spot_img
Home Blog Page 1660

କେଉଁ ଦେଶକୁ ଅଧିକ ସାହାଯ୍ୟ କରୁଛି ଭାରତ ?

ନନ୍ଦିଘୋଷ ବ୍ୟୁରୋ: ଗତ କିଛି ମାସ ପୂର୍ବରୁ ଚଳିତ ଥରର ବଜେଟକୁ ନେଇ ଭିନ୍ନ ଏକ ଟିପ୍ପଣୀ ଦେଇଥିଲେ ଭାରତ ସରକାର। ଯେଉଁଥିରେ ଭାରତ ସରକାର କହିଥିଲେ ଯେ, ବଜେଟରେ ପଡ଼ୋଶୀ ଦେଶ ଗୁଡ଼ିକ ଉପରେ  ଅଧିକ ଧ୍ୟାନ ଦିଆଯିବ। ଯାହାର ବାସ୍ତବ ଚିତ୍ର ଏ ବର୍ଷର ବଜେଟରେ ମଧ୍ୟ ଦେଖିବାକୁ ମିଳିଛି ।  ୨୦୨୪-୨୫ ବର୍ଷର ବଜେଟରେ ଦେଖିବାକୁ ମିଳିଛି ଯେ ଭାରତ ପଡୋସୀ ଦେଶଙ୍କୁ ଆର୍ଥିକ ସହାୟତାର ହାତ ବଢାଇଛି।  କହିରଖୁ ଯେ, ଲମ୍ବା ସମୟରୁ ଭାରତ ନିଜର ଦ୍ବିପାକ୍ଷିକ ଓ ବହୁପକ୍ଷୀୟ ସହାୟତା କାର୍ଯ୍ୟକ୍ରମ ଜରିଆରେ ପଡୋସୀ ଦେଶ ଓ ଅନ୍ୟ ବିକାସଶୀଳ ଦେଶଙ୍କୁ ସହାୟତା ପ୍ରଦାନ କରିଆସୁଛି। କେନ୍ଦ୍ରୀୟ ବଜେଟ ୨୦୨୪-୨୫ରେ ଅନ୍ୟ ଦେଶକୁ ସାହାଯ୍ୟ କରିବାପାଇଁ ଭାରତ ୫୦୮୦.୨୪ କୋଟି ଟଙ୍କାର ସହାୟତା ରାଶିର ବଜେଟ ଉପସ୍ଥାପନା କରିଛି । ଯେଉଁଥିରେ ଭୁଟାନ , ମିଆଁମାର, ଆଫଗାନିସ୍ତାନ ସହିତ ଆଫ୍ରିକା, ମଧ୍ୟ ଏସିଆା, ଦକ୍ଷୀଣ ଏସିଆ ଓ ଲାଟିନ ଆମେରିକା ସାମିଲ ରହିଛନ୍ତି । ତେବେ ସବୁଠୁ ଅଧିକ ଭାରତ ଭୁଟାନ ଦେଶ ପାଇଁ ସହାୟତା ପ୍ରଦାନ କରାଯାଇଛି ।

୨୦୬୮.୫୬ କୋଟି ଟଙ୍କାର ସହାତୟା ଭୁଟାନକୁ ମିଳିଛି । ଠିକ ସେମିତି ନେପାଳକୁ ୭୦୦ କୋଟି, ମାଲଦ୍ୱୀପକୁ ୪୦୦ କୋଟି, ମାଁରିଶସକୁ ୩୭୦ କୋଟି, ଶ୍ରୀଲଙ୍କାକୁ ୨୪୫ କୋଟି, ଆଫଗାନିସ୍ତାନକୁ ୨୦୦ କୋଟି, ଆଫ୍ରିକା ଦେଶକୁ ୨୦୦ କୋଟି, ବାଂଲାଦେଶକୁ ୧୨୦ କୋଟି, ସେଶେଲ୍ସକୁ ୪୦ କୋଟି ଓ ଲେଟିକ ଅମେରିକାକୁ ୩୦ କୋଟିର ସହାୟତା ପ୍ରଦାନ କରିଛି।

 

ନୀତି ଆୟୋଗ ବୈଠକରୁ ଉଠି ପଳେଇଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କ ହଙ୍ଗମା। ବିଭିନ୍ନ ପ୍ରସଙ୍ଗରେ ବୈଠକ ବର୍ଜନ କରିଛନ୍ତି ମମତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ବସିଥିବା ଏହି ବୈଠକରେ ତାଙ୍କ ମାଇକକୁ ବନ୍ଦ କରିଦିଆଯାଇଥିବା ଅଭିଯୋଗ କରି ବୈଠକ ବର୍ଜନ କରିଥିଲେ ମମତା। ପଶ୍ଚିମବଙ୍ଗକୁ ପାତରଅନ୍ତର କରାଯାଉଥିବା ସହ ପାଣ୍ଠି ପ୍ରଦାନ କରାଯାଉ ନଥିବା ଅଭିଯୋଗ କରି ମମତା ବୈଠକ ବର୍ଜନ କରିଥିଲେ।

ମମତା କହିଛନ୍ତି, ତାଙ୍କୁ ମାତ୍ର ୫ ମିନଟ ସମୟ ଦିଆଯାଇଥିବା ବେଳେ ଅନ୍ଯମାନଙ୍କୁ ୨୦ ମିନଟ ଲେଖାଏ ଦିଆଯାଇଥିଲା।  କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସହଭାଗିତା ଓ ସମନ୍ବୟ ବଜାର ରଖିବା ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ବୈଠକରେ ବିକଶିତ ଭାରତ ୨୦୪୭ ଉପରେ ଥିବା ଦୃଷ୍ଟିକୋଣ ଦସ୍ତାବିଜ ଉପରେ ଚର୍ଚ୍ଚା କରାଯାଉଛି । ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ରାଜ୍ୟ ଗୁଡିକର ଭୂମିକା ଉପରେ ଚର୍ଚ୍ଚା ହେଉଛି । ବୈଠକରେ ଇଣ୍ଡିଆ ମେଣ୍ଟ ଶାସିତ ରାଜ୍ଯର ମୁଖ୍ଯମନ୍ତ୍ରୀ ଯୋଗ ଦେଇନାହାନ୍ତି। ବୈଠକରେ ତାମିଲନାଡୁ ମୁଖ୍ଯମନ୍ତ୍ରୀ ଏମକେ ଷ୍ଟାଲିନ, ପୁଡୁଚେରୀ ମୁଖ୍ଯମନ୍ତ୍ରୀ ଏନ.ରଙ୍ଗାସ୍ବାମୀ, କେରଳ ମୁଖ୍ଯମନ୍ତ୍ରୀ ପିନରୟି ବିଜୟନ, ପଞ୍ଜାବ ମୁଖ୍ଯମନ୍ତ୍ରୀ ଭଗବନ୍ତ ମାନ୍, କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା, ତେଲଙ୍ଗାନା ମୁଖ୍ଯମନ୍ତ୍ରୀ ରେବନ୍ତ ରେଡ୍ଡୀ, ହିମାଚଳ ପ୍ରଦେଶ ମୁଖ୍ଯମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସାମିଲ ହୋଇ ନଥିଲେ ।

‘ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଓଡ଼ିଶାକୁ ଆସିଲା ଆଳୁ’

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଓଡ଼ିଶାକୁ ଆସିଲା ଆଳୁ। ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସି ଭୁବନେଶ୍ବରରେ ପହଞ୍ଚିଛି। ଭୁବନେଶ୍ବର ୧ ନମ୍ବର ହାଟରେ ଆଳୁ ଗାଡ଼ି ଲାଗିଛି। ଆଳୁ ଗାଡ଼ି ପଠାଇବାକୁ ଗତକାଲି ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଆଉ ଆଜି ଓନିଶାରେ ପହଞ୍ଚିଛି ଆଳୁ ଗାଡ଼ି। ନବୀନଙ୍କ ଚିଠିର ପ୍ରଭାବ ରହିଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର।

ଆଳୁ ସମସ୍ୟାର ସମାଧାନ ପାଇଁ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ। ସେହିପରି ଧାନ ଓ ଚାଉଳରେ ବିଜେଡି ସମୟ ରେ ରେକର୍ଡ଼ କରିଛି ଓଡ଼ିଶା । ପନିପରିବା, ମାଛ ଚାଷରେ ବି ଓଡ଼ିଶା ବେଶ ସଫଳତା ହାସଲ କରିଛି ବୋଲି କହିଛନ୍ତି ଦେବୀ ମିଶ୍ର।

ପ୍ରଥମ ଥର ୟୁକ୍ରିନ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନନ୍ଦିଘୋଷ ବ୍ୟୁରୋ:  ଅଗଷ୍ଟ ମାସରେ ୟୁକ୍ରେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ୟୁକ୍ରେନ ଗସ୍ତ ହେବ।

ଦିଲ୍ଲୀରେ ୟୁକ୍ରେନ ଦୂତାବାସର ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ମାସରେ ୟୁକ୍ରେନର ରାଜଧାନୀ କିଭ ଗସ୍ତ କରିବେ। ସେଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ୟୁକ୍ରେନର ସ୍ୱାଧୀନତା ଦିବସରେ ହେବ। ୨୪ ଅଗଷ୍ଟରେ ୟୁକ୍ରେନରେ ସ୍ୱାଧୀନତା ଦିବସ ପାଳନ କରାଯାଏ । ଫେବୃଆରୀ ୨୦୨୨ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବାସ୍ତବରେ ଋଷ ସହିତ ଭାରତର ସମ୍ପର୍କ ମଧ୍ୟ ବହୁତ ଭଲ ରହିଛି । ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରିନ୍ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ କିଛି ମାତ୍ରାରେ ଅସ୍ତ୍ରବିରତି କମିପାରେ ବୋଲି ବିଶ୍ୱାସ କରାଯାଉଛି।

ସୂଚନା ଥାଉକି, ଜୁନରେ ଇଟାଲୀରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। କିନ୍ତୁ ଯୁଦ୍ଧ ପରଠାରୁ ଜେଲେନସ୍କି ଭାରତର ସହାୟତା ଲୋଡ଼ି ଆସିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତ କରିନଥିଲେ, ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ।

ଲମତାପୁଟରେ ଲଗାଣ ବର୍ଷା; ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଭରା ନାଳ ଭିତରେ ପଶି ବିଦ୍ୟାଳୟକୁ ଯାଉଛନ୍ତି ଛାତ୍ରଛାତ୍ରୀ। ରାସ୍ତା ଓ ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଭରା ନାଳ ପାର ହୋଇ ଯାଉଛନ୍ତି ଛାତ୍ରଛାତ୍ରୀ। ଯାହାଫଳରେ ଛାତ୍ରଛାତ୍ରୀଙ୍କ ଜୀବନ ବାଜିରେ ଲାଗିଛି ।

ସୂଚନା ଅନୁଯାୟୀ, ଲମତାପୁଟ ବ୍ଲକ ମାଛକୁଣ୍ଡ-ଗୋଡିପୁଟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି। ଗୋଡିପୁଟ ଗାଁର ଛାତ୍ର ଛାତ୍ରୀମାନେ ଜୀବନକୁ ବାଜି ଲଗାଇ ଦୀର୍ଘ ୫ କିଲୋମିଟର ମାଛକୁଣ୍ଡ ବିଦ୍ୟାଳୟକୁ ଯାଉଛନ୍ତି । ଛୁଟି ହେଲେ ପୁଣି ସେହି ନାଳ ଦେଇ ଗାଁକୁ ଫେରୁଛନ୍ତି । ବର୍ଷା ଋତୁ ଆସିଲେ ଗୋଡିପୁଟ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟୁଛି ଏହି ନାଳ।

ଅନ୍ୟପଟେ ଲମତାପୁଟରେ ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷ ଜମି ଗୁଡିକ ଏବେ ଜଳମଗ୍ନ ହୋଇଛି। ଚାଷୀଙ୍କ ଚାଷ ଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି । ମାଛକୁଣ୍ଡ ଡି ଡ୍ୟାମରେ ବିପଦ ସଂକେତ ଉପରେ ଜଳ ପ୍ରବେଶ କରୁଛି । ମାଟି ଅତଡା ଖସି ବାଲଡା-ରୁକୁବା ରାସ୍ତା ଅବରୋଧ ହୋଇଛି। ଫଳରେ କସନ୍ଦି-ଖେମୁଣ୍ଡୁଗୁଡା ମଧ୍ୟରେ ଯାତାୟତ ଠପ ହୋଇଯାଇଛି। ଲଗାଣ ବର୍ଷାରେ କାଲାଡି ଗୁଡା ଗାଁ ନିକଟ ପାହାଡ଼ରୁ ଖଡ଼ିଲା ଅତଡା।

ଅପହରଣ ମାମଲାରେ ୪ ଅଭିଯୁକ୍ତ ଗିରଫ

ଗଜପତି: ଅପହରଣ ମାମଲାରେ ୪ ଅଭିଯୁକ୍ତ ଗିରଫ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା କେକେସିଂ ଗାଁର ପ୍ରଚୂର ଲିମ୍ମାଙ୍କୁ ଅପହରଣ ନେଇ ଅଭିଯୋଗ ହୋଇଥିଲା। ଶୁକ୍ରବାର ତାଙ୍କ ପତ୍ନୀ ମିନି ଲିମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ଅପହୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରଚୁର ଲିମ୍ମାଙ୍କୁ ଗଞ୍ଜାମ ଜିଲ୍ଲା ବ୍ୟାକୁଳ ନିକଟ ଏକ ହୋଟେଲର ୧୦୨ ନମ୍ବର ରୁମରେ ଅଟକ ରଖିଥିବା ଖବର ପାଇ ଚଢ଼ାଉ କରିଥିଲା । ସେଠାରୁ ଅପହୃତ ପ୍ରଚୁର ଲିମ୍ମାଙ୍କୁ ଉଦ୍ଧାର କରିବା ସହ ୪ ଅପହରଣକାରୀଙ୍କୁ ଗିରଫ କରିଛି ପୋଲିସ।

ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଖଲ୍ଲିକୋଟ ଥାନା ତେଲିଢିଅପାଟଣାର ଦିପକ ବେହେରା, ପାରଳାଖେମୁଣ୍ଡି ଥାନା ବଡଖିଙ୍ଗା ଗାଁର କବିରାଜ ମାଳୀ, ଶାନ୍ତିନଗରର ଚୈତନ୍ୟ ମାଳୀ, ଓ ଶିବାଜୀ ମାଳୀ ଅଭିଯୁକ୍ତଙ୍କ ଠାରୁ ନୋଟ ଛାପିବା ପରି ଭ୍ରମ ସୃଷ୍ଟି କରୁଥିବା ଏକ ମେସିନ ବକ୍ସ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟ ତିନି ଅଭିଯୁକ୍ତ ଫେରାର ଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ମାଆଙ୍କ ବିୟୋଗରେ ଭାଙ୍ଗି ପଡିଲେ ଫରାହ ଖାନ୍, ପରିବାର ସହ ପହଞ୍ଚିଲେ ଶାହରୁଖ ଖାନ

ମୁମ୍ୱାଇ: ବଲିଉଡରେ ଶୋକର ଛାୟା ଖେଳିଯାଇଛି । ୭୯ ବର୍ଷ ବୟସରେ ସମସ୍ତଙ୍କୁ ଛାଡି ଚିରନିଦ୍ରାରେ ଶୋଇଛନ୍ତି ମେନକା ଇରାନୀ । ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଓ କୋରିଓଗ୍ରାଫର ଫରାହ ଖାନଙ୍କ ମାଆଙ୍କ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ଫରାହଙ୍କ ମା’ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ନିକଟରେ ସେ ଚିକିତ୍ସିତ ହୋଇ ହସ୍ପିଟାଲରୁ ଘରକୁ ଫେରି ଆସିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି।

ଫରାହ ଜୁଲାଇ ୧୨ରେ ତାଙ୍କ ମାଆଙ୍କ ଜନ୍ମଦିନ ବଡ ଖୁସି ସହିତ ପାଳନ କରିଥିଲେ । ସୋସିଆଲ ମିଡିଆରେ ମାଆଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କୁ ଜାଣିଥିବା ‘ସାହସୀ’ ବ୍ୟକ୍ତି ବୋଲି କହିଥିଲେ । ମେନକାଙ୍କ ଜନ୍ମଦିନରେ ଫରାହ ତାଙ୍କ ପୋଷ୍ଟରେ ଲେଖିଥିଲେ, ମା’ ତତେ ମୁଁ ବହୁତ ଭଲ ପାଏ। କାମରୁ ଘରକୁ ଆସି ତତେ ଦେଖିଦେଲେ ସବୁକଷ୍ଟ ଭୁଲିଯାଏ। ମୋ ଜାଣିବାରେ ତୁ ହେଉଛି ମୋ ଜୀବନର ସବୁଠାରୁ ଶକ୍ତିଶାଳୀ ଓ ସାହାସୀ ମଣିଷଟିଏ। ତତେ ଦେଖିଲେ ମୋତେ ବହୁ ପ୍ରେରଣା ମିଳିଥାଏ। ତୁ ଖୁସିରେ ରହ। ଜନ୍ମଦିନର ଅନେକ ଅନେକ ଶୁଭକାମନା। ଜନ୍ମଦିନ ପାଳନ କରିବାର ଦୁଇ ସପ୍ତାହ ପରେ ମା’ଙ୍କ ମୃତ୍ୟୁ ହେବା ଘଟଣାକୁ ଫରାହ ଗ୍ରହଣ କରି ପାରୁନାହାନ୍ତି। ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ମେନକାଙ୍କ ହଠାତ ଦେହ ଅସୁସ୍ଥ ହେବା କାରଣରୁ ତାଙ୍କୁ ମୁମ୍ବାଇ ସ୍ଥିତ ଲୀଲାବତୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ଚିକିତ୍ସା ଚାଲିଥିବା ଅବସ୍ଥାରେ ଶନିବାର ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମା’ଙ୍କ ବିୟୋଗ ପରେ ଭାଙ୍ଗିପଡିଛନ୍ତି ଫରାହ ଖାନ । ଏହି ଖବର ଶୁଣିବାପରେ ଲଗାତାର ତାଙ୍କୁ ସାନ୍ତନ୍ୱା ଦେବାପାଇଁ ତାଙ୍କ ଘନିଷ୍ଠ ବନ୍ଧୁ ଘରକୁ ପହଞ୍ଚୁଛନ୍ତି । ଫରାହଙ୍କ ଘନିଷ୍ଠ ବନ୍ଧୁ ବଲିଉଡର କିଙ୍ଗ ଶାହରୁଖ ଖାନ ମଧ୍ୟ ତାଙ୍କ ପରିବାର ସହି ଫରାହଙ୍କ ଘରେ ପହଞ୍ଚିଥିଲେ । ଶାହରୁଖ ତାଙ୍କୁ ବୁଝାଇବା ସହ ଆଲିଙ୍ଗନ କରିଥିଲେ ।

ଏଦି ଦୁଃଖ ସମୟରେ ଶାହରୁଖ ଖାନଙ୍କ ବ୍ୟତୀତ ରାନୀ ମୁଖାର୍ଜୀ , ଶିଳ୍ପା ସେଠୀ , ଶିବ ଠାକରେ , ଭୂଷଣ କୁମାର ମଧ୍ୟ ଫରାହଙ୍କୁ ଭେଟି ଥିଲେ ।

ପ୍ୟାରିସ ଅଲମ୍ପିକ୍ସ ଉଦଘାଟନୀ ସମାରୋହ, ଏହି ଦେଶର ଖେଳାଳୀଙ୍କୁ ପ୍ୟାରେଡରେ ସାମିଲ ହେବାକୁ ମିଳିଲାନାହିଁ ଅନୁମତି

ନନ୍ଦିଘୋଷ ବ୍ୟୁରୋ: ପ୍ୟାରିସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଛି ଅଲିମ୍ପିକ୍ସର ୩୫ତମ ସଂସ୍କରଣ। ଫ୍ରାନ୍ସ ରାଷ୍ଟ୍ରପତି ବିଧିବଦ୍ଧ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ଷ୍ଟାଡିୟମ ବାହାରେ ଆୟୋଜନ ହୋଇଛି ଉଦଘାଟନୀ ଉତ୍ସବ। ସେନ୍ ନଦୀରେ ଆଖି ଝଲସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ କାର୍ଯ୍ୟକ୍ରମରେ ନିଆରା ଅନ୍ଦାଜରେ ଡଙ୍ଗାରେ ଆସିଥିଲେ ବିଭିନ୍ନ ଦେଶର କ୍ରୀଡ଼ାବିତ୍। ୨୦୬ ଟି ଦେଶର ୬୫୦୦ରୁ ଅଧିକ କ୍ରୀଡାବିତ୍୯୪ଟି ଡଙ୍ଗାରେ ୪ କିଲୋମିଟର ପର୍ଯ୍ୟନ୍ତ ଲମ୍ୱା ପ୍ୟାରେଡ୍ ଅଫ୍ ନେସନ୍ସରେ ଭାଗ ନେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ କିଛି ଖେଳାଳିଙ୍କୁ ପ୍ୟାରେଡରେ ସାମିଲ ହେବାକୁ ଅନୁମତି ମିଳିନଥିଲା ।

ରିପୋର୍ଟ ଅନୁଯାୟୀ, ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ନାଇଜେରିଆର ମହିଳା ବାସ୍କେଟବଲ୍ ଦଳକୁ ଡଙ୍ଗାରେ ଯିବାକୁ ଅନୁମତି ଦିଆଯାଇ ନଥିଲା। ଖବର ଅନୁଯାୟୀ, ନାଇଜେରିଆର ମହିଳା ବାସ୍କେଟବଲ ଦଳକୁ ନାଇଜେରିଆ ଅଧିକାରୀମାନେ ଡଙ୍ଗାରେ ଚଢିବାକୁ ବାରଣ କରିଥିଲେ। ଏହା ପଛର କାରଣ ମଧ୍ୟ ସାମ୍ନାକୁ ଆସିଛି। ବାସ୍ତବରେ, ଡଙ୍ଗାରେ ବହୁତ ଖେଳାଳି ଥିବାରୁ ନାଇଜେରିଆର ମହିଳା ବାସ୍କେଟବଲ୍ ଦଳ ଏବଂ ସେମାନଙ୍କ କୋଟଙ୍କୁ ଡଙ୍ଗାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା । ଏହା ପରେ ଦଳକୁ ଆଥଲେଟ୍ସ ଗାଁକୁ ଫେରିବାକୁ ପଡିଲା | ତେବେ ଏହି ପ୍ରସଙ୍ଗରେ ନାଇଜେରିଆ ପ୍ରତିନିଧି ଦଳ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ।।

ସୂଚନା ଅନୁଯାୟୀ, କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ପ୍ୟାରିସ ଅଲମ୍ପିକ୍ସ ଉଦଘାଟନୀ ସମାରୋହ ସ୍ମରଣୀୟ ହୋଇ ରହିବ । ନୃତ୍ୟ, ସଙ୍ଗୀତ, କଳାକାରଙ୍କ କୋଳାହଳ ଓ ହଜାର ହଜାର ପ୍ରଶଂସକ ଉପସ୍ଥିତି ଏହି ଉଦଘାଟନୀ ଉତ୍ସବକୁ ବେଶ ସ୍ମରଣୀୟ କରିଥିଲା। ପ୍ରାୟ ୩ଘଣ୍ଟା ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫରାସୀ ବିପ୍ଲବ, ଐତିହ୍ୟ ପରମ୍ପରା, ଭାସ୍କର୍ଯ୍ୟ ଓ କାରୁ କାରୁକାର୍ଯ୍ୟର ସଙ୍ଗମ ଦେଖିବାକୁ ମିଳିଛି। ଆଜି ହକିରୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତୀୟ ହକି ଦଳ ନିଜର ପ୍ରଥମ ମ୍ୟାଚ୍ ଖେଳିବ।

ରାଉରକେଲା ସରକାରୀ ଡାକ୍ତରଖାନାର ମ୍ୟାନେଜର ମୋହିତ କୁମାର ବହିଷ୍କାର

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାର ମ୍ୟାନେଜର ମୋହିତ କୁମାରଙ୍କୁ ବହିଷ୍କାର କରାଯାଇଛି। ବହିଷ୍କାର କରିଛନ୍ତି ଓଡିଶା ମିଶନ ଡାଇରେକ୍ଟର। ଡାକ୍ତରଖାନାରେ ଲଣ୍ଡ୍ରୀ, ସିକ୍ୟୁରିଟି, ଆଟେଣ୍ଡାନ୍ସ, ମର୍ଗ ହାଉସ ଓ ସଫେଇ କାର୍ଯ୍ୟରେ ବ୍ଯାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁଯାୟୀ, ଡାକ୍ତରଖାନାର ନିର୍ଦ୍ଦେଶକଙ୍କ ଅଭିଯୋଗ ପରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ରିପୋର୍ଟକୁ ଆଧାର କରି ହସ୍ପିଟାଲ ମ୍ୟାନେଜରଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ସ୍ଵାସ୍ଥ୍ୟ ବିଭାଗ P & IM  ବିଭାଗର ସିନିୟର କନସଲଟାଣ୍ଟ ପ୍ରୀୟଦର୍ଶୀ ଦାସ,  NHMର ଷ୍ଟେଟ ଫାଇନାନ୍ସ ମ୍ୟାନେଜର ମଳୟ କୁମାର ପାଣିଗ୍ରାହୀ ଓ NHMର HR କନସଲଟାଣ୍ଟ ଅଜିତ କୁମାର ବିଶ୍ବାଳ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି । ଲଣ୍ଡ୍ରୀରେ ଆବଶ୍ୟକତାଠାରୁ ଅଧିକ ବିଲ ହୋଇଥିବା ବେଳେ ସିକ୍ୟୁରିଟି, ଆଟେଣ୍ଡାନ୍ସ  ମଧ୍ଯ ଅଧିକ ବିଲ ହୋଇଛି।

ସେହିପରି ମର୍ଗ ହାଉସ ଯନ୍ତ୍ରାଂଶ ହେରଫେର ଓ ସଫେଇ କାର୍ଯ୍ୟରେ ଅନିୟମିତତା ହୋଇଥିବା ସବ କମିଟି ତଦନ୍ତରୁ ସ୍ପଷ୍ଟ ହୋଇଛି । ଘଟଣା ପରେ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି ହୋଇଛି ।

ପୁଣି ସାମ୍ନାକୁ ଆସିଲା ରେଳ ବିଭାଗର ଦାୟିତ୍ବହୀନତା

ସମ୍ବଲପୁର:  ସମ୍ବଲପୁରରେ ପୁଣି ସାମ୍ନାକୁ ଆସିଲା ରେଳ ବିଭାଗର ଦାୟିତ୍ବହୀନତା। ଡାଉନ୍ ଲାଇନର ପ୍ରାୟ ସମସ୍ତ ସ୍ଲିପର ଅବସ୍ଥା ଶୋଚନୀୟ। ହେଲେ ପ୍ରାୟ ସମସ୍ତ ସ୍ଲିପର୍ ଚୁରମାର୍ ହୋଇଗଲାଣି। କିନ୍ତୁ ଚୁପ୍ ବସିଛି ରେଳ ବିଭାଗ।  ସମ୍ବଲପୁର-ରାଉରକେଲା ରୁଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଏଭଳି ଅବହେଳା ଯୋଗୁଁ ବାରମ୍ବାର ରେଳ ଦୁର୍ଘଟଣା ଘଟିଛି। କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ପରିବର୍ତ୍ତନ କରାଯାଉନାହିଁ। ରେଳ କର୍ମଚାରୀ ପ୍ରତିଦିନ ଏହି ଲାଇନ୍ ନିରୀକ୍ଷଣ କରନ୍ତି, ତଥାପି କିପରି ଏହା ନଜରକୁ ଆସୁନି, ସେନେଇ ପ୍ରଶ୍ନ ଉଠିଛି।