ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରେ ଅଭବାବନୀୟ ଚିତ୍ର। ସାପ କାମୁଡ଼ାରେ ଜଣେ ନାବାଳକ ର ମୃତ୍ୟୁ ପରେ ମୃତକ ଙ୍କୁ ବଞ୍ଚାଇବା ପାଇଁ ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ପରିବାର ଲୋକେ ଗୁଣିଆ କୁ ଡାକି ଝଡାଫୁଙ୍କା କରାଉଛନ୍ତି ଗୁଣିଆ ଜଣଙ୍କ ବି ବଞ୍ଚାଇବା ପାଇଁ ମନ୍ତ୍ର କରି ଝାଡୁଥିବା ଦୃଶ୍ୟ ଦେଖିବା କୁ ମିଳିଛି। ପାଟଣା ଥାନା ପୁଟୁଳିଆ ଗ୍ରାମର ଦାଶରଥି ପାତ୍ର ଙ୍କ ୧୬ ବର୍ଷର ପୁଅ ପଦ୍ମଲୋଚନ ବିଳମ୍ବିତ ରାତିରେ ପୁଟୁଳିଆ ସ୍ଥିତ ହଟି କଲଚର ଅଫିସରେ ଶୋଇଥିବା ସମୟ ରେ କୌଣସି ଏକ ବିଷଧର ସାପ କାମୁଡି ଦେଇଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ମେଡ଼ିକାଲ କୁ ଅଣାଯାଇଥିଲା ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ବଞ୍ଚାଇବା ଆଶାରେ ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଗୁଣିଆ ଙ୍କୁ ଡକାଇ ଝଡାଫୁଙ୍କା କରାଉଥିବା ଦେଖିବାକୁ ମିଳିଛି।
ସେନା ଗାଡ଼ି ଉପରେ ଆତଙ୍କବାଦୀଙ୍କ ହମଲା, ୨ ଯବାନ ଆହତ
ନନ୍ଦିଘୋଷ ବ୍ୟୁରୋ: ସୋମବାର କାଶ୍ମୀରର କାଠଓ୍ବାରେ ଆତଙ୍କବାଦୀଙ୍କ ହମଲା । ୨ ଯବାନ ଆହତ । ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ ଆକ୍ରମଣ ହମଲା କରିଥିଲେ । ପରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୨ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏବେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ସେପଟେ ଆହତ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ନିଟ୍-ୟୁଜି ପେପର ଲିକ୍ ମାମଲା: ସିବିଆଇ ଓ କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ନନ୍ଦିଘୋଷ ବ୍ୟୁରୋ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସତ୍ଯପାଠ ଦାଖଲ କରିବାକୁ କେନ୍ଦ୍ର ସରକାର, ଏନଟିଏ ଏବଂ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ନିଟ୍ କୁ ନେଇ ଦାଖଲ ହୋଇଥିବା ସବୁ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ପଚାରିଛନ୍ତି, ଯେଉଁମାନେ ଲିକ୍ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରାହୋଇଛି କି, ସେମାନଙ୍କ ବିରୋଧରେ କଣ କାର୍ଯ୍ଯାନୁଷ୍ଠାନ ହୋଇଛି। ଯେଉଁ ପିଲା ଲିକ୍ ପ୍ରଶ୍ନପତ୍ର ପାଇଛନ୍ତି, ତାଙ୍କ ଫଳ ସ୍ଥଗିତ ରଖାଯାଇଛି କି । କେଉଁ କେଉଁ ଅଞ୍ଚଳରେ ଲିକ୍ ହୋଇଛି। ଆସନ୍ତା ବୁଧବାର ସଂଧ୍ଯା ୫ଟା ସୁଦ୍ଧା ଏସବୁର ଉତ୍ତର ସହିତ ସତ୍ଯପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟ କହିଛନ୍ତି – ପ୍ରଶ୍ନପତ୍ର ଲିକ୍ ହୋଇଛି। ଏଥିରେ କୌଣସି ସନ୍ଦେହ ନାହିଁ। ଏହାର ବ୍ଯାପକତା କେତେ, କେବଳ ତାହା ଜାଣିବାକୁ ପଡ଼ିବ। ତେବେ ପୁଣି ଥରେ ପରୀକ୍ଷା କରିବା ଶେଷ ବିକଳ୍ପ ହେବ। କାରଣ ଏହା ଦ୍ଵାରା ଲକ୍ଷ ଲକ୍ଷ ପିଲା ପ୍ରଭାବିତ ହେବେ। ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ହୋଇଥିବା ବହୁ ଆବେଦନର ଏକାଥରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପାଟନା, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଏତଲା ଦିଆଯାଇଛି। ବ୍ଯବସ୍ଥାଗତ ଭାବେ ପ୍ରଶ୍ନପତ୍ର ଲିକ୍ ହୋଇଛି କି ତାହା ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଗୁରୁବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ଗଡିଲା ରଥ
ନନ୍ଦିଘୋଷ ବ୍ୟୁରୋ: ଓଡିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗଡିଲା ରଥ । ଗତକାଲି ଚତୁର୍ଦ୍ଧା ମୂର୍ତ୍ତଙ୍କୁ ଗୋଟି ପହଣ୍ଡିରେ ବିଜେ କରାଯାଇ ରଥାରୂଢ କରାଯାଇଛି । ଅପରାହ୍ନ ୩ଟାରୁ ଆରମ୍ଭ ହୋଇଛି ରଥଯାତ୍ରା । ଚଳିତ ରଥଯାତ୍ରାରେ ମୟୂରଭଞ୍ଜର ମହାରାଜା ପ୍ରବୀଣ ଭଞ୍ଜଦେଓ ନୂଆ କରି ରଥରେ ଛେରା ପହଁରା କରିଛନ୍ତି । ପ୍ରଥମେ ବଳଭଦ୍ର ରଥଟଣା ଯିବା ପରେ ଦେବଦଳନ ରଥକୁ ମହିଳା ମାନେ ଟାଣି ବା ପରେ ବାରିପଦା ଟାଉନ ଥାନା ସମ୍ମୁଖରେ ରଖାଯିବ। ଆସନ୍ତାକାଲି ଅପରାହ୍ନରେ ଦେଵୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଗଢ଼ିବ। ତିନୋଟି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିବା ପରେ ସନ୍ଧ୍ୟାରେ ଜୀଉ ମାନଙ୍କୁ ନିତି କରାଯାଇ ଗୁଣ୍ଡିଚା ମନ୍ଦିରକୁ ଵିଜେ କରାଯିବ। ଚଳିତ ଥର ପାଗ ଅନୁକୂଳ ଥିବାରୁ ବଡଦାଣ୍ଡରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳୁଛି । ଦେବୀ ସୁଭଦ୍ରାଙ୍କ ରଥ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭିଡିବାର କାର୍ଯ୍ଯକ୍ରମ ରହିଥିବାରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୨୦ ପ୍ଲାଟୁନ ପୋଲିସ୍ ଫୋର୍ସ ସହିତ ୧୦୦ ଅଫିସରଙ୍କୁ ନିୟୋଜିତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ଏହି ମହାନ ଗଣପର୍ବକୁ ସଫଳତାର ସହିତ ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଵ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି।
ଆଲମିରା ଭିତରେ ବଙ୍କର, ଲୁଚି ରହୁଥିଲେ ଆତଙ୍କବାଦୀ
ନନ୍ଦିଘୋଷ ବ୍ୟୁରୋ: ଶନିବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାର ଫ୍ରିସାଲ ଚିନ୍ନିଗାମ ଅଞ୍ଚଳରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ନିହତ ହୋଇଥିବା ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀମାନେ ଏକ ଆଲମାରୀ ଭିତରେ ନିର୍ମିତ ଏକ ବଙ୍କରରେ ଲୁଚି ରହିଥିଲେ। ଏନକାଉଣ୍ଟର ପରେ ଅନଲାଇନରେ ଆସିଥିବା ଏକ ଭିଡିଓରେ ସୁରକ୍ଷା ଅଧିକାରୀମାନେ ଏକ ସାଧାରଣ ନାଗରିକ ବାସଭବନରେ ଏକ ଆଲମିରା ପଛରେ ଲୁଚି ରହିଥିବା ଏକ ଛୋଟ, ସୁଦୃଢ କଂକ୍ରିଟ ବଙ୍କର ପରି ଦେଖାଯାଉଥିବା ସ୍ଥାନକୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ଲୁଚି ରହିଥିବା ସ୍ଥାନ ଠାବ ହେବା ପରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ସମ୍ପର୍କରେ ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି ।
ଶନିବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆରମ୍ଭ ହୋଇଥିବା ଯୁଗ୍ମ ଏନକାଉଣ୍ଟରରେ ସମୁଦାୟ ୬ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ମୋଡରଗାମ ଏନକାଉଣ୍ଟର ସ୍ଥାନରୁ ଦୁଇ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ରବିବାର ଦିନ ଚିନ୍ନିଗାମ ସାଇଟରେ ୪ଟି ମୃତଦେହ ଉଦ୍ଧାର କରାଯାଇଥିଲା।
ଏହି ଅପରେସନ୍ ସମୟରେ ଜଣେ ଅଭିଜିତ ପାରା କମାଣ୍ଡୋଙ୍କ ସମେତ ଦୁଇ ଜବାନ ଙ୍କ ମଧ୍ୟ ଡ୍ୟୁଟି ଲାଇନରେ ଶହୀଦ ହୋଇଥିଲେ। ଏହି ଅପରେସନ୍ ବିଷୟରେ ଜାମ୍ମୁ କାଶ୍ମୀର ପୋଲିସ୍ ମହାନିର୍ଦ୍ଦେଶକ ଆର.ଆର ସ୍ବାଇଁ କହିଛନ୍ତି ଯେ ଏତେ ସଂଖ୍ୟକ ଆତଙ୍କବାଦୀଙ୍କୁ ଏନକାଉଣ୍ଟର ଏକ ପ୍ରମୁଖ ସଫଳତା। ସୁରକ୍ଷା ପରିବେଶକୁ ମଜବୁତ କରିବା ପ୍ରୟାସରେ ଏହା ଏକ ବଡ଼ ମାଇଲଖୁଣ୍ଟ | ଏହି ସଫଳତା ଉଭୟ ମହତପୂର୍ଣ୍ଣ ତଥା ମେସେଜିଂ ଦୃଷ୍ଟିରୁ ମଧ୍ୟ ଅର୍ଥପୂର୍ଣ୍ଣ ଅଟେ । ଏହି ଅପରେସନର ସଫଳତା ହେଉଛି ଏକ ସୂଚକ ଯେ ଜାମ୍ମୁ କାଶ୍ମୀରରେ ଆତଙ୍କ ଦୂର କରିବା ପାଇଁ ସଂଗ୍ରାମ ଶେଷ ହେବ ବୋଲି ଡିଜିପି ସ୍ବାଇଁ କହିଛନ୍ତି।
ଏହା ଏକ ବଡକଥା ଯେ ସୁରକ୍ଷା ସମ୍ଭନ୍ଧୀୟ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ସହାୟତା ଓ ମାନବୀୟ ବୁଦ୍ଧି ପ୍ରବାହ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆସନ୍ତାଦିନରେ ଆତଙ୍କବାଦୀଙ୍କ ମୂଳପୋଛ କରିବା ଦିଗରେ ଏହା ବିଶେଷ ସହାୟକ ହୋଇପାରିବ ବୋଲି ଡିଜିପି କହିଛନ୍ତି ।
ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ନାମରେ ଏତଲା
ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା। କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି। ଉଭୟଙ୍କ ବିରୋଧରେ ଏତଲା ଦେଇଛି ଇଣ୍ଟରନ୍ୟାସନ୍ୟାଲ ହ୍ୟୁମାନ ରାଇଟ୍ସ କମିଶନ। ଦୁଇ କଣ୍ଠଶିଳ୍ପୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଘୋଷଯାତ୍ରା ବେଳେ ଏଭଳି ଆଚରଣକୁ ନିନ୍ଦା କରାଯିବା ସହ କୌଣସି ଷ୍ଟୁଡିଓରେ କାମ କରାଇ ନଦେବାକୁ ଧମକ ଦେଇଛି ଇଣ୍ଟରନ୍ୟାସନ୍ୟାଲ ହ୍ୟୁମାନ ରାଇଟ୍ସ କମିଶନ।
ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ ସ୍ଥିତି
ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ବର୍ଷାରେ ଉବୁଟୁବୁ ମୁମ୍ବାଇ। ୨୪ ଘଣ୍ଟାରେ ଏତେ ବର୍ଷା ହୋଇଛି ଯେ, କେତେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ଏପରିକି କେତେକ ଅଞ୍ଚଳରେ ଗତ ରାତି ଗୋଟିଏରୁ ଆଜି ସକାଳ ୭ଟା ମଧ୍ଯରେ ମାତ୍ର ୬ ଘଣ୍ଟାରେ ୩୦ ସେଣ୍ଟିମିଟର ବର୍ଷା ହୋଇଛି। ମୁମ୍ବାଇ, ଥାଣେ, ପଲଘର, କୋଙ୍କଣ ଅଞ୍ଚଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛି ଲୋକାଲ ଟ୍ରେନ୍ ଚଳାଚଳ। କାରଣ ଟ୍ରାକରେ ମଧ୍ଯ ଜମି ରହିଛି ପାଣି। ୱର୍ଲି, ବୁଣ୍ଟାରା ଭବନ, କୁର୍ଲା ଇଣ୍ଟ, କିଙ୍ଗସ ସର୍କଲ, ଦାଦର, ବିଦ୍ଯାବିହାର ଅଞ୍ଚଳରେ ଟ୍ରାକ ବୁଡ଼ି ଯାଇଛି। ମୂଷଳଧାରା ବର୍ଷା ପାଇଁ ୫୦ଟି ଫ୍ଲାଇଟ ବାତିଲ କରାଯାଇଥିବା ବେଳେ ସଡ଼କ ପରିବହନ ମଧ୍ଯ ପ୍ରଭାବିତ ହୋଇଛି। କାରଣ ରାସ୍ତାରେ ଜମି ରହିଛି ଅଣ୍ଟାଏ ଉଚ୍ଚର ପାଣି। ମହାନଗର ଅଞ୍ଚଳରେ ରହିଥିବା ସବୁ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଛନ୍ତି ସରକାର। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆଜି ମଧ୍ଯ ପ୍ରବଳରୁ ପ୍ରବଳ ବର୍ଷା ହେବ। ସମୁଦ୍ରରେ ପ୍ରାୟ ୫ମିଟରର ଜୁଆର ଦେଖିବାକୁ ମିଳିଛି। ଉଦ୍ଧାର ଓ ରିଲିଫ ପାଇଁ ଏନଡିଆରଏଫ୍ ମୁତୟନ କରାଯାଇଛି । ଶତାଧିକ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି।
ଆସ୍ଥା ଭୋଟରେ ବିଜୟୀ ହେଲେ ଝାଡ଼ଖଣ୍ଡର ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ
ନନ୍ଦିଘୋଷ ବ୍ୟୁରୋ: ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ଝାଡ଼ଖଣ୍ଡର ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ। ତାଙ୍କୁ ୪୫ ବିଧାୟକଙ୍କ ସମର୍ଥନ ମିଳିଛି। ୮୧ ଆସନ ବିଶିଷ୍ଟ ବିଧାନସଭାରେ ଏବେ ୭୬ ଜଣ ବିଧାୟକ ଅଛନ୍ତି। କାରଣ କିଛି ବିଧାୟକ ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ ମ୍ଯାଜିକ ନମ୍ବର ୩୯ କୁ ଖସି ଆସିଛି। ସରକାରୀ ମେଣ୍ଟରେ ଜେଏମଏମ୍ ର ୨୭, କଂଗ୍ରେସର ୧୭ ଓ ଆରଜେଡିର ଜଣେ ବିଧାୟକ ଅଛନ୍ତି। ବିଜେପିର ୩୦ ଜଣ ବିଧାୟକ ଅଛନ୍ତି। ସାଧାରଣ ନିର୍ବାଚନର ଜାନୁଆରି ୩୧ରେ ଠିକ୍ ଆଗରୁ ଏକ ଜମି ଦୁର୍ନୀତିରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ଇଡି। ତେଣୁ ସେ ଇସ୍ତଫା ଦେବାକୁ ବାଧ୍ଯ ହୋଇଥିଲେ। ସୋରେନ ପରିବାର ବିଶ୍ବସ୍ତ ଚମ୍ପେଇ ସୋରେନଙ୍କୁ ମୁଖ୍ଯମନ୍ତ୍ରୀ କରାଯାଇଥିଲା। ନିର୍ବାଚନ ସରିବା ପରେ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ଦେବାରୁ ଜୁନ୍ ୨୮ ରେ ହେମନ୍ତ ସୋରେନ ଜେଲରୁ ମୁକୁଳିଥିଲେ। ଜମି କାରବାରରେ ତାଙ୍କର ସିଧାସଳଖ ସଂପୃକ୍ତି ନାହିଁ ବୋଲି କହିଥିଲେ ହାଇକୋର୍ଟ। ଏହା ପରେ ଜୁଲାଇ ୪ ରେ ପୁଣି ମୁଖ୍ଯମନ୍ତ୍ରୀ ପଦକୁ ଫେରିଥିଲେ ହେମନ୍ତ ସୋରେନ। କିଛି ଦିନ ପରେ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିପାରନ୍ତି ହେମନ୍ତ ସୋରେନ।
ଟିମ ଇଣ୍ଡିଆ ପାଇଁ ୧୨୫ କୋଟି ଘୋଷଣା କରିଛି ବିସିସିଆଇ, ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା
ନନ୍ଦିଘୋଷ ବ୍ୟୁରୋ: ନିକଟରେ ଓ୍ବେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଟି-୨୦ ବିଶ୍ବକପରେ ଚାମ୍ପିୟନ ହୋଇ ଦୀର୍ଘବର୍ଷ ପରେ ଆଇସିସି ଟ୍ରଫି ହାତେଇବାରେ ସଫଳ ହୋଇଛି ଭାରତ । ଦ୍ବିତୀୟଥର ପାଇଁ ଟି-୨୦ ବିଶ୍ବକପ ହାତେଇଥିବା ଟିମ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ତେବେ ଏହି ରାଶିରୁ କାହା ଭାଗରେ କେତେ ପଡ଼ିବ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବାବେଳେ ଆସନ୍ତୁ ଜାଣିବା କେମିତି ଦିଆଯାଏ ଏହି ଟଙ୍କା ଏବଂ କାହାକୁ ମିଳିବ କେତେ ରାଶି ।
ଟି-୨୦ ବିଶ୍ବକପ ଖେଳିବା ପାଇଁ ଯାଇଥିବା ୧୫ ଜଣ ଖେଳାଳିଙ୍କୁ ୫ କୋଟି ଟଙ୍କା ଲେଖାଏଁ ଦେବାକୁ ବିସିସିଆଇ ପକ୍ଷରୁ କୁହାଯାଇଛି । ତେବେ ଏହି ୧୫ ଜଣ ଖେଳାଳିଙ୍କ ମଧ୍ୟରୁ ୩ ଜଣ ଖେଳାଳି ଗୋଟିଏ ମଧ୍ୟ ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ । ଏମାନେ ହେଲେ ସଞ୍ଜୁ ସାମସନ, ୟୁଜବେନ୍ଦ୍ର ଚହଲ ଏବଂ ଜଶସ୍ବୀ ଜୟସ୍ବାଲ । ସେପଟେ ରିଜର୍ଭ ପ୍ଲେୟାର ଭାବେ ଯାଇଥିବା ୪ ଜଣ ଖେଳାଳି ରିଙ୍କୁ ସିଂ, ଆଭେଶ ଖାନ, ଖଲିଲ ଅହମ୍ମଦ ଏବଂ ଶୁଭମନ ଗିଲଙ୍କୁ ଏକ କୋଟି ଟଙ୍କା ଲେଖାଏଁ ଦେବାକୁ ସ୍ଥିର କରାଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସେପଟେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ୨.୫ କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ । ରାହୁଲ ଦ୍ରାବିଡ଼ଙ୍କ ସହ ଅନ୍ୟ କୋଚିଂ ଷ୍ଟାଫଙ୍କୁ ମଧ୍ୟ ୨.୫ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହାସହ ବ୍ୟାକରୁମ କର୍ମଚାରୀଙ୍କୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଟିମ ଇଣ୍ଡିଆର ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ୩୬ ରହିଛନ୍ତି । ଏହି ୩୬ ଜଣଙ୍କ ମଧ୍ୟରେ ୧୨୫ କୋଟି ଟଙ୍କା ପ୍ରଦାନ କରାଯିବ ।
ଶରଧା ବାଲିରେ ଲାଗିଲା ତିନି ରଥ
ନନ୍ଦିଘୋଷ ବ୍ୟୁରୋ: ଶ୍ରୀଗୁଣ୍ଡିଚା ଆଗରେ ଶ୍ରୀଜିଉଙ୍କ ତିନିରଥ । ଦୁଇଦିନର ଯାତ୍ରା ପରେ ଜନ୍ମପୀଠରେ ପହଞ୍ଚଞ୍ଚିଛନ୍ତି ଚୁତୁର୍ଦ୍ଧା ମୂରତି । ବଡଦାଣ୍ଡର ଜନସମୁଦ୍ର ପାର କରି ଶରଧାବାଲିରେ ଏବେ ରଥ ଉପରୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଦାମୂରତୀ । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ । ଆସନ୍ତା କାଲି ଆଡପବେଦୀକୁ ବିଜେ କରିବେ ତିନି ଠାକୁର । ସେଠାରେ ନଅ ଦିନ ରହି ଗୁଣ୍ଡିଚା ରାଣୀଙ୍କ ଶ୍ରଦ୍ଧା ଗ୍ରହଣ କରି ମାନବୀୟ ଲୀଳା କରିବେ । ପୁଣି ୯ ଦିନ ପରେ ଫେରିଯିବେ ନିଜ କର୍ମସ୍ଥାନ ଶ୍ରୀମନ୍ଦିରକୁ । ତେବେ ଗୁଣ୍ଡିଚା ମନ୍ଦିର ଅଗାରେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଧାଡିରେ ମହା ପ୍ରଭୁଙ୍କ ଦର୍ଶନ ପାଇଁ ଛାଡୁଛନ୍ତି ପୋଲିସ ।

