ମୟୂରଭଞ୍ଜ: ଡାକ୍ତରଖାନାରେ ଚିକିତ୍ସା ନମିଳାବାରୁ ଚାଲିଗଲା ୫ ମାସ ଶିଶୁକନ୍ୟାର ଜୀବନ। ଅବହେଳା ପ୍ରତିବାଦରେ ମେଡିକାଲ ସାମ୍ନାରେ ଧାରଣାରେ ବସିଲେ ପରିବାର। ଘଟଣାଟି ଦେଖିବାକୁ ମିଳିଛି ଉଦଳା ମେଡିକାଲରେ। ସୂଚନା ଅନୁଯୀୟୀ, କପ୍ତିପଦା ଥାନା ଦେୱାନବାହାଳୀ ଗ୍ରାମର ମଧୁସୂଦନ ରାଉତଙ୍କ ୫ ମାସର ଝିଅକୁ ବୁଧବାର ଆଶା ଦିଦି ଟୀକା ଦେଇଥିଲେ। ଟିକା ନେବାର କିଛି ଘଣ୍ଟା ପରେ ଶିଶୁଟି ଅସୁସ୍ଥ ହେବାକୁ ଆରମ୍ଭ କରିଥିଲା। ରାତିରେ ଶିଶୁଟିର ଅବସ୍ଥା ଅତ୍ୟଧିକ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଉଦଳା ମେଡିକାଲକୁ ନେଇଥିଲେ। ମେଡିକାଲରେ ପହଞ୍ଚି ଆଉଟଡୋରରେ ଦେଖାଇବା ପରେ ମେଡ଼ିସିନ ୱାର୍ଡକୁ ଡାକ୍ତର ପଠାଇଥିଲେ। ହେଲେ ଦୀର୍ଘ ସମୟ ମେଡ଼ିସିନ ୱାର୍ଡରେ ଥିଲେ ସୁଦ୍ଧା କୌଣସି ନର୍ସଙ୍କ ଦେଖା ମିଳିନଥିଲା। ନର୍ସ ଆସିଲାବେଳକୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଯାହାକୁ ନେଇ ଆଜି ସକାଳୁ ପରିବାର ଲୋକେ ମୃତଦେହ ଧରି ମେଡିକାଲ ସମ୍ମୁଖରେ ଧାରଣାରେ ବସିଛନ୍ତି।
ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଘର ବାହାରପଟୁ ତାଲା ପକାଇ ନିଆଁ ଲଗାଇଦେଲେ ପଡୋଶୀ
ଭଦ୍ରକ: ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଘର ବାହାରପଟୁ ତାଲା ପକାଇ ନିଆଁ ଲଗାଇଦେଲେ ପଡୋଶୀ। ଅଳ୍ପକେ ବର୍ତ୍ତିଗଲା ୬ ଜୀବନ। ଘଟଣାଟି ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକର ଧାମରା ଥାନା ଅଧିନ ନରସିଂହପୁର ଗାଁରେ। ପଡୋଶୀ ରବି ନାରାୟଣଙ୍କ ଦୁଇ ପୁଅଙ୍କ ସହ ବାଇକ ସାଇଡ ମରାକୁ ନେଇ ବଚସା ହୋଇଥିଲା। ସେହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କର ଦୁଇ ପୁଅ ଜଣେ ସାଙ୍ଗକୁ ଧରି ବିଳମ୍ବିତ ରାତିରେ ଲମ୍ବୋଦରଙ୍କ ଘରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ନିଆଁର ଝୁଲ ଘରେ ପଡିବା ପରେ ଘରୁ ବାହାରିବାକୁ ଉଦ୍ୟମ କରିଥିଲେ ପରିବାର ଲୋକେ। କିନ୍ତୁ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କବାଟ ଖୋଲିନଥିଲା। ବାଧ୍ୟହୋଇ ଶେଷରେ କବାଟ ତାଡି ଘରୁ ବାହରିବାପରେ କବାଟ ତାଲା ପଡିବା ସହ କିଛି ଯୁବକ ସେଠାରୁ ଦୌଡି ପଳାଇଥିଲେ। ଖବର ପାଇ ଧାମରା ଦମକଳବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲୋ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଅନ୍ୟପଟେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲମ୍ବୋଦର ଦାବି କରିଛନ୍ତି।
ପୁଣି ବୋରୱେଲ ଟ୍ରାଜେଡି: ରାଜସ୍ଥାନରେ ବୋରୱେଲ ମଧ୍ୟକୁ ଖସିପଡ଼ିଛି ଅଢେଇ ବର୍ଷର ଶିଶୁକନ୍ଯା
ନନ୍ଦିଘୋଷ ବ୍ୟୁରୋ: ପୁଣି ବୋରଓ୍ବେଲରେ ଫସିଲା ଶିଶୁ। ରାଜସ୍ଥାନ ଦୌସା ଅଂଚଳରେ ବୋରୱେଲ ମଧ୍ୟକୁ ଖସିପଡ଼ିଛି ଶିଶୁ। ୩୫ ଫୁଟ ଗଭୀର ବୋରଓ୍ବେଲରେ ଅଢ଼େଇ ବର୍ଷର ଶିଶୁକନ୍ୟା ନିରୁ ଫସିରହିଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ। ପାଇପ ସାହାଯ୍ୟରେ ଅକ୍ସିଜେନ ସପ୍ଲାଏ କରାଯାଇଛି। କ୍ୟାମେରାରେ ଶିଶୁକନ୍ୟାର ଗତୁବିଧିକୁ କ୍ୟାପଚର କରାଯାଉଛି। ଶିଶୁକୁ ଖାଇବାକୁ ବିସ୍କୁଟ ଓ କ୍ଷୀର ମଧ୍ୟ ଦିଆଯାଇଛି।
ରେସକ୍ୟୁ ପାଇଁ SDRF ଓ NDRF ଟିମ୍କୁ ଡକାଯାଇଛି। ଶିଶୁକୁ ଉଦ୍ଧାର ପାଇଁ ଜେସିବି ଦ୍ବାରା ମାଟି ଖୋଳାଯାଉଥିବା ବେଳେ ବର୍ଷା ସାଜିଛି ବାଧକ। ଗତକାଲି ଘର ପାଖରେ ଖେଳୁଥିବା ସମୟରେ ସନ୍ଧ୍ୟା ୫ଟାରେ ଶିଶୁଟି ବୋରଓ୍ବେଲରେ ପଡିଯାଇଥିଲା।
ଲଗାଣ ବର୍ଷାରେ ବେହାଲ ବାଲେଶ୍ବର, ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ସୁବର୍ଣ୍ଣରେଖା
ବାଲେଶ୍ବର: ଲଗାଣ ବର୍ଷାରେ ବେହାଲ ବାଲେଶ୍ବର। ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ସୁବର୍ଣ୍ଣରେଖା। ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଗୁରୁବାର ସକାଳ ୬ ଟା ସୁଦ୍ଧା ୧୦.୮୦ ମିଟରରେ ପାଣି ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାରେ ପାଣି କମୁଥିଲେ ସୁଦ୍ଧା ଭୋଇରାଇର ୫୦ ଟି ଗାଁ ଓ ବାଲିଆପାଳ ବ୍ଲକର ୨୫ଟି ଗାଁ ଏବେ ପାଣି ଘେରରେ ରହିଛି। ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡି ମାରିବା ସହ ବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ଏବଂ ତାହ ସହିତ ଭୋଗରାଇ, ବାଲିଆପାଳ, ଜଳେଶ୍ଵର, ବସ୍ତା, ଅଞ୍ଚଳରେ ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟାଜଳ ପଶି ନଦୀର ଭ୍ରମ ସୃଷ୍ଟି କରୁଛି।
ବିହାର ନାୱାଡ ଜିଲ୍ଲାରେ ଅଘଟଣ, ଦଳିତ ବସ୍ତିରେ ୮୦ ଘର ଜାଳିଦେଲେ ବାହୁବଳୀ
ନନ୍ଦିଘୋଷ ବ୍ୟୁରୋ: ବିହାର ନାୱାଡ ଜିଲ୍ଲାରେ ଅଘଟଣ। ଦଳିତ ବସ୍ତିରେ ଗୁଣ୍ଡାଗର୍ଦ୍ଦି କରି ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି ବାହୁବଳୀ । ବସ୍ତିରେ ୫୦ ରାଉଣ୍ଡ ଗୁଳିମାଡ କରିବା ସହ ଜାଳିଦେଇଛନ୍ତି ୮୦ ଘର। ନାୱାଡ ଜିଲ୍ଲାର କୃଷ୍ଣ ନଗର ଗାଁର ଘଟଣା। ଏହି ଘଟଣାରେ ଏକ ବଡ ଖବର ସାମ୍ନାକୁ ଆସିଛି । ପୋଲିସ ସୂଚନା ଅନୁଯାୟୀ, ଏହି ହିଂସାକାଣ୍ଡ ଜମି ବିବାଦକୁ ନେଇ ହୋଇଛି । ଏହି ଜମି ବିହାର ସରକାରଙ୍କ ହୋଇଥିବା ବେଳେ ଗୋଟେ ପକ୍ଷ ଲୋକ ଏବାକୁ ନିଜ ଜମି ବୋଲି ଦାବି କରୁଥିବା ବେଳେ ଅନ୍ୟପକ୍ଷ ଲୋକ ମଧ୍ୟ ଏହି ଜମିକୁ ନିଜର ବୋଲି ଦାବି କରିଛନ୍ତି। ଏହାକୁ ନେଇ ବସ୍ତିରେ ହିଂସାକାଣ୍ଡ ଘଟାଇଛନ୍ତି ବାହୁବଳୀ । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଗାଁ ଲୋକ କହିଛନ୍ତି ଯେ, ବୁଧବାର ଦିନ ୧୦୦ ବାହୁବଳୀ ଦଳିତ ବସ୍ତିରେ ଆସି ପହଞ୍ଚିଥିଲେ । ବସ୍ତିରେ ୫୦ ରାଉଣ୍ଡ ଗୁଳିମାଡ କରିବା ସହ ଘର ଗୁଡିକରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ସ୍ଥାନୀୟ ଅଧିକାରୀ, ଡିଏମ୍ ଓ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି ।
ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ, ବ୍ରିଜ ଉପରେ ରହିଛି ସ୍କୁଟି, ଜୋତା, ମୋବାଇଲ୍ ଫୋନ୍
ଯାଜପୁର: ଯାଜପୁର ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ। ଖରସ୍ରୋତା ବ୍ରିଜ ଉପରୁ ନଦୀକୁ ଡେଇଁ ମହିଳା ନିଖୋଜ ଥିବା ସୂଚନା ମିଳିଛି। ବ୍ରିଜ ଉପରେ ନିଜର ସ୍କୁଟି ଜୋତା ,ମୋବାଇଲ୍ ଫୋନ୍ ଥୋଇ ଭରା ନଦୀକୁ ଡେଇଁ ପଡ଼ିଥିଲେ ଯୁବତୀ। ତେବେ ମହିଳାଙ୍କ ସ୍କୁଟିରେ କେତେକ ଡକ୍ୟୁମେଣ୍ଟ ଓ କାଗଜ ପତ୍ର ଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ି ମୋବାଇଲ୍ ଫୋନ୍ ଜୋତାକୁ ପୋଲିସ ଜବତ କରିଛି ।
ନିଖୋଜ ମହିଳା ମନ୍ଦାକିନୀ ସାମଲ ବୋଲି ଜଣାପଡ଼ିଥିବା ବେଳେ ଘର କେଉଁଠି ଜଣା ପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ଯାନ, ୨ ମୃତ
ଗଞ୍ଜାମ: ଗଞ୍ଜାମ ପିତଳ ଅଞ୍ଚଳରେ ଦୁର୍ଘଟଣା। ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ଯାନ। ଏଥିରେ ୨ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଏକ ପନିପରିବା ବୋଝେଇ ପିକଅପ୍ ଭ୍ଯାନ ବ୍ରହ୍ମପୁର ଯାଉଥିବାବେଳେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଭ୍ଯାନରେ ବସିଥିବା ୨ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଗତ ମଧ୍ୟ ରାତ୍ରିରେ ହିଞ୍ଜିଳି ଥାନା ପିତଳ ଛକ ନିକଟରେ ଘଟିଛି ଏ ଦୁର୍ଘଟଣା।

