spot_img
Home Blog Page 1629

ଧର୍ମ ପରିବର୍ତ୍ତନ ପାଇଁ ଯୁବତୀଙ୍କୁ ବାଧ୍ୟ କରାଯିବା ଘଟଣା; ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ

ଭୁବନେଶ୍ୱର:  ଧର୍ମ ପରିବର୍ତ୍ତନ ପାଇଁ ଯୁବତୀଙ୍କୁ ବାଧ୍ୟ କରାଯିବା ଘଟଣା । ଲଭ ଜିହାଦର ଗୁମର କଥା ବଖାଣିଲା ଅଭିଯୁକ୍ତ ସମୀର ମନସୁର । ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ରଖିଥିଲା ଶାରିରୀକ ସମ୍ପର୍କ। ସମୀର ଇନଷ୍ଟାଗ୍ରାମରେ ଭାଇରାଲ କରିଥିଲା ଯୁବତୀଙ୍କ ଭିଡିଓ। ତେବେ ଏହି ଭିଡିଓକୁ ଡିଲିଟ ପାଇଁ ଇନଷ୍ଟାଗ୍ରାମକୁ ଚିଠି ଲେଖିବ କମିଶନରେଟ ପୋଲିସ ।

ସେପଟେ ଅଭିଯୁକ୍ତର ମେଡିକାଲ ଯାଞ୍ଚ ଶେଷ ହୋଇଛି। ଏହାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି  ପୋଲିସ।

ବୋହୂକୁ ମାରି ଟାଙ୍ଗିଦେଲେ ଶାଶୂ ଘର ଲୋକେ !.

ମୟୂରଭଞ୍ଜ: ବୋହୂକୁ ମାରି ଟାଙ୍ଗିଦେଲେ ଶ୍ୱଶୁର ଘର ଲୋକେ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ମାଠିଆଭଙ୍ଗା ଗାଁରେ । ଆରତୀ ସେଠୀଙ୍କୁ ତାଙ୍କ ଶାଶୂ, ସ୍ୱାମୀ ଏବଂ ନଣନ୍ଦ ମିଶି ହତ୍ୟା କରି ଟାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି । ପୂର୍ବରୁ ଅନେକ ସମୟରେ ଆରତୀଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ। ପରିବାର ଭିତରେ ପୂର୍ବରୁ ଲାଗି ଆସୁଥିଲା କଳହ । ଶୁକ୍ରବାର କୌଣସି କାରଣରୁ ଆରତୀଙ୍କୁ ତାଙ୍କ ସ୍ୱାମୀ, ଶାଶୂ ଏବଂ ନଣନ୍ଦ ମାରି ଟାଙ୍ଗି ଦେଇଥିଲେ।

ସୂଚନା ଅନୁଯାୟୀ, ପୂର୍ବରୁ ଆରତୀ ଅନେକ ଦିନ ଧରି ନିଜ ବାପଘରେ ରହୁଥିଲେ । ଶୁକ୍ରବାର ରାତିରେ ଆରତୀ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ଆରତୀଙ୍କ ସ୍ୱାମୀ ସୁମନ୍ତ ସେଠୀ ତାଙ୍କ ବାପ ଘର ଲୋକଙ୍କୁ ଜଣାଇଥିଲେ। ଆରତୀ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କ ଶାଶୂ ଘର ଲୋକେ ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବାର ଅଭିଯୋଗ ଆଣିଛନ୍ତି ବାପଘର ଲୋକେ ।

ବାରମ୍ବାର ପୂର୍ବରୁ ନିର୍ଯାତନା ଦେଇଆସୁଥିବା ବେଳେ ଶେଷରେ ହତ୍ୟା କରିଥିବା କହିଛନ୍ତି ବାପଘର ଲୋକେ । ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି । ଅନ୍ୟପଟେ ମୃତକଙ୍କ ସ୍ୱାମୀ ସୁମନ୍ତ ସେଠୀ, ଶାଶୂ ଶାନ୍ତିଲତା ସେଠି ଓ ନଣନ୍ଦ ତିଳତୋମା ସେଠିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ବାଘ ଆତଙ୍କ ଯୋଗୁଁ ଅପରାହ୍ଣ ୪ଟା ପରେ ଗଞ୍ଜାମ ମା’ ବାଳକୁମାରୀ ପୀଠରେ ମାଙ୍କ ଦର୍ଶନ ମନା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ବାଘ ଆତଙ୍କ। ଅପରାହ୍ଣ ୪ଟା ପରେ ମା’ ବାଳକୁମାରୀ ପୀଠରେ ମାଙ୍କ ଦର୍ଶନ ମନା। ବାଘ ଆତଙ୍କ ଯୋଗୁଁ କିଛି ଦିନ ପର୍ଯ୍ୟନ୍ତ ମନ୍ଦିରକୁ ନ ଯିବା ପାଇଁ ବନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଜାରିକରାଯିବା ସହ ପୋଷ୍ଟର ଲଗାଯାଇଛି।

ଦିଗପହଣ୍ଡି ରେଞ୍ଜ ଚିକିଟି ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଦେବା ସହ ଲୋକଙ୍କୁ ସଚେତନ କରାଯାଉଛି। ତେବେ ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ମଧ୍ୟ ମନ୍ଦିର ନ ଆସିବାକୁ ଭକ୍ତଙ୍କୁ ନିବେଦନ କରାଯାଇଛି।

ପାକିସ୍ତାନର ଦକ୍ଷିଣପଶ୍ଚିମାଞ୍ଚଳରେ ଭୟଙ୍କର ବିସ୍ଫୋରଣ, ୨୦ରୁ ଅଧିକ ଲୋକ ମୃତ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ଦକ୍ଷିଣପଶ୍ଚିମାଞ୍ଚଳରେ ଭୟଙ୍କର ବିସ୍ଫୋରଣ। ବୋମା ବିସ୍ଫୋରଣରେ ୨୦ରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଥିବା ସୂଚନା ମିଳିଛି। କ୍ବେଟାର ଏକ ରେଳ ଷ୍ଟେସନରେ ଘଟିଛି ବିସ୍ଫୋରଣ। ଏହି ବିସ୍ଫୋରଣରେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଲାଗି କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।

ସୂଚନା ଅନୁଯାୟୀ, କ୍ବେଟା ଷ୍ଟେସନରୁ ପେଶୱାର ଅଭିମୁଖେ ଏକ ଏକ୍ସପ୍ରେସ ଟ୍ରେନ ବାହାରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା ବୋଲି କହିଛନ୍ତି ବରିଷ୍ଠ ଏସପି ମହମ୍ମଦ ବାଲୋଚ। ପାକିସ୍ତାନର ଦକ୍ଷିଣାଞ୍ଚଳରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଚାଲିଥିବାବେଳେ ଉତ୍ତରପଶ୍ଚିମରେ ବି ଆତଙ୍କୀ ହିଂସା ଜାରିରହିଛି।

ଲୁହା ପାଇପରେ ପିଟି ମା’କୁ ହତ୍ୟା କଲା ପୁଅ

ଝାରସୁଗୁଡା : ପୁଅ ମାଡ଼ରେ ମାଆ ମୃତ । ଝାରସୁଗୁଡା ଜିଲ୍ଲା ବେଲପାହାଡ ଥାନା ମହିଜୋରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ମହିଳା ଜଣକ ମହିଜୋରର ୬୦ ବର୍ଷିୟ ଉର୍କୁଲି ଲୁହାର ବୋଲି ଜଣା ପଡ଼ିଛି । ଘଟଣାସ୍ଥଳରେ ବେଲପାହାଡ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅ ବନମାଳି ଲୁହାରକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ଅଭିଯୁକ୍ତ ପୁଅ ମାନସିକ ବିକାରଗ୍ରସ୍ତ ଥିବା ସୂଚନା ମିଳିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ବେଲପାହାଡ ପୋଲିସର ତଦନ୍ତ ଜାରି ।

କନ୍ଧମାଳରେ ଶୀତ ଅନୁଭୂତ, ଭିଡ ଜମାଇଲେଣି ପର୍ଯ୍ୟଟକ

କନ୍ଧମାଳ: କନ୍ଧମାଳରେ ଘନ କୁହୁଡ଼ି ସହ ଶୀତ ଅନୁଭୂତ। ରାତି ୮ଟା ପରଠାରୁ କୁହୁଡ଼ି ମାତ୍ରା ବୃଦ୍ଧି ପାଇବା ଦେଖିବାକୁ ମିଳୁଛି। ସକାଳ ସମୟରେ ଶୀତ ହେବା ସହ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଉଛି ଫୁଲବାଣୀ ସହର । ଘନ କୁହୁଡି ଯୋଗୁଁ ଯାତାୟତରେ ଅସୁବିଧାର ସମୁଖୀନ ହେଉଛନ୍ତି ଲୋକେ ।  ୯ଟା ପର୍ଯ୍ୟନ୍ତ କୁହୁଡ଼ିର ଆସ୍ତରଣ ଯୋଗୁଁ ସୂର୍ଯ୍ୟକିରଣ ଦେଖିବାକୁ ମିଳୁନାହିଁ ।

କନ୍ଧାମାଳରେ ସକାଳୁ ସକାଳୁ ବ୍ୟାୟାମ ପାଇଁ ପଡ଼ିଆରେ ଭିଡ଼ ଦେଖିବାକୁ ମିଳୁଛି । ଚାହା ଖଟିରେ ଜମୁଛି ଆସର। ପର୍ଯ୍ୟଟକ ମଧ୍ୟ କନ୍ଧମାଳ ଜିଲ୍ଲାକୁ ଆଗମନ କରୁଥିବା ଦେଖିବାକୁ ମିଳିଛି l

ଡର୍ବାନରେ ଟିମ୍ ଇଣ୍ଡିଆର ଦମଦାର ବିଜୟ; ୬୧ ରନରେ ଜିତିଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଡର୍ବାନରେ ଟିମ୍ ଇଣ୍ଡିଆର ଦମଦାର ବିଜୟ। ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚକୁ ୬୧ ରନରେ ଜିତିନେଲା ଭାରତ। ୧୪୧ ରନରେ ଚିତପଟାଙ୍ଗ ମାରିଲା ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରି ୨୦୨ ରନ ବିଶାଳ ସ୍କୋର କରିଥିଲା ମେନ୍ ଇନ୍ ବ୍ଲୁ। ସଞ୍ଜୁ ସାମସନଙ୍କ ୫୦ ବଲ୍ରୁ ୧୦୭ ରନର ଚମତ୍କାର ଶତକ ହାସଲ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୨୦୨ ରନ କରିଥିଲା। ଜବାବରେ ୨୦୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୧୭ ଓଭର ୫ଟି ବଲରେ ସମସ୍ତ ଓ୍ବିକେଟ ହରାଇ ୧୪୧ ରନ କରିବାକୁ ସକ୍ଷମ ହୋଇଥିଲା।

ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତି ଓ ରବି ବିଷ୍ଣୋଇ ୩ଟି ଲେଖାଏଁ ୱିକେଟ୍ ନେଇ ଘରୋଇ ଦଳର ଅଣ୍ଟା ଭାଙ୍ଗି ଦେଇଥିଲେ। ୪ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ୧-୦ରେ ଆଗୁଆ ରହିଛି। ଆସନ୍ତାକାଲି ଦ୍ବିତୀୟ ମ୍ୟାଚ୍ ଖେଳାଯିବ।

ଅସ୍ତରଙ୍ଗ ସମୁଦ୍ର ନିଷିଦ୍ଧାଞ୍ଚଳରୁ ୨ଟି ଟ୍ରଲର ଜବତ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ର ନିଷିଦ୍ଧାଞ୍ଚଳରୁ ୨ଟି ଟ୍ରଲର ଜବତ ହୋଇଛି। ୨୦ଜଣ କର୍ମଚାରୀଙ୍କୁ ଅଟକ ରଖିଛି ବନବିଭାଗ। ଅସ୍ତରଙ୍ଗ ସମୁଦ୍ର ନିଷିଦ୍ଧାଞ୍ଚଳରେ ବେଆଇନ ଭାବରେ ମାଛ ମାରୁଥିବା ବେଳେ ଧରିଛି ବନବିଭାଗ। ବନ ବିଭାଗ, ତଟରକ୍ଷୀ ବାହିନୀ ଏବଂ ସାମୁଦ୍ରିକ ମତ୍ସ୍ୟବିଭାଗ ମିଳିତ ଭାବରେ ଚଢ଼ାଉ କରି ନୂଆଗଡ ଜେଠି ନିକଟକୁ ଟ୍ରଲରକୁ ଆଣିଛନ୍ତି। ୨ଟି ଟ୍ରଲରୁ ୨୦ଜଣ କର୍ମଚାରୀଙ୍କୁ ଅଟକ ରଖି ଓଡିଶା ସାମୁଦ୍ରିକ ମତ୍ସ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏହା ସହ ଜବତ ଟ୍ରଲରରୁ ସଂଗୃହୀତ ମାଛକୁ ନିଲାମ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ସମୁଦ୍ର ନିଷିଦ୍ଧାଞ୍ଚଳରେ ମାଛଧରା ଉପରେ କଟକଣା ଲାଗୁ ହୋଇଛି । ଅଲିଭ ରିଡଲେ କଇଁଛଙ୍କ ଆଗମନ ଯୋଗୁଁ ସାମୁଦ୍ରିକ ମାଛ ଧରା ଉପରେ ବନବିଭାଗ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ ନଭେମ୍ବର ପହିଲାରୁ କଟକଣା ଜାରି କରାଯାଇଛି ।

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ମୃତ, ୧୭ ଆହତ

ନନ୍ଦିଘୋଷ ବ୍ୟୁରୋ : ମର୍ମନ୍ତୁଦ ଦୁର୍ଘଟଣା ନେଲା ୫ ଜଣଙ୍କ ଜୀବନ। ଉତ୍ତରପ୍ରଦେଶ ଫିରୋଜାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ’ରେ ଟ୍ରକ-ବସ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଭୟଙ୍କର ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ, ବସ୍‌ରେ ୧୭ ଜଣ ଯାତ୍ରୀ ଅଯୋଧ୍ୟାରୁ ମଥୁରା ଯାଉଥିଲେ। ସମସ୍ତ ଯାତ୍ରୀ ଗୁଜୁରାଟର ଦାଦ୍ରା ନାଗର ହାଭେଲିର ବାସିନ୍ଦା ବୋଲି ଜଣାପଡିଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ’ରେ ଟ୍ରକଟି ଠିଆ ହୋଇଥିବା ବେଳେ ବସଟି ଧକ୍କା ଦେଇଥିଲା । ଫଳରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ ହୋଇଥିଲା । ଖବର ପାଇ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହାତ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ପୋଲିସ ତଦନ୍ତ ଜାରି ରହିଛି ।

 

ବାଙ୍କୀ କଇଁମୁଣ୍ଡି ଫାଣ୍ଡି ନିକଟରେ ଜେସିବି ଉପରକୁ ବୋମା ମାଡ଼

ବାଙ୍କୀ: ବାଙ୍କୀ ଥାନା କଇଁମୁଣ୍ଡି ଫାଣ୍ଡି ନିକଟରେ ବୋମାମାଡ଼। କଇଁମୁଣ୍ଡି ଛକ ନିକଟରେ ବ୍ରିଜ କାମ କରୁଥିବା ଏକ ଠିକା ସଂସ୍ଥାର ଜେସିବି ମେସିନ ଉପରକୁ ବୋମାମାଡ଼ ହୋଇଛି । ଦୁଇଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ, ବୋମାମାଡ଼ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ଦାଦା ବଟିକୁ ନେଇ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ବୋମାମାଡ଼ରେ ଜେସିବି ମେସିନର କାଚ ସହ ଅନ୍ୟାନ୍ୟ ଜିନିଷ ଭାଙ୍ଗି ରୁଜି ଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।