spot_img
Home Blog Page 1629

ପ୍ୟାରିସ୍ ଅଲିମ୍ପିକ୍ସ : କୁସ୍ତିର ୫୭ କିଲୋ ବର୍ଗରେ ସେମିଫାଇନାଲକୁ ଗଲେ ଅମନ ସହରାବତ

ନୂଆଦିଲ୍ଲୀ: ହରିଆନାର ଝଜର କୁସ୍ତିଯୋଦ୍ଧା ପ୍ୟାରିସ କରିଛନ୍ତି କମାଲ । ଅମନ ସହରାବତ ୫୭ କିଲୋ ବର୍ଗ କୁସ୍ତିରେ ଶାନାଦାର ଖେଳ ପ୍ରଦର୍ଶନ କରି ସେମିଫାଇନାଲରେ ନିଜ ପାଇଁ ସ୍ଥାନ ପକ୍କା କରିଛନ୍ତି । ଏହା ସହିତ ଭାରତ ପାଇଁ ଆଉ ଏକ ପଦକର ଆଶା ଉଜ୍ଜୀବିତ ହୋଇଛି । ଅମନ ,ଆସବେନିଆ କୁସ୍ତିଯୋଦ୍ଧାଙ୍କୁ ୧୨-୦ରେ ପରାସ୍ତ କରି ସେମିଫାଇନାଲକୁ ଯାଇଛନ୍ତି । ଏବେ ଅମନ ପଦକଠାରୁ ଗୋଟିଏ ପାଦ ଦୂରରେ ଅଛନ୍ତି । ଯଦି ସେ ସେମିଫାଇନାଲ ଜିତି ଫାଇନାଲକୁ ପ୍ରବେଶ କରନ୍ତି ତେବେ ରୌପ୍ୟ ପଦକା ପାଇବା ସୁନିଶ୍ଚିତ ।  ଆଉ ଯଦି ଫାଇନାଲରେ ବିଜୟୀ ହୁଅନ୍ତି ତେବେ ସ୍ୱର୍ଣ୍ଣ ପଦକ ପାଇବେ ।.

ଅମନଙ୍କ କ୍ୟାରିୟର

ଅମନଙ୍କ କ୍ୟାରିୟର ବେସ ଦମଦାର ରହି ଆସିଛି । ମାତ୍ର ୨୧ ବର୍ଷ ବୟସର ଏହି କୁସ୍ତିଯୋଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଡ଼ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଗତବର୍ଷ ସେ ଏସିଆନ ଚମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିଭଳି ଚଳିତ ବର୍ଷ ଜାଗ୍ରେବରେ ସେ ସ୍ୱର୍ଣ୍ଣ ପଦକ ପାଇଥିଲେ ।  ୨୦୨୨ରେ ସେ ୬୧ କିଲୋ ବର୍ଗରେ ରୌପ୍ୟ ପଦକ ପାଇଥିଲେ । ତେବେ ବର୍ତ୍ତମାନ ସେ ୫୭ କିଲୋ ବର୍ଗରେ ଖେଳୁଛନ୍ତି ।

ଜୀବନ ସଂଘର୍ଷପୂର୍ଣ୍ଣ

ଅମନଙ୍କ ଜୀବନ ସଂଘର୍ଷପୂର୍ଣ୍ଣ । । ପିଲାବେଳେ ସେ ନିଜ ଅଭିଭାବକଙ୍କୁ ହରାଇଥଇଲେ । ଏହାସତ୍ୱେ ଅମନ ହାରି ଯାଇନଥିଲେ । କଠୋର ସଂଘର୍ଷ ମଧ୍ୟରେ ସେ କୁସ୍ତିରେ ନିଜ କ୍ୟାରିୟର ଗଢିଥିଲେ । ଅମନ କେବଳ ନିଜେ କୁସ୍ତିରେ ନିଜ ପାଇଁ ପରିଚୟ ତିଆରି କରିନଥିଲେ । ସେ ମଧ୍ୟ ନିଜ ସାନ ଭଉଣୀର ଲାଳନପାଳନ କରି ତାକୁ ପଢାଇଥିଲେ । ଅର୍ଥର ଘୋର ଅଭାବ ମଧ୍ୟରେ ସେ ନୂଆଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମରେ କୋଚ୍ ପ୍ରବୀଣ ଦାହିଆଙ୍କଠାରୁ କୁସ୍ତି ଶିଖିଥିଲେ ।

ଶଙ୍ଖ ଭବନରେ ବିଜେଡି ସମନ୍ବୟ ଓ କାର୍ଯ୍ୟାନୟନ କମିଟି ପ୍ରଥମ ବୈଠକ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ସମନ୍ବୟ ଓ କାର୍ଯ୍ୟାନ୍ବୟନ କମିଟିର ପ୍ରଥମ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ଯକ୍ଷତାରେ ବସିଥିବା ଏହି ବୈଠକରେ ସମସ୍ତ ୧୫ ଜଣ ସଦସ୍ଯ ଉପସ୍ଥିତ ଥିଲେ । ରାଜ୍ୟର ଅନେକ ପ୍ରସଙ୍ଗ ସହ ବିଜେଡିର ରାଜ୍ୟସ୍ତରୀୟ ସଂଗଠନ ନେଇ ବୈଠକରେ ଆଲୋଚନା ହୋଇଛି । ଦଳର ସଂଗଠନ ଓ କାର୍ଯ୍ୟପନ୍ଥା ନେଇ ପ୍ରସ୍ତୁତ ହୋଇଥିବା ରୂପରେଖର ଅନୁମୋଦନ ପାଇଁ ଦଳୀୟ ସଭାପତିଙ୍କ ପାଖରେ ଖସଡ଼ା ଉପସ୍ଥାପନ କରିବ କମିଟି ।

ତୃଣମୂଳ ସ୍ତରରେ କେମିତି କାମ କରିବ ବିଜେଡିର ସମନ୍ବୟ କମିଟି ? କଣ ରହିବ ଆଗାମୀ କାର୍ଯ୍ୟପନ୍ଥା ? ସରକାରଙ୍କୁ କେମିତି ଦିଆଯିବ ଚେକ ? ଏ ସମସ୍ତ ଦିଗକୁ ନେଇ ବିଜେଡିର ନୂଆ ସମନ୍ବୟ କମିଟିରେ ଟିଖିନିଖି ଆଲୋଚନା ହୋଇଛି । ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଜେଡି ସୁପ୍ରିମୋ ଗଠନ କରିଥିବା କମିଟିର ଆଜି ଥିଲା ପ୍ରଥମ ବୈଠକ । ଏଥିରେ  ପ୍ରମିଳା ମଲ୍ଲିକ, ନିରଂଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଡ. ଅରୁଣ ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ଉପସ୍ଥିତ ରହି ଦଳୀୟ ସଂଗଠନ ଓ ବିଭିନ୍ନ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଛନ୍ତି । ଦୀର୍ଘ ଦିନ ପରେ ଆଜି ବିରୋଧୀ ଦଳରେ ଅଛି ବିଜେଡି । ନବୀନଙ୍କ ବିକାଶ ସଂକଳ୍ପକୁ ଆଗେଇ ନେବାକୁ ବୈଠକରେ ଖସଡା ପ୍ରସ୍ତୁତ କରାଯାଇଛି । ଯାହାର ଅନୁମୋଦନ ପାଇଁ ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବ କମିଟି ।

ବିରୋଧୀ ଦଳକୁ ଆସିବା ପରେ କେମିତି ଚାଲିବ ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମ ? କେମିତି ଆଗେଇବ ସଂଗଠନ ? ସେ ସବୁ ବିସ୍ତାର ଭାବେ ସମନ୍ବୟ ଓ କାର୍ଯ୍ୟାନ୍ବୟନ କମିଟି ବୈଠକରେ ଆଲୋଚନା ହୋଇଛି । ବିରୋଧୀ ଦଳ ଭାବେ କେଉଁ କେଉଁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରାଯିବ ସେସବୁର ରୋଡମ୍ୟାପ କରିଛି । କ୍ଷମତାକୁ ଆସୁ ଆସୁ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟରେ ଓଡ଼ିଶାକୁ ଅଣଦେଖା ନେଇ ଲୋକଙ୍କ ପାଖକୁ କିପରି ଯିବ ଦଳ, ତାର ବ୍ଲୁ-ପ୍ରିଣ୍ଟ ଜାରି କରାଯାଇଛି । ସେହିପରି ଅକ୍ଟୋବର ଦୁଇରୁ ପଦଯାତ୍ରା ଓ ଡିସେମ୍ବର ୨୬ରେ ବିଜେଡି ପ୍ରତିଷ୍ଠା ଦିବସ ପାଳନର ଢାଞ୍ଚା ବି ଏହି ବୈଠକରେ ପ୍ରସ୍ତୁତ ହୋଇଛି । ସେହିପରି ଯୁବ, ଛାତ୍ର, ମହିଳା, କୃଷକ ପରି ଅନେକ ଛାମୁଆ ସଂଗଠନ ଗୁଡ଼ିକର ରୂପରେଖ ଓ ଦାୟିତ୍ବ ନେବାର ମାପଦଣ୍ଡ ବି ସ୍ଥିର କରାଯାଇଛି ।

ବିଜେଡି କାର୍ଯ୍ୟକ୍ରମରେ ଆଦିବାସୀଙ୍କ ବିକାଶକୁ ଦିଆଯାଉଛି ପ୍ରଧାନ୍ୟ । ଏଥିପାଇଁ ପ୍ରତିବର୍ଷ ଭଳି ଆସନ୍ତାକାଲି ଅଗଷ୍ଟ ୯ ଶଂଖ ଭବନରେ ପାଳିତ ହେବ ଅନ୍ତର୍ଜାତୀୟ ଆଦିବାସୀ ଦିବସ । ଯେଉଁଥିରେ ବହୁ ଆଦିବାସୀ ସଂପ୍ରଦାୟ ନିଜ କଳାର ପ୍ରଦର୍ଶନ କରିବେ । ଏଥିରେ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଦିବାସୀ ବିକାଶ ପାଇଁ କଣ କରିଥିଲେ ନବୀନ ସରକାର ଓ ବିରୋଧୀରେ ରହି କିପରି ଆଦିବାସୀ ବିକାଶ କରାଯିବ, ସେ ଦିଗରେ ଉଦବୋଧନ ଦେବେ ବିଜେଡି ସୁପ୍ରିମୋ ।

ବାଂଲାଦେଶ ପାଇଁ କାହିଁକି ଟାର୍ଗେଟରେ ପ୍ରିୟଙ୍କା,ବରୁଣ ଧବନ ଓ ସାମନ୍ଥା ରୁଥଙ୍କ ଭଳି ବଲିଉଡ୍ ସେଲିବ୍ରିଟି ?

ଢାକା: ଜଳୁଛି ବାଂଲାଦେଶ  । ଚାରିଆଡେ ଏବେ ହିଂସାର ନିଆଁ  । ପ୍ରଧାନମନ୍ତ୍ରୀ ଶୈଖ ହସିନାଙ୍କ ଇସ୍ତଫା ପରେ ଆତ୍ମଘୋଷିତ ଇସଲାମ୍‌ ଧର୍ମଗୁରୁ ମାନେ ରାସ୍ତାକୁ ଓହ୍ଲାଇଛନ୍ତି  । ହିନ୍ଦୁ ଦଳିତଙ୍କୁ ଆକ୍ରମଣ କରୁଛନ୍ତି ଏହି ଗୋଷ୍ଠୀ  । ସେମାନଙ୍କ ଘର ଜଳାଇଦେବା ସହ ମହିଳାଙ୍କୁ ଅପହରଣ କରିନେଉଛନ୍ତି  । ଚାରିଆଡେ ହିଂସାର ନିଆଁକୁ ବ୍ୟାପକ କରୁଛନ୍ତି ଏହି ଗୋଷ୍ଠୀ । ଯୁଦ୍ଧ ବିମାନରେ ଆସି ଭାରତରେ ଶରଣ ନେଇଥିବା ଶୈଖ ହସିନା ୟୁକେ ଠାରୁ ସୁରକ୍ଷା ଲୋଡିଛନ୍ତି  । କିନ୍ତୁ ଏହି ଅଭିଯୋଗକୁ ମିଛ କହି ସଫେଇ ଦେଇଛନ୍ତି ତାଙ୍କ ପୁଅ ସଜୀବ ୱାଜଦ ଜଏ  ।

 

ସେପଟେ ସୋସିଆଲ ମିଡିଆରେ ‘ଅଲ୍‌ ଆଇଜ୍‌ ଅନ ବାଂଲାଦେଶ ହିନ୍ଦୁଜ’ ଟ୍ରେଣ୍ଡ କରୁଛି  । ୟୁଜର ମାନେ ବଲିଉଡ ସେଲିବ୍ରିଟ୍ରିଙ୍କୁ ତାତ୍ସଲ୍ୟ କରିଛନ୍ତି  । ବାଂଲାଦେଶରେ ହିନ୍ଦୁ ଓ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ ସତ୍ତ୍ବେ କାହିଁକି ବଲିଉଡ ଚୁପ୍‌ ଅଛି ତାକୁ ନେଇ ସମାଲୋଚନା କରିଛନ୍ତି ୟୁଜର  । ପୂର୍ବରୁ ଦକ୍ଷିଣ ଗାଜାର ରାଫାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ପରେ ସମବେଦନା ଜଣାଇବାକୁ ଆଗେଇ ଆସିଥିଲା ବଲିଉଡ  । ଏହି ଆକ୍ରମଣରେ ୪୫ ଜଣ ପ୍ରାଣ ହରାଇ ଥିାବବେଳେ ୨୦୦ ଜଣ ଆହତ ହୋଇଥିଲେ ।

 

ପ୍ରିୟଙ୍କା ଚୋପ୍ରା, ବରୁଣ ଧୱନ, ଆଲିଆ ଭଟ୍ଟ, ସାମନ୍ଥା ରୁଥୁ ପ୍ରଭୁ, ତୃପ୍ତି ଡିମରି ଏବି ରିଚ୍ଚା ଚଡ୍‌ଢାଙ୍କ ଭଳି ସେଲିବ୍ରିଟି ସେତେବେଳେ ନିଜ ସୋସିଆଲ ମିଡିଆରେ ଅଲ୍‌ ଆଇଜ ଅନ୍‌ ରାଫା ଲେଖି ସମବେଦନା ଜଣାଇଥିଲେ  । କିନ୍ତୁ ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଲଗାତାର ଆକ୍ରମଣ ପରେ ବି ଜଣେ ବଲିଉଡ ସେଲିବ୍ରିଟି ଏଥିପ୍ରତି ଧ୍ୟାନ ନଦେବା ସହ ସୋସିଆଲ ମିଡିଆରେ ପଦଟିଏ ବି ପୋଷ୍ଟ କରିନାହାନ୍ତି  ।

 

ବାଂଲାଦେଶ ଅସ୍ଥିରତା, ଓଡ଼ିଶାରେ ହାଇ ଆଲର୍ଟ

ଭୁବନେଶ୍ବର: ବାଂଲାଦେଶରେ ଥମୁନି ହିଂସା । ରାଜନୈତିକ ହିଂସା ଲାଗି ରହିଥିବା ବେଳେ ସୀମାନ୍ତ ଭାରତରେ ହାଇ ଆଲର୍ଟ ଜାରି କରାଯାଇଛି । ବାଂଲାଦେଶ ଅସ୍ଥିରତାକୁ ନେଇ ଓଡ଼ିଶାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଓଡ଼ିଶା ସୀମା ଦେଇ ବାଂଲାଦେଶୀ ଅନୁପ୍ରବେଶକାରୀ ରାଜ୍ୟକୁ ପଶି ଆସିବାର ସମ୍ଭାବନା ରହିଥିବାରୁ ବାଂଲାଦେଶ ସମେତ ସମସ୍ତ ଜଳପଥ ଓ ସ୍ଥଳପଥ ଉପରେ ଓଡ଼ିଶା ପୋଲିସର କଡା ନଜର ରହିଛି ।

କେନ୍ଦ୍ରାପଡ଼ା, ବାଲେଶ୍ଵର, ପୁରୀ, ଗୋପାଳପୁର ସାମୁଦ୍ରିକ ଥାନା ପୋଲିସ୍ ଏବେ ପଇଁତରା ମାରୁଛି । ନାଇଟ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇ ଥିବା ଡିଜିପି କହିଛନ୍ତି । ପୂରା ଉପକୂଳ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ ।

ଗର୍ଭବତୀଙ୍କ ସ୍ବାସ୍ଥ୍ଯକୁ ନେଇ ବିଜେଡି ସାଂସଦଙ୍କ ଉଦବେଗ

ନୂଆଦିଲ୍ଲୀ : ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ବଢ଼ୁଥିବା ରକ୍ତଚାପ ଜନିତ ରୋଗକୁ ନେଇ ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ | ଉଚ୍ଚରକ୍ତଚାପ, ହାଇପରଟେନସନ ଓ ଅଙ୍ଗ ଅକାମୀ ହେବା ଯୋଗୁଁ ଗର୍ଭବତୀମାନଙ୍କ ଜୀବନ ବନ ପ୍ରତି ବିପଦ ସୃଷ୍ଟି ହୋଇଛି। ୨୦୧୯-୨୦୨୩ ମଧ୍ୟରେ ମଧ୍ୟରେ କେତେ ଗର୍ଭବତୀ ମହିଳା ଏଥିରେ ଆକ୍ରାନ୍ତ ହୋଇଛନ୍ତି  ଓ ଏହାର ନିରାକରଣ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଉତ୍ତର ଲୋଡ଼ିଛନ୍ତି ମାନସ ମଙ୍ଗରାଜ ।

ବିଜେଡି ସାଂସଦ ଶ୍ରୀ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ପଟେଲ କହିଛନ୍ତି ଯେ, ଦେଶରେ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୫-୧୦ ପ୍ରତିଶତ ମହିଳା ଏଥିରେ ପୀଡ଼ିତ ହେଉଛନ୍ତି। ୨୦୧୯-୨୦ରେ ୫ ଲକ୍ଷ ୯୯ ହଜାର ୬୧୧ ଜଣଙ୍କଠାରେ ଏହି ରୋଗ ଚିହ୍ନଟ ହୋଇଥିବା ବେଳେ ୨୦୨୦-୨୧ରେ ୫ ଲକ୍ଷ ୬୦ ହଜାର ୩୧୪, 909 ୦୨୧-୨୨ରେ ୬ ଲକ୍ଷ ୧୨ ହଜାର ୨୧, ୨୦୨୨-୨୩ରେ ୭ ଲକ୍ଷ ୧୭ ହଜ ଜାର ୬୦୬ ଓ ୨୦୨୩- ୨୪ରେ ୭ ଲକ୍ଷ ୭୩ ହଜାର ୫୮୫ ଜଣଙ୍କଠାରେ ଏହି ରୋଗ ଚିହ୍ନଟ ହୋଇଛି।

କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଜରିଆରେ ଏହାର ନିରାକରଣ ଓ ସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଗର୍ଭବତୀମାନଙ୍କର ନିୟମିତ ଭାବେ ରକ୍ତ ଓ ପରିସ୍ରା ପରୀକ୍ଷଣ କରାଯାଉଛି । ଗର୍ଭବତୀମାନଙ୍କୁ ଅଧିକ ସଚେତନ କରିବା ସହ ସେମାନଙ୍କ ଖାଦ୍ୟପାନୀୟ ବ୍ୟବସ୍ଥା, ବିଶ୍ରାମ ଓ ଗର୍ଭବତୀ ସମୟରେ ଗୁରତର ଲକ୍ଷଣ ଆଦି ସମ୍ପର୍କରେ ସୂଚନା ପ୍ରଦାନ କରୁଛି । ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ମାଧ୍ୟମରେ ସୁରକ୍ଷିତ ପ୍ରଶବ ସମ୍ପର୍କରେ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀମତୀ ପଟେଲ କହିଛନ୍ତି ।

ହାତରେ ଏମିତି କିିଛି ଲେଖି ଦଉଡ଼ିରେ ଝୁଲିଗଲେ ଯୁବକ

ଉତ୍ତରପ୍ରଦେଶ : ହାତ ପାପୁଲିରେ ପତ୍ନୀର କାରନାମା ଲେଖି ଝୁଲିପଡିଲା ସ୍ୱାମୀ । ଏମିତି ଏକ ଘଟଣା ଉତ୍ତର ପ୍ରଦେଶର ସଂଭଲ ସ୍ଥିତ ବନମପୁର ଗାଁରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ଯୁବକଙ୍କ ମୃତ୍ୟୁ ପାଇଁ ପରିବାର ଲୋକ ସ୍ତ୍ରୀକୁ ଦୋଷୀ ବୋଲି ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅନୁଯାୟୀ, ସ୍ତ୍ରୀର ଅତ୍ୟାଚାର ସହି ନପାରି ସ୍ୱାମୀ ଆତ୍ମହତ୍ୟା କରିଛି ବୋଲି କହିଛନ୍ତି । ଘଟଣାସ୍ଥଳରେ ପୋଲିସର ତଦନ୍ତ ସମୟରେ ମୃତ ସ୍ୱାମୀ ହାତ ପାପୁଲିରେ ନିଜ ଆତ୍ମହତ୍ୟାର କାରଣ ଲେଖା ହୋଇଥିବା ଦେଖିବାକୁ ପାଇଥିଲେ  । ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ନିଜ ପତ୍ନୀଙ୍କୁ ଦାୟୀ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଯୁବକଙ୍କ ପନ୍ତ୍ରୀ ଫେରାର ହୋଇଯାଇଥିଲେ କିନ୍ତୁ ପରେ ପୋଲିସ ତାକୁ ଖୋଜି ଗିରଫ କରିଛି ।

ପୋଲିସ ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ଶବ ଏକ ଘରେ ପରିତ୍ୟକ୍ତ ଘରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଶବକୁ ଉଦ୍ଧାର ବେଳେ ତାଙ୍କ ହାତ ପାପୁଲିରେ ‘ମୋ ମୃତ୍ୟୁ ପାଇଁ ମୋ ପତ୍ନୀ ଦାୟୀ, ସେ ମୋତେ ୨ ଦିନ ଧରି ଖାଦ୍ୟ ଖାଇବାକୁ ଦେଇନାହାନ୍ତି ’ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଥିଲା । ପରିବାର ସଦସ୍ୟ ମଧ୍ୟ ପତ୍ନୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ।

ଫୋଗଟଙ୍କୁ ଚାମ୍ପିୟନ ବୋଲି କହି ନବୀନ କଲେ ଟ୍ୱିଟ୍

ଭୁବନେଶ୍ୱର : ପ୍ୟାରିସ୍ ଅଲିମ୍ପକ୍ସରେ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭିନେଶଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ପରେ ଏହାକୁ ନେଇ କୋଟି କୋଟି ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦେଶବାସୀଙ୍କ ଦୁଃଖ ସହ ସେ ମଧ୍ୟ ସମ ପରିମାଣରେ ଦୁଃଖୀ ଅଛନ୍ତି।

ସୋସିଆଲ ମିଡିଆ ଏକ୍ସରେ ସେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ନବୀନ । ସେ ଲେଖିଛନ୍ତି,ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ ପୂର୍ବରୁ ଅଯୋଗ୍ୟ ଘୋଷଣା ଶୁଣିବା ଦୁଃଖ ଦାୟକ । ଫାଇନାଲରେ ଲଢିବା ସହ ପ୍ରଦର୍ଶନ ନେଇ ଆପଣଙ୍କୁ ସୁଯୋଗ ମିଳିନପାରେ, କିନ୍ତୁ ବର୍ତ୍ତମାନ ଆପଣ ଜଣେ ଚାମ୍ପିୟନ। ପ୍ୟାରିସ୍ ଅଲମ୍ପିକ୍ସରେ ଏପର୍ଯ୍ୟନ୍ତ ଆପଣଙ୍କ ଅଭିଯାନ ଉତ୍ସାହ ଜନକ ଥିଲା ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଭିନେଶ ଫୋଗଟଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ : ରାଜ୍ୟସଭାରେ ବିଜେଡିର କକ୍ଷତ୍ୟାଗ

ନୂଆଦିଲ୍ଲୀ : ରାଜ୍ୟସଭାରେ ଉଠିଲା ରେସଲର ଭିନେଶ ଫୋଗଟଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ। ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି। ଭିନେଶ ଫୋଗଟଙ୍କୁ ଫାଇନାଲରେ ଡିସକ୍ଵାଲିଫାଏ ପ୍ରସଙ୍ଗରେ ରାଜ୍ୟସଭାରେ ୱାକଆଉଟ କରିଛି ବିଜେଡି। ବିଜେଡି ସହିତ ସମସ୍ତ ବିରୋଧୀ ଦଳର ସସଦସ୍ୟ ଗୃହରେ ୱାକଆଉଟ କରିଛନ୍ତି। ପ୍ଯାରିସ ଅଲିମ୍ପିକ୍ସରେ ରେସଲର ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା ପରେ ଏହାକୁ ନେଇ ସଂସଦରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସେପଟେ ରେସଲିଂରୁ ସନ୍ନ୍ଯାସ ନେଲେ ରେସଲର ଭିନେଶ ଫୋଗଟ। ପ୍ଯାରିସ ଅଲିମ୍ପିକ୍ସରେ ନିଶ୍ଚିତ ପଦକରୁ ବଞ୍ଚିତ ହେବା ପରେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି ଭିନେଶ। ଏହା ସହ ତାଙ୍କର ଦୀର୍ଘ ୨୩ ବର୍ଷର କ୍ଯାରିୟରର ଅନ୍ତ ଘଟିଛି। ୫୦ କେଜି ମହିଳା ରେସଲିଂ ଲାଗି ତାଙ୍କୁ ଶେଷ ମୁହୂର୍ତ୍ତରେ ଅଯୋଗ୍ଯ ଘୋଷଣା ପରେ ଭିନେଶ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା କରିବା ପରେ ସେ ମାଙ୍କ ଉଦ୍ଦେଶ୍ଯରେ କହିଛନ୍ତି- ସେ ହାରିଗଲେ। ତାଙ୍କୁ କ୍ଷମା ଦିଅନ୍ତୁ। ମାଙ୍କର ସ୍ବପ୍ନ ଭାଙ୍ଗିଗଲା। ମୋ ନିକଟରେ ଅଧିକ ଶକ୍ତି ନାହିଁ। ସେମିଫାଇନାଲରେ ଆଶ୍ଚର୍ଯ୍ୟଜନକ ସଫଳତା ଲାଭ କରିଥିବା ଭିନେଶଙ୍କୁ ଅଯୋଗ୍ଯ ଘୋଷଣାକୁ ନେଇ ସାରା ଦେଶରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ, ନବୀନଙ୍କ ଦୁଃଖ ପ୍ରକାଶ

କୋଲକାତା : ପଶ୍ଚିବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାମ ଦଳ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ। ୮୦ ବର୍ଷ ବୟସରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି। ଦକ୍ଷିଣ କୋଲକାତା ସ୍ଥିତ ତାଙ୍କର ବାସଭବନରେ ବୁଦ୍ଧଦେବଙ୍କ ମୃତ୍ଯୁ ଘଟିଛି। ଆଜି ସକାଳ ୮ଟା ବାଜି ୨୦ ମିନିଟରେ ସେ ଶେଷ ନିଶ୍ଵାସ ତ୍ଯାଗ କରିଛନ୍ତି। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ।

ସ୍ଵାସ୍ଥ୍ୟ ଜନିତ ସମସ୍ଯାରେ ପୀଡ଼ିତ ଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ। ବାର୍ଦ୍ଧକ୍ୟଜନିତ ରୋଗରେ ଅନେକ ଦିନ ଧରି ପୀଡ଼ିତ ଥିଲେ ବୁଦ୍ଧଦେବ। ତାଙ୍କ ବାସଭବନରେ ହିଁ ଚିକିତ୍ସା ଜାରି ରହିଥିଲା। ବୁଦ୍ଧଦେବ ପଛରେ ପତ୍ନୀ ଓ ଝିଅକୁ ଛାଡି ଚାଲିଯାଇଛନ୍ତି। ୨୦୧୫ରେ ସେ ସିପିଆଇଏମର ପଲିଟ ବ୍ଯୁରୋ ସଦସ୍ୟ ପଦ ଛାଡିଥିଲେ। ୨୦୧୮ରେ ରାଜ୍ୟ ସଚିବାଳୟ ସଦସ୍ୟତା ପଦ ତ୍ଯାଗ କରିଥିଲେ।୨୦୦୦ ମସିହାରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ। ୧୯୪୪ ମସିହାରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଜନ୍ମଗ୍ରହଣ କରିଥିଲେ। କୋଲକତାର ପ୍ରେସିଡେନସି କଲେଜରୁ ବଙ୍ଗଳା ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସିପିଆଇଏମ ଦଳ ସହ ଯୋଡ଼ି ହୋଇଥିଲେ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବତନ ଭେଟେରାନ ନେତା ବୁଦ୍ଧଦେବ ଭଟ୍ଟାଚାର୍ଜୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ଆକସ୍ମିକ ଦେହାନ୍ତକୁ ନେଇ ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ, ମୁଁ ତାଙ୍କୁ ଦଶନ୍ଧି ଧରି ଜାଣିଥିଲି ଏବଂ ସେ ଅସୁସ୍ଥ ଥିବାବେଳେ ତାଙ୍କୁ ଅନେକ ଥର ଘରେ ଦେଖା କରିଥିଲି । ଏବେ ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ।

ଅନ୍ୟପକ୍ଷେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ  । ସେ ଏକ୍ସରେ ଟୁଇଟ୍ କରି ଶୋକ ପ୍ରକାଶ କରି ଲେଖିଛନ୍ତି, ତାଙ୍କର ଜନକଲ୍ୟାଣ କାର୍ଯ୍ୟ ଏବଂ ରାଷ୍ଟ୍ର ପାଇଁ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ଏହା ସହ ସେ ଶୋକସନ୍ତପ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ।

 

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଭିନେଶଙ୍କୁ ଆଶ୍ଵାସନା, କହିଲେ ପଦକଧାରୀଙ୍କ ପରି ମିଳିବ ସମସ୍ତ ସମ୍ମାନ

ନୂଆଦିଲ୍ଲୀ : ରେସଲର ଭିିନେଶ ଫୋଗାଟଙ୍କୁ ମିଳିବ ଜଣେ ମେଡାଲଧାରୀଙ୍କୁ ମିଳିବା ଭଳି ସମ୍ମାନ। ଅଲିମ୍ପିକ୍ସରେ ଜଣେ ରୌପ୍ୟ ପଦକଧାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ସମ୍ମାନ, ପୁରସ୍କାର ଏବଂ ସୁବିଧା ଭଳି ଭିନେଶ ଫୋଗାଟଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ। ଭିନେଶଙ୍କର ଜଣେ ପଦକାଧାରୀ ଭାବେ ରାଜ୍ୟରେ ସ୍ଵାଗତ କରାଯିବ ସହ ସମ୍ବର୍ଦ୍ଧିତ କରାଯିବ। ଏକ୍ସରେ ସୂଚନା ଦେଇ ଏହା କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସି ସୈନି। ଆମ ସାହାସୀ ଝିଅ ଭିନେଶ ଅଲିମ୍ପିକ୍ସର ଫାଇନାଲକୁ ପ୍ରବେଶ କରିଥିଲେ। କୌଣସି କାରଣରୁ ସେ ଫାଇନାଲ ଖେଳିପାରିନାହାନ୍ତି। ସେ ଆମ ପାଇଁ ଜଣେ ଚାମ୍ପିଅନ୍ ବୋଲି କହିଛନ୍ତି ନାୟବ ସିଂ ସୈନି।

ସେପଟେ ରେସଲିଂରୁ ସନ୍ନ୍ଯାସ ନେଲେ ରେସଲର ଭିନେଶ ଫୋଗଟ। ପ୍ଯାରିସ ଅଲିମ୍ପିକ୍ସରେ ନିଶ୍ଚିତ ପଦକରୁ ବଞ୍ଚିତ ହେବା ପରେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି ଭିନେଶ। ଏହା ସହ ତାଙ୍କର ଦୀର୍ଘ ୨୩ ବର୍ଷର କ୍ଯାରିୟରର ଅନ୍ତ ଘଟିଛି। ୫୦ କେଜି ମହିଳା ରେସଲିଂ ଲାଗି ତାଙ୍କୁ ଶେଷ ମୁହୂର୍ତ୍ତରେ ଅଯୋଗ୍ଯ ଘୋଷଣା ପରେ ଭିନେଶ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା କରିବା ପରେ ସେ ମାଙ୍କ ଉଦ୍ଦେଶ୍ଯରେ କହିଛନ୍ତି- ସେ ହାରିଗଲେ। ତାଙ୍କୁ କ୍ଷମା ଦିଅନ୍ତୁ। ମାଙ୍କର ସ୍ବପ୍ନ ଭାଙ୍ଗିଗଲା। ମୋ ନିକଟରେ ଅଧିକ ଶକ୍ତି ନାହିଁ। ସେମିଫାଇନାଲରେ ଆଶ୍ଚର୍ଯ୍ୟଜନକ ସଫଳତା ଲାଭ କରିଥିବା ଭିନେଶଙ୍କୁ ଅଯୋଗ୍ଯ ଘୋଷଣାକୁ ନେଇ ସାରା ଦେଶରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତାଙ୍କୁ ଅଯୋଗ୍ଯ ଘୋଷଣା ପରେ କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟ ବା ସିଏଏସରେ ଆବେଦନ କରିଛନ୍ତି। ସିଏଏସ ୧୯୮୪ରେ ଗଠିତ ହୋଇଥିବାବେଳେ ବିଭିନ୍ନ ବିବାଦର ସମାଧାନ ଲାଗି ଏହା କାର୍ଯ୍ୟ କରିଥାଏ। ୨୯ ବର୍ଷ ବୟସ୍କା ରେସଲରଙ୍କ ଜନ୍ମ ହରିଆଣାରେ ଏବଂ ସେ ୩ ଥର ଲାଗି ଅଲିମ୍ପିକ୍ସରେ ଭାଗ ନେଇଥିଲେ। ୨୦୧୪, ୨୦୧୮ ଓ ୨୦୨୨ରେ କମନୱେଲଥ ଗେମସରେ ସେ ୩ଟି ସ୍ବର୍ଣ୍ଣପଦକ ଜିତିଥିଲେ। କମନୱେଲଥ ଗେମସ ଓ ଏସିଆନ ଗେମସରେ ସ୍ବର୍ଣ୍ଣ ପଦକ ବିଜୟିନୀ ହେବା କ୍ଷେତ୍ରରେ ଭିନେଶ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା।