର୍ଲଟରେ ରହିଛି ଓଡିଶା ପୋଲିସ ।
ଏନେଇ କମିଶନରେଟ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ  ।

ସେପଟେ ପୋଲିସ କମିଶନର ସୁରେଶ ଦେବଦତ୍ତ ପ୍ରେସମିଟ୍ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  । କମିଶନର କହିଛନ୍ତି ସିକ୍ୟୁରିଟି ବ୍ଳାଙ୍କେଟରେ ରହିବ ରାଜଧାନୀ ଭୁବନେଶ୍ଵର । ଭୁବେନଶ୍ଵରରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ । ରାଜ୍ୟ ପୋଲିସ, ଶସସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ଶସସ୍ତ୍ର ବଳ ମୁତୟନ ହେବେ । ସୁରକ୍ଷା ପାଇଁ ସଜାଗ ରହିବେ ଆଣ୍ଟି ଟେରର ଫୋର୍ସ । ରାଜ୍ୟ ଓ କେନ୍ଦ୍ର ଗୁଇନ୍ଦା ସଂସ୍ଥା ତୀକ୍ଷ୍ଣ ନଜର ରଖିବେ ବୋଲି କମିଶନର କହିଛନ୍ତି  ।

ଡିଜିପି ସମ୍ମିଳନୀରେ  ଯୋଗ ଦେବା ପାଇଁ ଆସନ୍ତାକାଲି ଭୁବନେଶ୍ବର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭୁବନେଶ୍ବର ଆସୁଛନ୍ତି  । ପିଏମଙ୍କ ଗସ୍ତର ଦିନକ ପୂର୍ବରୁ ଧମକ ଦେଇଛି ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍‌ନୁ ।

କୁନୋ ନ୍ୟାସନାଲ ପାର୍କରୁ ପୁଣି ଆସିଲା ଦୁଃଖଦ ଖବର, ଆଖିବୁଜିଲେ ଆଉ ୨ ଶାାବକ

କୁନୋ: ଚିତା ବାଘ ଅଭୟାରଣ୍ୟ କୁନୋ ନ୍ୟାସନାଲ ପାର୍କରୁ ପୁଣି ଆସିଲା ଅଶୁଭ ଖବର। ୨ ଚିତା ଶାବକଙ୍କ ମୃତ୍ଯୁ ହୋଇଥିବା ଜଣାପଡ଼ିଛି। ଆଫ୍ରିକା ନାମ୍ବିଆରୁ ଆସିଥିବା ଚିତା ନିରଭାର ଦୁଇ ଶାବକଙ୍କ ମୃତ୍ଯୁ ଘଟିଛି।

ଗତ ସୋମବାର ଦିନ ନିରଭା ଦୁଇ ଶାବକଙ୍କୁ ଜନ୍ମ ଦେଇଥିଲା। ଏନକ୍ଲୋଜର ମଧ୍ୟରେ ଦୁଇ ଶାବକ ମୃତ ପଡିଥିବା ଦେଖିବାକୁ ମିଳିଛି। ନିରଭାର ଆଉ କିଛି ଶାବକ ଅଛନ୍ତି ନା ନାହିଁ ଏ ନେଇ ମଧ୍ୟ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ସୂଚନା ନାହିଁ।

ପୂର୍ବରୁ ଚିତା ବାଘ ନିରଭା ୪ ଶାବକଙ୍କୁ ଜନ୍ମ ଦେବା କୁହାଯାଉଥିବା ବେଳେ ଆଉ ଶାବକଙ୍କ ପତ୍ତା ମିଳୁନାହିଁ  । ଏଣୁ ନିରଭା ମାତ୍ର ୨ ଶାବକଙ୍କୁ ଜନ୍ମ ଦେଇଥିବା ସ୍ପଷ୍ଟ ହେଉଛି। ୨ ଶାବକଙ୍କ ମୃତ୍ଯୁ ପରେ ଚିତାବାଘଙ୍କ ବଂଶ ବିସ୍ତାର ନେଇ ଭାରତରେ ପୁଣି ଆରମ୍ଭ ହୋଇଥିବା ପ୍ରକଳ୍ପକୁ ଝଟକା ଲାଗିଛି। ୨୦୨୨ରେ ପ୍ରକଳ୍ପ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୧୧ ଚିତା ଶାବକଙ୍କ ମୃତ୍ଯୁ ଘଟିଲାଣି।

ବର୍ତ୍ତମାନ କୁନୋ ନାସନାଲ ପାର୍କରେ ମୋଟ ୨୪ଟି ଚିତାବାଘ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୨ଟି ଶାବକ ରହିଛନ୍ତି। ଚିତା ଗାମିନୀର ମୋଟ ୫ ଶାବକ ସୁସ୍ଥ ରହିଛନ୍ତି।