spot_img
Home Blog Page 1718

ରଥଟଣା ବେଳେ ଜଣେ ଶ୍ରଦ୍ଧାଳୁ ମୃତ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ପୁରୀ ରଥଯାତ୍ରା ବେଳେ ଅଘଟଣ ପାଇଁ ଶୋକା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ । ମୃତକଙ୍କ ପରିବାରକୁ ମଧ୍ୟ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତ ମାନଙ୍କୁ ବିନା ମୂଲ୍ୟରେ  ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେଡିର ବିଭିନ୍ନ କମିଟିର ହେଲା ନବକଳେବର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

ନନ୍ଦିଘୋଷ ବ୍ୟୁରୋ: ବିଜେଡିରେ ବିଭିନ୍ନ କମିଟିର ହେଲା ନବକଳେବର । ରାଜ୍ଯସ୍ତରୀୟ ସମସ୍ତ କମିଟିକୁ ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଭଙ୍ଗ କରିଛନ୍ତି । ଖୁବଶୀଘ୍ର ନୂଆ କମିଟି ଗଠନ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ତେବେ ଜିଲ୍ଲା ସ୍ତରୀୟ କମିଟି ଓ କର୍ମକର୍ତ୍ତା ଅପରିବର୍ତ୍ତିତ ରହିବେ । ଆଜି ଦଳପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଡ. ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତ କରାଯାଇଛି ।

ସେହିଭଳି ସୁକାନ୍ତ କୁମାର ପଣ୍ଡାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଜନସଂପର୍କ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।  ୫ ଜଣଙ୍କୁ ଦଳ ଜାତୀୟ ମୁଖପାତ୍ର ଭାବେ ଦଳ ଘୋଷଣା କରିଛି । ଡ. ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂଦେଓ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ବ ତୁଲାଇବେ । ସେହିପରି ୧୪ ଜଣଙ୍କୁ ରାଜ୍ଯସ୍ତରୀୟ ମୁଖପାତ୍ର ଭାବେ ଦଳ ଦାୟିତ୍ବ ପ୍ରଦାନ କରିଛି । ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କୁମାର ଦେବ,ଡ. ଅରୁଣ କୁମାର ସାହୁ, କ୍ଯାପଟେନ ଦିବ୍ଯ ଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମାଝୀ, ଭୃଗୁ ବକ୍ସିପାତ୍ର ଓ ଡ. ଲେନିନ ମହାନ୍ତି ।ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ବରିଷ୍ଠ ରାଜ୍ଯ ଗଣମାଧ୍ଯମ ସଂଯୋଜକ ଭାବେ ନିଯୁକ୍ତ ହୋଇଥିବାବେଳେ ସ୍ବୟଂ ପ୍ରକାଶ ମହାପାତ୍ର ସୋସିଆଲ ମିଡିଆ କୋର୍ଡିନେଟର ଭାବେ ନିଯୁକ୍ତ ହୋଇଛନ୍ତି । ଲେନିନ ମହାନ୍ତି ଓ ପ୍ରିୟବ୍ରତ ମାଝୀଙ୍କୁ ଗଣମାଧ୍ଯମ ସଂଯୋଜକ ଭାବେ ଦଳ ନିଯୁକ୍ତ କରିଛି ଦଳ ।

ଆଜି ପାଇଁ ସରିଲା ରଥଟଣା, ଆସନ୍ତାକାଲି ପୁଣିଥରେ ଟଣା ହେବ

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ଘୋଷଯାତ୍ରାରେ ଭକ୍ତଙ୍କ ମଧ୍ୟରେ ଭରି ରହିଥିଲା ଭାବାବେଗ । ରବିବାର ତିନି ରଥ ଟଣା ହୋଇଛି । ତେବେ ଜଗନ୍ନାଥଙ୍କ ନନ୍ଦିଘୋଷ ମାତ୍ର ଅଳ୍ପ ଦୂର ଟଣା ହେବା ପରେ ବନ୍ଦ ହୋଇଛି ରଥଟଣା । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ରଥଟଣା ହୋଇଥିବାବେଳେ ମଝିରେ ହଳଦୀ ମୁହିଁଙ୍କ ରଥଟଣା ହୋଇଥିଲା । ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟଣା ହୋଇଥିଲା ।

ପୁରୀରେ ରଥଟଣା ବେଳେ ଜଣେ ଶ୍ରଦ୍ଧାଳୁ ମୃତ

ନନ୍ଦିଘୋଷ ବ୍ୟୁରୋ: ପୁରୀ ରଥଟଣା ବେଳେ ଅଘଟଣ । ଜଣେ ଶ୍ରଦ୍ଧାଳୁ ମୃତ । ତାଳଧ୍ବଜ ରଥଟଣାବେଳେ ଅଣନିଶ୍ବାସୀ ହୋଇ ଜଣେ ମୃତ । ନନ୍ଦିଘୋଷ ରଥ ଆଗରେ ଦଳାଚକଟା ସ୍ଥିତି । ୮ରୁ ୧୦ ଭକ୍ତ ଆହତ ସୂଚନା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଚଳିତବର୍ଷ ଦୁଇଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ରଥଟଣା ବନ୍ଦ ହୋଇଥିବାବେଳେ ସୋମବାର ପୁଣିଥରେ ଟଣା ହେବ ରଥ ।

ବଡ଼ଦାଣ୍ଡରେ ଗଡ଼ିଲା କାଳିଆର ନନ୍ଦିଘୋଷ

ନନ୍ଦିଘୋଷ ବ୍ୟୁରୋ: ଟଣା ହେଲା କାଳିଆର ନନ୍ଦିଘୋଷ । ବଡ଼ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ ରଥ । ଭକ୍ତଙ୍କ ଭିଡ଼ରେ ଗଡ଼ିଛି । ଆଗେ ଆଗେ ବଡ଼ ଭାଇ ବଳଭଦ୍ର, ମଝିରେ ଭଉଣୀ ସୁଭଦ୍ରା ଏବଂ ପଛରେ ଟଣା ହେଲା ମହାବାହୁଙ୍କ ନନ୍ଦିଘୋଷ । ଘଣ୍ଟାଘଣ୍ଟା ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠୁଛି ବଡ଼ଦାଣ୍ଡ ।

ବଡ଼ଦାଣ୍ଡରେ ଗଡ଼ିଲା ଦେବୀ ସୁଭଦ୍ରାଙ୍କ ରଥ

ନନ୍ଦିଘୋଷ ବ୍ୟୁରୋ: ବଡ଼ ଭାଇ ବଳଭଦ୍ରଙ୍କ ପଛେ ପଛେ ବାହାରିଲେ ଦେବୀ ସୁଭଦ୍ରା । ଗଡ଼ିଲା ଦର୍ପଦଳନ । ଘଣ୍ଟାଘଣ୍ଟା ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠୁଛି ବଡ଼ଦାଣ୍ଡ । ପଛରେ ରହିଛନ୍ତି ମହାପ୍ରଭୁ ଜଗନ୍ନାଥ । ଭଉଣୀଙ୍କ ପଛରେ ଟଣା ହେବ କାଳିଆର ନନ୍ଦିଘୋଷ । ଭକ୍ତଙ୍କ ଉତ୍କଣ୍ଠା ଭରି ରହିଛି ମହାପ୍ରଭୁଙ୍କ ରଥ ଟାଣିବା ପାଇଁ ।

ଆରମ୍ଭ ହେଲା ରଥଟଣା

ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହେଲା ରଥଟଣା । ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ । ଘଣ୍ଟଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ହେଉଛି ଗଗନ ପବନ । ବଳଭଦ୍ରଙ୍କ ପରେ ସୁଭଦ୍ରା ରଥଟଣା ଟଣା ହେବ । ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷକୁ ଟାଣିବା ପାଇଁ ଚାହିଁ ରହିଛନ୍ତି ଭକ୍ତ ।

ଛେରା ପହଁରା କରୁଛନ୍ତି ଗଜପତି ମହାରାଜ

ନନ୍ଦିଘୋଷ ବ୍ୟୁରୋ: ତିନି ରଥରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜ । ନୀତିକାନ୍ତି ରଥଯାତ୍ରା ଚାଲିଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିଛି ।

ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ, ବଦଳିପାରେ ଚାମ୍ପିୟନ୍ସ ଟ୍ରଫି ସୂଚୀ

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ ପରେ ଆଇସିସି ପକ୍ଷରୁ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ପାଇଁ ଆୟୋଜନ ଜାରି ରହିଛି । ଆସନ୍ତାବର୍ଷ ଫେବୃୟାରୀ ମାସରୁ ଖେଳାଯିବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି । ଯାହାକୁ ଆୟୋଜନ କରିବାକୁ ଯାଉଛି ପାକିସ୍ତାନ । ତେବେ ଟିମ ଇଣ୍ଡିଆ ପାକିସ୍ତାନ ଯିବନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଉଭୟ ଦେଶ ମଧ୍ୟରେ ସମ୍ପର୍କ ନଥିବାରୁ ଭାରତ ପାକିସ୍ତାନ ଯିବନି ବୋଲି କୁହାଯାଉଛି । ଯେଉଁ କାରଣରୁ ଉଭୟ ଦେଶ ମଧ୍ୟରେ କୌଣସି ଦ୍ବିପାକ୍ଷିକ ସିରିଜ ମଧ୍ୟ ଖେଳାଯାଉନାହିଁ । ଭାରତ ୨୦୦୮ ମସିହା ପରଠାରୁ ପାକିସ୍ତାନ ଗସ୍ତରେ ଭାରତ ଟିମ ଯାଇନାହିଁ । ଅନ୍ୟପଟେ ୨୦୧୨-୧୩ ମସିହାରେ ଶେଷଥର ପାଇଁ ଦ୍ବିପାକ୍ଷିକ ମ୍ୟାଚ ଖେଳାଯାଇଥିଲା ।

ତେବେ ଉଭୟ ଦଳ କେବଳ ଆଇସିସିର ବଡ଼ ଟୁର୍ଣ୍ଣମେଣ୍ଟରେ ସାମନା ସାମନି ହୋଇଥାନ୍ତି । ପାକିସ୍ତାନ ଏସିଆ କପ ଆୟୋଜନ କରିଥିବାବେଳେ ଭାରତୀୟ ଦଳ ଯାଇନଥିଲା । ଫଳରେ ଶ୍ରୀଲଙ୍କାରେ ଭାରତୀୟ ଦଳର ମ୍ୟାଚ ଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଏଣୁ ଏବେ ପୁଣି ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରୁଥିବାବେଳେ ଭାରତ ନଯିବାକୁ କହିଛି । ଏଣୁ ଭାରତର ମ୍ୟାଚ ଗୁଡ଼ିକ କେଉଁଠି ଆୟୋଜିତ ହେବ ତାହା ଚର୍ଚ୍ଚାର ବିଷୟ । ତେବେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ପାଇଁ ସିଡ୍ୟୁଲ କରିଥିବାବେଳେ ଏବେ ବଦଳାଯିବ ବୋଲି ମଧ୍ୟ କୁହାଯାଉଛି  । ଆଗାମି ଦିନରେ ଶ୍ରୀଲଙ୍କାରେ ଆଇସିସି ପକ୍ଷରୁ ଏକ ବୈଠକ ହେବାକୁ ଥିବାବେଳେ ଏଥିରେ ସ୍ପଷ୍ଠ କରାଯାଇପାରେ ।

ରଥରେ ବିଜେ କଲେ ତିନି ଠାକୁର

ନନ୍ଦିଘୋଷ ବ୍ୟୁରୋ: ସରିଲା ମହାପ୍ରଭୁଙ୍କ ପହଣ୍ଡି ବିଜେ । ତିନି ରଥରେ ବିରାଜମାନ କଲେ ଠାକୁର । ଭକ୍ତଙ୍କ ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠୁଛି ବଡ଼ଦାଣ୍ଡ ।  ଭକ୍ତଙ୍କ ଜନସମୁଦ୍ର ମଧ୍ୟରେ ଜୟ ଜଗନ୍ନାଥ ଧ୍ବନିରେ ଗଗନ, ପବନ ପୁଲକିତ ହୋଇ ଉଠୁଛି । ସମସ୍ତଙ୍କ ମୁଖରେ ଠାକୁରଙ୍କ ନାମ । ମହାପ୍ରଭୁଙ୍କ ନୀତିକାନ୍ତି ସରିବା ସହ ତିନି ରଥରେ ବିଜେ କରିବା ପରେ କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଛେରା ପହଁରା ।