spot_img
Home Blog Page 162

ରାଜ୍ୟସଭା ଅଙ୍କକଷା: ଚତୁର୍ଥ ଆସନ ପାଇଁ କିଙ୍ଗ ମେକର ବନିବେ ନବୀନ

ରାଜ୍ୟସଭା ଅଙ୍କକଷା: ଚତୁର୍ଥ ଆସନ ପାଇଁ କିଙ୍ଗ ମେକର ବନିବେ କି ନବୀନ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଖୁବଶୀଘ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବେ ପିସିସି ସଭାପତି ଭକ୍ତଚରଣ ଦାସ । ପିସିସି ସଭାପତି କହିଛନ୍ତି, ଆମେ ଜାଣିଛୁ ଜିତି ପାରିବୁନି ହେଲେ ରାଜ୍ୟର ସ୍ବାର୍ଥ ପାଇଁ ଆମେ ରାଜ୍ୟସଭା ନିର୍ବାଚନ ଲଢିବୁ । ଯାହାକୁ ନେଇ ରାଜ୍ୟସଭା ଗଣିତ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ବିଜେଡି କହିଛି ଚତୁର୍ଥ ଆସନ ଜିତିବା ପାଇଁ ଆମେ ଚେଷ୍ଟା କରିବୁ । ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଚିରାଚରିତ ଉତ୍ତର ରଖିଛି ବିଜେପି ।

ସଂଖ୍ୟା ନାହିଁ । ହେଲେ ଦଳର ମର୍ଯ୍ୟାଦା ପାଇଁ ଲଢିବ କଂଗ୍ରେସ । ଦିନେ କି ଦୁଇଦିନ ଭିତରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବେ ପିସିସି ସଭାପତି । ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । କଂଗ୍ରେସ ପାଖରେ ୧୪ ଜଣ ବିଧାୟକ ଥାଇ ଦଳ ରାଜ୍ୟସଭାରେ ପ୍ରାର୍ଥୀ ଦେବା ପାଇଁ କସରତ ଜାରି ରଖିଛି । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ରାଜ୍ୟସଭା ନିର୍ବାଚନ ଉପରେ ଆଲୋଚନା କରିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସମୟ ମାଗିଥିଲି । ଖୁବଶୀଘ୍ର ନବୀନ ପଟ୍ଟନାୟକ ଭେଟି ଆଲୋଚନା କରିବି । ଅନ୍ୟପଟେ ଏ ପ୍ରସଙ୍ଗରେ ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କିଛି ମତ ରଖିବାକୁ ମନା କରିଥିବା ବେଳେ ସଂଖ୍ୟା ନଥାଇ ମଧ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ୪ଟି ଆସନ ବିଜେପି ନେବ ।

ବିଜେପି ଓ କଂଗ୍ରେସ ବିଜେଡିର ସହଯୋଗ ଲୋଡିବା ପ୍ରସଙ୍ଗରେ ବିଜେଡି କହିଛି, ସମୟ ଆସିଲେ ବିରୋଧୀ ଦଳ ନେତା ନିଷ୍ପତ୍ତି ନେବେ । ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ କିପରି ବିଜେଡି ଖାତାକୁ ଯିବ ତାହା ଉପରେ ନଜର ରହିଛି । ଦୁଇ ଜାତୀୟ ଦଳ ସହଯୋଗ ମାଗିବା କଥାରେ ଦଳର ସଭାପତି ନବୀନ ପଟ୍ଟନାୟକ ହିଁ ଶେଷ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

ଏପ୍ରିଲ ମାସରେ ଓଡ଼ିଶାର ୪ଟି ଆସନ ଖାଲି ପଡୁଥିବାରୁ ୨ଟି ଆସନରେ ବିଜେପି ଓ ଗୋଟିଏ ଆସନ ବିଜେଡି ହାତେଇବା ନିଶ୍ଚିତ । ଚତୁର୍ଥ ଆସନ ପାଇଁ ନବୀନ କିଙ୍ଗ ମେକର ସାଜିଥିବାରୁ ସମସ୍ତଙ୍କ ନଜର ଏବେ ବିଜେଡି ଉପରେ ।

୬ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଲେ ମହାମହିମ

୬ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଲେ ମହାମହିମ

ନନ୍ଦିଘୋଷ ବ୍ୟୁରୋ: ୬ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଲୋକ ଭବନରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ସକାଳୁ ଯାଜପୁର ଯାଇ ୯ଟା ୫୦ରେ ମାଆ ବିରଜାଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିବେ ମହାମହିମ । ୧୦ଟାରେ ନାଭିଗୟାରେ ପହଞ୍ଚି ପିଣ୍ଡଦାନ କରିବେ ।

ସେଠାରୁ ବାହାରି ଅପରାହ୍ନ ୧୨ ଟା ୪୦ରେ ବାଲେଶ୍ବର ଫକୀର ମୋହନ ବିଶ୍ବ ବିଦ୍ଯାଳୟ ପହଞ୍ଚିବେ ରାଷ୍ଟ୍ରପତି । ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସଂଧ୍ଯା ୬ଟା ସୁଦ୍ଧା ପୁରୀ ତାଳବଣିଆ ହେଲିପ୍ଯାଡରେ ପହଞ୍ଚିବେ । ପୁରୀ ଲୋକ ଭବନ ଯାଇ ରାତ୍ରୀଯାପନ କରିବେ । ୪ ତାରିଖରେ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ।

୪ ତାରିଖ ରାଇରଙ୍ଗପୁର ଗସ୍ତ କରି ମହୁଲଡିହା ହଲିଡେ ହୋମର ଉଦଘାଟନ କରିବେ । ସରକାରୀ ବାଳିକା ହାଇସ୍କୁଲ କାର୍ଯ୍ଯକ୍ରମରେ ଯୋଗ ଦେଇ ବାଇଦପୋଷିରେ ଏକ ସ୍ପୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିବେ । ରାଇରଙ୍ଗପୁର ଅତିଥି ଭବନରେ ରାତ୍ରୀ ଯାପନ ପରେ ୫ ତାରିଖରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ମୟୂରଭଞ୍ଜ ଶିମିଳପାଳ ଅଭୟାରଣ୍ଯ ଯାଇ ସେଠାରେ ରାତ୍ରୀ ଯାବନ କରିବେ । ୬ ତାରିଖରେ ଶିମିଳିପାଳ ଏକ ଟ୍ରାଇବାଲ କମ୍ଯୁନିଟି ଉଦଘାଟନ ପରେ ଭୁବନେଶ୍ବର ଫେରିବେ ରାଷ୍ଟ୍ରପତି । ଭୁବନେଶ୍ବର ବ୍ଲାକ ଶ୍ବାନ ସମ୍ମିଟରେ ଯୋଗ ଦେବେ ରାଷ୍ଟ୍ରପତି । ଭୁବନେଶ୍ବର ଲୋକ ଭବନରେ ରାତ୍ରୀ ଯାପନ ପରେ ୭ ତାରିଖ ୯ଟା ୨୦ରେ ପ୍ରତ୍ଯାବର୍ତ୍ତନ କରିବେ ।

୩୦ ହଜାର କର୍ମଚାରୀଙ୍କ ଚାକିରି ସଙ୍କଟରେ ! ବଡ଼ ଧରଣର  ଛଟେଇ କରିବ ORACLE

ଚାକିରିଆ ପାଇଁ ଆସିଛି ଏକ ବଡ଼ ଖବର । ଇତିହାସର ଏକ ବଡ଼ ଧରଣର ଛଟେଇ କରିବାକୁ ଯାଉଛି ଓରାକଲ । ଏହି ଟେକ୍ ଫାର୍ମ ୩୦ ହଜାର କର୍ମଚାରୀଙ୍କୁ କାର୍ଯ୍ୟନ୍ତରୁ ଅନ୍ତର କରିବାକୁ ଯାଉଛି । କୃତ୍ରିମ ବୁଦ୍ଧିମତା (ଏଆଇ) ଡାଟା ସେଣ୍ଟର ପ୍ରତିଷ୍ଠା କରିବାକୁ ଯାଇ କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା । ତେଣୁ କମ୍ପାନୀ ଏହି ବଡ଼ ପଦକ୍ଷେପ ନେବାକୁ ପ୍ଲାନ କରୁଛି ।

ସୂତ୍ର ମୁତାବକ, ଓରାକଲର ନୂଆ ଏଆଇ ଡାଟା ସେଣ୍ଟର ବିସ୍ତାର କାରଣରୁ ନିକଟରେ ଆମେରିକାର ବଡ଼ ବ୍ୟାଙ୍କମାନେ ଅର୍ଥ ହ୍ରାସ କରିଥିଲେ । ଓରାକଲର ଏଆଇ ବିସ୍ତାରର ଅର୍ଥ ପ୍ରଦାନ ପ୍ରକ୍ରିୟାରୁ ଋଣଦାତାମାନେ ପଛକୁ ହଟିବାକୁ ନେଇ କମ୍ପାନୀ ଚିନ୍ତିତ ଥିଲା ବୋଲି କିଛି ବଡ଼ ଋଣ ଓ ଇକ୍ବିଟି ନିବେଶକ କହିଛନ୍ତି । କ୍ୟାପିଟାଲ ପାଇଁ ଓରାକଲ ପାଇଁ ମୁସ୍କିଲ ହୋଇଯାଇଥିଲା । ତେଣୁ କାର୍ଯ୍ୟନିର୍ବାହୀମାନେ ବଡ଼ଧରଣର କଷ୍ଟ-କଟିଂ କରିବାକୁ ନିଷ୍ପତ୍ତି ନେଇଥିବା ସୂତ୍ରରୁ ଜଣାପଡ଼ିଛି । ଓରାକଲ ବିଶ୍ବସ୍ତରରେ ପାଖାପାଖି ୧୦ ପ୍ରତିଶତ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିପାରେ । ଏହାଦ୍ବାରା ୨୦-୩୦ ହଜାର କର୍ମଚାରୀଙ୍କ ଚାକିରି ପ୍ରତି ସଙ୍କଟ ଛାଇଯାଇଛି ।

ପହରିଆ ସଂପ୍ରଦାୟର ଆଦିମ ଜନଜାତିଙ୍କୁ ମିଳୁନି ଜଙ୍ଗଲ ଜମି ପଟ୍ଟା, ଆନ୍ଦୋଳନ ଚେତାବନୀ

ପହରିଆ ସଂପ୍ରଦାୟର ଆଦିମ ଜନଜାତିଙ୍କୁ ମିଳୁନି ଜଙ୍ଗଲ ଜମି ପଟ୍ଟା, ଆନ୍ଦୋଳନ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ଜଙ୍ଗଲ ଜମି ଅଧିକାର ଆଇନର ହେଉଛି ଅବମାନନା । ଦୀର୍ଘ ଦଶନ୍ଧି ଧରି ଜଙ୍ଗଲରେ ବସବାସ କରୁଥିବା ପହରିଆ ସଂପ୍ରଦାୟର ଆଦିମ ଜନଜାତିଙ୍କୁ ମିଳୁନି ଜଙ୍ଗଲ ଜମି ପଟ୍ଟା । ଫଳରେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି ଆଦିବାସୀ । ଅଭିଯୋଗ ସତ୍ତ୍ବେ ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ଆନ୍ଦୋଳନ ଚେତାବନୀ ଦେଲେଣି ଆଦିବାସୀ ନେତା ।

ସଙ୍କଟରେ ପହରିଆ ସଂପ୍ରଦାୟର ଆଦିମ ଜନଜାତି । ଜଙ୍ଗଲ ଜମି ପଟ୍ଟା ନଥିବାରୁ ମିଳୁନି ଆଦିବାସୀ ମାନ୍ୟତା । ପାଉନାହାନ୍ତି ମୌଳିକ ସୁବିଧା ସୁଯୋଗ । ନୂଆପଡା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ ଶହ ପାଟଧାରାର ଜଙ୍ଗଲ ଅଞ୍ଚଳରେ କାହିଁ କେଉଁ କାଳରୁ ରହି ଆସୁଛନ୍ତି ଏହି ପହରିଆ ସଂପ୍ରଦାୟ ଲୋକେ । ଜଙ୍ଗଲରୁ ବନଜାତ ଦ୍ରବ୍ୟ ସହ ବାଉଁଶରୁ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରିଥାନ୍ତି । କିନ୍ତୁ ବର୍ତ୍ତମାନ ବଜାରରେ ବାଉଁଶ ତିଆରି ସାମଗ୍ରୀର ଚାହିଦା କମିବାରୁ ଏମାନଙ୍କ ଜୀବିକା ସଙ୍କଟରେ ପଡିଛି ।

ଜଙ୍ଗଲ ଜମି ପଟ୍ଟା ପାଇଁ ଏହି ଜନଜାତି ବନ ବିଭାଗ ସହ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ସୁଦ୍ଧା କେହି ଦୃଷ୍ଟି ଦେଉନାହାନ୍ତି । ଫଳରେ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଏମାନେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ଏମାନଙ୍କୁ ଶୀଘ୍ର ସରକାରୀ ସହାୟତା ସହ ସମସ୍ତ ଯୋଜନାରେ ସାମିଲ କରିବାକୁ ଆଦିବାସୀ ସଂଘ ଦାବି କରିଛି । ପହରିଆ ଜନଜାତିଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଜନଜାତି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆଦିବାସୀ ନେତା ଚେତାଇ ଦେଇଛନ୍ତି ।

ଶେଖ ହସିନୀଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି କଲେ କୋର୍ଟ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଲାଗିଛି ଏକ ବଡ଼ ଝଟକା । ବାଂଲାଦେଶର ଏକ କୋର୍ଟ ହସିନାଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି କରିଛନ୍ତି । ଦୁଇଟି ପୃଥକ ଦୁର୍ନୀତି ମାମଲାରେ ଏହି ଦଣ୍ଡାଦେଶ ଶୁଣାଣି ହୋଇଛି । ସରକାରୀ ହାଉସିଂ ପ୍ରକଳ୍ପର ବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ହସିନାଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ପ୍ରତି ମାମଲାରେ ହସିନାଙ୍କ ୫ ବର୍ଷର ଜେଲଦଣ୍ଡ ଶୁଣାଣି କରିଛନ୍ତି ଡାକା ସ୍ପେଶାଲ କୋର୍ଟ ବିଚାରପତି ।

କୋର୍ଟ ୨୮ ବର୍ଷୀୟା ହସିନା, ତାଙ୍କ ଭଣଜା ରାଡଓ୍ବାନା ମୁଜିବ ସିଦ୍ଦିକୀ, ଭାଣିଜୀ ତୁଲିପ ରିଜଓ୍ବାନା ଓ ଆଜମିନା ସିଦ୍ଦିକୀ ଓ କେସ ସହ ଜଡ଼ିତ ଥିବା ଅନ୍ୟମାନଙ୍କୁ ଦଣ୍ଡାଦେଶ ଜାରି କରିଛନ୍ତି । ଦିନ ପାଖାପାଖି ୧୨.୩୦ ସମୟରେ ଏହି ରାୟ ଆସିଥିଲା । ତୁଲୀପ ସିଦ୍ଦିକୀଙ୍କୁ ୪ ବର୍ଷର ଜେଲଦଣ୍ଡାଦେଶ ହୋଇଥିଲା । ପ୍ରତି ମାମଲାରେ ୨ ବର୍ଷ ଲେଖାଏଁ ଜେଲଦଣ୍ଡ ହୋଇଥିଲା । ୨ ଭାଣିଜୀଙ୍କୁ ଉଭୟ ମାମଲାରେ ପ୍ରତ୍ୟେକଙ୍କୁ ୭ ବର୍ଷ ଲେଖାଏଁ ଜେଲଦଣ୍ଡ ହୋଇଛି ।

YIL Vacancy 2026: ୩୯୦୦ରୁ ଅଧିକ ପଦବୀ ପୂରଣ ହେବ, ସରକାରୀ କମ୍ପାନୀରେ ବଡ଼ ନିଯୁକ୍ତି

ନିଜର କ୍ୟାରିୟରର ଶୁଭାରମ୍ଭ କରିବା ପାଇଁ ଆପଣମାନେ ଯଦି କୌଣସି ସୁଯୋଗର ଅପେକ୍ଷାରେ ରହିଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଭାରତ ସରକାରଙ୍କ ପ୍ରମୁଖ ସାର୍ବଜନିକ କ୍ଷେତ୍ରର ରକ୍ଷା କମ୍ପାନୀ ଯନ୍ତ୍ର ଇଣ୍ଡିଆ ଲିମିଟେଡ (YIL) ୩୯୦୦ରୁ ଅଧିକ ପଦବୀ ପୂରଣ ପାଇଁ ଆପ୍ରେଣ୍ଟିସ ନିଯୁକ୍ତି ପାଇଁ ଘୋଷଣା କରିଛି । ଯେଉଁ ପ୍ରାର୍ଥୀମାନେ ନିଜର ପାଠପଢ଼ା ସମାପ୍ତ ପରେ ଏକ ଭଲ ସ୍ଥାନରେ କାମ କରିବାର ଅଭିଜ୍ଞତା ଗ୍ରହଣ କରିବାକୁ ଚାହାନ୍ତି, ସେମାନେ ଏଥିରେ ଆବେଦନ କରିପାରିବେ । ଅନଲାଇନ୍ ଫର୍ମ ଭରିବାର ଲିଙ୍କ ଅଫିସିଆଲ ଓ୍ବେବସାଇଟ https://www.recruit-gov.com/Yantra2026/index.php କୁ ଯାଇ ଆବେଦନ କରିପାରିବେ ।

ଆବେଦନର ଅନ୍ତିମ ତାରିଖ ଫେବୃଆରୀରୁ ୧ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ରହିଛି । ସାଧାରଣ / ଓବିସି ପ୍ରାର୍ଥୀଙ୍କ ପାଇଁ ୨୦୦ ଟଙ୍କା, ଏସସି / ଏସଟି / ପିଏଚ / ଏକ୍ସ ସର୍ଭିସମ୍ୟାନଙ୍କ ପାଇଁ ୧୦୦ ଟଙ୍କାର ଆବେଦନ ଫିସ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କାର ଆବେଦନ ଫିସ୍ ରହିଛି । ନନ-ଆଇଟିଆଇ କ୍ୟାଣ୍ଡିଡେଟସଙ୍କୁ ୮୨୦୦, ଆଇଟିଆଇ ପାସ କ୍ୟାଣ୍ଡିଡେଟସଙ୍କୁ ୯୬୦୦ ଟଙ୍କାର ଷ୍ଟାଇପେଣ୍ଡ ଦିଆଯିବ । ମେରିଟ ବେସର ଶର୍ଟଲିଷ୍ଟ କରାଯିବ । ଆଇଟିଆଇ ଓ ନନ-ଆଇଟିଆଇ ଉଭୟଙ୍କ ପାଇଁ ଅଲଗା ଅଲଗା ଲିଷ୍ଟ ଜାରି ହେବ । ତା’ପରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଉପସ୍ଥି ରହିବାକୁ ପଡ଼ିବ ।

ଭାରତ ସରକାରଙ୍କ ବଡ଼ ଚେତାବନୀ: ହ୍ୟାକର୍ସଙ୍କ ଟାର୍ଗେଟରେ କୋଟି କୋଟି ୟୁଜର୍ସ

ଯଦି ଆପଣ Mozilla Firefox ବ୍ରାଉଜରର ବ୍ୟବହାର କରନ୍ତି, ତେବେ ସତର୍କ ରୁହନ୍ତି । ସାଇବର ଠକମାନେ ଆପଣଙ୍କୁ ଟାର୍ଗେଟ କରିପାରନ୍ତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସୁରକ୍ଷା ଏଜେନ୍ସି  CERT-In ତରଫରୁ ଚେତାବନୀ ଜାରି କରାଯାଇଛି । CERT-In Mozilla Firefox ବ୍ରାଉଜରର କିଛି ଆଉଟଡେଟେଡ ଭର୍ସନକୁ ୟୁଜର୍ସର ପ୍ରାଇଭେସୀ ଓ ସୁରକ୍ଷା ପାଇଁ ବିପଦ ବୋଲି କୁହାଯାଇଛି । ଆପଣମାନେ କ’ଣ ଇଣ୍ଟରନେଟ ଚଳାଇବା ପାଇଁ Mozilla  Firefox ବ୍ରାଉଜର ବ୍ୟବହାର କରନ୍ତି କି ? ଯଦି ହଁ, ତେବେ ସରକରଙ୍କ ସାଇବର ସୁରକ୍ଷା ଏଜେନ୍ସି CERT-In ଆପଣଙ୍କ ପରି ବହୁ ୟୁଜର୍ସଙ୍କ ପାଇଁ ସିକ୍ୟୁରିଟି ଆଲର୍ଟ ଜାରି କରାଯାଇଛି । ରିପୋର୍ଟସ ମୁତାବକ, Mozilla Firefox ବ୍ରାଉଜରର କିଛି ଭର୍ସନରେ ଏପରି ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି, ଯାହାର ଫାଇଦା ଉଠାଇ ହ୍ୟାକର୍ସ ଆପଣଙ୍କ କମ୍ପ୍ୟୁଟର ବା ଫୋନକୁ ହ୍ୟାକ୍ କରିଥାନ୍ତି । କିଛି ସମୟ ପୂର୍ବରୁ ସରକାରୀ ସଂସ୍ଥା ତରଫରୁ ଆଣ୍ଡ୍ରଏଡ ଓ ଏପଲ ୟୁଜର୍ସଙ୍କୁ ମଧ୍ୟ ଚେତାବନୀ ଜାରି କରାଯାଇଛି । ଏବେ ଆପଣଙ୍କ ପ୍ରାଇଭେସୀ ଓ ଡାଟା ସୁରକ୍ଷା ପାଇଁ ସରକାର ତୁରନ୍ତ କିଛି ପଦକ୍ଷେପ ଉଠାଇବାକୁ ପରାର୍ମଶ ଦିଆଯାଇଛି ।

CERT-In ମୁତାବକ, ମୋଜିଲାର ସାମଗ୍ରୀରେ ମଲ୍ଲୀପଲ ଭଲନରେବିଲିଟି ବା ଅନେକ ସୁରକ୍ଷା ତ୍ରୁଟି ଦେଖିବାକୁ ମିଳିଛି । ଏହି ତ୍ରୁଟିର ଫାଇଦା ଉଠାଇ ହ୍ୟାକର୍ସ ଆପଣଙ୍କ ସିଷ୍ଟମ ଠାରୁ ଦୂରରେ ବସି ମଧ୍ୟ ଏକ୍ସେସ କରିପାରନ୍ତି । ଏଥିପାଇଁ ମୋଜିଲା ଫାୟରଫକ୍ସର ୟୁଜର୍ସକୁ ହ୍ୟାକର୍ସ ସ୍ବତନ୍ତ୍ର ଧରଣର ଓ୍ବେବ ରିକ୍ବେଷ୍ଟ ବା ଲିଙ୍କ ପଠାଇ ପାରନ୍ତି । ଉକ୍ତ ଲିଙ୍କ ଉପରେ କ୍ଲିକ କରିବା କ୍ଷଣି ୟୁଜରଙ୍କ ସବୁ ଡାଟା ଚୋରି ହୋଇପାରେ । ଚିନ୍ତାର ବିଷୟ ହେଉଛି, ଏପରି ବିପଦ ଇ­ମେଲ କ୍ଲାଇଣ୍ଟ ଥଣ୍ଡରବର୍ଡ ଉପରେ ମଧ୍ୟ ରହିଛି, ଯେଉଁଠି ହ୍ୟାକର୍ସ ଏନକ୍ରିପ୍ଟେଡ ଇ-ମେଲରୁ ମଧ୍ୟ ଡିଟେଲ୍ସ ବାହାର କରିପାରିବେ । ଯଦି ଆପଣ ନିଜର ବ୍ରାଉଜର ଅପଡେଟ୍ କରିନାହାନ୍ତି, ତେବେ ଆପଣଙ୍କ ବ୍ୟାଙ୍କିଂ ଡିଟେଲ୍ସ ଓ ପାସଓ୍ବାର୍ଡ ଉପରେ ବିପଦ ସୃଷ୍ଟି ହୋଇପାରେ ।

କେବଳ ଗୋଟିଏ ନୁହେଁ, ଭାରତ-ପାକିସ୍ତାନର ୩ଟି ମ୍ୟାଚ ହେବ ରଦ୍ଦ !

ଭାରତ-ପାକିସ୍ତାନ କ୍ରିକେଟ ପୁଣି ଥରେ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ପୂର୍ବରୁ ହିଁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ ବନ୍ଦ ହୋଇସାରିଥିବା ବେଳେ କେବଳ ICC-ACCର ଟୁର୍ଣ୍ଣାମେଣ୍ଟରେ ଦୁଇ ଟିମ୍ ଖେଳୁଛନ୍ତି । ମାତ୍ର ଏବେ ମଧ୍ୟ ଉକ୍ତ ସ୍ଥିତି ବଦଳୁଥିବା ଦେଖାଯାଉଛି । ଟି-୨୦ ବିଶ୍ବକପ ୨୦୨୬ରେ ପାକିସ୍ତାନ ସରକାର ଭାରତ ବିପକ୍ଷ ମ୍ୟାଚ ବହିଷ୍କାର ଘୋଷଣା କରି ସ୍ଥିତି ବିଗାଡ଼ି ଦେଇଛନ୍ତି । ତେଣୁ ପାକିସ୍ତାନ କେବଳ ଚଳିତ ବିଶ୍ବକପରେ ଏହି ବୟକଟ କରିବ ନା, ଆଗକୁ ମଧ୍ୟ ପିସିବି ସମାନ ଆଭିମୁଖ୍ୟ ଆପଣାଇବ ବୋଲି ଏବେ ପ୍ରଶ୍ନ ଉଠିଛି । ଆଇସିସି ପୁରୁଷ ଟି-୨୦ ବିଶ୍ବକପରେ ଭାରତ-ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଇଥିବା ବେଳେ ଫେବୃଆରୀ ୧୫କୁ ମ୍ୟାଚ ଖେଳାଯାଇଥାନ୍ତା । ମାତ୍ର ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ଅଗ୍ରାହ୍ୟ କରିଦେଇଥିଲା ।

ତେବେ ପାକିସ୍ତାନର ଏହି ପଦକ୍ଷେପ ଦୁଇ ଦେଶର କ୍ରିକେଟ ଭବିଷ୍ୟତ ଉପରେ ପ୍ରଭାବ ପକାଉଛି । ପାକିସ୍ତାନ ଆଗାମୀ ଦିନରେ ଭାରତ ମ୍ୟାଚକୁ ମଧ୍ୟ ବହିଷ୍କାର କରିବ କି ? ଯଦି ପାକିସ୍ତାନ ନିଜର ନିଷ୍ପତ୍ତି ବଦଳାଇବନି ଓ ବର୍ତ୍ତମାନ ସ୍ଥିତି ଜାରି ରୁହେ, ତେବେ ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ୩ଟି ରଦ୍ଦ ହୋଇପାରେ । ଅଣ୍ଡର-୧୯ ବିଶ୍ବକପକୁ ଛାଡ଼ିଦେଲେ ଏ ବର୍ଷ ଦୁଇ ଦେଶ ମଧ୍ୟରେ ଅତିକମରେ ୩ଟି ମ୍ୟାଚ ଖେଳାଯିବ । ଟି-୨୦ ବିଶ୍ବକପ ୨୦୨୬ ପରେ ବ୍ୟାଙ୍କଙ୍କରେ ଦୁଇଦେଶର ମହିଳା ଟିମ୍ ମୁହାଁମୁହିଁ ହେବେ । ଏହି ମ୍ୟାଚ ମହିଳା ଏସିଆ କମ୍ ରାଇଜିଂ ଷ୍ଟାର୍ସ ୨୦୨୬ରେ ଖେଳାଯିବ । ତା’ପରେ ଜୁନ ୧୪ରେ ଇଂଲଣ୍ଡ ଓ ଓ୍ବେଲ୍ସରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ବକପରେ ମଧ୍ୟ ଦୁଇ ଦେଶ ମୁଁହାଁମୁହିଁ ହେବ । ୧-୨ ଦିନ ଭିତରେ ପାକିସ୍ତାନ ସହ ବିବାଦକୁ ନେଇ ଆଇସିସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ ।

ଟି-୨୦ ବିଶ୍ବକପ୍: ହୋଇପାରେ ଭାରତ-ପାକ୍ ମ୍ୟାଚ୍, ୨୪ ଘଣ୍ଟାରେ ପାକିସ୍ତାନ ବଦଳାଇବ ନିଷ୍ପତ୍ତି

ଟି-୨୦ ବିଶ୍ବକପ୍: ହୋଇପାରେ ଭାରତ-ପାକ୍ ମ୍ୟାଚ୍, ୨୪ ଘଣ୍ଟାରେ ପାକିସ୍ତାନ ବଦଳାଇବ ନିଷ୍ପତ୍ତି

ନନ୍ଦଘୋଷ ବ୍ୟୁରୋ: ଟି-୨୦ ବିଶ୍ବପକରେ ଭାରତ ସହ ଖେଳିବାକୁ ପାକିସ୍ତାନ ମନା କରିଛି । ପାକିସ୍ତାନର ଏହି ନିଷ୍ପତ୍ତି ପରେ କ୍ରିକେଟ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଇସିସି ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଚେତାବନୀ ଦେଇ ଏମିତି କଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି । ଆଉ ଏହାରି ଭିତରେ ପାକିସ୍ତାନର ପୂର୍ବତନ ଅଧିନାୟକ ରାଶିଦ ଲତିଫଙ୍କ ଏକ ବୟାନ ଆସିଛି । ସେ ଦାବି କରିଛନ୍ତି, ଭାରତ ବିପକ୍ଷରେ ନଖେଳିବାର ନିଷ୍ପତ୍ତି ପାକିସ୍ତାନ ବଦଳାଇ ପାରେ । ଭାରତୀୟ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେ ଏମିତି କହିବା ସହ ୟୁ-ଟର୍ଣ୍ଣ ନେବାର ଅଭ୍ୟାସ ପାକିସ୍ତାନର ରହିଛି ବୋଲି କହିଛନ୍ତି ।

ପାକିସ୍ତାନ ବଦଳାଇ ପାରେ ନିଷ୍ପତ୍ତି

ଟାଇମ୍ସ ଅଫ ଇଣ୍ଡିଆ ସହ ଆଲୋଚନା ବେଳେ ରାଶିଦ ଲତିଫ କହିଛନ୍ତି, ପାକିସ୍ତାନ ନିଜ ନିଷ୍ପତ୍ତି ଫେରାଇ ନେଇପାରେ । ସେ କହିଛନ୍ତି, ‘ଆମର ଏଠାରେ ଏମିତି ହୋଇଥାଏ । ଏଠାରେ ତ ସମସ୍ୟା ରହିଛି । ହୋଇପାରେ ପରଦା ପଛରେ ଏନେଇ ଆଲୋଚନା ଚାଲିଥିବ । ଦୁଇ ଦେଶର ସରକାର ହୁଏତ ଏନେଇ ଆଲୋଚନା କରୁଥିବେ । ଏହା ଆମକୁ ଦେଖାଯାଉନି । ହେଲେ, ଏମିତି ହୋଇଥାଏ । ଆଗାମୀ ୨୪ ଘଣ୍ଟାରେ କିଛି ବି ହୋଇପାରେ ।’

ରାଶିଦଙ୍କ ଏପରି ବୟାନରୁ ଗୋଟିଏ କଥା ଜଣାପଡୁଛି, ପାକିସ୍ତାନ ଟି-୨୦ ବିଶ୍ବକପ୍ ପୂର୍ବରୁ ଜାଣିଶୁଣି ଏମିତି ସ୍ଥିତି ସୃଷ୍ଟଇ କରୁଛି । ପିସିବି ମୁଖ୍ୟ ମୋହସିନ ନକଓ୍ବି ଟି-୨୦ ବିଶ୍ବକପ ବାହାନାରେ ନିଜର ରାଜନୈତିକ ରୁଟଇ ସେକୁଛନ୍ତି । ଏମିତି ନିଷ୍ପତ୍ତି ପାଇଁ ତାଙ୍କୁ ପାକିସ୍ତାନରେ ଲୋକପ୍ରିୟତା ମିଳୁଛି ।

ପାକିସ୍ତାନର କ’ଣ କ୍ଷତି ହେବ ?

ଯଦି ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରେ ତେବେ ତାକୁ ବଡ଼ ଧରଣର କ୍ଷତି ହୋଇପାରେ । ପ୍ରଥମେ ତ ପାକିସ୍ତାନକୁ କୋଟଇ କୋଟି ଟଙ୍କାର କ୍ଷତି ହେବ । ଯାହା ତାକୁ ଆଇସିସି ଇଭେଣ୍ଟରେ ସାମିଲ ହେବା ପାଇଁ ମିଳିଥାନ୍ତା । ଏହାବାଦ ଆଇସିସିରୁ ପାକିସ୍ତାନକୁ ମିଳୁଥିବା ବାର୍ଷିକ ରେଭିନ୍ୟୁ ବି ମିଳିବ ନାହିଁ । ସେତିକି ନୁହେଁ ଦ୍ବିପେକ୍ଷିକ ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନକୁ ସସପେଣ୍ଡ କରାଯାଇପାରେ । ଏସିଆ କପରୁ ବି ପାକିସ୍ତାନକୁ ବାହାର କରାଯାଇପାରେ । ୨୦୨୮ ଟି-୨୦ ବିଶ୍ବକପ୍ ଆୟୋଜନ ପାକିସ୍ତାନ ପାଖରୁ ଫେରାଇ ନିଆଯାଇପାରେ । ଏତିକିରେ କଥା ସରିନି, ବିଦେଶୀ ବୋର୍ଡ ସେମାନଙ୍କ ଖେଳାଳିଙ୍କୁ ପିଏସଏଲରେ ଖେଳିବାକୁ ଏନଓସି ଦେବେ ନାହିଁ । ଏବେ ଦେଖିବାକୁ ବାକି ରହିଲା ଏତେଗୁଡିଏ ଆକ୍ସନର ଆଶଙ୍କା ଥାଇ କ’ଣ ପାକିସ୍ତାନ, ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବ ।

T-20 ବିଶ୍ବକପ ବିବାଦରେ ଏଣ୍ଟ୍ରି ମାରିଲେ ଶାହିଦ ଆଫ୍ରିଦୀ: ICC ଉପରେ ଉଠାଇଲେ ପ୍ରଶ୍ନ

ନିଜର ବୟାନକୁ ନେଇ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପାକିସ୍ତାନର ପୂର୍ବ ଅଧିନାୟକ ଟି-୨୦ ବିଶ୍ବକପ ବିବାଦକୁ ନେଇ ନିଜର ରାୟ ରଖିଛନ୍ତି । ପାକିସ୍ତାନ ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ଗ୍ରୁପ ମ୍ୟାଚରେ ଖେଳିବନି ବୋଲି ନିଷ୍ପତ୍ତି ନେଇଛି । ପାକିସ୍ତାନ ସରକାର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ।

୨୦୨୬ ଟି-୨୦ ବିଶ୍ବକପର ବିବାଦ ମଧ୍ୟରେ ଆଫ୍ରିଦୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଆଫ୍ରିଦୀ କ୍ରିକେଟକୁ ରାଜନୀତିରୁ ଊର୍ଦ୍ଧ୍ବରେ ମାନନ୍ତି ବୋଲି କହିଛନ୍ତି । ମାତ୍ର ଏହା ପରେ ବି ସେ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ପାକିସ୍ତାନ ସରକାର ଟି-୨୦ ବିଶ୍ବକପ ପାଇଁ ନିଜର ଟିମ୍ ଶ୍ରୀଲଙ୍କା ଯାତ୍ରାକୁ ମଞ୍ଜୁରୀ ଦେଇଥିଲା । ମାତ୍ର ଭାରତ ବିପକ୍ଷ ଗ୍ରୁପ ମ୍ୟାଚ ଖେଳିବାକୁ ନିଷ୍ପତ୍ତି ନେଇଥିଲା । ଯେଉଁ ଦ୍ବାରକୁ ରାଜନୀତି ବନ୍ଦ କରିଦିଆ, ସେହି ଦ୍ବାରକୁ କ୍ରିକେଟ ଖୋଲିପାରେ । ଭାରତ ବିପକ୍ଷ ମ୍ୟାଚ ନ ଖେଳିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ ସ୍ବୀକାର କରିଛନ୍ତି । ନିଜ ପୋଷ୍ଟରେ ଆଫ୍ରିଦୀ ଇଣ୍ଟରନ୍ୟାସନାଲ କ୍ରିକେଟ ପରିଷଦ (ICC) ଉପରେ ହିଁ ପ୍ରଶ୍ନ ଉଠାଇଛନ୍ତି । କେବଳ ବୟାନ ଦେବାକୁ ନୁହେଁ, ଏବେ ନିଷ୍ପତ୍ତି ନେଇ ନେତୃତ୍ବ ନେବାର ସମୟ ଆସିଯାଇଛି ବୋଲି ଆଫ୍ରିଦୀ କହିଛନ୍ତି ।