spot_img
Home Blog Page 1715

କୋଟିଆ ପ୍ରସଙ୍ଗ : ଗୃହରେ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳ ନେତା

ନନ୍ଦିଘୋଷ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ବିଧାନସଭା ଶୂନ୍ୟକାଳରେ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । କୋଟିଆର ସୁରକ୍ଷା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ରାମଚନ୍ଦ୍ର । ସେ କହିଛନ୍ତି ଇଞ୍ଜିନ ଡବଲ ସରକାର ଏବେ ଭାରି ପଡ଼ୁଛି । ଆନ୍ଧ୍ର ସରକାର ଆଦାନୀ ସହ MOU କରି ୧୨୦୦ସହ ମେଗାୱାଟର ଜଳ ବିଦ୍ୟୁତ୍ ପ୍ରକଳ୍ପ ଓ ଦୁଇଟି ଡ୍ୟାମ ନିର୍ମାଣ କରିବାକୁ ଯାଉଛି । ଓଡ଼ିଶାର ପାଣି, ଜମି ଓ ଜଙ୍ଗଲକୁ ନେଇ ଆନ୍ଧ୍ର ଉପକୃତ ହେବ । ହେଲେ କ୍ଷତି ସହିବ ଓଡ଼ିଶା । ଆନ୍ଧ୍ରର ପ୍ରକଳ୍ପ ଦ୍ବାରା ୩୦ଗାଁ ପ୍ରଭାବିତ ହେବ । ଆନ୍ଧ୍ର ସରକାରଙ୍କୁ କେନ୍ଦ୍ର ସରକାର ବଳ ଦେଉଛନ୍ତି l ଯାହା ଫଳରେ ଓଡିଶାକୁ ଆନ୍ଧ୍ର ମାଡ଼ି ମାଡି ଆସୁଛି l  ସଚେତନ ନହେଲେ ଓଡିଶାରେ ଆନ୍ଧ୍ରର ଦାଦାଗିରି ଜାରି ରହିବ l ଏଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଠୋସ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଝାରପଡା ଜେଲରୁ ସ୍ଥାନାନ୍ତର ହେବେ ହାର୍ଡକୋର

ନନ୍ଦିଘୋଷ ବ୍ୟୁରୋ: କଏଦୀଙ୍କୁ ମାଡ଼ ପରେ ଚେତିଲା ଜେଲ ବିଭାଗ । ଝାରପଡା ଜେଲରୁ ସ୍ଥାନାନ୍ତର ହେବେ ହାର୍ଡକୋର । ଗ୍ୟାଙ୍ଗଷ୍ଟର ହାଇଦର ପୁଅ ମୁନା କୁ ସ୍ଥାନାନ୍ତର ନେଇ ଆରମ୍ଭ ହେଲା ପ୍ରକ୍ରିୟା । ଗଣ୍ଡଗୋଳ ଘଟଣାରେ ଗତକାଲି ଜେଲ ବିଭାଗ ଏଡିଜି ଅମିତାଭ ଠାକୁର ଜେଲରେ ପହଁଚି ସୁପରିଟେଣ୍ଡେଣ୍ଟ , ଜେଲରଙ୍କ ସହ ଅନ୍ତେବାସୀଙ୍କୁ ପଚରାଉଚରା କରିଥିଲେ । ସିସିଟିଭି ଯାଞ୍ଚ କରିଥିଲେ । ଡିଆଇଜି ଅନୁସୂୟା ଜେନା ଆଜି ମଧ୍ୟ ଜେଲ ଆସି ତଦନ୍ତ ଜାରି ରଖିଛନ୍ତି । ଜେଲର ଚାରିକାନ୍ଥ ଭିତରେ ଜଣେ ବିଚାରାଧୀନ କଏଦୀଙ୍କ ମୁଣ୍ଡ କିଭଳି ଫାଟିଲା ସେ ନେଇ ତଦନ୍ତ କରି ରିପୋର୍ଟ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଜି ।  ଶନିବାର ଜେଲ ଭିତରେ ଗ୍ୟାଙ୍ଗଷ୍ଟାର ପୁଅର ଦାଦାଗିରି ଦେଖିବାକୁ ମିଳିଥିଲା ।  ଜେଲରେ ଭିତିରି କଥା DLSA କୁ ସୂଚନା ଦେବା ପରେ ବିଚାରାଧୀନ କଏଦୀଙ୍କୁ ନିର୍ଦ୍ଧୁମ ଛେଚିଥିଲେ ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ । ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କ ମୁଣ୍ଡ ଫାଟିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ତଳେ ଜେଲରୁ ମୋବାଇଲ ମିଳିଥିଲା । ଟଙ୍କା ଦେଲେ ମୋବାଇଲ ସହ ନିଶା ଜେଲ ଭିତରୁ ମିଳୁଥିବା କଥା ପ୍ରଘଟ ହେବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ । ଏପରିକି ମୋଟା ଅଙ୍କର ଅର୍ଥ ଦେଲେ ଜେଲ ଭିତରେ ଭିଆଇପି ଟ୍ରିଟମେଣ୍ଟ ମିଳୁଥିବା ସେ ଅଭିଯୋଗ ଆଣିଥିଲେ ।

ରାଜଧାନୀରେ ଡେଙ୍ଗାଗେଡ଼ା ଗ୍ଯାଙ୍ଗ ଆତଙ୍କ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ଡେଙ୍ଗାଗେଡ଼ା ଗ୍ଯାଙ୍ଗ ଆତଙ୍କ । ଭୁବନେଶ୍ବରର ଏଟିଏମ ଉପରେ ଡେଙ୍ଗାଗେଡ଼ା ଗ୍ଯାଙ୍ଗର ଆଖି ।  ପଟି ଲଗାଇ ଲୁଟିନେଲେ ଲୁଟେରା । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଲୁଟେରାଙ୍କ Exclusive ସିସିଟିଭି ଭିଜୁଆଲ । ମହିଳା, କଲେଜ ପଢୁଆ ପିଲା ଓ ବୃଦ୍ଧ ଲୋକଙ୍କୁ ସଫ୍ଟ ଟାର୍ଗେଟ କରୁଛନ୍ତି ଏହି ଲୁଟେରା । କମିଶନରେଟ ପୋଲିସରେ ଏନେଇ ୩ଟି ଅଭିଯୋଗ ହୋଇଛି । ଏଟିଏମ ମେସିନ ଆଗରେ ଲୁଟେରା ଏକ ପ୍ଲେଟ ଲଗାଉଛନ୍ତି । ଟଙ୍କା ନବାହାରିବାରୁ ଲୋକେ ଫେରି ଯାଉଛନ୍ତି। କିନ୍ତୁ ପରେ ଲୁଟେରା ଆସି ଟଙ୍କା ନେଇ ଚାଲିଯାଉଛନ୍ତି ।

ବାଂଲାଦେଶଠାରୁ ପାକିସ୍ତାନର ପରାଜୟ, ଭାରତ ପାଇଁ ଶିକ୍ଷା!

ନନ୍ଦିଘୋଷ ବ୍ୟୁରୋ: ଘରୋଇ ମାଟିରେ ପାକିସ୍ତାନ ଭଳି ଶକ୍ତିଶାଳି ଟିମକୁ ବାଂଲାଦେଶ ଟେଷ୍ଟ ସିରିଜ ହରାଇଛି । ତେବେ ଏହାପରେ ବାଂଲାଦେଶ ଭାରତ ଗସ୍ତରେ ଆସିବାକୁ ଯାଉଛି । ଏଣୁ ଭାରତୀୟ ଦଳ ବାଂଲାଦେଶ ସହଜରେ ନେବା ଅନୁଚିତ । ତେବେ ପାକିସ୍ତାନ ବିପକ୍ଷ ବିଜୟ ପରେ ବାଂଲାଦେଶ ଅଧିନାୟକ ନିଜର ପ୍ରତିକ୍ରିୟାରେ କହିଛନ୍ତି କି ଏହାପର ସିରିଜ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଭାରତ ବିପକ୍ଷରେ ବିଜୟୀ ହେଲେ ଆମର ଆତ୍ମବିଶ୍ବାସ ବଢ଼ିବ । ଆମ ଦଳରେ ସାକିବଙ୍କ ଭଳି ଅଭିଜ୍ଞ ଖେଳାଳି ରହିଥିବାବେଳେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରୟାସ କରିବୁ । ତେବେ ପାକିସ୍ତାନକୁ ପରାସ୍ତ କରି ଇତିହାସ ରଚିଥିବା ବାଂଲାଦେଶ ଭାରତକୁ ହରାଇବା ପାଇଁ ଯୋଜନା ଆରମ୍ଭ କରିଛି । ସେପ୍ଟମ୍ବର ୧୭ରୁ ପ୍ରଥମ ଟେଷ୍ଟ ଖେଳାଯିବାକୁ ଥିବାବେଳେ ୨୭ରେ ଦ୍ବିତୀୟ ଟେଷ୍ଟ ଖେଳାଯିବ । ଉଭୟ ଦଳ ମଧ୍ୟରେ ୨ଟି ଟେଷ୍ଟ ଏବଂ ୩ଟି ଟି-୨୦ ଖେଳାଯିବ ।

ଛେଳି ଚରାଇବାକୁ ଯାଇଥିଲେ, ନାବାଳିକାଙ୍କୁ ଆକ୍ରମଣ କଲା ଗଧିଆ

ନନ୍ଦିଘୋଷ ବ୍ୟୁରୋ: ବାହାରାଇଚ ପରେ ବାରାବାଙ୍କୀ । ଏବେ ଉତ୍ତରପ୍ରଦେଶର ବାରାବାଙ୍କୀରେ ଗଧିଆ ଆତଙ୍କ । ଜଣେ ଝିଅ ଛେଳି ଚରାଇବାକୁ ଯାଇଥିବାବେଳେ ଗଧିଆ ଆକ୍ରମଣରେ ଆହତ ହୋଇଛି । ପରିବାର ଲୋକେ ଝିଅକୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେପଟେ ବନ ବିଭାଗ ଖବର ପାଇବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଯାଇ ଗଧିଆର ଅନୁସନ୍ଧାନ କରୁଛନ୍ତି । କହି ରଖୁଛୁ କି, ଉତ୍ତରପ୍ରଦେଶର ବାହାରାଇଚରେ ଗଧିଆ ଆତଙ୍କ ଖେଳିଯାଇଛି । ୧୦ ଜଣଙ୍କୁ ଆକ୍ରମଣ କରି ମାରି ଦେଇଥିବାବେଳେ ୪୦ରୁ ଅଧିକ ଲୋକ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ବାହାରାଇଚ ଅଞ୍ଚଳରେ ଗଧିଆ ଆତଙ୍କରେ ଲୋକେ ଭୟଭୀତ ରହିଥିବାବେଳେ ବନ ବିଭାଗ ପକ୍ଷରୁ ଅପରେସନ ଭେଡିୟା ଆରମ୍ଭ କରାଯାଇଛି । କିନ୍ତୁ ଲୋକେ ଏବେ ମଧ୍ୟ ଭୟରେ ରହିଥିବାବେଳେ ଏବେ ବାରାବାଙ୍କୀ ଅଞ୍ଚଳରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

ସୁଭଦ୍ରା ଯୋଜନା : ଆଧାର କାର୍ଡ ଅପଡେଟ୍ ପାଇଁ ଧାଡ଼ିରେ ରହିଛି ଜୋତା

ନନ୍ଦିଘୋଷ ବ୍ୟୁରୋ: ସୁଭଦ୍ରା ଯୋଜନା ପାଇଁ ଆଧାର ଅପଡେଟକୁ ନେଇ ହଟହଟା ମହିଳା । ଧାଡ଼ିରେ ଜୋତା । ଏପରି ଦୃଶ୍ଯ ଦେଖିବାକୁ ମିଳିଛି ଢେଙ୍କାନାଳ ଭୁବନ ବ୍ଲକ ଆଧାର ଅଫିସ ଆଗରେ । ଢେଙ୍କାନାଳ ଭୁବନ ବ୍ଲକର ୧୮ଟି ପଞ୍ଚାୟତରୁ ମହିଳା ଆସି ଭୁବନ ବ୍ଲକ ଆଧାର କାର୍ଯ୍ୟାଳୟରେ ସକାଳୁ ସକାଳୁ ଲମ୍ବା ଲାଇନ ଦେଖିବାକୁ ମିଳିଛି । ନିଜ ନିଜ ଜୋତା ରଖି ଲାଇନରେ ରହିଛନ୍ତି ହଜାର ହଜାର ମହିଳ। ସୁଭଦ୍ରା ଯୋଜନା ପାଇଁ ରାସନ କାର୍ଡଧାରୀ ଇ- କେୱାଇସି କରିବାକୁ ବାଧ୍ୟ । ହେଲେ କାହାର ଟିପ ଚିହ୍ନ କାମ କରୁନାହି, ତ କାହାର ଆଖି ସ୍କାନ ହୋଇ ପାରୁନାହିଁ  । ଏମିତିକି କାହାର ଆଧାର କାର୍ଡ ସହିତ ମୋବାଇଲ ନମ୍ୱର୍ ସଂଯୋଗୀକରଣ ହୋଇନାହିଁ ଅବା କଟିଯାଇଛି । ଯାହାକୁ ଅପଡେଟ କରିବା ପାଇଁ ଆଜି ଭୁବନ ବ୍ଲକ ପରିସର ମଧ୍ୟରେ ପ୍ରବଳ ଖରାରେ ମହିଳାମାନେ ଛୋଟ ଛୁଆଙ୍କୁ ଧରି ନାହିଁ ନଥିବା ହଟହଟା ହେଉଥିବା ଦେଖିବାକୁ ମିଳିଛି । ଏହିଭଳି ପରିସ୍ଥିତି ପରେ ଦାଉ ସାଦିଛି ବିଦ୍ୟୁତ୍ ବିଭାଗ । କାର୍ଯ୍ୟାଳୟରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଯାହାକୁ ନେଇ ମହିଳା ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଶସ୍ତାରେ ମିଳୁଛି ଚୁନା ମାଛ, କିଲୋକୁ ମାତ୍ର ୨୦ ଟଙ୍କା..

ନନ୍ଦିଘୋଷ ବ୍ୟୁରୋ: ବାଙ୍କୀ ବଜାର ନିକଟସ୍ଥ ତାରିଣୀ ଛକରେ କିଲୋ ପ୍ରତି ୨୦ଟଙ୍କାରେ ବିକ୍ରିହେଲା ଚୁନା ମାଛ । ମହାନଦୀ ଜଳସ୍ତର କମିଥିବାରୁ ସ୍ଥାନୀୟ ମତ୍ସ୍ଯଜୀବୀଙ୍କ ଜାଲରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ପଡିଥିଲା । ୮ରୁ ୯ କ୍ଵିଣ୍ଟାଲ ମାଛ ଜାଲରେ ପଡ଼ିଥିବା ବେଳେ ,ମାଛ ନଷ୍ଟ ହୋଇଯିବା ଭୟରେ ୨୦ ଟଙ୍କାରେ ମାଛ ବିକ୍ରି କରିଦେଇଛନ୍ତି ମତ୍ସ୍ଯଜୀବୀ । ୨୦ ଟଙ୍କାରେ ମାଛ କିଣିବାକୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଜଣେ ଜଣେ ଗ୍ରାହକ ୫ କିଲୋ ଲେଖାଏଁ ମାଛ କିଣିନେଉଥିବା ନେଇ କହିଛନ୍ତି ।

ସୁନୀତି ମୁଣ୍ଡଙ୍କୁ ବିଜେପି କାର୍ଯ୍ୟାଳୟରୁ ଧକ୍କା ମାରି ବାହାର କଲେ ମହିଳା ନେତ୍ରୀ

ନନ୍ଦିଘୋଷ ବ୍ୟୁରୋ: ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଧକ୍କା ମାରି ବିଜେପି ପାର୍ଟି ଅଫିସରୁ ବାହାର କଲେ ବିଜେପି ମହିଳା ନେତ୍ରୀ। ବହିଷ୍କୃତ ହେବା ପରେ ଦଳୀୟ ସଭାପତି ମନମୋହନ ସାମଲଙ୍କୁ ଭେଟିବାକୁ ଆସିଥିବା ବେଳେ ପାର୍ଟି ଅଫିସରେ ଦେଖିବାକୁ ମିଳିଲା ଅଭାବନୀୟ ଘଟଣା। ସୁନୀତିଙ୍କୁ ବିଜେପି ମହିଳା ନେତ୍ରୀ ଗୋଡାଇ ଗୋଡ଼ାଇ ରାସ୍ତାରେ ଛାଡ଼ିଲେ। ସେପଟେ ଏଭଳି ଆଚରଣକୁ ନେଇ ସୁନୀତି କହିଛନ୍ତି ଯେ, ମହିଳାଙ୍କୁ ବିଜେପିରେ ସମ୍ମାନ ନାହିଁ।

’ଏମରଜେନ୍ସି’ ବିବାଦ ଭିତରେ ନୂଆ ଫିଲ୍ମର ନାଁ ଘୋଷଣା କଲେ କଙ୍ଗନା, ଜାଣନ୍ତୁ କଣ ରହିପାରେ କାହାଣୀ..

ନନ୍ଦିଘୋଷ ବ୍ୟୁରୋ: କଙ୍ଗନା ରାନାଓ୍ବତଙ୍କ ଅଭିନୀତ ଫିଲ୍ମ ’ଏମରଜେନ୍ସି’  ଏବେ ବେଶ ଚର୍ଚ୍ଚାରେ ରହିଛି । ରିଲିଜ ହେବା ପୂର୍ବରୁ ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖିବାକୁ ମିଳିଛି । ପଞ୍ଜାବରେ ଫିଲ୍ମ ରିଲିଜ ହେବାକୁ ବିରୋଧ କରାଯାଇଥିବାବେଳେ ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ସମାଲୋଚନା ମାନ କରାଯାଉଥିବା ଦେଖିବାକୁ ମିଳିଛି । ସେପଟେ ଏହାକୁ ନେଇ ଏବେ ଗଣମାଧ୍ୟମର ହେଡଲାଇନ ପାଲଟିଛନ୍ତି କଙ୍ଗନା । ସେପଟେ ଏମରଜେନ୍ସି ରିଲିଜ ତାରିଖ ଅଟକି ଥିବାବେଳେ ଏହାଭିତରେ ନୂଆ ଫିଲ୍ମର ନାମ ଘୋଷଣା କରିଛନ୍ତି । ତାଙ୍କ ନୂଆ ଫିଲ୍ମର ନାମ ରହିଛି ’ଭାରତ ଭାଗ୍ୟ ବିଧାତା’  । ଏହି ଫିଲ୍ମ ଗୁମନାକ ନାୟକଙ୍କ ଉପରେ ଆଧାରିତ । ଏହି ଦେଶାତ୍ମକ ବୋଧକ ଫିଲ୍ମର ଲିଡ ରୋଲରେ ନଜର ଆସିବେ କଙ୍ଗନା ।

ମଙ୍ଗଳବାର ନୂଆ ଫିଲ୍ମର ନାମ ସୋସିଆଲ ମିଡିଆ ସାଇଟ ଏକ୍ସରେ ପୋଷ୍ଟ କରିଛନ୍ତି । ଫିଲ୍ମର ପ୍ରଯୋଜକ ଏବଂ ନିଦ୍ଦେଶକଙ୍କ ନାମ ମଧ୍ୟ ସାମାନାକୁ ଆସିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ ମନୋଜ ତାଡ଼ପିଆ । ସେ କାହାଣୀ ରଚନା ମଧ୍ୟ କରିଛନ୍ତି । ତେବେ ଏହି ଫିଲ୍ମଟି ଦର୍ଶକଙ୍କ ମହଲରେ ବେଶ ଆଦୃତ ହେବ ବୋଲି କହିଛନ୍ତି କଙ୍ଗନା ।

ପାକିସ୍ତାନ ମାଟିରେ ଘରୋଇ ଦଳକୁ ଧୂଳି ଚଟାଇଲା ବାଂଲାଦେଶ

ନନ୍ଦିଘୋଷ ବ୍ୟୁରୋ: ଘରୋଇ ମାଟିରେ ହାରିଲା ପାକିସ୍ତାନ । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ ମୂଳ ପୋଛ କରି ନେଇଛି  ବାଂଲାଦେଶ । ନୂଆ ଇତିହାସ ରଚିବା ସହ ପାକିସ୍ତାନକୁ ହରାଇ ଏବେ ବାଂଲାଦେଶ ନୂଆା କିର୍ତ୍ତୀମାନ ସ୍ଥାପନ କରିଛି । ପାକିସ୍ତାନର ପରାଜୟ ପରେ ଏବେ ସମାଲୋଚନାର ଶିକାର ହେଉଛନ୍ତି ଖେଳାଳି । ଦେଶର ଅଭିଜ୍ଞ ଖେଳାଳିମାନେ ଏବେ କଡ଼ା ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । ତେବେ କହି ରଖୁଛୁ କି, କେବେ ମଧ୍ୟ ପାକିସ୍ତାନଠାରୁ ଟେଷ୍ଟ ମ୍ୟାଚ ଜିତିନଥିଲା ବାଂଲାଦେଶ । ଏଣୁ ପାକିସ୍ତାନରେ ଖେଳାଯାଉଥିବା ସିରିଜରେ ସହଜରେ ଖେଳ ଆରମ୍ଭ କରିଥିଲା ପାକିସ୍ତାନ । ମାତ୍ର ବାଂଲାଦେଶ ଖେଳାଳିଙ୍କ ଲଢ଼ୁଆ ପ୍ରଦର୍ଶନ ଏବେ ଦଳ ବିଜୟର ମୁଖ୍ୟ କାରଣ ହୋଇଛି ।  ଦ୍ବିତୀୟ ମ୍ୟାଚଟି ବାଂଲାଦେଶ ୬ ଓ୍ବିକେଟରେ ଜିତି ନେଇଛି । ବାଲାଂଦେଶୀ ବ୍ୟାଟ୍ସମ୍ୟାନ ଲିଟନ ଦାସ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।