spot_img
Home Blog Page 1559

ଭରତପୁର ତତ୍କାଳୀନ ଥାନାଧିକାରୀଙ୍କ ହୋଇପାରେ ନାର୍କୋଆନାଲିସିସ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ବର: ଭରତପୁରରେ ଆର୍ମି ଅଧିକାରୀ ଓ ପୋଲିସ ବିବାଦ ଘଟଣାରେ ବଡ଼ ଅପଡେଟ । ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ହୋଇପାରେ ନାର୍କୋଆନାଲିସିସ, ପଲିଗ୍ରାଫ ଟେଷ୍ଟ ଓ ବ୍ରେନ ମ୍ୟାପିଂ । ନନ୍ଦିଘୋଷ ଟିଭି ହାତରେ Exclusive ଭିଜୁଆଲ। କୋର୍ଟଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଲେ ଦୀନକୃଷ୍ଣ ମିଶ୍ର ।

ଯେକୌଣସି ପ୍ରକାର ତଦନ୍ତ ପାଇଁ ରାଜି ଥିବା କହିଛନ୍ତି ଦୀନକୃଷ୍ଣ । ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଥିଲେ ଦୀନକୃଷ୍ଣ । ଗତକାଲି ଏସବୁ ଟେଷ୍ଟ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।

ଭରତପୁର ଥାନାରେ କ୍ଯାପଟେନ ଓ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଘଟଣା। ପୀଡ଼ିତା ଓ ପୁରୁଷ ବନ୍ଧୁଙ୍କୁ ନେଇ ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ। ଆର୍ମି ସୁରକ୍ଷାରେ ଥାନାରେ ପହଞ୍ଚିଥିଲେ କ୍ଯାପଟେନ ଓ ବାନ୍ଧବୀ । ଏହାସହ ଛାନବିନ ମଧ୍ଯ କରିଛି ଟିମ । ଆଜି ସକାଳେ ଥାନା ଭିତରେ ସବୁ ଦିଗକୁ ନେଇ ଯାଞ୍ଚ କରିଛି ଟିମ୍। ଭିଡିଓଗ୍ରାଫି ମାଧ୍ୟମରେ ତଦନ୍ତ ପ୍ରକ୍ରିୟାକୁ ରେକର୍ଡିଂ କରାଯାଇଛି । ଏହି ସମୟରେ ଭରତପୁର ଥାନାର ନୂଆ ଆଇଆଇସିଙ୍କ ସମେତ ସମସ୍ତ ପୋଲିସ ଉପସ୍ଥିତ ଥିଲେ । ଗତକାଲି ୪ଟାରେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ କ୍ରାଇମବ୍ରାଞ୍ଚ ଥାନାକୁ ଡାକିଥିଲେ। ହେଲେ ୩ ଘଣ୍ଟା ପରେ ବି ଟିମ ଆସି ନଥିଲେ ବୋଲି କୁହାଯାଉଛି।

ଦେଶବ୍ଯାପୀ ଚହଳ ସୃଷ୍ଟି କରିଥିଲା ଭରତପୁର ଥାନା ନିର୍ଯାତନା ଘଟଣା। ରାଜ୍ଯ ସରକାରଙ୍କ ଆଇନଶୃଙ୍ଖଳା ବ୍ଯବସ୍ଥା ଉପରେ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ। ଦେଶ ଓ ବିଦେଶରେ ବି ଚର୍ଚ୍ଚା ସୃଷ୍ଟି କରିଥିଲା ଘଟଣା। ପୋଲିସର ଥାର୍ଡ ଡିଗ୍ରୀ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର। ବିଚାର ବିଭାଗୀୟ ତଦନ୍ତ ଲାଗି ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ବୁଢ଼ା ନଦୀରେ କୁମ୍ଭୀର ଆତଙ୍କ, ନ ଯିବାକୁ ସଚେତନ କଲା ବନବିଭାଗ

ଯାଜପୁର: ବୁଢ଼ା ନଦୀରେ କୁମ୍ଭୀର ଆତଙ୍କ  । ନଦୀକୁ ନଯିବାକୁ ସଚେତନ କଲା ବନବିଭାଗ । ଆଜି ସିମିଳିଆ ପଞ୍ଚାୟତ ଉଆସାହି ନିକଟ ବୁଢ଼ା ନଦୀରେ ଏକ ବଡ କୁମ୍ଭୀର ଦେଖି ସ୍ଥାନୀୟ ଲୋକେ ଭୟଭୀତ ।

ତେବେ ଦୁଇ ଦିନ ପୂର୍ବରୁ ବୁଢ଼ା ପୋଲ ନିକଟରେ ଦେଖା ଦେଇଥିବା ବେଳେ ଆଜି ଉଆସାହୀ ନିକଟରେ ଦେଖା ଦେଇଥିବାରୁ ନଦୀକୂଳିଆ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସେପଟେ ବନ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ପୋଷ୍ଟ ମାରିବା ସହ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମାଇକ ଦ୍ୱାରା ନଦୀକୁ ନିଜ ପିଲାଙ୍କୁ ନ ଛାଡ଼ିବା ସହ ନିଜେ ମଧ୍ୟ ନଦୀକୁ ନଯିବାକୁ ବାରଣ କରିଛନ୍ତି । କେହି ନଦୀ ଭିତରୁ ନଯିବାକୁ ସଚେତନ କରାଇଛନ୍ତି ।

୭୮ ବର୍ଷ ଧରି ଏହି ଗାଁର ଲୋକେ କରୁଛନ୍ତି ମଜଦୂରୀ

ପାଟନା: ବିହାରରେ ରହିଛି ଏମିତି ଏକ ଗାଁ ଯେଉଁଠି ପ୍ରତି ଗ୍ରାମବାସୀ ଶ୍ରମିକ ଅଟନ୍ତି  । ସ୍ବାଧୀନତା ପର ଠାରୁ ଏହି ଗାଁରେ କେହି ବି ସରକାରୀ ଚାକିରି ପାଇ ନାହାନ୍ତି  । ଚାକିରି କଥା ଛାଡନ୍ତୁ ଗାଁର ମାତ୍ର ଦୁଇ ଜଣ ଉଚ୍ଚଶିକ୍ଷା ନାଁରେ ଦଶମ ପାସ୍‌ କରିଛନ୍ତି  । ବିଡମ୍ବନାର ବିଷୟ ଯେ ଆଖୁ ଚାଷର ସର୍ବବୃହତ କ୍ଷେତ୍ର ହୋଇଥିଲେ ମଧ୍ୟ ଗାଁର କୌଣସି ବ୍ୟକ୍ତିଙ୍କ ପାଖରେ ଜମିର ଛୋଟିଆ ଖଣ୍ଡଟିଏ ବି ନାହିଁ  ।

ଘର ନାଁରେ କେବଳ ମୁଣ୍ଡ ଗୁଞ୍ଜିବା ପାଇଁ କୁଡିଆ ଖଣ୍ଡେ ଖଣ୍ଡେ ରହିଛି । ପରିସ୍ଥିତି ଏମିତି ଯେ ଗାଁର ପୁରୁଷଙ୍କ ସହ ମହିଳାମାନେ ବି ଶ୍ରମିକ କାମ କରନ୍ତି  । ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ଏହି ଗାଁ ରହିଛି  । ଗାଁର ନାମ ହରକା ଅଟେ । ଗାଁରେ ପାଖାପାଖି ୮୦୦ ଲୋକେ ବସବାସ କରନ୍ତି  ।

ଆଶ୍ଚର୍ଯ୍ୟର ବିଷୟ ଯେ କୌଣସି ସରକାରୀ ଯୋଜନା ଏହି ଗାଁରେ ଏପର୍ଯ୍ୟନ୍ତ ପହଞ୍ଚି ପାରିନି  । ପାଖ ଗାଁର ଲୋକଙ୍କ କହିବା କଥା ଯେ ଏଠାକାର ଲୋକଙ୍କୁ କେବଳ ମଜଦୂରୀ କରି ଖାଇବା ଅଭ୍ୟାସ ହୋଇଯାଇଛି । ଏହାଠାରୁ ଅଧିକ କେହି ଏଠାରେ ଭାବି ପାରନ୍ତି ନାହିଁ  । ଯୁବବର୍ଗ ଠୁ ମହିଳା ଓ ବୟସ୍କ ସମସ୍ତେ ମଜଦୂରୀ କରଥାନ୍ତି । ଗାଁର ବୟସ୍କ ମହିଳା ଲୀଳାବତୀ ଦେବୀଙ୍କ ପତି ଗୋରଖପୁରରେ ରିକ୍ସା ଚଳାନ୍ତି  । ରାଜକୁମାର ସହନି ତାଙ୍କ ପୁଅ ଯିଏ କି ସବୁଠାରୁ ଅଧିକ ଦଶମ ପର୍ଯ୍ୟନ୍ତ ପାଠ ପଢିଛନ୍ତି  ।

ଘରର ଦୟନୀୟ ସ୍ଥିତିକୁ ଦେଖି ରାଜକୁମାରୀ ଏକ ବେସରକାରୀ ଅଫିସରେ କାମ କରୁଛନ୍ତି  । ଲୀଳାବତୀ ମଧ୍ୟ ପଡୋଶୀ ଗାଁରେ ଝାଡୁ ପୋଛା କରୁଛନ୍ତି  । ଗାଁରେ ପ୍ରତି ପରିବାରର କିଛି ଏଭଳି କାହାଣୀ ରହିଛି  ।

 

ସେପ୍ଟେମ୍ବର ୨୭ରୁ ଶସ୍ତାରେ ମିଳିବ ମହଙ୍ଗା ଟିଭି, ଜାଣନ୍ତୁ ୫ଟି ସର୍ବୋତ୍ତମ ଡିଲ୍‌

ନନ୍ଦିଘୋଷ ବ୍ୟୁରୋ: ଫ୍ଲିପକାର୍ଟ ବିଗ ବିଲିୟନ ଡେ’ ସେଲ୍‌ ଆରମ୍ଭ ପାଇଁ ବହୁତ କମ୍ ସମୟ ଅଛି  । ଗ୍ରାହକଙ୍କ ପାଇଁ ୨୭ ସେପ୍ଟେମ୍ବରରୁ ଫ୍ଲିପକାର୍ଟରେ ସ୍ମାର୍ଟ ଏଲଇଡି ଟିଭି ମଡେଲ ଗୁଡିକରେ ବମ୍ପର ସଞ୍ଚୟ ପାଇଁ ବଡ଼ ସୁଯୋଗ ଅଛି  । ଯଦି ଆପଣ ମଧ୍ୟ ଘର ପାଇଁ ଏକ ନୂଆ ଟିଭି କିଣିବାକୁ ଚାହାଁନ୍ତି, ତେବେ ଜାଣି ନିଅନ୍ତୁ ୫ଟି ସର୍ବୋତ୍ତମ ଡିଲ୍ ବିଷୟରେ  ।

ଫ୍ଲିପକାର୍ଟ ସେଲ୍‌ରେ ଆପଣ କେବଳ ନୂଆ ଟିଭିରେ ଉତ୍ପାଦ ରିହାତି ପାଇବେ ନାହିଁ ବରଂ ଆପଣ ବ୍ୟାଙ୍କ କାର୍ଡ ରିହାତି ମାଧ୍ୟମରେ ଅତିରିକ୍ତ ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସକ୍ଷମ ହେବେ। ଏହା ସହିତ ଗ୍ରାହକଙ୍କ ସୁବିଧା ପାଇଁ ସୁଧମୁକ୍ତ EMI ର ସୁବିଧା ମଧ୍ୟ ରହିବ  ।

ଘର ପାଇଁ 32 ଇଞ୍ଚ ଏଲଇଡି ଟିଭି କିଣିବାକୁ ଚାହୁଁଛନ୍ତି କି? ଆପଣ ସାମସଙ୍ଗ ଟିଭି ମାତ୍ର ୧୦,୦୭୧ ଟଙ୍କାରେ ପାଇବେ  । ଏହି ଟିଭିର ପ୍ରକୃତ ମୂଲ୍ୟ ୧୪,୯୯୯ ଟଙ୍କା ରହିଛି  । ଏହାର ଅର୍ଥ ହେଉଛି ଏହି ଟିଭି କିଣିଲେ ଆପଣ ୪,୯୨୮ ଟଙ୍କା ସଞ୍ଚୟ କରିପାରିବେ ।

 

ଯଦି ଆପଣ ଏକ ନୂଆ ୪୩ ଇଞ୍ଚ୍ ଟିଭି କିଣିବାକୁ ଚାହୁଁଛନ୍ତି, ତେବେ ଏହି ରେଡମି ଟିଭି ମଡେଲ୍ ଫ୍ଲିପକାର୍ଟ ସେଲ୍‌ରେ ୧୭,୯୯୦  ଟଙ୍କାରେ କିଣାଯାଇପାରିବ  । ସମ୍ପ୍ରତି ଏହି ଟିଭି ମଡେଲ୍ ୨୪,୯୯୯ ଟଙ୍କାରେ ବିକ୍ରି ହେଉଛି  । ଏହି ଟିଭି କିଣିଲେ ୭୦୦୯ ଟଙ୍କା ସଞ୍ଚୟ କରିବାର ଏକ ସୁଯୋଗ ଅଛି  ।

ଫ୍ଲିପକାର୍ଟ ସେଲ୍‌ ପୂର୍ବରୁ TCLର ୫୫ ଇଞ୍ଚ ସ୍ମାର୍ଟ ଟିଭି ୩୭ ହଜାର ୯୯୦ ଟଙ୍କାରେ ବିକ୍ରି ହେଉଛି  । କିନ୍ତୁ ସେଲ୍‌ ସମୟରେ ଆପଣ ଏହି ଟିଭିକୁ ୨୯,୪୯୯ ଟଙ୍କାରେ ପାଇବେ  । ଏହାର ଅର୍ଥ ଆପଣ ୮୪୯୧ ଟଙ୍କା ସଞ୍ଚୟ କରିପାରିବେ  ।

ସେହିପରି IFFALCON କମ୍ପାନୀର ଏହି ୫୫ ଇଞ୍ଚ ଟିଭି ମଡେଲ ୩୦ ହଜାର ୯୯୯ ଟଙ୍କାରେ ବିକ୍ରି ହେଉଛି  । କିନ୍ତୁ ସେଲ୍‌ ସମୟରେ ଏହି ମଡେଲଟି ୨୩ ହଜାର ୭୪୯ ଟଙ୍କାରେ ଉପଲବ୍ଧ ହେବ  । ଏହି ଟିଭିରେ ଗ୍ରାହକଙ୍କ ୭୨୫୦ ଟଙ୍କା ସଞ୍ଚୟ ହେବ ।

ଏହି ମୋଟରୋଲା ଟିଭି ଫ୍ଲିପକାର୍ଟ ସେଲ୍‌ ସମୟରେ ୪୦ ହଜାର ୯୯୯ ଟଙ୍କାରେ ବିକ୍ରି ହେବ  । ବର୍ତ୍ତମାନ ସେଲ୍‌ ପୂର୍ବରୁ ଏହି ଟିଭି ୪୨ ହଜାର ୯୯୯ ଟଙ୍କାରେ ଉପଲବ୍ଧ ରହିଛି  । ଏହି ୬୫ ଇଞ୍ଚ ଟିଭିରେ ୨୦୦୦ ଟଙ୍କା ସଞ୍ଚୟ କରିବାର ସୁଯୋଗ ଅଛି  । ଏହି ଟିଭିରେ ଡଲବି ଆଟମୋସ୍, ଡଲବି ଭିଜନ, ୪୦୦ ନଟ୍ ଉଜ୍ଜ୍ୱଳତା, ୬୦Hz ସତେଜ ହାର, ଇନ୍-ବିଲ୍ଟ କ୍ରୋମକାଷ୍ଟ, ମିଡିଆଟେକ୍ ପ୍ରୋସେସର୍, ୨ ଜିବି ରାମ୍ ଏବଂ ୧୬ ଜିବି ଷ୍ଟୋରେଜ୍ ରହିଛି   ।

କ୍ଯାପଟେନ ଓ ବାନ୍ଧବୀଙ୍କୁ ନେଇ ସିନ୍‌ ରିକ୍ରିଏସନ କରୁଛି ଭରତପୁର ପୋଲିସ

ଭୁବନେଶ୍ବର: ଭରତପୁର ଥାନାରେ କ୍ଯାପଟେନ ଓ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଘଟଣା। ପୀଡ଼ିତା ଓ ପୁରୁଷ ବନ୍ଧୁଙ୍କୁ ନେଇ ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ। ସେପଟେ ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ୍ ଟିମ୍ ପହଞ୍ଚି କରିଛି ଛାନବିନ। ସେପଟେ ଆର୍ମି ସୁରକ୍ଷାରେ ଥାନାରେ ପହଞ୍ଚିଥିଲେ କ୍ଯାପଟେନ ଓ ବାନ୍ଧବୀ। ଥାନା ଭିତରେ ସବୁ ଦିଗକୁ ନେଇ ଯାଞ୍ଚ କରିଛି ଟିମ୍।

ଭିଡିଓଗ୍ରାଫି ମାଧ୍ୟମରେ ତଦନ୍ତ ପ୍ରକ୍ରିୟାକୁ କରାଯାଇଛି ରେକର୍ଡିଂ। ଭରତପୁର ଥାନାର ନୂଆ ଆଇଆଇସିଙ୍କ ସମେତ ସମସ୍ତ ପୋଲିସ ଥିଲେ ଉପସ୍ଥିତ। ଗତକାଲି ୪ଟାରେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଥାନାକୁ କ୍ରାଇମବ୍ରାଞ୍ଚ ଥାନାକୁ ଡାକିଥିଲେ। ହେଲେ ୩ ଘଣ୍ଟା ପରେ ବି ଟିମ ଆସି ନଥିଲେ ବୋଲି କୁହାଯାଉଛି। ଦେଶବ୍ଯାପୀ ଚହଳ ସୃଷ୍ଟି କରିଥିଲା ଭରତପୁର ଥାନା ନିର୍ଯାତନା ଘଟଣା।

ରାଜ୍ଯ ସରକାରଙ୍କ ଆଇନଶୃଙ୍ଖଳା ବ୍ଯବସ୍ଥା ଉପରେ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ। ଦେଶ ଓ ବିଦେଶରେ ବି ଚର୍ଚ୍ଚା ସୃଷ୍ଟି କରିଥିଲା ଘଟଣା। ପୋଲିସର ଥାର୍ଡ ଡିଗ୍ରୀ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର। ବିଚାର ବିଭାଗୀୟ ତଦନ୍ତ ଲାଗି ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।..

ଶଙ୍ଖ ଭବନରେ ନୂଆପଡ଼ା ଜିଲ୍ଲାର ଦଳୀୟ ସମୀକ୍ଷା କଲେ ନବୀନ

ଭୁବନେଶ୍ବର: ଶଙ୍ଖ ଭବନରେ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଜିଲ୍ଲାର ଦଳୀୟ ସମୀକ୍ଷା। ନିର୍ବାଚିତ ପ୍ରତିନିଧି ଓ ଦଳୀୟ ପଦାଧିକାରୀଙ୍କ ସହିତ ସଂଗଠନ ଓ ଦଳର ସ୍ଥିତି ନେଇ ଆଲୋଚନା କରିଛନ୍ତି।

ଦଳକୁ ଆହୁରି ସକ୍ରିୟ ରଖି ଆହୁରି ମଜଭୁତ କରିବା ହେଉଛି ଏହି ସମୀକ୍ଷା ବୈଠକର ମୁଖ୍ୟ ଲକ୍ଷ୍ୟ । ବିଜେଡିର ୨୪ ବର୍ଷର ଶାସନରେ ନବୀନ ସରକାର ଯେଉଁ ଲୋକାଭିମୁଖୀ କାମ କରିଥିଲେ, ସେ ସଂପର୍କରେ ଲୋକଙ୍କ ଅବଗତ କରାଇବା ଉପରେ ବି ଆଲୋଚନା ହୋଇଥିବା ଜଣାପଡ଼ିଛି।

ଏବେର ସରକାର ଯୋଗୁଁ ଭୟ ଓ ଆଶଙ୍କାରେ ରହିଛନ୍ତି ଆଦିବାସୀ: ବିଜେଡି

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ସମୟରେ ଆଦିବାସୀ ବିକାଶ ହୋଇଛି। ହେଲେ ଏବେର ସରକାର ଯୋଗୁଁ ଭୟ ଓ ଆଶଙ୍କାରେ ରହିଛନ୍ତି ଆଦିବାସୀ। ନବୀନ ସରକାକଙ୍କ ଅନେକ ଯୋଜନା ବନ୍ଦ କରାଯାଇଛି। ତେଣୁ ବିକାଶ ଏବେ ସ୍ୱପ୍ନ ହୋଇଛି ବୋଲି ଅଭିଯୋଗ କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି- ସବୁ ଜିଲ୍ଲାରେ ଆଦିବାସୀ ଆନ୍ଦୋଳନ କରୁଛନ୍ତି ଜଙ୍ଗଲ ଜମି ଆଇନ ପାଇଁ। ହେଲେ ସରକାର ଶୁଣୁନାହାନ୍ତି।

ପଶ୍ଚିମ ଓଡ଼ିଶାରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ରହିଛନ୍ତି। ହେଲେ ୧୮ ପ୍ରତିଶତ ଜିଏସଟି ଛାଡ ହେଲାନି। SDC ଜରିଆରେ ଅନୁଦାନ ଦେଇ କଳା ସଂସ୍କୃତି ବିକାଶ କରାଯାଉଥିଲା। ମାତ୍ର ତାହା ବନ୍ଦ ହୋଇଛି। ରାଜ୍ଯ ସରକାର ଆଦିବାସୀଙ୍କ ବିକାଶ ଚାହୁଁନାହାନ୍ତି। ୧୩୫ ବର୍ଗ ଏବେ ବି ଆଦିବାସୀ ମାନ୍ୟତା ଅପେକ୍ଷାରେ ଅଛନ୍ତି।

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବି ଆଦିବାସୀଙ୍କୁ ପାତର ଅନ୍ତର କରାଯାଇଛଇ। ଏ ଯାଏଁ ଆଦିବାସୀ ଜନଗଣନା ହୋଇନାହିଁ। ୧୦୦ ଦିନରେ କେବଳ ରଙ୍ଗ ବଦଳାଯାଇଛି ବୋଲି ଅଭିଯୋଗ କରିଛି ବିଜେଡି। ଓଡ଼ିଆ ଅସ୍ମିତା ନଷ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି। ସରକାର ମାଗଣା ବିଜୁଳି ଦେଲେନି। ସୁଭଦ୍ରା ଯୋଜନାରେ ବି ଟଙ୍କା ଠିକ ଭାବେ ମହିଳାଙ୍କୁ ମିଳୁନାହିଁ।

ନାବାଳିକାକୁ ରାଉରକେଲାରେ ଗଣଦୁଷ୍କର୍ମ, ତଦନ୍ତ ଆରମ୍ଭ

ରାଉରକେଲା: ସହରରେ ପୁଣି ଲଜ୍ଜା। ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ସିଭିଲ ଟାଉନସିପରୁ ୧୭ ବର୍ଷର ନାବାଳିକାକୁ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।‌ ଗତ ୨୨ ତାରିଖ ରାତିରେ ନାବାଳିକାକୁ ଉଠାଇ ନେଇ ପ୍ରଥମେ ଦୁଇଜଣ ଓ ପରେ ତିନି ଜଣ ଗଣ ଦୁଷ୍କର୍ମ କରିଛନ୍ତି।

ପ୍ଲାଣ୍ଟ ସାଇଟ ଥାନା ସାତତାଲା ଛକ ନିକଟସ୍ଥ ଏକ ଅନ୍ଧାରୁଆ ଜାଗାରେ କରିଛନ୍ତି ଗଣଦୁଷ୍କର୍ମ । ଏନେଇ ରଘୁନାଥପାଲି ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା। ଅଭିଯୋଗ ପରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

IICଙ୍କୁ ତୀରମାଡ କରିଥିବା ଯୁବକକୁ କାବୁ କରିବାକୁ ସ୍ବତନ୍ତ୍ର ପୋଲିସ ଟିମର ଉଦ୍ୟମ

ସୁନ୍ଦରଗଡ଼: ମହୁଲପଦା ଥାନା ଆଇଆଇସିଙ୍କୁ ତୀରମାଡ କରିଥିବା ଯୁବକକୁ କାବୁ କରିବା ପାଇଁ ସ୍ବତନ୍ତ୍ର ପୋଲିସ ଟିମ ପକ୍ଷରୁ ଉଦ୍ୟମ। ଗତକାଲି ଅଭିଯୁକ୍ତ ବଡଜଲ ସ୍କୁଲର ତିନି ମହଲା ଛାତ ଉପରେ ରହି ମହୁଲପଦା ଥାନା ଆଇଆଇସିଙ୍କୁ ତୀରମାଡ କରିଥିଲେ। ଯୁଵକକୁ ଧରିଵାରେ ପୋଲିସକୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।

ଯୁବକଙ୍କୁ ଧରିବା ପାଇଁ ରାଉରକେଲାରୁ ସ୍ଵତନ୍ତ୍ର ପୋଲିସ ଟିମ ଓ ସ୍ବତନ୍ତ୍ର ତାଲିମ ପ୍ରାପ୍ତ DVF ଟିମ ଗତରାତିରୁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସଫଳ ହୋଇ ପାରିନାହାନ୍ତି। ଯୁବକଙ୍କ ନିକଟରେ ଧନୁତୀର, ଟାଙ୍ଗିଆ ଆଦି ଥିବାରୁ ତାଙ୍କୁକୁ ଧରିବାରେ ଅସୁବିଧା ହେଉଛି। ବଡଜଲ ସ୍କୁଲ ଛାତ ଉପରେ ବସି ଉତ୍ପାତ କରୁଥିବା ଯୁବକକୁ ଧରିଵା ପାଇଁ ଗତକାଲି ମହୁଲପଦା ଥାନା ଆଇଆଇସି ସଦଳବଳେ ଯାଇଥିଲେ ।

କିନ୍ତୁ ଯୁବକଙ୍କ ତୀର ମାଡ଼ରେ ମହୁଲପଦା ଥାନା ଆଇଆଇସି ଆହତ ହୋଇଥିଲେ‌ । ଯୁଵକ ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବାରୁ ଯୁଵକକୁ ଧରିଵା ପାଇଁ ଅଗ୍ନିଶମ ଵାହିନୀ ଓ ସ୍ଥାନୀୟ ପୋଲିସ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯୁବକଙ୍କୁ ଧରିବା ପାଇଁ ରାଉରକେଲାରୁ ସ୍ଵତନ୍ତ୍ର ପୋଲିସ ଟିମ ଓ ସ୍ବତନ୍ତ୍ର ତାଲିମ ପ୍ରାପ୍ତ DVF ଟିମ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଆହତ ଆଇ ଆଇ ସି ଙ୍କ ଵଣାଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ତୀରକୁ ଜଵତ କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଶତ୍ରୁ ସଂହାର ସହ ଆତଙ୍କୀ ମୁକାବିଲା ଲାଗି ଅସ୍ତରଙ୍ଗରେ ପ୍ରସ୍ତୁତ ନୌସେନା

0

ଅସ୍ତରଙ୍ଗ: ଶତ୍ରୁ ସଂହାର ସହ ଆତଙ୍କୀ ମୁକାବିଲା ଲାଗି ନୌସେନା ଜାଗତିଆର। ଅସ୍ତରଙ୍ଗ ଉପକୂଳରେ ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତ ଦୋହଲିଯିବା

ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତେକ ବର୍ଷ ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ । ଏହି ସମରାଭ୍ଯାସରେ ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ, ସାଗର ମିତ୍ର ପ୍ରମୁଖ ସାମିଲ ହୋଇଛନ୍ତି। ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଲକ୍ଷ୍ୟରେ ଏହି ସମରାଭ୍ଯାସ ହୋଇଛି।

ବ୍ଲୁ ଫୋର୍ସ ଓ ରେଡ ଫୋର୍ସ ଦୁଇଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି।ଉପକୂଳକୁ ବ୍ଲୁ ବାହିନୀ ଜଗିରହିଥିବା ବେଳେ ରେଡ ବାହିନୀ ଶତ୍ରୁ ପକ୍ଷହୋଇ ଦୂର ସମୁଦ୍ରକୁ ଯାତ୍ରା କରି ପୁଣି ଉପକୂଳ ମୁହାଁହୋଇ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଛି । ବ୍ଲୁ ବାହିନୀ ଉପକୂଳକୁ ରକ୍ଷା କରିବା ପାଇଁ ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛି। ବାହ୍ୟ ଶତ୍ରୁ ଠାରୁ ଉପକୂଳକୁ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ପ୍ରତିବର୍ଷ କରାଯାଇଥାଏ।