spot_img
Home Blog Page 1472

ଧର୍ମଶାଳା ବିଜେପିରେ ଗୋଷ୍ଠୀ କନ୍ଦଳ !

ନନ୍ଦିଘୋଷ ବ୍ୟୁରୋ:  ଧର୍ମଶାଳାରେ ବିଜେପି-ବିଜେପି ମୁହାଁମୁହିଁ । ଦୁଇ ଗୋଷ୍ଠୀ ଭିତରେ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ । ଜେନାପୁର ଥାନା ଅଧୀନ ବାରକଣା ଖେଳ ପଡିଆରେ ଗାନ୍ଧୀ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମକୁ ନେଇ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଓ ସ୍ମୃତିରେଖା ପହିଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଧସ୍ତାଧସ୍ତି ହେବା ସହ ଟେକା ପଥର ମାଡ଼ ମଧ୍ୟ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଦେଖା ଦେଇଛି । ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀର ଲୋକଙ୍କୁ ବୁଝାସୁଝା କରୁଛି । ନିର୍ବାଚନ ପୂର୍ବରୁ ଲାଗି ରହିଥିବା ହିମାଂଶୁ ଓ ସ୍ମୃତିରେଖାଙ୍କ ମଧ୍ୟରେ ବିବାଦ ଥମିବାରେ ନାଁ ନେଉ ନଥିବାବେଳେ ଯେଉଁଠି ଦୁଇ ଗୋଷ୍ଠୀ ଏକାଠି ହେଉଛନ୍ତି ସେଠାରେ ଏକ କନ୍ଦଳ ସୃଷ୍ଟି ହେଉଛି । ଯାହା ଆଜି ଉଗ୍ରରୂପ ନେଇଛି ।

ନାଁ ବଦଳେଇପାର କିନ୍ତୁ ଇତିହାସ ବଦଳାଇପାରିବନି: ନବୀନ

ଭୁବନେଶ୍ବର : ଆଜି ଠାରୁ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ବର ନେତାଜୀ ପଡିଆରେ ନଜସଭାକୁ ସମ୍ବୋଧନ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ଓଡ଼ିଶାର ବିକାଶ ପାଇଁ ବହୁତ କିଛି କରିଛି । ଡବଲ ଇଂଜିନ ସରକାର ଶାସିତ ରାଜ୍ୟଙ୍କଠାରୁ ଓଡ଼ିଶା ଢେର ଆଗରେ ଅଛି । ବିଜେଡି ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ଲୋକ ଉପକୃତ ହୋଇଛନ୍ତି । ବର୍ତ୍ତମାନ ସରକାର ସେହି ଯୋଜନାର ନାମ ବଦଳାଇ ଦେଇଛନ୍ତି । ଆପଣ ଯୋଜନାର ନାମ ବଦଳାଇ ଦେଇ ପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ । ମିଛ କାହାଣୀ କହି ବିଜେପି କ୍ଷମତାକୁ ଆସିଛି । ଆପଣ ମାନେ ମାଗଣାରେ ୩ଶହ ୟୁନିଟ୍ ବିଜୁଳୀ ପାଉଛନ୍ତି ? କେତେ ଜଣ ମା’ ୫୦ ହଜାର ଟଙ୍କା ପାଇଲେଣି ? ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସୁପ୍ରିମୋ ।  ନିର୍ବାଚନ ବେଳେ ହାତୀ ଦେବି ଘୋଡ଼ା ଦେବି ବୋଲି କହିଥିଲା ବିଜେପି । ଏବି ବିଜେପିର ମିଛକୁ ଜାଣି ସାରିଲେଣି ଓଡ଼ିଶାର ଲୋକ । ଦରଦାମକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ । ଓଡ଼ିଶାରେ ମା’ମାନେ ଥାନାରେ ବି ସୁରକ୍ଷିତ ନାହାନ୍ତି । ସରକରୀ କର୍ମଚାରୀ ରାଜଭବନରେ ମଧ୍ୟ ସୁରକ୍ଷିତ ନାହାନ୍ତି । ଏହି ସରକାରକୁ ଲୋକ ଭରସା କରି ପାରୁନାହାନ୍ତି । ମିଛ କଥା କହି ନିର୍ବାଚନ ଜିତି ପାରିବେ କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ଓଡ଼ିଶାର ଦ୍ରାରିଦ୍ର୍ୟ ୭୦ ପ୍ରତିଶତ ଥିଲା । ଆଜି ଏହା ୧୦ ପ୍ରତିଶତକୁ କମିଛି । ଆମ ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ିଛି । ଆନେକ ଡବଲ ଇଂଜିନ ରାଜ୍ୟଙ୍କଠାରୁ ଓଡ଼ିଶା ଆଗରେ ଅଛି । ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଭଲ ପ୍ରଦର୍ଶନ କରୁଛି । ମୁଁ ସରକାରରେ ଥାଏ କି ନଥାଏ ଆପଣ ମାନଙ୍କ ସେବା କରିବି । ଲୋକଙ୍କ ଭଲ ପାଇବା ବିଜେଡିର ବଡ଼ ଶକ୍ତି । ବିଜେଡି ସମସ୍ତଙ୍କ ହୃଦୟରେ ଅଛି ଆଉ ରହିବ ।

ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବସ୍

ଜୟପୁର : କାଠ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବସ୍ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଡୁମୁରିପଦର ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି । ବସଟି ରାୟଗଡ଼ାରୁ କୋରାପୁଟ ଯାଉଥିବାବେଳେ ସାମ୍ନାରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ହୋଇଛି । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭର ଗାଡ଼ିରେ ଚାପିହୋଇ ରହିଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କରିଛି ।

5T ସ୍କୁଲକୁ ମିଳିଲା ପିଏମଶ୍ରୀର ମାନ୍ୟତା

ବିଞ୍ଝାରପୁର : 5T ସ୍କୁଲକୁ ମିଳିଲା ପିଏମଶ୍ରୀର ମାନ୍ୟତା। ନବୀନ ସରକାର ସମୟରେ କରଯାଇଥିଲା ସ୍କୁଲର ଉନ୍ନତିକରଣ। ଉତ୍ତଙ୍ଗରା ଉଚ୍ଚ ବିଦ୍ୟାଳୟକୁ ଏହି ମାନ୍ଯତା ମିଳିଛି। ଯାଜପୁର ଜିଲ୍ଲାରେ ୧୨ ଟି ବିଦ୍ୟାଳୟ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ବିଞ୍ଝାରପୁର ବ୍ଲକର ଏକ ମାତ୍ର ସ୍କୁଲ ଭାବେ ଉତ୍ତଙ୍ଗରା ଉଚ୍ଚ ବିଦ୍ୟାଳୟ ଏହି ମାନ୍ୟତା ପାଇଛି । ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ସହ ଭିତ୍ତିଭୁମି, ସ୍ମାର୍ଟ କ୍ଲାସରୁମ, ପିଲାଙ୍କ ପାଇଁ ପ୍ରଶସ୍ଥ ଖେଳ ପଡିଆ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଥିବ ତେବେ ସେହି ବିଦ୍ୟାଳୟ ଗୁଡିକ ପିଏମଶ୍ରୀ ଶ୍ରେଣୀରେ ଅନ୍ତର୍ଗତ ହେବ। ପୂର୍ବ ସରକାର ସମୟରେ 5T ସ୍କୁଲ ମଧ୍ଯରେ ଏହି ସ୍କୁଲର ଉନ୍ନତିକରଣ କରାଯାଇଥିବା ସହ ସ୍ଥାନୀୟ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କର ଏହି ସ୍କୁଲ ପାଇଁ ଅନେକ ଅବଦାନ ରହିଛି। ପିଏମଶ୍ରୀ ମାନ୍ୟତା ପାଇବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଅଂଚଳବାସୀ ନିଜର ଖୁସୀ ବ୍ୟକ୍ତ କରିଛନ୍ତି।

ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ, ଚିକିତ୍ସାଳୟରେ ପରିବାର ଲୋକଙ୍କ ଉତ୍ତେଜନା !

ଅନୁଗୁଳ : ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ । ଶିଶୁ ବଦଳକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । ଗତ ସେପ୍ଟେମ୍ବର ୨୭ରେ ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ଡ୍ୟାମ ସାହିର ବାପୁ ଗୋଛାୟତଙ୍କ କଣିହାଁ ଚିକିତ୍ସାଳୟରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ଶିଶୁଟିର ଓଜନ କମ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଗତ ୨୮ ତାରିଖ ଦିନ ଶିଶୁଟିକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଶିଶୁଟିକୁ ଆଇସିୟୁର  ୧୬ନମ୍ୱର ବେଡରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ମଙ୍ଗଳବାର ଦିନ ଶିଶୁଟିକୁ ୧୨ନମ୍ବର ବେଡକୁ ସ୍ଥାନନ୍ତରିତ କରାଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ । ଶିଶୁଟିକୁ କାହିଁକି ସ୍ଥାନାନ୍ତରିତ କରାଗଲା ବୋଲି ପ୍ରଶ୍ନ କରିଥିଲେ ପରିବାର ଲୋକେ । ଅଧିକ ଅକ୍ସିଜେନ ପାଇଁ ଶିଶୁଟିକୁ ସ୍ଥାନାନ୍ତରିତ କରାଯାଇଥିବା କହିଥିଲେ ମେଡିକାଲ କର୍ତ୍ତୃପକ୍ଷ । ଗତକାଲି ସନ୍ଧ୍ୟାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିବା ପରେ ମେଡିକାଲରେ ଚାପା ଉତ୍ତେଜନା ଦେଖା । ଶିଶୁଟିକୁ ବଦଳ କାରାଯାଇଥିବା ଅଭିଯୋଗ କରି ପାରିବାର ଲୋକ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ ଅନୁଗୁଳ ଟାଉନ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା ।…

ସ୍କୁଲ ପୋଷାକର ରଙ୍ଗ ବଦଳାଇଲେ ରାଜ୍ଯ ସରକାର

ଭୁବନେଶ୍ବର : ବଦଳିଲା ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ । ସ୍କୁଲ ପୋଷାକର ରଙ୍ଗ ବଦଳାଇ ଦେଇଛନ୍ତି ରାଜ୍ଯ ସରକାର । ଉଭୟ ଛାତ୍ର ଓ ଛାତ୍ରୀଙ୍କ ପ୍ଯାଣ୍ଟ ରଙ୍ଗ ଇଷତ୍ ଖଇରିଆ ରଙ୍ଗ କରାଯାଇଥିବାବେଳେ ଚନ୍ଦନ ରଙ୍ଗର ଚେକ୍ ସାର୍ଟ କରାଯାଇଛି । ଛାତ୍ରୀମାନଙ୍କ ପାଇଁ ଇଷତ ଖଇରିଆ ରଙ୍ଗର ଜ୍ୟାକେଟ ମଧ୍ଯ ରହିଛି । ଯେଉଁ ବିଦ୍ଯାଳୟରେ ପୁରୁଣା ଡିଜାଇନର ପୋଷାକ ବିତରଣ ସରିନଥିବ କିମ୍ବା ସିଲାଇ କରିବାକୁ ଦିଆଯାଇନଥିବ ସେହି ବିଦ୍ଯାଳୟରେ ଏହି ଡିଜାଇନ ପୋଷାକ ପ୍ରଦାନ କରାଯିବ । ଏହା ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡିକ ପାଇଁ ଲାଗୁ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ଯମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ନୂଆ ୟୁନିଫର୍ମ ବଣ୍ଟନ କରାଯିବ । କିଛିଦିନ ପୂର୍ବରୁ ବିଭାଗୀୟ ମନ୍ତ୍ରୀ କହିଥିଲେ, ଆସନ୍ତାବର୍ଷରୁ ପୋଷାକର ରଙ୍ଗ ବଦଳିବ । ହେଲେ ଅଚାନକ ୟୁନିଫର୍ମ ପରିବର୍ତ୍ତନକୁ ନେଇ ଛାତ୍ରଛାତ୍ରୀ ଓ ବ୍ଯବସାୟୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଶଳାର ଠେଙ୍ଗା ମାଡ଼ରେ ଭିଣୋଇ ମୃତ

କଳାହାଣ୍ଡି : ଶଳା ମାଡ଼ରେ ଭିଣୋଇ ମୃତ। କଳାହାଣ୍ଡି ଥୁଆମୂଳ ରାମପୁର ଥାନା ରାଣୀଡୁମେର ଗାଁର ଘଟଣା। ହରି ଗଉଡଙ୍କ ଠେଙ୍ଗା ମାଡ଼ରେ ଭିଣେଇ ଟିମା ଗଉଡ ପ୍ରାଣ ହରାଇଛନ୍ତି। ଶଳା ଏବଂ ଭିଣୋଇଙ୍କ ମଧ୍ଯରେ ବଚସା ପରେ ଭିଣୋଇକୁ ଆକ୍ରମଣ କରିଥିଲେ ହରି। ଘଟଣା  ସ୍ଥଳରେ ଟିମା ଗଉଡଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅନ୍ୟପଟେ ଗୁରୁତର ସୁରେଖା ଗଉଡଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ପରିବାରରେ ଶୋକାକୂଳ ପିରିବେଶ।.. 

ବକ୍ସ ଅଫିସରେ ‘ସ୍ତ୍ରୀ-୨’ର ରେକର୍ଡ ଭାଙ୍ଗି ପାରିଲାନି ‘ଦେବରା’

ନନ୍ଦିଘୋଷ ବ୍ୟୁରୋ : ଜୁନିଅର NTRଙ୍କ  ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା ୨୭ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା ​​ । ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ବହୁତ ଭଲ ରୋଜଗାର କରିଥିଲା  । ଚଳଚ୍ଚିତ୍ର ବିଷୟରେ ଯେଉଁଭଳି ଭାବରେ ହାଇପ୍ରୋଫାଇଲ୍ ସୃଷ୍ଟି ହୋଇଥିଲା, ଲାଗୁଥିଲା ଯେ ଉଦଘାଟନୀ ଦିନ ପରେ ମଧ୍ୟ ଫିଲ୍ମ ଚମତ୍କାର କରିବ  । କିନ୍ତୁ ଯଦି ଆମେ ଏହି ଚଳଚ୍ଚିତ୍ରକୁ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ଅଭିନୀତ ସ୍ତ୍ରୀ-୨ ସହିତ ତୁଳନା କରୁ, ତେବେ ରୋଜଗାର ଦୃଷ୍ଟିରୁ ଦେବରା ଫିଲ୍ମ ସ୍ତ୍ରୀ-୨ର ରେକର୍ଡ ଭାଙ୍ଗି ପାରିଲା ନାହିଁ  । ୪୬ ଦିନରେ ମଧ୍ୟ ସ୍ତ୍ରୀ-୨ ବକ୍ସ ଅଫିସରେ ଭଲ ରୋଜଗାର କରୁଥିବାବେଳେ ‘ଦେବରା’ର ହିନ୍ଦୀ ସଂସ୍କରଣ ବକ୍ସ ଅଫିସରେ ପଛରେ ପଡିଛି  ।

‘ଦେବରା’ ଏକ ଉଚ୍ଚ ବଜେଟ୍ ଚଳଚ୍ଚିତ୍ର ଯେଉଁଥିରେ ଜୁନିଅର NTRର ଏକ ଡବଲ ଭୂମିକାରେ ନଜର ଆସିଥିବାବେଳେ ଏହି ଚଳଚ୍ଚିତ୍ରରେ ଜାନଭୀ କପୁର ଏବଂ ସେଫ ଅଲି ଖାନ ମଧ୍ୟ ଅଭିନୟ କରିଛନ୍ତି। ଉଭୟ ବଲିଉଡ ଅଭିନେତା ଏହି ଚଳଚ୍ଚିତ୍ର ସହିତ ତେଲୁଗୁ ଡେବ୍ୟୁ କରିଛନ୍ତି। ‘ଦେବରା’ ରିଲିଜ୍ ହେବା ପରେ, ପ୍ରଥମ ସପ୍ତାହ ଶେଷର ରୋଜଗାର ଭଲ, କିନ୍ତୁ ପରେ ରୋଜଗାର କମିବାରେ ଲାଗିଛି । ସ୍ତ୍ରୀ-୨ ବହୁତ ଭଲ ରୋଜଗାର କରୁଛି ।

ପୁଣେରେ ହେଲିକପ୍ଟର ଦୁର୍ଘଟଣା, ୩ ମୃତ

ପୁଣେ : ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ୩ଜଣଙ୍କ ମୃତ୍ଯୁ ହୋଇଥିଲା ସୂଚନା। ଘନ କୁହୁଡି ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ଆଶଙ୍କା। ମୃତକଙ୍କ ମଧ୍ଯରେ ୨ ପାଇଲଟ ଏବଂ ଜଣେ ଇଞ୍ଜିନିୟର ଥିଲେ। ସକାଳ ୬.୪୫ ମିନିଟରେ ପ୍ଲେନ କ୍ରାସ୍ ହୋଇଛି।

ପୁଣେ ବାବଧାନ ପାହାଡ ଅଞ୍ଚଳରେ ପ୍ଲେନ କ୍ରାସ୍ ହୋଇଛି। ମୃତକ ଦୁଇ ପାଇଲଟ୍ ହେଲେ ପରମଜିତ୍ ସିଂ ଏବଂ ଜି.କେ ପିଲାଇ। ମୃତକ ଇଞ୍ଜିନିୟର ହେଲେ ପ୍ରିତମ ଭରଦ୍ବାଜ। ହେଲିକପ୍ଟର ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା। ଘଟଣାସ୍ଥଳରେ ଦୁଇଟି ଆମ୍ବୁଲାନ୍ସ ଏବଂ ଚାରିଟି  ଦମକଳ ଗାଡି ଉପସ୍ଥିତ ଅଛି ।

ଦ୍ୱିତୀୟ ଥର ପାଇଁ ପାକିସ୍ତାନର ଅଧିନାୟକତ୍ୱ ଛାଡିଲେ ବାବର ଆଜମ

ନନ୍ଦିଘୋଷ ବ୍ୟୁରୋ : ବାବର ଆଜମ ଆଉ ଦିନିକିଆ ଏବଂ  ଟି୨୦ ରେ ପାକିସ୍ତାନର ଅଧିନାୟକ ହେବେ ନାହିଁ । ସେ ଅଧିନାୟକ ପଦ ଛାଡିବାକୁ ଘୋଷଣା କରିଛନ୍ତି । ଦ୍ୱିତୀୟ ଥର ପାଇଁ ବାବର ଆଜମ ପାକିସ୍ତାନର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ବାବର ଆଜାମ ମଧ୍ୟରାତ୍ରିରେ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନର ଅଧିନାୟକତ୍ୱ ଛାଡିବା ବିଷୟରେ ସୂଚନା ଦେଇଛନ୍ତି । ବାବର ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଦ୍ବାରା ସେ ତାଙ୍କ ବ୍ୟାଟିଂ ଏବଂ ଖେଳ ଉପରେ ଧ୍ୟାନ ଦେଇ ପାରିବେ। ସେ କହିଛନ୍ତି ଯେ ଜଣେ ଖେଳାଳି ଭାବରେ ସେ ଦଳରେ ଅବଦାନ ଜାରି ରଖିବେ।

ତେବେ ଗତ ବର୍ଷ ଏକଦିବସୀୟ ବିଶ୍ୱକପ ପରେ ବାବର ଆଜମ ପାକିସ୍ତାନର ଅଧିନାୟକତ୍ୱ ଛାଡିଥିଲେ । କିନ୍ତୁ, ତେବେ ଚଳିତ ବର୍ଷ ଏପ୍ରିଲରେ ପିସିବି ତାଙ୍କୁ ହ୍ବାଇଟ୍ ବଲ୍ କ୍ରିକେଟରେ ଅଧିନାୟକ ଭାବରେ ରଖିବାକୁ ନିଷ୍ପତ୍ତି ନେଇଥିଲେ । ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ମଧ୍ୟ ଚଳିତ ବର୍ଷର ଟି -୨୦ ବିଶ୍ୱକପ ଖେଳିଛି । ବର୍ତ୍ତମାନ ବାବର ଆଜାମ ପାକିସ୍ତାନର ଅଧିନାୟକତ୍ୱରୁ ସମ୍ପୂର୍ଣ୍ଣ ଇସ୍ତଫା ଦେଇଛନ୍ତି ।

ସୋସିଆଲ ମିଡିଆରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ବାବର ଆଜାମ ଘୋଷଣା କରିଛନ୍ତି ଯେଉଁଥିରେ ସେ କାହିଁକି ଏହି ନିଷ୍ପତ୍ତି ନେଉଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି। ପ୍ରଶଂସକଙ୍କୁ ବାବର ଆଜମ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି ଯେ, ମୁଁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ କ୍ରିକେଟ୍ ଦଳର ନେତୃତ୍ୱ ନେବା ମୋ ପାଇଁ ଗୌରବର ବିଷୟ । ମୁଁ ଅଧିନାୟକତ୍ୱରୁ ବହୁତ କିଛି ଶିଖିବାକୁ ପାଇଲି  ।କିନ୍ତୁ, ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ଅଧିନାୟକତ୍ୱ ଛାଡିବା ମୋ ପାଇଁ ଉପଯୁକ୍ତ ସମୟ  ।

ଅଧିନାୟକ ପଦ ଛାଡିବାର କାରଣ ବିଷୟରେ ବାବର ଆଜମ ଆହୁରି ମଧ୍ୟ କହିଛନ୍ତି। ସେ ବର୍ତ୍ତମାନ ତାଙ୍କ ବ୍ୟାଟିଂ ଏବଂ ଖେଳ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଏବଂ ଏଥିପାଇଁ ସେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶଂସକମାନଙ୍କୁ କହିଛନ୍ତି ଯେ ବର୍ତ୍ତମାନ ସେ ଅଧିନାୟକ ଭାବରେ ନୁହେଁ ବରଂ ଜଣେ ଖେଳାଳି ଭାବରେ ଦଳରେ ସହଯୋଗ କରିବାକୁ ଚାହୁଁଛନ୍ତି ।