spot_img
Home Blog Page 1617

ବାଂଲାଦେଶରେ ହିନ୍ଦୁ ଜନସଂଖ୍ୟା କେବଳ ୮ ପ୍ରତିଶତ, ଭାରତ ସହ ଜଡିତ ପ୍ରମାଣ ନଷ୍ଟ ଉଦ୍ୟମ

ଢାକା: ବାଂଲାଦେଶରେ ହିନ୍ଦୁ ନରସଂହାର ସମ୍ପୂର୍ଣ୍ଣ ବନ୍ଦ ହେବାର ନାଁ ନେଉନାହିଁ । ଗତ ୭ ଦିନ ମଧ୍ୟରେ ଏଠାରେ ହିନ୍ଦୁମାନଙ୍କ ଉପରେ ଦୁଇଶହରୁ ଅଧିକ ଆକ୍ରମଣ ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ କଟ୍ଟରପନ୍ଥୀ ମାନେ ଅନେକ ହିନ୍ଦୁଙ୍କ ଜୀବନ, ​​ସେମାନଙ୍କ ଘର ଏବଂ ମନ୍ଦିରକୁ ନଷ୍ଟ କରି ଲୁଟ କରିଥିଲେ। ପରିସ୍ଥିତି ଏପରି ଯେ ଭୟଙ୍କର ଦୃଶ୍ୟ ବନ୍ଦ ହେଉନାହିଁ  । ବାଂଲାଦେଶୀ ଗଣମାଧ୍ୟମ ଅନୁଯାୟୀ ଗତ ୭ ଦିନ ମଧ୍ୟରେ ୫୨ ଟି ଜିଲ୍ଲାରେ ସଂଖ୍ୟାଲଘୁଙ୍କ ଉପରେ ୨୦୫ଟି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହି ହିଂସା ଘଟଣାରେ ୧୦୦ରୁ ଅଧିକ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମୃତ୍ୟୁ ଘଟିଛି।

ଶୈଖ ହସିନା ସରକାରକୁ ହଟାଇବା ପରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେତୁ ବାଂଲାଦେଶର ଭାବମୂର୍ତ୍ତି ପାକିସ୍ତାନ ଭଳି ଦେଖାଯାଉଛି। ଏଭଳି ପରିସ୍ଥିତିରେ ମଧ୍ୟବର୍ତ୍ତୀକାଳୀନ ସରକାର ମଧ୍ୟ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଗୋଟିଏ ପଟେ ହିନ୍ଦୁ ଘର ଏବଂ ମନ୍ଦିର ଉପରେ ଆକ୍ରମଣ କରାଯାଉଛି ଏବଂ ଅନ୍ୟ ପଟେ ବାଂଲାଦେଶର ଏହି ସଂଖ୍ୟାଲଘୁମାନଙ୍କୁ ହଇରାଣ କରିବା ପାଇଁ କଟ୍ଟରପନ୍ଥୀମାନେ ଏକ ନୂତନ ଉପାୟ ଖୋଜିଛନ୍ତି। ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ହିନ୍ଦୁମାନଙ୍କୁ ବଞ୍ଚାଇବାକୁ ଦାବି କରୁଛନ୍ତି, କିନ୍ତୁ ପ୍ରଶ୍ନ ଉଠୁଛି ଯେ ବର୍ତ୍ତମାନର ସରକାର ବାଂଲାଦେଶର ଦୁର୍ବୃତ୍ତ ଗୋଷ୍ଠୀରୁ ହିନ୍ଦୁମାନଙ୍କୁ ରକ୍ଷା କରିବାରେ ସକ୍ଷମ ହେବେ କି? ଯେଉଁମାନେ ହିନ୍ଦୁ ମନ୍ଦିରଗୁଡିକର ଅସ୍ତିତ୍ୱକୁ ବିଲୋପ କରିବାରେ ନିୟୋଜିତ ଅଛନ୍ତି  ।

୯୦ ପ୍ରତିଶତରୁ ଅଧିକ ମୁସଲମାନ ଜନସଂଖ୍ୟା ଥିବା ବାଂଲାଦେଶରେ ବର୍ତ୍ତମାନ ହିନ୍ଦୁଙ୍କ ସଂଖ୍ୟା ମାତ୍ର ୮ ପ୍ରତିଶତକୁ ହ୍ରାସ ପାଇଛି । କିନ୍ତୁ ଶୈଖ ହସିନା ସରକାରଙ୍କ ପତନ ପରେ ଏହା ଲାଗୁଛି ଯେ କଟ୍ଟରପନ୍ଥୀମାନେ ଏହି ଦେଶକୁ ହିନ୍ଦୁ ମୁକ୍ତ କରିବାକୁ ଶପଥ ନେଇଛନ୍ତି। ଏଥି ସହିତ ମେହେରପୁର ଜିଲ୍ଲାର ହିନ୍ଦୁମାନଙ୍କର ଜନସଂଖ୍ୟା ମାତ୍ର ୫ ପ୍ରତିଶତ ରହିଛି। ଏଠାରେ ଥିବା ପ୍ରତ୍ୟେକ ହିନ୍ଦୁ ପଇସା ସଞ୍ଚୟ କରି ଏହି ମନ୍ଦିର ନିର୍ମାଣ କରିଥିଲେ । କିନ୍ତୁ ଅଗଷ୍ଟ ୫ ରେ, ବାଂଲାଦେଶ କଟ୍ଟରପନ୍ଥୀମାନେ ସବୁକିଛି ନଷ୍ଟ କରିଦେଲେ  ।

 

ବାଂଲାଦେଶରେ ହିନ୍ଦୁ ହତ୍ୟାକାଣ୍ଡର ଦୃଶ୍ୟ ଦେଖି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ହୃଦୟ ମଧ୍ୟ କମ୍ପିତ ହୋଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଠାରୁ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଉଛି, କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି ଏହି କ୍ଷମା ପ୍ରାର୍ଥନା ହିନ୍ଦୁମାନଙ୍କ କ୍ଷତକୁ ସୁସ୍ଥ କରିବ କି ସେମାନେ ସୁରକ୍ଷା ଗ୍ୟାରେଣ୍ଟି ପାଇପାରିବେ କି?

 

ବାଂଲାଦେଶୀ କଟ୍ଟରପନ୍ଥୀମାନେ କେବଳ ହିନ୍ଦୁ ପରିଚୟ ନୁହେଁ ବରଂ ଭାରତ ସହ ଜଡିତ ପରିଚୟ ବିଲୋପ କରିବାର ବି ଘୃଣ୍ୟ କାର୍ଯ୍ୟ କରିଛନ୍ତି। ଯାହାର ସବିଶେଷ ପ୍ରମାଣ ହେଉଛି ଶହୀଦ ମେମୋରିଆଲ୍ କମ୍ପ୍ଲେକ୍ସ  । ଯେଉଁଠାରେ ରଖାଯାଇଥିବା ମୂର୍ତ୍ତିଗୁଡ଼ିକ ବାଂଲାଦେଶ ସ୍ୱାଧୀନତାର ସବୁଠାରୁ ବଡ଼ ପ୍ରମାଣ ଥିଲା

 

ବାସନ ମାଜିବାକୁ ବ୍ରାହ୍ମଣୀକୁ ଯାଇଥିଲେ, ଆଉ ଫେରିଲନି ମହିଳା

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଥାନା ଅଳପୁଆଡିଆ ଗାଁରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବାର ଅଭିଯୋଗ। ସେ ହେଲେ ମଞ୍ଜୁଲତା ଭଞ୍ଜ । ବ୍ରାହ୍ମଣୀ ନଦୀ କୂଳରେ ବାସନ ମାଜିବା ସମୟରେ କୁମ୍ଭୀର ଟାଣି ନେଇ ଥିବାର ସନ୍ଦେହ କରାଯାଉଛି। ବାସନ ମାଜିବାକୁ ଯାଇଥିଲେ। କିନ୍ତୁ ବହୁ ସମୟ ପରେ ବି ଘରକୁ ଫେରିନଥିଲେ।

ତେଣୁ ଘର ଲୋକଙ୍କ ମନରେ ସନ୍ଦେହ ହେବାରୁ ନଦୀ କୂଳକୁ ଯାଇ ଦେଖିଲେ ଯେ ସେ ଆଣିଥିବା ବାଲ୍ଟି ଲୁଗା ଚପଲ ନଦୀ କୂଳରେ ପଡ଼ିରହିଛି l କିନ୍ତୁ ମହିଳାଙ୍କର କୌଣସି ଖୋଜ ଖବର ନଥିଲା। କୁମ୍ଭୀର ନେଇ ଯାଇଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀ, ପୋଲିସ ପହଞ୍ଚି ଖୋଜାଖୋଜି କରିଥିଲେ ବି ମହିଳାଙ୍କ ପତ୍ତା ମିଳିନି।

ନନ୍ଦାହାଣ୍ଡି ବ୍ଲକରେ ଡାଇରିଆରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକରେ ଡାଇରିଆରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ। ନନ୍ଦାହାଣ୍ଡି ବ୍ଲକ ଝାଡ଼ବନ୍ଦଗୁଡା ପଞ୍ଚାୟତର ଦଣ୍ଡସେନାଗୁଡା ଗ୍ରାମରେ ତିନି ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି।

ତେବେ ଏଡିଏମଓଙ୍କ କହିବା ଅନୁସାରେ, ଜଣେ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବିଭିନ୍ନ ସ୍ଥାନରୁ ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ପାଣି ପରୀକ୍ଷା ରିପୋର୍ଟ ଆସିବା ପରେ ଅଧିକ ଚିକିତ୍ସା କରାଯିବ।

ଆଜି ନୂଆ ସରକାର ଡକାଇଛନ୍ତି ପ୍ରଥମ କୁଳପତି ବୈଠକ

ଭୁବନେଶ୍ବର: ନୂଆ ସରକାର ପ୍ରଥମ ଥର ପାଇଁ ଡକାଇଛନ୍ତି କୁଳପତି ବୈଠକ। ଆଜି ଦିନ ୧୧.୩୦ ରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । କୁଳପତିମାନଙ୍କ ସମେତ ରେଜିଷ୍ଟ୍ରାର, କଲେଜ ଅଧ୍ୟକ୍ଷ ଓ ଶିକ୍ଷାବିତମାନେ ଯୋଗ ଦେବେ । ଏଥିରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ ନେଇ ଆଲୋଚନା ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନଲାଇନରେ ଯୋଗ ଦେଇ ପାରନ୍ତି ।

ଓଡ଼ିଶାରେ ଏନ୍ଇପି-୨୦୨୦ କିପରି ଲାଗୁ କରାଯିବ, ସେନେଇ ଉଚ୍ଚଶିକ୍ଷା ବିଭାଗ ଏହି ଉଚ୍ଚସ୍ତରୀୟ ବୈଠକ ଡାକିଛି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହେବାକୁ ଥିବା ବୈଠକରେ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତି, ପିଜି କାଉନସିଲ୍ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ, ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଯୋଗ ଦେବେ।

ଏନ୍ଇପିରେ କେଉଁ ସବୁ ସୁବିଧା ରହିଛି, ଓଡ଼ିଶାରେ ଲାଗୁ କରିବାକୁ କେତେ ପ୍ରସ୍ତୁତ, କେଉଁ ଶିକ୍ଷା ବର୍ଷରୁ ୟୁଜି କିମ୍ବା ପିଜିରେ ନୂଆ ବ୍ୟବସ୍ଥା ଲାଗୁ କରାଯାଇ ପାରିବ ଆଦି ବିଷୟରେ ଏହି ବୈଠକରେ ମତାମତ ନିଆଯିବ ।

ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ପ୍ରତିବାଦରେ ଆଜି ସାରା ଦେଶରେ ଓପିଡି ସେବା ବନ୍ଦ

କୋଲକାତା: ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ପ୍ରତିବାଦରେ ସାରା ଦେଶରେ ତେଜୁଛି ଅସନ୍ତୋଷ। ଆଜି ବିଭିନ୍ନ ଡାକ୍ତରୀ ସଂଘ ପକ୍ଷରୁ କାର୍ଯ୍ଯବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଆନ୍ଦୋଳନରୁ ଜରୁରୀ ସେବାକୁ ବାଦ୍ ଦିଆଯିବ। ଗତକାଲି ଅନେକ ସ୍ଥାନରେ ଡାକ୍ତରମାନେ ପ୍ରତିବାଦ କରିଛନ୍ତି। କ୍ଯାଣ୍ଡେଲ ଜାଳି ପ୍ରତିବାଦ ଜଣାଇଛନ୍ତି।

ସେପଟେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଏଥିରେ ସନ୍ତୁଷ୍ଟ ନୁହନ୍ତି ଡାକ୍ତରମାନେ। ମହିଳା ଡାକ୍ତରଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ସେପଟେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଦେଇଛନ୍ତି ଚେତାବନୀ। ଯଦି ମାମଲାର ଶୀଘ୍ର ସମାଧାନ କରାନଯାଏ, ତେବେ ସିବିଆଇ ହାତରେ ମାମଲା ଦେବାକୁ ପଛାଇବେ ନାହିଁ ବୋଲି କହିଛନ୍ତି ମମତା ।

ବିଏମସି ପକ୍ଷରୁ ଘରେ ଘରେ ତ୍ରିରଙ୍ଗା କାର୍ଯ୍ଯକ୍ରମ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରେ ବିଏମସିର ଘରେ ଘରେ ତ୍ରିରଙ୍ଗା କାର୍ଯ୍ଯକ୍ରମ । ବିଏମସିର  ଭୁବନନେଶ୍ବର ମେୟର ସୁଲୋଚନା ଦାସ ୟୁନିଟ-୬ କଣ୍ଯାଣ ମଣ୍ଡପ ଠାରେ ଜୟ ହିନ୍ଦ ଲେଖି କ୍ଯାମ୍ପେନର ଶୁଭାରମ୍ଭ କରିଛନ୍ତି । ୱାର୍ଡ ନମ୍ବର ୪୬ର କର୍ପୋରେଟର ପୁଷ୍ପା ରାଉତଙ୍କ ନେତୃତ୍ବରେ ତ୍ରିରଙ୍ଗା ରାଲି ବାହାରି ଥିଲା । ୩ଟି ଜୋନରେ ବିଏମସିର ପ୍ରତ୍ଯେକ ୱାର୍ଡରେ ତ୍ରିରଙ୍ଗା ଶୋଭାଯାତ୍ରା ହେବ ।   ସେହିଭଳି ଚନ୍ଦ୍ରଶେଖପୁର କଲ୍ଯାଣ ମଣ୍ଡପରେ ମଧ୍ଯ ଘର ଘର ତ୍ରିରଙ୍ଗା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି । ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ଓ ଏକାଧିକ କର୍ପୋରେଟର ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ଦେଶାତ୍ମକ ଗୀତରେ ନୃତ୍ଯ ପରିବେଷଣ କରିଥିଲେ। ଆସନ୍ତା ୧୫ ତାରିଖ ପର୍ଯ୍ଯନ୍ତ ଘର ଘର ତ୍ରିରଙ୍ଗା କାର୍ଯ୍ଯକ୍ରମ ଚାଲିବ । ଆସନ୍ତାକାଲି ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରୁ ବିଏମସି କାର୍ଯ୍ଯଳୟ ଯାଏଁ ବିଶାଳ ୱାକଥନ କାର୍ଯ୍ଯକ୍ରମ ରହିଛି ।.

ଚକମା ଦେଇ ଖସିଥିଲା, ବର୍ଷେ ପରେ କାଳିଆକୁ ଗିରଫ କଲା ପୋଲିସ୍

ନନ୍ଦିଘୋଷ ବ୍ୟୁରୋ: ପୋଲିସକୁ ଚକମା ଦେଇ ଫେରାର ଅଭିଯୁକ୍ତକୁ ବର୍ଷେ ପରେ ଗିରଫ କଲା ପୋଲିସ୍ । ଜଣେ ନାବାଳିକାକୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ୍ ଦ୍ବାରା ଗିରଫ ହୋଇଥିଲା ଅଭିଯୁକ୍ତ କାଳିଆ ବେହେରା । ତେବେ ପୋଲିସକୁ ଚକମା ଦେଇ ଥାନାରୁ ଫେରାର ହୋଇଯାଇଥିଲା । ପୋକ୍ସୋ ଆକ୍ଟରେ ପୋଲିସ ଥାନାକୁ ଆଣିଥିବାବେଳେ ଚକମା ଦେଇ ଫେରାର ହୋଇଯାଇଥିଲା । ତେବେ ବର୍ଷେ ପରେ ପୁଣି କାଳିଆକୁ ଗିରଫ କରିଛି ଭୁବନେଶ୍ବର ଲିଙ୍ଗରାଜ ଥାନା ପୋଲିସ୍ । ୨୦୨୩ ଅକ୍ଟୋବର ୧୦ରେ ଓଲ୍ଡ ଟାଉନ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିଲେ । ୧୪ ତାରିଖରେ ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ ।୧୭ ତାରିଖରେ ନାବାଳିକଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ କାଳିଆକୁ ଗିରଫ କରିଥିଲା ପୋଲିସ୍ । ତେବେ ପୋଲିସ ହେପାଜତରୁ ଚକମା ଦେଇ ଫେରାର ହୋଇଯାଇଥିଲା କାଳିଆ । ଗିରଫ ଭୟରେ ବିଭିନ୍ନ ଜିଲ୍ଲାରେ ଲେବର କାମ କରୁଥିଲା । ଆଜି ଭୁବନେଶ୍ବର ଆସିଥିବାବେଳେ ତାକୁ କାବୁ କରିଛି ପୋଲିସ୍ ।

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ଯାଇଥିବା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ମାଲକାନଗିରି ଗସ୍ତରେ ଯାଇଥିବା ବିଜେଡି ପ୍ରତିନିଧି ଦଳ। ମାଲକାନଗିରିରୁ ଫେରିବା ପରେ ଦଳ ସଭାପତିଙ୍କୁ ଦେଇଛନ୍ତି ରିପୋର୍ଟ। ପ୍ରକଳ୍ପ ହେଲେ ମୋଟୁ ଓ ପଡିଆ ବ୍ଲକ ଜଳମଗ୍ନ ହେବ। ଉଭୟ ବ୍ଲକର ବହୁ ଲୋକ ବିସ୍ଥାପିତ ହେବେ । ଜିଲ୍ଲାର ଆଦିବାସୀ ଲୋକଙ୍କୁ ଘର ଛାଡିବାକୁ ପଡିବ।  ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୧୫ ହଜାର କୋଟିର ବ୍ୟବସ୍ଥା କରିଛନ୍ତି। ଓଡ଼ିଶାର ଦାବିକୁ ଅଣଦେଖା କରି ଏକପାଖିଆ ଭାବେ ପ୍ରକଳ୍ପ ହେଉଛି ବୋଲି କହିଛି ବିଜେଡି। ତେଣୁ ଏ ଦିଗରେ ରାଜ୍ୟ ସରକାର ନିଜର ମତ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ। ଆଗାମୀ ଦିନରେ ଏନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛି ବିଜେଡି।

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ହତ୍ୟା ମାମଲା : ଆସନ୍ତାକାଲି ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: କୋଲକାତାରେ ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ପ୍ରତିବାଦରେ ସାରା ଦେଶରେ ତେଜୁଛି ଅସନ୍ତୋଷ। ଆସନ୍ତାକାଲି ବିଭିନ୍ନ ଡାକ୍ତରୀ ସଂଘ କାର୍ଯ୍ଯବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଆନ୍ଦୋଳନରୁ ଜରୁରୀ ସେବାକୁ ବାଦ୍ ଦିଆଯିବ। ଆଜି ଅନେକ ସ୍ଥାନରେ ଡାକ୍ତରମାନେ ପ୍ରତିବା କରିଛନ୍ତି। କ୍ଯାଣ୍ଡେଲ ଜାଳି ପ୍ରତିବାଦ ଜଣାଇଛନ୍ତି। ସେପଟେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଏଥିରେ ସନ୍ତୁଷ୍ଟ ନୁହନ୍ତି ଡାକ୍ତରମାନେ। ମହିଳା ଡାକ୍ତରଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ସେପଟେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଦେଇଛନ୍ତି ଚେତାବନୀ। ଯଦି ମାମଲାର ଶୀଘ୍ର ସମାଧାନ କରାନଯାଏ, ତେବେ ସିବିଆଇ ହାତରେ ମାମଲା ଦେବାକୁ ପଛାଇବେ ନାହିଁ ବୋଲି କହିଛନ୍ତି ମମତା।

ଗୋଲ୍ଡ ମେଡାଲିଷ୍ଟ ଜ୍ବାଇଁଙ୍କୁ ଶ୍ବଶୂର ଦେବେ ଗିଫ୍ଟ

ନନ୍ଦିଘୋଷ ବ୍ୟୁରୋ: ଗୋଲ୍ଡ ମେଡାଲିଷ୍ଟ ଜ୍ବାଇଁଙ୍କୁ ମଇଁଷି ଗିଫ୍ଟ ଦେବେ ଶ୍ବଶୂର । ଅଲମ୍ପିକ ପଦକ ବିଜେତାଙ୍କୁ କିଏ କେତେ ପ୍ରକାର ଦାମୀ ଉପହାର ଦେଇ ସମ୍ମାନିତ କରୁଥିବା ବେଳେ ପାକିସ୍ତାନରେ ଦେଖିବାକୁ ମିଳିଛି ଠିକ୍ ଏହାର ବିପରୀତ କଥା । ଗାଁ ପରିବେଶରୁ ସଂଘର୍ଷ କରି ପ୍ୟାରିସ ଅଲିମ୍ପିକରେ ପହଞ୍ଚିଥିବା ଆଥଲେଟ ଅରଶଦ ନଦୀମଙ୍କୁ ମିଳିବ ମଇଁଷି ଉପହାର । ତାଙ୍କ ଶ୍ବଶୂର ମହମ୍ମଦ ନୱାଜ ଜ୍ବାଇଁ ନଦୀମଙ୍କୁ ମଇଁଷି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ନଦୀମଙ୍କ ଗାଁରେ ମଇଁଷି ଦେବା ବହୁତ ମୂଲ୍ୟବାନ ଓ ସମ୍ମାନଜନକ ଉପହାର ହୋଇଥାଏ  ।

ନଦୀମ ଜାଭଲିନ ଥ୍ରୋରେ ବିଶ୍ବ ବିଜୟୀ ହୋଇଛନ୍ତି ସତ କିନ୍ତୁ ଏବେବି ସେହି ଝାଟିମାଟି ଘରେ ସେ ରହୁଛନ୍ତି । ଗାଉଁଲି ମଫସଲ ଅଞ୍ଚଳରେ ନିଜ ପରିବାର ସହ ଜୀବନ ବିତାଉଛନ୍ତି ନଦୀମ । ନଦୀମଙ୍କ ଶ୍ବଶୁର କହିଛନ୍ତି ଯେ ବିବାହ ସମୟରେ ସେ ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ କିନ୍ତୁ ଖେଳପ୍ରତି ତାଙ୍କର ଇଚ୍ଛାଶକ୍ତି ସେତେବେଳେ ବି ଦୃଢ ଥିଲା । ଏଥିପାଇଁ ନଦୀମ ପ୍ରତିଦିନ ଚାଷଜମିରେ ଜାଭଲିନ ଫୋପାଡିବା ଅଭ୍ୟାସ ଜାରି ରଖିଥିଲେ ।

ପାକିସ୍ତାନର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅରଶଦ ନଦୀମ ସ୍ବଦେଶ ଫେରିବା ପରେ ତାଙ୍କୁ ବିପୁଳ ସ୍ବାଗତ କରିଛନ୍ତି ପ୍ରଶଂସକ । ସ୍ବର୍ଣ୍ଣ ପଦକ ଜିତିବା ପରେ ପରିବାରକୁ ଭେଟି ଭାବବିହ୍ବଳ ହୋଇପଡିଥିଲେ ନଦୀମ । ପାକିସ୍ତାନରେ ନଦୀମଙ୍କ ସ୍ବାଗତ ୱାଟର କ୍ୟାନନ ସ୍ୟାଲୁଟରେ ହୋଇଥିଲା । ଜାତୀୟ ନାୟକଙ୍କ ଭଳି ନଦୀମଙ୍କୁ ସ୍ବାଗତ କରିଥିଲା ପାକିସ୍ତାନ । ହଜାର ହଜାର ପ୍ରଶଂସକ ନଦୀମଙ୍କୁ ଦେଖିବା ପାଇଁ ବିମାନ ବନ୍ଦରରେ ଭିଡ ଜମାଇଥିଲେ ।

ପ୍ୟାରିସ ଅଲିମ୍ପିକରେ ଜାଭଲିନ ଥ୍ରୋରେ ୯୨.୯୭ ମିଟର ଜାଭଲିନ ଫୋପାଡି ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନଦୀମ  । ଭାରତର ନୀରଜ ଚୋପ୍ରାଙ୍କୁ ହରାଇ ନଦୀମ ଏହି ରେକର୍ଡ କରିଛନ୍ତି  ।