spot_img
Home Blog Page 1534

ଅଙ୍ଗନବାଡ଼ି କେନ୍ଦ୍ରରେ ଆଣ୍ଠୁଏ ପାଣି

ନନ୍ଦିଘୋଷ ବ୍ୟୁରୋ: ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି । କେମିତି ପଢିବେ ପିଲା ଏବେ ସେଇ ଚିନ୍ତା। ଆନନ୍ଦପୁର ଉପଖଣ୍ଡ ହାଟତିହି ବ୍ଲକର ଦଧିବାମନପୁର ଅଙ୍ଗନବାଡି କେନ୍ଦ୍ରରେ କଷ୍ଟେମଷ୍ଟେ ପଢୁଛନ୍ତି ପିଲା। ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ରରେ ୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶ୍ରେଣୀଗୃହ ଭିତରେ ପାଣି ଯୋଗୁଁ ଅଙ୍ଗନବାଡି କର୍ମୀଙ୍କୁ ବାଧ୍ୟହୋଇ ପିଲାଙ୍କୁ ଛୁଟି କରିବାକୁ ପଡୁଛି। ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରୁଥିବା ବେଳେ ଯଥାଶୀଘ୍ର ଏହାର ସମାଧାନ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ।

ଅଙ୍ଗନବାଡ଼ି କେନ୍ଦ୍ରରେ ଆଣ୍ଠୁଏ ପାଣି। ବିପଦ ଶଙ୍କୁଳ ଅବସ୍ଥାରେ ବସୁଛନ୍ତି ଛାତ୍ର ଛାତ୍ରୀ। କେତେବେଳେ କେଉଁଠାରେ ପାଠ ପଢ଼ାଯିବ ତାକୁ ନେଇ ଚିନ୍ତାରେ ଅଙ୍ଗନବାଡି କର୍ମୀ। ଆନନ୍ଦପୁର ଉପଖଣ୍ଡ ହାଟତିହି ବ୍ଲକର ଦଧିବାମନପୁର ଅଙ୍ଗନବାଡି କେନ୍ଦ୍ରର ଏ ଦୃଶ୍ଯ। ଅସରାଏ ବର୍ଷାରେ ଘର ଭିତରେ ପାଣି ଭର୍ତ୍ତି ହୋଇ ଯାଉଛି। ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ରରେ ୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଗୋଟିଏ ଘରେ ସମସ୍ତେ ଜାକିଯୁକି ହୋଇ ବସୁଛନ୍ତି।

ଶ୍ରେଣୀଗୃହ ଭିତରେ ପାଣି ଯୋଗୁଁ ଅଙ୍ଗନବାଡି କର୍ମୀଙ୍କୁ ବାଧ୍ୟହୋଇ ପିଲାଙ୍କୁ ଛୁଟି କରିବାକୁ ପଡୁଛି। ପ୍ରଶାସନିକ ସ୍ତରରେ ସମସ୍ତେ ଏହି କେନ୍ଦ୍ରର ଅବସ୍ଥା ବାବଦରେ ଜାଣିଥିଲେ ବି ଆଜି ପର୍ଯ୍ୟନ୍ତ ନୂତନ ଘର ନିର୍ମାଣ ହୋଇପାରିନଥିବା ଅଭିଯୋଗ ହୋଇଛି। ପ୍ରଶାସନ ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରୁଥିବା ବେଳେ ଯଥାଶୀଘ୍ର ଏହାର ସମାଧାନ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ।

 

ଶ୍ରମିକ ହୋଇ ଯାଇଥିଲେ, ଶବ ହୋଇ ଫେରିଲେ

ନନ୍ଦିଘୋଷ ବ୍ୟୁରୋ: ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ l ଘରକୁ ଫେରିଲା ମୃତ ଶରୀର। ଗଞ୍ଜାମ ଆସିକା ସିଦ୍ଧନଇ ବାଦଗଡ ଗାଁରେ ଶୋକାକୂଳ ପରିବେଶ। କାନ୍ଦ ବୋବାଳିରେ ଫାଟି ପଡୁଛି ବାଦଗଡ଼ ଗାଁ l ହାଇଦ୍ରାବାଦରୁ ଦାଦନ ଶ୍ରମିକଙ୍କ ମୃତ ଦେହ ଗାଁରେ ପହଞ୍ଚିବା ପରେ ସମସ୍ତ ସ୍ତବ୍ଧ। ମୃତ ଶ୍ରମିକ ହେଲେ ଗୌରବ ସାହୁ l ହାଇଦ୍ରାବାଦରେ ହଠାତ ତାଙ୍କର ମୃତ୍ୟୁ ହେଇଥିଲା l ସାଙ୍ଗ ସାଥି ଓ କମ୍ପାନୀ ସହାୟତାରେ ଗାଁକୁ ଫେରିଛି ମୃତ ଶରୀରl ଗୋଟିଏ ବୋଲି ରୋଜଗରିଆ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର। ରୋଜଗାରିଆ ପୁଅର ମୃତ୍ଯୁ ପରେ କେମିତି ଚଳିବ ପରିବାର ସେଇ ଚିନ୍ତା।

ଖାଇବା ବିଲ୍ ମାଗିବାରୁ ୱେଟର ଉପରେ ଶୁଝାଇଲେ ରାଗ

ନନ୍ଦିଘୋଷ ବ୍ୟୁରୋ: ୱେଟରଙ୍କ ସହ ବର୍ବରତା। ଖାଇବା ବିଲ୍ ମାଗିବାରୁ ୱେଟର ଉପରେ ଶୁଝାଇଲେ ରାଗ । ନିଜ କାରରେ ୱେଟରଙ୍କୁ ଘୋଷାରି ନେଲେ ୧ କି.ମି.ରୁ ଅଧିକ ବାଟ । ସିସିଟିଭିରେ କଏଦ୍ ହେଲା ଦୃଶ୍ୟ । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରରେ। ଶନିବାର ମେହେକର-ପନ୍ଦରପୁର ପାଲଖୀ ରାଜପଥସ୍ଥିତ ହୋଟେଲକୁ ଖାଇବାକୁ ଆସିଥିଲେ ତିନି ଜଣ । ସମସ୍ତେ ଖାଇସାରିବା ପରେ ପାର୍କିଂରେ ଥିବା କାର୍ ପାଖକୁ ଚଲିଆସିଥିଲେ । ବିଲ ପୈଠ ପାଇଁ ୱେଟରଙ୍କୁ କ୍ୟୁଆର୍ କୋଡ୍ ସ୍କାନର ଆଣିବାକୁ ପଠାଇଥିଲେ । ୱେଟର୍‌ ଜଣକ ସ୍କାନର ଆଣି ଆସିବା ପ‌ରେ ଯୁକ୍ତିତର୍କ ହୋଇଥିଲା  । ହଠାତ୍ ଜଣେ ଗ୍ରାହକ ଦୌଡ଼ି ଯାଇ କାର୍‌ ଭିତରେ ପଶି ପଳାଇ ଯିବାକୁ ଚେଷ୍ଟା କରିଥିଲେ । ମାତ୍ର ୱେଟର୍‌ କାର୍‌ର‌ ଡୋର୍‌କୁ ଭିଡି ଧରିବାରୁ ପ୍ରାୟ ୧ କିଲୋମିଟର୍‌ ବାଟ ଘୋଷାରି ହୋଇଯାଇଥିଲେ । କେବଳ ସେତିକି ନୁହେଁ ରାତି ତମାମ୍ ୱେଟରଙ୍କୁ ମାଡ଼ ମାରିଥିଲେ । ଅଭିଯୁକ୍ତ ମାନେ ତାଙ୍କ ପକେଟରୁ ସବୁ ଟଙ୍କା ଛଡାଇନେଇଥିଲେ । ଏ ନେଇ ୱେଟର ଜଣଙ୍କ ପୋଲିସରେ ଅଭିଯୋଗ କରିଥିବା ସୂଚନା ।

ମଦ ଶ୍ୟାକ୍ସ ଯୋଜନା ପ୍ରସଙ୍ଗ, କଡ଼ା ପ୍ରତିକ୍ରିୟା ପ୍ରକାଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ

ନନ୍ଦିଘୋଷ ବ୍ୟୁରୋ: ପୁରୀ ବେଳାଭୂମିରେ ରାଜ୍ଯ ସରକାରଙ୍କ ମଦ ଶ୍ୟାକ୍ସ ଯୋଜନା ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କଲେ ହୋଇଛନ୍ତି ଗୋବର୍ଦ୍ଧନମଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା । ଶଙ୍କରାଚାର୍ଯ୍ଯ କହିଛନ୍ତି ମହୋଦଧି ଓ ନଦୀତଟ ହେଉଛି ଆସ୍ଥାର କେନ୍ଦ୍ର । ଏଠାରେ ମଦ୍ଯପାନ ବର୍ଜନ କରିବା ଆବଶ୍ଯକ । ପ୍ରତିଦିନ ମହୋଦଧିରେ ଆଳତି କରାଯାଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଉଛି । ମହୋଦଧି ତଟରେ ମଦ କୁଟୀର ଖୋଲିବା ଏକ ରାଷ୍ଟ୍ରୀୟ କଳଙ୍କ । ଏଭଳି ନିଷ୍ପତ୍ତି କଦାପି ନନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଶଙ୍କରାଚାର୍ଯ୍ଯ ।

ଅର୍ଥ ଅଭାବରୁ ଭାଇର ଶବକୁ ମାଟିରେ ପୋତିଥିଲା ଭଉଣୀ

ନନ୍ଦିଘୋଷ ବ୍ୟୁରୋ: ଅର୍ଥ ଅଭାବରୁ ଭାଇର ଶବକୁ ମାଟିରେ ପୋତିଥିଲା ଭଉଣୀ । ଶୁଦ୍ଧି କ୍ରିୟା ପାଇଁ ଗାଁ ଗାଁରେ ବୁଲି ଭିକ୍ଷା ମାଗୁଛି ଭଉଣୀ। ଏଭଳି ହୃଦୟବିଦାରକ ଘଟଣା ନୀଳଗିରି ଉପଖଣ୍ଡ ଧୋବଶିଳା ପଞ୍ଚାୟତ ଉଡାପଦା ଗାଁରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ୫ ଦିନ ପୂର୍ବରୁ ଭାଇ ରମେଶ ବିନ୍ଧାଣିଙ୍କ ମୃତ୍ଯୁ ଘଟିଥିଲା । ଅନ୍ତେଷ୍ଟି କ୍ରିୟା ପାଇଁ ଅର୍ଥ ଅଭାବରୁ ଭାଇକୁ ପାହାଡ ପାଖରେ ପୋତିଦେଇଥିଲା ଭଉଣୀ । ଆଜି ତାର ଶୁଦ୍ଧି କ୍ରିୟା ପାଇଁ କିଛି ପିଲାଙ୍କୁ ସାଙ୍ଗରେ ଧରି ଗାଁ କୁ ଗାଁ ବୁଲି ଭିକ୍ଷା ମାଗୁଛି ଝୁନୁ । ତେବେ  ଝୁନୁଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଅଂଚଳବାସୀ ।

ସୁଭଦ୍ରା ଯୋଜନା ପାଇଁ ବନ୍ଧା ପଡ଼ିଲା ସୁନା

ନନ୍ଦିଘୋଷ ବ୍ୟୁରୋ: ସୁଭଦ୍ରା ଯୋଜନା ପାଇଁ ବନ୍ଧା ପଡ଼ିଲା ସୁନା । ସ୍ତ୍ରୀଙ୍କ ସୁନା ଅଳଙ୍କାର ବନ୍ଧକ ରଖି ମୋବାଇଲ କିଣି ଆଧାର ଲିଙ୍କ କଲେ ଯୁବକ । ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ସୁଭଦ୍ରା ସହାୟତା ପାଇବାକୁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ କରିବା ଜରୁରୀ । ଏକଥା ଶୁଣିଲା ପରେ ଚିନ୍ତାରେ ପଡ଼ିଯାଇଥିଲେ ଜଣେ ଆଦିବାସୀ ଯୁବକ । କାରଣ ତାଙ୍କ ପାଖରେ ମୋବାଇଲଟିଏ ମଧ୍ଯ ନଥିଲା । ଏଣୁ ବାଧ୍ଯ ହୋଇ ସେ ସ୍ତ୍ରୀଙ୍କ ସୁନା ନେଇ ବନ୍ଧା ପକାଇ ଏକ ମୋବାଇଲ କିଣିଥିଲେ । ଏହାପରେ ନୂଆଗଡ଼ ଗାଁର ଏକ ଦୋକାନକୁ ସିମ୍ କିଣିବା ଲାଗି ଯାଇଥିଲେ । ସେଠାରେ ସମ୍ପୂର୍ଣ୍ଣ ଘଟଣାକ୍ରମ କହିଥିଲେ । ସେହି ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସଂପୃକ୍ତ ଯୁବକଙ୍କ ସ୍ତ୍ରୀ ସୁଭଦ୍ରା ସହାୟତା ପାଇବେ କି ନାହିଁ ତାହା ସନ୍ଦେହରେ । କିନ୍ତୁ ସୁଭଦ୍ରା ଆବେଦନ କରିବାକୁ ସ୍ତ୍ରୀଙ୍କ ସୁନା ବନ୍ଧା ପକାଇବାକୁ ପଡ଼ିଲା । ଯାହାକି ଏବେ ସାରା ରାଜ୍ଯରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଭିଳାଷ ପଣ୍ଡାଙ୍କ ନାଁରେ ରୁଜୁ ହେଲା ମାମଲା

ନନ୍ଦିଘୋଷ ବ୍ୟୁରୋ: ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ବିଜେପି ଯୁବ ସଭାପତି ଅଭିଳାଷ ପଣ୍ଡାଙ୍କ ଅପମାନସୂଚକ ମନ୍ତବ୍ୟ ପ୍ରସଙ୍ଗ। ଅଭିଳାଷଙ୍କ ବିରୁଦ୍ଧରେ ବାଲେଶ୍ବର ଟାଉନ ଥାନାରେ ରୁଜୁ ହେଲା ମାମଲା । ଯୁବନେତା ବିକ୍ରମ ପଣ୍ଡାଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ କରାଯାଇଛି । ଫକୀରମୋହନ ସେନାପତିଙ୍କ ଅବଦାନକୁ ନେଇ ଓଡ଼ିଆ ଜାତି ଗର୍ବ କରେ। ହେଲେ ଓଡ଼ିଆ ଅସ୍ମିତାକୁ ଦ୍ବାହି ଦେଇ ନିର୍ବାଚନ ଜିତିବା ପରେ ସରକାର ଦଳରେ ଥିବା ନେତାମାନେ ହିତାହିତ ଜ୍ଞାନ ଭୁଲି ଯାଇଛନ୍ତି। ଗଣମାଧ୍ୟମରେ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଫକୀରମୋହନଙ୍କ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ପାଇଁ ଓଡ଼ିଶାବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ବିକ୍ରମ । ନହେଲେ ଏତଲା ଅନୁସାରେ ଅଭିଳାଷଙ୍କୁ ତୁରନ୍ତ ଗିରଫ କରି ଓଡ଼ିଆ ଅସ୍ମିତାକୁ ସୁରକ୍ଷିତ କରିବାକୁ ଦାବି ହୋଇଛି ।

ସୁନା କିଣୁଥିଲେ ସାବଧାନ! ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ

ନନ୍ଦିଘୋଷ ବ୍ୟୁରୋ: ସୁନା କିଣୁଥିଲେ ସାବଧାନ । ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ। ଗତ ୫ ମାସରେ ଯୋଗାଣ ବିଭାଗ ପକ୍ଷରୁ କରାଯାଇଥିବା ରେଡ୍ ବେଳେ ଏପରି ଖବର ସାମ୍ନାକୁ ଆସିଛି । ୫ ମାସରେ ମୋଟ ୩ ହଜାର ୧୨୫ଟି ରେଡ୍ ହୋଇଥିବାବେଳେ ୧୧୬ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି । ଅସାଧୁ ବ୍ଯବସାୟୀଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ ଆଦାୟ କରାଯାଇଛି । ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ସର୍ବାଧିକ ଗ୍ରାହକ ଠକେଇର ଶିକାର ହୋଇଛନ୍ତି । କେବଳ ଗଞ୍ଜାମ ଓ କଟକରେ ୧୭ ଜଣ ବ୍ୟବସାୟୀ ଓ ଖୋର୍ଦ୍ଧାରେ ୧୬ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ସୂଚନା ମିଳିଛି । ତେବେ ଗତବର୍ଷ ୪୯୫ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିଲେ । ସେମାନଙ୍କଠାରୁ ୧୫ ଲକ୍ଷ ୩୦ ହଜାର ଫାଇନ ଆଦାୟ ହୋଇଥିଲେ । ଠକେଇ ନେଇ ବିଧାନସଭାରେ ଯୋଗାଣ ମନ୍ତ୍ରୀ ଏହି ତଥ୍ଯ ପ୍ରଦାନ କରିଛନ୍ତି ।

ମଲାଇକାଙ୍କ ପିତା କାହିଁକି କଲେ ଆତ୍ମହତ୍ୟା ?

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପିତା ଅନୀଲଙ୍କ ଆତ୍ମହତ୍ୟାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ସେ କାହିଁକି ଏଭଳି ଏକ ଚରମ ପନ୍ଥା ଆପଣାଇଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଫରେନସିକ ଟିମ ମଧ୍ୟ ମଲାଇକାଙ୍କ ପିତାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟା ପଛର କାରଣ ଖୋଜା ଚାଲିଥିବାବେଳେ ବଲିଉଡର କଳାକାରଙ୍କ ସହ ବନ୍ଧୁ ପରିଜନମାନେ ପହଞ୍ଚି ସମବେଦନା ଜଣାଇଛନ୍ତି । ମଲାଇକାଙ୍କ ପୂର୍ବତନ ସ୍ବାମୀ ଅରବାଜ ଖାନ ମଧ୍ୟ ଏଭଳି ଏକ ଦୁଃଖ ସମୟରେ ପହଞ୍ଚି ସମବେଦନା ଜଣାଇଛନ୍ତି । ଅନ୍ୟପଟେ ପ୍ରେମିକ ଅର୍ଜୁନ କପୁର ମଧ୍ୟ ମଲାଇକାଙ୍କ ସହ ଘରେ ପହଞ୍ଚିଛନ୍ତି ।

ସେବା, ସଂଗ୍ରାମ ଓ ସଚେତନତା ବିଜେଡିର ଆଦର୍ଶ : ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ବିଜେଡିର ଆଦର୍ଶ ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତା। ଯୁବକ ହେଉଛି ବିଜେଡିର ଶକ୍ତି । ବିଜୁ ଯୁବ ଜନତା ଦଳର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକରେ ମତ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିସିଜେଡିର ପ୍ରରିଶ୍ରମ ଯୋଗୁ ଆଜି ବିଜେଡି ଏକ ସାମଜିକ ଅନ୍ଦୋଳନରେ ପରିଣତ ହୋଇପାରିଛି । ଲୋକଙ୍କ ସେବା କରିବା, ଆମ ମାତୃଭୂମିର ସେବା କରିବା ଏବଂ ମାନବିକତାର ସେବା କରିବା ପାଇଁ ରାଜନୀତିକୁ ଏକ ମାଧ୍ୟମ ଭାବରେ ନବୀନ ଦେଖୁଥିବା କହିଛନ୍ତି । ଗତ ନିର୍ବାଚନ ରେ ବିଜେଡି ସର୍ବାଧିକ ୪୧.୨ % ଭୋଟ ପାଇଥିଲା। ସଂପୂର୍ଣ୍ଣ ସଂଖ୍ୟକ ଭୋଟ୍ ଦୃଷ୍ଟିରୁ ବିଜେଡି ଅନ୍ୟମାନଙ୍କଠାରୁ ଆଗରେ ରହିଛି । ଓଡିଶାବାସୀଙ୍କ ସ୍ନେହ ଏବଂ ଭଲପାଇବା ଆମର ସବୁଠାରୁ ବଡ ଶକ୍ତି ବୋଲି କହିଛନ୍ତି ନବୀନ । ବିଜୁବାବୁଙ୍କର ଯୁବ ଶକ୍ତି ଉପରେ ବହୁତ ଭରସା ଥିଲା।

ଏବେବି ଯୁବ ବନ୍ଧୁ ମାନଙ୍କ ଦକ୍ଷତା ଉପରେ ପୁରା ବିଶ୍ୱାସ ଅଚ୍ଛି । ଯୁବ ସାଙ୍ଗଠନିକ କାର୍ଯ୍ୟକମ୍ରକୁ ଆହୁରି ଆଗକୁ ନେବାକୁ ପରାମର୍ଶ ଦେଇଛନ୍ତି ନବୀନ ।  ଯୁବ ଶସକ୍ତିକରଣ ଉପରେ ସଦାବେଳେ ବିଜେଡି ଧ୍ୟାନ ଦେଇ ଆସିଛି । ଶିକ୍ଷିତ ସମାଜ ଗଠନ କରି ଯୁବକଙ୍କୁ ବିଶ୍ବରେ ପରିଚିତ କରାଇବା ଆମ ଲକ୍ଷ୍ୟ ରହିଛି  । କ୍ରିଡା କ୍ଷେତ୍ରରେ ଆଜି ଓଡ଼ିଶା ଆନ୍ତର୍ଜାତୀୟ ସ୍ତରରେ ନାଁ କରିପାରିଛି । ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଯୁବକ ମାନେ ଆଜି ସୁନାମ ଅର୍ଜନ କରୁଛନ୍ତି । ଏ ଧାରାକୁ ଜାରି ରଖାଯିବା ଆବଶ୍ୟକ ବୋଲି କହିଛନ୍ତି ନବୀନ।

ସେପଟେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନବୀନ। କିଛି ଲୋକ ବର୍ତ୍ତମାନ ସେମାନଙ୍କର ଚିନ୍ତାଧାରାକୁ ଅନ୍ୟମାନଙ୍କ ଉପରେ ଲଗାଇବାକୁ ଚେଷ୍ଟା କରୁଛନ୍ତି  । ଯାହା ଏକ ଗଣତାନ୍ତ୍ରିକ ସମାଜରେ ଆଦୌ ଗ୍ରହଣୀୟ ନୁହେଁ ।  ଏପରିକି ଆମର ମହାପୁରୁଷ ମାନଙ୍କୁ  ବି ନିନ୍ଦା କରୁଛନ୍ତି । ଏହା କଣ ଓଡିଆ ଆସ୍ମିତା କି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ମହାପୁରୁଷଙ୍କ ବଳିଦାନ ପ୍ରତି ଏହା ଆମର ସମ୍ମାନ କି ବୋଲି ପ୍ରଶ୍ନ କରିଛନ୍ତି । ବଡ ପାଟିରେ କହିଲେ ମିଛ ସତ ହୁଏ ନାହିଁ.ତିନି ମାସ ହୋଇଗଲା ଏବେ ଆଇ ମାଆ ଗପ ଛାଡି ସରକାର କାମ କରି ଦେଖାନ୍ତୁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିଭଳି ମହାନଦୀ,ପୋଲାଭରମ ଭଳି ପ୍ରସଙ୍ଗ ସହ ରାଜ୍ୟରେ ଦରଦାମ ବୃଦ୍ଧି ଏବଂ ବିରୋଜଗାରକୁ ମଧ୍ୟ ମୁଦା କରି ଯୁବକ ମାନେ ଲଢେଇ କରିବାକୁ ନବୀନ କହିଛନ୍ତି।

ରାଜ୍ୟରେ ଡବଲ ଇଂଜିନ ସରକାର ଚାଲିଛି। କିନ୍ତୁ ଦୁଃଖର କଥା ଶିକ୍ଷା ବଜେଟରେ 500 କୋଟି ଅର୍ଥ କାଟ କରାଯାଇଛି । ସେହିଭଳି 300 ୟୁନିଟ ମାଗଣା ବିଜୁଳି, ବାର୍ଦ୍ଧିକ ଭତା, ସୁଭଦ୍ରା ଯୋଜନା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବାରେ ମଧ୍ୟ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ।  ବିଜେପି ସରକାରର ସମସ୍ତ ପ୍ରତିଶ୍ରୁତି ଏବେ ପ୍ରତାରଣାରେ ପରିଣତ ହୋଇଯାଉଛି। ସେଥିପାଇଁ ଆଗାମୀ ଦିନରେ ବିଜୁ ଯୁବ ଜନତା ଦଳ ରାଜରାସ୍ତାକୁ ଓଲ୍ଲାଇବ ସହ ଆନ୍ଦୋଳନକୁ ମଧ୍ୟ ବ୍ୟାପକ କରିବ ।