ରାଉରକେଲା : ରାଉରକେଲା ସହର ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବ୍ରାହ୍ମଣୀ ନଦୀର ବନ୍ୟାଜଳ ବାଲୁଘାଟ ଅଞ୍ଚଳରେ ପ୍ରବେଶ କରିଛି । ବାଲୁଘାଟ ଅଞ୍ଚଳର ୬ ଟି ଘର ଵନ୍ୟାଜଳ ଘେରରେ ରହିଛି । ଲଗାଣ ଵର୍ଷା ଯୋଗୁଁ ମନ୍ଦିରା ଡ୍ୟାମର ଜଳସ୍ତର ବୃଦ୍ଧି ପାଉଥିବାରୁ ମନ୍ଦିରା ଡ୍ୟାମର ୧୧ ଟି ଗେଟ ୪ ଫୁଟ ଯାଏଁ ଖୋଲା ଯାଇଛି। ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି। ମନ୍ଦିରା ଡ୍ୟାମର ଜଳସ୍ତର ୬୮୨.୬୦ ଫୁଟ ରହିଛି।
ପୋଲିସ ବିରୋଧରେ ଏକାଠି ହେଲେ ଶିକ୍ଷକ
ନନ୍ଦିଘୋଷ ବ୍ୟୁରୋ: ପୋଲିସ ବିରୋଧରେ ଏକାଠି ହେଲେ ଶିକ୍ଷକ । ସ୍କୁଲରୁ ଶିକ୍ଷକଙ୍କୁ ଉଠାଇନେବା ଘଟଣାରେ ପ୍ରତିବାଦ । ୩ଦିନ ମଧ୍ଯରେ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଶିକ୍ଷକ ସଂଘ । ଗତକାଲି ସୋର ପୋଲିସ ରାଧାନାଥ ପ୍ରାଥମିକ ବିଦ୍ୟାଳୟର ୧୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର କର୍ମଚାରୀଙ୍କୁ ଉଠାଇ ଥାନାରେ ଅଟକ ରଖିଛି । ପ୍ରତିବାଦରେ ଆଜି ସୋର ଶିକ୍ଷକ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଡ଼କାଇ ପୋଲିସର କାର୍ଯ୍ଯକୁ ନିନ୍ଦା କରିବା ସହ କାର୍ଯ୍ଯାନୁଷ୍ଠାନ ଦାବି କରାଯାଇଛି । ୩ ଦିନ ମଧ୍ଯରେ ପଦକ୍ଷେପ ନିଆ ନଗରେ ପାଠପଢା ବନ୍ଦକରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିବାତୁ ଚେତାବନୀ ଦିଆଯାଇଛି । ଏହା ଶିକ୍ଷକ ଜାତି ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି ।
ହାଇଦ୍ରାବାଦରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ
ନନ୍ଦିଘୋଷ ବ୍ୟୁରୋ: ହାଇଦ୍ରାବାଦରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ । କୁମାରପଡାର ପହଲ୍ଲାଦ ନାଏକ ଦୁଇ ମାସ ତଳେ ଗାଁ ଲୋକଙ୍କ ସହ ହାଇଦ୍ରାବାଦକୁ ଦାଦନ ଖଟି ଯାଇଥିଲେ। ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ହାଇଦ୍ରାବାଦ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗେ ନିଜ ଖର୍ଚ୍ଚରେ ମୃତଦେହ ଗାଁକୁ ଆଣିଥିଲେ । ମୃତଦେହ ପହଞ୍ଚିବା ପରେ ପରିବାର ଓ ଗାଁରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ । ପହଲ୍ଲାଦଙ୍କ ପରିବାର ମାଟି ତିଆରି ସାମଗ୍ରୀ କରି ଜୀବନ ଅତିବାହିତ କରନ୍ତି । ଅନ୍ୟପକ୍ଷରେ ସେ ଯେଉଁ କମ୍ପାନୀରେ କାମ କରୁଥିଲେ ସେ କୋଣସି କ୍ଷତିପୂରଣ କିମ୍ବା ସହାୟତା ଦେଇନାହିଁ । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଶୋକକୁଳ ପରିବାର କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି ।
କେଦାରନାଥରେ ଫସିଥିବା କେନ୍ଦୁଝରର ୪ କାଉଡିଆଙ୍କୁ କରାଯାଇପାରେ ଏୟାରଲିଫ୍ଟ
ନନ୍ଦିଘୋଷ ବ୍ୟୁରୋ: କେଦାରନାଥରେ ଫସିଥିବା କେନ୍ଦୁଝରର ୪ କାଉଡିଆଙ୍କୁ କରାଯାଇପାରେ ଏୟାରଲିଫ୍ଟ। ଏନେଇ ରୁଦ୍ରପ୍ରୟାଗ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ରୁଦ୍ରପ୍ରୟାଗ ଜିଲ୍ଲାପାଳଙ୍କ ସହ ରେସ୍କ୍ୟୁ ପ୍ରସଙ୍ଗରେ କଥା ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ । ପାଗ ଅନୁକୂଳ ହେଲେ ସେମାନଙ୍କୁ ଉଦ୍ଧାର କରାଯିବା ସମ୍ଭାବନା ରହିଛି। କାଉଡିଆଙ୍କ ମଧ୍ଯରେ ତେଲକୋଇ ବ୍ଲକର ୩ଜଣ ଓ ସଦର ବ୍ଲକର ଜଣେ ଥିବା ସୂଚନା ମିଳିଛି। ଗତ ୨୭ ତାରିଖରୁ ଯାଇଥିଲେ ତେବେ ରାସ୍ତାରେ ଭୂସ୍ଖଳନ ହେବାରୁ ଖାଇବା ପିଇବାକୁ ନପାଇ ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି ।ଦୀର୍ଘ ୪ ଜଣ ହେବ ସେମାନେ ଫସି ରହିଥିବା ଖବର ମିଳିଛି।ସେମାନେ ହେଲେ ତେଲକୋଇ ସରୁଆଳିର କାର୍ତିକେଶ୍ୱର ଖିଲାର, ଜଗମୋହନପୁରର ସଦାନନ୍ଦ ସାହୁ, ଦୋବଲାପାଳ ଚନ୍ଦ୍ରଶେଖରପୁରର ମହେଶ୍ୱର ପ୍ରଧାନ ଏବଂ କେନ୍ଦୁଝର ସଦର ବ୍ଲକ କେମ୍ପସଢାର ଋଷିନାଥ ମହାନ୍ତ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବାବେଳେ ସେମାନେ ଖାଇବା ପିଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେଠାରେ ପ୍ରାୟ ୨୦୦ରୁ ଅଧିକ ଲୋକ ଫସି ରହିଥିବା ପରିବାର ଲୋକେ କହିଛନ୍ତି।ତେଲକୋଇ ଜଗମୋହନପୁର ପଞ୍ଚାୟତ ସରପଞ୍ଚ ଗୋବିନ୍ଦ ପ୍ରଧାନ ତେଲକୋଇ ତହସିଲଦାରଙ୍କୁ ଏବାଦରେ ଲେଖି ପ୍ରସାଶନର ପଦକ୍ଷେପ ଲୋଡିଛନ୍ତି। ତେଲକୋଇ ତହସିଲଦାର ଅନୁପମା ମୁର୍ମୁ ଏବାବଦରେ ଜିଲ୍ଲା ପ୍ରଶାସନକୁ ଜଣାଇ ଥିବା କହିଛନ୍ତି। ପରିବାର ଲୋକେ ଚିନ୍ତାରେ ରହିଛନ୍ତି।
କାର ଉପରେ ଓଲଟିପଡ଼ିଲା ଟ୍ରେଲର
ନନ୍ଦିଘୋଷ ବ୍ୟୁରୋ: କାର ଉପରେ ଓଲଟିପଡ଼ିଲା ଟ୍ରେଲର। ଦୁର୍ଘଟଣା ପରେ ଜଳୁଛି କାର। ଭୁବନେଶ୍ଵର-କଟକ ମଧ୍ୟରେ ୧୬ ନମ୍ବର ଜାତୀୟ ପଥରେ ଘଟିଛି ଏ ଦୁର୍ଘଟଣା। ଜାତୀୟ ରାଜପଥ ର ବାଲିକୁଦା ଛକରେ କାର ଉପରେ ଓଲଟି ପଡିଲା ଟ୍ରଲର। ଜାତୀୟ ରାଜପଥରେ ଟ୍ରାଫିକ ଜାମ। ଘଟଣାସ୍ଥଳରେ ପହଁଚି ଟ୍ରାଫିକ ନିୟତ୍ରଣ କରୁଛି କଟକ ସଦର ପୋଲିସ।
ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପ୍ରସଙ୍ଗରେ ସମୀକ୍ଷା କରି ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଗୁଡିକ ଉପରେ ଗୁରୁତ୍ୱପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଆଗାମୀ ୫ ବର୍ଷରେ ରାଜ୍ୟରେ ୩.୫ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ରଗୁଡିକରେ ଅଧିକ ନିଯୁକ୍ତି ସମ୍ଭାବନା ରହିଛି। ତେଣୁ ଏ ସବୁ କ୍ଷେତ୍ରରେ କିପରି ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏ ସବୁ କ୍ଷେତ୍ରରେ ଓଡିଆ ଉଦ୍ୟୋଗୀମାନଙ୍କୁ ଶିଳ୍ପ ସ୍ଥାପନ ପାଇଁ ଉତ୍ସାହିତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ବିଭିନ୍ନ ଆଗ୍ରହୀ ଶିଳ୍ପ ସଂସ୍ଥା ସହିତ ଆଲୋଚନା କରାଯାଇ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ।ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ବିଭିନ୍ନ କ୍ଷେତ୍ରର ଶିଳ୍ପ ପ୍ରତିଷ୍ଠାରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉପସ୍ଥାପନା କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୯୮୯ଟି ଶିଳ୍ପ ପ୍ରତିଷ୍ଠା ପାଇଁ ଆବେଦନ ଆସିଥିବା ବେଳେ ୬୭୪ଟି ପ୍ରକଳ୍ପ ସିଙ୍ଗିଲ ୱିଣ୍ଡୋ ଅଥରିଟି ଦ୍ୱାରା ଅନୁମୋଦନ ପାଇଛି। ସେଥି ମଧ୍ୟରୁ ୩୫୨ଟି ପ୍ରକଳ୍ପକୁ ଜମି ହସ୍ତାନ୍ତର କରାଯାଇଛି। ଏତଦ୍ ବ୍ୟତିତ ୧୮୩ଟି ପ୍ରକଳ୍ପ ଶିଳ୍ପ ସ୍ଥାପନ ପାଇଁ କାମ ଆରମ୍ଭ ହୋଇଛି। ୭୪ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି।ସେହିପରି ରାଜ୍ୟରେ ୧୨ଟି ବୈଦେଶିକ ପୁଞ୍ଜି ବିନିଯୋଗ ପ୍ରସ୍ତାବ ରହିଛି । ୪୧ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ନିବେଶ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଶିଳ୍ପ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ଚୌଦ୍ଵାରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ
ନନ୍ଦିଘୋଷ ବ୍ୟୁରୋ: ଚୌଦ୍ଵାରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ। କେରଳ ବିଭୀଷିକାରେ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତ୍ଯୁ ଘଟିଥିଲା। ୱାୟନାଡରେ ଗତକାଲି ତାଙ୍କର ମୃତଦେହ ଓଡ଼ିଶା ଅଭିମୁଖେ ବାହାରିଥିଲା। ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗାଁରେ ଆସି ପହଞ୍ଚିଛି ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ। ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ମାଟିରୁ ପୁଅକୁ ଝୁରୁଛି ସାରା ଗାଁ। ଆମ୍ବୁଲାନ୍ସ ଯୋଗେ ଆସି ପ୍ରଥମେ ହାଇଟେକ ମେଡିକାଲରେ ପହଞ୍ଚିଥିଲା ମୃତଦେହ। ଏହାପରେ ଡାକ୍ତରଙ୍କ ଘର ଚୌଦ୍ଵାରରେ ଆସି ପହଞ୍ଚିଛି ମୃତଦେହ। ଗତକାଲି ଦିନ ୧୧ଟାରେ କେରଳରୁ ସଡ଼କପଥରେ ଆସି ପହଞ୍ଚିଛି ମୃତଦେହ। ଓଡ଼ିଶା ପରିବାର ସଂଗଠନ ସହାୟତାରେ ଆସିଲା ଡାକ୍ତରଙ୍କ ମୃତଦେହ।

