spot_img
Home Blog Page 1618

ଆସିଲା ଇଣ୍ଡିଆ ରାଙ୍କିଂ ୨୦୨୪ ତାଲିକା, ଓଭରଅଲ୍ କାଟେଗୋରୀରେ ଓଡ଼ିଶାର ରହିଛି ୩ ଅନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ: ଆସିଲା ଇଣ୍ଡିଆ ରାଙ୍କିଂ ୨୦୨୪ ତାଲିକା । ଦେଶର ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକୁ ଏଥିରେ ରାଙ୍କି କରାଯାଇଥିବାବେଳେ ଚଳିତ ବର୍ଷ ୧୬ଟି କ୍ୟାଟେଗୋରୀରେ ରାଙ୍କିଂ କରାଯାଇଛି । ଓଭରଅଲ୍ କାଟେଗୋରୀରେ ଓଡ଼ିଶାର ରହିଛି ୩ ଅନୁଷ୍ଠାନ । ଦୁଇଟି ପାହାଚ ଉପରକୁ ଉଠି ୨୪ ନମ୍ବରରେ ସୋଆ ବିଶ୍ବବିଦ୍ଯାଳୟ ରହିଥିବାବେଳେ ୨୮ ରେ କିଟ ଏବଂ ୩୪ ନମ୍ବରରେ NIT ରାଉରକେଲା ରହିଛି । ସେହିଭଳି ବିଶ୍ବବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୧୪ ନମ୍ବର ରହିଥିବା ବେଳେ କିଟ ୧୫ ନମ୍ବରରେ ରହିଛି । ଟପ୍ ୫୦ ସରକାରୀ ବିଶ୍ବବିଦ୍ଯାଳୟ ବର୍ଗରେ ୪୨ ନମ୍ବରରେ ଓଡ଼ିଶାର ଉତ୍କଳ ବିଶ୍ବବିଦ୍ଯାଳୟ ରହିଛି ।

ଟପ ୫୦ ଗବେଷଣାକାରୀ ସଂସ୍ଥା ବର୍ଗରେ ୩୦ ନମ୍ବରରେ NIT ରାଉରକେଲା, ୪୬ରେ କିଟ ଓ ସୋଆ ୫୦ ନମ୍ବରରେ ରହିଛି । ବିଶେଷକରି ସୋଆ ଏଥର ଭଲ ପ୍ରଦର୍ଶନ କରିଛି । ରାଙ୍କିଂର ନବମ ସଂସ୍କରଣରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୪ ତମ ସ୍ଥାନ ହାସଲ କରି ସୋଆ ଗୋଟିଏ ପାହାଚ ଉପରକୁ ଉଠିଛି । ଡିମ୍ଡ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କ୍ୟାଟେଗୋରୀରେ ଗତ ବର୍ଷ ୨୭ତମ ସ୍ଥାନରେ ସୋଆ ଥିବା ବେଳେ ଚଳିତ ବର୍ଷ ଏଥିରେ ଉନ୍ନତି ଘଟି ୨୬ ତମ ସ୍ଥାନରେ ପହଂଚିଛି । ମେଡିକାଲ୍ ସାଇନସ କ୍ୟାଟେଗୋରୀରେ ଦେଶରେ ସୋଆ ୨୧ ତମ, ଡେଣ୍ଟାଲ ଏବଂ ଲ’ କ୍ୟାଟେଗୋରୀରେ ନବମ ସ୍ଥାନରେ ରହିଛି ।

ସେହିପରି ମ୍ୟାନେଜମେଂଟ ସାଇନସ କ୍ୟାଟେଗୋରିରେ ୬୨ତମ ଏବଂ ରିସର୍ଚ୍ଚ କ୍ୟାଟେଗୋରିରେ ୫୦ ତମ ସ୍ଥାନ ହାସଲ କରିଛି ସୋଆ । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଅବସରରେ ଖୁସି ବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟର ଅଧ୍ଯାପକ, ଗବେଷକ ଏବଂ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋଆକୁ ଆହୁରି ଉଚ୍ଚକୁ ନେବା ନିମନ୍ତେ ସେମାନଙ୍କର ଏହି ଉଦ୍ୟମକୁ ଜାରି ରଖିବା ନିମନ୍ତେ ପ୍ରୋତ୍ସାହିତ କରିଛନ୍ତି । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟର ଏହି ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ବିଶ୍ୱବିଦ୍ୟାଳୟକୁ ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଶ୍ରେଷ୍ଠ ୧୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନିତ କରିବା ପାଇଁ କଠିନ ପରିଶ୍ରମ ଜାରି ରଖିବା ନିମନ୍ତେ ଆହ୍ୱାନ ଦେଇଛନ୍ତି ।

ବିଜେଡି ସୁପ୍ରିମୋଙ୍କୁ ଭେଟିଲେ, ଆଲୋଚନା କଲେ  

ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଓ ନବରଙ୍ଗପୁର ବ୍ଲକ ଓ ପଞ୍ଚାୟତ ପ୍ରତିନିଧି ତଥା ଭଦ୍ରକର ପୌର ପରିଷଦର ସଭ୍ୟ। ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ଏହି ପ୍ରତିନିଧି ଦଳ। ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ସେମାନେ କାମ ଜାରି ରଖିବେ ବୋଲି ଜଣାଇଛନ୍ତି। ଲୋକଙ୍କ ସାଥିରେ ରହି ଦଳର କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ନବୀନ। ପ୍ରତିନିଧି ଦଳରେ ପୁରୀ ବିଧାୟକ ସୁନୀଲ ମହାନ୍ତି, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ପୂବର୍ତନ ମନ୍ତ୍ରୀ ପ୍ରଫୁଲ ସାମଲ, ସଞ୍ଜୟ ଦାସବର୍ମା, ରମେଶ ମାଝୀ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହ ବହୁ ନେତା ଆଲୋଚନା କରିଥିଲେ।

ପକ୍ଷୀ ପ୍ରେମରେ ବୁଦ୍ଧିରାମ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଆସିକା କେ.ଲଛମନ ପୋଲି ଗାଁର ଉଚ୍ଚଶିକ୍ଷିତ ଯୁବକ ବୁଦ୍ଧିରାମ । ପିଲାଟି ଦିନରୁ ପଶୁ ପକ୍ଷୀଙ୍କ ପ୍ରତି ରହିଛି ଅନେକ ଦୁର୍ବଳତା । ପେଶାରେ ବାପାଙ୍କ ଛୋଟିଆ ଚାହା ଦୋକାନରେ ବାପାଙ୍କୁ ସାହାର୍ଯ୍ଯ କରିବା, କିନ୍ତୁ ନିଶା ଘାରିଛି ପଶୁ ପ୍ରେମୀ । ବର୍ତ୍ତମାନ ଶହେରୁ ଅଧିକ ପାରା ରଖି ସେମାନଙ୍କୁ ଖାଇବା ଦେବା ସହିତ ଯତ୍ନ ନେଉଛନ୍ତି ବୁଦ୍ଧିରାମ ।

ପକ୍ଷୀପ୍ରେମୀ ମଣିଷଟିଏ । ଗଞ୍ଜାମ ଜିଲ୍ଲା ଆସିକା କେ.ଲଛମନ ପୋଲି ଗାଁର ଉଚ୍ଚଶିକ୍ଷିତ ଯୁବକ ବୁଦ୍ଧିରାମ । ପିଲାଟି ଦିନରୁ ତାଙ୍କର ପଶୁ ପକ୍ଷୀଙ୍କ ପ୍ରତି ରହିଛି ଅହେତୁକ ଦୁର୍ବଳତା । ସାତ ବର୍ଷ ବୟସରୁ ପଶୁ ପକ୍ଷୀଙ୍କୁ ଆଦରି ନେଇଛନ୍ତି ବୁଦ୍ଧିରାମ । ହେଲେ ଗତ ସାତ ବର୍ଷ ହେଲା ଘରେ ଆଣି ରଖିଛନ୍ତି ଧଳା ପାରା । ବର୍ତ୍ତମାନ ଶହେରୁ ଅଧିକ ପାରା ରଖି ନିଜକୁ ପଶୁପକ୍ଷୀ ପ୍ରେମୀ ମଣିଷଟିଏ ଭାବେ ପରିଚିତ କରିପାରିଛନ୍ତି । ପାରା ମାନଙ୍କୁ ଠିକ ସମୟରେ ଖାଦ୍ୟ ଦେବା ସହ ୟୁଟ୍ଯୁଭ ଦେଖି ସେମାନଙ୍କର ସ୍ଵାସ୍ଥ୍ଯ ପ୍ରତି ଧ୍ଯାନ ଦେଉଛନ୍ତି । ବୁଦ୍ଧିରାମଙ୍କ ଏଭଳି କାର୍ଯ୍ୟ ଦେଖି ନିଜ ପରିବାର ବାପା, ମା ମଧ୍ଯ ବେଶ ଖୁସି ଅନୁଭବ କରିବା ସହ ପୁଅକୁ ମଧ୍ୟ ସହଯୋଗ କରୁଛନ୍ତି ।

ପିଲାଟି ଦିନରୁ ପଶୁ ପକ୍ଷୀଙ୍କୁ ନିଜ ପରିବାର ଭାବି ସେମାନଙ୍କୁ ଘରକୁ ଆଣି ସେମାନଙ୍କ ଯତ୍ନ ନେଇଥାନ୍ତି ବୁଦ୍ଧିରାମ । ଆଜି ସେ ଶହେଟି ପାରାକୁ ପାଖରେ ରଖି ସେମାନଙ୍କ ଯତ୍ନ ନେବା ସହିତ ଅନ୍ଯ ଯୁବକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଆସନ୍ତାକାଲିଠୁ ବଢିବ ବର୍ଷା, ଏହିସବୁ ଜିଲ୍ଲାରେ ପ୍ରବଳ ଛେଚିବ

ନନ୍ଦିଘୋଷ ବ୍ୟୁରୋ: ଘୂର୍ଣ୍ଣିବଳୟ ସାଙ୍ଗକୁ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ଆସନ୍ତାକାଲିଠୁ ବଢିବ ବର୍ଷା । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ସୁନ୍ଦରଗଡ଼,ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜରେ ରହିବ ବର୍ଷାର ପ୍ରଭାବ । ୬ ଜିଲ୍ଲାରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୪ ତାରିଖ ପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୧୮ ତାରିଖକୁ ବଦଳିବ ପାଗ । ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୬୩୪ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏବେବି ୯ ପ୍ରତିଶତ ନିଅଁଟିଆ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ଓ ବାକି ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

କେନ୍ଦ୍ରସରକାର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟରେ କନଭର୍ଜେନ୍ସ କର୍ମଶାଳା

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରସରକାର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟରେ କନଭର୍ଜେନ୍ସ କର୍ମଶାଳା ଅନୁଷ୍ଠିତ ହୋଇଛି । କେନ୍ଦ୍ରସରକାରଙ୍କ ଅଧୀନରେ ଥିବା ରାଜ୍ଯ ଶ୍ରମ ଓ କର୍ମଚାରୀ ବୀମା ନିଗମ, ଭବିଷ୍ଯନିଧି ପାଣ୍ଠି, ସମାଜ କଲ୍ଯାଣ, DGFASLI,  ନ୍ଯାସନାଲ କ୍ଯାରିୟର ସର୍ଭିସ ସେଣ୍ଚର, ଶ୍ରମ, ଖଣି ଓ ନିରାପତ୍ତା ଓ ନ୍ଯାସନାଲ କ୍ଯାରିୟର ସର୍ଭିସ ସେଣ୍ଚର SCJST ବିଭାଗର ସଚିବ ଓ ଅତିରିକ୍ତ ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ । ହିତାଧିକାରୀ ମାନଙ୍କୁ ESI ପକ୍ଷରୁ ଦିଆଯାଇଥିବା ସମସ୍ତ ଯୋଜନାର କିପରି ଲାଭ ଉଠାଇ ପାରିବେ ସେ ନେଇ ଆଲୋଚନା କରାଯାଇଥିଲା । ଲଭାର୍ଥୀମାନେ ସ୍ବାସ୍ଥ୍ୟସେବା ଠୁ ଆରମ୍ଭ କରି ଆର୍ଥିକ ସହାୟତା ପର୍ଯ୍ୟନ୍ତ ସବୁ ପ୍ରକାରର ସୁବିଧା ପାଇବେ । ଏଥିସହ ESIC ସହ ଆଧାର ନମ୍ବର ଯୋଡିବା ବର୍ତ୍ତମାନ ସମୟରେ ବେଶ୍ ଗୁରତ୍ବପୂର୍ଣ । ଆଧାର ନମ୍ବର ଯୋଡିବା ଦ୍ଵାରା କିପରି ହିତାଧିକାରୀ ଅଧିକ ସୁବିଧା ପାଇପାରିବେ ସେ ନେଇ ମଧ୍ୟ ସଚେତନତା କରାଯାଇଛି । AAA+ ଆପ ମାଧ୍ୟମରେରେ ସମସ୍ତ କାମ କରିପାରିବେ ହିତାଧିକାରୀ । କର୍ମଚାରୀ ରାଜ୍ୟ ବୀମା ବା ESI ହେଉଛି ବିଶ୍ବର ସର୍ବୋତ୍ତମ ସ୍ବାସ୍ଥ୍ୟ ବୀମା ସ୍କିମ୍ । ଏଣୁ ESI ଉପଭୋକ୍ତା ଓ ସେମାନଙ୍କ ପରିବାରବର୍ଗ ଏହାର ଫାଇଦା ନେବା ଉଚିତ୍ ବୋଲି କହିଛନ୍ତି ESIର ଆଂଚଳିକ ନିର୍ଦ୍ଦେଶକ ସୁକାନ୍ତ ଚନ୍ଦ୍ର ଦାସ ।

ବହୁଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ । ଜର୍ମାନୀ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ୭ ବର୍ଷ ସଜା ପାଇଥିବା ଅଭିଯୁକ୍ତ ବିତ୍ତିହୋତ୍ର ମହାନ୍ତିଙ୍କର ମୃତ୍ୟୁ ହୋଇଯାଇଛି । ବିତ୍ତିହୋତ୍ର ହେଉଛନ୍ତି ବରିଷ୍ଠ ଆଇପିଏସ ବିଦ୍ୟା ଭୂଷଣ ମହାନ୍ତିଙ୍କ ପୁଅ । ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ କ୍ୟାନ୍ସରରେ ତାଙ୍କର ମୃତ୍ୟୁ ଘଟିଛି। ଏପ୍ରିଲ ୧୨, ୨୦୦୬ରେ ରାଜସ୍ଥାନର ଅଲୱାରରେ ଜଣେ ଜର୍ମାନୀ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିଲେ ବିତ୍ତିହୋତ୍ର । ମା’ ଙ୍କ ଅସୁସ୍ଥତା ନେଇ ପାରୋଲରେ ଆସିଥିବା ବେଳେ ଫେରାର ହୋଇଯାଇଥିଲେ ଏହି ଅଭିଯୁକ୍ତ। ପରେ ପୁଣି ୨୦୧୩ରେ ସେ ଗିରଫ ହୋଇଥିଲେ । ଏକ ବ୍ୟାଙ୍କରୁ କାର୍ଯ୍ୟରତ ଥିବା ବେଳେ କେରଳରୁ ଧରା ପଡ଼ିଥିଲେ ବିତ୍ତିହୋତ୍ରକ୍ୟାନ୍ସରରେ ଗତ କିଛିଦିନ ଧରି ସେ ପୀଡିତ ଥିଲେ । ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କର ମୃତଦେହ ଏମ୍ସ ଭୁବନେଶ୍ୱରରେ ବ୍ୟବଚ୍ଛେଦ କରାଯାଇଛି ।

ଦଶ ମାସର ଶିଶୁକୁ କାଉଡ଼ିରେ ବୋହି ବୋଲବମ୍ ଗଲେ ବାପା 

ନନ୍ଦିଘୋଷ ବ୍ୟୁରୋ: ଦଶ ମାସର ଶିଶୁକୁ କାଉଡ଼ିରେ ବୋହି ବୋଲବମ୍ ଗଲେ ବାପା । ଏଭଳି ନିଆରା କାଉଡିଆଙ୍କୁ ଦେଖିବାକୁ ମିଳିଛି ଗୁପ୍ତେଶ୍ୱର ରାସ୍ତାରେ । କାଉଡ଼ିଆ ଜଣକ ହେଲେ କୋରାପୁଟ ଜିଲ୍ଲା ଜୟପୁର ସହରର ଶଙ୍କର କୁଲଦୀପ । ଶଙ୍କର ପୁଅଟିଏ ପାଇଁ ବାବା ଗୁପ୍ତେଶ୍ୱରଙ୍କ ନିକଟରେ ମାନସିକ କରିଥିଲେ l ମାନସିକ ପୂରଣ ହେବା ପରେ  ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ବାହାରିଛନ୍ତି । କାଉଡ଼ିର ଗୋଟିଏ ପଟେ ପୁଅ ଓ ଅନ୍ୟପଟେ ପୁଅ ଓଜନର ପାଣି କଳସୀ ଧରି ଯାଉଛନ୍ତି । ପ୍ରାୟ ୫୦ କିଲୋମିଟର ଏଭଳି ଚାଲିଚାଲି ଯାଇ ବାବାଙ୍କ ନିକଟରେ ଜଳାଭିଷେକ କରିଛନ୍ତି ।

୭୧ ତମ ରାଜ୍ୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ଉଦଯାପିତ 

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ ଭାରୋତ୍ତୋଳନ ହଲ୍‌ ପରିସରରେ  ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ୭୧ ତମ ରାଜ୍ୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ଉଦଯାପିତ ହୋଇଯାଇଛି । ୧୫ ଜିଲ୍ଲାର ୧୫୦ ପ୍ରତିଯୋଗୀଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଶେଷ ଦିନରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପୁରୁଷ ସିନିୟର୍ ବର୍ଗରେ ଗଞ୍ଜାମର ମୁନା ନାୟକ, ୟୁଥରେ ଗଞ୍ଜାମର ହର୍ଷବର୍ଦ୍ଧନ ସାହୁ ଓ ଜୁନିୟର୍ ବର୍ଗରେ ଖୋର୍ଦ୍ଧାର ସଦାନନ୍ଦ ବରିହା ଶ୍ରେଷ୍ଠ ଭରୋତ୍ତୋଳକ ଭାବେ ପୁରସ୍କୃତ ହୋଇଛନ୍ତି । ସେହିପରି ମହିଳା ସିନିୟର୍ ବର୍ଗରେ ମୟୂରଭଞ୍ଜର ସ୍ନେହା ସୋରେନ୍ ଏବଂ ଯୁଥ୍ ଓ ଜୁନିୟରରେ ନବରଙ୍ଗପୁରର ମୀନା ସାନ୍ତା ଶ୍ରେଷ୍ଠ ଭରୋତ୍ତୋଳକ ଭାବେ ପୁରସ୍କୃତ ହୋଇଛନ୍ତି। ତିନି ଦିନର ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ଖେଳାଳିଙ୍କ ଆଧିପତ୍ଯ ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲା ଦଳଗତ ଚାମ୍ପିଅନ୍ ହୋଇଥିବା ବେଳେ ଖୋର୍ଦ୍ଧା ଓ ଢେଙ୍କାନାଳ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ଉପବିଜେତା ହୋଇଛନ୍ତି । ରାଜ୍ୟ ସଂଘ ସମ୍ପାଦକ ରବି କୁମାର, ନାରାୟଣ ସାହୁ, ରମେଶ ପାଢ଼ି, ଚନ୍ଦ୍ରଶେଖର ସାହୁ, ଗାଗାରିନ୍ ନାୟକ, ରାନୁ ମହାନ୍ତି, ରାଜେଶ୍ଵରୀ ବେହେରା ସମେତ ମୋଟ ୩୨ ଜଣ ପରିଚାଳକ ଓ ବୈଷୟିକ ଅଧିକାରୀ ଖେଳ ପରିଚାଳନା ଏବଂ ବିଜେତାଙ୍କୁ ପୁରସ୍କୃତ କରିଥିଲେ।

ଦେବଗଡ ଜିଲ୍ଲା ପୋଲିସର ତଦନ୍ତ ବ୍ଯବସ୍ଥା ସଂପୂର୍ଣ୍ଣ ଅବହେଳିତ!

ନନ୍ଦିଘୋଷ ବ୍ୟୁରୋ: ଏବେ ନାହିଁ ନାହିଁରେ ଚାଲିଛି ଦେବଗଡ ଜିଲ୍ଲା ପୋଲିସ ବ୍ୟବସ୍ଥା । ହତ୍ୟାପରେ ରାସ୍ତାରେ ମୃତଦେହ ପଡୁଛି ୮ରୁ ୧୦ଘଣ୍ଟା । ଚୋରୀ ଡକାୟତିର ତଦନ୍ତ ପାଇଁ ପଡୋଶୀ ଜିଲ୍ଲାର ସାଇଣ୍ଟିଫିକ୍ ଟିମ୍ ଉପରେ ନିର୍ଭର କରିବାକୁ ପଡୁଛି । ଭାରତୀୟ ନ୍ୟାୟ ସଂହିତା  ଅନୁସାରେ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ନହେଲେ କୋର୍ଟରେ ତାହା ଗ୍ରହଣୀୟ ହୋଇପାରୁନାହିଁ । ଅସୁବିଧାରେ ପଡୁଛନ୍ତି ତଦନ୍ତକାରୀ ଅଧିକାରୀ, ଦେବଗଡ ଜିଲ୍ଲାର ସବୁ ଅପରାଧିକ ମାମଲାର ତଦନ୍ତ ପାଇଁ ପଡୋଶୀ ଜିଲ୍ଲାର ସାଇଣ୍ଟିଫିକ୍ ଟିମ୍ ଉପରେ ନିର୍ଭର କରିବାକୁ ପଡୁଛି ।

ଦେବଗଡ ଜିଲ୍ଲା ଗଠନର ୩୦ବର୍ଷ ପୁରିଛି । ହେଲେ ଜିଲ୍ଲାରେ ଆଜି ମଧ୍ୟ ସଂପୂର୍ଣ୍ଣ ଭିତ୍ତିଭୂମିର ବିକାଶ ହୋଇ ହୋଇପାରିନି । ସବୁଠାରୁ ବଡକଥା ହେଲା ଜିଲ୍ଲା ପୋଲିସର ତଦନ୍ତ ବ୍ୟବସ୍ଥା ସଂପୂର୍ଣ୍ଣ ଅବହେଳିତ ହୋଇ ରହିଯାଇଛି । ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ଅପରାଧିକ ତଦନ୍ତରେ ଗୁରୁତର ବାଧା ସୃଷ୍ଟି ହେଉଛି । ରାଜ୍ୟ ଗୃହ ବିଭାଗ ଅଧୀନରେ ସମସ୍ତ ପୁଲିସ ଜିଲ୍ଲାରେ ଡିଏଫଏସଏଲ ଖୋଲାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦେବଗଡଜିଲ୍ଲାରେ ତାହା ଖୋଲିପାରିନାହିଁ । ଫଳରେ ତଦନ୍ତ ପ୍ରକ୍ରିୟାରେ ଗୁରୁତର ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

ଗତକାଲି କୁଣ୍ଢେଇଗୋଳା ଥାନା ବୁଢାପାଳ ଫାଣ୍ଡି ଅନ୍ତର୍ଗତ ଗମ୍ଭାରୀପାଳ ଗ୍ରାମରେ ତାସ ଖେଳକୁ ନେଇ ଘଟିଥିଲା ହତ୍ୟାକାଣ୍ଡ l ତାସଖେଳରେ ବଚସାକୁ କେନ୍ଦ୍ର କରି, ଅଜୟ ମୁଖିକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ଦୁଇ ସାଙ୍ଗ । ୨ ଅଭିଯୁକ୍ତ  ସାଙ୍ଗ ଅଟକ ଥିଲେ ଓ ଜଣେ ଫେରାର ହୋଇଯାଇଥିଲେ । ଗତକାଲି ରାତିରେ ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ମୃତଦେହ ଉଠିବାକୁ ଲାଗିଥିଲା ୨୩ଘଣ୍ଟା । କାରଣ ଦେବଗଡଜିଲ୍ଲାରେ ଡିଏଫଏସଏଲ ବା ସାଇଣ୍ଟିଫିକ୍ ଟିମ୍ ନଥିବାରୁ ତଦନ୍ତ ପାଇଁ ଢେଙ୍କାନାଳ ଜିଲ୍ଲାରୁ ସାଇଣ୍ଟିଫିକ୍ ଟିମ୍ କୁ ଡକାଯାଇଥିଲା । ଟିମ୍ ପହଞ୍ଚିବାରୁ ପରେ ତଦନ୍ତ କରାଯାଇ ମୃତଦେହ ଘଟଣାସ୍ଥଳରୁ ଉଠାଯାଇଥିଲା । ଏଭଳି ଘଟଣା ପ୍ରତିଦିନ ଘଟୁଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଦେବଗଡଜିଲ୍ଲାର ଗୁରୁତ୍ୱପୂର୍ଣ ମାମଲାର ତଦନ୍ତ ପାଇଁ ପଡୋଶୀ ଅନୁଗୁଳ, ଢେଙ୍କାନାଳ କିମ୍ବା ସମ୍ବଲପୁର ଜିଲ୍ଲାର ସାଇଣ୍ଟିଫିକ ଟିମ ଉପରେ ଭରସା କରିବାକୁ ପଡୁଛି । କେତେକ ହତ୍ୟା ଘଟଣାରେ ସାଇଣ୍ଟିଫିକ ଟିମ ପହଞ୍ଚିବାକୁ 24 ଘଣ୍ଟାରୁ ଉର୍ଦ୍ଧ ସମୟ ଲାଗୁଥିବା ବେଳେ ଚୋରି ଡକାୟତି ଭଳି ମାମଲାରେ ଘଟଣାର 5ଦିନ ପର୍ଯ୍ୟନ୍ତ  ସାଇଣ୍ଟିଫିକ ଟିମ ପହଞ୍ଚି ପାରୁନଥିବାରୁ ବହୁ ବିଳମ୍ବରେ ତଦନ୍ତ କରାଯାଉଛି ।

ସ୍କୁଲରେ ଏବିଡିଓ ଓ ବିଇଓଙ୍କୁ ତାଲା

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଶ୍ରୀଜଙ୍ଗରେ ଥିବା ବାଞ୍ଛାନିଧି ନୋଡ଼ାଲ ସ୍କୁଲରେ ଖାଦ୍ୟ ଫିଙ୍ଗା ଘଟଣା । ସମାଧାନ ପାଇଁ ବସିଥିବା ବୈଠକରେ ତୁଟିଲାନି ବିବାଦ । ଲିଖିତ ପ୍ରତିଶୃତି ଦାବିକରି ବ୍ଲକ୍ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଲେ ଅଭିଭାବକ ଓ ପରିଚାଳନା କମିଟି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବ୍ଲକ୍‌ ଶିକ୍ଷା ଅଧିକାରୀ କାଳନ୍ଦୀ ସୋରେନ୍‌ ସ୍କୁଲକୁ ଯାଇ ସ୍ବୟଂ ସହାୟିକା ଗୋଷ୍ଠୀ ଓ ପରିଚାଳନା କମିଟିକୁ ନେଇ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ପାଇଁ ରନ୍ଧା ଯାଇଥିବା ଖାଦ୍ୟ କାହିଁକି ଫିଙ୍ଗା ଯାଇଥିଲା । ଛାତ୍ରଛାତ୍ରୀଙ୍କୁ କାହିଁକି ବିସ୍କୁଟ ବଣ୍ଟା ଯାଇଥିଲା । ଏହି ଘଟଣା ପଛରେ କଣ ରହିଛି କାରଣ । ଏମିତି ଏକାଧିକ ସମସ୍ୟା ସମ୍ପର୍କରେ ତଦନ୍ତ କରାଯାଇଥିଲା । ପରିଚାଳନା କମିଟି ତରଫରୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା, ତରକାରୀରେ ଆଳୁର ପରିମାଣ କମ ଥିବା, ତରକାରୀ ମଧ୍ୟ କମ ଦିଆଯାଉଥିବା ଅଭିଯୋଗ କରାଯାଇଥିଲା । ତେବେ ସ୍ବୟଂ ସହାୟିକା ଗୋଷ୍ଠୀ ଖାଦ୍ୟ ଫିଙ୍ଗି ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ସେହିପରି ବଜାର ଦର୍‌ ବୃଦ୍ଧି ହୋଇଥିବାରୁ ଆଳୁ ଓ  ତରକାରୀର ପରିମାଣ କମ୍‌ ଥିବା ମଧ୍ୟ ଏସ୍‌ଏଚ୍‌ଜି ତରଫରୁ କୁହାଯାଇଛି । ଘଟଣାର ତଦନ୍ତକରି କାହିଁକି ଛାତ୍ରଛାତ୍ରୀଙ୍କୁ ଖାଇବାକୁ ନଦେଇ ଫିଙ୍ଗାଗଲା, ସେନେଇ ଖାଦ୍ୟ ପ୍ରସ୍ତୁତି ଦାୟିତ୍ବରେ ଥିବା ଏସ୍‌ଚ୍‌ଜିକୁ କାରଣ ଦର୍ଶାଅ ନୋଟିସ୍‌ ଜାରୀ କରିଛନ୍ତି ବ୍ଲକ୍‌ ଶିକ୍ଷା ଅଧିକାରୀ । ତଦନ୍ତ ରିପୋର୍ଟ ଆସିବା ପରେ ଏସ୍‌ଏଚ୍‌ଜି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।