spot_img
Home Blog Page 1631

ସଂସଦରେ ଭିନେଶ ଫୋଗାଟ ଝଡ, ଅଲମ୍ପିକ ବହିଷ୍କାର କରିବାକୁ ଦାବି

ନୂଆଦିଲ୍ଲୀ: ଭାରତର ତାରକା ରେସଲର ଭିନେଶ ଫୋଗାଟଙ୍କୁ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ପରେ ସଂସଦରେ ଏହାକୁ କଡା ନିନ୍ଦା କରାଯାଇଛି । ରେସଲର ଭିନେଶ ଫୋଗାଟ ଅଧିକ ଓଜନ ହେତୁ ମହିଳା ରେସଲିଂ ୫୦ କିଲୋଗ୍ରାମ ବର୍ଗରୁ ଅଯୋଗ୍ୟ ଘୋଷଣା ହୋଇଥିଲେ। ତାଙ୍କର ଓଜନ ୧୦୦ ଗ୍ରାମ ଅଧିକ ଥିଲା  । ଫୋଗାଟଙ୍କ ଅଯୋଗ୍ୟତା ପରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଦୁଃଖ ପ୍ରକାଶ କରିଛି।

ଲୋକସଭା ଅଧିବେଶନ ଚାଲିଥିବା ସମୟରେ ଭିନେଶ ଫୋଗାଟଙ୍କ ଅଯୋଗ୍ୟତା ଖବର ଆସିବା ମାତ୍ରେ ବିରୋଧୀ ସାଂସଦ ମାନେ ହୋହାଲ୍ଲା ଆରମ୍ଭ କରିଦେଇଥିଲେ  । ସାଂସଦ ପପୁ ଯାଦବ, ହରେନ୍ଦ୍ର ମଲିକ ଏବଂ ଚନ୍ଦ୍ରଶେଖର ଆଜାଦ ପାଟିତୁଣ୍ଡ କରିଥିଲେ। ଏହା ସହିତ ଏଆଇଏମ୍ଆଇଏମ୍ ମୁଖ୍ୟ ଏବଂ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି ମଧ୍ୟ ଗୃହରେ ହୋହାଲ୍ଲା କରିଥିଲେ। ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ଅଯୋଗ୍ୟତା ପାଇଁ ଭିନେଶ ଫୋଗାଟଙ୍କୁ ସୁଚିନ୍ତିତ ଭାବେ ଟାର୍ଗେଟ କରାଯାଇଛି। ଏହି ଉତ୍ତେଜନା ପରେ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ ଭିନେଶ ଫୋଗାଟ ପ୍ରସଙ୍ଗରେ ଲୋକସଭାରେ ଉତ୍ତର ଦେବେ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଟ୍ୱିଟ୍ କରି କହିଛନ୍ତି ଯେ ଭିନେଶ ଫୋଗାଟ ଫାଇନାଲରେ ଖେଳି ନ ପାରିବା ପାଇଁ ହୋଇଥିବା କାରଣ ଉପରେ ଗଭୀର ଅନୁସନ୍ଧାନ ହେବା ଉଚିତ ଏବଂ ଏହା ନିଶ୍ଚିତ ହେବା ଉଚିତ ଯେ ଏହା ସତ୍ୟ ଏବଂ ଏହା ପଛରେ ପ୍ରକୃତ କାରଣ କ’ଣ?

AAP ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ଏହା ଭିନେଶଙ୍କ ପ୍ରତି ଅପମାନ ନୁହେଁ ବରଂ ଦେଶ ପାଇଁ ଅପମାନ। ଭିନେଶ ଫୋଗେଟ୍ ସମଗ୍ର ବିଶ୍ୱରେ ଇତିହାସ ସୃଷ୍ଟି କରିବାକୁ ଯାଉଥିଲେ, ତାଙ୍କୁ ୧୦୦ ଗ୍ରାମ ଅଧିକ ଓଜନ ଦେଖାଇ ଅଯୋଗ୍ୟ ଘୋଷଣା କରିବା ଏକ ଗୁରୁତର ଅନ୍ୟାୟ  । ସମଗ୍ର ଦେଶ ଭିନେଶଙ୍କ ସହିତ ଛିଡା ହୋଇଛି  । ଭାରତ ସରକାର ତୁରନ୍ତ ହସ୍ତକ୍ଷେପ କରିବା ଉଚିତ ଏବଂ ଯଦି ଏହି ମାମଲା ଗ୍ରହଣ ନହୁଏ ତେବେ ଅଲିମ୍ପିକ୍ସକୁ ବହିଷ୍କାର କରିବା ଉଚିତ।

ଭିନେଶ ଫୋଗାଟଙ୍କ ଅଯୋଗ୍ୟତା ଉପରେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ଯେ ସେ ବିଶ୍ୱର ନମ୍ବର ୱାନ ରେସଲରଙ୍କୁ ପରାସ୍ତ କରି ଏପର୍ଯ୍ୟନ୍ତ ପହଞ୍ଚିଛନ୍ତି । ସମଗ୍ର ଦେଶରେ ଖୁସିର ଲହରୀ ଖେଳିଯାଇଥିଲା  । କିନ୍ତୁ ଏବେ ଏହି ଖବର ଦୁଃଖଦାୟକ  । ଭିନେଶ ତାଙ୍କ ପରିଶ୍ରମର ଫଳ ପାଇଲେ ନାହିଁ।

ସେଫ୍‌ ହାଉସ ନୁହେଁ ଭୁଲ ଭୁଲୈୟାରେ ରହୁଛନ୍ତି ଶୈଖ ହସିନା, କେହିବି ପହଞ୍ଚିବା ଅସମ୍ଭବ

ଢାକା: ବାଂଲାଦେଶ ଛାଡି ସାରିଲେଣି ଶୈଖ ହସିନା । ଦେଶ ଛାଡିବା ପରେ ଏବେ ଭାରତ ତାଙ୍କୁ ଶରଣ ଦେଇଛି । ଗାଜିଆବାଦର ହିଣ୍ଡନ ଏୟାରବେସ୍‌ର ସେଫ୍‌ ହାଉସରେ ତାଙ୍କୁ ଶରଣ ଦେଇଛି ଭାରତ ସରକାର । ଶେଖ ହସିନା ଦ୍ବିତୀୟ ରାତି କାଟିଛନ୍ତି । ଏହା ଏକ ଏଭଳି ନିରାପଦ ସ୍ଥାନ ଯାହା କୌଣସି ଭୁଲ ଭୁଲୈୟା ଠୁ କମ ନୁହେଁ । ଏହା ଏକ ଏଭଳି ନିରାପଦ ସ୍ଥାନ ଯେଉଁଠାରେ ଏକ ଚଢେଇ ମଧ୍ୟ ପହଞ୍ଚି ପାରିବନି ।

ହିଣ୍ଡନ ଏୟାରବେସ୍‌ ବାହାରେ ସବୁକିଛି ସାମାନ୍ୟ ଦେଖାଯାଉଥିବାବେଳେ ଭିତରେ କିନ୍ତୁ ସୁରପକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ନିରାପଦ ହାଉସ୍‌ ପର୍ଯ୍ୟନ୍ତ କୌଣସି ସାଧାରଣ ଲୋକକୁ ଯିବାକୁ ଅନୁମତି ଦିଆଯାଇନାହିଁ । କେତେ କିଲୋମିଟର ପର୍ଯ୍ୟନ୍ତ ଗଲା ପରେ ସେଫ୍‌ ହାଉସ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡେ । ଏହା କେବଳ କେତେକ ସ୍ଥାୟୀ କର୍ମଚାରୀଙ୍କୁ ହିଁ ଜଣା ।

ବାଂଲାଦେଶର ବାୟୁସେନା ବିମାନରେ ଭଉଣୀ ରିହାନାଙ୍କ ସହ ସୋମବାର ଗାଜିଆବାଦର ହିଣ୍ଡନ ଏୟାର ବେସ୍‌ରେ ପହଞ୍ଚିଛନ୍ତି ହସିନା । ତାଙ୍କ ସୁରକ୍ଷା ଦାୟିତ୍ବରେ ବାୟୁସେନାର ଗରୁଡ କମାଣ୍ଡୋ ନିୟୋଜିତ ଅଛନ୍ତ । ଶତ୍ରୁଙ୍କ ପାଇଁ କାଳ ସାଜିଥାନ୍ତି ଗରୁଡ କମାଣ୍ଡୋ । ଜଳରୁ ନେଇ ଆକାଶ ମାର୍ଗ ପର୍ଯ୍ୟନ୍ତ ଶତ୍ରୁଙ୍କ ହୋସ୍‌ ଉଡାଇ ଦିଅନ୍ତି ଗରୁଡ କମାଣ୍ଡୋ ।

ଏହାରି ମଧ୍ୟରେ ଶୈଖ ହସିନା ହିଣ୍ଡନ ଏୟାରବେସ ମଧ୍ୟରେ ଥିବା ସପିଂ କମ୍ଲେକ୍ସରେ କିଣାକିଣି କରୁଥିବା ଦେଖିବାକୁ ମିଳିଛି । ହିଣ୍ଡନ ଏୟାରବେସ୍‌ର ମୁଖ୍ୟ ଦ୍ବାରରୁ ଭିତର ପର୍ଯ୍ୟନ୍ତ ସବୁଠି ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । କାହାକୁ ମଧ୍ୟ ସେଫ୍‌ ହାଉସ୍‌ ପର୍ଯ୍ୟନ୍ତ ଯିବାକୁ ଅନୁମତି ନାହିଁ । ଶୁଣିବାକୁ ମିଳୁଛି ହସିନା ତାଙ୍କ ଭଉଣୀଙ୍କ ସହ ହିଣ୍ଡନ ଏୟାରବେସ୍‌ରେ ଆଉ କିଛି ଦିନ ରହିପାରନ୍ତି ।

ନିଶ୍ଚିତ ପଦକରୁ ବ୍ଞ୍ଚିତ ହେବା ପରେ ଅସୁସ୍ଥ ଭିନେଶ ଫୋଗଟ

ନୂଆଦିଲ୍ଲୀ:  ନିଶ୍ଚିତ ପଦକରୁ ବଂଚିତ ହେବା ପରେ ଅସୁସ୍ଥ ହୋଇପଡିଛନ୍ତି ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ଅଯୋଗ୍ଯ ଘୋଷିତ ହେବା ଶୁଣିବା ପରେ ସେ ବେହୋସ ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରରେ ଜଳୀୟ ଅଂଶ କମିଯିବାରୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ତରଳ ଖାଦ୍ଯ ଦିଆଯାଇଛି । ତେବେ ନିଶ୍ଚିତ ପଦକ ଦୌଡରେ ଥିବା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ଆଜି ଲାଗିଥିଲା ଶକ୍ତ ଝଟକା । ମହିଳା ୫୦ ବର୍ଗରେ କୁସ୍ତିରେ ମାତ୍ର ଶହେ ଗ୍ରାମ ଓଜନ ବୃଦ୍ଧି ପାଇଁ ଭିନେଶଙ୍କୁ ଅଯୋଗ୍ଯ ଘୋଷଣା କରାଯାଇଥିଲା ।

ଗତକାଲି ସେ ସେମିଫାଇନାଲ ରାଉଣ୍ଡ ଜିତି ଫାଇନାଲକୁ ଯାଇଥିଲେ । ସେମିଫାଇନାଲରେ କ୍ୟୁବାର ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ହରାଇଥିଲେ। ଆଜି ରାତିରେ ଫାଇନାଲ ମୁକାବିଲା ଥିଲା । ହେଲେ ତାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ଅଲିମ୍ପିକ୍ସ କମିଟି ଅଯୋଗ୍ଯ ଘୋଷଣା କରି ସାରାଦେଶକୁ ସ୍ତବ୍ଧ କରିଦେଇଛି । ଆଜି ଜିତିଥିଲେ ଭିନେଶ ସ୍ବର୍ଣ୍ଣ ଏବଂ ପରାସ୍ତ ହୋଇଥିଲେ ରୋପ୍ଯ ପଦକ ଜିତିଥାନ୍ତେ । ହେଲେ ଦେଶ ତଥା ଭିନେଶଙ୍କ ସ୍ବପ୍ନ ଧୂଳିସାତ ହୋଇଯାଇଛି । ସେପଟେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଏହା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର କରାଯାଇଛି ।

ଅନ୍ୟପକ୍ଷରେ ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା ପରେ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେ ଲେଖିଛନ୍ତି ଯେ, ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ ପୂର୍ବରୁ ଅଯୋଗ୍ୟ ଘୋଷଣା ଶୁଣିବା ଦୁଃଖ ଦାୟକ ।

 

ବିହାରରେ ଜଙ୍ଗଲ ରାଜ, ସ୍କୁଲରେ ସପ୍ତାହେ ହେଲା ବନ୍ଧକ ଅଛନ୍ତି ୨୫୦ ବିଦ୍ୟାର୍ଥୀ !

ପାଟନା : ବିହାରର ବେଗୁସରାୟରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦବଙ୍ଗଗିରି ପାଇଁ ସପ୍ତାହେ ବେ ସ୍କୁଲରେ ବନ୍ଧକ ହୋଇ ରହିଛନ୍ତି ୨୫୦ ଛାତ୍ରଛାତ୍ରୀ । ଏପରି ଅବସ୍ଥା ଯେ, ନା ପିଲାମାନେ ନିଜ ଘରକୁ ଯାଇ ପାରୁଛନ୍ତି, ନା ତାଙ୍କ ଅଭିଭାବକ ସେମାନଙ୍କ ପାଖକୁ ଆସିପରୁଛନ୍ତି । ପାଖାପାଖି ୭ ଦିନ ଧରି ବିଦ୍ୟାଳୟରେ ଅତି ଦୟନୀୟ ସ୍ଥିତିରେ ବନ୍ଧକ ଭାବେ ରହିଛନ୍ତି ବିଦ୍ୟାର୍ଥୀ । ପୋଲିସକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ସତ୍ତ୍ୱେ ଛାତ୍ରଛାତ୍ରୀଙ୍କୁ ମୁକୁଳାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

ଘଟଣାଟି ଶାହେବପୁରର କମାଲ ଥାନା ସ୍ଥିତ ସମସ୍ତିପୁର ଗାଁର । ଏଠାରେ ଥିବା ଆଞ୍ଚଳିକ ବିଦ୍ୟାଳୟରେ ପାଖାପାଖି ୭୦୦ ପିଲା ପାଠ ପଢନ୍ତି । ଏଥି ମଧ୍ୟରୁ ୨୫୦ ପିଲା ସ୍କୁଲ ପରିସରରେ ରହିବା ସହ ପାଠ ପଢି ଥାନ୍ତି । କିଛି ଦିନ ତଳେ ସେହି ଅଞ୍ଚଳରେ କିଛି ପ୍ରଭାବଶାଳୀ ଲୋକ ଦବଙ୍ଗଗିରି ଦେଖାଇ ସ୍କୁଲ ରାସ୍ତା ଅବରୋଧ କରି ରଖିବା ସହ ସ୍ଥାନେ ସ୍ଥାନେ ଗାତ କରି ଦେଇଛନ୍ତି । ଏହାଛଡା ସ୍କୁଲ ଗେଟ ବାହାରେ ବୁଲଡୋଜର ରଖି ମୁଖ୍ୟଫାଟକ ବନ୍ଦ କରିଦେଇଛନ୍ତି । ଯାହା ଫଳରେ ସ୍କୁଲରେ ରହୁଥିବା ଛାତ୍ରଛାତ୍ରୀ ବାହାରକୁ ଆସି ପାରୁନାହାନ୍ତି ।

ପୋଲିସ କର୍ମଚାରୀ ଓ ଅନ୍ଯ ବ୍ଯକ୍ତିଙ୍କର କେମିତି ହେଲା ମୃତ୍ଯୁ ? କିଏ ମାରିଲା ଗୁଳି ?

ସୋନପୁର : ବିନିକା ଚୁଲିମାଲରେ ଗୁଳିକାଣ୍ଡ ଘଟଣାରେ ପୋଲିସ କର୍ମଚାରୀ ଓ ଅନ୍ଯଜଣେ ବ୍ଯକ୍ତିଙ୍କର କେମିତି ହେଲା ମୃତ୍ଯୁ ତାହାର ତଦନ୍ତ କରୁଛି ପୋଲିସ। ମୃତଦେହ ନିକଟରୁ ମିଳିଛି ପୋଲିସ ସର୍ଭିସ ରିଭରବଲ । ରିଭରବଲରୁ ଗୁଳି ହୋଇଥିବା ସନ୍ଦେହ କରାଯାଉଥିବାବେଳେ ଏଯାଏ ସ୍ପଷ୍ଟ ସୂଚନା ମିଳିପାରିନି । ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ଛାନବିନ ଚଳାଇଛି ପୋଲିସ । ଗତକାଲି ସନ୍ଧ୍ଯାରେ ଗାଁର ଏକ ଖୋଲା ପଡିଆରେ ମନୋଜ ଝାଙ୍କର ଓ ଶେଷଦେବ ଝାଙ୍କର ମୃତଦେହ ପଡ଼ିଥିଲା ।

ପୋଲିସ କର୍ମଚାରୀ ହୋଇଥିବାବେଳେ ମନୋଜ ତାଙ୍କର ସମ୍ପର୍କୀୟ ଭାଇ ହୋଇଥିବା ଜଣାପଡ଼ିଛି । ତେବେ କିଏ କାହାକୁ ଗୁଳି କରିଛି ତାହା ଜଣାପଡ଼ିନି । ଏସପି ଓ ଆଇଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଆଇଜି ହିଂମାଶୁ ଲାଲ କହିଛନ୍ତି, ଘଟଣାର ତଦନ୍ତ ହେଉଛି । ତଦନ୍ତ ପରେ ସତ ଜଣାପଡ଼ିବ । ଡାକ୍ତରଖାନାରେ ମୃତଦେହ ରଖାଯାଇଥିବାବେଳେ ଏହି ଘଟଣା ସାରା ରାଜ୍ଯରେ ଚାଞ୍ଚଲ୍ଯ ସୃଷ୍ଟି କରିଛି ।

୯୯ ରାଣୀଙ୍କ ରାଜା ଥିଲା ରସିକନାଗର ! ଖୋଲୁଛି ରଙ୍ଗିଲା ରୋମିଓ ସତ୍ୟଜିତର ଗୁମର

ଭୁବନେଶ୍ୱର : ୯୯ ରାଣୀଙ୍କ ରାଜା ଥିଲା ରସିକନାଗର ! ରିମାଣ୍ଡରେ ଆସି ରଙ୍ଗିଲା ରୋମିଓ ସତ୍ୟଜିତ ସାମଲର ପୋଲିସ ଖୋଲୁଛି ଗୁମର । ସତ୍ୟଜିତର ଚନ୍ଦ୍ରଶେଖରପୁର ଭଡାଘରେ ତଲାସୀବେଳେ ପୋଲିସ ହାତରେ ଲାପଟପ, ଚେକବୁକ, ପାସବୁକ, ପେନ ଡ୍ରାଇଭ, ହାର୍ଡଡିସ୍କ ଲାଗିଛି । ଘରୁ ପାସପୋର୍ଟ ସହ ଗୋଟିଏ କଳା ରଙ୍ଗର ଗୁପ୍ତ ଡାଏରି ବି ମିଳିଛି । ଯାହାକୁ ସେ ସ୍ତ୍ରୀ ବୋଲି କହୁଛି ତାର ପାସପୋର୍ଟ ଜବତ କରିଛି ପୋଲିସ । ଏହା ସହିତ ବିଭିନ୍ନ ବ୍ୟାଙ୍କର ଏଟିଏମ, ଷ୍ଟାମ୍ପ ପେପର, ଝିଅ ଓ ମହିଳାଙ୍କ ଫଟୋ ଜବତ କରିଛି ପୋଲିସ ।

ସତ୍ୟଜିତ ଆଠ ପ୍ରକାର ଭାଷା ଜାଣିଥିବା ପୋଲିସ ଆଗରେ କହିଛି । ସାଉଦି ଆରବ, ଲଣ୍ଡନ ବୁଲିଛି ସତ୍ଯଜିତ । ହୋଟେଲ ୱେଟରଠାରୁ କାମ ଆରମ୍ଭ କରି ମ୍ୟାନେଜର ପର୍ଯ୍ୟନ୍ତ ପହଞ୍ଚିଥିଲା । ଫରେନ ଯୁବତୀଙ୍କ ସହ ମଧ୍ୟ ସମ୍ପର୍କ ନେଇ ଖୋଳତାଡ଼ କରୁଛି ପୋଲିସ । ଅନ୍ଯପଟେ ଆଜି ସରୁଛି ସତ୍ୟଜିତର ଦୁଇଦିନିଆ ରିମାଣ୍ଡ । ଗତକାଲିଠାରୁ ରିମାଣ୍ଡରେ ଆଣି ଝାଳବୁହା ଜେରା କରୁଛି ପୋଲିସ । ଆବଶ୍ୟକସ୍ଥଳେ ପୁଣି ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କହିଛି ।

ଓଜନ କମ କରିବା ପାଇଁ କେଶ, ନଖ କାଟିବା ସହିତ ରକ୍ତ କାଢ଼ିଥିଲା ଭିନେଶ କିନ୍ତୁ…

ନୂଆଦିଲ୍ଲୀ : ଭିନେଶ ଫୋଗଟଙ୍କୁ ବଡ଼ ଝଟକା ।  ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କୁ ଡିସକ୍ୱାଲିଫାଏଡ୍ ଘୋଷିତ କରାଯାଇଛି । ୫୦ କେଜିରୁ ଅଧିକ ଓଜନ ପାଇଁ ମେଡାଲ ହାତେବାରୁ ବାଦ ପଡିଲେ ରେସଲର ଭିନେଶ ଫୋଗଟ । ପ୍ରି କ୍ବାର୍ଟର ଏବଂ କ୍ବାର୍ଟର ଫାଇନାଲରେ ବିଜୟୀ ଭାରତର ଏହି ମହିଳା ରେସଲର ସେମି ଫାଇନାଲରେ ମଧ୍ୟ ଦମଦାର ବିଜୟ ହାସଲ କରିଥିଲେ । କିନ୍ତୁ ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ଭାରତର ସ୍ୱର୍ଣ୍ଣ ସ୍ୱପ୍ନ ଚୁରମାର୍ ହୋଇଗଲା  ।

ସୂଚନା ଅନୁସାରେ ମଙ୍ଗଳବାର ରାତିରେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ଓଜନ ୨ କିଲୋ ଅଧିକ ଥିଲା  । ଯାହାକୁ କମ୍ କରିବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ  । ରିପୋର୍ଟ ମୁତାବକ ସେମିଫାଇାଲ ମ୍ୟାଚ ସମୟରେ ସେ ୫୨ କେଜି ଓଜନ ଥିଲେ ଏବଂ ଏହି ୨ କିଲୋ ଅଧିକ ଓଜନ କମ୍ କରିବା ପାଇଁ ସେ ନିଜ ରକ୍ତ ମଧ୍ୟ କାଢିଥିଲେ  ।

ମିଡିଆ ରିପୋର୍ଟ ଅନୁସାରେ ଭିନେଶ ସେମିଫାଇନାଲ ଜିତିବା ପରେ କୌଣସି  ବିଶ୍ରାମ ନେଇ ନଥିଲେ ବରଂ ରାତିସାରା ଜଗିଂ, ସାଇକଲିଂ ଏବଂ ସ୍କିପିଙ୍ଗ କରି ନିଜର ଅତିରିକ୍ତ ଓଜନ କମ୍ କରିବାକୁ ଚେଷ୍ଟା କରିଥିଲେ  । ଖାଲି ଏତିକି ନୁହେଁ ସେ ନିଜ ଚୁଟି ଏବଂ ନଖ ମଧ୍ୟ କାଟି ଦେଇଥିଲେ । ଏଥି ସହିତ ନିଜ ଶରୀରରୁ ରକ୍ତ ମଧ୍ୟ କାଢି ଦେଇଥିଲେ । ହେଲେ ଏତେ ପ୍ରଚେଷ୍ଟା ପରେ ମଧ୍ୟ ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ  ତାଙ୍କୁ ଅଯୋଗ୍ଯ ଘୋଷିତ କରାଯାଇଛି ।

ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଡିସକ୍ବାଲିଫାଏଡ୍, ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ନବୀନ

ନୂଆଦିଲ୍ଲୀ : ପ୍ଯାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଡିସକ୍ବାଲିଫାଏଡ୍ । ଫାଇନାଲ ଆଗରୁ ଭାରତକୁ ବଡ଼ ଝଟକା । ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ଯ ହେଲେ ଘୋଷିତ । ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ଡିସକ୍ବାଲିଫାଏଡ୍ ଘୋଷିତ ହେଲେ । ୫୦ କିଲୋ ବର୍ଗରେ ଫାଇନାଲକୁ ଯାଇଥିଲେ ଭିନେଶ । ଗତକାଲି ଫାଇନାଲକୁ ଯାଇଥିଲେ ଫୋଗଟ । ଆଜି ରାତିରେ ହୋଇଥାନ୍ତା ଫାଇନାଲ ମୁକାବିଲା, ହେଲେ ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ଚୁରମାର୍ ହୋଇଗଲା ଭାରତର ସ୍ୱର୍ଣ୍ଣ ସ୍ୱପ୍ନ। ଜିତିଥିଲେ ସୁନା ନଚେତ୍ ହାରିଥିଲେ ରୌପ୍ଯ ଜିତିଥାନ୍ତେ ଫୋଗଟ୍  । ନିଶ୍ଚିତ ପଦକରୁ ବଞ୍ଚିତ ହେଲେ ଭିନେଶ ଫୋଗଟ ।

ଅନ୍ୟପକ୍ଷରେ ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା ପରେ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେ ଲେଖିଛନ୍ତି ଯେ, ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ ପୂର୍ବରୁ ଅଯୋଗ୍ୟ ଘୋଷଣା ଶୁଣିବା ଦୁଃଖ ଦାୟକ ।

ନାବାଳକକୁ ଚୋରି କରି ଦଶପଲ୍ଲାରେ ବିକିଦେଇଥିଲା ଦଲାଲ

କଟକ : କଟକରେ ପିଲା ଚୋରି । ନାବାଳକକୁ ଚୋରି କରି ଦଶପଲ୍ଲାରେ ବିକିଦେଇଥିଲା ଦଲାଲ । ପରିବାର ଲୋକଙ୍କ ଅଭିଯୋଗ ପରେ ପିଲାଙ୍କୁ ଉଦ୍ଧାର କଲା ପୋଲିସ । କଟକ ସଦର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ନିଛିପୁରଠାରେ ଏକ ଇଟାଭାଟିରେ ନବରଙ୍ଗପୁରର ମଙ୍ଗଳ ସିଂ କାମ କରୁଥିଲେ  । ଗତ ଶୁକ୍ରବାର ତାଙ୍କ ଦୁଇ ପୁଅ ଖେଳୁଥିବା ସମୟରେ ସେହି ଅଞ୍ଚଳରେ କାମ କରୁଥିବା ବଲାଙ୍ଗୀର ଜିଲ୍ଲାର ଜଣେ ମହିଳା ଉଭୟଙ୍କୁ ଚୋରି କରିନେଇଥିଲେ । ଉଭୟଙ୍କୁ ଚୋରି କରି ସେ କାମ କରୁଥିବା ଏକ ପାଣିପାଉଚ୍ କମ୍ପାନୀରେ ଲୁଚାଇ ରଖିଥିଲେ ।

ପରେ ୬ ବର୍ଷୀୟ ନାବାଳକକୁ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ବିକ୍ରି କରିଦେଇଥିଲେ । ବଡ଼ ପୁଅ ଅପହରକାରୀ ମହିଳାଙ୍କ କବଳରୁ ଖସିଆସି ସବୁକଥା କହିବା ପରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ଦଶପଲ୍ଲାରୁ ନାବାଳକୁ ଉଦ୍ଧାର କରିଛି । ଅପରହଣକାରୀ ମହିଳାଙ୍କ ସମେତ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି । ମହିଳାଜଣଙ୍କ କେଉଁ ଉଦ୍ଦେଶ୍ଯରେ ନାବାଳକଙ୍କୁ ଗିରଫ କରିଥିଲେ, ତାଙ୍କ ସହ ଆଉ କିଏ ସଂପୃକ୍ତ ରହିଛି କି ନାହିଁ ସେନେଇ ତଦନ୍ତ କରୁଛି ପୋଲିସ ।

ଖୋର୍ଦ୍ଧା ୫୭ ନମ୍ବର ରାଜପଥରେ ୪ ଫୁଟର ପାଣି

ଖୋର୍ଦ୍ଧା : ଲଗାଣ ବର୍ଷାରେ ବେହାଲ ଖୋର୍ଦ୍ଧା ଅଞ୍ଚଳ । ପ୍ରବଳ ବର୍ଷା ଯୋଗୁଁ ୫୭ନ ଜାତୀୟ ରାଜପଥରେ ରାସ୍ତା ଉପରେ ୪ଫୁଟର ପାଣି। ଖୋର୍ଦ୍ଧା ନୟାଗଡ଼, ଖୋର୍ଦ୍ଧା ବାଙ୍କୀ ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି। ଉଭୟ ପାର୍ଶ୍ଵରେ ଯାନବାହାନ ଅଟକିଛି। ବାଘମାରି ରାସ୍ତାରେ ବର୍ଷା ଜଳ ପ୍ରବାହିତ ହେଉଛି। ଲଗାଣ ବର୍ଷା ଫଳରେ ପାଣିର ସ୍ରୋତ ବଢ଼ି ବଢ଼ି ଚାଲିଛି।

ଭୁବନେଶ୍ୱର ପଟୁ ଯାଉଥିବା ସମସ୍ତ ବସ ଟ୍ରକ କାର ୨ଚକିଆ ଯାନବାହନ ଅଟକି ରହିଛି। ଏବେ ବି ରାସ୍ତା ଉପରେ ୪ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ଖୋର୍ଦ୍ଧା ପଟୁ ବାଙ୍କୀକୁ ଯାଉଥିବା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବାଙ୍କୀ, ସିମୋରୋ ରାସ୍ତାରେ ପାଣି ଚାଲିଛି। ଗାଁରେ ପାଣି ପଶିବା ସହ ଲୋକମାନଙ୍କ ଘର ଭିତରେ ବର୍ଷା ପାଣି ପଶିଛି। ଏହାସହ ପାଣିରେ ଭାସିଆସି ମାଛ ପଡ଼ିଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।