ସମ୍ବଲପୁର: ବିନା ଥଇଥାନରେ ବର୍ଷା ଦିନରେ ୧୦୨ ପରିବାରକୁ ବାସହରା କଲେ ସରକାର। ଉଚ୍ଛେଦ ପୂର୍ବରୁ ସ୍ଥାୟୀ ଥଇଥାନ କରିବାକୁ ଦାବି କରିଛନ୍ତି ସମ୍ବଲପୁର ସହରର ଲକ୍ଷ୍ମୀଡୁଙ୍ଗୁରୀ ଅଞ୍ଚଳବାସୀ। ସମ୍ବଲପୁର ଦେଇ ଯାଇଥିବା କୋଲକାତା – ମୁମ୍ବାଇ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଟନେଲ୍ ପ୍ରକଳ୍ପ ପାଇଁ ଲକ୍ଷ୍ମୀଡୁଙ୍ଗୁରୀରେ ରହୁଥିବା ୧୦୨ ପରିବାରଙ୍କୁ ଏନଏଚଆଇ ପକ୍ଷରୁ ଉଚ୍ଛେଦ ନୋଟିସ୍ ଦିଆଯାଇଛି । ପ୍ରାୟ ୮୦ ବର୍ଷ ଧରି ଲକ୍ଷ୍ମୀଡୁଙ୍ଗୁରୀରେ ଘର କରି ରହୁଥିବା ଅଞ୍ଚଳବାସୀଙ୍କୁ ବିନା କୌଣସି ସ୍ଥାୟୀ ଥଇଥାନ ନକରି ଉଚ୍ଛେଦ କରିବାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି । ଏ ନେଇ ପୂର୍ବରୁ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରିବା ପରେ ରଜସ୍ଵ ମନ୍ତ୍ରୀ ଉଚ୍ଛେଦ ପ୍ରକ୍ରିୟାକୁ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ, ଥଇଥାନ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ପ୍ରତିଶୃତି ଦେଇ କାମ ସାରିଦେଲେ ମନ୍ତ୍ରୀ l ସେପଟେ ଉଚ୍ଛେଦ କାର୍ଯ୍ୟ ପୂର୍ବରୁ ସ୍ଥାୟୀ ଥଇଥାନ ଦାବିରେ ଅଞ୍ଚଳର ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ହାତରେ ପ୍ଲା’କାର୍ଡ ଧରି ଉଚ୍ଛେଦକୁ ବିରୋଧ କରି ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି।
ପରୀକ୍ଷା ଆଗରୁ ମୋଟା ହୋଇଯାଇଥିଲି, ଜାଲିଆତି କରି ଚାକିରି ପାଇଥିବା ପ୍ରାର୍ଥୀ ଧରା ପଡ଼ିବା ପରେ ଦେଲେ ଏଭଳି ବାହନା
ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ ୟୁପିଏସସି ବହିଷ୍କୃତ ପରେ ଏବେ ନକଲି ପରୀକ୍ଷାର୍ଥୀଙ୍କ ଉପରେ ନଜର । ପରୀକ୍ଷାର୍ଥୀଙ୍କ ପ୍ରକୃତ ପରିଚୟ ଜାଣିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଭଳି ୧୨ ଜଣ ନକଲି ପରୀକ୍ଷାର୍ଥୀଙ୍କ ପରିଚୟ ମାମଲା ସାମନାକୁ ଆସିଛି । କେନ୍ଦ୍ର ସରକାରଙ୍କ ଚାକିରି ପାଇଁ ଏମାନଙ୍କ ଚୟନ ହୋଇଥିବାବେଳେ ଏବେ ରିଜେକ୍ଟ କରିଦିଆଯାଇଛି ।
କେନ୍ଦ୍ର ସରକାରଙ୍କ ଟେକନିକାଲ ବିଭାଗରେ ଏମାନେ ଯୋଗ ଦେଇଥାନ୍ତେ । କିନ୍ତୁ ଏହା ପୂର୍ବରୁ ନକଲି ପରୀକ୍ଷାର୍ଥୀଙ୍କ ପର୍ଦ୍ଦାଫାଶ ହୋଇଛି । ସମସ୍ତଙ୍କ ନିଯୁକ୍ତିକୁ ଜରୁରୀକାଳୀନ ପ୍ରଭାବରେ ସ୍ଥଗିତ ରଖାଯାଇଛି । କିଛି ମାମଲାରେ ପରୀକ୍ଷାର୍ଥୀ ଡକ୍ୟୁମେଣ୍ଟରେ ଜାଲିଆତି କରିଥିବାବେଳେ କିଛି ପରୀକ୍ଷାର୍ଥୀଙ୍କ ଫଟୋକପି ସେମାନଙ୍କ ଚେହେରା ସହ ମ୍ୟାଚ ହେଉ ନଥିବା ଘଟଣା ସାମନାକୁ ଆସିଛି ।
ଜଣେ ଅଧିକାରୀ କହିଛନ୍ତି ଯେ ସଫଳ ପରୀକ୍ଷାର୍ଥୀଙ୍କୁ ମଲ୍ଟି ଟାସ୍କିଂ ଷ୍ଟାଫ (ଟେକନିସିଆନ) ରୂପେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ଭେରିଫିକେସନ ପାଇଁ ଅଧିକାଂଶ ସେଠାକୁ ଆସିନଥିଲେ । ସେହିପରି ଭେରିଫିକେସନ ବେଳେ ଅଧିକାଂଶଙ୍କ ଫଟୋ ସହ ସେମାନଙ୍କ ମୁହଁ ମିଶି ନଥିଲା । ଏହାର କାରଣ ସେମାନେ ବହୁତ ଅଜୀବ ବାହାନା କରିଥିଲେ । କେହି କହିଥିଲେ ମୋର ପରୀକ୍ଷା ପୂର୍ବରୁ ଓଜନ ବୃଦ୍ଧି ହୋଇଛି ତ ଆଉ କେହି ହେୟାରଷ୍ଟାଇଲ ବଦଳି ଯାଇଥିବା କହିଥିଲେ ।
ବିଗ୍ ବସ୍ ଟ୍ରଫି କାହିଁକି ଜିତି ପାରିଲେ ନାହିଁ ରଣବୀର ?
ନନ୍ଦିଘୋଷ ବ୍ୟୁରୋ: ବିଗ୍ ବସ୍ OTT 3 ରେସ୍ରେ ଯଦିଓ ଅନେକ ପ୍ରତିଯୋଗୀ ଥିଲେ କିନ୍ତୁ ବିଜୟ ମୁକୁଟ ପିନ୍ଧିଥିଲେ ସନା ମକବୁଲ । ଅଧିକାଂଶ ଦର୍ଶକ ଆଶା ରଖିଥିଲେ ଯେ ଏହି ସିଜିନର ବିଜେତା ରଣଭୀର ଶୋରି ହିଁ ହେବେ । କିନ୍ତୁ ଶେଷରେ ସନା ଜିତି ପ୍ରଶଂସକଙ୍କୁ ନିରାଶ କରିଥିଲେ ।
ରଣଭୀର ଶୋରିଙ୍କ ସଚ୍ଚୋଟତାକୁ ପସନ୍ଦ କରୁଥିଲେ ଦର୍ଶକ । ହେଲେ ଏହି ଅଭିନେତାଙ୍କ ପରାଜୟ ପଛରେ ୩ଟି କାରଣ ଅଛି । ଯେଉଁଥିପାଇଁ ସେ ବିଗ୍ ବସ୍ OTT ୩ ର ବିଜେତା ହେବାରୁ ବଞ୍ଚିତ ହୋଇଥିଲେ । ରଣଭୀର ଶୋରିଙ୍କ ଯାତ୍ରାରେ କେଉଁଠାରେ ଏବଂ କେଉଁ ତ୍ରୁଟି ଘଟିଲା ଆସନ୍ତୁ ଜାଣିବା ।
ରଣଭୀର ଶୋରି ସମସ୍ତଙ୍କ ସହ ସମ୍ପର୍କ ସୁଦୃଢ କରିବାକୁ ଚେଷ୍ଟା କଲେ । ଏଥି ସହିତ ସେ ସବୁବେଳେ ଅଭିନେତ୍ରୀ ସାନା ମାକବୁଲଙ୍କ ବିରୁଦ୍ଧରେ ଲଢେଇ କରିଥିଲେ। ଧୀରେ ଧୀରେ ରଣଭୀର ସାନାଙ୍କୁ ସାପ ଡାକିବା ସହ ଓଠକୁ ନେଇ ପରିହାସ କଲେ। ଦୁର୍ଘଟଣା ହେତୁ ସାନାଙ୍କ ଓଠ ନଷ୍ଟ ହୋଇଯାଇଥିଲା । ତେବେ ଯେତେବେଳେ ରଣଭୀର ଏହା ଜାଣିଲେ ସେତେବେଳେ ସେ ଲଜ୍ଜିତ ଅନୁଭବ କରିଥିଲେ। ଯେତେବେଳେ ପ୍ରତ୍ୟେକ କାର୍ଯ୍ୟରେ କୌ ଣସି ନକାରାତ୍ମକ ଟ୍ୟାଗ୍ ଦିଆଯାଉଥିଲା, ସେ ଏହାକୁ କେବଳ ସାନାକୁ ଦେଇଥା’ନ୍ତି । ଏଭଳି ପରିସ୍ଥିତିରେ ସବୁବେଳେ ଅନ୍ୟ ପ୍ରତିଯୋଗୀଙ୍କୁ ସାନାଙ୍କ ବିରୁଦ୍ଧରେ ଉସକାଇବାକୁ ପସନ୍ଦ କରୁନଥିଲେ ଦର୍ଶକ ।
ରଣଭୀର ଶୋରି ଏବଂ ସାନା ମାକବୁଲ୍ ସଂପୂର୍ଣ୍ଣ ଭାବରେ ଦୁଇଟି ଟିମ୍ କରିଦେଇଥିଲେ । ଗୋଟିଏ ପଟେ ରାପର ନାଜି, ବିଶାଲ ପାଣ୍ଡେ ଏବଂ ଲୁଭ କାଟାରିଆଙ୍କ ନାମ ସାନାଙ୍କ ବନ୍ଧୁ ତାଲିକାରେ ଯୋଡି ହୋଇଥିଲା। ରଣଭୀର ଶୋରେଙ୍କ ବନ୍ଧୁ ତାଲିକାରେ ଥିଲେ ଅରମାନ ମଲିକ, କ୍ରିତିକା, ସାଇ କେଟାନ ରାଓ । ଅନ୍ୟପକ୍ଷରେ ସାଇ କେତନ ମଧ୍ୟ ରଣଭୀରଙ୍କ ପରି ସାନାଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଥିଲା। ଏପରିକି ରଣଭୀରଙ୍କ ସାଙ୍ଗମାନଙ୍କ ସମର୍ଥନ ତାଙ୍କୁ ସାହାଯ୍ୟ କରିନଥିଲା। ଏଣୁ ତାଙ୍କ ଘୃଣାର ଅଂଶ ରଣଭୀରଙ୍କ ଖାତାକୁ ଆସିଲା ।
ରଣଭୀର ଶୋରି ବିଗ୍ ବସ୍ OTT 3 ର ଆରମ୍ଭରେ କହିଥିଲେ ଯେ ସେ ଜିତିବାକୁ ଆସିଛନ୍ତି । ସେ ତାଙ୍କ ଆର୍ଥିକ ଅବସ୍ଥା ବିଷୟରେ କିଛି ଲୁଚାଇ ନଥିଲେ। ଟ୍ରଫି ଅପେକ୍ଷା ତାଙ୍କୁ ୨୫ ଲକ୍ଷ ଟଙ୍କା ଅଧିକ ଦରକାର ବୋଲି ଅଭିନେତା ଖୋଲାଖୋଲି କହିଛନ୍ତି । କିନ୍ତୁ କିନ୍ତୁ ସେ ସାନା ମାକବୁଲଙ୍କ ବିଜୟ ପାଇଁ ଲୋଭୀ ହେବାକୁ ପସନ୍ଦ କରୁ ନଥିଲେ ରଣବୀର । ବୋଧହୁଏ ରଣଭୀର ଭୁଲି ଯାଇଥିଲେ ଯେ ସମସ୍ତେ ଜିତିବା ପାଇଁ ଏହି ଶୋ’କୁ ଆସନ୍ତି ଏବଂ ବିଜୟର ଯାତ୍ରା ସମୟରେ ହିଁ ସମ୍ପର୍କ ଗଢି ଉଠିଥାଏ । କିଛି ସମୟ ମଧ୍ୟରେ ସେ ନିଜ ଖେଳ ଅପେକ୍ଷା ସାନା ଏବଂ ନାଜିଙ୍କ ଖେଳ ଉପରେ ଅଧିକ ଧ୍ୟାନ ଦେବା ଆରମ୍ଭ କଲେ । ତାଙ୍କର ଅଧିକାଂଶ ସମୟ ସେମାନଙ୍କ ବିଷୟରେ ଗପସପ କରିବା ଓ ସେମାନଙ୍କ ବିଷୟରେ ଚିନ୍ତା କରିବା ପାଇଁ ଖର୍ଚ୍ଚ ହୋଇଥିଲା । ଧୀରେ ଧୀରେ ସେ ବିଜୟର ଲକ୍ଷ୍ୟରୁ ବିଚ୍ୟୁତ ହେବାକୁ ଲାଗିଲେ।

