spot_img
Home Blog Page 1430

ଦୁଷ୍କର୍ମ ପରେ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ୪୦ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିଲା ପ୍ରେମିକ

ରାଞ୍ଚି: ଝାଡଖଣ୍ଡର ଖୁଣ୍ଟି ଜିଲ୍ଲାରେ ଅମାନବୀୟ କାଣ୍ଡ  । ଏହି ଘଟଣା ଏବେ ୨୦୨୨ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡକୁ ଭୁଲିବାକୁ ଦେଇନି  । ଝାଡଖଣ୍ଡର ଜଙ୍ଗଲକୁ ଲାଗିଥିବା ଏକ ଅଞ୍ଚଳରେ ୨୫ ବର୍ଷୀୟ ଯୁବକ ଲିଭ୍‌ ଇନ୍‌ ପାର୍ଟନରର ଶବକୁ ୪୦ ରୁ ୫୦ ଖଣ୍ଡ କରିଦେଇଛି  । ହତ୍ୟାକାରୀ ନରେଶ ଭେଙ୍ଗରାକୁ ଗିରଫ କରାଯାଇଛି  ।

ହତ୍ୟାକାଣ୍ଡର ୧୫ ଦିନ ପରେ ଏହି ଘଟଣା ସାମନାକୁ ଆଶିଛି  । ଜରିଆଗଢ ଥାନା ଅଞ୍ଚଳ ଜୋରଦାଗ ଗାଁ ନିକଟରେ ଏଖ ବୁଲା କୁକୁରକୁ ମାନବ ଅଙ୍ଗ ସହ ଦେଖାଯିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା  ।

ଘଟଣାରୁ ଜଣା ପଡିଛି ଯେ ନରେଶ ଗଛ କିଛି ବର୍ଷ ଧରି ସେହି ଅଞ୍ଚଳର ଜଣେ ମହିଳାଙ୍କ ସହ ତାମିଲନାଡୁରେ ଲିଭ ଇନ୍‌ରେ ରହୁଥିଲା  । କିଛି ଦିନ ପୂର୍ବରୁ ସେ ଝାଡଖଣ୍ଡ ଫେରି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲା  । ବିବାହ ପରେ ସେ ପୁଣି ତାମିଲନାଡୁ ଫେରି ଯାଇଥିଲା  । ବିବାହ କରିବା ପରେ ସେ ପିଡିତାକୁ ନିଜ ଘରକୁ ନେବାକୁ ଚାହୁଁ ନଥିଲା  ।

ପିଡିତା ବାଧ୍ୟ କରିବାରୁ ନରେଶ ଗତ ନଭେମ୍ବର ୮ରେ ତାକୁ ସାଙ୍ଗରେ ନେଇ ନିଜ ଗାଁ ଅଭିମୁଖେ ବାହାରିଥିଲା  । ଏହାପରେ ସେମାନେ ଟ୍ରେନରେ ଆସି ରାଞ୍ଚିରେ ପହଞ୍ଚିଥିଲେ  । ଷ୍ଟେସନରୁ ଅଟୋରିକ୍ସା ଯୋଗେ ସେମାନେ ଗାଁକୁ ବାହାରିଥିଲେ  । ଜରିଆଗଢ ଥାନା ଅନ୍ତର୍ଗତ ଜୋରଦାଗ ଗାଁ ନିକଟ ଏକ ଜଙ୍ଗଲରେ ନରେଶ ପ୍ରଥମେ ନିଜ ପାର୍ଟନରକୁ ଦୁଷ୍କର୍ମ କରିଥିଲା  । ଏହାପରେ ଓଢଣୀରେ ତଣ୍ଟି ଚିପି ହତ୍ୟା କରିଥିଲା  । ହତ୍ୟା ପରେ ସେ ଯୁବତୀକୁ ଧାରୁଆ ଅସ୍ତ୍ରରେ ହାଣି ୪୦ରୁ ୫୦ ଖଣ୍ଡ କରିଦେଇଥିଲା  ।

ତଦନ୍ତ ପରେ ଜଙ୍ଗଲରୁ ଯୁବତୀଙ୍କ ବ୍ୟାଗ ଉଦ୍ଧାର ହୋଇଥିଲା  । ସେଥିରୁ ତାଙ୍କ ଆଧାର କାର୍ଡ ମିଳିବା ପରେ ଯୁବତୀଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ  ।

ବାଂଲାଦେଶରେ ଜୋର ଜବରଦସ୍ତ ବନ୍ଦ ହେଲା ଇସ୍କନର ଶିବଚର କେନ୍ଦ୍ର

ଢାକା: ଇସ୍କନ ପୂଜାରୀ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ ପରେ ବାଂଲାଦେଶରେ ଇସ୍କନ ଶିବଚର କେନ୍ଦ୍ରକୁ ମୁସଲିମ୍‌ ମାନେ ଜୋର ଜବରଦସ୍ତ ବନ୍ଦ କରି ଦେଇଛନ୍ତି  । ଇସ୍କନ ଶ୍ରଦ୍ଧାଳୁଙ୍କୁ ସେନା ଯବାନ ଗାଡିରେ ବସାଇ ନେଇଯାଇଛନ୍ତି । ଇସ୍କନ କୋଲକତା ଉପାଧ୍ୟକ୍ଷ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ‘‘ବାଂଲାଦେଶରେ ଶିବଚର ସ୍ଥିତ ଇସ୍କନ ନମହଟ୍ଟା କେନ୍ଦ୍ରକୁ ମୁସଲିମ୍‌ ମାନେ ଜୋର ଜବରଦସ୍ତ ବନ୍ଦ କରିଦେଇଛନ୍ତି  । ସେନା ଆସି ଶ୍ରଦ୍ଧାଳୁଙ୍କୁ ଗୋଟିଏ ଗାଡିରେ ବସାଇ ନେଇ ଯାଇଛି’’ ।

ଏହା ସହ ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି  । ଯେଉଁଥିରେ ସ୍ଥାନୀୟ ଇସଲାମ ସମ୍ପ୍ରଦାୟର ନେତା ଶିବଚରରେ ଇସ୍କନ କେନ୍ଦ୍ରକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି  । ସେହିପରି ଆଉ କିଛି ଜଣ ଇସ୍କନ ମନ୍ଦିରର ବୋର୍ଡ ହଟାଇବା କାମରେ ଲାଗିପଡିଥିବା ଭିଡିଓରେ ଦେଖିବାକୁ ମିଳୁଛି  ।

ଏହାରି ମଧ୍ୟରେ ଢାକାରେ ସୁପ୍ରିମକୋର୍ଟ ଆଇନଜୀବୀ ଓ ବାଂଲାଦେଶର ଆଟର୍ନି ଜେନେରାଲ ହାଇକୋର୍ଟରେ ଶୁଣାଣି ସମୟରେ ଇସ୍କନକୁ ଧାର୍ମିକ କଟ୍ଟରପନ୍ଥୀ ସଂଗଠନ ଭାବେ ବିବେଚନା କରିଛନ୍ତି  । ସରକାର ଘଟଣାକୁ ଗୁରୁତର ସହ ନେଇଛି  । ଏହି ସଙ୍ଗଠନ ପଞ୍ଜୀକୃତ ଅଛି ନା ନାହିଁ, ସଙ୍ଗଠନକୁ ପ୍ରତିବନ୍ଧିତ କରାଯିବ ନା ନାହିଁ ସେହିପାଇଁ ସରକାର ନିତିଗତ ନିଷ୍ପତ୍ତି ନେବା ଉଚିତ୍‌ ବୋଲି ଦାବି ହୋଇଛି  ।

ୱାଇନାଡ ବିଜୟ ପରେ ଲୋକସଭା ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଲୋକସଭା ସାଂସଦ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି  । ସଦନର ସଦସ୍ୟତା ପାଇଁ ସେ ଶପଥ ନେଇଛନ୍ତି  । ଏହି ସମୟରେ ତାଙ୍କ ହାତରେ ସମ୍ବିଧାନର ଲାଲ ବହି ଦେଖିବାକୁ ମିଳିଥିଲା  । ତାଙ୍କର ଏହି ହାବଭାବରୁ ସ୍ପଷ୍ଟ ହୋଇଗଲା ଯେ ସେ ଲୋକସଭାରେ ଭାଇ ରାହୁଲ ଗାନ୍ଧୀଙ୍କ ଭଳି ନିଜ ଭୁମିକା ଗ୍ରହଣ କରିବେ  । କେରଳର ୱାଇନାଡ ଉପନିର୍ବାଚନରେ ବାଜିମାତ୍‌ କରିଥିଲେ ପ୍ରିୟଙ୍କା  । ଏହି ଆସନରୁ ବାଇ ରାହୁଲ ନିର୍ବାଚନ ଜିତିଥିଲେ  । କିନ୍ତୁ ରାହୁଲ ଦୁଇଟି ଆସନରୁ ବିଜୟ ଲାଭ କରିଥିବାରୁ ରାହୁଲ ଗାନ୍ଧୀ ଏହି ଆସନ ଛାଡି ଦେଇଥିଲେ । ଯାହା ପରେ ଏଠାରେ ଉପନିର୍ବାଚନରେ ପ୍ରିୟଙ୍କା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି  ।

ପ୍ରିୟଙ୍କା ଦୀର୍ଘ ସମୟରୁ କଂଗ୍ରେସର ଷ୍ଟାର ପ୍ରଚାରକ ଓ ମହାସଚିବ ରହିଆସିଛନ୍ତି  । କିନ୍ତୁ ନିର୍ବାଚନକୁ ଓହ୍ଲାଇବା ସହ ଏବେ ସେ ରାଜନୀତିକୁ ଓହ୍ଲାଇଛନ୍ତି  । କଂଗ୍ରେସର ରଣନୀତିର ଟିମ୍‌ର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି ପ୍ରିୟଙ୍କା  । ସଂସଦରେ ତାଙ୍କ ଏଣ୍ଟ୍ରି ଯୋଗୁଁ ବିରୋଧୀ ଦଳ ସଶକ୍ତ ହେବା ନେଇ ଆଶା କରାଯାଉଛି । ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟି ଓ ଇଣ୍ଡି ମେଣ୍ଟ ସମ୍ବିଧାନ ବିପଦକୁ ପ୍ରସଙ୍ଗ କରିଛି  । ଲୋକସଭା ନିର୍ବାଚନରେ କିଛି ଅଂଶରେ ଏହା ବିରୋଧୀଙ୍କୁ ଫାଇଦା ଦେଇଛି  ।

ଶପଥ ନେବାର କିଛି ସମୟ ପରେ ନିଜ ଆସନକୁ ଯିବା ପୂର୍ବରୁ ଭାଇ ରାହୁଲ ଗାନ୍ଧୀଙ୍କୁ ନମସ୍କାର ଜଣାଇଛନ୍ତି ପ୍ରିୟଙ୍କା  । ଏହାପରେ ଭାଇ ଭଉଣୀ ଉଭୟଙ୍କୁ ହାତ ଯୋଡି ଅଭିବାଦନ ଜଣାଇଛନ୍ତି  । ପ୍ରିୟଙ୍କାଙ୍କ ସହ କଂଗ୍ରେସର ଆଉ ଜଣେ ସାଂସଦ ରବିନ୍ଦ୍ର ଚୌହ୍ବାନ ବି ଶପଥ ନେଇଛନ୍ତି  । ମହାରାଷ୍ଟ୍ରର ନାନ୍ଦେଡ ସିଟ୍‌ ଉପନିର୍ବାଚନରେ ବିଜୟ ହୋଇଥିଲେ ରବିନ୍ଦ୍ର  ।

ଗୁରୁବାରରେ ଜଳିଗଲା ଦଶ ଏକର ଜମିର ଧାନ ଗଦା

ବରଗଡ: ହୁହୁ ହୋଇ ଜଳିଗଲା ଧାନ ଗଦା। ବରଗଡ ଜିଲ୍ଲା ବିର୍ଜାମ ଗାଁରେ ଜଳିଗଲା ଧାନ ଗଦା। ନୀର ମେହେର ନିଜର ଦଶ ଏକର ଜମିର ଧାନ କାଟି ଖଳାରେ ରଖିଥିଲେ। କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି।

ଫଳରେ ଧାନ ସବୁ ନିଆଁରେ ପୋଡି ପାଉଁଶ ହୋଇଯାଇଛି । ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କ୍ଷତିପୂରଣ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ପରିବାର ଲୋକେ। ଏହାସହ ନିଆଁ ଲଗାଇଥିବା ଦୁର୍ବୃତ୍ତକୁ ଗିରଫ କରିବାକୁ ମଧ୍ୟ ଦାବି କରିଛନ୍ତି।

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା କଲା ସମ୍ପର୍କୀୟ ଦାଦା

0

ବ୍ରହ୍ମପୁର: ଗଂଜାମ ବ୍ରହ୍ମପୁର ସଦର ଥାନା ଅଂଚଳରେ ହତ୍ଯାକାଣ୍ଡ। ସଦର ଥାନା ଅନ୍ତର୍ଗତ ରୋହିଗାଁ ବଡସାହିରେ ଜଣେ ଯୁବକକୁ ହତ୍ୟା। ମୃତ ଯୁବକ ଜଣକ ହେଲେ ମଧୁସୂଦନ ଜେନା। ଯୁବକଙ୍କ ସମ୍ପର୍କୀୟ ଦାଦା ଓ ତାଙ୍କ ପୁଅ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଆକ୍ରମଣରେ ମଧୁସୂଦନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଆକ୍ରମଣକାରୀ ପ୍ରସନ୍ନ ଜେନା ମଧ୍ୟ ଆହତ ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସିପୁ ଜେନା ନାମକ ଅଭିଯୁକ୍ତ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ସଦର ଥାନା ଅଧିକାରୀ ଟିମ ଧରି ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏବେବି ଯୁବକଙ୍କ ଶବ ଘରେ ପଡି ରହିଛି।ମୃତକଙ୍କ ପରିବାର ପଶ୍ଚିମବଂଗରେ ରହୁଛନ୍ତି। ଘରେ କିଏ ନଥିବାବେଳେ ସମ୍ପର୍କୀୟ ଦାଦା ଓ ଭାଇ ଆକ୍ରମଣ କରିଥିଲେ। ମୃତଦେହ ଜବତ କରି ଶବ ବ୍ୟବଛେଦ ଲାଗି ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ।

ପଶ୍ଚିମବଙ୍ଗ ସୀମାରେ ଆଳୁ ଗାଡି ଅଟକାଇଲେ ମୁଖ୍ୟମନ୍ତ୍ରୀ

ଜଳେଶ୍ବର: ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗ ସୀମାରେ ଅଟକିଛି ଆଳୁ ଗାଡ଼ି। ସୀମାନ୍ତ ପୋଲିସକୁ ସଜାଗ କରାଇଲେ ମମତା ସରକାର। ରପ୍ତାନୀ ଅନୁମତି ନପାଇ ବେଲଦା ନିକଟରେ ଅଟକିଛି ଶହ ଶହ ଆଳୁ ଟ୍ରକ।

ଓଡ଼ିଶାକୁ ଆଳୁ ନେଇ ଆସିବା ବେଳେ ୬୦ନମ୍ବର ଜାତୀୟ ରାଜପଥ ବେଲଦା ନିକଟରେ ଅଟକାଇଛି ପଶ୍ଚିମବଙ୍ଗ ପୋଲିସ । ପଶ୍ଚିମବଙ୍ଗରେ ଆଳୁ ଦର ନକମିବା ପର୍ଯ୍ୟନ୍ତ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ ରହିବ । ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ଅଟକିଛି ଗାଳୁ ଗାଡ଼ି।

ଶୌଚ ପାଇଁ ଯାଇଥିବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା

0

ହିନ୍ଦୋଳ: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। ହିନ୍ଦୋଳ ଫରେଷ୍ଟ ରେଞ୍ଜ କଡଲା ଗାଁରେ ହାତୀ ଆତଙ୍କ । ମୃତକ ହେଉଛନ୍ତି ସେହି ଗାଁର ଦୀପକ ପ୍ରଧାନ। ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ। ଦୀପକଙ୍କୁ ଦଳି ମାରିଦେଇଛି ଦନ୍ତା। ଘଟଣା ଘଟିବାର ଦୀର୍ଘ ସମୟ ପରେ ମଧ୍ୟ ବନ ବିଭାଗ ଅଧିକାରୀ ପହଞ୍ଚି ନଥିବାରୁ ଉତ୍ତେଜନା ଦେଖାଦେଇଛି।

ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଅଞ୍ଚଳରୁ ହାତୀ ଘଉଡାଇବାକୁ ଦାବି କରିଛନ୍ତି ଗ୍ରାମବାସୀ। ଏହି ଅଞ୍ଚଳରେ ପ୍ରାୟ ସମୟରେ ଶହ ଶହ ହାତୀ ବୁଲୁଥିବା ଯୋଗୁଁ ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏକପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ।

ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ  ହେମନ୍ତ ସୋରେନ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ  ହେମନ୍ତ ସୋରେନ।ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେବେ । ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ। ରାଜ୍ୟପାଳ ସନ୍ତୋଷ କୁଂମାର ଗଂଗୱାର ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବ ଶପଥଗ୍ରହଣ ଉତ୍ସବ। ଏକାକୀ ଆଜି ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ କରିବେ। ଶପଥଗ୍ରହଣ ସମାରୋହରେ ଜନତାଙ୍କୁ ସାମିଲ ହେବାକୁ ହେମନ୍ତ ସୋରେନ ଆହ୍ଵାନ କରିଛନ୍ତି। ଶପଥଗ୍ରହଣ ସମାରୋହକୁ ନେଇ ରାଜଧାନୀ ରାଂଚି ସହରରେ ପୁରା ପୋଷ୍ଟର ଲଗାଯାଇଛି। ବିଶେଷ ଯାତାୟାତ ସହ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ହେମନ୍ତ୍ ସୋରେନ ଶପଥଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଏନସିପି ଏସପି ଅଧ୍ୟକ୍ଷ ଶରଦ ପାୱାର, ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମେଘାଳୟ ମୁଖ୍ୟମନ୍ତ୍ରୀ କୋରାଡ କୋଂଗକଲ ସାଂଗମା, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ, ଆମ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ, ଶିବସେନା ୟୁବିଟି ନେତା ଉଦ୍ଧବ ଥାକରେ, ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ, ଜାମୁ କାଶ୍ମୀର ପିଡିପି ନେତା ମେହବୁବୁ ମୁଫତି, ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଉଦୟ ଷ୍ଟାଲିନ,

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ଆରଜେଡି ନେତା ତେଜସ୍ଵୀ ଯାଦବ, ଆମ ଆଦମୀ ପାର୍ଟି ନେତା ମନୀଶ ସିସୋଦିଆ, ଆପ ସାଂସଦ ସଂଜୟ ସିଂହ ଏବଂ ଲୋକସବା ସାଂସଦ ପପ୍ପୁ ଯାଦବ ଯୋଗ ଦେବା ସମ୍ଭାବନା ରହିଛି। ଅନେକ ଭିଭିଆଇପି ଆସୁଥିବାରୁ ରାଂଚିରେ ଆଜି ସ୍କୁଲ ବନ୍ଦ ରହିବ। ଟ୍ରାଫିକ ସମସ୍ଯା ସୃଷ୍ଟି ହେବା ସମ୍ଭାବନାରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।

ଡିସେମ୍ବର ୧ରେ ବରଗଡ ଧନୁଯାତ୍ରା ପାଇଁ କଂସ ଚୟନ

ବରଗଡ: ଡ଼ିସେମ୍ବର ୧ ତାରିଖରେ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ନୂତନ କଂସ ଚୟନ। ଚୟନ ପ୍ରକିୟାରେ ସାମିଲ ହେବାକୁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ୪ ଜଣ କଳାକାରଙ୍କ ନାଁ ଘୋଷଣା କରାଯାଇଥିଲା ।

ଆର୍ତ୍ତତ୍ରାଣ ସୁନାନୀ , ଜଗଦାନନ୍ଦ ମିଶ୍ର , ଭୁବନେଶ୍ୱର ପ୍ରଧାନ ଓ ସୁଶୀଲ କୁମାର ମେହେରଙ୍କ ନାଁ ଘୋଷଣା କରାଯାଇଥିଲା। ତେବେ ଡ଼ିସେମ୍ବର ୧ ତାରିଖରେ ହେବାକୁ ଥିବା କଂସ ଚୟନ ପ୍ରକ୍ରିୟାରେ ସେମାନେ ନିଜେ ନିଜର ପାରଦର୍ଶିତା ଦେଖାଇବେ। ଯେଉଁ କଳାକାର ନିଜ କଳା ପ୍ରଦର୍ଶନରେ ଶୀର୍ଷରେ ରହିବେ ସେ ହେବେ ଏଥରର ବିଶ୍ବ ପ୍ରସିଦ୍ଧ ବରଗଡ ଧୁନୁଯାତ୍ରାର ନୂତନ କଂସ । ଯାହାଙ୍କର ଅଟହାସ୍ୟରେ ଥରିବ ମଥୁରା ।

ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହେବ କଂସ ଚୟନ ପ୍ରକିୟା।

ଚଣ୍ଡିଖୋଲରେ ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ. ଜଣେ ମୃତ

ଯାଜପୁର: NH 16 ମକ ନିକଟ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ପଶ୍ଚିମବଙ୍ଗ ମେଦିନୀପୁର ଅଂଚଳର ସେକ ସେମେଦ ଆଜାଦ । ତିନି ଜଣ ମହିଳା ଗୁରୁତର ଅଛନ୍ତି । ଆମ୍ବୁଲାନ୍ସଟି ମେଦିନୀପୁରରୁ ଭୁବନେଶ୍ୱର ହାଇଟେକ ମେଡିକାଲ ଯାଉଥିଲା ।

ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସ ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ନିକଟସ୍ଥ ନେଉଳପୁର ରେଲୱେ ଓଭରବ୍ରିଜ ପାଖରେ ଛିଡା ହୋଇଥିବା ଏକ ଡମ୍ପରକୁ ଧକା ଦେଇଥିଲା।

ଯାହା ଫଳରେ ଆମ୍ବୁଲାନ୍ସରେ ଥିବା ଚାରି ଜଣକ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ଗୁରୁତରଙ୍କୁ ମେଡିକାଲରେ ଭର୍ତି କରିଛି। ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି ।