spot_img
Home Blog Page 150

ନୂଆପଡ଼ା ଉପନିର୍ବାଚନ : ଆଜି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଭରିବେ ନାମାଙ୍କନ

ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ। ଆଜି କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଦାଖଲ କରିବେ ନାମାଙ୍କନ ପତ୍ର। ବିଜେପିରୁ ଜୟ ଢୋଲକିଆ ଓ କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥିପତ୍ର ଦାଖଲ କରିବେ। ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଯାଇ ନାମାଙ୍କନପତ୍ର ଭରିବେ ଦୁଇ ପ୍ରାର୍ଥୀ। ଦୁଇ ଦଳ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଦଳୀୟ କର୍ମୀ ଓ ନେତାଙ୍କ ଗହଣରେ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିବେ। ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଆଜି ବିଧିବଦ୍ଧ ଭାବେ ଦଳୀୟ ପ୍ରମୁଖ ନେତା ଓ କର୍ମୀଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କରିବେ ଘାସିରାମ। ନୂଆପଡ଼ାରେ ଏଥର ଘାସିରାମଙ୍କୁ ପ୍ରାର୍ଥୀ କରି ଉପନିର୍ବାଚନ ବୈତରଣୀ ପାର୍ ହେବାକୁ ଅଙ୍କ କଷିଛି କଂଗ୍ରେସ। ସେପଟେ ବିଜେପି ପାର୍ଥୀ ଜୟ ଢୋଲକିଆ ଦଳୀୟ ପ୍ରାର୍ଥୀ ଓ ନେତାଙ୍କ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ କରିବେ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ହେଉଛନ୍ତି ଜୟ ‌ଢୋଲକିଆ। ଜୟ ‌ଢୋଲକିଆଙ୍କ ନାମାଙ୍କନରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ବୋଲି ଜଣାପଡିଛି।

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ : ହମଲାରେ ୩ କ୍ରିକେଟର ମୃତ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଏବଂ ଆଫଗାନିସ୍ତାନ ଉତ୍ତେଜନା ଧମିବାର ନାଁ ଧରୁନି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ପାକଟିକା ପ୍ରଦେଶରେ ଏକ ବଡ ଏୟାର ଷ୍ଟ୍ରାଇକ୍‌ କରିଛି । ଏହି ବିମାନ ଆକ୍ରମଣରେ ତିନି ଜଣ ଆଫଗାନ୍ କ୍ରିକେଟରଙ୍କ ସହ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଛି। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ବିବୃତ୍ତିରେ, ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଏହି ଘଟଣାକୁ ନିନ୍ଦା କରିବା ସହ  “ପାକିସ୍ତାନ ଦ୍ୱାରା କରାଯାଇଥିବା ଏହା ଏକ କାପୁରୁଷ ଆକ୍ରମଣ” ବୋଲି କହିଛି।ଏହା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପାକିସ୍ତାନ ଏବଂ ଶ୍ରୀଲଙ୍କା ସହ ଆଗକୁ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ T20 ସିରିଜରୁ ଓହରି ଯିବାର ନିଷ୍ପତ୍ତି ଘୋଷଣା କରିଛି।

ଆଫଗାନିସ୍ତାନ କ୍ରିକେଟ ବୋର୍ଡ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ ପାକିସ୍ତାନ ଦ୍ୱାରା ଏକ ଆକ୍ରମଣରେ ଟାର୍ଗେଟ ହୋଇଥିବା ଉର୍ଗୁନ୍ ଜିଲ୍ଲାର କ୍ରିକେଟର୍ କବିର, ସିବଘାତୁଲ୍ଲା ଏବଂ ହାରୁନଙ୍କ ମୃତ୍ୟୁ ପାଇଁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଗଭୀର ଶୋକ ପ୍ରକାଶ କରୁଛି। ଏହି ଖେଳାଳିମାନଙ୍କ ସହିତ ଆଉ ପାଞ୍ଚ ଜଣ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଥିଲେ, ଏଥିସହ ସାତ ଜଣ ଆହତ ହୋଇଥିଲେ। ଖେଳାଳିମାନେ ମ୍ୟାଚ ଖେଳିବା ପାଇଁ ଶାରନା ଯାଇଥିଲେ। ସେଠାରୁ ଉର୍ଗୁନ୍ ଫେରିବା ପରେ ସେମାନଙ୍କୁ ଟାର୍ଗେଟ କରାଯାଇଥିଲା।
ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏକ ତ୍ରିରାଷ୍ଟ୍ରୀୟ T20 ସିରିଜ୍‌ ରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ପାକିସ୍ତାନର ଏକ ମିଳିତ ସିରିଜ୍ ଖେଳିବାର ଥିଲା। ତ୍ରିରାଷ୍ଟ୍ରୀୟ T20 ସିରିଜ୍‌ ର ପ୍ରଥମ ଦୁଇଟି ମ୍ୟାଚ୍ ରାୱଲପିଣ୍ଡିରେ ଅନୁଷ୍ଠିତ ହେବାର ଥିଲା ଏବଂ ଫାଇନାଲ୍ ସମେତ ବାକି ମ୍ୟାଚ୍ ସବୁ ଲାହୋରରେ ଅନୁଷ୍ଠିତ ହେବାର ଥିଲା। ଆଫଗାନିସ୍ତାନ କ୍ରିକେଟ ଦଳର ଅଧିନାୟକ ରସିଦ ଖାନ ବିମାନ ଆକ୍ରମଣକୁ “ବର୍ବର” ବୋଲି କହିଛନ୍ତି।

ଅକ୍ଟୋବର ୧୧ ତାରିଖରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି, ଯେତେବେଳେ ଆଫଗାନ ସେନା ଅନେକ ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିଥିବା ରିପୋର୍ଟ ପରେ ସୀମାରେ ଭୟଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ଯୁଦ୍ଧ ତୀବ୍ର ରୂପ ନେବା ପରେ ଦୁଇ ଦେଶର ସହମତିରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। କିନ୍ତୁ ଏହାକୁ ୪୮ ଘଣ୍ଟା ନ ପୂରୁଣୁ ପୁଣି ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଛି ପାକିସ୍ତାନ।

ଅକ୍ଟୋବର ୧୧ ତାରିଖରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି, ଯେତେବେଳେ ଆଫଗାନ ସେନା ଅନେକ ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିଥିବା ରିପୋର୍ଟ ପରେ ସୀମାରେ ଭୟଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ଯୁଦ୍ଧ ତୀବ୍ର ରୂପ ନେବା ପରେ ଦୁଇ ଦେଶର ସହମତିରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। କିନ୍ତୁ ଏହାକୁ ୪୮ ଘଣ୍ଟା ନ ପୂରୁଣୁ ପୁଣି ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଛି ପାକିସ୍ତାନ।

ଭୁବନେଶ୍ୱରରେ ଲୋମହର୍ଷଣକାରୀ ଘଟଣା : ନାବାଳିକା ଗଣଦୁଷ୍କର୍ମର ଶିକାର ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱରରେ ଘଟିଛି ଲୋମହର୍ଷଣକାରୀ ଘଟଣା।ରାଜଧାନୀରେ ନାବାଳିକାଙ୍କୁ  ଗଣଦୁଷ୍କର୍ମ ଅଭିଯୋଗ Iଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଘର ବିହାରରେ ହୋଇଥିବା ବେଳେ ଗତ ରାତିରେ ତାଙ୍କ ସହ କେହି ଦୁର୍ବୃତ୍ତ ଏଭଲି ଜଘନ୍ୟ କାଣ୍ଡ ଘଟାଇଛନ୍ତି I କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା Iନାବାଳିକା ଜଣଙ୍କ ଏବେ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ଅଛନ୍ତି। ପୁଲିସ୍ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରୁଛି । ହେଲେ ଅଭିଯୁକ୍ତମାନଙ୍କର ଟେର ପାଇନାହିଁ । ଗତକାଲି ବିଳମ୍ବିତ ରାତିରେ ଜଣେ ୧୭ ବର୍ଷର ନାବାଳିକା ଅଶୋକ ନଗର ଅଞ୍ଚଳ ରାସ୍ତା କଡ଼ରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ। କିଛି ଲୋକ ମାନସିକ ବିକୃତ ଭାବି ଅଣଦେଖା କରିଥିଲେ । ରାତି ଯେତେ ବଢ଼ିଥିଲା ନାବାଳିକା ଯନ୍ତ୍ରଣାରେ ଅଧିକ ଛଟପଟ ହେଉଥିବାର କିଛି ଅଟୋ ଚାଳକ ଦେଖି ଘଟଣାସ୍ଥଳକୁ ଯାଇ ଦେଖିଥିଲେ ନାବାଳିକାର ଦେହର ବିଭିନ୍ନ ସ୍ଥାନ କ୍ଷତ ରହିଚି । ପିନ୍ଧିଥିବା ପୋଷାକ ଚିରି ଯାଇଛି । ଏହା ଦେଖି ସେମାନେ ପୁଲିସ୍‌କୁ ଫୋନ୍ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଡାକ୍ତର ଜାଣିବାକୁ ପାଇଥିଲେ ନାବଳିକା ସହ ଦୁଷ୍କର୍ମ ଘଟିଛି। ନାବାଳିକା ଜଣଙ୍କ କଥା ମଧ୍ୟ ହୋଇପାରୁନଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗଣଦୁଷ୍କର୍ମ ଓ ପୋକ୍ସୋ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି I

ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ହାଇଦ୍ରାବାଦ ପେଟବଶିରାବାଦ ଅଞ୍ଚଳରେ ଚାଞ୍ଚଲ୍ୟ

ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ହାଇଦ୍ରାବାଦ ପେଟବଶିରାବାଦ ଅଞ୍ଚଳରେ ଚାଞ୍ଚଲ୍ୟ । କମ୍ପାନୀ କ୍ବାର୍ଟରରୁ ମିଳିଲା ମୃତଦେହ । ସ୍ବାମୀଙ୍କ ଅନୁପସ୍ଥିତିରେ ନାରକୀୟ କାଣ୍ଡ । ହାଇଦ୍ରାବାଦର ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଭରତପୁର ଅଞ୍ଚଳରେ ରହୁଥିବା ଅନିନ୍ଦିତା ମହନ୍ତ ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳର ଗୌତମ ଚରଣ ଘଡାଇଙ୍କୁ ବିବାହ କରିଥିଲେ । ତାଙ୍କର ୪ ବର୍ଷର ପୁଅଟିଏ ରହିଛି । ସ୍ୱାମୀ ଅଳ୍ପନା ନାମକ ଏକ କମ୍ପାନୀରେ କାମ କରିବାକୁ ୬ ମାସ ପୂର୍ବେ ପୁଅକୁ ନେଇ ହାଇଦ୍ରାବାଦ ଯାଇଥିଲେ ଦମ୍ପତି । ସ୍ବାମୀ ଇଲେକ୍ଟ୍ରୋନିକ ରକ୍ଷଣାବେକ୍ଷଣା ବିଭାଗରେ କାମ କରୁଥିବାବେଳେ କମ୍ୟୁନିଟି ସେଣ୍ଟରରେ ପିଲାଙ୍କୁ ପାଠ ପଢାନ୍ତି ଅନିନ୍ଦିତା । କମ୍ପାନୀ ପରିସରରେ ଥିବା କ୍ୱାର୍ଟରେ ରହୁଥିଲେ ପରିବାର । ନିକଟରେ ସ୍ୱାମୀଙ୍କର ଦୁବାଇର ଏକ କମ୍ପାନୀରେ ଚାକିରି ସ୍ଥିର ହୋଇ ଯାଇଥିଲା । ହେଲେ ପାସପୋର୍ଟରେ ନାଁ ତ୍ରୁଟି ଥିବାରୁ ସଂଶୋଧନ କରିବା ପାଇଁ ସ୍ବାମୀ ତାଙ୍କ ପୁଅକୁ ନେଇ ଗତ ଶନିବାର ଭୁବନେଶ୍ଵରରେ ଆସିଥିଲେ । ଗୁରୁବାର ରାତିରେ କମ୍ପାନୀ କର୍ମଚାରୀ ତାଙ୍କୁ ଫୋନ କରି ପତ୍ନୀ ଅସୁସ୍ଥ ଥିବା ଜଣାଇଥିଲେ । ସେଠାରେ ପହଞ୍ଚିବା ବେଳକୁ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ପାଇଥିଲେ ।

ଏକମାତ୍ର ଝିଅର ମୃତ୍ୟୁ ଖବର ପାଇଁ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ଏକାକୀ ଥିବାରୁ ସୁଯୋଗ ନେଇ ତାଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି  । ଝିଅକୁ ଦୁଷ୍କର୍ମ କରି ମାରିଥିବା ସେହି କମ୍ପାନୀର ଜଣେ କର୍ମଚାରୀ ବୋଲି ସେମାନେ ଅଭିଯୋଗ କରିଛନ୍ତି  । ଦୋଷୀକୁ ଉଚିତ୍ ଦଣ୍ଡ ଦେବା ସହ ହାଇଦ୍ରାବାଦ ଯାଇଥିବା ସ୍ବାମୀ ଗୌତମଙ୍କୁ ସେଠାରେ କେହି ସହଯୋଗ କରୁ ନଥିବାରୁ ମୃତଦେହ କିପରି ଆସିବ ସେନେଇ ଚିନ୍ତାରେ ପରିବାର । ପରିବାର ଗରିବ ହୋଇଥିବାରୁ ହାଇଦ୍ରାବାଦ ଯାଇ ଲଢିବା ସମ୍ଭବ ନୁହେଁ । ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ପରିବାର ସଦସ୍ୟ ଗୁହାରି କରିଛନ୍ତି ।

କେବେ ଖୋଲିବ ଶ୍ରୀଗୁଣ୍ଡିଚା ? କେବେ ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ କରିବେ ଭକ୍ତ ?

କେବେ ଖୋଲିବ ଶ୍ରୀଗୁଣ୍ଡିଚା ? କେବେ ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ କରିବେ ଭକ୍ତ ? ସୌନ୍ଦର୍ଯକରଣ ଆଳରେ କୋଭିଡ ପରଠାରୁ ଲାଗିଛି କଟକଣା । ତେଜୁଛି ଅସନ୍ତୋଷ । କାଳିଆ ଦର୍ଶନ ପାଇଁ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଛୁଟି ଆସୁଛନ୍ତି । ମହାପ୍ରଭୁଙ୍କ ଦର୍ଶନ ମିଳିଯାଉଛି କିନ୍ତୁ ମହାପ୍ରଭୁଙ୍କ ଜନ୍ମସ୍ଥାନ ଦେଖିବାରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ । କୋଭିଡ ପରଠୁ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କଟକଣା ଲାଗି ରହିଥିବାବେଳେ ଜନ୍ମବେଦିକୁ ଦର୍ଶନ କରି ନପାରି ନିରାଶ ଫେରୁଛନ୍ତି ଲୋକେ  । ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ନେଇ ଟେଣ୍ଡର ହେଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନକୁ ଆର୍ଥିକ ଲାଭ ମିଳୁଥିଲା । ତେବେ ନିର୍ମାଣ କାର୍ଯ୍ୟ ଆଳ ଦେଖାଇ ଏହାକୁ ବନ୍ଦ କରାଯିବ ସମିଚୀନ ନୁହେଁ ବୋଲି କହିଛନ୍ତି ସେବାୟତ ।

ଗୁଣ୍ଡିଚା ମନ୍ଦିରର ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହେବା ପରେ ଖୁବଶୀଘ୍ର ଏହା ସର୍ବସାଧାରଣ ପାଇଁ ଏହା ଖୋଲାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  । ଜନ୍ମ ବେଦିର ଭିତର ଓ ବାହାରେ ବ୍ୟପକ ମାତ୍ରାରେ ଉନ୍ନତି ମୂଳକ କାର୍ଯ୍ୟ ଜାରି ରହିଛି । ଆଗାମୀ ରଥଯାତ୍ରା ସୁଦ୍ଧା ଏହାକୁ ଶେଷ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି  । ଭକ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଏହା ବନ୍ଦ ଥିବାବେଳେ ପ୍ରଶାସନ ପକ୍ଷରୁ ଟିକେଟ ବ୍ୟବସ୍ଥା କରାଯାଇ ପ୍ରବେଶ ଅନୁମତି ପ୍ରଦାନ ଦିଗରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗୁଣ୍ଡିଚା ମନ୍ଦିରକୁ ନେଇ ଧାର୍ମିକ ଭାବନା ଜଡି଼ତ ହୋଇ ଥିବାବେଳେ ଏଠାକୁ ପ୍ରବେଶ କଟକଣା ଦୂର ଦୁରାନ୍ତରୁ ଆସୁଥିବା ଭକ୍ତମାନଙ୍କୁ ନିରାଶ କରୁଛି ।

ଧନତରେସ ସାଙ୍ଗକୁ ଦୀପାବଳି: ସହରିଆଙ୍କ ଡବଲ ସେଲିବ୍ରେସନ

ଧନତରେସ ସାଙ୍ଗକୁ ଦୀପାବଳି । ସହରିଆଙ୍କ ଡବଲ ସେଲିବ୍ରେସନ । ସୁନା ଦୋକାନର ସ୍ପେଶାଲ ଅଫର । ସୁନା ଦର ବୃଦ୍ଧି ସତ୍ତ୍ବେ ଦୋକାନରେ ଭିଡ଼ । ରାତି ପାହିଲେ ଧନତରେସ । ସୁନା, ରୁପା, ବାସନ, ଝାଡୁ କିଣିଲେ ଘରକୁ ଲକ୍ଷ୍ମୀ ଆସିବେ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଲାଲଚାନ୍ଦ ଜୁଏଲରୀରେ ସୁନା, ରୁପା ଓ ହୀରାରେ ସ୍ପେଶାଲ ଅଫର ରହିଛି । ଦେଢ଼ଲକ୍ଷ ଟଙ୍କାର ସୁନା କିଣିଲେ ଗୋଲଡ କଏନ ଫ୍ରି ମିଳୁଛି । ଆଜି ୨୨ କ୍ଯାରେଟ ଉପରେ ୧ ଲକ୍ଷ ୨୧ ହଜାର ୭ଶହ ଟଙ୍କା ଓ ୨୪ କ୍ୟାରେଟ ୧ ଲକ୍ଷ ୩୨ ହଜାର ୭୬୩ ଟଙ୍କା ରହିଛି । କେବଳ ୨୨ କାରେଟ ସୁନା ଓ ରୁପା ଉପରେ ମେକିଙ୍ଗ ଚାର୍ଜ ଉପରେ ୮୦ ପ୍ରତିଶତ ଫ୍ଲାଟ ଅଫ ରହିଛି । ହୀରା ଉପରେ ୨୫ ପ୍ରତିଶତ ଫ୍ଲାଟ ଅଫ ରହିଛି । ସୁନା ରେଟ ବଢୁଥିଲେ ବି ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସେପଟେ ସହିଦନଗରରେ ସ୍ମାଇଲ ଗୋଲଡ଼ ଜୁଏଲାରୀ ଧନତରେସ ଓ ଦୀପାବଳୀ ଲାଗି ୧୮ ଓ ୧୯ ତାରିଖ ସ୍ପେଶାଲ ଅଫର ଆଣିଛି । ସୁନା ଉପରେ ମେକିଂ ଚାର୍ଜ ଫ୍ଳାଟ ୬୪୯ ଟଙ୍କା ରହିଛି। ଏହାସହ ରୁପା ମେକିଂ ଚାର୍ଜ ଉପରେ ୫୦ ପ୍ରତିଶତ ଫ୍ଲାଟ ଅଫର, ଡାଇମଣ୍ଡ ଉପରେ ୨୫ ପ୍ରତିଶତ ଫ୍ଲାଟ ଅଫର ରହିଛି । ଏହାସହିତ ବମ୍ପର ଲକି ଡ୍ରରେ ଜୁପିଟର, ଏଲଇଡି ଟିଭି, ଫ୍ରିଜ, ଘଣ୍ଟା ଓ ଗ୍ରାଇଣ୍ଡର ରଖାଯାଇଛି । ସେହିଭଳି ଜେ ଆଣ୍ଡ ଟି ଜେମ୍ସ ଆଣ୍ଡ ଜୁଏଲାରୀ ଦୋକାନରେ ସୁନାର ମେକିଂ ଚାର୍ଜ ଉପରେ ୫୯୯ ଟଙ୍କା ଫ୍ଲାଟ ଅଫ ରହିଛି । ଏହାସହ ହୀରା ଉପରେ ୨୫ ପ୍ରତିଶତ ଫ୍ଲାଟ ଅଫ ଓ ରୁପା ଉପରେ ଶୂନ ପ୍ରତିଶତ ମେକିଂ ଚାର୍ଜ ରହିଛି । ସୁନ୍ଦର ସୁନ୍ଦର ଡିଜାଇନ ଥିବାରୁ ଜେ ଆଣ୍ଡଟି ଜେମ୍ସ ଆଣ୍ଡ ଜୁଏଲାରୀ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିଛି। ପୂର୍ବବର୍ଷ ଧନତରସର ସୁନାଦର ୭୦ ହଜାର ଟଙ୍କା ଥିବାବେଳେ ଚଳିତବର୍ଷ ଏକଲକ୍ଷ ୨୧ ହଜାର ଟଙ୍କାର ଛୁଇଁଛି ।

ନିର୍ବାଚନ ନ ସରିବା ଯାଏଁ ନେତାଙ୍କୁ ନୂଆପଡା ନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି

ନିର୍ବାଚନ ନ ସରିବା ଯାଏଁ ନେତାଙ୍କୁ ନୂଆପଡା ନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି। ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ପୂର୍ବତନ ବିଧାୟକ ମାନଙ୍କୁ ଦିଆଯାଇଛି ଦାୟିତ୍ୱ। ଗତକାଲି ବୈଠକ କରି ଦାୟିତ୍ୱ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି । ବୁଥ ସମ୍ଭଳିବେ ବିଧାୟକ ଏବଂ ପୂର୍ବତନ ବିଧାୟକ। ଆଉ 2 ଥର ପ୍ରଚାରରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ। ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ନୂଆପଡା ଆସି ପ୍ରଚାର କରିବେ।
ପୁରା ରଣନୀତି ପ୍ରସ୍ତୁତ କରି ସରିଛି ବିଜେପି ।

ମାଟିଦୀପ ତିଆରିରେ ବ୍ୟସ୍ତ କୁମ୍ଭକାର: କୌଳିକ ବୃତ୍ତି ବଞ୍ଚାଇବାକୁ ପ୍ରୟାସ

ମାଟିଦୀପ ତିଆରିରେ ବ୍ୟସ୍ତ କୁମ୍ଭକାର। କୌଳିକ ବୃତ୍ତି ବଞ୍ଚାଇବାକୁ ପ୍ରୟାସ । ଛୋଟ ବଡ଼ ଦୀପ ଠାରୁ ଆରମ୍ଭ କରି ଆଳତୀ ଦୀପ ଯାଏଁ ଚାଲିଛି ପ୍ରସ୍ତୁତି । କୁମ୍ଭକାର ହାତରେ ବୁଲୁଛି ଚକୀ । ଆଉ ତିଆରି ହେଉଛି ବିଭିନ୍ନ ପ୍ରକାର ଦୀପ । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଓସ୍ତପୁର ଗାଁରେ । ଆଲୋକର ପର୍ବ ଦୀପାବଳି ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି । ଘରେ ଘରେ ଦୀପ ଜାଳି ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରାଯିବ । ଆଉ ଦି ‘ପଇସା ରୋଜଗାର ଆଶାରେ ଦୀପ କାରିଗର । ଗାଁରେ ଶହ ଶହ କୁମ୍ଭକାର ପରିବାର ନିଜର କୌଳିକ ବୃତ୍ତିରୁ ପରିବାର ପ୍ରତିପୋଷଣ କରନ୍ତି । ତେବେ ଅନ୍ଧାରକୁ ଦୂର ପାଇଁ ଦୀପ ଗଢ଼ୁଥିବା କାରିଗର ଏବେ ଅନ୍ଧାରରେ ।

ଦୀପ ତିଆରି ପାଇଁ ଦୀପାବଳୀର ଗୋଟିଏ ମାସ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ମାଟି ଆଣି ଭଲ ଭାବେ ଚକଟି ଚକୀରେ ପକାଇ ଦୀପ ତିଆରି କରନ୍ତି କାରିଗର । କଞ୍ଚାଦୀପକୁ ଶୁଖାଇବା ପରେ ନିଆଁରେ ପୋଡ଼ାଯାଏ । ଏହା ପରେ ବିଭିନ୍ନ ରଙ୍ଗରେ ସଜାଇ ବିକ୍ରି କରିଥାନ୍ତି । କିନ୍ତୁ ଆଧୁନିକ ଯୁଗରେ ବିଦ୍ୟୁତ ଲାଇଟର ବହୁଳ ବ୍ୟବହାର ଯୋଗୁଁ ଦୀପର ଚାହିଦା କମିଛି । ଦୀପ ବଦଳରେ ଲିଚୁ ଲାଇଟ ଓ ଚାଇନା ଲାଇଟକୁ ଲୋକେ ବେଶୀ ପସନ୍ଦ କରୁଛନ୍ତି । ଯାହାକୁ ନେଇ ଏବେ ଆଶା ଆଶଙ୍କାରେ ଦୀପ କାରିଗର। ସରକାରଙ୍କ ତରଫରୁ ସହାୟତା ମିଳିଲେ ନିଜ କୌଳିକ ବୃତ୍ତିକୁ ବଞ୍ଚାଇପାରନ୍ତେ ବୋଲି କହିଛନ୍ତି କାରିଗର । ଧୀରେ ଧୀରେ କୌଳିକ ବୃତ୍ତିରୁ ମୁହଁ ଫେରାଇବାକୁ ବସିଲେଣି କୁମ୍ଭକାର। ସରକାର ସହାୟତାର ହାତ ବଢ଼ାଇଲେ ଏମାନେ ଉପକୃତ ହୋଇପାରନ୍ତେ ।

ରାସ୍ତା ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ: ଗାଡ଼ି ମୋଟର ଯିବା ତ ଦୂରର କଥା, ଚାଲିକି ଯିବା ବି କଷ୍ଟକର

କାଦୁଅ ପଚପଚ ରାସ୍ତା । ଖାଲ ଖମାରେ ପରିପୂର୍ଣ୍ଣ । ଗାଡ଼ି ମୋଟର ଯିବା ତ ଦୂରର କଥା, ଚାଲିକି ଯିବା ବି କଷ୍ଟକର । ଏ ରାସ୍ତା ହେଉଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବେଢ଼ାପାଳ ଗାଁର । ଏଠାରେ ପାଖାପାଖି ୧୫୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ହେଲେ ଏମାନଙ୍କ ମୁଖ୍ୟ ସମସ୍ୟା ପାଲଟିଛି ରାସ୍ତା। ବାହାରକୁ ଯିବାକୁ ହେଲେ ଏହି ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଭାଗ୍ୟକୁ ଆଦରି ଯିବାକୁ ପଡୁଛି। ପ୍ରତିଦିନ ଏଭଳି ସମସ୍ୟା ଭୋଗୁଛନ୍ତି ବେଢ଼ାପାଳ ଗ୍ରାମବାସୀ। ଶୋଚନୀୟ ରାସ୍ତା ପାଇଁ ଗାଁ ଭିତରକୁ ଯାଇପାରୁନି ଆମ୍ବୁଲାନ୍ସ। ଘଣ୍ଟା ଘଣ୍ଟା ଧରି ଠିଆ ହେବା ପରେ ଗାଁ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯାଉଛି। ସଠିକ ସମୟରେ ଆମ୍ବୁଲାନ୍ସ ନପହଁଞ୍ଚିବାରୁ ଅନେକ ଲୋକ ପ୍ରାଣ ହରାଉଛନ୍ତି। ବ୍ଲକ୍ କାର୍ଯ୍ୟାଳୟ ଠାରୁ ମାତ୍ର ୫-୭ କିଲୋମିଟର ଦୂରରେ ଥିବା ଏହି ରାସ୍ତା ନିର୍ମାଣ ପାଇଁ ଦାବି ହୋଇଛି।

ବାଇଟ୍ – ୧ – ସରସ୍ଵତୀ ନାଏକ, ଗ୍ରାମବାସୀ
ବାଇଟ୍ – ୨ – ଦୁଷ୍ମନ୍ତ ସାହୁ, ଗ୍ରାମବାସୀ

ଭିଓ – ୨ – ମାତ୍ର ୨ କିଲୋମିଟର ରାସ୍ତା ପାଇଁ ୧୫ କିଲୋମିଟର ବୁଲିକି ଯିବାକୁ ପଡୁଛି। ବ୍ଲକ୍ କାର୍ଯ୍ୟାଳୟ ଯିବା ସହିତ ହାଟ ବଜାରକୁ ଯିବା ପାଇଁ ହଇରାଣ ହେଉଛନ୍ତି ଲୋକେ। ମାତ୍ର ୨ କିଲୋମିଟର ଦୂରରେ ପଞ୍ଚାୟତ କାର୍ଯ୍ୟାଳୟ, ୪ କିଲୋମିଟର ଦୂରରେ ବ୍ଲକ୍ କାର୍ଯ୍ୟାଳୟ ସମେତ ହାଟ ବଜାର ରହିଛି। ହେଲେ ଶୋଚନୀୟ ରାସ୍ତା ପାଇଁ ୧୫ରୁ ୨୦ କିଲୋମିଟର ବୁଲିକି ଯାତାୟାତ କରୁଛନ୍ତି। ରାସ୍ତା ସମସ୍ୟା ନେଇ ପ୍ରଶାସନକୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ଫଳ ଶୂନ। ଏନେଇ ଘଟଗାଁ ବିଡିଓଙ୍କୁ ଅବଗତ କରିବାରୁ ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନଥିଲେ।

ଉପଦ୍ରବ ମଚାଇଛି ବେଙ୍ଗଲୀ ଦନ୍ତା: ସଞ୍ଜ ନଇଁଲେ ହେଉଛି ଗାଁ ମୁହାଁ

ଆସୁଛି, ଖାଉଛି, ଭାଙ୍ଗୁଛି, ଆଉ ଚାଲିଯାଉଛି । ଉପଦ୍ରବ ମଚାଇଛି ବେଙ୍ଗଲୀ ଦନ୍ତା । ସଞ୍ଜ ନଇଁଲେ ହେଉଛି ଗାଁ ମୁହାଁ । ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳ ଅଧୀନ ଅନନ୍ତପୁର ଅଞ୍ଚଳରେ ରଚିଛି ଆତଙ୍କ। ଫଳରେ ଭୟଭୀତ ଅବସ୍ଥାରେ ଉପର ବାରଡାଙ୍ଗୁଆ ଗାଁର ୫୦ ରୁ ଅଧିକ ପରିବାର। ଆଉ ୫ ଦିନ ହେବ ୨ ଟି ଘରେ ପଶି ଧାନ ଚାଉଳ ଭାତ ଖାଉଛି। କାହାର ଘର ଓ ଚାଳ ଛପର ଭାଙ୍ଗି ନଷ୍ଟ କରି ଦେଲାଣି ତ ଆଉ କାହାର କାନ୍ଥ ଭାଙ୍ଗି ଦେଲାଣି। ସେହିପରି ତାଳସରି ଓ ଭୁଣ୍ଡାସାହିରେ ମଧ୍ୟ ୫ ରୁ ଅଧିକ ଘର ଭାଙ୍ଗିଛି ଦନ୍ତା। କୁଇଣ୍ଟାଲ କୁଇଣ୍ଟାଲ ଧାନ ଚାଉଳ ଖାଇବା ସହ ଅନ୍ୟ ସାମଗ୍ରୀ ନଷ୍ଟ କରି ଦେଉଛି। ଗାଁରେ ଦନ୍ତା ବୁଲୁଥିବାରୁ ଭୟରେ ସ୍କୁଲ ଘରେ ଓ କାହା ଛାତ ଉପରେ ଜରିପାଲ ଟାଣି ଜୀବନ କାଟୁଛନ୍ତି ଗ୍ରାମବାସୀ ।ଏକପ୍ରକାର ଗ୍ରାମବାସୀଙ୍କ ଜୀବନ ଦୁର୍ବିସହ କରି ସାରିଲାଣି ଦନ୍ତା।

ଗ୍ରାମବାସୀ ଏ ନେଇ ବନ ବିଭାଗକୁ ଖବର ଦେଇଥିବା ବେଳେ କାଁ ଭାଁ କେତେବେଳେ ଆସୁଛନ୍ତି ବନ କର୍ମଚାରୀ। ହାତୀକୁ ଗାଁକୁ ଆସିବାକୁ ଅଟକାଇବାକୁ ଚେଷ୍ଟା କରି ଚାଲି ଯାଉଛନ୍ତି । ହେଲେ ହାତୀକୁ ଉକ୍ତ ଅଞ୍ଚଳରୁ ଘଉଡ଼ାଇ ପାରୁ ନାହାଁନ୍ତି। ଯାହାକୁ ନେଇ ବନ ବିଭାଗ ଉପରେ ଅସନ୍ତୋଷ ବାଢିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ନିଦ ହଜାଇଥିବା ଏହି ଦନ୍ତାକୁ ତୁରନ୍ତ ଘଉଡ଼ା ନଗଲେ ଆଗାମୀ ଦିନରେ ବଡ଼ ଅଘଟଣ ଯେ ନ ଘଟିବ ତାହା କହିବା ମୁସ୍କିଲ।