spot_img
Home Blog Page 1710

୫ଟି ପ୍ରସ୍ତାବରେ ମୋହର ମାରିଲେ ରାଜ୍ୟ ସରକାର

ଭୁବନେଶ୍ବର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ  । ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର  । ରାଜ୍ୟରେ ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇଛି | ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ମୁଖ୍ୟ କୁଶଳୀ ର ଦୈନିକ ମଜୁରୀ 352 ଥିଲା ତାହା 450 ଟଙ୍କା କୁ ବୃଦ୍ଧି ପାଇଁ ନିଷ୍ପତ୍ତି |

କୁଶଳୀ ୫୦୦ ଟଙ୍କାକୁ ବୃଦ୍ଧି । ମୁଖ୍ୟ କୁଶଳୀ ୪୪୨ ଥିଲା ତାହା ୫୦୦ କୁ ବୃଦ୍ଧି  ।ଉଚ୍ଚ କୁଶଳୀ ୫୦୨ ଥିଲା୬୦୦ କୁ ବୃଦ୍ଧି  ।

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଅଧୀନ ରେ ଥିବା ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ପାଇଁ, ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଅସ୍ମିତା ପାଇଁ କରଫୋସ ଫଣ୍ଡ ୨୦୦ କୋଟି ରଖାଯାଇଛି  । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳ ପାତ୍ର ପୋଥି ସଂଗ୍ରହ, କଳାକାର ଗୌରବ ନିଦ୍ଦି ଯୋଜନା, ଜାତୀୟ ବିଶ୍ୱ ବିଦ୍ୟାଳୟ ରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି  । ଗାଇଡଲାଇନ ପାଇଁ ବିଭାଗ କୁ ନିର୍ଦ୍ଦେଶ । ଏକ୍ସପଟ ଙ୍କୁ ନେଇ କମିଟି ଗଠନ ହେବ  ।

ଗଣଶିକ୍ଷା ବିଭାଗର ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଵିଜ୍ଞାପନ ପ୍ରକାଶ ହୋଇଥିଲା  । ଉଚ୍ଚ ନ୍ୟାୟାଳୟ ନିର୍ଦ୍ଧେଶ ଦେଇଥିଲେ  । ଓଡ଼ିଶା ବିଦ୍ୟାଳୟ ୧୮ ହଜାର ୭୮୮ ପ୍ରାର୍ଥୀଙ୍କ ଚୟନ ଓ ନିଯୁକ୍ତି ପାଇଁ ନିର୍ଦ୍ଧେଶ ଦିଆଯାଇଛି  ।

ଉଠା ଜଳ ସେଚନ ବିଭାଗ ପ୍ରକଳ୍ପ ର ୨ ହଜାର ୬୫ ଗୋଟି ଅଚଳ ପ୍ରକଳ୍ପ କୁ ସଚଳ ହେବ  । ୫ ବର୍ଷ ଭିତରେ ୧ ହଜାର ୪୪ କୋଟି ୮୪ ଲକ୍ଷ ବିନିଯୋଗ ହେବ  ।

ପିଏମ କିସାନରେ ବାଦ ପଡ଼ିଥିବା ହିତାଧିକାରୀ ଙ୍କୁ ମାର୍ଗଦର୍ଶି ଅନୁଯାଇ ହେବେ ସାମିଲ  । ସମସ୍ତ କୃଷକ ପାରିବା ହେବେ ପିଏମ କିସାନ ରେ ସାମିଲ  । S, M, L ଚାଷୀ ଓ ସହରାଞ୍ଚଳ ରେ ରହୁଥିବା ଚାଷୀ ଯୋଗ୍ୟ ବିବେଚିତ କୃଷକ ପିଏମ କିସାନ ରେ ସାମିଲ ହେବେ  । ୫ ଲକ୍ଷ ରୁ ୬ ଲକ୍ଷ ପର୍ଯ୍ୟନ୍ତ ଚାଷୀ ଯୋଗ୍ୟ ଥିଲେ | କାଳିଆ ଯୋଜନା ଅନୁଯାଇ ଚାଷୀ ବଞ୍ଚିତ ହେଉଥିଲେ ତାହା ଉଠିଲା | ୬ ଲକ୍ଷ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହେବେ |

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଛାଡପତ୍ର ପରେ ଭରଣପୋଷଣ ଲାଗି ସ୍ତ୍ରୀ ଯୋଗ୍ଯ

0

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କ ଭରଣପୋଷଣ ବାବଦରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଅପରାଧ ଆଚରଣ ସଂହିତା ବା ସିଆରପିସିର ଧାରା ୧୨୫ ଅନୁସାରେ ଜଣେ ମୁସଲିମ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କଠାରୁ ଭରଣ ପୋଷଣ ପାଇବାକୁ ହକଦାର ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ବି.ଭି. ନାଗରତ୍ନା ଓ ଜଷ୍ଟିସ ଅଙ୍ଗଷ୍ଟାଇନ ଜର୍ଜ ମସିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଛନ୍ତି।

ଏହି ଧାରା ଅନୁସାରେ ଛାଡପତ୍ର ପାଇଥିବା ପତ୍ନୀଙ୍କୁ ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ଲାଗି ହୋଇଥିବା ଆବେଦନକୁ ବିରୋଧ କରି ସ୍ବାମୀଙ୍କ ପକ୍ଷରୁ ଆଗତ ଏକ ମାମଲାକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଅଦାଲତ କହିଛନ୍ତି ଧର୍ମନିରପେକ୍ଷ ଆଇନ ଅନୁସାରେ ମୁସଲିମ ମହିଳା ଛାଡପତ୍ର ଅଧିକାରର ସୁରକ୍ଷା ଆଇନ ୧୯୮୬ ବୈଧ ନୁହେଁ।

ଖଣ୍ଡପୀଠ କହିଛନ୍ତି- ଧର୍ମ ନିର୍ବିଶେଷରେ ରକ୍ଷଣାବେକ୍ଷଣ ଲାଗି ଉଦ୍ଦିଷ୍ଟ ଆଇନ ସମସ୍ତ ବିବାହିତ ନାରୀଙ୍କ ଲାଗି ପ୍ରଯୁଜ୍ଯ ହେବ। ରକ୍ଷଣାବେକ୍ଷଣ ଅର୍ଥ ଦାତବ୍ଯ ନୁହେଁ। ଏହା ହେଉଛି ବିବାହିତ ମହିଳାଙ୍କ ଅଧିକାର। ସ୍ତ୍ରୀମାନେ ପରିବାର ଲାଗି ତ୍ଯାଗ ସ୍ବୀକାର କରୁଥିଲେ ବି ସ୍ବାମୀମାନେ ସେଥିପ୍ରତି ସଚେତନ ରହୁନାହାନ୍ତି। ସ୍ତ୍ରୀମାନଙ୍କ ଉପରେ ସ୍ବାମୀମାନେ ମାନସିକ ଭାବେ ନିର୍ଭରଶୀଳ ହୋଇଥାନ୍ତି। ଜଣେ ସ୍ତ୍ରୀଙ୍କ ଦାୟିତ୍ବବୋଧ, ତ୍ଯାଗକୁ ସ୍ବାମୀମାନେ ହୃଦବୋଧ କରିବାର ସମୟ ଆସିଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।

ବଡ଼ଠାକୁର ବଳଭଦ୍ର ମୁହଁମାଡି ପଡିଯିବା ଘଟଣାକୁ ଅକ୍ଷମଣୀୟ ତ୍ରୁଟି କହିଲା ବିଜେଡି

ଭୁବନେଶ୍ବର: ବଡ଼ଠାକୁର ବଳଭଦ୍ର ମୁହଁ ମାଡି ତଳେ ପଡିଯିବା ଘଟଣା ଏକ ଅକ୍ଷମଣୀୟ ତ୍ରୁଟି । କୋଟି କୋଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ଏହା ଗଭୀର ଭାବେ ଆଘାତ ଦେଇଛି । ମର୍ମାହତ କରିଛି । ବେଶୀ ମର୍ମାହତ କରିଛି ରାଜ୍ଯ ସରକାରଙ୍କ ବେପରୁଆ ମନ୍ତବ୍ଯ । ଗତକାଲି ପହଣ୍ଡିବେଳେ ବଳଭଦ୍ର ପଡିଯିବା ନେଇ ଏପରି ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି ।

ବିଜେଡି କହିଛି ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ଗତକାଲି ଶ୍ରୀକ୍ଷେତ୍ରରେ ଯେଉଁ ଅଘଟଣ ଘଟିଲା, ତାହା କୋଟି କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି । ତାହା ସମସ୍ତଙ୍କୁ ମର୍ମାହତ, ଲଜ୍ଜିତ, ବ୍ୟଥିତ କରିଛି । ଯିଏ ଭଗବାନକୁ ଟିକେ ଵି ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହା ଲଜ୍ଜାଜନକ ଘଟଣା । ସମସ୍ତେ କାନ୍ଦୁଛନ୍ତି । ହେଲେ ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତକୁ ମର୍ମାହତ କରିଛି ବୋଲି ପ୍ରେସମିଟ କରି କହିଛନ୍ତି ବିଜେଡି ନେତ୍ରୀ ତଥା ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ସେମାନେ କହିଲେ ଏହା ମହାପ୍ରଭୁଙ୍କ ଇଚ୍ଛା । ସରକାରଙ୍କ ଏହି ମନ୍ତବ୍ଯ ଆମକୁ ଦୁଃଖ ଦେଇଛି । ଅନୁରୋଧ କରୁଛୁ, ରଥଯାତ୍ରାରୁ ନୀଳାଦ୍ରି ବିଜେ ଯାଏଁ ସବୁ କାର୍ଯ୍ୟ ସୂଚାରୁ ରୂପେ କରାଯାଉ । ଯେପରି ସବୁ କାମ ସୁରୁଖୁରୁରେ ହୋଇପାରିବ ସେଥିପାଇଁ ସହଯୋଗ କରାଯାଉ ।

ବ୍ଯବସାୟିକ ବିବାଦରୁ ବୀଭତ୍ସ ହତ୍ଯା, ହୋଟେଲ ମାଲିକଙ୍କୁ ତଣ୍ଟି କାଟି ମାରିଦେଲେ ଦୁର୍ବୃତ୍ତ

ବରଗଡ: ବ୍ଯବସାୟିକ ବିବାଦରୁ ବୀଭତ୍ସ ହତ୍ଯା । ହୋଟେଲ ମାଲିକଙ୍କୁ ତଣ୍ଟି କାଟି ମାରିଦେଲେ ଦୁର୍ବୃତ୍ତ । ବରଗଡ଼ ଜିଲ୍ଲା ପାଇକମାଲ ଥାନା ମାଣ୍ଡୋସିଲ ଗାଁରେ ଘଟିଛି ନିର୍ମମ ହତ୍ଯାକାଣ୍ଡ । ମୃତକ ହେଲେ ପିଙ୍କୁ ସାହୁ । ଗତକାଲି ରାତି ୯ଟା ସମୟରେ ପିଙ୍କୁକୁ ମରଣାନ୍ତକ ଆକ୍ରମଣ କରି ଚାଷ ଜମିରେ ଅଭିଯୁକ୍ତମାନେ ଫିଙ୍ଗିଦେଇଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୋଗ ଅନୁସାରେ ମୃତ ପିଙ୍କୁ ନୂଆପଡ଼ା ତହସିଲ ଅଫିସ ସମ୍ମୁଖରେ ଏକ ହୋଟେଲ କରିଥିଲେ । ବ୍ଯବସାୟିକ ବିବାଦକୁ ନେଇ ଗତକାଲି ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ପିଙ୍କୁଙ୍କ ତଣ୍ଟି ଶହ ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ରହିଛି । ଏଣୁ ତଣ୍ଟିକାଟି ତାଙ୍କୁ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଶବ ବ୍ଯବଚ୍ଛେଦ କରି ତଦନ୍ତ ଜାରି ରଖିଛି ।

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗାମୀ ୧୪ ତାରିଖ ଦିନ ଭଣ୍ଡାର ଘର ଖୋଲିବା ପାଇଁ ନେଇଥିବା ନିଷ୍ପତି ଉପରେ ଆଲୋଚନା କରାଯିବ ।

ଏହା ସହ ଭଣ୍ଡାରର ମରାମତି, ରତ୍ନ ଅଳଙ୍କାର ଗଣତି ଓ ମଣତି ନେଇ କମିଟି କରିଥିବା ଏସଓପି ଉପରେ ମଧ୍ୟ ଆଲୋଚନା ହେବ। ପରିଚାଳନା କମିଟି ପ୍ରସ୍ତାବ ଉପରେ ସବିଶେଷ ଆଲୋଚନା କରିବା ସହ ଯାହା ନିଷ୍ପତି ନିଆଯିବ ତାହା ରାଜ୍ୟ ସରକାରଙ୍କୁ ଜଣାଇବା ସହ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

ଜମ୍ମୁ ଓ କାଶ୍ମୀରରେ ମାତିଛନ୍ତି ଆତଙ୍କବାଦୀ, ଆକ୍ରମଣ ପଛରେ ଲସ୍କରର ହାତ

0

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ମାତିଛନ୍ତି ଆତଙ୍କବାଦୀ। ଲଗାତାର କିଛି ଦିନ ଧରି ଯବାନଙ୍କୁ କରୁଛନ୍ତି ଟାର୍ଗେଟ। ତେବେ ଗତମାସରେ ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ଘଟଣାରେ ପାକିସ୍ତାନଭିତ୍ତିକ ଲସକର-ଇ-ତଏବା ସଂଗଠନର ହାତ ଥିବା ସ୍ପଷ୍ଟ ହୋଇଛି।

ସେହି ଘଟଣାରେ ଜଡିତ ଆତଙ୍କବାଦୀକୁ ଗିରଫ କରାଯାଇ ଜେରା କରାଯିବା ପରେ ଅନେକ ଯୋଜନା ସମ୍ପର୍କରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ସୂଚନା ପାଇଛି। ବସ୍ ଆକ୍ରମଣ ଘଟଣାରେ ହକମ ଖାଁ ଓରଫ ହାକିନ ଦିନକୁ ଗିରଫ କରାଯାଇଥିଲା। ସେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହ ଖାଦ୍ଯ ଓ ଜିନିଷ ପରିବହନ କରୁଥିଲା ବୋଲି ଏନଆଇଏ ଜାଣିବାକୁ ପାଇଛି।

ଗତ ଜୁନ ୯ରେ ହୋଇଥିବା ଆକ୍ରମଣ ଘଟଣାରେ ୯ ଜଣ ଲୋକ ପ୍ରାଣ ହରାଇଥିଲେ ଓ ୪୧ ଜଣ ଆହତ ହୋଇଥିଲେ। ଶିବଖୋରି ମନ୍ଦିରରୁ ବୈଷ୍ଣୋଦେବୀ ମନ୍ଦିରକୁ ଯିବାବେଳେ ଏହି ଆକ୍ରମଣ ଘଟିଥିଲା। ସେପଟେ ଏପରି ଆକ୍ରମଣ ଘଟଣା ମଧ୍ଯରେ ଜାମୁ ଓ କାଶ୍ମୀରରେ କିପରି ନିର୍ବାଚନ ପରିଚାଳନା କରାଯିବା ତାହାକୁ ନେଇ ସସପେନ୍ସ ସୃ଼ଷ୍ଟି ହୋଇଛି।

ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ ସାରିବା ଲାଗି ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଥିବାବେଳେ ଆତଙ୍କ ଜର୍ଜରିତ ଜାମ୍ମୁ ଓ କାଶ୍ମୀରରେ କିପରି ନିର୍ବାଚନ ହେବ ତାହାକୁ ନେଇ ସଂଶୟ ସୃଷ୍ଟି ହୋଇଛି। ନିର୍ବାଚନ ପରିଚାଳନା ବେଳେ ପ୍ରାର୍ଥୀଙ୍କ ସୁରକ୍ଷା ବଡ ଚାଲେଞ୍ଜ ହେବ ବୋଲି ସୂଚନା ମିଳିଛି। କେବଳ ଚଳିତ ବର୍ଷ ଜାମ୍ମୁ ଓ କାଶ୍ମୀରରେ ୨୬ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଲାଣି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ। ଚଳିତ ବର୍ଷ ୯ ଯବାନଙ୍କ ମୃତ୍ଯୁ ଘଟିଥିବାବେଳେ ୨୮ ଆତଙ୍କବାଦୀ ପ୍ରାଣ ହରାଇଲେଣି। ସେପେଟେ କଡ଼ା ସୁରକ୍ଷା ମଧ୍ଯରେ ଜାରି ରହିଛି ଅମରନାଥ ଯାତ୍ରା।

କଣ୍ଟେନରକୁ ଧକ୍କା ଦେଲା ବସ, ୧୮ ମୃତ ୩୦ରୁ ଊର୍ଦ୍ଧ୍ବ ଆହତ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ଉନ୍ନାଓ୍ବରେ ବଡ଼ଧରଣର ବସ୍ ଦୁର୍ଘଟଣା। ମର୍ମନ୍ତୁଦ ଦୁର୍ଘଟଣାରେ ୧୮ଜଣଙ୍କ ମୃତ୍ୟୁ ହୋଇଛି। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସଓ୍ବେରେ ଘଟିଛି ଦୁର୍ଘଟଣା। କ୍ଷୀର କଣ୍ଟେନରକୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।।

ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିହାର ସୀତାମଣ୍ଡିରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ବସ୍। ନିୟନ୍ତ୍ରଣ ହରାଇ କ୍ଷୀର କଣ୍ଟେନରକୁ ଧକ୍କା ଦେଲା ବସ୍। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟି ସଂପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଛି। ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଓ ରେସକ୍ୟୁ ଟିମ୍ ପହଞ୍ଚି ଯାତ୍ରୀଙ୍କୁ ବସରୁ ଉଦ୍ଧାର କରିଛି।

ଆଜିଠୁ ଆରମ୍ଭ ଶ୍ରୀଜିଉଙ୍କ ପବିତ୍ର ଆଡ଼ପ ଦର୍ଶନ, ତିନି ଦିନ ପରେ ମହାପ୍ରସାଦ ଖାଇବେ ଶ୍ରୀଜିଉ

ପୁରୀ: ଶାସ୍ତ୍ରରେ ଅଛି ନିଳାଦ୍ରୌ ସହସ୍ର ବର୍ଷାଣୀ ଆଡ଼ପ ମଣ୍ଡପେ ଦିନେ । ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀରେ ମହାବାହୁ । ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପବିତ୍ର ଆଡ଼ପ ଦର୍ଶନ । ଗତକାଲି ବିଳମ୍ବିତ ରାତିରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ମହାପ୍ରଭୁ ।

ଆଜି ସକାଳ ଧୂପରେ ବାହାରିବ ଆଡ଼ପ ଅବଢ଼ା । ତିନି ଦିନ ପରେ ଶ୍ରୀଜିଉଙ୍କୁ ଲାଗିହେବ ଅବଢ଼ା ମହାପ୍ରସାଦ । ଆଡ଼ପ ଅବଢା ପାଇବାକୁ ଶ୍ରୀକ୍ଷେତ୍ରରେ ଭିଡ଼ ଜମିଛି । ଅନ୍ଯପଟେ ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ପ୍ରାକୃତିକ ରଙ୍ଗରେ ଶ୍ରୀମୁଖ ସିଂହାର କରି ମଳିନ ପଡ଼ିଥିବା ଶ୍ରୀମୁଖରେ ଚମକ୍ ଆଣିବେ । ଅନ୍ୟପଟରେ ଆସନ୍ତାକାଲି ଗୁରୁବାର ହେରା ପଞ୍ଚମୀ ତିଥିରେ ରଥ ଭାଙ୍ଗିବେ ମାନମୟୀ ମହାଲକ୍ଷ୍ମୀ ।

ବସକୁ ଓଭରଟେକ୍‌ କରିବାକୁ ଯାଇ ଚାପି ହୋଇଗଲା ବସ

ବଲାଙ୍ଗୀର:  ଭାଗୀରଥୀ ଛକ ଠାରେ ବସ୍ ଦୁର୍ଘଟଣା  । ଘରୋଇ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ବସ୍। ଦୁର୍ଘଟଣାରେ ଗୋଟିଏ ବସର ସାମ୍ନାପଟ ଚୁରମାର ହୋଇଯାଇଛି  । ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା  । ଦ୍ରୁତ ଗତିରେ ଓଭରଟେକ କରିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି  ।

ବସ୍ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା ବେଳେ ଅଳ୍ପକେ ଯାତ୍ରୀ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି  । ବସ୍ ଡ୍ରାଇଭର ସମେତ ୪ ରୁ ୫ ଜଣ ଆହତ ଯାତ୍ରୀଙ୍କୁ ଟାଉନ୍ ଥାନା ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି  । ରାଇଘର ନବରଙ୍ଗପୁର ଦେଇ ଉଭୟ ବସ୍ ଭୁବନେଶ୍ବର ଯାଉଥିଲା  ।

ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଟାଉନ୍ ଥାନା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି  । ଦୁର୍ଘଟଣା ଘଟାଇଥିବା ବସକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି  ।

ବାହାଘର ଭୋଜି ଖାଇ ଫେରୁଥିଲେ, ହାଇୱା ଧକ୍କାରେ ପରିବାରର ୩ ମୃତ

ସୁନ୍ଦରଗଡ଼:  କୋଇଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରେଙ୍ଗାଲବେଡ଼ାରେ ସ୍କର୍ପିଓକୁ ଧକ୍କା ଦେଲା ହାଇୱା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି ।

ମୃତକଙ୍କ ମଧ୍ଯରେ ଜଣେ ଯୁବତୀ ଓ ଦୁଇଜଣ ନାବାଳକ ରହିଛନ୍ତି । ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । କେନ୍ଦୁଝରରୁ ବାହାଘର ଭୋଜିଖାଇ ଫେରିବା ସମୟରେ ଦୁର୍ଘଟଣା ଘଟିଛି । ଘରେ ପହଞ୍ଚିବାର ମାତ୍ର ୫ କିଲୋମିଟର ପୂର୍ବରୁ ସ୍କର୍ପିଓକୁ ଏକ ହାଇୱା ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଦୁଇ ଆହତ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।