କଟକ: ବାରଙ୍ଗରେ କଲରା ପତରିଆ ବାଘ ଆତଙ୍କ । ଜୟପୁର ଓ ଗୋପପୁର ଗାଁ ନିକଟ ଜଙ୍ଗଲରେ ଏକ କଲରା ପତରିଆ ବାଘ ବୁଲୁଥିବା ଚର୍ଚ୍ଚା ହେଉଛି । ରବିବାର ରାତି ପ୍ରାୟ ୯ଟା ବେଳେ ଜୟପୁର ଗାଁର କିଛି ଲୋକ ପ୍ରଥମେ ବାଘଟିକୁ ଦେଖିଥିବା କହିଛନ୍ତି । ପରେ ଗୋଠପୁରରେ ମଧ୍ଯ ବାଘଟି ବୁଲୁଥିବା ଦେଖିବାକୁ ମିଳିଥିଲା। ଯାହାର ଏକ ଫଟୋ ସୋସିଆଲ ମଡିଆରେ ଭାଇରାଲ ହେଉଛି । ବାଘ ଥିବା ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ହଷ୍ଟେଲରେ ଭୂତ ଆତଙ୍କ: ଭୂତ ଭୟରେ ଖାଲି ହୋଇଗଲା ହଷ୍ଟେଲ
ବଲାଙ୍ଗୀର: ଲେଡିଜ୍ ହଷ୍ଟେଲରେ ଭୂତ ଆତଙ୍କ, ଖାଲିହୋଇଗଲା ହଷ୍ଟେଲ। ବଲାଙ୍ଗୀର ଜିଲ୍ଲା ଆଗଲପୁର ପଞ୍ଚାୟତ ମହାବିଦ୍ୟାଳୟର ରୋତ ଛାତ୍ରୀନିବାସରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡାହାଣୀ ଓ ଭୂତ ସନ୍ଦେହରେ ୨୫ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ିଛନ୍ତି। ପୂର୍ବରୁ ମଧ୍ଯ ଭୂତ ଭୟରେ ଛାତ୍ରୀନିବାସରୁ ଅନ୍ଯ ଛାତ୍ରୀମାନେ ପଳାଇଯାଇଥିଲେ।
ଗତ ଶନିବାର ଯୁକ୍ତଦୁଇ ଛାତ୍ରୀଙ୍କ ନିକଟରେ ଅସ୍ବାଭାବିକ ଆଚରଣ ଦେଖିବାକୁ ମିଳିଥିଲା। ପରେ ହଷ୍ଟେଲକୁ ଗୁଣିଆକୁ ଡକାଇ ପୂଜାପାଠ କରାଯାଇଥିଲା। ପରେ ଅବଶିଷ୍ଟ ୨୫ ଛାତ୍ରୀ ଭୂତ ଭୟରେ ହଷ୍ଟେଲ ଛାଡ଼ି ଚାଲିଯାଇଛନ୍ତି। ଏସବୁ କଲେଜ ଅଧ୍ଯକ୍ଷ ଓ କର୍ତ୍ତୃପକ୍ଷଙ୍କ ଜାଣତରେ ହିଁ ହୋଇଥିଲା। ଗୁଣିଆକୁ ଡକାଇବା ଘଟଣାକୁ କଲେଜ ଅଧ୍ଯକ୍ଷ ମଧ୍ଯ ସ୍ବୀକାର କରିଛନ୍ତି।
ଏଠାରେ ବଡ଼ ପ୍ରଶ୍ନ ଉଠୁଛି, କେମିତି ଅନ୍ଧବିଶ୍ବାସକୁ ସ୍ବିକୃତୀ ଦେଲେ କଲେଜ ଅଧ୍ଯକ୍ଷ ? କାହିଁକି ହଷ୍ଟେଲ ପରିସରରେ ଗୁଣିଆକୁ ଡକାଇ କରାଗଲା ପୂଜାର୍ଚ୍ଚନା ? ଶିକ୍ଷିତ ହୋଇଥିଲେ ବି କେମିତି ଅନ୍ଧବିଶ୍ବାସକୁ ଭରସା କଲେ ଅଧ୍ଯକ୍ଷ ?
ଗଛକୁ ରାକ୍ଷୀ ବାନ୍ଧିଲେ ମହିଳା; ଗଛକୁ ସୁରକ୍ଷା ଦେବାକୁ ନିଆରା ପ୍ରୟାସ
ଗଛକୁ ରାକ୍ଷୀ ବାନ୍ଧିଲେ ମହିଳା। ଗଛ ନିକଟରେ ମହିଳାମାନେ ଏକତ୍ରିତ ହୋଇ ହୁଳହୁଳି ହାତରେ ବନ୍ଦାପନା ଥାଳି ଧରି ଗଛକୁ ରାକ୍ଷୀ ବାନ୍ଧିଛନ୍ତି। ପୁରୀ ଅସ୍ତରଙ୍ଗ ଗୁଣ୍ଡଳବା ଗାଁର ମହିଳା ବୃକ୍ଷ ସୁରକ୍ଷା ପାଇଁ ଶପଥ ନେଇଛନ୍ତି। ଗଛ ବଞ୍ଚିଲେ ଦୁନିଆ ବଞ୍ଚିବ ନାରା ଦେଇ ମହିଳା ମାନେ ଗଛ ହିଁ ଆମର ଭାଇ ବୋଲି କହି ରାକ୍ଷୀ ବାନ୍ଧିଛନ୍ତି।
ବୃକ୍ଷ ପୂଜା ଭାରତୀୟ ସଂସ୍କୃତିର ପ୍ରାଚୀନ ପରମ୍ପରା। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଗଛ ଆମର ସହଯୋଗ କରିଥାଏ ବୋଲି ମହିଳା କହିଛନ୍ତି। ଗଛ ବିନା ସଂସାରର କଳ୍ପନା କରାଯାଇ ପାରେନି, ତେଣୁ ଗଛ ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରାଯାଉଛି। ଗୁଣ୍ଡଳବା ଭିଏସଏସର ମହିଳା ମାନେ ଗଛରେ ରାକ୍ଷୀ ବାନ୍ଧି ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି।
ଆଜି ଶ୍ରାବଣର ଶେଷ ସୋମବାର, ବାବା ଆଖଣ୍ଡଳମଣିଙ୍କ ପୀଠରେ କାଉଡିଆଙ୍କ ଭିଡ
ଭଦ୍ରକ: ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର। ଏହି ଦିନରେ ବାବା ଆଖଣ୍ଡଳମଣିଙ୍କୁ ଜଳାଲାଗି କରିବା ପାଇଁ ହଜାର ହଜାର କାଉଡିଆଙ୍କ ଭିଡ ଲାଗିଛି । ବହୁ ଦୂରଦୂରାନ୍ତରୁ ଆଖଣ୍ଡଳମଣି ପୀଠକୁ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି। ଭଦ୍ରକ ଆରଡି ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ରାତ୍ର ଚାରିଟାରେ ମନ୍ଦିରର ଦ୍ଵାର ଫିଟାଯାଇ ସମସ୍ତ ରୀତିନୀତି ସମାପନ କରାଯାଇଥିଲା । ଏହାପରେ ସର୍ବସାଧାରଣଙ୍କ ଦର୍ଶନ ସହିତ କାଉଡ଼ିଆମାନେ ଜଳଲାଗି କରିଥିଲେ ।
ଆଜି ଶେଷ ସୋମବାର ଓ ପୂର୍ଣ୍ଣିମା ପଡିଥିବାରୁ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ସେହିପରି ପୀଠରେ ଥିବା ୩ଟି ନଦୀଘାଟରେ ଯେପରି ସୁରକ୍ଷିତ ଭାବେ କାଉଡିଆମାନେ ନଦୀ ପାର ହୋଇ ଆସିବେ ସେଥିପାଇଁ ନଦୀଘାଟର ଉଭୟ ପାର୍ଶ୍ବରେ ଓଡ୍ରାଫଟିମ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଛି। ଡଙ୍ଗାରେ ଅଧିକ ସଂଖ୍ଯକ କାଉଡିଆ ପାରି ନକରିବାକୁ ୨ଜଣ ଅଧିକାରୀଙ୍କ ସହ ୬ପ୍ଲାଟୁନ ପୋଲି ଫୋର୍ସ ମୃତୟନ ହୋଇଛନ୍ତି।
କର୍ଣ୍ଣାଟକ ମହୀଶୂର ମୁଡା ସ୍କାମ ପ୍ରସଙ୍ଗ; ଆଜି ରାଜ୍ଯବ୍ଯାପୀ ଆନ୍ଦୋଳନ କରିବ କଂଗ୍ରେସ
ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକ ମହୀଶୂର ମୁଡା ସ୍କାମ ପ୍ରସଙ୍ଗ। ଆଜି ରାଜ୍ଯବ୍ଯାପୀ ଆନ୍ଦୋଳନ କରିବ କଂଗ୍ରେସ। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ ଲାଗି ରାଜ୍ଯପାଳ ଥାଓ୍ବରଚାନ୍ଦ ଗେହଲଟ ନିର୍ଦ୍ଦେଶ ଦେବା ପରେ ତାତିଛି କଂଗ୍ରେସ । ରାଜ୍ଯବ୍ଯାପୀ ପ୍ରତିବାଦ ଆନ୍ଦୋଳନ କରାଯିବାକୁ ଦଳ ନିଷ୍ପତ୍ତି ନେଇଛି ବୋଲି କହିଥିଲେ ଉପମୁଖ୍ଯମନ୍ତ୍ରୀ ଡି.କେ. ଶିବକୁମାର । ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୭ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୨୧୮ ଅନୁସାରେ ମାମଲା ଦାୟର ଲାଗି ରାଜ୍ଯପାଳ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ସିଦ୍ଦରମୈୟା ଆଇନଗତ ଭାବେ ଲଢିବେ ବୋଲି ଦଳ କହିଛି ।
ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ଉଭୟ ବିଜେପି ଓ ଜେଡିଏସ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଓ ଦିଲ୍ଲୀ ପରେ ସେମାନେ କର୍ଣ୍ଣାଟକରେ ବି ଷଡଯନ୍ତ୍ର କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି । ରାଜ୍ଯପାଳ ରାଜନୈତିକ ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ବ୍ଯାପାରରେ ଥିବା କଂଗ୍ରେସ ପ୍ରଭାରୀ ରଣଦୀପ ସୂର୍ଯେବାଲା । ସେପଟେ ମୁଡା ସ୍କାମକୁ ନେଇ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି ବିଜେପି ଓ ଜେଡିଏସ ।
ଅବ୍ୟବସ୍ଥା ଘେରରେ ବ୍ରହ୍ମପୁର ଏମକେସିଜି ମେଡିକାଲ
ବ୍ରହ୍ମପୁର : ଅବ୍ଯବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲ । ଘରୋଇ ସଂସ୍ଥାର ମନମାନୀ ଯୋଗୁଁ ହନ୍ତସନ୍ତ ଲୋକେ । ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ନିୟମିତ ବେଡସିଟ୍ ମିଳୁନଥିବା ଅଭିଯୋଗ ହୋଇଛି । ଫଳରେ ଏକାଧିକ ଦିନ ଧରି ଅପରିଷ୍କାର ବେଡସିଟ୍ ଉପରେ ଶୋଉଛନ୍ତି ରୋଗୀ । ବେଡସିଟ୍ ଦାୟିତ୍ବରେ ଥିବା ଘରୋଇ ସଂସ୍ଥାର ଅବହେଳା ଯୋଗୁଁ ଘାଣ୍ଟି ହେଉଛନ୍ତି ରୋଗୀ । ଏନେଇ ଦାୟିତ୍ୱରେ ଥିବା ଆଂଶିକା ସର୍ଭିସ୍ ସଂସ୍ଥାର ସୁପରଭାଇଜର କହିଛନ୍ତି, ସଫା କରାଯିବା ପରେ ୱାର୍ଡକୁ ବେଡସିଟ ଫେରସ୍ତ କରାଯାଉଛି । ପ୍ରତ୍ୟେକ ବର୍ଷ ନୂତନ ବେଡସିଟ ମଧ୍ଯ କ୍ରୟ କରାଯାଉଛି । ଗୋଟିଏ ଶଯ୍ୟା ପିଛା ୭ଟି ବେଡସିଟ ପ୍ରଦାନ କରାଯାଉଛି । ତେବେ ସଂସ୍ଥାର ଠିକାଦାର ଭୁବନେଶ୍ବରରେ ରହି ଅପେରେଟ କରୁଥିବାରୁ ଏପରି ଅବ୍ଯବସ୍ଥା ଥିବା କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।
ଠିକାଦାରଙ୍କ କହିବା ଅନୁଯାଇ ପ୍ରତିଦିନ ୮ଶହ ବେଡସିଟ ସଫେଇ ହେଉଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ଯଦି ଏହା ସତ ତାହାହେଲେ ରୋଗୀଙ୍କୁ ଠିକରେ ମିଳୁନାହଁ କାହିଁକି ? ଅନ୍ୟପଟେ ଅନେକ ରୋଗୀ ବେଡ ନ ପାଇ ଚଟାଣରେ ଚିକିତ୍ସିତ ହେଉଛନ୍ତି ହେଲେ ସେମାନଙ୍କୁ ମଧ୍ଯ କୌଣସି ପ୍ରକାର ସୁବିଧା ମିଳିପାରୁ ନାହିଁ । ଫଳରେ ରୋଗୀଙ୍କ ସମ୍ପର୍କୀୟ ଓ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

