spot_img
Home Blog Page 1565

ଭରତପୁର ଘଟଣା ବେଳେ ସୁଭଦ୍ରା ଯୋଜନାରେ ବ୍ୟସ୍ତ ଥିଲେ ସରକାର

ଭୁବନେଶ୍ବର: ଭରତପୁର ଥାନା ଲଜ୍ଜା ନେଇ ରାଜ୍ୟର ବିଜେପି ସରକାରଙ୍କ ଅଜବ ଯୁକ୍ତି। ସରକାର କୁଆଡ଼େ ସୁଭଦ୍ରା ଯୋଜନାରେ ବ୍ୟସ୍ତ ଥିଲେ ତ, ସେଥିପାଇଁ ଏହି ମାମଲା ପ୍ରତି ଗୁରୁତ୍ଵ ଦେଇପାରିନଥିଲେ। ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବା ପରେ ଚେତା ପଶିଲା, ତାପରେ ନିଦରୁ ଉଠିଲେ ଏବଂ କାର୍ଯ୍ୟାନୁଷ୍ଠାନ ନେଲେ। ଏକଥା ଖୋଦ୍ ନିଜେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ସେ କହିଛନ୍ତି ଏହି ଘଟଣା ୧୫ ତାରିଖରେ ଘଟିଥିଲା। ସେତେବେଳେ ସୁଭଦ୍ରା ଯୋଜନା ଲାଗୁ କରିବାରେ ସରକାର ଓ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ଥିଲେ। ପରେ ଭରତପୁର ଘଟଣାର ଗୁରୁତ୍ଵ ବୁଝି ୪ ଜଣିଆ କମିଟି କରିଥିଲେ ମୁଖ୍ୟମନ୍ତ୍ରୀ। ଗତକାଲି ବିଳମ୍ଵିତ ରାତି ଯାଏ ଏହାର ତର୍ଜମା କରାଯାଇଥିଲା। ତା ପରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପୃଥ୍ଵୀରାଜ ହରିଚନ୍ଦନ। ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି ସେ କହିଛନ୍ତି।

କିନ୍ତୁ ରାଜଧାନୀର ଛାତି ଉପରେ ଏତେ ବଡ଼ ଘଟଣା ଘଟିଲା, ଆଇନ ଶୃଙ୍ଖଳା ସ୍ଥିତି ନେଇ ଯେଉଁ ବାହାନା କରିଛନ୍ତି ଆଇନ ମନ୍ତ୍ରୀ, ତାକୁ ନେଇ ଉଠିଛି ପ୍ରଶ୍ନ। ସୁଭଦ୍ରା ଯୋଜନା ଲାଗୁ ପାଇଁ ଏତେ ବଡ଼ ଘଟଣାକୁ କଣ ଧ୍ୟାନ ଦିଆଯିବନି ? ଯେଉଁ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, ସେହିପରି ଜଣେ ମହିଳାଙ୍କୁ ଥାନାରେ ଅସଦାଚରଣ କରାଯିବ, ଯୌନ ନିର୍ଯାତନା ଦିଆଯିବ, ଖୋଦ୍ ରକ୍ଷକ ସାଜିବ ଭକ୍ଷକ, କିନ୍ତୁ ରାଜ୍ୟ ସରକାର ଖାଲି ନିଜ ପ୍ରଚାରରେ ବ୍ୟସ୍ତ ରହିବେ ? ଏହା କି ପ୍ରକାର ଶାସନ ବୋଲି ଉଠିଛି ପ୍ରଶ୍ନ।

ଭରତପୁର ଥାନା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୀଡ଼ିତା

ଭୁବନେଶ୍ବର: ଭରତପୁର ଥାନା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୀଡ଼ିତା। ଏହା ସହିତ ପୂର୍ବତନ ସେନା ଅଧିକାରୀ ସଂଘକୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ପୁରା ଘଟଣାରେ ସେମାନଙ୍କ ସହିତ ଆଲୋଚନା କରିଛନ୍ତି ଓ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବା କହିଛନ୍ତି ପୀଡ଼ିତାଙ୍କ ବାପା ତଥା ଅବସରପ୍ରାପ୍ତ ସେନା ଅଧିକାରୀ ସଂଘର ସଭାପତି।

ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ସନ୍ତୁଷ୍ଟ ଥିବା କହିଛନ୍ତି ପୀଡ଼ିତାଙ୍କ ବାପା। ଭୁବନେଶ୍ୱରକୁ ଅପରାଧ ମୁକ୍ତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିବା ସୂଚନା ଦେଇଛନ୍ତି ସେନା ଅଧିକାରୀ ସଂଘର କର୍ମକର୍ତ୍ତା । ଏପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ପୋଲିସ ଜିଡି ୱାଇବି ଖୁରାନିଆ ମୁଖ୍ଯ ଶାସନ ସଚିବଙ୍କୁ ଭେଟି ତଦନ୍ତ ଅଗ୍ରଗତି ସମ୍ପର୍କରେ ନେଇ ଅବଗତ କରିଛନ୍ତି ।

ବିରୂପା ନଦୀକୁ ଡେଇଁଲେ ଯୁକ୍ତ ତିନି ଛାତ୍ର

0

କଟକ: ନଦୀକୁ ଡେଇଁ ଛାତ୍ର ନିଖୋଜ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସର ଖୋଜାଖୋଜି ଜାରି । ଚୌଦ୍ଵାର ବିରୂପା ବ୍ୟାରେଜ ନିକଟରେ ସାଇକେଲ ଓ ମୋବାଇଲ ରଖି ନଦୀକୁ ଡେଇଁଲେ ଛାତ୍ର । ନିଖୋଜ ଛାତ୍ର ଜଣକ ହେଲେ ଚୌଦ୍ୱାର ୧୨ ନଂ ୱାର୍ଡର ପ୍ରଦୀପ କୁମାର ଦାସ I ସେ ଯୁକ୍ତ ତିନି ବାଣିଜ୍ୟର ଛାତ୍ର ଥିଲେ ।

ଗତକାଲି ରାତିରୁ ପ୍ରଦୀପ କେଉଁଆଡେ ଚାଲିଯାଇଥିଲେ । ନଦୀକୁ ଡେଇଁପଡିଥିବା ଖବର ପାଇ ଜଗତପୁର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।…

ପ୍ରସାଦ ବିବାଦ ପରେ ତିରୁପତି ବାଲାଜି ମନ୍ଦିରର ହେଉଛି ଶୁଦ୍ଧିକରଣ

0

ତିରୁପତି: ବାଲାଜି ମନ୍ଦିର ହେଉଛି ଶୁଦ୍ଧିକରଣ । ମନ୍ଦିରରେ ମହାଶାନ୍ତି ହୋମ ଆୟୋଜନ କରିଛି ତିରୁମାମଲା ତିରୁପତି ଦେବସ୍ଥାନମ୍। ତିରୁପତି ବାଲାଜି ମନ୍ଦିର ପ୍ରସାଦ ନେଇ ବିବାଦ ପରେ ମନ୍ଦିରକୁ ସୁଦ୍ଧିକରଣ ନିଷ୍ପତ୍ତି ନେଇଥିଲେ ଆନ୍ଧ୍ରପ୍ରଦେଶ ସରକାର । ଏଠାରେ ପ୍ରସାଦ ରୂପେ ମିଳୁଥିବା ଲଡୁରେ ପଶୁ ଚର୍ବି ଓ ମାଛ ତେଲ ଏବଂ ଅପମିଶ୍ରିତ ଘିଅ ବ୍ୟବହାର କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆସନ୍ତୋଷ ଜାରି ରହିଛି। ଏହାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହେବାରେ ଲାଗିଛି।

ଏହାରି ଭିତରେ ମହାଶାନ୍ତି ହୋମ ଆୟୋଜନ କରିଛି ତିରୁମାମଲା ତିରୁପତି ଦେବସ୍ଥାନମ୍। ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ଏବଂ ବୋର୍ଡର ଅନ୍ୟ ଅଧିକାରୀମାନେ ପୁରୋହିତଙ୍କ ସହ ଏହି ହୋମରେ ଯୋଗ ଦେଇଛନ୍ତି। ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି।ନିକଟରେ ଆନ୍ଧ୍ରପ୍ରଦେଶ ସରକାର ଏହି ଲଡ଼ୁ ବିବାଦ ସାମ୍ନାକୁ ଆସିବା ପରେ ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ପରମ୍ପରା ଅନୁଯାୟୀ ମନ୍ଦିରକୁ ଶୁଦ୍ଧ କରାଯିବ ବୋଲି କୁହାଯାଇଥିଲା।

ସେପଟେ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ଆନ୍ଧ୍ର ସରକାର । ଜଣେ ଆଇଜି ସ୍ତରୀୟ ଅଧିକାରୀଙ୍କ ତତ୍ବାଧନାରେ ତଦନ୍ତ କରିବ ଏସଆଇଟି । ସାମ୍ନାକୁ ଆସିଥିବା ବିବାଦରେ କେତେ ଦୂର ସତ୍ୟତା ରହିଛି, ସତରେ ପ୍ରସାଦରେ ଚର୍ବି ଓ ମାଛ ତେଲ ଏବଂ ଅପମିଶ୍ରିତ ଘିଅ ମିଶୁଥିଲା କି ? ତତକାଳୀନ ସରକାର ସତ୍ତାର ଅପବ୍ୟବହାର କରିଥିଲେ କି ? ଏ ସମସ୍ତ ଦିକୁ ନେଇ ତଦନ୍ତ କରିବ ଏସଆଇଟି । ଏହାର ଯାଞ୍ଚ ପରେ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ ।

ଭରତପୁର ଥାନା କାଣ୍ଡରେ ପୀଡ଼ିତା ଓ କ୍ୟାପଟେନଙ୍କ ନାଁ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ

କଟକ: ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ଭରତପୁର ଥାନା କାଣ୍ଡକୁ ନେଇ ରୁଜୁ ହେଲା ଜନସ୍ଵାର୍ଥ ମାମଲା । ଏହି ମାମଲାରେ ପୀଡ଼ିତା ଓ କ୍ୟାପଟେନଙ୍କ ନାଁ ପ୍ରକାଶ ନ କରିବାକୁ ଗଣମାଧ୍ୟମ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସମସ୍ତ ଥାନାରେ ସିସିଟିଭି ସ୍ଥିତି ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  । ଯଦି କୌଣସି ଥାନାରେ ସିସିଟିଭି ନାହିଁ ତେବେ କେବେ ସୁଦ୍ଧା ଲଗାଯିବ-ଜଣାଇବାକୁ କହିଲେ ହାଇକୋର୍ଟ  । ତୁରନ୍ତ ରିପୋର୍ଟ ଦେବାକୁ ଏଡିଜି ଆଧୁନିକୀକରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି  । ସେପଟେ ମାମଲାର ଅନୁଧ୍ୟାନ ପାଇଁ ମନା କଲେ ହାଇକୋର୍ଟ ।

ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଓ କବି ହରିହର ମିଶ୍ରଙ୍କ ବିୟୋଗ

ପୁରୀ: ପ୍ରଖ୍ୟାତ କବି,ସାହିତ୍ୟକ,ନାଟ୍ୟକାର ହରିହର ମିଶ୍ରଙ୍କ ଦେହାନ୍ତ ହୋଇଛି । ୮୪ବର୍ଷ ବୟସରେ ପୁରୀରେ ତାଙ୍କର ପରଲୋକ ହୋଇଛି । ହରିହର ମିଶ୍ର ୧୯୪୦ ମସିହା ନଭେମ୍ବର ୧୯ ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମଣିରାମ ମିଶ୍ର ଓ ମାତାଙ୍କ ନାମ ସେବତୀ ଦେବୀ ଥିଲା । ସେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ହାସଲ କରିଛନ୍ତି । ପୁରୀ କଲେଜରେ ଅଧ୍ୟାପନା ବୃତ୍ତିରେ ଥିଲେ ।

ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର ଭାବରେ ଖ୍ୟାତି ଅର୍ଜନ କରିଥିଲେ ହରିହର ମିଶ୍ର । ଅଧ୍ୟାପନା ବୃତ୍ତିରେ ଥାଇ ସେ ସାହିତ୍ୟ ସର୍ଜନା ସହିତ ରେଡ଼ିଓ ନାଟକରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୬ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମିର ୩୧ତମ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ ।

୧୯୭୦/୮୦ ଦଶକରେ ଓଡ଼ିଆ ସାହିତ୍ୟରେ ପ୍ରଭାବ ବିସ୍ଥାର କରିଥିବା ଅନାମ କବିତା ଆନ୍ଦୋଳନରେ ସେ ସଂଶ୍ଳିଷ୍ଠ ଥିଲେ । ସେ କବିତା, ଏକାଙ୍କିକା, ନାଟକ, ଉପନ୍ୟାସ, ଗଳ୍ପ ଓ ସମାଲୋଚନା ଆଦି ବିଭାଗରେ ନିଜ ଲେଖନୀ ଚାଳନା କରିଛନ୍ତି । ସମାବେଶ ପତ୍ରିକା ସମ୍ପାଦନା କରିଥିଲେ ହରିହର ମିଶ୍ର । ଶ୍ରୀଶ୍ରୀ ପତିତପାବନ (୧୯୬୨) କଥାଚିତ୍ରର ଗୀତ ଓ ସଂଳାପ ରଚୟିତା ଓ ସହ ନିର୍ଦ୍ଦେଶକ ଥିଲେ । ପରେ ୧୯୭୮ରେ ଚିଲିକା ତୀରେ କଥାଚିତ୍ରର ସଂଳାପକାର ଓ ସହ ନିର୍ଦ୍ଦେଶକ ଥିଲେ ଓ ୧୯୮୦ ତପସ୍ୟା କଥାଚିତ୍ରର ଗୀତ ଲେଖିଥିଲେ ।

ରାତ୍ରିର ଦୁଇଟି ଡେଣା ସଙ୍କଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ୧୯୭୭ରେ ଦିବ୍ୟ ଅସନ୍ତୋଷ ପାଇଁ ଶାରଳା ପୁରସ୍କାର, ୨୦୧୧ ଭାନୁଜୀରାଓ ସ୍ମାରକୀ ପୁରସ୍କାର, ୨୦୦୭ ଜୀବନ ରଙ୍ଗ ପୁରସ୍କାର, ୧୯୮୩ ଝଙ୍କାର ବିଷୁବ ଗଳ୍ପ ପୁରସ୍କାର, ୧୯୬୦ ଝଙ୍କାର ବିଷୁବ କବିତା ପୁରସ୍କାର, ୧୯୬୯ ସାମଗ୍ରିକ କୃତି ପାଇଁ ବିଷୁବ ପୁରସ୍କାର, ୧୯୭୪ ଧରିତ୍ରୀ ସମ୍ମାନ ପାଇଥିଲେ ।

ବିବାଦ ପରେ ଚେତା ପଶିଲା, ଭରତପୁର ଥାନାରେ ଲାଗୁଛି ସିସିଟିଭି

ଭୁବନେଶ୍ବର: ବିବାଦ ପରେ କମିଶନରେଟ ପୋଲିସର ଚେତା ପଶିଲା । ସାରା ଦେଶରେ ଭରତପୁର ଥାନା ପାଇଁ ଓଡିଶା ପୋଲିସର ଛବି ଖରାପ ହେବା ପରେ ଏବେ ଆରମ୍ଭ ହୋଇଛି ଭାବମୂର୍ତ୍ତି ସଜଡ଼ା ଅଭିଯାନ । ଆଜି ଭରତପୁର ଥାନାରେ ଲଗାଯାଉଛି ସିସିଟିଭି । ଓକାକର ଏକ ଟିମ ଥାନା ବୁଲି ଦେଖିବା ପରେ ଆଜି ସିସିଟିଭି ଇଂଷ୍ଟଲ ହେଉଛି ।

ବର୍ତମାନ ସିସିଟିଭି ଇନଷ୍ଟଲ କରାଯାଉଥିବା ବେଳେ ସାମ୍ନାକୁ ଆସିଛି କିଛି ରୋଚକ ଦୃଶ୍ୟ । ଥାନା ଭିତରେ ରହିଛି କିଛି ପୁରୁଣା ସିସିଟିଭି । ଏଠାରେ ପ୍ରଶ୍ନ ଉଠୁଛି ଥାନାରେ ସିସିଟିଭି ନଥିଲା ନା ଘଟଣା ଘଟିବା ପରେ ପୋଲିସ ନିଜ ଦୋଷ ଦୁର୍ବଳତାକୁ ଘୋଡାଇବାକୁ ଯାଇ ଲଗାଯାଇଥିବା ସିସିଟିଭିକୁ ଖୋଲି ଦିଆଯାଇଛି।

କନ୍ଧମାଳରେ ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା

ଫୁଲବାଣୀ: କନ୍ଧମାଳରେ ଚାଞ୍ଚଲ୍ଯ । ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା । କେ.ନୂଆଗାଁ ଥାନା କୁଡ଼ୁତୁଲିରେ ଘଟିଛି ଅଭାବନୀୟ ଘଟଣା । ଏଏନଏମଙ୍କ କ୍ୱାର୍ଟର୍ସ ଭିତରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ପୁରୁଷ ବନ୍ଧୁ । ମୃତକ ଭୁବନେଶ୍ବର ଉପକଣ୍ଠ ବନମାଳିପୁରର ଜଗନ୍ନାଥ ବେହେରା ।

ପୋଲିସ ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ଏନଏମ ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏଏନଏମ ଜଣଙ୍କ ବିବାହିତା । ଗତ ୫ ବର୍ଷ ହେବ ଜଗନ୍ନାଥ ଓ ଏଏନଏମଙ୍କ ମଧ୍ଯରେ ସମ୍ପର୍କ ରହିଥିଲା । ଗତକାଲି ଜଗନ୍ନାଥ ଏଏନଏମଙ୍କ କ୍ବାର୍ଟର୍ସକୁ ଆସିଥିଲେ । ରାତିରେ ଉଭୟଙ୍କ ମଧ୍ଯରେ କୌଣସି କାରଣକୁ ନେଇ ବିବାଦ ହୋଇଥିଲା ।

ଜଗନ୍ନାଥ ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଏଏନଏମ ଜଣଙ୍କ ଗାଁ ଲୋକଙ୍କୁ ଡାକିଥିଲେ । ଏହି ସମୟରେ କ୍ୱାର୍ଟର୍ସ ଭିତରେ ଓଢ଼ଣୀ ଲଗାଇ ପୁରୁଷବନ୍ଧୁ ଆତ୍ମହତ୍ୟା କରିଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ।

ବିଚାର ବିଭାଗୀୟ ତଦନ୍ତରେ ସରକାରଙ୍କ ସହଯୋଗକୁ ନେଇ ସନ୍ଦେହ ବ୍ୟକ୍ତ କଲା ବିଜେଡି

ଭୁବନେଶ୍ବର: ବିଚାର ବିଭାଗୀୟ ତଦନ୍ତରେ ସରକାର କେତେଦୂର ସହଯୋଗ କରିବେ ତାକୁ ନେଇ ସନ୍ଦେହ ବ୍ୟକ୍ତ କଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ କହିଲେ ତଦନ୍ତରେ ସରକାର ସହଯୋଗ କରିବେ ବୋଲି ଆଶା ରଖିଛୁ । ୬୦ ଦିନ ପରେ ତଦନ୍ତରୁ କ’ଣ ବାହାରିବ ତାକୁ ଅପେକ୍ଷା । ଦୋଷୀଙ୍କ ବିରୋଧରେ ସରକାର ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କଲେ ଅରୁଣ ସାହୁ ।

ରାଜ୍ୟପାଳଙ୍କ ପୁଅଙ୍କ ମାମଲାରେ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଥିଲେ ସରକାର । କିନ୍ତୁ ୧୫ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ଏହି ଭଳି ଘଟଣା ଯୋଗୁ ଭରତପୁର କାଣ୍ଡ ଘଟିଲା ବୋଲି କହିଛନ୍ତି ଅରୁଣ ସାହୁ । ବିଜେଡିର ଚାପରୁ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଛି ବୋଲି ସେ କହିଛନ୍ତି । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ସରକାରଙ୍କୁ ଶେଷକୁ ବିଚାରବିଭାଗୀୟ ତଦନ୍ତ ଘୋଷଣା କରିବାକୁ ପଡିଛି ବୋଲି ସେ କହିଛନ୍ତି ।

ସେପଟେ ଭରତପୁର ମାମଲାକୁ ନେଇ ବିଜେଡିର ଭୁବନଶ୍ୱର ବନ୍ଦ ଡାକରା ପ୍ରତ୍ୟାହାର । ସରକାରଙ୍କ ବିଚାର ବିଭାଗୀୟ ତଦନ୍ତ ଘୋଷଣା ପରେ ସାମୟିକ ଭାବେ ବନ୍ଦ ଡାକରାକୁ ପ୍ରତ୍ୟାହାର କଲା ବିଜେଡ଼ି

ଜଳତରଙ୍ଗ ପ୍ରପାତରେ ଅଘଟଣ, ବୁଡିଗଲେ ୨ ଛାତ୍ରୀ ଏବେବି ଜଣେ ନିଖୋଜ

ଏଲୁର: ମାଡ଼ିଆସିଲା ପାହାଡ଼ି ପାଣି । ଜଳପ୍ରପାତରେ ବୁଡ଼ି ୨ ଡାକ୍ତରୀ ଛାତ୍ରୀଙ୍କ ମୃତ୍ଯୁ । ୨ ଜଣ ଉଦ୍ଧାର ହୋଇଥିବାବେଳେ ଏବେବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି । ଆନ୍ଧ୍ର ସୀତାରାମରାଜୁ ଜିଲ୍ଲା ଜଳତରଙ୍ଗ ପ୍ରପାତରେ ଘଟିଛି ଏଭଳି ବଡ଼ ଅଘଟଣ । ଗତକାଲି ଆନ୍ଧ୍ର ଏଲୁର ମେଡିକାଲ କଲେଜର ୧୩ ଜଣ ଛାତ୍ରଛାତ୍ରୀ ବୁଲିବାକୁ ଯାଇଥିଲେ ।

ଜଳପ୍ରପାତ ନିକଟରେ ବସିଥିବାବେଳେ ହଠାତ ପାଣି ମାଡ଼ିଆସିଥିଲା । ଉପରମୁଣ୍ଡରେ ବର୍ଷା ଯୋଗୁ ପାହାଡ଼ି ପାଣି ମାଡ଼ି ଆସି ଛାତ୍ରଛାତ୍ରୀଙ୍କୁ ଭସାଇ ନେଇଥିଲା । ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣିରେ ଭାସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଗତକାଲି ସନ୍ଧ୍ଯାରେ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏବେବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି । ସ୍ଥାନୀୟ ପ୍ରଶାସନ ତରଫରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।