spot_img
Home Blog Page 1686

ମହାପ୍ରଭୁଙ୍କ ନୀଳାଦ୍ରି ବିଜେରେ ହେବନି ଆତସବାଜି, କେବଳ ଝୁରୁଝୁରିକୁ ଅନୁମତି

ପୁରୀ: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ନବ ଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ଫେରିବେ ଶ୍ରୀଜିଉ । ଏଥିପାଇଁ ଆଜି ଆତସବାଜି ହେବନି । ଏ ନେଇ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି । କେବଳ ଝୁରୁଝୁରି ବାଣ ପାଇଁ ଅନୁମତି ଦିଆଯାଇଛି । ଝୁରୁଝୁରି ଫୁଟିବା ସମୟରେ ବି ଉପସ୍ଥିତ ରହିବେ ଅଗ୍ନିଶମ ଅଧିକାରୀ ।

ଅତି ସତର୍କତାର ସହ ଝୁରୁଝୁରି ବାଣ ଫୁଟିବା ନେଇ କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଶ୍ରୀଗୁଣ୍ଡିଚା ସମୟରେ ବି ବାଣ ଫୁଟାଇବା ପାଇଁ ବାଣ ଆସିଥିଲା । ହେଲେ ଏହା ପ୍ରଶାସନ ଦୃଷ୍ଟିକୁ ଆସିବା ପରେ ଏହାକୁ ବନ୍ଦ କରାଯାଇଥିଲା ।

ରୋଗୀ ସେବା ନାମରେ ଶୋଷଣ କରୁଛନ୍ତି ସରକାରୀ ଡାକ୍ତର, ଜଣଙ୍କ ପିଛା ୧୦୦ ଟଙ୍କା

ସୋର: ଡ୍ୟୁଟି ରୁମରେ ଡ଼ାକ୍ତରଙ୍କ ଟଙ୍କା କାରବାର ଭିଡ଼ିଓ ଭାଇରାଲ । ରୋଗୀ ସେବା ନାମରେ ରୋଗୀଙ୍କୁ ଶୋଷଣ କରୁଛନ୍ତି ସରକାରୀ ଡାକ୍ତର । ରୋଗୀ ପିଛା ୧୦୦ ଟଙ୍କା ନଦେଲେ ଜରୁରୀକାଳୀନ ଔଷଧ ଲେଖୁ ନାହାନ୍ତି ଡ଼ାକ୍ତର ।

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବାହାନଗା ବ୍ଲକ ସମେତ ରେମୁଣା ବ୍ଲକର ହଜାର ହଜାର ଲୋକେ ନିର୍ଭର କରିଥାନ୍ତି । ସରକାର ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଯାହା ଫଳରେ ଗରିବ ରୋଗୀ ସରକାରୀ ଡାକ୍ତରଖାନାରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ପାଇବା ସହ ଆରୋଗ୍ୟ ହୋଇପାରିବ ।

ହେଲେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାଗଣା ସ୍ୱାସ୍ଥ୍ୟ ସେବାର ଧଜିଆ ଉଡୁଥିବା ବେଳେ ରୋଗୀ ସେବା ନାମରେ ରୋଗୀଙ୍କ ଠାରୁ ଆର୍ଥିକ ଶୋଷଣ କରୁଛନ୍ତି ଡ୍ୟୁଟିରେ ଥିବା ସରକାରୀ ଡାକ୍ତର ଅମର କୁମାର ଝା । ଜରୁରୀକାଳୀନ ଡ୍ୟୁଟିରେ ଥାଇ ଡ୍ୟୁଟି ରୁମରେ ରୋଗୀଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ଫି ନେଉଥିଲେ ଅମର କୁମାର ଝା । ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ନେଇ ପ୍ରଶ୍ନ କରାଯିବାରୁ ସେ ଅବାନ୍ତର ଯୁକ୍ତି ରଖିଛନ୍ତି ।

୧୦ ଘଣ୍ଟାରୁ ଅଧିକ ସମୟ ଋଷରେ ଫସିଛନ୍ତି ଏୟାର ଇଣ୍ଡିଆ ବିମାନ ଯାତ୍ରୀ

ମସ୍କୋ: ଏୟାର ଇଣ୍ଡିଆ ବିମାନ AI୧୮୩ ୧୦ ଘଣ୍ଟାରୁ ଅଧିକ ସମୟ ଋଷର କ୍ରାସନୋୟାସର୍କ ବିମାନ ବନ୍ଦରରେ ଫସି ରହିଛି  । ନୂଆଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆ ବିମାନର କାର୍ଗୋରେ ତ୍ରୁଟି କାରଣରୁ କ୍ରାସନୋୟାସର୍କ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି  ।

ବିମାନ ବନ୍ଦରରେ ଜରୁରୀ ଅବତରଣ ପରେ ୨୨୦ ଯାତ୍ରୀ ଓ ୧୯ କ୍ରୁ ମେମ୍ବରଙ୍କୁ ଟର୍ମିନାଲରେ ଓହ୍ଲାଇ ଦିଆଯାଇଥିଲା  । କିନ୍ତୁ ବିମାନ କର୍ତ୍ତୃପକ୍ଷ କ୍ରୁ ସଦସ୍ୟଙ୍କ ପାଇଁ ଖାଇବା ଓ ରହିବାର ହୋଟେଲରେ ବ୍ୟବସ୍ଥା କରିଛି । କିନ୍ତୁ ଯାତ୍ରୀଙ୍କ ପାଇଁ ଖାଇବା ରହିବାର ବ୍ୟବସ୍ଥା ନ ହୋଇଥିବାରୁ ବିମାନ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି  ।

ଦଶ ଘଣ୍ଟାରୁ ଅଧିକ ସମୟ ଧରି ଯାତ୍ରୀ ମାନେ ବିମାନ ବନ୍ଦରରେ ଅପେକ୍ଷା କରିଥିବାବେଳେ ବିମାନ କର୍ତ୍ତୃପକ୍ଷ କୌଣସି ବିକଳ୍ପ ବ୍ୟବସ୍ଥା କରିନାହାନ୍ତି  । ଯାହାକୁ ନେଇ ବିମାନ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି  ।

ଭୀମସାର୍‌ରେ ସଫଳ ଅପରେସନ ପରେ ନାବାଳିକା ମୁଣ୍ଡରୁ ବାହାରିଲା ୭୦ ଛୁଞ୍ଚି

ବଲାଙ୍ଗୀର: ନାବାଳିକାଙ୍କ ମୁଣ୍ଡରୁ ବାହାରିଲା ୭୦ ଛୁଞ୍ଚି । ସଫଳ ଅପରେସନ ପରେ ୭୦ ଛୁଞ୍ଚି ବାହାରିଥିବା ନେଇ ସୂଚନା ଦେଲେ ଭୀମସାର୍ ନିର୍ଦ୍ଦେଶକ ପ୍ରଫେସର ଭବାନୀ ରଥ । ଗତକାଲି ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ମଧ୍ୟ ରାତ୍ରରେ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ୧୦ ଜଣିଆ ଡାକ୍ତରୀ ଟିମ୍ ମୁଣ୍ଡରେ ଅସ୍ତ୍ରୋପଚାର କରି ୭୦ଟି ଛୁଞ୍ଚି ବାହାର କରିଥିଲେ । ନାବାଳିକାର ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ବଲାଙ୍ଗୀର କଣ୍ଟାବାଞ୍ଜି ଅଞ୍ଚଳରେ ଦେଖିବାକୁ ମିଳିଛି ଅନ୍ଧବିଶ୍ବାସର କୁପରିଣତି  । ସୁସ୍ଥ ହେବାକୁ ଗୁଣିଆ ପାଖକୁ ଯାଇ ଯୁବତୀ ଗୁରୁତର ହୋଇଛନ୍ତି । ଗୁଣି ଚିକିତ୍ସା କରିବାକୁ ଯାଇ ୧୬ବର୍ଷିଆ ଝିଅ କପାଳରେ ୭୦ଟି ଛୁଞ୍ଚି ପୁରାଇ ଦେଇଥିଲା ଗୁଣିଆ  ।

କଣ୍ଟାବାଞ୍ଜି ଥାନାରେ ପରିବାରର ଏତଲା ପରେ ଗୁଣିଆକୁ ଗିରଫ କରାଯାଇଛି । ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରହିଛି ।

ଆଗୁଆ ଜାମିନ ଆବେଦନ କଲେ ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ବାପା

0

ମୁମ୍ବାଇ: ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ପରିବାରର ଅଡୁଆ ବଢ଼ିବାରେ ଲାଗିଛି। ବହୁ ଛକାପଞ୍ଝା ପରେ ତାଙ୍କ ମାଆଙ୍କୁ ପୋଲିସ ଗିରଫ କରିବା ପରେ ଏବେ ତାଙ୍କ ବାପା ମଧ୍ଯ ସ୍କାନରରେ ଅଛନ୍ତ। ତେଣୁ ଆଗୁଆ ଜାମିନ ଆବେଦନ କରିଛନ୍ତି ପୂଜାଙ୍କ ବାପା ଦିଲୀପ ଖେଡକର। ସେସନ୍ସ କୋର୍ଟରେ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି।

ଦିଲୀପ ଆଗରୁ ସରକାରୀ କର୍ମଚାରୀ ଥିଲେ। ସେ ନିର୍ବାଚନ ମଧ୍ଯ ଲଢ଼ିଥିଲେ। ଜଣେ ଚାଷୀଙ୍କୁ ବନ୍ଧୁକ ଦେଖାଇବା ଅଭିଯୋଗରେ ପୂଜାଙ୍କ ମାଆଙ୍କୁ ପୁଣେ ପୋଲିସ ଗିରଫ କରିଛି। ଏକ ଲଜରେ ସେ ଲୁଚିଥିଲେ। ତାଙ୍କ ନାଁର ହତ୍ଯା ଉଦ୍ଯମ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଗିରଫ କରାଯାଇପାରେ ବୋଲି ନିଜେ ଆଶଙ୍କା କରୁଛନ୍ତି ପୂଜାଙ୍କ ବାପା ଦିଲୀପ। ତେଣୁ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି।

ତେଲାଙ୍ଗାନା ଓ ଛତିଶଗଡ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ 

0

ବିଜାପୁର: ମାଲକାନଗିରି ସୀମାନ୍ତ ତେଲାଙ୍ଗାନା ଓ ଛତିଶଗଡ ସୀମାରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ  । ମାଓବାଦୀଙ୍କ ଏକ ବଡ ଟିମକୁ ଚାରିପଟୁ ଘେରି ଯାଇଛନ୍ତି ସୁରକ୍ଷାବଳ  । ଏହି ଏନକାଉଣ୍ଟରରେ ଅନେକ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳୁଛି  । ଖବର ଲେଖାଯିବା ସୁଦ୍ଧା ଜଣେ ମାଓବାଦୀର ମୃତଦେହ ମିଳିବା ସହ ହତିଆର ଜବତ କରାଯାଇଛି  । ବିଜାପୁର ଜିଲ୍ଲାର ହଲମିଡି୍ ଜଙ୍ଗଲରୁ ଗୁଳିଗୋଳା ଶବ୍ଦ ଶୁଣାଯାଉଛି  ।

ଗୁରୁବାର ଦିନ ବିଜାପୁର ଜିଲ୍ଲାରେ ନକ୍ସଲମାନେ ବଡ କାଣ୍ଡ ଭିଆଇଥିଲେ  । ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ ହୋଇଥିଲେ  । ୪ ଆହତ ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରାଯାଇଥିଲା  । ବିଜାପୁରର ମଣ୍ଡମିରକା ଜଙ୍ଗଲରେ ସୁରକ୍ଷାବଳ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଆଇଡି ବ୍ଲାଷ୍ଟ କରିଥିଲେ ମାଓବାଦୀ  ।

ନକ୍ସଲଙ୍କ ବିରୋଧରେ ଲଗାତାର ଅପରେସନ ଜାରି ରଖିଛନ୍ତି ଛତିଶଗଡରେ ସୁରକ୍ଷାକର୍ମୀ  । ବୁଧବାର ଦିନ ଯବାନ ମାନେ ଛତିଶଗଡ ମହାରାଷ୍ଟ୍ର ସୀମାରେ ଏନକାଉଣ୍ଟର କରି ୧୨ ନକ୍ସଲଙ୍କୁ ନିପାତ କରିଥିଲେ  ।ଏହି ସଂଘର୍ଷରେ ଦୁଇ ଯବାନ ଆହତ ହୋଇଥିଲେ  ।

ରେଳ ବିଭାଗର କବଚ ସିଷ୍ଟମ କଣ ? ସୁପ୍ରିମକୋର୍ଟରେ ମାମଲା ରୁଜୁ

ନୂଆଦିଲ୍ଲୀ: ରେଳବାଇର ‘କବଚ ସିଷ୍ଟମ’ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି। ଏହି ଆବେଦନପତ୍ରରେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରି ରେଳ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରାଯାଇଛି। ଗତ ବର୍ଷ ଓଡିଶାରେ ଟ୍ରେନ୍ ଦୁର୍ଘଟଣା ପରେ ମଧ୍ୟ କବଚ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

ଗୁରୁବାର ଦିନ ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସ ଗୋଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇରୁ ଅଧିକ ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ଏହି ଟ୍ରେନରେ LHB କୋଚ୍ ରହିଥିଲା, ଯେଉଁଥିପାଇଁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା  । LHB କୋଚ୍ ଗୁଡିକ ଆଣ୍ଟି-ଟେଲିସ୍କୋପିକ୍ ହୋଇଥାଏ ଅର୍ଥାତ୍ ଦୁର୍ଘଟଣା ହେଲେ ଏହି କୋଚ୍ ଗୁଡିକ ପରସ୍ପର ଉପରେ ଚଢିଯାଇନଥାଏ ବରଂ ଓଲଟାଇ ଦିଏ ।  ଯେଉଁ କାରଣରୁ ଆହତ ଓ ମୃତକଙ୍କ ସଂଖ୍ୟା ବହୁତ କମ୍ ରହିଛି। ସେହିପରି କବଚ ସିଷ୍ଟମ ଦ୍ବାରା ଦୁଇଟି ଟ୍ରେନ ମୁହାଁମୁହିଁ ହେଲେ ମଧ୍ୟ ଜୋରଦାର ଧକ୍କାକୁ ଅଟକାଇଥାଏ  ।

ଭାରତୀୟ ରେଳବାଇର ସୁରକ୍ଷା ପାଇଁ କବଚ ଏକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା  । ଅନୁସନ୍ଧାନ ଶିଳ୍ପ ଏବଂ ମାନକ ସଂଗଠନ ଦ୍ୱାରା ଭାରତୀୟ ଶିଳ୍ପ ସହଯୋଗରେ ଏହାକୁ ବିକଶିତ କରାଯାଇଛି  । ଏହାକୁ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା (ଏଟିପି) ସିଷ୍ଟମ୍ ମଧ୍ୟ କୁହାଯାଏ  । କବଚ ଜରିଆରେ ଦୁଇଟି ଟ୍ରେନର ଧକ୍କାକୁ ରୋକି ହୋଇଥାଏ  । ଯଦି ଟ୍ରେନ୍ ଡ୍ରାଇଭର କୌଣସି କାରଣରୁ ଟ୍ରେନ୍ ନିୟନ୍ତ୍ରଣ କରିବାରେ ଅସମର୍ଥ ହୁଏ ତେବେ ଏହା ସ୍ୱୟଂଚାଳିତ ଭାବରେ ଟ୍ରେନ୍ ବ୍ରେକିଂ ସିଷ୍ଟମକୁ ଅନ୍ କରିଦେଇଥାଏ  ।

ମାର୍ଚ୍ଚ ୨୦୨୨ ରେ କବଚ ସିଷ୍ଟମକୁ ସଫଳତାର ସହିତ ପରୀକ୍ଷା କରାଯାଇଥିଲା  । କବଚ୍ ସିଷ୍ଟମ୍ ଅଟୋମେଟିକ୍ ବ୍ରେକିଂ ସିଷ୍ଟମ୍ (ଏଟିପି) ବ୍ୟବହାର କରି ଉଭୟ ଇଞ୍ଜିନକୁ ୩୮୦ ମିଟର ଦୂରରେ ଅଟକାଇ ଦେଇଥିଲା  ।

ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ୧୪୬୫ କିଲୋମିଟର ଏବଂ ୧୩୯ ଲୋକୋମୋଟିଭରେ କବଚ ସିଷ୍ଟମକୁ ନିୟୋଜିତ କରାଯାଇଛି। ଏଥିରେ ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍ ରେକ୍ ମଧ୍ୟ ଅନ୍ତର୍ଭୁକ୍ତ  । ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାୱଡା କରିଡର (ପ୍ରାୟ 3000 କିଲୋମିଟର ମାର୍ଗ) ପାଇଁ କଭାଚ ସିଷ୍ଟମ ସ୍ଥାପନ କାର୍ଯ୍ୟ ଚାଲିଛି ।

ବାସ୍ତବରେ, ଏହି ସିଷ୍ଟମ୍ ସଂସ୍ଥାପନ କରିବାକୁ 5 ଟି ସବ୍-ସିଷ୍ଟମ୍ ଆବଶ୍ୟକ  । ଏହା ଅଧୀନରେ ରେଳ ଷ୍ଟେସନରେ ଅପ୍ଟିକାଲ ଫାଇବର ନେଟୱାର୍କ, ଟାୱାର ଏବଂ ରେଡିଓ ଉପକରଣ ଏବଂ RFID ଟ୍ୟାଗକୁ ଏକୀକୃତ କରିବା ଆବଶ୍ୟକ ଥିବାବେଳେ ଏହାକୁ ରେଳ ଷ୍ଟେସନରେ ଡାଟା ସେଣ୍ଟର୍ ଏବଂ ସିଗନାଲ୍ ସିଷ୍ଟମ ସହିତ ଏକୀକରଣ କରିବା ଆବଶ୍ୟକ  ।

 

ଲଘୁଚାପ ପ୍ରଭାବରେ ଆଜି ପ୍ରବଳ ବର୍ଷିବ, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହାସହ ଜଡିତ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି। ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବରେ ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା।

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଆଜି ଲଘୁଚାପର ରହିବ ସର୍ବାଧିକ ପ୍ରଭାବ। ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ କୋରାପୁଟ, ମାଲକାନଗିରି, ଗଂଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହପିରି ପ୍ରବଳ ବର୍ଷା ପାଇଁ ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ରହିବ। ବିଶେଷକରି ଦକ୍ଷିଣ ଓଡ଼ିଶା ସହ କେନ୍ଦ୍ରୀୟ ଓ ଉପକୂଳ ଓଡିଶାରେ ବର୍ଷାର ସର୍ବାଧିକ ପ୍ରଭାବ ରହିବ। ୨୧ ଯାଏ ବର୍ଷା ଲାଗି ରହିବା ସହ ୨୩ରେ ବର୍ଷାର ପରିମାଣ ସାମାନ୍ୟ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲଘୁଚାପର ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ କାଲି ଠାରୁ ୨୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି। ଚଳିତ ସିଜିନରେ ଜୁନ ୧ ତାରିଖରୁ ଏଯାଏଁ ୨୮୮.୩୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ଏବେ ବି ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି ।

ଆଜି ଓଡିଶା ପାଳୁଛି ରସଗୋଲା ଦିବସ

ପୁରୀ: ଆଜି ରସଗୋଲା ଦିବସ। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ୍ ଗୁରୁତ୍ୱ ରହିଛି । ପ୍ରତିବର୍ଷ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏହା ସହ ସାରା ବିଶ୍ୱରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଏ ।

୨୦୧୫ ଜୁଲାଇ ୩୦ ନୀଳାଦ୍ରି ବିଜେ ଦିନ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପରେ ୨୦୧୬ ଜୁଲାଇ ୧୭ ଠାରୁ ଏହି ଦିବସ ପାଳନ ହେଉଛି । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ‘ମିଠାଯୁଦ୍ଧ’ ଆରମ୍ଭ ହୋଇଥିଲା ।

ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବୋଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ୨୦୦୯ ମସିହା ଜୁଲାଇ ୨୯ ତାରିଖରେ ଓଡିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିଲା ।

ଟିମ ଇଣ୍ଡିଆର ଏହି ଖେଳାଳୀ ସହିଛନ୍ତି ଛାଡପତ୍ର ଯନ୍ତ୍ରଣା

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ ଜଗତରେ ଏବେ ବିବାହ ବିଚ୍ଛେଦ  । ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ବିବାହ ବିଚ୍ଛେଦ ଘଟଣା ଏବେ ପ୍ରଶଂସକଙ୍କୁ ନିରାଶ କରିଛି  । ଏହି ଛାଡପତ୍ର ସହିତ ସେ ନିଜ ପୁଅକୁ ମଧ୍ୟ ହରାଇଛନ୍ତି। ପୁଅ ଅଗସ୍ତ୍ୟକୁ ନେଇ ମା ନତାଶା ସର୍ବିଆ ଚାଲିଯାଇଛନ୍ତି। କେବଳ ପାଣ୍ଡ୍ୟା ନୁହେଁ ଏମିତି କିଛି କ୍ରିକେଟର ଅଛନ୍ତି ଯେଉଁମାନଙ୍କର ହୋଇଛି ଛାଡପତ୍ର ।

ଶିଖର ଧୱନ

ଏକଦା ରୋହିତ ଶର୍ମାଙ୍କ ଓପନିଂ ପାର୍ଟନର ଥିବା ଶିଖର ଧୱନ ଛାଡପତ୍ରର ଯନ୍ତ୍ରଣା ଭୋଗିଛନ୍ତି। ସେ 2009 ରେ ମେଲବର୍ଣ୍ଣର ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ  । ଉଭୟଙ୍କ ଏକ ପୁଅ ମଧ୍ୟ ଅଛି  । ଉଭୟ ୧୧ ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ଥିବାବେଳେ ଉଭୟଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା  । ୨୦୨୩ ମସିହାରେ ଧାୱନ ମାନସିକ ନିର୍ଯ୍ୟାତନା କାରଣ ଦର୍ଶାଇ ଆୟେଶାଙ୍କୁ ଛାଡପତ୍ର ଦେଇଥିଲେ। ଆୟେଶା ପୁଅକୁ ନେଇ ଅଷ୍ଟ୍ରେଲିଆରେ ରହୁଛନ୍ତି  ।

ଦୀନେଶ କାର୍ତ୍ତିକ

ଦୀନେଶ କାର୍ତ୍ତିକ ୨୦୦୭ ମସିହାରେ ତାଙ୍କ ପିଲାଦିନର ବନ୍ଧୁ ନିକିତା ବଞ୍ଜାରାଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ବିବାହ କେବଳ ୫ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲା । ୨୦୧୨ରେ କାର୍ତ୍ତିକଙ୍କ ପତ୍ନୀ ତାଙ୍କ ସାଥୀ କ୍ରିକେଟର ମୁରଲୀ ବିଜୟଙ୍କ ନିକଟତର ହୋଇଥିଲେ । କାର୍ତ୍ତିକ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ। ଏହା ପରେ ସେମାନେ ଛାଡପତ୍ର ନେଇଥିଲେ। ପରେ, କାର୍ତ୍ତିକ ୨୦୧୫ରେ ସ୍କ୍ୱାସ୍ ଖେଳାଳି ଦୀପିକା ପାଲିକଲଙ୍କୁ ବିବାହ କରିଥିଲେ  ।

ମହମ୍ମଦ ସାମି

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ୨୦୧୪ରେ ହସିନ ଜାହାନଙ୍କୁ ବିବାହ କରିଥିଲେ। ଉଭୟଙ୍କ ପ୍ରଥମ ଦେଖା ଆଇପିଏଲ୍ ସମୟରେ ହୋଇଥିଲା। ହାସିନ୍ ଜାହାନ୍ ସେହି ସମୟରେ କୋଲକାତା ନାଇଟ୍ ରାଇଡର୍ସର ଚିଅର ଲିଡର୍‌ ଥିଲେ। ୪ ବର୍ଷ ବିବାହ ପରେ ହାସିନ୍ ଜାହାନ୍ ସର୍ବସାଧାରଣରେ ଶାମିଙ୍କୁ ୨୦୧୮ରେ ବିବାହ କରିଥିଲେ । କିନ୍ତୁ ସାମିଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କରିଥିଲେ ହାସିନ। ସେବେଠାରୁ ଉଭୟ ଅଲଗା ରୁହନ୍ତି ।ଶାମିଙ୍କର ଏକ ଝିଅ ମଧ୍ୟ ଅଛି ।

ମହମ୍ମଦ ଆଜ୍ହାରୁଦ୍ଦିନ

ଭାରତୀୟ ଦଳର ପୂର୍ବତନ ଅଧିନାୟକ ଥିବା ମହମ୍ମଦ ଅଜହରୁଦ୍ଦିନ ଥରେ ନୁହେଁ ଦୁଇଥର ଛାଡପତ୍ର ଦେଇଛନ୍ତି। ସେ ତାଙ୍କର ପ୍ରଥମ ପତ୍ନୀଙ୍କୁ ୧୯୯୬ରେ ଛାଡପତ୍ର ଦେଇ ବଲିଉଡ ଅଭିନେତ୍ରୀ ସଂଗୀତା ବିଜଲାନିଙ୍କୁ ବିବାହ କରିଥିଲେ। କିଛି ବର୍ଷ ପରେ ସେ ସଙ୍ଗୀତା ବିଜଲାନିଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ ।

ବିନୋଦ କାମ୍ବଲି

ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ପିଲାଦିନର ବନ୍ଧୁ ନୋଏଲା ଲୁଇସଙ୍କୁ ୧୯୯୮ ରେ ବିବାହ କରିଥିଲେ। ବିବାହ ପରେ ପତ୍ନୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏହା ପରେ ସେ ତାଙ୍କ ପତ୍ନୀଙ୍କ ଠାରୁ ଛାଡପତ୍ର ନେଇଥିଲେ।