spot_img
Home Blog Page 161

ନକ୍ସଲଙ୍କ ବର୍ବରକାଣ୍ଡ: ଠିକାଦାରଙ୍କୁ ଅପହରଣ ପରେ ହତ୍ୟା

ନକ୍ସଲଙ୍କ ବର୍ବରକାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ପାମେଡ଼ ଅଞ୍ଚଳରେ ଜଣକୁ ହତ୍ୟା କରିଛନ୍ତି ସେମାନେ। ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜଣେ ଠିକାଦାରଙ୍କୁ ଅପହରଣ କରିବା ପରେ ଗଳା କାଟି ହତ୍ୟା କରିଛନ୍ତି।  ସେଠାରୁ ମୃତକଙ୍କ ସହଯୋଗୀ କୌଣସି ପ୍ରକାରରେ ଖସି ଆସି ଥିଲେ ଓ ପୋଲିସକୁ ଖବର ଦେଇଥିଲେ।

8 ଦଫା ଦାବି ନେଇ ୨୦ରୁ ଅଧିକ ଚାଷୀଙ୍କ ସାଇକେଲା ଯାତ୍ରା

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ୨୦ରୁ ଅଧିକ ଚାଷୀ ସାଇକେଲରେ ଯାତ୍ରା କରି ବିଧାନସଭାରେ ପହଞ୍ଚିବାକୁ ଉଦ୍ୟମ କରିଛନ୍ତି । ରବି ଋତୁରେ ମୁଗ ଚାଷୀ ମାନଙ୍କୁ ତୁରନ୍ତ ଇନସ୍ୟୁରାନ୍ସ ଦେବା ସହ ଚାଷୀଙ୍କ ଜମିରେ ପାଣି ଯୋଗାଇ ଦେବା ପରି ୮ ଦଫା ଦାବି ନେଇ ଚାଷୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସିଛନ୍ତି ରାଜଧାନୀ । ନଭେମ୍ବର ୩୦ ରୁ ଯାତ୍ରା ଆରମ୍ଭ କରିଥିଲେ ନିଜର ହକ ପାଇବାପା ପାଇଁ ।

ଲୋକସଭାରେ ଆଜି ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ଉପରେ ବିତର୍କ

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ଆଜି ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ୧୫୦ତମ ବାର୍ଷିକୀ ଉପରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ନେଇ ଲୋକସଭାରେ ଅଭିଭାଷଣ ରଖିବେ। ସଂସଦର ଶୀତକାଳୀନ ଅଧିବେଶନରେ ଆଜି ଏହି ଆଲୋଚନା ରହିଛି। ବନ୍ଦେ ମାତରମର 150ତମ ବାର୍ଷିକୀ ଅବସରରେ ସଂସଦରେ ଏକ ସ୍ୱତନ୍ତ୍ର ବିତର୍କର ଆୟୋଜନ କରାଯାଇଛି। ଏହି ବିତର୍କ ସମୟରେ ରାଷ୍ଟ୍ରୀୟ ଗୀତ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ତଥ୍ୟ, ଯାହା ଅନେକ ଲୋକ ଜାଣି ନାହାଁନ୍ତି, ଗୃହରେ ଉପସ୍ଥାପିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୨ଟାରେ ଲୋକସଭାରେ ବିତର୍କ ଆରମ୍ଭ କରିବେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏକ ସମାପନ ଭାଷଣ ସହିତ ବିତର୍କ ଶେଷ କରିବେ। ସଂସଦରେ ବନ୍ଦେ ମାତରମ ଉପରେ ବିତର୍କ ସମୟରେ କଂଗ୍ରେସର ୮ ଜଣ ନେତା ମଧ୍ୟ ଭାଷଣ ଦେବେ। ଏହି ତାଲିକାରେ ବିରୋଧୀ ଦଳର ଲୋକସଭା ଉପାଧ୍ୟକ୍ଷ ଗୌରବ ଗୋଗୋଇ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଦୀପେନ୍ଦ୍ର ହୁଡା, ବିମଲ ଆକୋଜାମ, ପ୍ରଣୀତ ସିନ୍ଦେ, ପ୍ରଶାନ୍ତ ପାଡୋଲ, ଚାମାଲା ରେଡ୍ଡୀ ଏବଂ ଜ୍ୟୋତ୍ସ୍ନା ମହନ୍ତ ରହିଛନ୍ତି।… ନଭେମ୍ବର ୭ ତାରିଖରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମର ୧୫୦ତମ ବାର୍ଷିକୀ ପାଳନ କରାଯାଇଥିଲା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ବନ୍ଦେ ମାତରମ୍ ପ୍ରଥମ ଥର ପାଇଁ ସାହିତ୍ୟ ପତ୍ରିକା ବଙ୍ଗ ଦର୍ଶନରେ ୧୮୭୫ ମସିହା ନଭେମ୍ବର ୭ ତାରିଖରେ ପ୍ରକାଶିତ ହୋଇଥିଲା।

୧୮୮୨ ମସିହାରେ ଏହି ଗୀତଟି ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଉପନ୍ୟାସ ଆନନ୍ଦମଠରେ ଅନ୍ତର୍ଭୁକ୍ତ ହୋଇଥିଲା। ରବୀନ୍ଦ୍ରନାଥ ଟାଗୋର ଏହାକୁ ସଙ୍ଗୀତର ରୂପ ଦେଇଥିଲେ। ଏବଂ ଏହା ସ୍ୱାଧୀନତା ସଂଗ୍ରାମରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏକ ସମବେତ ଧ୍ୱନି ପାଲଟିଥିଲା। ଜାନୁଆରୀ ୨୪ ୧୯୫୦ରେ ଭାରତ ସରକାର ବନ୍ଦେ ମାତରମ୍ କୁ ରାଷ୍ଟ୍ରୀୟ ଗୀତର ମାନ୍ୟତା ପ୍ରଦାନ କରିଥିଲେ।

ରାଜଗାଙ୍ଗପୁର ପୀଡ଼ିତାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୀଡ଼ିତାଙ୍କ ମୃତ୍ୟୁ। ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତକାଲି ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତଦେହ ହସପିଟାଲରେ ଅଛି। ତେବେ ପରିବାର ଲୋକେ ଅଭିଯୋଗ କରିଛନ୍ତି, ଅଧିକ ଚିକିତ୍ସା ପାଇଁ ଉଦ୍ୟମ କରାନିଯିବାରୁ ଝିଅର ମୃତ୍ୟୁ ହେଲା। ପରିବାର ଲୋକେ ଝିଅକୁ ଦିଲ୍ଲୀ ଏମ୍ସ ନିଆଯାଉ ବୋଲି ଚାହୁଁଥିଲେ। ଗତକାଲି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ। ତଥାପି ଏୟାରଲିଫ୍ଟ କରାଯାଇନଥିଲା। ଏହାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। … ଗତ ଶନିବାର ଏହି କଲେଜ ଛାତ୍ରୀଙ୍କ ଦେହରେ ନିଆଁ ଲାଗିଥିଲା। କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇନାହିଁ। ପରିବାର ଲୋକେ ଅଭିଯୋଗ କରିଥିଲେ, ଝିଅକୁ ମାରିଦେବା ପାଇଁ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା। ହେଲେ ପୋଲିସ କହିଥିଲା, ସେ ନିଜେ ନିଜ ଦେହରେ ନିଆଁ ଲଗାଇ ଥିଲେ। ସଂପୃକ୍ତ ପୀଡ଼ିତା ଯୁକ୍ତ ତିନି ରେ ପଢୁଥିଲେ। ତେବେ ତାଙ୍କୁ ହଇରାଣ କରିବା ଅଭିଯୋଗରେ ଜଣେ ଯୁବକକୁ ଗତକାଲି ପୋଲିସ ଗିରଫ କରିଛି। … ଗତକାଲି ପୀଡ଼ିତାଙ୍କ ପରିବାରକୁ ବିଜେଡିର ଏକ ଟିମ୍ ବି ଭେଟିଥିଲା।

କର୍ଣ୍ଣାଟକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, କଂଗ୍ରେସ କର୍ମୀ ମୃତ

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏଥିରେ ଜଣେ କଂଗ୍ରେସ କର୍ମୀ ତଥା ପଞ୍ଚାୟତ ସଦସ୍ୟ ପ୍ରାଣ ହରାଇଥିବାବେଳେ କିଛି ବ୍ୟକ୍ତି ଆହତ ହୋଇଛନ୍ତି। ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। କର୍ଣ୍ଣାଟକ ଚିକମାଗଲୁରୁରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ବ୍ଯାନରକୁ କେନ୍ଦ୍ର କରି ସଂଘର୍ଷ ଉପୁଜିଥିଲା। ପରେ କାଳମାଦେଶ୍ବର ମଠ ରୋଡରେ କଂଗ୍ରେସ କର୍ମୀ ଗଣେଶ ଗୌଡ଼ାଙ୍କୁ କିଛି ଲୋକ ଧାରୁଆ ଅସ୍ତ୍ରଶସ୍ତ୍ରରେ ହାଣି ହତ୍ୟା କରିଥିଲେ। ପ୍ରଥମେ ଚିକମାଗଲୁରୁର ଏକ ବାରରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଘଟିଥିଲା। ପରେ ଏହା ହତ୍ୟାର ରୂପ ନେଇଥିଲା। ଘଟଣାକୁ ନେଇ ସଖାରାୟପାଟଣା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି।

ସବୁ କାଳିଆର ଲୀଳା, ଜଗନ୍ନାଥଙ୍କ କୃପାରୁ ସୁସ୍ଥ ହେଉଛନ୍ତି କୋମାରେ ଥିବା ବ୍ୟକ୍ତି…

ନନ୍ଦିଘୋଷ ବ୍ୟୁରୋ: ପୁଣି ଦୟା କଲେ ଦୟାମୟ । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସୁସ୍ଥ ହେଉଛନ୍ତି କୋମାରେ ଥିବା ବ୍ୟକ୍ତି । ତେବେ ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ଅଭିରାମ ନାୟକ । ଗତ କିଛି ମାସ ତଳେ ଅଭିରାମ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଚାରିମାସ କାଳ ଆଇସିୟୁରେ ରହିଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଭିରାମ ସିଧା କୋମାକୁ ଚାଲି ଯାଇଥିଲେ । ପରିବାର ଲୋକେ ଅଭିରାମଙ୍କ ସୁସ୍ଥତା ପାଇଁ ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ । କିନ୍ତୁ ସବୁ ଉଦ୍ୟମ ଫେଲ୍ ମାରିବା ପରେ ଶେଷରେ ମହାପ୍ରଭୁଙ୍କ ଶରଣ ପଶିଥିଲେ । ଗତକିଛି ଦିନ ପୂର୍ବରୁ ଅଭିରାମଙ୍କୁ ପରିବାର ଲୋକେ ମହାପ୍ରଭୁଙ୍କ ଦର୍ଶନ ସହିତ ତାଙ୍କ କୃପା ଲାଭ ପାଇଁ ଶ୍ରୀମନ୍ଦିର ଆଣିଥିଲେ । ଠାକୁରଙ୍କ ଦର୍ଶନ ଓ କୃପା ଲାଭ କରିବା ପରେ ଅଭିରାମ ଧିରେ ଧିରେ ସୁସ୍ଥ ହେଉଥିବା କହିଛନ୍ତି ପରିବାର ଲୋକେ । ସେଥିପାଇଁ ଆଜି ତାଙ୍କୁ ପୁନର୍ବାର ପରିବାର ଲୋକେ ମହାପ୍ରଭୁଙ୍କ ନିକଟକୁ ଆଣିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଅଭିରାମ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି କହିଛନ୍ତି ତାଙ୍କ ପତ୍ନୀ ।

ଚର୍ଚ୍ଚାରେ ଅମରର ଆଉ ଏକ ଭିଡିଓ…

ନନ୍ଦିଘୋଷ ବ୍ୟୁରୋ: ଚର୍ଚ୍ଚାରେ ଅମରର ଆଉ ଏକ ଭିଡିଓ । ଅମର ଓ ସେଜଲର ପ୍ରେମ କାହାଣୀ କାହାକୁ ଅଛପା ନଥିବା ବେଳେ ସାମ୍ନାକୁ ଆସିଛି ଅମର ଆଉ ଏକ ଭିଡିଓ । ଯେଉଁଥିରେ ଅମର ନିଜକୁ ସ୍ଵଚ୍ଛ ଓ ଭଦ୍ର ପ୍ରମାଣିତ କରିବାକୁ ଚାହିଁଛି । ଉଭୟ ପ୍ରେମିକ ଓ ପ୍ରେମିକାର ମିଛ ନାଟକ ପାଇଁ ସେଜଲଙ୍କ ପାଳିତ ମାଆ “ସୁସି ଜନ୍” ଏବେ ନିଜ ବୃତ୍ତିକୁ ନେଇ ସଙ୍କଟରେ ପଡିଛନ୍ତି । ଏପଟେ ଅମର ଗଣମାଧ୍ୟମ ଓ ନାରୀ ସଂଘର ଅଧ୍ୟକ୍ଷାଙ୍କୁ ଦୋଷ ଦେବାକୁ ପଛାଇନାହିଁ । ଅମର ନାରୀ ସଂଘ ମଧ୍ୟରେ ଧସେଇ ପଶିବାକୁ ଉଦ୍ୟମ ବେଳେ ନାରୀ ସଂଘ ଅଧ୍ୟକ୍ଷା ତାଙ୍କୁ ପ୍ରତିରୋଧ କରିବା ଆଉ ମାଡ଼ ମାରିବା ଅଭିଯୋଗ ହୋଇଛି । ସେହି ସମୟରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି କୌଣସି ଖବର ପ୍ରକାଶ ନକରିବାକୁ ନେଇ ଏକ ଭିଡିଓ ମାଧ୍ୟମରେ ଅମର ଜଣାଇଛି । ଖାଲି ସେତିକି ନୁହଁ ଅମର ସେଜଲର ମାଆକୁ କେଉଁ ଉଦ୍ଦେଶ୍ୟରେ ଆକାଉଣ୍ଟ ନମ୍ବର ପଠାଇଥିଲା ? ତାହା ମଧ୍ୟ ଚିନ୍ତାର ବିଷୟ । ନାରୀ ସଂଘ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ଇତ୍ୟାଦି ଘଟଣା ସମସ୍ତଙ୍କ ସାମ୍ନାରେ ଥିବା ବେଳେ ପୁଲିସର ତଦନ୍ତ ସାମ୍ନାକୁ ଆସି ପାରିନାହିଁ । ଏବେ ପୁଣି ଅମର ଆଉ ଏକ ଭିଡିଓକୁ ନେଇ ସାଧାରଣରେ ନିନ୍ଦା କରାଯାଉଛି ।.

କୋହଲି ଖୋଲିଲେ ବିରାଟ ରାଜ୍, କହିଲେ କେମିତି ଫେରିଲେ ଫର୍ମକୁ…

0

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ ବିରାଟ କୋହଲିଙ୍କ ଦମଦାର ଫର୍ମକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିରାଟଙ୍କୁ ନେଇ ଯେଉଁମାନେ ପୂର୍ବରୁ ସମାଲୋଚନା କରୁଥିଲେ ଏବେ ତାଙ୍କ ପ୍ରଦର୍ଶନ ପରେ ମୁହଁ ଚୁପ୍ ହୋଇଯାଇଛି । ତେବେ ବିରାଟ ନିଜର ଫର୍ମକୁ ନେଇ ମୁହଁ ଖୋଲିଛନ୍ତି । ଏହା ପଛରେ କଣ ରହିଛି ରାଜ୍ ସେ ପ୍ରକାଶ କରିଛନ୍ତି ।

ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଶତକୀୟ ପାଳି ଖେଳିଥିଲେ । ଶେଷ ଦିନିକିଆରେ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳି ଫ୍ୟାନ୍ସଙ୍କ ମନ ଜିଣିଛନ୍ତି କୋହଲି । ଦୁଇବର୍ଷ ପରେ ଦମଦାର ପ୍ରଦର୍ଶନ କରିଥିବା କୋହଲି କହିଛନ୍ତି କି, ମୁଁ ମୁକ୍ତ ମାନସିକତା ପାଇଁ ଏଭଳି ପ୍ରଦର୍ଶନ କରିପାରିଛି । ପୂର୍ବରୁ ଦୁଇ ତିନି ବର୍ଷରେ ମୁଁ ଏଭଳି ଅନୁଭବ କରିନଥିଲି । ଏବେ ମୁକ୍ତ ମାନସିକତାର ସହ ଖେଳିଥିବା କାରଣରୁ ଫର୍ମକୁ ଫେରିଛି ଏବଂ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛି ।

କୋହଲି ସିରିଜରେ ମୋଟ 12ଟି ଛକା ମାରିଥିଲେ; ଅନ୍ୟ କୌଣସି ଖେଳାଳି 10ଟି ଛକା ଛୁଇଁ ପାରିନଥିଲେ। ଏହି ବିଷୟରେ କହିବାକୁ ଗଲେ, ବିରାଟ କୋହଲି କହିଥିଲେ, “ଯେତେବେଳେ ମୁଁ ମୁକ୍ତ ଭାବରେ ଖେଳେ, ମୁଁ ଜାଣେ ଯେ ମୁଁ ଛକା ମାରିପାରିବି। ମୁଁ କେବଳ କିଛି ମଜା କରିବାକୁ ଚାହୁଁଥିଲି କାରଣ ମୁଁ ଭଲ ବ୍ୟାଟିଂ କରୁଥିଲି, ଏବଂ ମୁଁ କେବଳ ଟିକେ ଅଧିକ ବିପଦ ନେବାକୁ ଚାହୁଁଥିଲି।” ସେ ତାଙ୍କର ରାଞ୍ଚି ଇନିଂସକୁ ତାଙ୍କର ପ୍ରିୟ ବୋଲି ନାମ ଦେଇଥିଲେ, କାରଣ ଏହା ତାଙ୍କୁ ଏପରି ଏକ ସ୍ଥାନରେ ରଖିଥିଲା ​​ଯାହା ପାଇଁ ସେ ଆଶା କରିଥିଲେ। ସେ କହିଥିଲେ, “ଅଷ୍ଟ୍ରେଲିଆ ପରଠାରୁ ମୁଁ କୌଣସି ମ୍ୟାଚ୍ ଖେଳିନାହିଁ ।

ଗୋଆର ଏକ ନାଇଟ୍ କ୍ଲବରେ ଭୟଙ୍କର ବିସ୍ଫୋରଣ, ୨୫ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଗୋଆର ଏକ ନାଇଟ୍ କ୍ଲବରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୫୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକ କ୍ଲବ କର୍ମଚାରୀ ରହିଥିବା ବେଳେ, ୩ ମହିଳା ଓ ୪ ବିଦେଶୀ ପର୍ଯ୍ୟଟକ ଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଆର ପୋରାର ନାଇଟ କ୍ଲବରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ସିଲିଣ୍ଡର ବ୍ଲାଷ୍ଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲା। ଏଭଳି ଘଟଣା ଜଣାପଡ଼ିବା ପରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଏହାସହ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ, ଆହତଙ୍କ ପରିବାକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତିି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

ଆଜି ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଲଦାଖ ଗସ୍ତ । ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଓସିରେ ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିବେ ରାଜନାଥ । ଚୀନ ସହ ଭାରତର ରହିଥିବା ସୀମା ଅର୍ଥାତ ଏଲଓସିରେ ରାଜନାଥ ବରିଷ୍ଠ ସେନା ଅଧିକାରୀଙ୍କ ସହ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା କରିବେ । ସୀମା ଭିତ୍ତିଭୂମିକୁ ସୁଦଢ଼ କରିବା ଏବଂ ସୀମାର ସ୍ପର୍ଶକାତର ଅଞ୍ଚଳଗୁଡ଼ିକରେ ନିରାପତ୍ତା ସମୀକ୍ଷା କରିବା ଲାଗି ରାଜନାଥଙ୍କ ଏହି ଗସ୍ତ ଉଦ୍ଦିଷ୍ଟ । ଏହା ସହ ଆଜି ଉଦଘାଟନ ହେବ ଜାମ୍ମୁ ଓ କାଶ୍ମୀର ଓ ଲଦାଖ ସମେତ ବିଭିନ୍ନ ଭିତ୍ତିଭୂମି ଓ ପ୍ରକଳ୍ପ । ଲେହର ସିଙ୍କୁ ଟନେଲ ପ୍ରକଳ୍ପକୁ ବି ଉଦଘାଟନ କରାଯିବ । ଏହି ପ୍ରକଳ୍ପ ଜରିଆରେ ଲେହର ବହୁ ଅଞ୍ଚଳ ସହ ଯୋଗାଯୋଗ ସମ୍ଭବ ହେବ । ଏହି ଟନେଲ ଯୋଗୁ ବିଭିନ୍ନ ସାମରିକ ଘାଟି ସହ ଯୋଗାଯୋଗ ସହ ସାମାଜିକ-ଅର୍ଥନୈତିକ ବିକଶ ସମ୍ଭବ ହେବ ।