spot_img
Home Blog Page 1437

ଘଣ୍ଟାପ୍ରତି ୬ କି.ମି ବେଗରେ ଆଗକୁ ବଢୁଛି ଗଭୀର ଅବପାତ

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟିହେଲା ଅବପାତ। ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହି ଅବପାତ ପଶ୍ଚିମ- ଉତ୍ତର ପଶ୍ଚିମକୁ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଆଗକୁ ବଢୁଛି। ଏହା ପୂର୍ବ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ରହିଛି। ପାରାଦୀପରୁ ଦକ୍ଷିଣ ପୂର୍ବକୁ ୭୦୦ କିଲୋମିଟର ଦୂରରେ ରହିଛି। ସାଗର ଦ୍ବୀପପୁଞ୍ଜରୁ ୭୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବକୁ ରହିଛି। ୨୩ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ରହିବ ବାତ୍ଯା। ୨୪ ସକାଳ ସୁଦ୍ଧା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେହ। ପୁରୀ ଓ ସାଗର ଦ୍ବୀପ ମଧ୍ଯରେ ଗତି କରିବା ସମ୍ଭାବନା ରହିଛି। ପବନର ଗତି ରହିବ ୧୦୦ରୁ ୧୨୦ କିଲୋମିଟର।

ଆଜିଠାରୁ ୨୫ ଯାଏ ସମୁଦ୍ରକୁ ଯିବାକୁ ମନା କରିଛି ପାଣିପାଗ ବିଭାଗ। ସବୁ ବନ୍ଦର ଲାଗି ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ୨୩ ତାରିଖରୁ ପାଗ ବଦଳିବ। ୨୩ ତାରିଖ ପାଇଁ ୭ ଜିଲ୍ଲାକୁ ପ୍ରବାଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ୨୪ରେ ଭୀଷଣ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ସେଗୁଡ଼ିକ ହେଲା କଟକ, ଯାଜପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ଏହି ଜିଲ୍ଲା ଗୁଡ଼ିକରେ ୩ଶହ ମିଲିମିଟର ବର୍ଷା ହେବା ନେଇ ଆକଳନ କରାଯାଇଛି । ଏହିପରି ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେଗୁଡ଼ିକ ହେଲା କେନ୍ଦ୍ରାପଡ଼ା. ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ । ଏହି ଜିଲ୍ଲା ଗୁଡ଼ିକରେ ୨ଶହ ମିଲିମିଟର ବର୍ଷା ହେବ ।

୮ଟି ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୫ ତାରିଖରେ ପ୍ରବଳ ବର୍ଷା ହେବା ନେଇ ୪ ଜିଲ୍ଲାକୁ ରେଡ୍ ଆଲର୍ଡ ଜାରି କରାଯାଇଛି । ସେଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ । ଏହି ବାତ୍ୟାରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଅଧିକ ପ୍ରଭାବିତ ହେବା ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ୨୬ ତାରିଖ ଯାଏଁ ବର୍ଷା ହେବାକୁ ଥିବା ବେଳେ ସମୁଦ୍ର ଭୀଷଣରୁ ଅତି ଭୀଷଣର ରୂପ ନେବ ।

ବାତ୍ୟା ‘ଦାନା’ କୁ ନେଇ କ’ଣ କହିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ?

ଭୁବନେଶ୍ବର: ପାଖେଇ ଆସୁଛି ବାତ୍ୟା ଦାନା । ବାତ୍ୟା ନେଇ IMD DG ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ ସୂଚନା  । ଅବପାତ ଆଜି ଗଭୀର ଅବପାତରେ ପରିଣତ ହେବ  ୨୪ ଓ ୨୫ ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।  ପୁରୀରୁ ସାଗରଦ୍ବୀପ ମଧ୍ୟରେ ଏହାର ପ୍ରଭାବ ରହିବ  ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୦୦ରୁ ୧୨୦ କିମି ରହିବ । ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗରେ ଏହାର ବେଶୀ ପ୍ରଭାବ ରହିବ । ଏହାର ପ୍ରଭାବରେ କିଛି ସ୍ଥାନରେ ପ୍ରବଳ ବର୍ଷିବ ।

ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଅବପାତରେ ପରିଣତ ହୋଇଛି। ପଶ୍ଚିମ- ଉତ୍ତର ପଶ୍ଚିମକୁ ଗତି କରିବାବେଳେ ଘଣ୍ଟାପ୍ରତି ୬ କିଲୋମିଟର ରହିଥଇଲା। ବର୍ତ୍ତମାନ ଏହା ପୂର୍ବ ବଙ୍ଗୋପ ସାଗରରେ ରହିଛି। ପାରାଦୀପରୁ ଦକ୍ଷିଣ ପୂର୍ବକୁ ୭୦୦ କିଲୋମିଟର ଦୂରରେ ରହିଛି। ସାଗର ଦ୍ବୀପପୁଞ୍ଜରୁ ୭୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବକୁ ରହିଛି। ୨୩ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ରହିବ ବାତ୍ଯା। ୨୪ ସକାଳ ସୁଦ୍ଧା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେହ।

 

ବାତ୍ୟା ପାଇଁ ସବୁ ପରିବାର ଦର ଆକାଶଛୁଆଁ; ଆଳୁ ୪୦ଟଙ୍କା, ପିଆଜ ୬୦ ଟଙ୍କା ।

କଟକ: ସମ୍ଭାବ୍ୟ ବାତ୍ୟା ଦାନା ପାଇଁ କଟକ ଛତ୍ରବଜାରରେ ଲୋକଙ୍କ ଭିଡ଼। ଆଳୁ, ପିଆଜ ପନିପରିବା କିଣିବା ପାଇଁ ଲୋକଙ୍କ ଗହଳି। ଆଉ ଏହି ସମୟରେ ଆଳୁ, ପିଆଜ ଦର ହଠାତ ବୃଦ୍ଧି ପାଇଛି। ଗତକାଲି ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ଆଜି ତାହା ୫୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ପିଆଜ ୭୦ ଟଙ୍କା ରେ ବିକ୍ରୀ ହେଉଛି।

ବର୍ଦ୍ଧିତ ଦର ପଛରେ କିଛି କାରଣ ନଥିବା ବେଳେ କଳାବଜାରୀ ହେଉଥିବା ସିଧାସଳଖ ଅଭିଯୋଗ କରିଛନ୍ତି ଗ୍ରାହକ। ଦର ବୃଦ୍ଧି ହୋଇଥିଲେ ବି ନିୟନ୍ତ୍ରଣ ପାଇଁ  କଳା ବଜାରୀ ରୋକିବାକୁ ଛତ୍ରବଜାରରେ ପହଞ୍ଚିଲା ଯୋଗାଣ ବିଭାଗ ।

୨୫ ତାରିଖ ଓଡିଶା ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ : ସୁରେଶ ପୂଜାରୀ

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା ଅବପାତରେ ପରିଣତ ହୋଇଛି। ୧୧୦ କିଲୋମିଟର ବେଗରେ ପବନ ବହିପାରେ | ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନ ସହ ସମ୍ପର୍କରେ ରହିଛି ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ। ୨୫୦ ରିଲିଫ ସେଣ୍ଟର ଗ୍ରାଉଣ୍ଡ ଜିରୋରେ ତଦାରଖ ସରିଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ | ଆଶ୍ରୟ ସ୍ଥଳୀ ବାହାରେ ୫୦୦ ରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କ ଚିକିତ୍ସା, ରନ୍ଧା ଖାଦ୍ୟ, ଗର୍ଭବତୀ ତାଲିକା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରିଛି । ୨୫ ତାରିଖ ସକାଳ ମହତ୍ୱପୂର୍ଣ୍ଣ ଦିନ  ।

ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯାଉଛି | ପୋଲିସ ପେଟ୍ରୋଲିଙ୍ଗ ହେବ । ଆବଶ୍ୟକସ୍ଥଳରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ପଲିଥିନ ଗଛିତ କରାଯାଇଛି | ସବୁ ବନ୍ଦରକୁ ରେଡ ଆଲର୍ଟ ଜାରି କରାଯାଇଛି । ବାତ୍ୟାର ଦିଗ ବଦଳିଲେ ମଧ୍ୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି । ଯେଉଁମାନେ ବିଗତ ବାତ୍ୟା ସମୟରେ ଜିଲ୍ଲାପାଳ, ଏଡିଏମ ଓ ବିଡ଼ିଓ ଭାବେ କାର୍ଯ୍ୟ କରିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । ଯେଉଁ ବିଭାଗରେ ବି ସେମାନେ ଥିବେ ସେଠାରୁ ଆଣି ଭିନ୍ନ ଭିନ୍ନ ଜିଲ୍ଲାକୁ ପଠାଯିବ । ରେଡ ଜୋନ ଜିଲ୍ଲା ପାରାଦ୍ୱୀପ ଠାରୁ ପୁରୀ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାକୁ ଏନଡିଆରଏଫ ଟିମ ବାହାରି ସାରିଲେଣି | ରିଲିଫ ସେଣ୍ଟରରେ ପାୱାର ସପ୍ଲାଇ ପାଇଁ ପ୍ରସ୍ତୁତି ସରିଛି। ବାତ୍ୟା ସମୟ ରେ ହେବାକୁ ଥିବା ଲୋକାଲ ପରୀକ୍ଷା ସବୁ ବାତିଲ କରାଯିବ ବୋଲି ସୂଚନା ଦେଲେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ମାଡି ଆସୁଛି ବାତ୍ୟା `ଦାନା’, ଜିରୋ କାଜୁଆଲିଟି ଲକ୍ଷ୍ୟ ଉପରେ ଗୁରୁତ୍ବ

ଭୁବନେଶ୍ବର: ମାଡି ଆସୁଛି ବାତ୍ୟା `ଦାନା’ । ବିପର୍ଯ୍ୟୟ ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର । ବାତ୍ୟା ବେଳେ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖିଛି ପ୍ରଶାସନ । ଏନେଇ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ଏନଡିଆରଏଫ୍ ଟିମ୍ । ପୁରୀରେ ଗୋଟିଏ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଥିବା ବେଳେ ଜଗତସିଂହପୁରରେ ଦୁଇଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି ।

ସେହିଭଳି ଭଦ୍ରକରେ ଦୁଇଟି ଟିମ୍ , କେନ୍ଦ୍ରାପଡାରେ ଦୁଇଟି , ବାଲେଶ୍ବରରେ ଦୁଇଟି, ମୟୂରଭଞ୍ଜରେ ଗୋଟିଏ ଟିମ୍ ଏନଡିଆରଏଫ୍ ମୁତୟନ ହୋଇଛନ୍ତି । ୬ ଜିଲ୍ଲାରେ ମୋଟ ୧୦ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ୧୦ଟିମ୍ ସହ ୧୦ ଜଣ ଇନ୍ସପେକ୍ଟର ଓ ୨୦ ଜଣ ସବ୍ ଇନ୍ସପେକଟର ସାମିଲ ରହିବେ । ବାତ୍ୟା ବେଳେ ବିଭିନ୍ନ ସ୍ଥାନରେ ଏହି ସବୁ ଟିମ୍ ରେସକ୍ୟୁ ଅଭିଯାନ ଜାରି ରଖିବେ ।

ବାତ୍ୟା “ଦାନା” ର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁୂରୋ: ସାମ୍ଭାବ୍ୟ ବାତ୍ୟା “ଦାନା” ର ମୁକାବିଲା ନେଇ ଅଗ୍ନିଶମ ବାହିନୀ ସହିତ ପ୍ରସ୍ତୁତ ରହିଛି ଯନ୍ତ୍ରପାତି । ଭୁବନେଶ୍ଵର ଅଗ୍ନିଶମ ବାହିନୀର ୩୦ରୁ ଅଧିକ ପ୍ଲାଟୁନ୍ ଫୋର୍ସ ସହିତ କଟର, ତେଲଟାଙ୍କି, ସ୍କୁବା, କଂକ୍ରିଟ କଟର, ଲାଇଭ୍ ଜ୍ୟାକେଟ୍, ଲାଇଭ୍ ବଏ, ଲାଇଫ ଲାଇନ୍, ଆସ୍କା ଲାଇଟ୍, ପାଟ୍ରୋଲିଂ ବାଇକ୍, କୁମ୍ଵିଂ ଟୁଲ୍ସ, ଓବିଏମ ମଧ୍ୟ ପ୍ରସ୍ତୁତ ରହିଛି।

ବାତ୍ୟା ପରେ ରାସ୍ତାରେ ଗଛ ପଡ଼ିଲେ ଗଛ କାଟିବେ ଅଗ୍ନିଶମ ବାହିନୀ । ବନ୍ୟା ସ୍ଥିତିରେ ଜଳ ନିଷ୍କାସନ ଓ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା କାର୍ଯ୍ୟ କରିବେ ।

ପୁଣି ଚର୍ଚ୍ଚାରେ ଭୁବନେଶ୍ଵର ଝାରପଡ଼ା ଜେଲ, ଜେଲରୁ କଏଦୀ ପଠାଉଛନ୍ତି ଧମକପୂର୍ଣ୍ଣ ଭିଡ଼ିଓ

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଭୁବନେଶ୍ଵର ଝାରପଡ଼ା ଜେଲ। ଜେଲ ଭିତରେ ରହି ଉତ୍ପାତ କରୁଛନ୍ତି ବିଚାରାଧୀନ କଏଦୀ। ଏହି ଭିଡ଼ିଓ ଦେଖିଲେ ଥରି ଉଠିବ ଛାତି। ନନ୍ଦିଘୋଷ ଟିଭି ହାତରେ ଲାଗିଥିବା ଏହି Exclusive ଭିଡିଓ ଦେଖନ୍ତୁ । ବିଚାରଧୀନ କଏଦୀଙ୍କ ଉତ୍ପାତ ଦେଖି ଲୋକ ଛାନିଆଁ । ଜେଲ ଭିତରେ ରହି ଜୀବନରୁ ମାରିଦେବାକୁ ଧମକପୂର୍ଣ୍ଣ ଭିଡ଼ିଓ ପଠାଇବା ସହ ବଟି ମାଗୁଛନ୍ତି କିଛି ଅଭିଯୁକ୍ତ ।

https://youtu.be/YJ8_XeXZIJk

ଟଙ୍କା ନଦେଲେ ହାଣି ଦେବାକୁ ଦେଉଛନ୍ତି ଧମକ । କିଛି ଜୀବନ ବିକଳରେ ଟଙ୍କା ବି ଦେଇଛନ୍ତି। ଆଉ କିଛି ବ୍ୟବସାୟୀ ଏବେ ଏଭଳି ଭିଡିଓ ଦେଖି କୋକୁଆ ଭୟରେ ଅଛନ୍ତି । କେବଳ ବ୍ୟବସାୟୀ ନୁହେଁ ସାକ୍ଷୀଙ୍କୁ ବି ଖୋଲା ଧମକ ଦିଆଯାଉଥିବା ଅଭିଯୋଗ ଆସିଛି। ହେଲେ ମିଡ଼ିଆରେ ମୁଁହ ଖୋଲିବାକୁ ସମସ୍ତଙ୍କ ଡ଼ର । ଏହି ଭିଡ଼ିଓ ଦେଖିଲେ ଯେ କେହିବି ଡରିଯିବା ସ୍ୱାଭାବିକ କଥା ।

ତେବେ ଜେଲ ଭିତରକୁ ସ୍ମାର୍ଟ ଫୋନ ଆସିଲା କେମିତି? ଜେଲ ଭିତରୁ ଧମକପୂର୍ଣ୍ଣ ଭିଡ଼ିଓ କଲ କରାଗଲା କେମିତି? ଏମିତି କେତେ ସ୍ମାର୍ଟ ଫୋନ ଜେଲ ଭିତରେ ରହିଛି, ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଭିଡିଓ ଟି ଝାରପଡା ଜେଲ ଭିତର ର ହୋଇଥିବା ସନ୍ଦେହ କରାଯାଉଛି । ତେବେ କ୍ରାଇମ ସିଣ୍ଡିକେଟ ପଛର ମାଷ୍ଟର ମାଇଣ୍ଡ କିଏ ? କାହିଁକି ବାରମ୍ବାର ତାଗିଦ ସତ୍ତ୍ବେ ସୁଧୁରୁନି ଜେଲ ବ୍ୟବସ୍ଥା? ଏ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।

ସାଉଦି ଆରବ-ଇରାନ ମଧ୍ୟରେ ବନ୍ଧୁତା, ଚିନ୍ତାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଗତ ଏକ ବର୍ଷ ଧରି ଇସ୍ରାଏଲ ହମାସ, ହିଜବୁଲ୍ଲା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯେଉଁଥିପାଇଁ ପୂର୍ବରେ ଅଶାନ୍ତି ଦେଖାଦେଇଛି  । ଏହି ଯୁଦ୍ଧର ପ୍ରଭାବ ବର୍ତ୍ତମାନ ସାଉଦି ଆରବ ଏବଂ ଇସ୍ରାଏଲର ଚୁକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଛି  । ଏହି ଯୁଦ୍ଧ ହେତୁ ସାଉଦି ଆରବ ବର୍ତ୍ତମାନ ଏହାର ପାରମ୍ପାରିକ ଶତ୍ରୁ ଇରାନ ସହିତ ସମ୍ପର୍କକୁ ସୁଦୃଢ କରୁଛି। ହମାସର ନେତା ୟାହିୟା ସିନୱାରଙ୍କ ହତ୍ୟା ପରେ ଇସ୍ରାଏଲ-ସାଉଦି ଆରବ ସ୍ୱାଭାବିକ ଚୁକ୍ତି ମଧ୍ୟ ସ୍ଥଗିତ ରଖାଯାଇଛି।

ଇରାକର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି ଇରାକ ଏବଂ ଓମାନ ସମେତ ଏହି ଅଞ୍ଚଳର ଅନ୍ୟ ଦେଶ ଗସ୍ତ ପୂର୍ବରୁ ସାଉଦି ଆରବ ଗସ୍ତ କରିଥିଲେ। ଏହି ଅବଧି ମଧ୍ୟରେ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ମାସରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି ଗଲ୍ଫ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ଗଲ୍ଫ ଦେଶମାନେ ଇରାନକୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ଇସ୍ରାଏଲ ସହିତ ଯୁଦ୍ଧରେ ନିରପେକ୍ଷ ରହିବେ।

ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଏକ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଇସ୍ରାଏଲ ପାଲେଷ୍ଟାଇନ ରାଷ୍ଟ୍ର ପ୍ରତି ଆଭିମୁଖ୍ୟ ପରିବର୍ତ୍ତନ ନକଲେ ସାଉଦି ଆରବ ଇସ୍ରାଏଲ ସହ ସମ୍ପର୍କ ସ୍ୱାଭାବିକ କରିବ ନାହିଁ। ଏହାପୂର୍ବରୁ ସେପ୍ଟେମ୍ବର ୧୮ରେ କ୍ରାଉନ୍ ପ୍ରିନ୍ସ ତାଙ୍କ ବରିଷ୍ଠ ଉପଦେଷ୍ଟା ପରିଷଦକୁ ସମ୍ବୋଧିତ କରି କହିଥିଲେ ଯେ ସ୍ବାଧୀନ ପାଲେଷ୍ଟାଇନ ଦେଶ ଗଠନ ପାଇଁ ସାଉଦି ଆରବ ନିଜର ନିରନ୍ତର ଉଦ୍ୟମକୁ ବନ୍ଦ କରିବ ନାହିଁ।ଅନ୍ୟପକ୍ଷରେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ଧାରଣାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଦେଇଛି ।

ନିର୍ବାଚନ ଲଢିବେ ଲରେନ୍ସ ବିଷ୍ଣୋଇ, ଜାଣନ୍ତୁ କେଉଁ ଦଳ ଦେଇଛି ଅଫର ?

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବାଜିସାରିଲାଣି ବିଗୁଲ । ଏହାରି ଭିତରେ ଏକ ଅଜବ ଘଟଣ ସାମ୍ନାକୁ ଆସିଛି । ଏକ ରାଜନୈତିକ ଦଳ ନିର୍ବାଚନରେ ଲଢିବାକୁ ଲରେନ୍ସ ବିଷ୍ଣୋଇଙ୍କୁ ଅଫର ଦେଇଛନ୍ତି ।  ଏହି ଦଳ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ସହିଦ-ଏ-ଆଜମ ସର୍ଦ୍ଦାର ଭାଗବତ ସିଂଙ୍କ ସହ ତୁଳନା କରିଛନ୍ତି। ଦଳ କହିଛି ଯେ ଆମର କର୍ମୀ ଏବଂ ଅଧିକାରୀମାନେ ନିର୍ବାଚନରେ ତାଙ୍କୁ ଜିତେଇବାକୁ ଚେଷ୍ଟା କରିବେ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଲରେନ୍ସ ବିଷ୍ଣୋଇଙ୍କୁ ଏକ ରାଜନୈତିକ ଦଳ ପକ୍ଷରୁ ଅଫର ମିଳିଛି। ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଅହମ୍ମଦାବାଦ ସାବରମତି କେନ୍ଦ୍ରୀୟ ଜେଲରେ ଅଛନ୍ତି। ଉତ୍ତର ଭାରତୀୟ ବିକାଶ ସେନା (UBVS) ତାଙ୍କୁ ଏହି ଅଫର ଦେଇଛନ୍ତି | ପାର୍ଟି ସଭାପତି ସୁନୀଲ ଶୁକ୍ଲା ମଧ୍ୟ ଲରେନ୍ସ ବିଷ୍ଣୋଇ ଏକ ଚିଠି ଲେଖିଛନ୍ତି ।

ୟୁବିଭିଏସ୍ ସଭାପତି ସୁନୀଲ ଶୁକ୍ଲା କହିଛନ୍ତି ଯେ, “ମୁମ୍ବାଇ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଉତ୍ତର ଭାରତୀୟ ବିକାଶ ସେନାର ୪ଜଣ ପ୍ରାର୍ଥୀଙ୍କ ନାମ ଫାଇନାଲ ହୋଇଛି। ଲରେନ୍ସ ବିଷ୍ଣୋଇଙ୍କ ଅନୁମୋଦନ ପରେ ଆଉ ୫୦ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଲରେନ୍ସ ବିଷ୍ଣୋଇଙ୍କ ଭିତରେ ଆମେ ସହିଦ ଭଗବତ ସିଂଙ୍କୁ ଦେଖୁ।

ଲରେନ୍ସଙ୍କୁ ଲେଖିଥିବା ଏକ ପତ୍ରରେ ସେ କହିଛନ୍ତି, “ଆମେ ଗର୍ବିତ ଯେ ଆପଣ ପଞ୍ଜାବରେ ଜନ୍ମିତ ଜଣେ ଉତ୍ତର ଭାରତୀୟ। ଆମେ ଉତ୍ତର ଭାରତୀୟ ବିକାଶ ସେନା ନାମରେ ଏକ ଜାତୀୟ ତଥା ମହାରାଷ୍ଟ୍ର ରାଜ୍ୟ ପଞ୍ଜୀକୃତ ରାଜନୈତିକ ଦଳ, ଯାହା ଉତ୍ତର ଭାରତୀୟଙ୍କ ଅଧିକାର ପାଇଁ କାର୍ଯ୍ୟ କରେ। ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମ ମଧ୍ୟ ଆସିଛି। ମୁମ୍ବାଇ ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି।

ଭୀଷଣ ଭାବରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା’

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟିହେଲା ଅବପାତ। ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଅବପାତରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ନେବ ଗଭୀର ଅବପାତର ରୂପ। ବର୍ତ୍ତମାନ ପାରାଦୀପ ଠାରୁ ୭୩୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି ଏହି ଅବପାତ। ସାଗର ଦ୍ଵୀପଠାରୁ ୭୭୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବରେ ରହିଛି। ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। କାଲି ସକାଳ ଏହି ଅବପାତ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ପରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ଭୀଷଣ ବାତ୍ୟାରେ ପରିଣତ ହେବ। ୨୪ ରାତି କିମ୍ବା ୨୫ ସକାଳ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା।

ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିମି ବେଗରେ ବହିବ ପବନ। ବଦଳୁଛି ବାତ୍ୟା ଦାନାର ଗତିପଥ। କେନ୍ଦ୍ରାପଡାରେ ଲ୍ୟାଣ୍ଡଫଲ କରିବ ବାତ୍ଯା ଦାନା। ଆନ୍ତର୍ଜାତିକ ମଡେଲର ଆକଳନ ଅନୁସାରେ ଭୟଙ୍କର ହେବ ଏହି ବାତ୍ୟା। ପୁରୀଠାରୁ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଭୀଷଣ ବାତ୍ୟାର ରୂପ ନେଇ କରିବ ଲ୍ୟାଣ୍ଡଫଲ। ଏହାର ପ୍ରଭାବରେ ଆଜି ରାତିରୁ ରାଜ୍ୟରେ ବଦଳିଯିବ ପାଗ। ବର୍ଷା ସହ ବଢିବ ପବନର ବେଗ। ଆସନ୍ତାକାଲି ରାତିରୁ ଭୟଙ୍କର ରୂପ ନେବ ବାତ୍ୟା। ଏଥିପାଇଁ ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ଭୀଷଣରୁ ଅତି ଭୀଷଣ ବର୍ଷା ସହ ବହିବ ୧୨୦ କିଲୋମିଟର ବେଗରେ ପବନ। ଭାଙ୍ଗିବ ବଡ଼ ବଡ଼ ଗଛ। ଉଡିଯିବ ଚାଳ ଛପର ଘର। ଲ୍ୟାଣ୍ଡଫଲ ସମୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ ଯାଜପୁରରେ ହେବ ଭୀଷଣ ବର୍ଷା। ବିଶେଷ କରି ୩୦୦ ମିଲିମିଟରରୁ ଅଧିକ ବର୍ଷା ହେବ।ଘୂର୍ଣ୍ଣିଝଡ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଭାବିତ ହେବ। ସମୁଦ୍ରରେ ଆସିବ ଉଚ୍ଚ ଜୁଆର। ଏଥିପାଇଁ ଗତକାଲିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସହ କମିବ ଦୃଶ୍ୟମାନ କ୍ଷମତା। ଏହାସହ ଭୁସ୍ଖଳନ ହେବା ସହ କଚ୍ଚା ଘର ଓ ରାସ୍ତା ଧୋଇଯିବାର ସମ୍ଭାବନା ରହିଛି।