spot_img
Home Blog Page 1520

ହସୁଛି କାଶତଣ୍ଡୀ, ପାର୍ବଣ ପାଇଁ ସଜେଇ ହେଲାଣି ପ୍ରକୃତିରାଣୀ

ନନ୍ଦିଘୋଷ ବ୍ୟୁରୋ :   ଧରଣୀ ଛାତିରେ ଫୁଟିଲାଣି ଦେଖ

ଧବଳ ରଙ୍ଗର ହୀରା

ବାସ ତାର ନାହିଁ , ବିମୋହିତ କରେ

ମନମୁଗ୍ଧ ତା ଚେହେରା

ନା ସେ ବଗିଚାରେ ଫୁଟେ , ନା ସେ ଘର ଅଗଣାରେ ଫୁଟେ , ବିଲ, ମାଳ, ନଈକୂଳ ଅପନ୍ତରା ଇଲାକାରେ ଫୁଟେ ଆଉ ଆକର୍ଷଣର ପେଣ୍ଠସ୍ଥଳ ପାଲଟେ । ସୁଲୁସୁଲିଆ ପବନରେ ଦୋଳି ଖେଳିଖେଳି ବାଟୋଇଙ୍କୁ ଆନମନା କରେ କାଶତଣ୍ଡୀ । ଏମିତି କିଛି ସୁନ୍ଦର ଦୃଶ୍ଯପଟ୍ଟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଓ ବାରଙ୍ଗରେ । ରାସ୍ତା ପାର୍ଶ୍ବ ଠାରୁ ଆରମ୍ଭ କରି ପୋଖରୀ ହୁଡା ସବୁଠି ଦେଖିବାକୁ ମିଳୁଛି ମାଳମାଳ କାଶତଣ୍ଡିର ସମ୍ଭାର । ସୁଲୁସୁଲିଆ ପବନରେ ଦୋଳି ଖେଳି ଖେଳି ହସୁଛି କାଶତଣ୍ଡି। ଏହି ଅପୂର୍ବ ଦୃଶ୍ୟ ବାଟୋଇଙ୍କୁ ଅଟକାଇ ଘଡିଏ ଚାହିଁ ରହିବାକୁ ବାଧ୍ଯ କରୁଛି । କବିମାନେ ମଧ୍ଯ କାଶତଣ୍ଡିକୁ ଦେଖି ଆନମନା ହୋଇ ଉଠୁଛନ୍ତି । ଚଳଚଞ୍ଚଳ ହୋଇ ଉଠୁଛି କବିର କବିତା ।

ଶରତର ଆଗମନରେ ଧରଣୀ ବାନ୍ଧିଲାଣି  କାଶତଣ୍ଡିର ବେଣି । ଓଡ଼ିଆ ସଂସ୍କୃତି ଓ କାଶତଣ୍ଡୀ ମଧ୍ୟରେ ରହିଛି ଅନେକ ନିବିଡ଼ତା। କାଶତଣ୍ଡୀ ମାଆ ଦୁର୍ଗାଙ୍କ ଆବାହନର ସଂକେତ ଦିଏ । ପାର୍ବଣ ଋତୁର ବନ୍ଦନା ଗାଇବା ପାଇଁ ସତେଯେମିତି ଆନମନା ହୋଇଉଠଛି ପ୍ରକୃତିରାଣୀ ।

ଲୁଚି ଛପି ବିବାହ କଲେ ଅଦିତି

ମୁମ୍ବାଇ : ନିକଟରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ‘ହୀରାମଣ୍ଡି’ ଓ୍ବେବସିରିଜରେ ନିଜର ଚମକଦାର ଅଭିନୟରେ ଦର୍ଶକଙ୍କ ମନକୁ କିଣି ନେଇଥିବା ବଲିଉଡ୍ ଅଭିନେତ୍ରୀ ଅଦିତି ରାଓ ହେଦରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଦିତି ନିଜର ପ୍ରେମିକ ବଲିଉଡ ଅଭିନେତା ସିଦ୍ଧାର୍ଥଙ୍କ ସହ ବିବାହ କରିଛନ୍ତି । ଦୁହେଁ ବାନାପର୍ଥୀରେ ଥିବା  ୪୦୦ ବର୍ଷ ପୁରୁଣା ଶ୍ରୀରଙ୍ଗ ମନ୍ଦିରରେ ଗୁପ୍ତ ଭାବରେ ବିବାହ କରିଛନ୍ତି । ଅଦିତି  ନିଜର ବିବାହର ଫଟୋ ଇନଷ୍ଟାଗ୍ରାମରେ ସେୟାର୍ ମଧ୍ୟ କରିଛନ୍ତି । ଯେଉଁଥିରେ କି ସେ ନିଜକୁ ମିଷ୍ଟର ଏବଂ ମିସେସ୍ ଅଦୁ-ସିଦ୍ଧୁ ବୋଲି କହି ସମ୍ବୋଧନା କରିଛନ୍ତି  ।

ଫଟୋ ସହ ଅଦିତି ଏକ ସୁନ୍ଦର ବାର୍ତ୍ତାରେ ଲେଖିଛନ୍ତି ଯେ ,“ତୁମେ ମୋର ଚନ୍ଦ୍ର, ସୂର୍ଯ୍ୟ ଏବଂ ତାରା । ପରୀ ରାଇଜର କାହାଣୀ ପରି ତୁମେ ସବୁବେଳେ ମୋ ସହ ରହିବ । ହସ, ଖୁସିରେ ରହିବା ,କେବେ ବି ବଡ ହେବା ନାହଁ । ସବୁବେଳେ ଭଲପାଇବା ,ଯାଦୁ ବନେଇ ରଖିବା “।

ସୂଚନା ଅନୁସାରେ ,ଦୁହିଁଙ୍କର ଏହା ଦ୍ବିତୀୟ ବିବାହ ଅଟେ । ଅଦିତିଙ୍କର ପ୍ରଥମ ବିବାହ ସତ୍ୟଦୀପ ମିଶ୍ରାଙ୍କ ସହ ହୋଇଥିଲା । ଯିଏ କି ଏବେ ଅଭିନେତ୍ରୀ ତଥା ଫେସନ୍ ଡିଜାଇନର ମସାବା ଗୁପ୍ତାଙ୍କର ସ୍ବାମୀ । ସେହିପରି ସିଦ୍ଧାର୍ଥଙ୍କର ମଧ୍ୟ ପ୍ରଥମ ବିବାହ ବେଶି ଦିନ ରହିପାରିନଥିଲା  ।

ବର କନ୍ୟା ସାଜିଥିବା ସିଦ୍ଧାର୍ଥ ଏବଂ ଅଦିତିଙ୍କର ବିବାହ ଲୁକ୍ ଖୁବ୍ ସାଧାସିଧା ଥିଲା । କନ୍ୟା ସାଜିଥିବା ଅଦିତି ପୁରା ସାଧା ସିଧା ଗୋଲଡେନ୍ ରଙ୍ଗର ଲେହଙ୍ଗା  ପିନ୍ଧିଥିଲେ । ଏହା ସହ ସାଉଥ୍ ଇଣ୍ଡିଆନ୍ ଲୁକକୁ ପୁରା କରିବା ପାଇଁ ସେ ଝୁମକା , ଚୁଡି, ବେକରେ ଚୋକର ସହ କେଶରେ ଗଜରା ମାଳ ଲଗାଇଥିଲେ । ସେହିପରି ସିଦ୍ଧାର୍ଥ ଧଳା ରଙ୍ଗର କୁର୍ତା ସହ ଗୋଲଡେନ୍ ବର୍ଡରର ଲୁଙ୍ଗି ପିନ୍ଧିଥିଲେ । ଏକ ଫଟୋରେ ଖୁବ୍ ସାରା ବିବାହର ପରମ୍ପରାରେ ଉଭୟଙ୍କୁ ବହୁତ ସ୍ତ୍ରୀ ଲୋକ ଆର୍ଶୀବାଦ ଦେଉଥିବାର ଅଦିତି ପୋଷ୍ଟ ମଧ୍ୟ କରିଛନ୍ତି । ଅଦିତି ଏବଂ ସିଦ୍ଧାର୍ଥଙ୍କର ଦେଖା ସାକ୍ଷାତ ଫିଲ୍ମ ‘ମହାସମୁଦ୍ରମ’ ର ସେଟରେ ୨୦୨୧ରେ ହୋଇଥିଲା  ।

ଛୁଆକୁ ଛାଡି ପ୍ରେମିକ ସହ ଛୁ’ ମାରିଲା ମାଆ

ବଲାଙ୍ଗୀର :  ବଲାଙ୍ଗୀରରେ ଅଭାବନୀୟ ଘଟଣା। ବସ୍ ଟର୍ମିନାଲରେ ୪ ବର୍ଷର ଛୁଆକୁ ଛାଡ଼ି ଫେରାର ମାରିଛି ମାଆ। ଛୁଆକୁ ଜଣେ ଶ୍ରମିକ ପାଖରେ ଛାଡି ମହିଳା ଜଣକ ପ୍ରେମିକ ସହ ବସରେ ଫେରାର୍ ମାରିଥିଲେ । ଛୁଆଟି ବସଷ୍ଟାଣ୍ଡରେ କାନ୍ଦୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଦୀର୍ଘ ୩ରୁ ୪ ଘଣ୍ଟା ଧରି ଛୁଆଟି ମାକୁ ନପାଇ କାନ୍ଦି କାନ୍ଦି ଖୋଜିବାକୁ ଲାଗିଥିଲା । ଶିଶୁଟି ଜଣେ ଶ୍ରମିକ ପାଖରେ ରହିଥିଲା।

ସୂଚନା ପାଇ ଟାଉନ ଥାନା ପୋଲିସ ପହଁଚି ଛୁଆକୁ ଉଦ୍ଧାର କରିବା ସହ ଶ୍ରମିକକୁ ଥାନାକୁ ଆଣି ପଚରାଉଚରା କରିଛି। ଫେରାର ମହିଳା ଜଣକ ଜଣେ ଶ୍ରମିକଙ୍କୁ ଫୋନ କରି ଡାକିବା ସହ ଶିଶୁକୁ ଦେଇ ଚାଲିଯାଇଥିବା ଶ୍ରମିକ ପୋଲିସକୁ କହିଛନ୍ତି। ତେବେ ପ୍ରେମିକ ସହ ବସରେ ଫେରାର ମାରୁଥିବାବେଳେ ଲୋଇସିଂହା ଥାନା ଅନ୍ତର୍ଗତ ଗାଇଖାଇ ନିକଟରୁ ବସ ଅଟକାଇ ମାଆକୁ ଧରି ଆଣିଥିଲା ପୋଲିସ  । ପୋଲିସକୁ ଦେଖି ବସରୁ ଡେଇଁ ଫେରାର ମାରିଥିଲା ପ୍ରେମିକ। ମାକୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛିI ମହିଳା ଜଣକ ପୁଇଁତଳା ଥାନା ଅଂଚଳର। ସେ ଦେଓଗାଁ ଥାନା ଅଞ୍ଚଳରେ ବିବାହ କରିଥିଲେ  । କିଛି ମାସ ହେଲା ସ୍ୱାମୀକୁ ଛାଡି ପଳାଇ ଆସିଥିଲେ। ମହିଳାଙ୍କୁ ନେଇ ଯାଉଥିବା ବ୍ଯକ୍ତି ଜଣକ କିଏ ଖୋଳତାଡ଼ କରୁଛି ପୋଲିସ  ।

ମଇଁଷି ଚରାଳୀଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା: ପୁଣି ମାତିଛି ମଣିଷଖିଆ କୁମ୍ଭୀର । ମଇଁଷି ଚରାଇବା ବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା କୋଲିଢିଅ ପଞ୍ଚାୟତ ଇଚ୍ଛାପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ଜୋର ପାର ହେବା ବେଳେ  ଅଜାମ୍ବର ନାୟକଙ୍କୁ କୁମ୍ଭୀର ଟାଣିନେଇଛି । ଅଭିଯୋଗ ଅନୁସାରେ ଅଜାମ୍ବର ଓ ବାବୁରାମ ନାୟକ ମଇଁଷି ଚରାଇବାକୁ ଯାଇଥିଲେ । ଜୋର ପାର ହେବା ନିମନ୍ତେ ଡଙ୍ଗା ନିକଟକୁ ଯାଇଥିବା ବେଳେ ଏକ କୁମ୍ଭୀର ଅଜାମ୍ବରଙ୍କୁ ଭିଡ଼ିନେଇଥିଲା । ଏନେଇ ବାବୁରାମ ଗାଁରେ ଖବର ଦେବାପରେ ଅଗ୍ନିଶମ ବାହିନୀ, ପୋଲିସ ଓ ବନ ବିଭାଗ ମିଳିତ ଭାବେ ନିଖୋକ ଅଜାମ୍ବରଙ୍କୁ ଖୋଜାଖୋଜି କରୁଛନ୍ତି ।

ରାଜ୍ୟରେ ଚାଲିଛି ମୋଦାନୀ ସରକାର !  

ଭୁବନେଶ୍ବର :  ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଠକିଛନ୍ତି ମୋହନ ସରକାର । ସୁଭଦ୍ରା ଯୋଜନାରେ ରାଜ୍ୟ ସରକାର ମାସକୁ ୮୩୩ ଟଙ୍କା ମହିଳାଙ୍କୁ ଦେବେ ।  ୮୩୩ ଟଙ୍କାରେ ମହିଳା କିପରି ଉଦ୍ଯୋଗୀ ହେବେ । କେତେ ମହିଳା ସାମିଲ ହେବେ । ଏନେଇ ଶ୍ୱେତ ପତ୍ର ଦିଅନ୍ତୁ ପ୍ରଧାନମନ୍ତ୍ରୀ । ଏବେ କାହିଁକି ଏଥିରେ ପଛଘୁଞ୍ଚା ଦିଆଯାଉଛି । ଓଡିଶାକୁ ଲୁଟିବା ପାଇଁ ଷଡଯନ୍ତ୍ର କରୁଛି ବିଜେପି । ଆଦାନୀକୁ କାହିଁକି ଧାମରା ବନ୍ଦର ଦିଆଯିବ। ଏହା କଣ ଓଡିଆ ଅସ୍ମିତା । ଆଗକୁ ଭୁବନେଶ୍ବର ବିମାନ ବନ୍ଦର ଦିଆଯିବ। ପୁରା ଓଡ଼ିଶାକୁ ଗୁଜୁରାଟ ମଡେଲ କରିବାକୁ ଦିଆଯାଉଛି । ଓମଫେଡ ବି ଦଖଲ କରିବାକୁ ଷଡଯନ୍ତ୍ର କରିଛି ବିଜେପି ।

ରାଜ୍ୟରେ ମୋହନ ମାଝୀ ସରକାର ନୁହେଁ, ମୋଦାନି ସରକାର ଚାଲିଛି ବୋଲି କହିଛି କଂଗ୍ରେସ  । ଗୋପାଳପୁର ଓ ଧାମରା ବନ୍ଦର ନାମ ପରିବର୍ତ୍ତନ କରି ଆଦାନି ପୋର୍ଟ କରାଗଲେ ବିରୋଧ ହେବ । ଏହାକୁ ଓଡିଶା ବାସୀ ଗ୍ରହଣ କରିବେନି । ଓଡିଆ ଅସ୍ମିତା ପାଇଁ କଂଗ୍ରେସ ଲଢେଇ ଜାରି ରଖିବ । ଲୋକଙ୍କ ଚିଟଫଣ୍ଡ ଟଙ୍କା କେବେ ଫେରିବ । ରାଜ୍ୟପାଳ ପୁଅ ମାଡ଼ ମାରିବା ଘଟଣାକୁ ନେଇ ବି ବର୍ଷିଲା କଂଗ୍ରେସ । କାହିଁକି ଓଡିଆ ସରକାରୀ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପରେ କାହିଁକି ପୋଲିସ୍ ଚୁପ୍ । କେବେ ଏଏସଓ ପରିବାରକୁ ନ୍ୟାୟ ମିଳିବ ।  ଏ କଣ ଓଡିଆ ଅସ୍ମିତା ନା ଗୁଜୁରାଟ ମଡେଲ  । ମୋହନ ମାଝୀ ସରକାରଙ୍କ ସମୟରେ ମହିଳା ଅତ୍ୟାଚାର ବଢ଼ିଛି ବୋଲି କହିଛି କଂଗ୍ରେସ ।

ରେଭେନ୍ସା ନାଁ ପରିବର୍ତ୍ତନରୁ କ୍ଷ୍ୟାନ୍ତ ରହୁ ବିଜେପି

ଭୁବନେଶ୍ବର : ରେଭେନ୍ସାର ନାଁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଇତିହାସକୁ ବିକୃତ କରିବା ପାଇଁ ବିଜେପି ସରକାର ଉଦ୍ୟମ ଜାରି ରଖିଥିବା ଅଭିଯୋଗ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ଇତିହାସକୁ ଚର୍ଚ୍ଚା କରିବା ବେଳେ ଦୃଷ୍ଟିଭଙ୍ଗୀର ପ୍ରମୁଖ ଭୂମିକା ଅଛି। ବିଜେପି ଓ କିଛି ବ୍ୟକ୍ତିବିଶେଷ ରେଭେନ୍ସାର ଐତିହ୍ୟକୁ ନିନ୍ଦା କରିବାକୁ ଉଦ୍ୟମ ଜାରି ରଖିଥିବା ଅଭିଯୋଗ କଲା ବିଜେଡି। ଓଡିଶାକୁ ଗଠନ କରିବା ଦିଗରେ ପ୍ରମୁଖ ଭୂମିକା ନେଇଥିବା ମଧୁ ବାବୁ, ଫକୀର ମୋହନ ସେନାପତିଙ୍କୁ ନେଇ ଅତି କଟୁ ମନ୍ତବ୍ୟ ଆସୁଛି।

ନଅଙ୍କ ଦୁର୍ଭିକ୍ଷ ପାଇଁ ଯଦି ଟି ରେଭେନ୍ସା ଦାୟୀ ତାହେଲେ କୋଭିଡ ପାଇଁ କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ଯାହାକୁ ନାହିଁ ତାକୁ ବଦନାମ କରିବା ଏହା ଓଡ଼ିଶାର ପରମ୍ପରା ନୁହେଁ। ବିଜୁ ବାବୁ କି ଫକୀର ମୋହନ କଣ ଭାରତ ରତ୍ନ ପାଇଁ ଯୋଗ୍ୟ ନୁହନ୍ତି କି। ରେଭେନ୍ସା ବୋର୍ଡ ବଦଳାଇବାକୁ ଚେଷ୍ଟା କରୁଛେ କିନ୍ତୁ ଗୋଟେ ନୂଆ ଅନୁଷ୍ଠାନ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କଲା ବିଜେଡି। ୧୫୦ ବର୍ଷରୁ ଅଧିକ ହେଲାଣି ରେଭେନ୍ସା ଛିଡା ହୋଇଛି। ଗୌରବମୟ ଇତିହାସକୁ କଳୁଷିତ କରିବାକୁ ଚାହୁଁଥିବା ବ୍ୟକ୍ତି ମାନେ ଓଡ଼ିଶାରେ ଏକ ଇନଷ୍ଟିଚ୍ୟୁଟ ଅଫ ଏମିନେନ୍ସକୁ ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇପାରିବେ କି ବୋଲି ପ୍ରଶ୍ନ କଲା ବିଜେଡି। ଉତ୍କଳ ସମ୍ମିଳନୀର ଅବଦାନକୁ ନ୍ୟୁନ କରୁଛନ୍ତି, ଫକୀର ମୋହନଙ୍କୁ ନିନ୍ଦା କରୁଛନ୍ତି। ସେଥିପାଇଁ ବିଜେପିକୁ ନିନ୍ଦା କଲା ବିଜେଡି। ଆସନ୍ତାକାଲି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଇନଷ୍ଟିଚ୍ୟୁଟ ଅଫ ଏମିନେନ୍ସ କରାଇ ଜଣେ ଓଡ଼ିଆ ମହାମନିସୀଙ୍କ ନାଁ ରେ କରାଇବାକୁ ଦାବି ରଖିଲା ବିଜେଡି।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିବାକୁ ପରାମର୍ଶ ଦେଲା ବିଜେଡି

ଭୁବନେଶ୍ବର: ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ। ୪୮ ଘଣ୍ଟା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଯେଉଁ ପ୍ରସଙ୍ଗ ରଖାଯାଇଥିଲା ମୋହନ ମାଝୀଙ୍କ ପାଇଁ ତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିବା ପାଇଁ ଆହ୍ୱାନ ଦିଆଯାଇଥିଲା। କିନ୍ତୁ ୪୮ ଘଣ୍ଟା ପରେ ବି ଚିଠି ଲେଖାଯାଇନାହିଁ।

ବିଜେପିର ଇଛାଶକ୍ତି ନାହିଁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ। ମୁଖ୍ୟମନ୍ତ୍ରୀ ଚାପଗ୍ରସ୍ତ ହୋଇ ୟୁଟର୍ନ ମାରନ୍ତି ନେତାଙ୍କ ଚାପରେ ବୋଲି ପୁଣିଥରେ ଅଭିଯୋଗ କଲା ବିଜେଡି। ମୁଖ୍ୟମନ୍ତ୍ରୀ ଭୟଭୀତ ହୁଅନ୍ତୁ ନାହିଁ ଚିଠି ଲେଖନ୍ତୁ ବୋଲି ଆଉ ଥରେ ଦେଲା ଆହ୍ୱାନ।

ଆଉ ୨୪ ଘଣ୍ଟା ଭିତରେ ଏ ସମ୍ପର୍କରେ ଚିଠି ନ ଲେଖିଲେ ଇଛାଶକ୍ତି ନାହିଁ ବୋଲି ପ୍ରମାଣ ହେବ। ପ୍ରଧାନମନ୍ତ୍ରୀ ଓଡିଶା ଆସୁଥିବାରୁ ବିଜେଡିର ଉପଦେଶ। ମଞ୍ଚ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରହୁଥିବାରୁ ଏହି ପ୍ରସଙ୍ଗ ପିଏମଙ୍କ ଦୃଷ୍ଟିକୁ ଆଣିବେ ନା ତୁନି ହୋଇ ରହିବେ ବୋଲି ପ୍ରଶ୍ନ। ମଞ୍ଚ ଉପରେ ସତସହସ ବାନ୍ଧି ପିଏମଙ୍କ କୁହନ୍ତୁ। ଏଥିରୁ ଜଣାପଡିବ ଡବଲ ଇଞ୍ଜିନ କି ଡବଲ ଡବା ବୋଲି କହିଲେ ସସ୍ମିତ ପାତ୍ର।

ଡାକ୍ତରଙ୍କୁ ପୁଣି ଆଲୋଚନା ଲାଗି ଡାକିଛନ୍ତି ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ

କୋଲକତା: ପୁଣି ଆଲୋଚନା ଲାଗି ଡାକିଲେ ଦିଦି । କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ଯା ମାମଲାରେ ଆନ୍ଦୋଳନରତ ଡାକ୍ତରଙ୍କୁ ପୁଣି ଆଲୋଚନା ଲାଗି ଡାକିଛନ୍ତି ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ସ୍ବାସ୍ଥ୍ଯସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର କରିବା ଲାଗି ମମତା ପୁଣି ପଦକ୍ଷେପ ନେଇଛନ୍ତି । ଏହାକୁ ମିଶାଇ ମମତା ପଞ୍ଚମ ଓ ଶେଷ ଥର ଲାଗି ଡାକ୍ତରଙ୍କୁ ଆଲୋଚନା ଟେବୁଲକୁ ଆମନ୍ତ୍ରଣ କରିଛନ୍ତି ।

ସଂଧ୍ଯା ୫ଟାରେ ବୈଠକ ପାଇଁ ମମତା ନିମନ୍ତ୍ରଣ ଦେଇଥିବାବେଳେ ୪ଟା ୪୫ ସୁଦ୍ଧା ମୁଖ୍ଯମନ୍ତ୍ରୀ ନିବାସରେ ପହଞ୍ଚିବାକୁ ନିବେଦନ କରାଯାଇଛି ବୋଲି କହିଛନ୍ତି ମୁଖ୍ଯ ଶାସନ ସଚିବ । ଏହା ପୂର୍ବରୁ ଗତ ଶନିବାର ଆନ୍ଦୋଳନସ୍ଥଳକୁ ଆସି ଡାକ୍ତରମାନଙ୍କ ଦାବି ପୂରଣ ଲାଗି ପ୍ରତିଶ୍ରୁତି ଦେଇଥିଲେ ମମତା ବାନାର୍ଜୀ। ପରେ ସନ୍ଧ୍ଯାରେ ମମତାଙ୍କ ସହ ଆଲୋଚନା ହୋଇଥିବା ସତ୍ତ୍ବେ ତାହା ବିଫଳ ହୋଇଥିଲା। ମମତା କନିଷ୍ଠ ଡାକ୍ତରଙ୍କୁ ମନାଇବାରେ ବିଫଳ ହୋଇଥିଲେ ।

କେତେକ ସର୍ତ୍ତରେ ଉଭୟ ପକ୍ଷ ରାଜି ହୋଇନଥିଲେ । ମୁଖ୍ଯତଃ ଆଲୋଚନାକୁ ଲାଇଭ ଷ୍ଟ୍ରିମିଙ୍ଗ କରିବା ସର୍ତ୍ତକୁ ମମତା ଖାରଜ କରି ଆସୁଛନ୍ତି । ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏହାର ସିଧା ପ୍ରସାରଣ କରାଯିବା ଉଚିତ ନୁହେଁ ବୋଲି ମମତା ସରକାର ବୁଝାଇ ଆସୁଥିବାବେଳେ ଡାକ୍ତରମାନେ କିନ୍ତୁ ସିଧା ପ୍ରସାରଣ ଲାଗି ଜିଦ ଧରି ବସିଛନ୍ତି । ଏଥିପାଇଁ ଆଲୋଚନା ହୋଇପାରୁନି । ଡାକ୍ତରମାନଙ୍କ ପ୍ରମୁଖ ଦାବି ମଧ୍ଯରେ ରହିଛି ରାଜ୍ଯ ସ୍ବାସ୍ଥ୍ଯମନ୍ତ୍ରୀଙ୍କ ଇସ୍ତଫା,

ଡାକ୍ତର ପ୍ରତିନିଧିଙ୍କ ସହ ସରକାରଙ୍କ ଆଲୋଚନାର ଲାଇଭ ଷ୍ଟ୍ରିମିଂ, ପ୍ରମାଣ ନଷ୍ଟ ଠାରୁ ଆରମ୍ଭ କରି ଅନ୍ଯ ଅପରାଧ ଲାଗି ଦାୟୀ ବ୍ଯକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, କୋଲକାତା ପୋଲିସ କମିଶନର ବିନୀତ ଗୋୟଲ ଓ ସ୍ବାସ୍ଥ୍ଯ ସଚିବ ନାରାୟଣ ସ୍ବରୂପ ନିଗମଙ୍କ ଇସ୍ତଫା, ସ୍ବାସ୍ଥ୍ଯକର୍ମୀଙ୍କ ଲାଗି ନିରାପତ୍ତା, ସରକାରୀ ପ୍ରତିଷ୍ଠାନରେ ଧମକ ସଂସ୍କୃତି ବନ୍ଦ କରିବା ଇତ୍ଯାଦି। ଶନିବାର ଦୁଷ୍କର୍ମ ଓ ହତ୍ଯା ଘଟଣାରେ ପ୍ରମାଣ ନଷ୍ଟ ଅଭିଯୋଗରେ ମେଡିକାଲ ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଥିଲା ସିବିଆଇ। ଆଜି ସିବିଆଇ କୋର୍ଟଙ୍କୁ କହିଛନ୍ତି ଯେ, ସନ୍ଦୀପ ମାମଲାକୁ ଚାପି ଦେବାକୁ ବସିଥିଲେ । ସେଥିପାଇଁ ଏହାକୁ ଆତ୍ମହତ୍ଯା ରୂପ ଦେବାକୁ ଯୋଜନା କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ଯମ କରିଥିଲେ ବୋଲି କୋର୍ଟକୁ କହିଛି ସିବିଆଇ ।

ଢେଙ୍କାନାଳ ସର୍ଟଷ୍ଟେ ହୋମରୁ ଏକା ସାଙ୍ଗରେ ତିନି ନାବାଳିକା ନିଖୋଜ

0

ଢେଙ୍କାନାଳ: ସର୍ଟଷ୍ଟେ ହୋମରୁ ଏକା ସାଙ୍ଗରେ ତିନି ନାବାଳିକା ନିଖୋଜ। ଢେ଼ଙ୍କାନାଳ ଗୋବିନ୍ଦପୁର ସ୍ଥିତ ଜାଗୃତି ନାମକ ଏକ ସର୍ଟଷ୍ଟେ ହୋମରୁ ୩ ନାବାଳିକା ନିଖୋଜ ହୋଇଛନ୍ତି । ତିନି ଜଣ ନାବାଳିକା ସଦର ଥାନା ଓ ଗନ୍ଦିଆ ଥାନା ଅଞ୍ଚଳର ହୋଇଥିବା ସୂଚନା ରହିଛି ।

ତିନି ନାବାଳିକା ନିଖୋଜ ନେଇ ସଦର ଥାନାରେ ଅଭିଯୋଗ କଲେ ସଂସ୍ଥାର କର୍ମକର୍ତ୍ତା । କୁଆଡେ କେଉଁ ଅବସ୍ଥାରେ ତିନି ନାବାଳିକା ନିଖୋଜ ଅଛନ୍ତି ତାକୁ ନେଇ ପୋଲିସର ଆରମ୍ଭ ହୋଇଚି ତଦନ୍ତ । ଏକା ସାଙ୍ଗରେ ତିନି ନାବାଳିକା ନିଖୋଜ ନେଇ ସର୍ଟଷ୍ଟେ ହୋମର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ।

ରାଲିରେ ଯିବା ବେଳେ ରାଜଧାନୀରେ ବେପରୁଆ ଗାଡି ଚାଳନା

ଭୁବନେଶ୍ବର: ରାଜଧାନୀରେ ବେପରୁଆ ଗାଡି ଚାଳନା । ସହିଦ ନଗର ରୁପାଲି ଛକ ନିକଟରେ ଟ୍ରାଫିକ ନିୟମର ଧଜ୍ଜିଆ ଉଡାଇଲେ ଯୁବକ । ରାଲିରେ ଯିବା ସମୟରେ ବେପରୁଆ ଗାଡି ଚଳାଇ ଦୁର୍ଘଟଣା ଘଟାଇଛନ୍ତି ସେହି ଯୁବକ।

ଏହାର Exclusive ଭିଜୁଆଲ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଟି ସତ୍ୟ ନଗର ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକ ମଧ୍ୟରେ ରେକର୍ଡ କରାଯାଇଛି । କମିଶନରେଟ ପୋଲିସର ଦୃଷ୍ଟି ମଧ୍ୟ ଆକର୍ଷଣ କରାଯାଇଛି।