spot_img
Home Blog Page 1432

ବାତ୍ୟା ‘ଦାନା’ ପ୍ରଭାବ: ଘର କାନ୍ଥ ପଡ଼ି ଜଣେ ଗୁରୁତର

ନିମାପଡ଼ା: ଆଜି ରାତିରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ଭଦ୍ରକର ଚାନ୍ଦାବାଲିରେ ଏହା ଲ୍ୟାଣ୍ଡଫଲ୍ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ରହିବ । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ବାତ୍ୟା ‘ଦାନା’ର ପ୍ରାକ ପ୍ରଭାବ ଦେଖିବାକୁ ମିଳିଛି ।

ବାତ୍ୟା ଦାନାର ପ୍ରଭାବରେ ଘର କାନ୍ଥ ପଡି ଜଣେ ଗୁରୁତର ହୋଇଛନ୍ତି । ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଓ ତୁହାକୁ ତୁହା ପବନର ବେଗ ବଢୁଥିବା ବେଳେ ନିମାପଡ଼ା ପୌର ପରିଷଦ ଏକ ନମ୍ବର ୱାର୍ଡ ପାଟପୁର ଗ୍ରାମର କାଳନ୍ଦୀ ପରିଡାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା କାନ୍ଥ । ତାଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଥିବା ବେଳେ ଶରୀର ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ପରିବାର ଲୋକେ କାଳନ୍ଦିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିମାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ପାରାଦୀପ ରାଡାର ପଏଣ୍ଟରେ ସ୍ପଷ୍ଟ ହେଲା ବାତ୍ୟା ‘ଦାନା’ର ଆଖି

ଭୁବନେଶ୍ବର: ସମୟ ଗଢ଼ିବା ସହ ଭୟଙ୍କର ରୂପ ନେଉଛି ବାତ୍ୟା ‘ଦାନା’ । ସମୁଦ୍ର ଭିତରେ ରୂଦ୍ର ରୂପ ଧାରଣ କରିବା ସହ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ପବନର ବେଗ ବଢ଼ିବାରେ ଲାଗିଛି । ଆଉ ସମୁଦ୍ର ମଧ୍ୟରେ ଉଚ୍ଚା ଢେଉ ଆସିବାରେ ଲାଗିଛି । ଏହାରି ଭିତରେ ବାତ୍ୟା ‘ଦାନା’ର ଆଖି ଦେଖାଯାଇଛି ।

ପରାଦୀପ ରାଡାରରେ ସ୍ପଷ୍ଟ ହୋଇଛି ବାତ୍ୟା ‘ଦାନା’ର ଆଖି । ପ୍ରଥମ ଥର ବାତ୍ୟାର ଆଖି ପଏଣ୍ଟ ହୋଇଛି । ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଓଡ଼ିଶା ଉପକୂଳରେ କରିବ ଲ୍ୟାଣ୍ଡଫଲ୍ । ଭଦ୍ରକର ଚାନ୍ଦାବାଲିରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ ରହିବ ।

ଇଣ୍ଡୋନେସିଆରେ ରୋହିଙ୍ଗ୍ୟା ମୁସଲିମଙ୍କୁ ବିରୋଧ, ଡଙ୍ଗାରୁ ଓହ୍ଲାଇ ଦେଲେନି

ନୂସାନତାରା: ବିପୁଳ ସଂଖ୍ୟାରେ ଇଣ୍ଡୋନେସିଆରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ରୋହିଙ୍ଗ୍ୟା ମୁସଲିମ  । ୧୪୦ ଜଣ ଭୋକିଲା ରୋହିଙ୍ଗ୍ୟା ମୁସଲିମ ଇଣ୍ଡୋନେସିଆର ଉତ୍ତର ପ୍ରାନ୍ତରେ ଓହ୍ଲାଇବା ପାଇଁ ପ୍ରୟାସ କରୁଥିବାବେଳେ ତାଙ୍କୁ ଅଟକାଇଛନ୍ତି ସ୍ଥାନୀୟ ବାସିନ୍ଦା  ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ବାଂଲାଦେଶ କକ୍ସ ବଜାରରୁ ଇଣ୍ଡୋନେସିଆର ଦକ୍ଷିଣ ଆଚେ ଜିଲ୍ଲା ଲାବୁହାନ ତଟକୁ ଆସିଥିଲେ ରୋହିଙ୍ଗ୍ୟା  । ପାଖାପାଖି ଦୁଇ ସପ୍ତାହ ଜଳଯାତ୍ରା ପରେ ଡଙ୍ଗାରେ ହିଁ ତିନି ଜଣ ରୋହିଙ୍ଗ୍ୟାଙ୍କ ଭୋକ ଉପାସରେ ପ୍ରାଣ ଚାଲିଯାଇଥିଲା  । ୧୧ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  ।

ପୋଲିସ ସୂଚନା ଅନୁସାରେ ଯେତେବେଳେ ଡଙ୍ଗା ବାଂଲାଦେଶରୁ ବାହାରି ଥିଲା ସେତେବେଳେ ଡଙ୍ଗାରେ ୨୧୬ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୫୦ ଜଣ ଇଣ୍ଡୋନେସିଆର ରିଆଉ ପ୍ରାନ୍ତରେ ଓହ୍ଲାଇ ପଡିଥିଲେ । ଆଚେ ପୋଲିସ ମଣିଷ ତସ୍କରୀ ଅଭିଯୋଗରେ ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି  ।

ମିଆଁମାର ଶରଣାର୍ଥୀ ଭାବେ ବାଂଲାଦେଶରେ ପାଖାପାଖି ୭ ଲକ୍ଷରୁ ଊର୍ଦ୍ଧ୍ବ ରୋହିଙ୍ଗ୍ୟା ବସବାସ କରନ୍ତି  । ୨୦୧୭ରେ ମିଆଁମାରରେ କ୍ରୁର ହିଂସା ପରେ ସେମାନେ ସେଠାରୁ ପଳାଇ ଆସିଥିଲେ  । ମିଆଁମାରରେ ରୋହିଙ୍ଗ୍ୟା ଅଳ୍ପସଂଖ୍ୟକଙ୍କ ସହ ଭେଦଭାବ କରାଯିବା ସହ ଅଧିକାଂଶଙ୍କୁ ନାଗରିକତା ମିଳିନଥିଲା  ।

ଥାଇଲ୍ୟାଣ୍ଡ ଓ ମାଲେସିଆ ଭଳି ଇଣ୍ଡୋନେସିଆ ମଧ୍ୟ ସଂଯୁକ୍ତ ରାଷ୍ଟ୍ରର ୧୯୫୧ ଶରଣାର୍ଥୀ ସମ୍ମିଳନୀରେ ହସ୍ତାକ୍ଷରକର୍ତ୍ତା ନୁହେଁ  । ଯାହାଦ୍ବାରା ସେମାନେ ଶରଣାର୍ଥୀଙ୍କୁ ସ୍ବୀକାର କରିବା ପାଇଁ ବାଧ୍ୟ ନୁହେଁ  । ସାଧାରଣତଃ ସଂକଟରେ ଫସିଥିବା ଶରଣାର୍ଥୀଙ୍କୁ ଅସ୍ଥାୟୀ ଆଶ୍ରମ ପ୍ରଦାନ କରିଥାଏ  ।

ବାତ୍ୟା ଦାନା ଯୋଗୁଁ ପ୍ରଭାବିତ ବିମାନସେବା

ଭୁବନେଶ୍ବର : ବାତ୍ୟା ଦାନା ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହେବ । ଭୁବନେଶ୍ଵର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ପବନର ବେଗ ଅଧିକ ରହିପାରେ, ଯାହା କି ବିମାନ ଉଡ଼ିବା ପାଇଁ ସୁରକ୍ଷିତ ନୁହେଁ । ତେଣୁ ଆଜି ସଂଧ୍ୟା ୫ଟାରୁ ଆସନ୍ତାକାଲି ସକାଳ ୯ଟା ଯାଏ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଏହା ଦ୍ଵାରା ୪୦ ବିମାନ ସେବା ପ୍ରଭାବିତ ହେବ । କିଛି ଫ୍ଲାଇଟ୍ ବନ୍ଦ ରହିବ, କିଛି ଡେରି ହେବ, କିଛି ରିସିଡ୍ୟୁଲ ହେବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି । ପାଣିପାଗ ଦେଖି ଆସନ୍ତାକାଲି ସକାଳେ ସମୀକ୍ଷା କରାଯାଇ ପୁଣି ଥରେ ନିଷ୍ପତ୍ତି ନିଆଯିବ । ଏବେ ଦିଲ୍ଲୀ ହେଡ଼କ୍ୱାର୍ଟର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମନିଟରିଂ କରୁଛନ୍ତି । ସେମାନେ ବୈଷୟିକ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପରର ଗାଇଡ଼ଲାଇନ ଅନୁସାରେ ପୁଣି ବିମାନ ସେବା ନେଇ ନିଷ୍ପତ୍ତି ନିଆଯିବ। ଅନ୍ତର୍ଜାତୀୟ ବିମାନ ସେବା କୁଆଲାମପୁର ବିମାନ ବି ବନ୍ଦ ରହିବ। ଯେଉଁମାନେ ଟିକେଟ କରିଛନ୍ତି, ବିମାନ କମ୍ପାନୀ ସମ୍ପୂର୍ଣ୍ଣ ରିଫଣ୍ଡ ଦେବେ ନ ହେଲେ ଫ୍ଲାଇଟ୍ ରିସ୍ୟୁଡୁଲ କରିବେ । DGCA ନିୟମ ଅନୁସାରେ ଏହା କରାଯିବ ବୋଲି ଭୁବନେଶ୍ଵର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

ବାତ୍ୟା ଦାନା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ଯାପକ ବ୍ୟବସ୍ଥା

ଭୁବନେଶ୍ବର : ବାତ୍ୟା ‘ ଦାନା ‘କୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ବରରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିଜେ ପୋଲିସ କମିଶନର ବାତ୍ୟାର ତଦାରଖ କରୁଛନ୍ତି। କୌଣସି ପ୍ରକାର ବିପଦକୁ ଏଡ଼ାଇବା ପାଇଁ ଥାନାରେ ଆବଶ୍ୟକତାଠୁ ଅଧିକ ଫୋର୍ସ ମୁତୟନ କରାଯାଇଛି । ଏହାସହ ଗଛ କାଟିବା ପାଇଁ ଆବଶ୍ୟକୀୟ ମେସିନ, ଶୁଖିଲା ଖାଦ୍ୟ , ବିସ୍କୁଟ ଆଦି ମହଜୁଦ ରଖାଯାଇଛି । ତଳିଆ ଅଞ୍ଚଳ କିମ୍ବା ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଉପରେ ନଜର ରଖାଯାଇଛି । ପକ୍କା ଘର ନଥିଲେ ସେମାନଙ୍କୁ ନିକଟସ୍ଥ ଛାତ ଘର, କଲ୍ୟାଣମଣ୍ଡପ, ବାତ୍ୟା ଆଶ୍ରୟସ୍ଥଳୀ , କମ୍ୟୁନିଟି ସେଣ୍ଟରକୁ ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା ହୋଇଛି । ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ପ୍ରାକୃତିକ ଦୁର୍ବିପାକକୁ ରୋକିବା ପାଇଁ ବିଏମସି ସହଭାଗିତାରେ କମାଣ୍ଡ କଣ୍ଟ୍ରୋଲ ରୁମ କରାଯାଇଛି । ତେଣୁ ରାଜଧାନୀ ବାସୀଙ୍କ ଡ଼ରିବା ର କୌଣସି ଆବଶ୍ୟକତା ନଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । 

ବାତ୍ୟା ଦାନା ପ୍ରଭାବରେ କେଉଁ ଜିଲ୍ଲାରେ କେତେ ବହିବ ପବନ,ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ : ବାତ୍ୟା ଦାନା ପ୍ରଭାବରେ ଆଜି ସକାଳୁ ସନ୍ଧ୍ୟା ମଧ୍ୟରେ  ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାର  ଉପକୂଳ ଓ ସଲଗ୍ନ ଅଞ୍ଚଳ ମାନଙ୍କରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୮୦ କିମି ମଧ୍ୟରେ ରହିବ । ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, କଟକ ଏବଂ କେନ୍ଦ୍ରାପଡା ନିକଟବର୍ତ୍ତୀ ଅଞ୍ଚଳରେ ପବନର ଘଣ୍ଟାପ୍ରତି ବେଗ  ୧୦୦ରୁ ୧୨୦ କିମି ମଧ୍ୟରେ ରହିବ । କେଉଁଝର, ଢେଙ୍କାନାଳ, ପୁରୀ ଏବଂ କଟକର କିଛି ଅଞ୍ଚଳରେ ୭୦ରୁ ୯୦ କିମି ମଧ୍ୟରେ ପବନ ବହିବ ।

 

ବାରମ୍ବାର ଦିଗ ବଦଳାଉଛି ବାତ୍ୟା ‘ଦାନା’, ଚାନ୍ଦବାଲିରେ କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ବର: ବାତ୍ୟା ଦାନା ଆସିବା ପୂର୍ବରୁ ଓଡିଶାର କେନ୍ଦ୍ରାପଡା ସମୁଦ୍ର ମୁହାଣରେ ଉଠିଲାଣି ବଡ ବଡ ଢେଉ  । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଖବର ଲେଖାଯିବା ସୁଦ୍ଧା ବାତ୍ୟା ଦାନା କେନ୍ଦ୍ରାପଡାର ତାଳଚୁଆ ଠାରେ ଲ୍ୟାଣ୍ଡଫଲ କରିବାର ସୂଚନା ରହିଛି  । ଆଜି ରାତି ସୁଦ୍ଧା ଭିତରକନିକା ଜାତୀୟ ଉଦ୍ୟାନ ଓ ଧାମରା ବନ୍ଦର ମଝିରେ ପହଞ୍ଚିବାର ସମ୍ଭାବନା ରହିଛି  । ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୨୦ ରୁ ୧୨୫ କିଲୋମିଟର ରହିବ  ।

IMD ସୂଚନା ଅନୁସାରେ ବାତ୍ୟା ଦାନା ସ୍ଥଳଭାଗ ମୁହାଁ ହେଉଥିବାରୁ ଓଡିଶା ଓ ପଶ୍ଚିମବଙ୍ଗର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ସମୀକ୍ଷା କରିଛନ୍ତି  । ବାତ୍ୟା ଦାନାର ପ୍ରଭାବ ଓଡିଶା, ପଶ୍ଚିମବଙ୍ଗ ସମେତ ବିହାର, ଝାଡଖଣ୍ଡ ପର୍ଯ୍ୟନ୍ତ ଦେଖିବାକୁ ମିଳିବ  ।

ଟାପୁରେ ଫସିଲେ ମତ୍ସ୍ୟଜୀବୀ

ମୟୂରଭଞ୍ଜ କପ୍ତିପଦା ବ୍ଲକ କାଳ ଡ୍ୟାମ ଭିତରେ ଟାପୁରେ ଫସିଲେ ମତ୍ସ୍ୟଜୀବୀ। ମାଛ ମାରିବାକୁ ଯାଇଥିବା ବେଳେ ପବନ ଓ ବର୍ଷା କାରଣରୁ କାଳ ଡ୍ୟାମ ଟାପୁରେ ଫସି ରହିଲେ ଯୁବକ। ଉଦ୍ଧାର କରିବାକୁ ଟାପୁରେ ପହଁଚିଲା ଓଡ୍ରାଫ ଟିମ ।

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେବ ବାତ୍ୟା ଦାନା

ଆଜି ମଧ୍ୟ ରାତ୍ରିରୁ କାଲି ସକାଳ ଭିତରେ ଲ୍ୟାଣ୍ଡଫଲ୍।ଉପକୂଳ ପାଖରେ ବା ନିକଟରେ ଜୁଆର ୨ ମିଟର ପର୍ଯ୍ୟନ୍ତ ଆସିବ। ଆଜି ରାତିରୁ କାଲି ସକାଳ ୯ ପର୍ଯ୍ୟନ୍ତ ସମୟ ଗୁରୁତ୍ୱପୂର୍ଣ୍ଣ। ଏହାର ପ୍ରଭାବରେ କେଉଁଝର , ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ବୌଦ୍ଧ,ନୟାଗଡ଼ରେ ବର୍ଷା ହୋଇପାରେ। ଏବେ ପାଇଁ ବାତ୍ୟା ଦୁର୍ବଳ ହେବାର କୌଣସି ସଂକେତ ନାହିଁ। ଭୀଷଣ ବାତ୍ୟା ରୂପରେ କରିବ ଲ୍ୟାଣ୍ଡଫଲ୍ ବା ଉପକୂଳ ଅତିକ୍ରମ କରିବ।

କମିଶନରେଟ ପୋଲିସ ଯୋଗାଇବ ଶୁଖିଲା ଖାଦ୍ୟ

ବାତ୍ୟା ‘ ଦାନା ‘ କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିଜେ ପୋଲିସ କମିଶନର ବାତ୍ୟାର ତଦାରଖ କରୁଛନ୍ତି। କୌଣସି ପ୍ରକାର ବିପଦକୁ ଏଡ଼ାଇବା ପାଇଁ ଥାନାରେ ଥାନାରେ ଆବଶ୍ୟକତା ଠୁ ଅଧିକ ଫୋର୍ସ ମୁତୟନ କରାଯାଇଛି । ଏହାସହ ଗଛ କାଟିବା ପାଇଁ ଆବଶ୍ୟକୀୟ ମେସିନ, ଶୁଖିଲା ଖାଦ୍ୟ , ବିସ୍କୁଟ ଆଦି ମହଜୁଦ ରଖାଯାଇଛି । ତଳିଆ ଅଞ୍ଚଳ କିମ୍ବା ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଉପରେ ନଜର ରଖାଯାଇଛି । ପକ୍କା ଘର ନଥିଲେ ସେମାନଙ୍କୁ ନିକଟସ୍ଥ ଛାତ ଘର, କଲ୍ୟାଣମଣ୍ଡପ , ବାତ୍ୟା ଆଶ୍ରୟସ୍ଥଳୀ , କମ୍ୟୁନିଟି ସେଣ୍ଟରକୁ ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା ହୋଇଛି ।

ଆଜି ସନ୍ଧ୍ୟାରୁ କାଲି ଯାଏଁ ବିମାନ ଚଳାଚଳ ବନ୍ଦ

ଭୁବନେଶ୍ୱରରେ ପବନ ବେଗ 35-40 MPH ରୁ ଅଧିକ ରହିବା ନେଇ ପାଣିପାଗ ସୂଚନା ରହିଛି । ଯାହା ବିମାନ ଉଡିବା ପାଇଁ ସୁରକ୍ଷିତ ନୁହେଁ । ଗତକାଲି ରାତିରେ ଏ ନେଇ ଜରୁରୀକାଳୀନ ବୈଠକ ବସିଥିଲା । ତେଣୁ ସବୁ ଅଂଶୀଦାର ନିଷ୍ପତ୍ତି ନେଲୁ ଯେ ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସକାଳ ୯ଟା ଯାଏଁ ବିମାନ ସେବା ବନ୍ଦ ରହିବ । କାଲି ସକାଳେ ପୁଣି ସମୀକ୍ଷା ହେବା ପରେ  ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଲେ ବିମାନ ବନ୍ଦର କର୍ତ୍ତୃପକ୍ଷ  ।

କଳାବଜାରୀ ରୋକିବାକୁ ଚଢାଉ

ବ୍ୟତ୍ୟା ସମୟର କଳାବଜାରୀ ରୋକିବା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଥିବା ଗ୍ୟାସ ଡିପୋ, ଆଳୁ ଗୋଦାମ, ଗ୍ରସରୀ ଦୋକାନ ଉପରେ ତହସିଲ ଓ ଯୋଗାଣ ବିଭାଗ ପକ୍ଷରୁ ଚଢାଉ।

ମୟୂରଭଞ୍ଜରେ ୨୫ ହଜାରରୁ ଉର୍ଦ୍ଧ୍ବ ସ୍ଥାନାନ୍ତରଣ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଅଂଚଳରେ ୪୦୦ରୁ ଉର୍ଦ୍ଧ୍ବ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି। ସମଗ୍ର ଜିଲ୍ଲାରେ ଥିବା ୧୦ ଗୋଟି ସ୍ଥାୟୀ ଆଶ୍ରୟସ୍ଥଳୀ ସମେତ ବିଭିନ୍ନ ଅଂଚଳରେ ହୋଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀ କରାଯାଇଛି  । ମଧ୍ୟାହ୍ନ ସୁଦ୍ଧା ୨୫ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣଙ୍କୁ ସ୍ଥାନାନ୍ତରୀକରଣ କରାଯାଇଛି।

ସ୍ଥାନାନ୍ତର ହେବେ ୬୦ ହଜାର ପଶୁ 

ପ୍ରାଣୀ ସମ୍ପଦର ସୁରକ୍ଷା ଗୁରୁତ୍ୱପୂର୍ଣ  । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ୬୦ ହଜାର ପଶୁଙ୍କୁ ଆଶ୍ରୟ ସ୍ଥଳୀକୁ ଅଣାଯିବାପାଇଁ ବ୍ୟବସ୍ଥା ହୋଇଛି  । ୧ ହଜାର ଟନ ଗାଈ ଗୋରୁ ଆଶ୍ରୟ ସ୍ଥଳୀ ହୋଇଛି  । ୧ ହଜାର କୁଣ୍ଡା ଓ ଡ୍ରାଏ ଫୁଡ ବ୍ୟବସ୍ଥା ହୋଇଛି  । ପଶୁ ଅସୁସ୍ଥ ବା ଆଘାତ ହେଲେ ୧୯୬୨ କୁ ଯୋଗାଯୋଗ କରିବାକୁ ନିବେଦନ କରିଛି ପ୍ରଶାସନ  ।

ଚାନ୍ଦବାଲିରେ କରିବ ଲ୍ୟାଣ୍ଡଫଲ୍‌

ବାରମ୍ବାର ଦିଗ ବଦଳାଉଛି ବାତ୍ୟା ଦାନା  । ଦାନା ଏକଜାଟ୍‌ କେଉଁଠି ଲ୍ୟାଣ୍ଡଫଲ କରିବ ଏପର୍ଯ୍ୟନ୍ତ ସଠିକ ସୂଚନା ଦେଇନାହିଁ ଆଇଏମଡି  । ଖବର ଲେଖାଯିବା ସୁଦ୍ଧା ବାତ୍ୟା ଦାନା ଚାନ୍ଦବାଲିରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆଇଏମଡି ସୂଚନା ଦେଇଛି  ।

ଦଶ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରଣ

ଖବର ଲେଖାଯିବା ସୁଦ୍ଧା ପାଖାପାଖି ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଗଲାଣି  । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ ରୁ ୧୨୫ କିଲୋମିଟର ରହିବ  ।

ରାତି ସୁଦ୍ଧା ଓଡିଶା ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା

ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା  । ଆଜି ମଧ୍ୟରାତ୍ରିରୁ ଅକ୍ଟୋବର ୨୫ ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା  । ପବନର ବେଗ ଧୀରେ ଧୀରେ ବଢିବା ସହ ରାତିରେ ବେଗ ଅଧିକ ରହିବ  ।

ଭଦ୍ରକ, କେନ୍ଦ୍ରାପଡାରେ ଉଦ୍ଧାରକାର୍ଯ୍ୟ ଜାରି

ବାତ୍ୟା ଦାନା ଆସିବା ପୂର୍ବରୁ ଲୋକଙ୍କୁ ଆଶ୍ରୟସ୍ଥଳରେ ପହଞ୍ଚାଉଛି ପ୍ରଶାସନ  । କିଛି ଲୋକେ ବାତ୍ୟା ଆଶ୍ରୟସ୍ଥଳକୁ ନିଜେ ଆସୁଥିବା ବେଳେ ଆଉ କିଛି ଲୋକଙ୍କୁ ଘରୁ ଆଣିବା ପାଇଁ ପ୍ରୟାସ ଚଳାଇଛି ପୋଲିସ  ।

ଦାନା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, କେଉଁ ଜିଲ୍ଲାରେ ହୋଇଛି କେତେ ପରିମାଣର ବର୍ଷା ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ପାରାଦୀପରେ ସର୍ବାଧିକ ୬୨.୯ ମିମି ବର୍ଷା ରେକର୍ଡ କରାଯାଇଛି । ଚାନ୍ଦବାଲି ୪୬.୨ ମିମି , କୁଜଙ୍ଗ  ୨୭ ମିମି  ଏବଂ ରାଜକନିକାରେ ୨୭ ମିମି ବର୍ଷା ରେକର୍ଡ ହୋଇଛି  । ସେହିପରି ନୀଳଗିରି ୨୩ ମିମି , ପଟ୍ଟାମୁଣ୍ଡାଇ ୨୨.୫ମିମି , ଆଳି ୨୧ ମିମି , ସୋର ୧୯ ମିମି , ବେତନଟୀ ୧୯ ମିମି , ଔପଦା ୧୮ ମିମି , ଧାମନଗର ୧୬ ମିମି , ସାରସକଣା ୧୬ ମିମି ,ବାଙ୍ଗିରିପୋଷି ୧୨.୬ ମିମି ଏବଂ ଭଦ୍ରକରେ ୧୨.୩ ମିମି ବର୍ଷା ହୋଇଛି । ତେବେ ସୂଚନା ଅନୁସାରେ , ଭୀଷଣ ବାତ୍ୟା ଦାନା ଲ୍ୟାଣ୍ଡଫଲ୍ ସମୟରେ ଗତିପଥ ବଦଳାଇବା ସହ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ  ।

ବାତ୍ୟା ଦାନା ପ୍ରଭାବରେ ଅଶାନ୍ତ ହେଉଛି ସମୁଦ୍ର

କେନ୍ଦ୍ରାପଡା : ରାଜନଗର ପେଣ୍ଠରେ ଧୀରେ ଧୀରେ ଅଶାନ୍ତ ସମୁଦ୍ରରୁ ଉଠୁଛି ବଡ଼ ବଡ଼ ଢେଉ । ବହୁଛି ପବନ, ଲାଗି ରହିଛି ତୁହାକୁ ତୁହା ବର୍ଷା  । ସମୁଦ୍ରରେ ବଡ ବଡ ଢେଉକୁ ଦେଖି ଲୋକେ ଛାନିଆ । ଯଦି ପାଣି ମାଡିଆସିବ ତେବେ ଏକର ଏକର ଚାଷ ଜମି ନଷ୍ଟ ହୋଇଯିବ ଭାବି ଚିନ୍ତାରେ ଚାଷୀ। ଧୀରେ ଧୀରେ ଅଶାନ୍ତ ସମୁଦ୍ରରୁ ଉଠୁଛି ବଡ଼ ବଡ଼ ଢେଉ । ବହୁଛି ପବନ ବଢୁଛି ବର୍ଷା । ତୁହାକୁ ତୁହା ବର୍ଷା ପବନ ସକାଳୁ ଲାଗି ରହିଛି । ସେପଟେ ସମୁଦ୍ରରେ ଉଠୁଛି ବଡ଼ ବଡ଼ ଢେଉ ଯାହାକୁ ଦେଖି ଲୋକେ ଛାନିଆ। ଯଦି ପାଣି ମାଡ଼ି ଗଲା ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇଯିବ। ଆଶା ଆଶଙ୍କାରେ ରାଜନଗର ପେଣ୍ଠ  ଆଉ ଆଖ ପାଖ ଅଞ୍ଚଳରେ ଗ୍ରାମବାସୀ।

ଭାରତ ହେବ AI ହବ୍, ରିଲାଏନ୍ସ ଏବଂ Nvidia ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ

ନୂଆଦିଲ୍ଲୀ : ଭାରତ ପୁଣିଥରେ ପୁରା ବିଶ୍ବରେ ନିଜର ପ୍ରାଧାନତ୍ବ  ବିସ୍ତାର କରିବାକୁ ଯାଉଛି  । ନୂଆ ଟେକ୍ନୋଲୋଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା AI ମାଧ୍ୟମରେ ଭାରତ ସାରା ବିଶ୍ବରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛି  । ଭାରତକୁ ଏହି ଟେକ୍ନୋଲୋଜିରେ ଏକ୍ସପର୍ଟସ୍ ହେବା ପାଇଁ ରିଲାଏନସ୍ କମ୍ପାନୀ ଏବଂ ବିଶ୍ବର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ NVIDIA ଏନଭିଡିଆର ପ୍ରତିଷ୍ଠାତା ଜେଏନସନ୍ ହୁଆଙ୍ଗ୍ AIର ଏକ ସମ୍ମିଳନୀରେ ମିଳିତ ଭାବରେ ଅଧ୍ୟକ୍ଷତା କରିବେ  ।

ମୁମ୍ବାଇର ଜିଓ କନଭେକ୍ସନ ହଲରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଟେକ୍ନୋଲୋଜି ଜଗତର ବଡ ବଡ କମ୍ପାନୀ ମାନେ ମଧ୍ୟ ଭାଗ ନେବେ  । ଏହି ସମ୍ମିଳନୀରେ ପରିବର୍ତ୍ତନ ଶିଳ୍ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା AIର ଭୂମିକା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ  । ଏହା ସହିତ କିଭଳି ଭାରତ ପୁରା ବିଶ୍ବରେ ଏକ ରୋଲ୍ ମଡେଲ୍ ଭାବରେ ଉଭା ହୋଇଛି ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ  । ସୂଚନା ଅନୁସାରେ , ଅଗଷ୍ଟରେ ରିଲାଏନ୍ସ ର ବାର୍ଷିକ ବୈଠକରେ ମୁକେଶ ଅମ୍ବାନୀ ଦେଶରେ  AI ଭିତ୍ତିଭୂମିର ବିକାଶ କରିବାକୁ ଅଧିକ ଗୁରୁତ୍ବ ଦିଆଯାଉ ବୋଲି କହିଥିଲେ  । ଏହା ସହିତ ଗୁଜୁରାଟର ଜାମନଗରରେ AI ଦ୍ବାରା ପ୍ରସ୍ତୁତ ଏକ ଡାଟା ସେଣ୍ଟର ନିର୍ମାଣ କରିବାକୁ ଘୋଷଣା କରିଥିଲେ  ।