ନନ୍ଦିଘୋଷ ବ୍ୟୁରୋ: ମଧ୍ୟାହ୍ନ ଭୋଜନରେ ଖାଦ୍ୟ ପରିମାଣ କମ୍ ଓ ଆଳୁ କମ୍ ପଡୁଥିବାରୁ ପିଲା ଖାଦ୍ୟ ନ ଖାଇ ବିସ୍କୁଟ ଖାଇ ଫେରିଗଲେ ଛାତ୍ର ଛାତ୍ରୀ । ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ବଞ୍ଚାନିଧି ସ୍କୁଲ୍ ଆଗରେ ଘଟିଛି ଏଭଳି ଅଭାବନିୟ ଘଟଣା। ଅଭିଭାବକ ଖାଦ୍ୟ ନିମ୍ନମାନର ଅଭିଯୋଗ କରି ପିଲାଙ୍କୁ ବିସ୍କୁଟ ପ୍ୟାକେଟ ଦେଇ ସ୍କୁଲ୍କୁ ଛୁଟି କରି ଦେଇଛନ୍ତି। ତେବେ ପିଲା ଫେରି ଯିବା ପରେ ତିଆରି ହୋଇଥିବା ଖାଦ୍ୟକୁ ଗେଟ୍ ସମ୍ମୁଖ ରେ ଧରି ବସି ରହିଲେ ଦାୟିତ୍ୱରେ ଥିବା ଏସ ଏଚ ଜି ମହିଳା। ଅଭିଭାବକ ନିମ୍ନ ମାନର ଅଭିଯୋଗ କରୁଥିବା ବେଳେ ଦାୟିତ୍ୱରେ ଥିବା ଏସ ଏଚ ଜି ମହିଳା କହିଛନ୍ତି ଖାଦ୍ୟ ସଠିକ୍ ପରିମାଣରେ ଦିଆ ଯାଉଛି ତଥାବି ଏସ ଏମ ସି କମିଟି ଓ ଅଭିଭାକ ମିଛରେ ଅଭିଯୋଗ କରୁଛନ୍ତି ବୋଲି କହୁଥିବା ବେଳେ। ପରେ ଅଭିଭାବକ ଓ ଦାୟିତ୍ୱରେ ଥିବା ଏସ ଏଚ ଜି ମହିଳାଙ୍କ ମଧ୍ୟରେ ଯୁକ୍ତି ବଢିଲା ପରେ ଖାଦ୍ୟକୁ ଗେଟ୍ ଆଗରେ ଫୋପାଡି ଥିଲେ।
ସମସ୍ୟା ଘେରରେ ତାଳଚେରର କର୍ଣ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ନନ୍ଦିଘୋଷ ବ୍ୟୁରୋ: ସମସ୍ୟା ଘେରରେ ତାଳଚେରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , କର୍ଣ୍ଣପୁର। ସ୍କୁଲ ଛାତ ଭାଙ୍ଗି ତଳେ ପଡୁଥିବା ବେଳେ କାନ୍ଥ ଫାଟି ଆଁ କଲାଣି । ବର୍ଷା ହେଲେ ବାହାରର ଡ୍ରେନ ପାଣି ସ୍କୁଲ ବାରଣ୍ଡାରେ ଲହଡ଼ି ମାରିବା ସହ କ୍ଲାସ ରୁମରେ ପ୍ରବେଶ କରୁଛି । ଏହାସହ ଶିକ୍ଷକ ଅଭାବ ମଧ୍ୟ ପ୍ରମୁଖ ସମସ୍ୟା ପାଲଟିଛି । ସ୍କୁଲରେ ପ୍ରଥମରୁ ସପ୍ତମ ସାତଟି କ୍ଲାସ ରହିଥିବା ବେଳେ ପାଠ ପଢାଉଛନ୍ତି ମାତ୍ର ପାଞ୍ଚ ଜଣ ଶିକ୍ଷକ । ଅନ୍ୟପଟେ ବିଦ୍ୟାଳୟ କାନ୍ଥକୁ ଲାଗି ମୁକୁଳା ଡ୍ରେନ ଓ ମୁକୁଳା ଟ୍ରାନ୍ସଫର୍ମର ରହିବା ପିଲାଙ୍କ ପାଇଁ ବିପଦ ସୃଷ୍ଟି କରୁଛି ।ଏନେଇ ବିଇଓ କହିଛନ୍ତି ସ୍କୁଲ ଘରର ଅବ୍ୟବସ୍ଥା ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଯାଇଛି ।
ଛାତ୍ରଙ୍କ ଚାପରେ ଇସ୍ତଫା ଦେଲେ ବାଂଲାଦେଶର ପ୍ରଧାନ ବିଚାରପତି
ନନ୍ଦିଘୋଷ ବ୍ୟୁରୋ: ପ୍ରଥମେ ପ୍ରଧାନମନ୍ତ୍ରୀ, ୪ ଦିନ ପରେ ପ୍ରଧାନ ବିଚାରପତି। ଏମାନେ ହୋଇଛନ୍ତି ଗାଦିଚ୍ଯୁତ। ଛାତ୍ର ଆନ୍ଦୋଳନ ନେଇଛି ଏହି ଦୁଇଟି ବଡ଼ ବଡ଼ ପଦ। ବାଂଲାଦେଶରେ ଦେଖିବାକୁ ମିଳିଛି ଏହି ଘଟଣା। ପ୍ରଧାନ ବିଚାରପତି ଓବୈଦୁଲ ହସନ ଆଜି ଇସ୍ତଫା ଦେଇଛନ୍ତି। ଛାତ୍ରଙ୍କ ଆନ୍ଦୋଳନ ପରେ ସେ ଇସ୍ତଫା ଦେବାକୁ ବାଧ୍ଯ ହୋଇଛନ୍ତି। ଆଜି ସୁପ୍ରିମକୋର୍ଟର ସବୁ ବିଚାରପତିଙ୍କ ଏକ ବୈଠକ ଡାକିଥିଲେ ପ୍ରଧାନ ବିଚାରପତି ଓବୈଦୁଲ ହସନ। ଏହି ଖବର ପରେ ତାତିଥିଲେ ଛାତ୍ରମାନେ। ନୂଆ ସରକାରର ବିନା ଅନୁମତିରେ କେଉଁ ଅଧିକାରରେ ସେ ବୈଠକ ଡାକିଛନ୍ତି ପ୍ରଶ୍ନ କରିଥିଲେ ଛାତ୍ରମାନେ। ହଜାର ହଜାର ଛାତ୍ର ସୁପ୍ରିମକୋର୍ଟ ଘେରାଉ କରିବା ସହିତ ଇସ୍ତଫା ଦେବାକୁ ମାତ୍ର ୧ ଘଣ୍ଟା ସମୟ ଦେଇଥିଲେ। ସମସ୍ତ ବିଚାରପତି ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ ଛାତ୍ରମାନେ। ସଂରକ୍ଷଣ ଷଡ଼ଯନ୍ତ୍ରରେ ବିିଚାରପତିଙ୍କ ହାତ ଥିବା ମଧ୍ଯ ସେମାନେ ଅଭିଯୋଗ କରିଛନ୍ତି। ଉତ୍ତେଜନାମୂଳକ ପରିସ୍ଥିତି ଦେଖି ପ୍ରଧାନ ବିଚାରପତି ପଦରୁ ଇସ୍ତଫା ଦେଇଛନ୍ତି ହସନ। ସୁପ୍ରିମକୋର୍ଟରୁ ସେ ପଳାୟନ କରିଥିବା ମଧ୍ଯ ସୂଚନା ମିଳିଛି। ଅର୍ଥାତ ଛାତ୍ର ଆନ୍ଦୋଳନ ଖାଇଛି ପ୍ରଧାନମନ୍ତ୍ରୀ ପଦ ଓ ପ୍ରଧାନବିଚାରପତି ପଦ। ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ବାଂଲାଦେଶର ଛାତ୍ର ଆନ୍ଦୋଳନରେ ଶେଖ ହସିନା ସରକାରର ପତନ ଘଟିଛି। ଆନ୍ଦୋଳନରେ ୪୫୦ରୁ ଅଧିକ ଲୋକଙ୍କ ମୃତ୍ଯୁ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଶେଷରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ ହସିନା। ଏହା ସହିତ ସେ ଦେଶ ଛାଡ଼ି ଭାରତକୁ ପଳାଇ ଆସିଛନ୍ତି ଶେଖ ହସିନା। ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ, ତାହା ଜଣାପଡ଼ିନି। ଗତ ଶୁକ୍ରବାର ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ଵରେ ବାଂଲାଦେଶରେ ଗଠନ ହୋଇଛି ନୂଆ ସରକାର।
କେରଳ ଓ୍ବାୟନାଡର ଧ୍ବସ୍ତବିଧ୍ବସ୍ତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: କେରଳ ଓ୍ବାୟନାଡର ଧ୍ବସ୍ତବିଧ୍ବସ୍ତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ମୋଦି। ତାଙ୍କ ସହ କେରଳ ମୁଖ୍ଯମନ୍ତ୍ରୀ ପିନରୟି ବିଜୟନ ମଧ୍ଯ ଅଞ୍ଚଳ ପରିଦର୍ଶନ କରିଥିଲେ। ଗତ ଜୁଲାଇ ୩୦ରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପୀଡିତ ରହୁଥିବା ରିଲିଫ ଶିବିର ବି ପରିଦର୍ଶନ କରିଥିଲେ ମୋଦି। ସେ ଚୁରାଲାମାଲା ଅଞ୍ଚଳ ପରିଦର୍ଶନ କରିଥିଲେ। ତାଙ୍କ ସହ ସାଂସଦ ସୁରେଶ ଗୋପୀ, ରାଜ୍ଯପାଳ ଅରିଫ ମହମ୍ମଦ ଖାଁ, ମୁଖ୍ଯ ଶାସନ ସଚିବ ଭି. ଭେନୁ ପ୍ରମୁଖ ବି ଗସ୍ତ କରିଥିଲେ। ସେପଟେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମଣିପୁର ବି ଯିବା ଉଚିତ। ପୂର୍ବରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏହି ଅଞ୍ଚଳ ପରିଦର୍ଶନ କରିଥିଲେ । ଓ୍ବାୟନାଡର ଚୁରଲମାଲା ଓ ମୁନ୍ଦାକ୍କାଇରେ ଘଟିଥିବା ଏହି ବିପର୍ଯ୍ୟୟରେ ପ୍ରାଣ ହରାଇଛନ୍ତି ୪୨୦ରୁ ଅଧିକ ଲୋକ । ବର୍ତ୍ତମାନ ବି ଅନେକ ଲୋକ ନିଖୋଜ ଅଛନ୍ତି । ପ୍ରାୟ ୨୫୦ ଶବର ସତ୍କାର କରାଯାଇଛି । ଗତ ଜୁଲାଇ ୩୦ ତାରିଖର ବିଭୀଷିକା ପରେ ଏନଡିଆରଏଫ, ଏସଡିଆରଏଫ, ତିନିବାହିନୀ, ଅଗ୍ନିଶମ ବାହିନୀ, ବନ ବିଭାଗ, ରାଜ୍ଯ ପୋଲିସର ମେଗା ଅପରେସନ ଜାରି ରହିଥିଲା । ବର୍ତ୍ତମାନ ବି ବିଭିନ୍ନ ରିଲିଫ ଶିବିରରେ ୧୦ ହଜାରରୁ ଅଧିକ ବିପନ୍ନ ରହିଛନ୍ତି । ଏହି ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ଲାଗି ରାହୁଲଙ୍କ ସମେତ ବିଭିନ୍ନ ଦଳର ନେତା କେନ୍ଦ୍ର ନିକଟରେ ଦାବି କରିଥିଲେ ।

