spot_img
Home Blog Page 1453

କନ୍ନଡ୍ ଷ୍ଟାର୍ ଦର୍ଶନଙ୍କୁ ମିଳିଲା ଜାମିନ୍

ନନ୍ଦିଘୋଷ ବ୍ୟୁରୋ: କନ୍ନଡ୍ ଷ୍ଟାର୍ ଦର୍ଶନଙ୍କୁ ମିଳିଲା ଜାମିନ। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ଦେଇଛନ୍ତି। ତାଙ୍କର ଗୋଡ଼ରେ ଏକ ଅପରେସନ କରାଯିବାର ଅଛି। ତେଣୁ ଦର୍ଶନଙ୍କୁ ସାମୟିକ ଭାବେ ୬ ସପ୍ତାହ ପାଇଁ ଜାମିନ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ନିଜର ଜଣେ ଫ୍ୟାନ ରେଣୁକାସ୍ଵାମୀଙ୍କୁ ହତ୍ୟା ଅଭିଯୋଗରେ ଦର୍ଶନଙ୍କୁ ଗତ ଜୁନ ମାସରେ ପୋଲିସ ଗିରଫ କରିଥିଲା। ଗର୍ଲଫ୍ରେଣ୍ଡ ପବିତ୍ରା ଗୌଡ଼ଙ୍କୁ ଅଶାଳୀନ ମେସେଜ ପଠାଇଥିଲେ ରେଣୁକାସ୍ଵାମୀ। ଜୁନ ୯ ତାରିଖରେ ବେଙ୍ଗଳରୁରୁର ଏକ ଡ୍ରେନରୁ ମିଳିଥିଲା ରେଣୁକାସ୍ଵାମୀଙ୍କର ଏକ ମୃତଦେହ। ତନାଘନା କରିବା ପରେ ଜଣାପଡ଼ିଥିଲା ରେଣୁକାଙ୍କୁ ପିଟି ପିଟି ହତ୍ୟା କରିଥିଲେ ଫିଲ୍ମ ଷ୍ଟାର ଦର୍ଶନ ଓ ତାଙ୍କ ସହଯୋଗୀ।

ପ୍ରଥମେ ରେଣୁକାସ୍ଵାମୀଙ୍କୁ ଅପହରଣ କରି ବେଙ୍ଗଳୁରୁ ଅଣାଯାଇଥିଲା ଏବଂ ଏକ ଫାର୍ମ ହାଉସରେ ବହୁତ ନିର୍ଯାତନା ଦେବା ପରେ ପିଟି ପିଟି ହତ୍ୟା କରାଯାଇଥିଲା। ଜୁନ ୧୧ରେ ଦର୍ଶନ ଓ ଅନ୍ୟ ୧୭ ଜଣଙ୍କୁ ଗିରଫ  କରିଥିଲା ପୋଲିସ । ସେହିଦିନଠାରୁ ସବୁ ଅଭିଯୁକ୍ତ ଜେଲରେ ଥିଲେ।

୨ ଯୁବତୀଙ୍କ ସହ ମିଶି ସ୍ତ୍ରୀକୁ ହତ୍ଯା କଲା ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ। ଆନାସ୍ଥେସିଆ ଇଂଜେକସନ୍ ଦେଇ ପତ୍ନୀକୁ ହତ୍ଯା। ପତ୍ନୀଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇ ହତ୍ୟା କରିଛି ସ୍ୱାମୀ। ଗତ ୨୮ ତାରିଖରେ ଘଟିଥିଲା ଏ ଘଟଣା। ଭରତପୁର ଥାନା ଅଞ୍ଚଳରେ ଘଟିଥିଲା ଏ ହତ୍ୟାକାଣ୍ଡ। ଦୁଇ ଜଣ ଯୁବତୀଙ୍କ ସହ ମିଶି ପତ୍ନୀକୁ ହତ୍ଯା କରିଛି ସ୍ଵାମୀ। ଅଭିଯୁକ୍ତ ସ୍ଵାମୀକୁ ଗିରଫ କଲା ଭରତପୁର ପୋଲିସ। ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ କୁମାର ଓ ତାଙ୍କର ଦୁଇ ସହଯୋଗୀ ରୋଜି ପାତ୍ର ଓ ଇଜିତା ଭୂୟାଁକୁ ଗିରଫ କରିଛି ପୋଲିସ। ମହିଳାଙ୍କ ମୃତ୍ଯୁ ପରେ ଆତ୍ମହତ୍ଯା କରିଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ସ୍ଵାମୀ ଓ ସମ୍ପର୍କୀୟ। ପୋଲିସ ସନ୍ଦେହ ପରେ ତଦନ୍ତ ଜୋରଦାର କରିଥିଲା। ପରେ ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ। ଅଭିଯୁକ୍ତ ଦୁଇ ଯୁବତୀ ନର୍ସ ଭାବେ କାମ କରନ୍ତି। ସ୍ତ୍ରୀକୁ ଛାଡି ଅଭିଯୁକ୍ତ ଦୁଇ ଯୁବତୀଙ୍କ ସହ ସ୍ବାମୀର ଥିଲା ପରକିୟା ପ୍ରୀତି ।

 

କୁଚିଣ୍ଡା ଗଣଦୁଷ୍କର୍ମ ମାମଲା : ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଇସ୍ତଫା ଦାବି କଲା ବିଜେଡି   

ଭୁବନେଶ୍ବର :  କୁଚିଣ୍ଡା ଗଣଦୁଷ୍କର୍ମ ମାମଲାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ଏହି ଘଟଣରେ ପୋଲିସ କି ପ୍ରଶାସନ ଧ୍ୟାନ ଦେଉ ନାହାନ୍ତି । ପୀଡିତାଙ୍କୁ ନ୍ୟାୟ ଦେଲେନି । ଏହାକୁ ଚାପିବାକୁ ପ୍ରଶାସନ ପୁରା ଲାଗି ପଡ଼ିଥିଲେ । ଘଟଣାର ସମ୍ବେଦନଶୀଳ ଦିଗକୁ ଦେଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ଫ୍ୟାକ୍ତ ଫାଇଣ୍ଡିଂ ଟିମ ଗଠନ କଲେ । ଆମେ ପୀଡିତାଙ୍କ ଗାଁକୁ ଯାଇ ପରିବାର ସହ ଆଲୋଚନା କଲୁ । ମାମଲା ଚାପିବାକୁ ହୀନ ରାଜନୀତି କରାଯାଉଥିଲା । ଏହା ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଇଙ୍ଗିତରେ ଚାପିବାକୁ ଚେଷ୍ଟା କରୁଥିବା ଆମେ ଜାଣିବାକୁ ପାଇଲୁ ।

୧୫ ଅକ୍ଟୋବରରେ ରବି ନାରାୟଣ ନାଏକଙ୍କ ନେତୃତ୍ୱରେ କରମା ପୂଜା ଆୟୋଜନ ହୋଇଥିଲା । ରବି ନାଏକ ନିଜେ ଉପସ୍ଥିତ ଥିଲେ । ଝିଅ ସମ୍ପର୍କୀୟ ଘରେ ରହି ପୂଜା ଦେଖୁଥିଲା । ଝିଅର ଜଣେ ସମ୍ପର୍କୀୟ କାହ୍ନା ଛତ୍ରିଆ ତାକୁ ଘରେ ଛଶଡିବାକୁ କହି ଡାକି ଗାଡିରେ ନେଲେ । ସେତେବେଳେ ଗାଡିରେ ଆହୁରି ୪ ଜଣ ପୁଅ ଉପସ୍ଥିତ ଥିଲେ । ସେ ଭିତରୁ ଗାଡି ଡ୍ରାଇଭର ହରିହର ପାଣି ହେଉଛନ୍ତି ରବି ନାଏକଙ୍କ ଅତ୍ୟନ୍ତ ଘନିଷ୍ଠ ।  କରମା ପୂଜା ହେଉଥିବା ଏକ କିଲୋମିଟର ଦୂର କ୍ଲବ ନେଇ ନିଶା ଦେଇ ଗଣଦୁଷ୍କର୍ମ କରାଗଲା । ଝିଅ ସମସ୍ତଙ୍କୁ ଜାଣିଛି । ଏହା ପରେ କାହ୍ନା ତାକୁ ଛାଡିବାକୁ ଗଲା । ଝିଅ ଯେଉଁଠି ଥିଲା ସେଠାକୁ ସୁଶୀଲ କର ନାମରେ ଜଣେ ଲୋକ ଆସିଥିଲେ । ବିଜେପି ନେତା ସୁଶୀଲ କର ଆସି ପୀଡିତାଙ୍କ ବାପାଙ୍କୁ ସେ ଏହି ଘଟଣା ସମ୍ପର୍କରେ ଜାଣିଥିବା କଥା କହିଥିଲେ । ହେଲେ ଝିଅ କିଏ ମୁଁ ଜାଣି ନଥିଲି  । ଯଦି ଜାଣିଥିଲେ ସେ ପୋଲିସ କି ମନ୍ତ୍ରୀଙ୍କୁ କାହିଁକି ଜଣେଇଲେ ନାହିଁ ? ଅନ୍ୟପଟେ ପୋଲିସକୁ ନ କହିବାକୁ ସୁଶୀଲ ବାରଣ କରିଥିଲେ ।

ପୋଲିସ ପାଖକୁ ପୀଡିତା ଗଲେ, ହେଲେ ପୋଲିସ ପାଖରେ ହରିହର ବସିଥିଲା । ଯାହାକୁ ଦେଖି ପୀଡିତା ଡରିଗଲା ଓ କିଛି କହିବନି ବୋଲି କହିଲା । କାରଣ ଦୁଷ୍କର୍ମ ସମୟରେ ପୀଡିତାଙ୍କ ତଣ୍ଟି ଚିପିଥିଲେ ହରିହର । ତାହା ପରେ ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ ନ କରି କରି ଅପହରଣ ମାମଲା କରିଥିଲା । ଡାକ୍ତର ମାଇନା ପାଇଁ ଗଲା ବେଳେ ପୋଲିସ କନଷ୍ଟେବଳ ବିଳାସିନୀ ପ୍ରଧାନ କିଛି ନ କହିବାକୁ କହିଲେ ।  ୧୫ ତାରିଖରେ ଘଟଣା ଘଟିଥିବା ବେଳେ ୧୮ ତାରିଖରେ ଡାକ୍ତରୀ ମାଇନା ହୋଇଛି । ଲଜ୍ଜାଜନକ କଥା, କିପରି ପୋଲିସ ଓ ମନ୍ତ୍ରୀ ମାମଲାକୁ ଚପାଇବାକୁ ଚେଷ୍ଟା କରୁଛନ୍ତି । ମନ୍ତ୍ରୀଙ୍କ ତତ୍ୱାବଧାନରେ କରମା ପୂଜା ହେଉଥିଲା, ସେଇଠି ପୋଲିସ ସୁରକ୍ଷା ତ ଥିବ ? ହେଲେ ଏତେ ବଡ ଘଟଣା ଘଟିଲା ମନ୍ତ୍ରୀ କି ପୋଲିସକୁ  କିପରି ଜଣାପଡିଲା ନାହିଁ ? ଏହି ସମସ୍ତ ରିପୋର୍ଟ ଆମେ ନବୀନ ପଟ୍ଟନାୟକଙ୍କୁ ଦେଇଛୁ ।

ଆମ ଟିମ ଯାଉଥିବା ଜାଣି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କଲା । ଯଦି ନବୀନ ପଟ୍ଟନାୟକ ଟିମ ଗଠନ କରି ନଥାନ୍ତେ, ତେବେ ଏହି ମାମଲା ଚପାଇ ଦେଇଥାନ୍ତେ । ଧନ୍ୟବାଦ ନବୀନ ପଟ୍ଟନାୟକଙ୍କୁ । ବିଜେଡି ପକ୍ଷରୁ ଦାବି ଯେ ମନ୍ତ୍ରୀ ଏହି ଘଟଣାରେ ଥିବାରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ହେଉ ଓ ପୋକ୍ସୋ ମାମଲାରେ ତଦନ୍ତ ହେଉ । ସୁଶୀଲ କରଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯାଉ । ମନ୍ତ୍ରୀ ମାନବିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ନ ହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ବିଜେଡି ଦାବି କରିଛି ।

 

ମୃତ ଶ୍ରମିକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ବର : ବିହାରର ପାଟନା ଦୁର୍ଘଟଣାରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରମିକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।  ପାଟନା ନିର୍ମାଣଧୀନ ମେଟ୍ରୋ ରେଳ ପ୍ରକଳ୍ପ ଦୁର୍ଘଟଣାରେ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଗୋଛାବାଡି ଗାଁର ମନୋଜ ବେହେରା ଏବଂ କାଦୁଆ ଗାଁର ବିଜୟ ବେହେରାଙ୍କର ମୃତ୍ୟୁ ଘଟିଛି।

‘ଭୁଲ ଭୁଲେୟା -୩’ ବନାମ ‘ସିଙ୍ଘମ ଏଗେଇନ’ : ଆଡଭାନ୍ସ ବୁକିଙ୍ଗରେ କିଏ ଆଗରେ ଅଛି ?

ମୁମ୍ବାଇ : ଦୀପାବଳିରେ ଗୋଟିଏ ପଟେ ‘ସିଙ୍ଘମ ଏଗେଇନ’ ଓ ଆଉ ଗୋଟିଏ ପଟେ ‘ଭୁଲ ଭୁଲେୟା -୩’ ରିଲିଜ ହେବାକୁ ଯାଉଛି । ଦୁଇଟି ଫିଲ୍ମର ଆଡଭାନ୍ସ ବୁକିଙ୍ଗ ଆରମ୍ଭ ହୋଇଗଲାଣି । ଏବେ ପ୍ରଶ୍ନ ଉଠୁଛି କାହାର କେତେ ରୋଜଗାର ହୋଇଛି ? ଆସନ୍ତୁ ଜାଣିବା ଆଡଭାନ୍ସ ବୁକିଙ୍ଗରେ କିଏ ଆଗରେ ଅଛି ଆଉ କିଏ ପଛରେ ଅଛି ?

ଅଜୟ ଦେବଗନଙ୍କ ’ସିଙ୍ଘମ ଏଗେଇନ‘ ଫିଲ୍ମର ଆଡଭାନ୍ସ ବୁକିଙ୍ଗ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ମଙ୍ଗଳବାର ସକାଳୁ ‘ସିଙ୍ଘମ ଏଗେଇନ’ ଫିଲ୍ମର ଆଡଭାନ୍ସ ବୁକିଙ୍ଗ ଆରମ୍ଭ ହୋଇଥିବା ବେଳେ ଦ୍ବିପହର ବେଳକୁ ଏହାର ରୋଜଗାର ୧୧.୭୨ ଲକ୍ଷ ଟଙ୍କା ହୋଇଯାଇଥିଲା ।

ଯଦି ‘ଭୁଲ ଭୁଲେୟା-୩’ କଥା କହିବା ତାହା ହେଲେ  ଏହି ଫିଲ୍ମର ଆଡଭାନ୍ସ ବୁକିଙ୍ଗ ସୋମବାର ଠାରୁ ଆରମ୍ଭ ହୋଇଥିଲା । ମଙ୍ଗବାର ଦ୍ବିପହର ବେଳକୁ ୧୨.୮୩ ଲକ୍ଷ ଟଙ୍କା ଆଡଭାନ୍ସ ବୁକିଙ୍ଗରେ ରୋଜଗାର କରିଛି । ଯଦି ‘ସିଙ୍ଘମ ଏଗେଇନ’କୁ ‘ଭୁଲ ଭୁଲେୟା-୩’ ସହିତ ତୁଳନା କରାଯାଏ, ତାହା ହେଲେ ‘ସିଙ୍ଘମ ଏଗେଇନ’ କମ ସମୟରେ ଅଧିକ ରୋଜଗାର କରିଛି । ଏଥିରୁ ଜଣା ପଡୁଛି ‘ଭୁଲ ଭୁଲେୟା-୩’ କୁ ପଛରେ ପକାଇ ଦେଇଛି ‘ସିଙ୍ଘମ ଏଗେଇନ’ । ଏହି ତିନି ଦିନରେ କିଏ କେତେ ଟଙ୍କା ରୋଜଗାର କରିବ ତାହା ଆଗାମୀ ଦିନରେ ଜଣାପଡିଛି ।

ଅନଲାଇନରୁ ସୁନା ଅର୍ଡର କରିଥିଲେ, ପାର୍ସଲ ଦେଖି ମୁଣ୍ଡ ଟିଣ !

ନୂଆଦିଲ୍ଲୀ : ଧନତେରସରେ ବହୁ ଲୋକ ସୁନା ଓ ରୂପା କିଣୁଛନ୍ତି । ଅନେକ  ବାଣିଜ୍ୟ  କମ୍ପାନୀ ସୁନା ମୁଦ୍ରାର ହୋମ ଡେଲିଭରୀ ଆରମ୍ଭ କରିଥିଲେ  । କିଛି ମ୍ପାବୀ ମଧ୍ୟ ୧୦ ମିନଟରେ ଘରେ ପହଞ୍ଚାଇ ଦିଆଯିବ ବୋଲି ଦାବି କରିଛନ୍ତି । ଏହି ସୁବିଧା ସୁଯୋଗ ନେବାକୁ ଦିଲ୍ଲୀର  ଜଣେ  ଗ୍ରାହକ ବ୍ଲିଙ୍କିଟରୁ ଏକ ସୁନା ମୁଦ୍ରା ଅର୍ଡର କରିଥିଲେ । ପ୍ରତିଶ୍ରୁତି ଅନୁଯାୟୀ କମ୍ପାନୀ ଏହାକୁ ୧୦ ମିନିଟ ମଧ୍ୟରେ ଗ୍ରାହକଙ୍କୁ ପ୍ରଦାନ କରିଥିଲା, କିନ୍ତୁ ଗ୍ରାହକ ବାକ୍ସ ଖୋଲିବା ମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଦିଲ୍ଲୀ ବାସିନ୍ଦା ମୋହିତ ଜୈନ ବ୍ଲିଙ୍କିଟରୁ ୧୦ ଗ୍ରାମ ରୂପା ମୁଦ୍ରା ଏବଂ ୧ ଗ୍ରାମ ସୁନା ମୁଦ୍ରା ଅର୍ଡର କରିଥିଲେ। କମ୍ପାନୀ ଏହାକୁ ଠିକ୍ ସମୟରେ ବିତରଣ କରିଥିଲା, କିନ୍ତୁ ଯେତେବେଳେ ମୋହିତ ପ୍ୟାକେଟ୍ ଖୋଲିଲେ ସେତେବେଳେ ସେ ଜାଣିବାକୁ ପାଇଲେ ଯେ ୧ ଗ୍ରାମ ସୁନା ବଦଳରେ ତାଙ୍କୁ ମାତ୍ର ୦.୫ ଗ୍ରାମ ମୁଦ୍ରା ଦିଆଯାଇଥିଲା । ତାଙ୍କ ସହିତ ଠକେଇ ହୋଇଥିବା ଅଭିଯୋଗ ଆଣି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି  ।

ବ୍ଲିଙ୍କିଟ୍ ମୋତେ ଠକିଛି। ମୁଁ ବ୍ଲିଙ୍କିଟ୍ ଠାରୁ ୧ ଗ୍ରାମ ସୁନା ମୁଦ୍ରା ଅର୍ଡର କଲେ  । ଏହା ସହିତ ୧୦ ଗ୍ରାମ ରୂପା ମୁଦ୍ରା ମଧ୍ୟ ଅର୍ଡର କରାଯାଇଥିଲା  । ଏସବୁ ପାଇଁ ପୂର୍ବରୁ ଅର୍ଥ ଦିଆଯାଇଥିଲା  । ଅର୍ଡର ଆସିବା ସମୟରେ ସେ ଘରେ ନଥିଲେ । ତେଣୁ ଅର୍ଡରକୁ ରିସିଭ କରିବା ପାଇଁ  ସେ ମୋର ସାନ ଭାଇକୁ OTP ପଠାଇଥିଲେ  ବୋଲି ମୋହିତ ଲେଖିଛନ୍ତି । ଯେତେବେଳେ ସେ ୨୦ ମିନିଟ ପରେ ଘରକୁ ଫେରିଥିଲେ, ଅର୍ଡର ଦେଖିବା ମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଭିତରେ ୦.୫ ଗ୍ରାମ ସୁନା ମୁଦ୍ରା ଥିଲା । ସେ ୧ ଗ୍ରାମ ସୁନା ଅର୍ଡର କରିଥିଲେ । କେବଳ ଏମିତି ନୁହେଁ, ୨୦ ମିନଟ ପରେ ରିଟର୍ନ ୱିଣ୍ଡୋ ମଧ୍ୟ ମନ୍ଦ ହୋଇଯାଇଥିଲା । ତେଣୁ ସେ କୌଣସି ସମର୍ଥନ କାର୍ଯ୍ୟନିର୍ବାହୀ ସହିତ ଯୋଗାଯୋଗ କରିପାରିଲେ ନାହିଁ | ମୁଁ ଯେତେବେଳେ ଡେଲିଭରି ବ୍ୟକ୍ତିଙ୍କୁ ଡାକିଲି, ମୁଁ ତାଙ୍କୁ କାହିଁକି ପଚାରୁଛି  ବୋଳି ସେ ପାଟି କରି କହିଲା ।

ମୋହିତ ଆହୁରି ଲେଖିଥିଲେ, ‘ସେ ସିସିଟିଭି ଫୁଟେଜ୍ ଅଛି ଯାହା ଭୁଲ୍ ଆଇଟମ୍ ବିତରଣ ହେବାର ସମ୍ପୂର୍ଣ୍ଣ ପ୍ରମାଣ ଦର୍ଶାଉଛି | ତା’ପରେ ସେ ଏହା ବିଷୟରେ କିଛି କରିବାକୁ ସକ୍ଷମ ନୁହେଁ | ସୋସିଆଲ ମିଡିଆରେ ଅର୍ଡରର ସ୍କ୍ରିନସଟ ସେୟାର କରିବାବେଳେ ମୋହିତ ଲେଖିଛନ୍ତି, ଯେତେବେଳେ ସେ ଗ୍ରାହକଙ୍କ ସମର୍ଥନ ପାଇଁ ବ୍ଲିଙ୍କିଟଙ୍କ ସହ ଯୋଗାଯୋଗ କଲେ, ସେମାନେ ଖୋଲାଖୋଲି ଭାବରେ କହିଥିଲେ ଯେ ଆମେ ଦୁଃଖିତ, ଏହି ଆଇଟମ୍ ପାଇଁ ଅଭିଯୋଗ ୱିଣ୍ଡୋ ବର୍ତ୍ତମାନ ବନ୍ଦ ହୋଇଯାଇଛି।

ପୁଣି ଥରେ ସଲମାନ ଖାନଙ୍କୁ ହତ୍ୟା ଧମକ!

ମୁମ୍ବାଇ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ମଙ୍ଗଳବାର ସକାଳେ ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଥିଲା । ମେସେଜ ପଠାଉଥିବା ବ୍ୟକ୍ତି ୨ କୋଟି ଟଙ୍କା ମାଗିଛନ୍ତି ।  ମେସେଜରେ ଏକ ଧମକ ରହିଛି ଯେ ଯଦି ଟଙ୍କା ନ ଦିଆଯାଏ ତେବେ ସେ ସଲମାନ ଖାନଙ୍କୁ ହତ୍ୟା କରିବେ। ଏହି ପରିପ୍ରେକ୍ଷୀରେ, ବିଏନଏସର ଧାରା ୩୫୪ (୨) ଏବଂ ୩୦୮ (୪) ଅନୁଯାୟୀ ୱର୍ଲି ପୋଲିସ ଷ୍ଟେସନରେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି ।

ଏହି ମାସ ଆରମ୍ଭରେ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା।  ଧମକପୂର୍ଣ୍ଣ ମେସେଜ ମୁମ୍ବାଇ ଟ୍ରାଫିକ ପୋଲିସର ହ୍ବାଟସ୍ ଆପ୍ ନମ୍ବରରେ  ମିଳିଥିଲା  । ​​ଯେଉଁଥିରେ ସଲମାନ ଖାନଙ୍କ ଠାରୁ ୫ କୋଟି ଟଙ୍କା ମାଗିଥିଲେ। ଗତ କିଛି ମାସ ହେବ ଭାଇଜାନଙ୍କୁ ହତ୍ୟା ଧମକ ମିଳୁଛି।

ବାସ୍ତବରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି ପାଇଛି । ୧୨ ଅକ୍ଟୋବରରେ ବାବା ସିଦ୍ଦିକିଙ୍କୁ ତିନି ଜଣଙ୍କ ଦ୍ୱାରା ହତ୍ୟା କରାଯାଇଥିଲା  । ସିଦ୍ଦିକି ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି । ସିଦ୍ଦିକି ହତ୍ୟା ମାମଲାରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସିଧାସଳଖ ସମ୍ପୃକ୍ତ ଥିବା ନେଇ ତଦନ୍ତ କରାଯାଉଛି ।

ଏପ୍ରେଲ ମାସ ଆରମ୍ଭରୁ ସଲମାନଙ୍କ ବାଦ୍ରାରେ ଥିବା ଘର ବାହାରେ ବାଇକରେ ଆସି ଦୁଇ ଜଣ ଲଷାକ ଗୁଳି ଚାଳନା କରିଥିଲେ । ଉଭୟ ସୁଟରଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନିୟୋଜିତ କରିଥିବା ମୁମ୍ବାଇ ପୋଲିସ ଦାବି କରୁଛି । ବିଷ୍ନୋଇ ଗ୍ୟାଙ୍ଗ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ପୋଲିସ ଆହୁରି ମଧ୍ୟ ପ୍ରକାଶ କରିଛି ଯେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସଲମାନ ଖାନଙ୍କ ଉପରେ ଆହୁରି ବଡ ଆକ୍ରମଣ ଯୋଜନା କରିଛନ୍ତି। ସଲମାନ ଖାନଙ୍କ ଜୀବନ ବିପଦରେ ରହିଛି ।

୬ ମାସରେ ୧୦୨ ଟନ୍ ସୁନା ଦେଶକୁ ଆଣିଲା RBI, କିପରି ସ୍ଥାନାନ୍ତର ହେଲା ଜାଣନ୍ତୁ

ମୁମ୍ବାଇ : ସାଧାରଣ ବ୍ୟକ୍ତିଙ୍କ ସହ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ମଧ୍ୟ ଏହାର ପ୍ରକୋଷ୍ଟକୁ ସୁନାରେ ଭରି ଦେଇଛି। ବାସ୍ତବରେ, ଏପ୍ରିଲ-ସେପ୍ଟେମ୍ବର ଅବଧି ମଧ୍ୟରେ, ଆରବିଆଇ ୧୦୨ ଟନ୍ ସୁନା ଫେରାଇ ଆଣିଛି । କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ୩୦ ସେପ୍ଟେମ୍ବର  ୨୦୨୪ ସୁଦ୍ଧା  ସ୍ଥାନୀୟ  ପ୍ରକୋଷ୍ଟରେ ରଖାଯାଇଥିବା ମୋଟ ସୁନା ପରିମାଣ ୫୧୦.୪୬ ଟନ୍ ଥିଲା । ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ରଖାଯାଇଥିବା ୪୦୮ ଟନ୍ ସୁନା ଠାରୁ ଏହି ପରିମାଣ ଅଧିକ  । ଏକ ରିପୋର୍ଟ ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ସୁନା ଭଣ୍ଡାରକୁ ୩୨ ଟନ୍ ବୃଦ୍ଧି କରିଛି । ଏହା ସହିତ ସମୁଦାୟ ଷ୍ଟକ୍ 8୫୪.୭୩ ଟନ୍ କୁ ବୃଦ୍ଧି ପାଇଛି  ।

ବିଗତ କିଛି ବର୍ଷ ମଧ୍ୟରେ ଭାରତ ଧୀରେ ଧୀରେ ଏହାର ସୁନା ଭଣ୍ଡାରକୁ ସ୍ଥାନୀୟ ପ୍ରକୋଷ୍ଟକୁ ସ୍ଥାନାନ୍ତର କରୁଛି। ୨୦୨୩-୨୪ ଆର୍ଥିକ ବର୍ଷରେ, ଏହା ବ୍ରିଟେନରୁ ୧୦୦ ଟନରୁ ଅଧିକ ସୁନା ନିଜ ପ୍ରକୋଷ୍ଟକୁ ସ୍ଥାନାନ୍ତର କରିଥିଲା ​​| ୧୯୯୧ ପରଠାରୁ ଏହା ସର୍ବ ବୃହତ ସୁନା ସ୍ଥାନାନ୍ତର ମଧ୍ୟରୁ ଗୋଟିଏ |

୧୯୯୧ ରେ ବୈଦେଶିକ ମୁଦ୍ରା ସଙ୍କଟର ମୁକାବିଲା ପାଇଁ ଭାରତକୁ ସୁନା ଭଣ୍ଡାରର ଏକ ବଡ ଅଂଶ ପ୍ରତିଶୃତି ଦେବାକୁ ପଡିଲା। ଆରବିଆଇ ଅନୁଯାୟୀ ୩୨୪.୦୧ ଟନ୍ ସୁନା ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସ୍ (ବିଆଇଏସ୍) ସହିତ ସୁରକ୍ଷିତ ରଖାଯାଇଥିଲା ଏବଂ ୨୦.୨୬ ଟନ୍ ସୁନା ସୁନା ଜମା ଭାବରେ ରଖାଯାଇଥିଲା।

ଦୁନିଆରେ ବଢୁଥିବା ଭୌଗୋଳିକ ତିକ୍ତତା ମଧ୍ୟରେ ସମଗ୍ର ବିଶ୍ୱରେ ନିବେଶକମାନେ ସୁନାରେ ଟଙ୍କା ବିନିଯୋଗ କରୁଛନ୍ତି, କାରଣ ଅସୁରକ୍ଷିତ ପରିବେଶରେ ବିନିଯୋଗ ପାଇଁ ସୁନା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ତେଣୁ ସାଧାରଣ ଲୋକଙ୍କ ସହ ବିଶ୍ବର ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସେମାନଙ୍କର ସୁନା ଭଣ୍ଡାର ବୃଦ୍ଧି କରୁଛନ୍ତି।

ଫେଲ ମାରିଛି ଜଳ ଯୋଗାଣ ପ୍ରକଳ୍ପ, ବ୍ଲକ ଘେରିଲେ ଶତାଧିକ ଆଦିବାସୀ

ସୁକିନ୍ଦା : କୋଟି କୋଟି ଟଙ୍କା ବ୍ୟୟରେ ସରକାର ଲୋକଙ୍କୁ ସ୍ୱଚ୍ଛ ପାନୀୟଜଳ ଯୋଗାଣ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ସୁକିନ୍ଦାରେ ଆରମ୍ଭ କରିଛନ୍ତି । କିନ୍ତୁ ସୁକିନ୍ଦା ବ୍ଲକ ଲେମ୍ବୋ ପଞ୍ଚାୟତର ବାଲିଆ, ଅଶୋକଝର, କାଞ୍ଜିଆପାଳ, ଉପର ବାଲିଆ, ତଳ ବାଲିଆ, ପୋଳାସ ଖୋଳି ଭଳି  ଗାଁରେ ମେଗା ପାନୀୟ ଜଳ ଯୋଗାଣ ଅପହଁଞ୍ଚ ପାଲଟିଛି । ଯାହାକୁ ନେଇ ଲୋକେ ପରିତ୍ୟକ୍ତ କୂଅ ଓ ଝରଣାର ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଏଥିପ୍ରତି ଜଳ ଯୋଗାଣ ଓ ପରିମଳ ବିଭାଗ ସୁକିନ୍ଦା ଏସଡିଓଙ୍କ ସମେତ ବ୍ଲକ ପ୍ରଶାସନ କୌଣସି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଉପେକ୍ଷିତ ପାହାଡି ଆଦିବାସୀ ଲୋକେ ଯାଜପୁର ସିଭିଲ ସସାଇଟ ଫୋରମର ବିଶ୍ୱନାଥ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ସୁକିନ୍ଦା ସତ୍ତାର ଷ୍ଟାଡିୟମ ଠାରୁ ଏକ ରାଲିରେ ବାହାରି ଜଳ ଯୋଗାଣ ଦାବିରେ ସୁକିନ୍ଦା ବ୍ଲକ ଘେରାଉ କରିଥିଲେ । ଦୀର୍ଘ ଘଣ୍ଟା ପରେ ସୁକିନ୍ଦା ବିଡ଼ିଓ ଙ୍କ ସହ ଆଲୋଚନା ପରେ ଏସଡିଓ ମାସେ ମଧ୍ୟରେ ଜଳ ଯୋଗାଣ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ନିଖୋଜ ଯୁବକଙ୍କ ମୃତଦେହ ମହାନଦୀରୁ ଉଦ୍ଧାର

ବାଙ୍କୀ : ମହାନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ। ଗତକାଲି ମୁଣ୍ଡଳୀ ବ୍ରିଜ ଉପରେ ଗାଡ଼ି ରଖି ମହାନଦୀକୁ ଡେଇଁ ନିଖୋଜ ଥିଲେ। ମୃତକ ଢେଙ୍କାନାଳ ଜିଲ୍ଲା କାବେରା ଗାଁର ତାରିଣୀ ପ୍ରସାଦ ରାଉତ। ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହରେ ଗତକାଲି ଠାରୁ ସର୍ଚ୍ଚ ଅପରେସନ ଚାଲିଥିଲା । ପରିବାର ଓ ଅଗ୍ନିଶମ , ପୋଲିସ  ବହୁ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ଆଜି ସକାଳୁ ମୁଣ୍ଡଳୀ ଅଞ୍ଚଳର କିଛି ମସ୍ୟଜୀବୀ ମାଛ ମାରୁଥିବା ବେଳେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ସାନ ମୁଣ୍ଡଳୀ ଗାଁର ଗଣ୍ଠି ଦଳେଇ ମହାନଦୀରୁ ମୃତଦେହକୁ ଉଦ୍ଧାର କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।