spot_img
Home Blog Page 1594

ମଦ୍ୟପ ମହିଳାଙ୍କ ଉନ୍ମତ୍ତକାଣ୍ଡ : ଭାଇରାଲ ହେଉଛି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରେ ମଦ୍ୟପ ମହିଳାଙ୍କ ଉନ୍ମତ୍ତକାଣ୍ଡ । ଜଣେ ମହିଳା ମାତାଲ ଅବସ୍ଥାରେ ଥାନାରେ କାର୍ଯ୍ୟରତ ପୋଲିସଙ୍କୁ ଦୁର୍ବ୍ୟବହାର କରିବା ଭିଡିଓ ଭାଇରାଲ ହୋଇଛି । ଭରତପୁର ଘଟଣା ପରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ମହିଳା ଜଣକ ଖଣ୍ଡଗିରି ଥାନାକୁ ଆସି ଆଇନର ପାଠ ପଢାଉଥିବା ଦେଖିବାକୁ ମିଳିଛି I ପୁରୁଷ ଟିଏ ହୋଇଥିଲେ ତାଙ୍କୁ ଗିରଫ କରାଯାଇଥାନ୍ତା। କିନ୍ତୁ ମହିଳା ଯଦି ଥାନାକୁ ମାତାଲ ହୋଇ ଆସନ୍ତି, ତାହେଲେ ପୋଲିସର ନିୟମ କଣ କହୁଛି, ତାକୁ ନେଇ ପ୍ରଶ୍ନ ଉଠୁଛି । ଏଭଳି ଭିଡିଓ ଭାଇରାଲ ପରେ ଉକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ପ୍ରସ୍ତୁତି କରିଛି। ଏପରିକି ପୋଲିସ କମିଶନରଙ୍କ ନିର୍ଦ୍ଦେଶ ପରେ ମହିଳାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପ୍ରୟାସ ଚାଲିଥିବା ଜଣାପଡିଛି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଥାନାରେ ପହଞ୍ଚିଛନ୍ତି ପୋଲିସ କମିଶନର । ଖଣ୍ଡଗିରି ଥାନାରେ ପହଞ୍ଚି ସିସିଟିଭି ଓ ଅନ୍ୟ ଭିଜୁଆଲ ଯାଞ୍ଚ ସହ ଡ୍ୟୁଟିରେ ଥିବା ପୋଲିସ ଅଫିସରଙ୍କୁ ପଚାରାଉଚରା କରିଛନ୍ତି କମିଶନର ।

 

ପରଲୋକରେ ବିଶିଷ୍ଠ ଶିଳ୍ପପତି ରତନ ଟାଟା

ନନ୍ଦିଘୋଷ ବ୍ୟୁରୋ:  ଶିଳ୍ପ ଜଗତର କିମ୍ବନ୍ଦନ୍ତୀ ରତନ ଟାଟାଙ୍କ ପରଲୋକ। ମୁମ୍ବାଇକ ଏକ ହସ୍ପିଟାଲରେ ଦେହାନ୍ତ। ୮୬ ବର୍ଷ ବୟସରେ ରତନ ଟାଟାଙ୍କ ପରଲୋକ ଘଟିଛି। ଭାରତୀୟ ଶିଳ୍ପ ଜଗତର ଘଟିଛି ଅପୂରଣୀୟ କ୍ଷତି ଘଟିଛି। ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବଦାନ୍ୟ ଶିଳ୍ପପତି ରତନ ଟାଟା। ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗି ଗତକାଲି ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।  ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ଇଣ୍ଟେନ୍‌ସିଭ୍ କେୟାର ୟୁନିଟ୍‌ରେ ରଖାଯାଇଥିଲା। ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି। ଭାରତୀୟ ଉଦ୍ୟୋଗକୁ ବିଶ୍ବ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଟାଟାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଶିଳ୍ପ କ୍ଷେତ୍ର ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୦ରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ। କେବଳ ଭାରତ ନୁହେଁ ବିଶ୍ବବ୍ୟାପୀ ସେ ଥିଲେ ଜଣେ ପରିଚିତ ଶିଳ୍ପପତି। ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆ, ବ୍ରିଟିଶ ସରକାରଙ୍କ ନାଇଟ୍‌ ଗ୍ରାଣ୍ଡ କ୍ରସ୍‌ ଉପାଧି ପ୍ରଦାନ କରିଥିଲେ।୧୯୩୭ ଡିସେମ୍ବର ୨୮ ତାରିଖରେ ଏକ ପାର୍ସି ପରିବାରରେ ରତନ ଟାଟାଙ୍କ ଜନ୍ମ ହୋଇଥିଲା।

ବାଂଲାଦେଶ ବିପକ୍ଷ ଟି-ଟ୍ବେଣ୍ଟି ସିରିଜକୁ ଆଗୁଆ ଜିତିଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶ ବିପକ୍ଷ ଟି-ଟ୍ବେଣ୍ଟି ସିରିଜକୁ ଆଗୁଆ ୨-୦ରେ କବଜା କରିଛି ଭାରତୀୟ ଟିମ। ଦିଲ୍ଲୀରେ ଖେଳା ଯାଉଥିବା ଦ୍ୱିତୀୟ ଟି-ଟ୍ବେଣ୍ଟିକୁ ଭାରତୀୟ ଟିମ ଅତି ସହଜରରେ ଜିତି ନେଇଛି। ଭାରତ ୨୨୨ ରନର ଟାର୍ଗେଟ ଦେଇଥିବା ବେଳେ ବାଂଲାଦେଶ ୯ ୱିକେଟରେ କେବଳ ୧୩୫ ରନ କରିବାକୁ ସକ୍ଷମ ହୋଇଥିଲା। ୮୬ ରନରେ ଦ୍ୱିତୀୟକୁ ଟି-ଟ୍ବେଣ୍ଟି ଜିତି ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଗୋଟିଏ ମ୍ୟାଚ୍ ପୂର୍ବରୁ ସିରିଜ କବଜା କରିନେଇଛି। ଶେଷ ମ୍ୟାଚ୍ ଆସନ୍ତା ୧୨ ତାରିଖରେ ଖେଳାଯିବ। ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ନୀତୀଶ କୁମାର ରେଡ୍ଡୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ମାତ୍ର ୩୪ ବଲରେ ୭୪ ରନ କରିଥିବା ବେଳେ ବୋଲିଂରେ ୪ ଓଭର ପକାଇ ୨୩ ରନ ଦେବା ସହ ୨ଟି ୱିକେଟ ନେଇଛନ୍ତି। ନୀତୀଶ କୁମାରଙ୍କ ବ୍ୟତୀତ ବ୍ୟାଟିଂରେ ରିଙ୍କୁ ସିଂହ ମଧ୍ୟ ୨୯ ବଲରେ ୫୩ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରେ ୩୨ ରନ କରିଥିଲେ। ଫଳରେ ଭାରତ ୨୦ ଓଭରରେ ୯ ୱିକେଟ ହରାଇ ୨୨୧ ରନ କରିଥିଲା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ୨୨୨ ରନର ଟାର୍ଗେଟକୁ ପିଛା କରି ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପରଭେଜ ହୁସେନ ଇମୋନ ୧୬, ଲିଟନ ଦାସ ୧୪, ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୧୧ ଓ ତୋହିଦ ହ୍ରିଦୟ ମାତ୍ର ୨ ରନ କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟପଟେ ଟି-ଟ୍ବେଣ୍ଟି ମହିଳା ବିଶ୍ବକପରେ ଶ୍ରୀଲଙ୍କାକୁ ୮୨ ରନରେ ହରାଇଛି ଭାରତ।

ପୁଣି ପୁରୀରେ ଛୁରାମାଡ଼

ନନ୍ଦିଘୋଷ ବ୍ୟୁରୋ: ପୁରୀ କୁମ୍ଭାରପଡାଥାନା ଅନ୍ତର୍ଗତ ରାୟବାହାଦୁର ଲେନରେ ଛୁରା ମାଡ଼ । ଛୁରାମାଡ଼ରେ 35 ବର୍ଷୀୟ ରାକେଶ ମହାପାତ୍ର ଗୁରୁତର । ଗୁରୁତର ହୋଇଥିବା ରାକେଶ ମହାପାତ୍ରଙ୍କୁ ପ୍ରଥମେ ସଦର ମୁଖ୍ୟ ଚିକିର୍ସାୟଳରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ସ୍ଥାନାନ୍ତରଣ କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ସୂଚନା ମିଳିଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଁଛି ଛାନଭିନ ଆରମ୍ଭ କରିଛି  ।

ଦିଲ୍ଲୀ ଉପରାଜ୍ୟପାଳଙ୍କ ବିରୋଧରେ ଆମ ଆଦମୀ ପାର୍ଟିର ସାଂଘାତିକ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଉପରାଜ୍ୟପାଳଙ୍କ ବିରୋଧରେ ଆମ ଆଦମୀ ପାର୍ଟିର ସାଂଘାତିକ ଅଭିଯୋଗ। ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଆସବାବପତ୍ର ସରକାରୀ ବଙ୍ଗଳାରୁ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଛି। ସରକାରୀ ବଙ୍ଗଳାକୁ କବଜା କରିବାକୁ ଏପରି କରାଯାଉଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଛି। ଉପ ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଜିନିଷପତ୍ର ତାଙ୍କ ସରକାରୀ ବଙ୍ଗଳାରୁ ବାହାରକୁ ଫିଙ୍ଗି ଦିଆଯାଇଛି ବୋଲି ଆପ ଅଭିଯୋଗ କରିଛି। ଫ୍ଲାଗଷ୍ଟାଫ ରୋଡରେ ଥିବା ସରକାରୀ ବଙ୍ଗଳରେ ଏପରି ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ କବଜା କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛି ଆପ। ସିଭିଲ ଲାଇନ୍ସର ୬ ଫ୍ଲାଗଷ୍ଟାଫ ରୋଡ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ବଳପୂର୍ବକ ଖାଲି କରାଯାଇଛି ବୋଲି ଦିଲ୍ଲୀ ସିଏମଓ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଉପ ରାଜ୍ୟପାଳ ସକ୍ସେନା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ବିଜେପିର ଜଣେ ନେତାଙ୍କୁ ଦେବାକୁ ଚାହୁଁଛନ୍ତି। ଏକାଧିକ ପେଟିରେ ଜିନିଷପତ୍ରକୁ ଟ୍ରଲିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଅନ୍ୟତ୍ର ନିଆଯାଉଥିବା ଦେଖିବାକୁ ମିଳୁଛି। ଜିନିଷ ବାହାର କରିବା ପରେ ବାସଭବନକୁ ବନ୍ଦ କରି ଦିଆଯାଇଛି।

ତୋରଣରେ ଓଡ଼ିଶାର କଳା, ସଂସ୍କୃତି ଓ ଟେରାକୋଟାର ଝଲକ୍

ନନ୍ଦିଘୋଷ ବ୍ୟୁରୋ: ଶାରଦୀୟ ପୂଜା ଲାଗି ଉତ୍ସବ ମୁଖର ରାଜଧାନୀ। ଦେଶ, ବିଦେଶ ର ମନ୍ଦିର ଓ ପ୍ୟାଲେଶକୁ ନେଇ ଭୁବନେଶ୍ୱର ତିଆରି ହୋଇଛି ତୋରଣ।  ଭୁବନେଶ୍ୱର ବାସିନ୍ଦାଙ୍କ ଲାଗି ନୂଆ କରି କାଳ୍ପନିକ ତୋରଣ ଭେଟି ଦେଇଛି ନୂଆପଲି ପୂଜା କମିଟି। ତୋରଣରେ ଓଡ଼ିଶାର କଲା, ସଂସ୍କୃତି ଓ ଟେରାକୋଟାର  ଝଲକ।  ବତା , ବାଉଁଶ ଓ ମାଟି ଘୋଡ଼ା ରେ ତିଆରି ହୋଇଛି ପୁରା ତୋରଣ। ଲାଲ ରଙ୍ଗର ତୋରଣ ହୋଇଥିବାରୁ ମଣ୍ଡପଟି ନବ ବଧୂ ପରି ସଜେଇ ହୋଇଛି। 80 ଫୁଟର ଉଚ୍ଚତା ଓ 120 ଫୁଟ ଚଉଡା ରହିଛି।  ଜାତୀୟ ରାଜପଥ କଡ଼ରେ ହେଉଥିବାରୁ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ କମିଟି ଅଧିକ ଧ୍ୟାନ ଦେଇଛି।

ଭୁଶୁଡିଲା ନିର୍ମାଣାଧିନ କୋଠା, ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ଭୁଶୁଡିଲା ନିର୍ମାଣାଧିନ ୫ମହଲା କୋଠା । ତିନିଟି ପିଲର ଭାଙ୍ଗିଯିବାରୁ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗରୁତର ହୋଇଛନ୍ତି । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ମହିଷାପାଟ ଛକ ନିକଟରେ ବଡ଼ ଅଘଟଣ ଘଟିଛି । ଏବେବି ୪ ଜଣ ଶ୍ରମିକ ଭିତରେ ଫସି ରହିଥିବା ସୂଚନା ରହିଛି । ଉଦ୍ଧାର କାର୍ଯ୍ୟାରେ ଅଗ୍ନିଶମ ବାହିନୀ ଓ ପୋଲିସ ନିୟୋଜିତ ରହିଛନ୍ତି । ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ । ସେପଟେ ଉଦ୍ଧାର କରାଯାଇଥିବା ଜଣେ ଶ୍ରମିକଙ୍କ ଦୁଇ ହାତ କଟିଯାଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କ ହସ୍ପିଟାଲରେ ଚିକତ୍ସା ଜାରି ରହିଛି ।

KYC ଅପଡେଟ୍ କରିବାକୁ ଆସି ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ: KYC ଅପଡେଟ୍ କରିବାକୁ ଆସି ହନ୍ତସନ୍ତ। ବ୍ୟାଙ୍କରେ ଲାଗିଛି ଲମ୍ବା ଲାଇନ। ଭଦ୍ରକ ବାସୁଦେବପୁର ଅଂଚଳର ଏ ଘଟଣା। ଷ୍ଟେଟ ବ୍ୟାଙ୍କ ଶାଖା ସାମନାରେ ଶହ ଶରହ ସଂଖ୍ୟାରେ ଲୋକଙ୍କ ଗହଳି ଲାଗିଛି। ସକାଳଠାରୁ ଅପରାହ୍ନ  ପର୍ଯ୍ୟନ୍ତ ଲାଗୁଛି ଲମ୍ବା ଧାଡ଼ି।ସୁଭଦ୍ରା ଯୋଜନାର ଟଙ୍କା ଆସିବା ପରେ ଟଙ୍କା ଉଠାଇବାକୁ କରୁଛନ୍ତି KYC ଅପଡେଟ। ଲୋକଙ୍କ ମଧ୍ୟରେ ଠେଲାପେଲାରୁ ଜଣେ ଯୁବକ ଆହତ ହୋଇଥଲେ। ଅଲେଖ ନାୟକ ନାମକ ଯୁବକ ଜଣକ ସଂଜ୍ଞାହୀନ ହୋଇ ମେଡିକାଲ ଯିବାକୁ ପଡିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ସହରରେ ଥିବା ସମସ୍ତ ବ୍ୟାଙ୍କରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବର୍ଷବର୍ଷ ଧରି ବ୍ୟାଙ୍କ ଜମା ଖାତା ଅଚଳ ପଡିଥିବାରୁ KYC ପାଇଁ ଭିଡ ଲାଗୁଛି ବୋଲି ବ୍ୟାଙ୍କ କର୍ତ୍ତୃପ୍‌କ୍ଷ କହିଛନ୍ତି।

ବିମଳାଙ୍କ ପ୍ରତିନିଧି ମା’ କାକୁଡ଼ିଖାଇ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀକ୍ଷେତ୍ରର ସବୁ ପୀଠ ମଧ୍ୟରେ ଅନ୍ୟତମ ପ୍ରମୁଖ ଶକ୍ତି ପୀଠର ମାନ୍ୟତା ପାଇଛି ମା’କାକୁଡ଼ିଖାଇ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଶାରଦୀୟ ପୂଜାକୁ ବିଶେଷ ଆଡ଼ମ୍ବର ସହକାରେ ପାଳନ କରାଯାଉଛି । ଏହି ପୀଠରେ ନିର୍ମିତ ମୃଣ୍ମୟୀ ମୂର୍ତ୍ତିକୁ ମା’ ବିମଳାଙ୍କ ସ୍ୱରୂପ ଭାବେ ବିବେଚନା କରାଯାଉଛି। ଆଜି ଆଶ୍ୱିନ ଶୁକ୍ଳ ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଏହି ପୀଠରେ କାକୁଡ଼ିଖାଇଙ୍କ ଶାରଦୀୟ ପୂଜାର ରୀତିନୀତି ଅନୁପାଳନ ହେବାର ପରମ୍ପରା ରହିଛି। ଦେବୀଙ୍କ ମୃଣ୍ମୟ ପ୍ରତିମାର ନିର୍ମାଣ ଷଷ୍ଠୀ ଓଷା ଠାରୁ ଆରମ୍ଭ ହୋଇଛି l ଏଠାକୁ ଶ୍ରୀମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ଓଲାଗିପାଟ ଓ ପ୍ରସାଦ ଆସିଥାଏ। ଆଜି ସପ୍ତମୀ ଦିନରେ ଖଣ୍ଡା ପୂଜା ପରେ ଅଷ୍ଟମୀରେ ଉଗ୍ରବଳି ହୋଇଥାଏ । ନାମ ଦୃଷ୍ଟିରୁ ମା’ଙ୍କ ପୀଠରେ କାକୁଡ଼ି ଓ କୁଷ୍ମାଣ୍ଡ ବଳିର ବହୁଳ ଭାବେ ପ୍ରଚଳନ ଥିଲେ ମଧ୍ୟ ଅଷ୍ଟମୀ ଓ ନବମୀରେ ପଶୁବଳିର ନିଆରା ପରମ୍ପରା ରହିଛି । ମା’ ବିମଳାଙ୍କ ଠାରୁ ଖଡ୍‌ଗ ଆସିଲା ପରେ ଏଠାରେ ସେହି ଖଡ୍‌ଗରେ ବଳି ଚ୍ଛେଦ ହୁଏ । ଦଶହରା ଦିନ ଶାନ୍ତିପଣା ଅର୍ପଣ ପରେ ଘଟ ଆସିଥିବା ଅଣତୁଠରେ ହିଁ ଦେବୀଙ୍କର ମୃଣ୍ମୟୀ ପ୍ରତିମାଙ୍କ ବିସର୍ଜନ କରିବାର ନିୟମ ରହିଛି । କାକୁଡିଖାଇଙ୍କ ପାଇଁ ନିର୍ମିତ ମେଢ଼କୁ ରୂପା ଛାଉଣୀ କରାଯାଇଛି ।  ରୂପା ମେଢ଼ରେ ବିଜେ ଠାକୁରାଣୀଙ୍କୁ ରୂପାର କିରିଟୀ ସହ ଅନ୍ୟ ଅସ୍ତ୍ରଶସ୍ତ୍ର, ଅଳଙ୍କାର ଲାଗି ହେଉଛି । ଭକ୍ତମାନେ ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶହରା ଦିନ ବିଭିନ୍ନ ବେଶରେ ମା’ କାକୁଡ଼ିଖାଇଙ୍କ ଦର୍ଶନ କରିବା ସହ ଆମିଷଭୋଗ ପାଇବାର ବ୍ୟବସ୍ଥା ମଧ୍ୟ ରହିଛି ।

ହାଇୱା ସହ ବୋଲେରୋ ଧକ୍କା, ଦୁର୍ଘଟଣାରେ ୬ ଜଣ ଆହତ

ନନ୍ଦିଘୋଷ ବ୍ୟୁରୋ: ହାଇୱା ସହ ବୋଲେରୋ ଧକ୍କା। ଦୁର୍ଘଟଣାରେ ୬ ଜଣ ଆହତ। ଢେଙ୍କାନାଳ ମହିଷା ପାଟ ଛକ ନିକଟରେ ଘଟିଛି ଦୁର୍ଘଟଣା। ଆହତ ମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇ ଥିବା ହାଇୱା ରାସ୍ତା ନିକଟରେ ଥିବା ଏକ ହୋଟେଲ ଭିତରକୁ ପଶିଯାଇଛି। ବୋଲେରୋ ଗାଡିରେ ଥିବା ୫ ଜଣ କଳାକାର ଓ ଡ୍ରାଇଭର ଆହତ ହୋଇଛନ୍ତି । ଭୁବନେଶ୍ବରରୁ ତାଳଚେରକୁ ଦାଣ୍ଡିଆ ନୃତ୍ୟ କରିବାକୁ ବୋଲେରୋରେ ଯାଉଥିଲେ ଏମାନେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି ।