spot_img
Home Blog Page 168

ବାଂଲାଦେଶ କ୍ରିକେଟକୁ ICCର ଧମକ, ଭାରତରେ ଖେଳନ୍ତୁ ନଚେତ୍ ପଏଣ୍ଟ ହାତଛଡ଼ା କରନ୍ତୁ…

ନନ୍ଦିଘୋଷ ବ୍ୟୁରୋ ; ଆଇସିସି ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ବାଂଲାଦେଶ ଭାରତରୁ ଏହାର ଟି-୨୦ ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଆଇସିସିକୁ ଅନୁରୋଧ କରିଥିଲା। ଏହା କହିଥିଲା ​​ଯେ ଏହା ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ଆସିବ ନାହିଁ । ତଥାପି, ଏକ ରିପୋର୍ଟ ଅନୁସାରେ, ବାଂଲାଦେଶକୁ ଭାରତରେ ଏହାର ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଖେଳିବାକୁ ପଡିବ।

ଖେଳାଳି ସୁରକ୍ଷା ଚିନ୍ତାକୁ ଉଦ୍ଧୃତ କରି ବାଂଲାଦେଶ ୨୦୨୬ ଟି୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲା। ତଥାପି, ଏକ ରିପୋର୍ଟ ଅନୁଯାୟୀ, ଆଇସିସି ବାଂଲାଦେଶକୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାର ଅର୍ଥ ହେଉଛି ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ବାଂଲାଦେଶକୁ କୋଲକାତା ଏବଂ ମୁମ୍ବାଇରେ ଏହାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ପଡିବ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ରାଜନୈତିକ ଉତ୍ତେଜନାକୁ ଦୃଷ୍ଟିରେ ରଖି, ଏହାର ମ୍ୟାଚର ସ୍ଥାନ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯିବ ନାହିଁ।

ବାଂଲାଦେଶ କ୍ରିକେଟ୍ ବୋର୍ଡ ଏହାର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲରୁ ବାଦ ଦେବା ପରେ ଏହାର ଟି୨୦ ବିଶ୍ୱକପ୍ ମ୍ୟାଚ୍ ଗୁଡ଼ିକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲା । ଆଇପିଏଲ ୨୦୨୬ ନିଲାମରେ କେକେଆର ଦ୍ୱାରା ମୁସ୍ତାଫିଜୁରଙ୍କୁ ଅଧିଗ୍ରହଣ କରାଯାଇଥିଲା। ତଥାପି, ବାଂଲାଦେଶରେ ହିନ୍ଦୁମାନଙ୍କ ହତ୍ୟା ଯୋଗୁଁ ମୁସ୍ତାଫିଜୁରଙ୍କୁ ଆଇପିଏଲରୁ ହଟାଇବା ପାଇଁ ଦାବି ଜୋର ଧରିଥିଲା, ଯାହା ଫଳରେ ବିସିସିଆଇ ନିର୍ଦ୍ଦେଶରେ କେକେଆର ତାଙ୍କୁ ଦଳରୁ ହଟାଇବାକୁ ବାଧ୍ୟ ହୋଇଥିଲା।

ମୁସ୍ତାଫିଜୁରଙ୍କୁ ଆଇପିଏଲ ରୁ ବାହାର କରାଯିବାକୁ ବାଂଲାଦେଶର କ୍ରୀଡା ମନ୍ତ୍ରଣାଳୟ ଏବଂ କ୍ରିକେଟ ବୋର୍ଡ ଏକ ଅପମାନ ଭାବରେ ଗ୍ରହଣ କରିଥିଲା। ସେମାନେ ଏକ ଜରୁରୀକାଳୀନ ବୈଠକ ଡାକିଥିଲେ, ଯେଉଁଠାରେ ଆଇପିଏଲ ଠାରୁ ସ୍ଥାନ ପରିବର୍ତ୍ତନ ପାଇଁ ଅନୁରୋଧ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବାଂଲାଦେଶ କ୍ରିକେଟ ବୋର୍ଡ ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ଆଇପିଏଲ କୁ ଇମେଲ୍ କରିଥିଲା, ଏବଂ ବର୍ତ୍ତମାନ ଏହାର ଉତ୍ତର ପାଇଛି।

ବିଦ୍ୟାଳୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ଉଦଳା : ଗାଁରେ ବିଦ୍ୟାଳୟ ପାଇଁ ଅଭିଭାବକଙ୍କ ଦାବି। ଅସହ୍ୟ ଜାଡରେ ସକାଳୁ ରାତି ଯାଏଁ ଧାରଣାରେ ବସିଲେ ଗ୍ରାମବାସୀ। ମୟୂରଭଞ୍ଜ ଖୁଣ୍ଟା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଛ ଏଭଳି ଚିତ୍ର। ଖୁଣ୍ଟା ଶିକ୍ଷା ବ୍ଲକ ବହଳଦା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ଆଶ୍ରମ ବିଦ୍ୟାଳୟ ହେବା ନେଇ ପ୍ରସ୍ତାବ ହୋଇଥିଲା। ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ହେବ ବୋଲି ଖୁସି ହୋଇଥିଲେ ଅଂଚଳବାସି। ହେଲେ ବହଳଦା ପରିବର୍ତ୍ତେ ତାଡ଼କିଝରଣ ଗ୍ରାମରେ ଉକ୍ତ ବିଦ୍ୟାଳୟ ହେବା ନେଇ ଜାଣିବା ପରେ ଏହାକୁ ବିରୋଧ କରିଛନ୍ତି । କେଉଁ କାରଣରୁ ବିଦ୍ୟାଳୟ ସ୍ଥାନାନ୍ତର କରାଗଲା ତାକୁ ନେଇ ତାତିଛନ୍ତି ଗ୍ରାମବାସୀ । ଖୁଣ୍ଟା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି॥ ବିଇଓ ଓ ଏବିଇଓଙ୍କ ସମେତ ୫ ରୁ ୬ ଜଣ କର୍ମଚାରୀଙ୍କୁ କାର୍ଯ୍ୟାଳୟ ରେ ଅଟକାଇଛନ୍ତି। ଅସହ୍ୟ ଜାଡ଼ରେ ରାତି ସାରା ବିକ୍ଷୋଭ କରିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ନାକେଦମ ହେଇଛି ପ୍ରଶାସନ।

କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

ରାଜନଗର : କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା। ଆସନ୍ତାକାଲିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ବନ୍ଦ ରହିବ । ଭିତରକନିକାର ନଦୀ,ନାଳ ମାନଙ୍କରେ ବଉଳା କୁମ୍ଭୀର ଗଣନା ଅନୁଷ୍ଠିତ ହେବ । ଆଜି କୁମ୍ଭୀର ଗଣନାକାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ସେମାନେ ଆସନ୍ତାକାଲି ଠାରୁ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହେବେ । କୁମ୍ଭୀର ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ପର୍ଯ୍ୟଟକ ମାନଙ୍କୁ ଭିତରକନିକା ବୁଲି ନଯିବାକୁ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୧୯୭୬ ମସିହାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଥିବା ବେଳେ ଚଳିତ ବର୍ଷ ୧୦ ଦିନ ପରିବର୍ତ୍ତେ ମାତ୍ର ୩ ଦିନ କୁମ୍ଭୀର ଗଣନା କରାଯିବ।

ତେଲ ପାଇଁ ଅପରେସନ ଭେନେଜୁଏଲା ପରେ ଏବେ ଗ୍ରୀନଲାଣ୍ଡ ଉପରେ ଟ୍ରମ୍ପଙ୍କ ଆଖି !

ନନ୍ଦିଘୋଷ ବ୍ୟୁରୋ : ତେଲ ପାଇଁ ଅପରେସନ ଭେନେଜୁଏଲା ପରେ ଏବେ ଟ୍ରମ୍ପଙ୍କ ଆଖି ଗ୍ରୀନଲାଣ୍ଡ ଉପରେ। ଆମେରିକାର ରାଷ୍ଟ୍ରପତି ବର୍ତ୍ତମାନ ଗ୍ରୀନଲାଣ୍ଡ ଦଖଲ କରିବାକୁ ଟାର୍ଗେଟ ରଖିଛନ୍ତି। ହ୍ଵାଇଟ ହାଉସ ପକ୍ଷରୁ କୁହାଯାଇଛି, ଏଥିପାଇଁ ଦରକାର ପଡ଼ିଲେ ବଳ ମଧ୍ୟ ପ୍ରୟୋଗ କରାଯିବ। ଆମେରିକାର ସୁରକ୍ଷା କାରଣରୁ ଗ୍ରୀନଲାଣ୍ଡ ଆମ ହାତକୁ ଆସିବା ଦରକାର ବୋଲି ହ୍ଵାଇଟ ହାଉସର ମୁଖପାତ୍ର କହିଛନ୍ତି। ଏହାକୁ ନେଇ ୟୁରୋପରେ ହଲଚଲ୍ ସୃଷ୍ଟି ହୋଇଛି। କାରଣ ଗ୍ରୀନଲାଣ୍ଡ ଉତ୍ତର ମେରୁ ଅଞ୍ଚଳର ଏକ ଦ୍ଵୀପ। ଏହା ଏକ ସ୍ଵୟଂଶାସିତ ଦ୍ଵୀପ। କିନ୍ତୁ ଏହା ଡେନମାର୍କ ଅଧୀନରେ ଅଛି। ଗ୍ରୀନଲାଣ୍ଡରେ ଅନେକ ବିରଳ ଧାତୁ ଥିବା କୁହାଯାଉଛି। ତା ସହିତ ସାମୁଦ୍ରିକ ପଥ ପାଇଁ ଏହାର ସ୍ଵତନ୍ତ୍ର ଗୁରୁତ୍ଵ ରହିଛି। ତେଣୁ ଆମେରିକା ଏହାକୁ ଦଖଲ କରିବାକୁ ଚାହୁଁଛି। ଏବେ ଯଦି ଆମେରିକା ଏହାକୁ ଦଖଲ କରେ, ତେବେ ନାଟୋରେ ହେବ ଫାଟ। ୟୁରୋପୀୟ ସହଯୋଗୀ ଆମେରିକାର ଦାଦାଗିରିକୁ ସହ୍ୟ କରିବେ ନାହିଁ ବୋଲି କହିଛନ୍ତି।

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ବର : ଥଣ୍ଡାର ଥାର୍ଡ ଡିଗ୍ରୀରେ କଲବଲ ହେଉଛି ଓଡ଼ିଶା । ଦୁଇଦିନ ହେଲା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଆଗକୁ ଆହୁରି ଥଣ୍ଡା ବଢିବା ନେଇ ସମ୍ଭାଵନା ରହିଛି । ରାତ୍ରି ୨ରୁ ୪ ଡିଗ୍ରୀ ରାତ୍ରି ତାପମାତ୍ରା ହ୍ରାସ ପାଇବ । ସେହିପରି ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୬ ଦିନ ଯାଏ ପାଗ ଶୁଖିଲା ରହିବ। ତେଣୁ ଜାଡ ବା ପ୍ରବଳ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହ କଲବଲ କରୁଛି ଘନ କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ ୨୦ ମିଟର ଆଗକୁ ଦେଖାଯାଉନି ରାସ୍ତାଘାଟ । ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ।

ଜାନୁଆରୀ ୧୨ ତାରିଖରେ ଉତକ୍ଷେପଣ ହେବ PSLV C-62 ରକେଟ୍

ନନ୍ଦିଘୋଷ ବ୍ୟୁରୋ : ପୁଣି ଇତିହାସ ରଚିବ ଭାରତ । ଜାନୁଆରୀ ୧୨ ତାରିଖରେ ଉତକ୍ଷେପଣ ହେବ PSLV C-62 ରକେଟ୍ । ଶ୍ରୀହରିକୋଟା ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ପ୍ରଥମ ଲଞ୍ଚପ୍ୟାଡରୁ ଉତକ୍ଷେପଣ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO । ଏହା ISROର ୧୦୧ ତମ କକ୍ଷପଥ ମିଶନ । ଏହି ରକେଟରେ ୧୯ଟି ଉପଗ୍ରହ ମହାକାଶକୁ ପଠାଯିବ । ଏଥିରେ ରହିଛି ଭାରତର ପେଲୋଡ୍ EOS N1 । ଏହାକୁ ଅନବେଶା ମଧ୍ୟ କୁହାଯାଏ । ଏହାଦ୍ବାରା ମହାକାଶ ଉପରୁ ଭାରତ ଉପରେ ନଜର ରଖାଯିବ । ଏହା ଏକ ଗୁପ୍ତଚର କ୍ୟାମେରା । ଏହାକୁ ଡିଆଡିଓ ଡିଜାଇନ୍ କରିଥିବା ସୂଚନା ରହିଛି । ଶ୍ରୀହରିକୋଟା ସତୀଶ ଧାଓ୍ବନ ମହାକାଶ କେନ୍ଦ୍ର ଉପରେ ଏବେ ସାରା ଦେଶର ଫୋକସ ରହିଛି ।

ଉତ୍ତର ପ୍ରଦେଶରେ ପ୍ରକାଶ ପାଇଥିବା SIR ତାଲିକାକୁ ନେଇ ତୁମ୍ବିତୋଫାନ୍

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପ୍ରଦେଶରେ ପ୍ରକାଶ ପାଇଥିବା SIR ତାଲିକାକୁ ନେଇ ତୁମ୍ବିତୋଫାନ୍ । ତାଲିକାରୁ ବାଦ ପଡିଛନ୍ତି ୨ କୋଟି ୮୯ ଲକ୍ଷ ଭୋଟର । ଜଣେ କଂଗ୍ରେସ ନେତାଙ୍କ ପୁରା ପରିବାର ତାଲିକାରୁ ବାଦ ପଡିଥିବା ଅଭିଯୋଗ ହୋଇଛି । କଂଗ୍ରେସ ନେତା ଗୁରଦୀପ ସିଂହ ସପଲ ଏବଂ ତାଙ୍କ ପରିବାର ଏହି ତାଲିକାରୁ ଗାଏବ ହୋଇଥିବା ସେ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି । ସେ କଂଗ୍ରେସ ନେତା ହୋଇଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ନିର୍ବାଚନ କମିଶନ କାହା ନିର୍ଦ୍ଦେଶରେ କାମ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଭୋଟ ତାଲିକାରୁ ଯେଉଁମାନଙ୍କର ନାମ ବାଦ ଦିଆଯାଇଛି ସେମାନଙ୍କୁ ପୁନଃ ସାମିଲ କରିବା ପାଇଁ ସେ ଦାବି କରିଛନ୍ତି । ତାଙ୍କ ନାମ 2003 ଭୋଟର ତାଲିକାରେ ତାଲିକାଭୁକ୍ତ ଥିଲା । ଚଳିତଥର ବି ନିର୍ବାଚନ କମିଶନଙ୍କ ଆବଶ୍ୟକ ଅନୁଯାୟୀ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ ଗୁରୁଦୀପ । ତା ସତ୍ବେ ବି କିଭଳି ତାଙ୍କ ନାଁ କଟିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଗତକାଲି ପ୍ରକାଶ ପାଇଛି ଉତ୍ତର ପ୍ରଦେଶ ତାଲିକା ।

ବିଗ୍ ବି’ଙ୍କୁ ଭେଟିଲେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଗାର୍ଲଫ୍ରେଣ୍ଡ, ଭିଡିଓ ହେଉଛି ଭାଇରାଲ

ବିଗ୍ ବି’ଙ୍କୁ ଭେଟିଲେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଗାର୍ଲଫ୍ରେଣ୍ଡ, ଭିଡିଓ ହେଉଛି ଭାଇରାଲ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ଼ ସୁପରଷ୍ଟାର ତଥା ମହାନାୟକ ଅଭିତାଭ ବଚ୍ଚନ ଯେଉଁଠିକୁ ଯାଇଥାନ୍ତି, ଯାହାକୁ ଭେଟିଥାନ୍ତି ତାହା ଖବର ସିରୋନାମା ପାଲଟି ଯାଇଥାଏ । ଏବେ ବିଗ ବି’ଙ୍କ ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏଥିରେ ସେ ଜଣେ ଯୁବତୀଙ୍କ ସହ କଥା ହେଉଥିବା ଦେଖିବାକୁ ମିଳୁଛି । ଏହି ଯୁବତୀ ଜଣଙ୍କ ଆଉ କେହି ନୁହେଁ, ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଗାର୍ଲଫ୍ରେଣ୍ଡ ମାହିକା ।

ଭିଡିଓରେ ଅମିତାଭ ଏବହ ମାହିକାଙ୍କ ସହ ହାର୍ଦ୍ଧିକଙ୍କୁ ବି ଦେଖିବାକୁ ମିଳୁଛି । ଯାହା ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଭାଇରାଲ ହେବାରେ ଲାଗିଛି । ଏହାସହ ଭିଡିଓଟିକୁ ୟୁଜର୍ସ ବହୁତ ପସନ୍ଦ କରୁଛନ୍ତି । ଭିଡିଓରେ ଅମିତାଭ ମାହିକାଙ୍କ ସହ କଥା ହେଉଥିବା ଦେଖିବାକୁ ମିଳୁଛି ।

ରାଲାଏନ୍ସ ଫାଉଣ୍ଡେସନର ‘ୟୁନାଇଟେଡ ଇନ୍ ଟ୍ରାୟମ୍ଫ’ ଇଭେଣ୍ଟକୁ ହାର୍ଦ୍ଧିକ ଗାର୍ଲଫ୍ରେଣ୍ଡ ମାହିକାଙ୍କ ସହ ଯାଇଥିଲେ । ଏଥିରେ ବିଗ୍ ବି’ ବି ଯୋଗ ଦେଇଥିଲେ । ଏହି ସମୟରେ ହାର୍ଦ୍ଧିକ ମାହିକାଙ୍କୁ ଅମିତାଭଙ୍କ ସହ ପରିଚିତ କରାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅମିତାଭ ବଚ୍ଚନ ପାଣ୍ଡ୍ୟାଙ୍କୁ ଆଲିଙ୍ଗନ କରିଥିଲେ । ଏହାପରେ ପାଣ୍ଡ୍ୟା ମାହିକାଙ୍କୁ ତାଙ୍କ ସହ ସାକ୍ଷାତ କରାଇଥିଲେ ।

ଅମିତାଭ ମାହିକାଙ୍କୁ କିଛି କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ଆଉ ଅଭିତାଭଙ୍କ କଥା ଶୁଣି ମାହିକା ହସିବା ସହ ଧନ୍ୟବାଦ ଜଣାଉଛନ୍ତି ।

ରାଜ୍ୟରେ ସଂପୂର୍ଣ୍ଣ ଠପ୍ ଧାନ କିଣା, ଶୀତ କାକରରେ ଅମଳ ଫସଲ ଧରି ବସି ରହିଛନ୍ତି ଅନ୍ନଦାତା

ନନ୍ଦିଘୋଷ ବ୍ୟୁରୋ :  ରାଜ୍ୟରେ ସଂପୂର୍ଣ୍ଣ ଠପ୍ ଧାନ କିଣା। ମିଲର୍ସଙ୍କ ଆନ୍ଦୋଳନ ଜାରି। ଶୀତ କାକରରେ ଧାନବସ୍ତା ଧରି ବସି ରହିଛନ୍ତି ଅନ୍ନଦାତା। ସରକାର କେବେ କିଣିବେ ଚାଷୀଙ୍କ ଧାନ, ତାହା ଏବେ ବି ଅସ୍ପଷ୍ଟ। ଯାହାକୁ ନେଇ ସାରା ଓଡ଼ିଶାରେ ତୀବ୍ର ହେବାରେ ଲାଗିଛି ଚାଷୀ ଅସନ୍ତୋଷ। ଧାନକିଣାରେ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ବିଧାୟକ ଅରୁଣ ସାହୁ କହିଛନ୍ତି, ସରକାର କହିଲେ ମନ୍ତ୍ରୀମାନେ ମଣ୍ଡି ଜଗିବେ। ହେଲେ ଏବେ ମନ୍ତ୍ରୀଙ୍କ ଘରକୁ ଜଗୁଛନ୍ତି ପୋଲିସ। ଶୀତ କାକରରେ ମଣ୍ଡି ଆଗରେ ବସିଛନ୍ତି କୃଷକ ଭାଇ। କିନ୍ତୁ ସରକାର ଚାଷୀଙ୍କ ଠାରୁ ଧାନ କିଣିବାରେ ହେଉଛନ୍ତି ଅସମର୍ଥ। ଯଦି ସବୁ  ଚାଷୀଙ୍କ ଠାରୁ ସରକାର ଧାନ କିଣିବେ ନାହିଁ, ତେବେ ଏହା ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବ ବୋଲି ଚେତାବନୀ ଦେଇଛି ଦଳ। ସେହିପରି ସରକାର ଜାଣିଶୁଣି ଚାଷୀଙ୍କ ଧାନ କିଣୁନାହାନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ।

ଅନ୍ୟପଟେ ରାଜ୍ୟରେ ମିଲର୍ସ ଆନ୍ଦୋଳନକୁ ନେଇ ଭିନ୍ନ ଯୁକ୍ତି ବାଢିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ମିଲର୍ସଙ୍କ ୪ ଦଫା ଦାବି ପୂରଣର କୌଣସି ଯଥାର୍ଥତା ନାହିଁ ବୋଲି ସିଧାସିଧା କହିଛନ୍ତି ମନ୍ତ୍ରୀ। ଏବେ ଧାନ କିଣା ସିଜିନ ଚାଲିଛି, ତେଣୁ ସରକାରଙ୍କୁ ହରଡ଼ ଘଣାରେ ପକାଇବାକୁ ମିଲର୍ସ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ। ସେପଟେ କିନ୍ତୁ ନିଜ ଜିଦରେ ଅଟଳ ରହିଛନ୍ତି ମିଲର୍ସ। ଧାନ କିଣା ବନ୍ଦ ଓ ଟୋକନ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଅନ୍ନଦାତା। ଏଯାଏଁ ୩୦ ପ୍ରତିଶତ ଧାନ କିଣା ଯାଇଥିବା ବେଳେ, ସରକାରଙ୍କ ପାରିବାପଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

ଜି ରାମ ଜି ସପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଓକିଲାତି…

ଭୁବନେଶ୍ବର : MNREGA ଠାରୁ ଭିବି-ଜି-ରାମ-ଜି ଯୋଜନା ଭଲ। ନୂଆ ଯୋଜନା ସପକ୍ଷରେ ଅନେକ ଯୁକ୍ତି ଦର୍ଶଆଇ ଏହା ଭଲ ବୋଲି ସାର୍ଟିଫିକେଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି, ମନ୍ତ୍ରୀ, ବିଧାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ବୁଝାଇଛନ୍ତି, ଭିବି ଜି ରାମ ଜୀ କାହିଁକି MNREGA ଠାରୁ ଭଲ। ପୁରୁଣା ଯୋଜନାରେ ଦୋଷ ଦୁର୍ବଳତା ଥିଲା, ବାଟବାରଣା ହେଉଥିଲା। ନୂଆ ଯୋଜନାରେ ସ୍ବଚ୍ଛତା ଓ ଦକ୍ଷତା ବଢିବ।  ଲୋକଙ୍କୁ କାମ ଅଧିକ ଦିନର ମିଳିବା ନିଶ୍ଚିତ। କାମ ନ ମିଳିଲେ ଭତ୍ତା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ ଅଭିଯୋଗ କରିଛନ୍ତି, ରାଜନୈତିକ ଫାଇଦା ପାଇଁ ୨୦୦୯ରେ  ନରେଗା ଯୋଜନାରେ ଉପା ସରକାର ଯୋଡ଼ିଥିଲେ ମହାତ୍ମା ଗାନ୍ଧୀଙ୍କ ନାମ। ନାଁ ପରିବର୍ତ୍ତନ ହେଲା କିନ୍ତୁ  ଢାଞ୍ଚା ପରିବର୍ତ୍ତନ ହେଲାନି। ପ୍ରତି ପରିବାରକୁ ବର୍ଷକୁ ଶହେ ଦିନ କାମର ଗ୍ୟାରେଣ୍ଟି ଦିଆଯାଇଥିଲା। କିନ୍ତୁ ଆଉଟକମ ଥିଲା ୫୦ ପ୍ରତିଶତ। କାମ ନ ମିଳିଲେ ଭତ୍ତା ବ୍ୟବସ୍ଥା ବି ନଗଣ୍ୟ ଥିଲା। ଦୁର୍ବଳ ତଦାରଖ  ଯୋଗୁଁ ଦୁର୍ନୀତି ହୋଇଛି, ଯୋଜନା ବିଫଳ ହୋଇଛି ବୋଲି କହିଛନ୍ତି ମୋହନ ମାଝୀ। ତାଙ୍କ ମତରେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ବିକଶିତ ଭାରତ, ସେଥିପାଇଁ ନୂଆ ଯୋଜନାରେ ବିକଶିତ ଯୋଡ଼ା ଯାଇଛି। ବିରୋଧଥୀ ଅଯଥା ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି।

ଭିବି ଜି ରାମ ଜି ଯୋଜନା ରାଶିରେ କେନ୍ଦ୍ର-ରାଜ୍ୟର ଅଂଶ ବଦଳିଛି। ଆଗରୁ ଓଡ଼ିଶା ଓ କେନ୍ଦ୍ର ସରକାର ପାଇଁ ଏହା ଥିଲା ୧୦ : ୯୦ । ଏବେ ତାହା ୪୦ : ୬୦ ପ୍ରତିଶତ ହେବ। ଏହା ଦ୍ଵାରା ରାଜ୍ୟର ଆର୍ଥିକ ବୋଝ ବଢ଼ିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଦେଶ ପାଇଁ ଏହି ଯୋଜନା ହୋଇଛି।  କୌଣସି ରାଜ୍ୟ ଏହାକୁ ବିରୋଧ କରିନାହାନ୍ତି। ସେପଟେ କଂଗ୍ରେସ କହିଛି, ମୋହନ ମାଝୀ ତାଙ୍କ ପଦବୀ ବଞ୍ଚାଇବା ପାଇଁ ଏପରି କହିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଜିପିଏସ୍ ଏବଂ ମୋବାଇଲ ଜରିଆରେ ନୂଆ ଯୋଜନାରେ ସ୍ବଚ୍ଛତା ଯାଞ୍ଚ କରାଯିବାର ବ୍ୟବସ୍ଥା ରହିଛି। ଭିବି ଜି ରାମ ଜି କୁ ଆରମ୍ଭରୁ ବିରୋଧ କରୁଥିବା କଂଗ୍ରେସ ଆସନ୍ତା ଜାନୁଆରୀ ୩୦ରେ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି।