spot_img
Home Blog Page 1663

କୁବେର ଯନ୍ତ୍ରୀଙ୍କ ଅମାପ ସଂପତ୍ତି ଦେଖି ଭିଜିଲାନ୍ସ ତାଜୁବ

ଭୁବନେଶ୍ୱର : ଭିଜିଲାନସ ଜାଲରେ ପଡ଼ିଥିବା ଲୋୟର ସୁକତେଲ ନିର୍ମାଣ ମୁଖ୍ଯ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ସଂପତ୍ତି ତାଲିକା ଦେଖି ତାଜୁବ ଭିଜିଲାନ୍ସ। ବିଭିନ୍ନ ପ୍ରକାର ବୀମା ଓ ଜମା ରାଶି ହେଉଛି ୨ କୋଟି ୨୬ ଲକ୍ଷରୁ ଅଧିକ। ଏଥିରେ ରହିଛି ବିଭିନ୍ନ ପ୍ରକାର ନିବେଶ, ବୀମା । ୧ କୋଟି ୮୬ ଲକ୍ଷ ସେ ଦେଇଛନ୍ତି ବିଭିନ୍ନ ବୀମା କମ୍ପାନୀକୁ। ବ୍ଯାଙ୍କ ଡିପୋଜିଟ ବାହାରିଛି ୪୦ ଲକ୍ଷରୁ ଅଧିକ। ତେବେ ବାବୁଙ୍କ ପ୍ଲଟ ସଉକର ମଧ୍ଯ ସୀମା ନାହିଁ। ଏପରିକି ଓଡ଼ିଶା ବାହାରେ ମଧ୍ଯ ପ୍ଲଟ ଅଛି। ଉତ୍ତର ପ୍ରଦେଶ ମଥୁରାରେ ୨ଟି ପ୍ଲଟ ରଖିଛନ୍ତି। ଏହାକୁ ମିଶାଇ ତାଙ୍କର ୩୬ଟି ପ୍ଲଟର ସନ୍ଧାନ ମିଳିଲାଣି।

ଢେଙ୍କାନାଳ ସପ୍ତଶଯ୍ଯାରେ ୮ ଏକରର ଫାର୍ମ ହାଉସ ଅଛି। ତା ଭିତରେ ଅଛି ଦୁଇ ମହଲା କୋଠା। ଫାର୍ମ ଭିତରେ ଏକ କୁକୁଡ଼ା ଫାର୍ମ ବି ଅଛି। ସେଠାରେ ଅଢେଇ ହଜାର ବର୍ଗ ଫୁଟର ଏକ ଗୁହାଳ ଅଛି, ଯେଉଁଠି ୪୫ଟି ଗାଈ ଓ ୨୫ଟି ବାଛୁରୀ ଅଛନ୍ତି। ଗତକାଲି ରେଡରୁ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଗୋଟିଏ ତିନି ମହଲା ବିଲଡିଂ, ନୟାପଲ୍ଲୀରେ ଗୋଟିଏ ଦୁଇ ମହଲା ବିଲଡିଂ, ପୁରୀରେ ଦୁଇଟି ଫ୍ଲାଟ ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ । ଢେଙ୍କାନାଳ, ପୁରୀ ଓ କଟକରେ ସୁନୀଲଙ୍କର ୩୪ଟି ପ୍ଲଟର ସନ୍ଧାନା ମିଳିଛି। ୧୭୬ ଗ୍ରାମ ସୁନା, ନଗଦ ୨ ଲକ୍ଷ ୩୪ ହଜାର ଟଙ୍କା, ଦୁଇଟି ଟ୍ରକ ଓ ଚାରିଟି ବେନାମୀ କାର, ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ, ବୀମା ନଥି ଜବତ ହୋଇଥିଲା।

ଏକକାଳୀନ ୯ଟି ସ୍ଥାନରେ ରେଡ୍ ହୋଇଥିଲା। ଭୁବନେଶ୍ୱର ନୀଳାଦ୍ରି ବିହାର, ନୟାପଲ୍ଲୀ, ପୁରୀ ଭିଆଇପି ରୋଡରେ ଥିବା ଫ୍ଲାଟ, ବଡ଼ଦାଣ୍ଡରେ ଥିବା ଫ୍ଲାଟ, କଟକ ଗୁରୁଡ଼ିଝାଟିଆରେ ଥିବା ପୈତୃକ ଘର, ଅନୁଗୁଳ କିଶନ ନଗରସ୍ଥିତ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀର ଘର ଓ ଅଫିସ ଚାମ୍ବରରେ ଏକକାଳୀନ ରେଡ଼ ହୋଇଥିଲା। ରେଡ୍ ବେଳେ ସୁନୀଲଙ୍କ ସମ୍ପତ୍ତି ଦେଖି ଆବାକ ହୋଇଯାଇଛି ଭିଜିଲାନ୍ସ । ସବୁ ସ୍ଥାନରେ ଆଲିସାନ ଘର ସହିତ ଘର ଭିତରର ଇଣ୍ଟେରିଅର ଆଖି ଖୋସିହୋଇଗଲା ଭଳି । ବିଭିନ୍ନ ହସ୍ତକଳାରେ ଘରକୁ ସଜାଯାଇଛି ।

ପଶ୍ଚିମବଙ୍ଗରୁ ଅନ୍ଯରାଜ୍ଯକୁ ଆଳୁ ରପ୍ତାନି ବନ୍ଦ

କୋଲକାତା : ପଶ୍ଚିମବଙ୍ଗରୁ ଅନ୍ଯରାଜ୍ଯକୁ ଆଳୁ ରପ୍ତାନି ବନ୍ଦ। ଏନେଇ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଚଳିତ ବର୍ଷ ରାଜ୍ଯରେ ଯେଉଁ ପରିମାଣର ଆଳୁ ଉତ୍ପାଦନ ହେବା କଥା ତାହା ହୋଇନାହିଁ। ଫଳରେ ପର୍ଯ୍ଯାପ୍ତ ଆଳୁ ଉତ୍ପାଦନ କରୁଥିବା ପଶ୍ଚିମବଙ୍ଗରେ ଆଳୁ ଦର ବଢିଛି। ପୂର୍ବ ବର୍ଦ୍ଧମାନ ଓ ହୁଗୁଳୀ ଜିଲ୍ଲାର ତାଡକେଶ୍ୱର୍ ଆଳୁ ଚାଷ ପାଇଁ ସାରା ଭାରତ ବର୍ଷ ସହିତ ଏସିଆ ରେ ପ୍ରସିଦ୍ଧି ଲାଭ କରିଛି।

ପଶ୍ଚିମବଙ୍ଗରୁ ଆଳୁ ମୁଖ୍ଯତଃ ଓଡିଶା ସମେତ ଝାଡଖଣ୍ଡ, ତ୍ରିପୁରା, ଆସାମ, ସିକ୍କିମ, ମଣିପୁର, ନାଗାଲାଣ୍ଡ, ବଙ୍ଗଳାଦେଶ, ନେପାଳ ଓ ଭୁଟାନକୁ ଆଳୁ ରପ୍ତାନି ହୋଇଥାଏ। ଉତ୍ପାଦନ ଅଭାବରୁ ଚଳିତ ବର୍ଷ ରାଜ୍ଯରେ ଆଳୁ କେଜି ପିଛା ୨୫ରୁ ୩୦ ଟଙ୍କା ରହିଛି।

ଆଜି ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ଝାଡଖଣ୍ଡ ଯାଉଥିବା ବେଳେ ପଶ୍ଚିମ ବଙ୍ଗ ପୋଲିସ ପଶ୍ଚିମ ବଙ୍ଗ ଓ ଝାରଖଣ୍ଡ ସୀମାନ୍ତ ରେ ବହୁ ଟ୍ରକ ଆଳୁ ଗାଡି କୁ ଅଟକାଇଥିବା ସୂଚନା ମିଳିଛି।

ନବଜାତ ଶିଶୁକୁ ଜନ୍ମ କରି ରାସ୍ତା କଡ଼କୁ ଫିଙ୍ଗିଦେଲା ମାଆ

ଚାନ୍ଦବାଲି  : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ଜନ୍ମ କରି ରାସ୍ତା କଡ଼କୁ ଫିଙ୍ଗିଦେଲା ମାଆ । ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ମୁନିପଦା ଛକ ରାସ୍ତା ପାଖ କଣ୍ଟା ବୁଦାରେ ଏହି ନବ ଜାତ ଶିଶୁ କନ୍ୟାକୁ କେହି ଫିଙ୍ଗି ଦେଇଥିଲେ । ସେହି ବାଟ ଦେଇ ଯାଉଥିବା ସ୍ଥାନୀୟ ଯୁବକ ନବଜାତ ଶିଶୁର କାନ୍ଦ ଶୁଣି ଶିଶୁଟିକୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପଲିଥିନରେ ବନ୍ଧା ଶିଶୁ କନ୍ୟାଟିକୁ ଉଦ୍ଧାର କରି ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏପର୍ଯ୍ୟନ୍ତ ଶିଶୁ କନ୍ୟା କାହାର ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ହିନ୍ଦୁଙ୍କୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ : ହିନ୍ଦୁଙ୍କୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନ। ବାଂଲାଦେଶରୁ ବହୁ ଅନୁପ୍ରବେଶକାରୀ ପ୍ରବେଶ କରୁଥିବାରୁ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର କେତେକ ଅଞ୍ଚଳକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଉ। ଝାଡଖଣ୍ଡ ଗୋଡାରୁ ନିର୍ବାଚିତ ସାଂସଦ ଦୁବେ କହିଛନ୍ତି, ରାଜ୍ଯରେ ଆଦିବାସୀଙ୍କ ସଂଖ୍ଯା ୧୦ ପ୍ରତିଶତ ହ୍ରାସ ପାଇଛି। ଅନୁପ୍ରବେଶକାରୀଙ୍କୁ ରୋକିବାରେ ରାଜ୍ଯ ସରକାର ବିଫଳ ହୋଇଥିବାରୁ ଏହା ଘଟୁଛି। ମାଲଦା, ମୁର୍ଶିଦାବାଦ, ଆରାରିଆ, କିଷନଗଞ୍ଜ, କତିହାର ଓ ସାନ୍ତାଳ ପରଗଣା ଅଞ୍ଚଳକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ଲାଗି ସେ ଦାବି କରିଛନ୍ତି। ସେଠାରେ ଜାତୀୟ ନାଗରିକ ପଞ୍ଜିକା ବା ଏନଆରସି ଲାଗୁ କରିବାକୁ ସେ ଦାବି କରିଛନ୍ତି। ବାଂଲାଦେଶରୁ ମୁସଲିମମାନେ ଏହି ଦୁଇ ରାଜ୍ଯରେ ପ୍ରବେଶ କରୁଛନ୍ତି ଏବଂ ଆଦିବାସୀ ମହିଳାଙ୍କୁ ବିବାହ କରୁଛନ୍ତି। ଝାଡ଼ଖଣ୍ଡର ୧୦୦ରୁ ଅଧିକ ଗ୍ରାମର ମହିଳା ମୁଖିଆଙ୍କ ସ୍ବାମୀ ମୁସଲିମ ବୋଲି କହିଛନ୍ତି ଦୁବେ

ବିବାଦୀୟ ମନ୍ତବ୍ଯ ଦେଇ ସସପେଣ୍ଡ ହେଲେ ରାଜସ୍ଥାନର ଶିକ୍ଷୟିତ୍ରୀ

ଜୟପୁର : ଆଦିବାସୀ ମହିଳା ସିନ୍ଦୂର ଲଗାନ୍ତୁ ନାହିଁ। ମଙ୍ଗଳସୂତ୍ର ବି ପିନ୍ଧନ୍ତୁ ନାହିଁ। ଏପରି କିଛି ବିବାଦୀୟ ମନ୍ତବ୍ଯ ଦେଇ ସସପେଣ୍ଡ ହୋଇଛନ୍ତି ରାଜସ୍ଥାନର ଜଣେ ଶିକ୍ଷୟିତ୍ରୀ। ଏହି ଶିକ୍ଷୟିତ୍ରୀଙ୍କ ନାମ ମାନେକା ଦାମୋର। ଏପରି ବିବାଦୀୟ ମନ୍ତବ୍ଯ ଦେବା ପରେ ତାଙ୍କୁ ସସପେଣ୍ଡ କରିଛି ରାଜସ୍ଥାନ ଶିକ୍ଷା ବିଭାଗ। ଶିକ୍ଷା ବିଭାଗର ନିୟମାବଳୀକୁ ସେ ଉଲ୍ଲଂଘନ କରିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି।

ଗତ ଜୁଲାଇ ୧୯ରେ ବାନସ୍ବାରା ଅନ୍ତର୍ଗତ ମଙ୍ଗର ଧାମରେ ଆୟୋଜିତ ଏକ ମେଗାରାଲିରେ ମାନେକା ଯୋଗଦେଇଥିଲେ। ଭାଷଣ ଦେବା ଅବସରରେ ସେ କହିଥିଲେ- ପଣ୍ଡିତମାନେ ଯାହା କହୁଛନ୍ତି ତାହାକୁ ଆଦିବାସୀ ମହିଳା ମାନନ୍ତୁ ନାହିଁ। ସେମାନେ ମଙ୍ଗଳସୂତ୍ର ଓ ସିନ୍ଦୂର ବ୍ଯବହାର କରନ୍ତୁ ନାହିଁ। ବଦଳରେ ଶିକ୍ଷା ଉପରେ ଆଦିବାସୀମାନେ ଫୋକସ କରନ୍ତୁ। ଆମେମାନେ ହିନ୍ଦୁ ନୁହଁ। ବର୍ତ୍ତମାନଠାରୁ ଏହି ନିୟମ ମାନିବାକୁ ହେବ।ଏହି ଘଟଣା ପରେ ତାଙ୍କୁ ସସପେଣ୍ଡ କରିଛନ୍ତି ଶି୍କ୍ଷା ବିଭାଗ ଯୁଗ୍ମ ନିର୍ଦ୍ଦେଶକ।

ଆଜି ଐତିହାସିକ କାରଗିଲ ବିଜୟ ଦିବସ

ନୂଆଦିଲ୍ଲୀ : କାରଗିଲ ବିଜୟ ଦିବସରେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଧାସଳଖ ଚେତାବନୀ । କାରଗିଲ ଯୁଦ୍ଧର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମୋଦି କହିଛନ୍ତି, ପାକିସ୍ତାନ ଏପର୍ଯ୍ଯନ୍ତ ଇତିହାସରୁ କିଛି ଶିକ୍ଷା ପାଇନାହିଁ। ଆଗରୁ ବି ତାର ମନ୍ଦ ଉଦ୍ଦେଶ୍ଯ ଫେଲ ମାରିଛି। ଏବେ ମଧ୍ଯ ସେ ଆତଙ୍କବାଦ ଜରିଆରେ ଛାୟାଯୁଦ୍ଧ ଚଳାଇଛି। କିନ୍ତୁ ଆତଙ୍କବାଦୀଙ୍କ ସର୍ଦ୍ଦାରଙ୍କୁ, ଆତଙ୍କବାଦକୁ ସମର୍ଥନ କରୁଥିବା ଲୋକଙ୍କୁ ମୁଁ କହି ରଖୁଛି, ସେମାନଙ୍କର ଷଡ଼ଯନ୍ତ୍ର କେବେ ବି ସଫଳ ହେବନି। ଆମର ସେନା ଦୃଢ଼ ହସ୍ତରେ ଆତଙ୍କବାଦକୁ ଖତମ୍ କରିବ। ଶତ୍ରୁକୁ କଡ଼ା ଜବାବ ଦିଆଯିବ ବୋଲି ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଇଛନ୍ତି ମୋଦି।ଲଦାଖ ଗସ୍ତରେ ଯାଇ କାରଗିଲ ୱାର ମେମୋରିଆଲରେ ଏହା କହିଛନ୍ତି ମୋଦି।

୧୯୯୯ ଜୁଲାଇ ୨୬ ତାରିଖରେ କାର୍ଗିଲ ଯୁଦ୍ଧରେ ବିଜୟ ଘୋଷଣା କରିଥିଲା ଭାରତ। ଭାରତୀୟ ସୀମା ଭିତରକୁ ପଶି ଆସିଥିଲେ ପାକିସ୍ତାନ ସେନା। ଭଡ଼ାଟିଆ ସୈନ୍ଯଙ୍କ ସହିତ ସେମାନେ ଭାରତର ସୀମାକୁ ଆଡ୍ଡା ଜମାଇଥିଲେ। ତତ୍କାଳୀନ ସେନା ମୁଖ୍ଯ ଜେନେରାଲ ପରଭେଜ ମୁଶାରଫ ଥିଲେ ଏହାର ମାଷ୍ଟର ମାଇଣ୍ଡ । ପ୍ରଥମେ ପାକିସ୍ତାନ ସେନା କହିଥିଲା, ଏଥିର ତାର ହାତ ନାହିଁ । ପରେ କିନ୍ତୁ ସବୁ ଜଣାପଡ଼ିଥିଲା। ପ୍ରାୟ ଅଢ଼େଇ ମାସର କାର୍ଗିଲ ଯୁଦ୍ଧ ପରେ ପାକିସ୍ତାନ ସେନାଙ୍କୁ ତଡ଼ି ନିଜ ସୀମାକୁ ସୁରକ୍ଷିତ ରଖିବାରେ ଭାରତ ସଫଳ ହୋଇଥିଲା। ସେହି ଦିନଠାରୁ ଜୁଲାଇ ୨୬କୁ ବିଜୟ ଦିବସ ରୂପେ ପାଳନ କରାଯାଉଛି। ଆଜି ବିଭିନ୍ନ ସ୍ଥାନରେ ସହିଦଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି।

ନିଟ୍ ୟୁଜି ପେପର ଲିକ୍ ମାମଲାରେ ସିବିଆଇର ବଡ ଖୁଲାସା

ନୂଆଦିଲ୍ଲୀ : ନିଟ୍ ୟୁଜି ପେପର ଲିକ୍ ମାମଲାରେ ସିବିଆଇର ବଡ ଖୁଲାସା। କିପରି ଅଧାପୋଡ଼ା ପ୍ରଶ୍ନପତ୍ର ଏହି ବଡ଼ ଧରଣର ସ୍କାମକୁ ପଦାକୁ ଆଣିଲା ସେନେଇ ପ୍ରଥମ ଥର ଲାଗି ଖୁଲାସା କରିଛି ସିବିଆଇ। ସିବିଆଇ କହିଛି ପ୍ରଥମ ଥର ଲାଗି ଗତ ମେ ୫ ତାରିଖରେ ଝାଡଖଣ୍ଡ ହଜାରିବାଗସ୍ଥିତ ଓଏସିସ ସ୍କୁଲରୁ ଏହି ପ୍ରଶ୍ନପତ୍ରର ସନ୍ଧାନ ମିଳିଥିଲା।

ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ପଙ୍କଜ କୁମାର ଓରଫ ଆଦିତ୍ଯ ଓରଫ ସାହିଲକୁ ପ୍ରଥମେ ଚିହ୍ନଟ କରାଯାଇଥିଲା। ପରେ ସ୍କୁଲର ପ୍ରିନ୍ସପାଲ, ଭାଇସପ୍ରିନ୍ସପାଲ ଓ ଜଣେ ସହଯୋଗୀଙ୍କ ଭୂମିକା ପଦାକୁ ଆସିଥିଲା। ଟ୍ରଙ୍କରେ ଆସିଥିବା ପ୍ରଶ୍ନପତ୍ରକୁ ମେ ୫ ତାରିଖ ସକାଳେ ସ୍କୁଲରେ ରଖାଯାଇଥିଲା। ପ୍ରଶ୍ନପତ୍ର ପହଞ୍ଚିବା ପରେ ଟ୍ରଙ୍କ ଖୋଲିବା ଲାଗି ମାଷ୍ଟରମାଇଣ୍ଡଙ୍କୁ ସ୍କୁଲ କର୍ତ୍ତୃପକ୍ଷ ସୁଯୋଗ ଦେଇଥିଲେ। ଟଙ୍କ ଖୋଲିବା ଲାଗି ସେମାନଙ୍କ ନିକଟରେ ଅତ୍ଯାଧୁନିକ ସରଞ୍ଜାମ ଥିଲା। ପ୍ରଶ୍ନପତ୍ରଗୁଡିକୁ କିଛି ଏମବିବିଏସ ଛାତ୍ର ଯାହାକୁ ସଲଭର ବୋଲି କୁହାଯାଉଥିଲା ସେମାନଙ୍କୁ ଦିଆଯାଇଥିଲା। ପରେ ଉତ୍ତର ଲେଖାଯାଇଥିବା ପ୍ରଶ୍ନପତ୍ରକୁ ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା। ଏହି ଘଟଣାରେ କେତେକ ସଲଭରଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩୬ ଜଣଙ୍କୁ ଗିରଫ କରିସାରିଲାଣି ସିବିଆଇ। ସେମାନଙ୍କ ମଧ୍ଯରୁ ବିହାରର ଅଛନ୍ତି ୧୫ ଜଣ।

ପଞ୍ଚମ ଦିନରେ ବଜେଟକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ

ଭୁବନେଶ୍ୱର : ବଜେଟ ଅଧିବେଶନର ଅଜି ପଞ୍ଚମ ଦିନ। ଆଜି କୃଷି ଓ କୃଷକ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା, ଶିଳ୍ପ, ଏସସି, ଏସଟି, ପଛୁଆ ବର୍ଗ, କ୍ରୀଡା ଓ ଯୁବ ବ୍ୟାପାର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ପଚାରି ପାରିବେ। କଂଗ୍ରେସ ପକ୍ଷରୁ ୨୦୨୪ ପୁରୀ ରଥଯାତ୍ରା ନୀତିରେ ମହା ବିଭ୍ରାଟ, ସରକାର ନୀରବ ନେଇ ମୁଲତବୀ ପ୍ରସ୍ତାବ ଦିଆ ଯାଇଛିl ଏ ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ଉତ୍ତର ରଖିବେ। ଏହାସହ ବାର୍ଷିକ ରିପୋର୍ଟ ଉପସ୍ଥାପନ ହେବ। ସେପଟେ ବିରୋଧୀ ଶୂନ୍ୟକାଳରେ ଚଳିତ ବଜେଟକୁ ନେଇ ସରକାରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଶାସକ ଦଳ ମଧ୍ୟ ବିରୋଧୀଙ୍କୁ କାଉଣ୍ଟର ଜବାବ ଦେବାକୁ ପ୍ରସ୍ତୁତ ହୋଇଛି ।

ଆଜି ପ୍ଯାରିସ୍ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ, ଝଲସିବ ସେନ୍ ନଦୀ ଉପକୂଳ

ନୂଆଦିଲ୍ଲୀ : ଆଜିଠୁ ପ୍ଯାରିସ୍ ଅଲିମ୍ପିକ୍ସ। ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ରେ ଆରମ୍ଭ ହେଉଛି କ୍ରୀଡ଼ାର ଏହି ମହାକୁମ୍ଭ ଅଲିମ୍ପିକ୍ସ। ଅଲିମ୍ପିକ୍‌ସ ଇତିହାସରେ ପ୍ରଥମଥର ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ୍‌ରେ ନୁହେଁ ବରଂ ନଦୀରେ ଅନୁଷ୍ଠିତ ହେବ। ପ୍ୟାରିସ୍ ସହର ମଧ୍ୟ ଦେଇ ବହିଯାଇଥିବା ସେନ୍ ନଦୀରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ।

ନଦୀରେ ୮୦ରୁ ୧୦୦ ନୌକାରେ କ୍ରୀଡ଼ାବିତ୍‌ଙ୍କ ପରେଡ୍‌ ହେବ। ୨୦୬ଟି ପ୍ରତିଯୋଗୀ ଦେଶଙ୍କ ପ୍ରତିନିଧି ସୁସଜ୍ଜିତ ନୌକାରେ ସହର ପରିକ୍ରମା କରିବେ। ନଦୀର ଉଭୟ ପାର୍ଶ୍ବରେ ରହି ପ୍ୟାରିସ୍‌ବାସୀ କ୍ରୀଡ଼ାବିତ୍‌ଙ୍କ ଏହି ଅଭିନବ ଯାତ୍ରା ଦେଖିବେ। ଏହି ଯାତ୍ରାରେ ସାମିଲ ହେବେ ୮୦ରୁ ୧୦୦ ନୌକା। ସେନ ନଦୀରେ ପ୍ରାୟ ୬ କିଲୋମିଟର ଯାତ୍ରା କରିବେ। ଏଫିଲ୍ ଟାୱର ନିକଟସ୍ଥ ପଣ୍ଟ୍ ଡି ଲୋନା ନିକଟରେ ପ୍ରତିଯୋଗୀଙ୍କର ଏହି ନୌକା ଯାତ୍ରା ସମ୍ପନ୍ନ ହେବ। ଐଫେଲ୍‌ ଟାୱର ନିକଟରେ ଥିବା ଚାମ୍ପିଅନ୍‌ ପାର୍କକୁ ଏକ ଅସ୍ଥାୟୀ ଷ୍ଟାଡିୟମ୍‌ରେ ପରିଣତ କରାଯାଇଛି। ଏହି ଷ୍ଟାଡିୟମ୍‌ରେ ପ୍ୟାରିସ୍‌ ଅଲିମ୍ପିକ୍‌ସ ଉଦ୍‌ଘାଟନୀ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହିଠାରେ ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଅଲିମ୍ପିକ୍‌ସର ଶୁଭାରମ୍ଭ କରିବେ।

ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ୩ ହଜାରରୁ ଅଧିକ କଳାକାର ନୃତ୍ୟ, ସଂଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିବେଷଣ କରିବେ। ଦର୍ଶକ ଯେପରି ଉଦ୍‌ଘାଟନୀ ଉତ୍ସବ ଦେଖିପାରିବେ ସେଥିପାଇଁ ସାରା ସହରରେ ୮ଟି ବଡ଼ ପରଦା ଲଗାଯାଇଛି। ନୌକାଯାତ୍ରାର ଆରମ୍ଭରୁ ଉଦ୍‌ଘାଟନୀ ଉତ୍ସବସ୍ଥଳୀ ପର୍ଯ୍ୟନ୍ତ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଦ୍‌ଘାଟନୀ ଉତ୍ସବ ଭାରତୀୟ ସମୟ ରାତି ୧୧ଟାରୁ ଆରମ୍ଭ ହୋଇ ପାଖାପାଖି ୨ ଘଣ୍ଟା ଧରି ଚାଲିବ।

କୁଆଡେ ଗଲା ୩୦୦ ୟୁନିଟ୍ ମାଗଣା ବିଜୁଳି ?

ନନ୍ଦିଘୋଷ ବ୍ୟୁରୋ: ୨୦୨୪-୨୫  ଆର୍ଥିକ ବର୍ଷ ପାଇଁ ଅର୍ଥ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଣିଥିବା ବଜେଟରେ କୌଣସି ନୂତନତ୍ଵ ନାହିଁ। ପୂର୍ବ ସରକାର କାର୍ଯ୍ୟକାରୀ କରିଥିବା ସବୁ ଯୋଜନାକୁ ନାଁ ବଦଳାଇ କାର୍ଯ୍ୟକାରୀ କରାଯାଇଛି। ବିଜେଡି ବିଧାୟକ ଅରୁଣ ସାହୁ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏ ନେଇ ବିଜେପି ସରକାରକୁ ସମାଲୋଚନା କରିଛନ୍ତି। ତେବେ କୁଆଡେ ଗଲା ୩୦୦ ୟୁନିଟ୍ ମାଗଣା ବିଜୁଳି। ଆହାର ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସ୍ପଷ୍ଟତା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ।